spot_img
Home Blog Page 7473

କ୍ୟାମେରାରେ କଏଦ ହେଲା ଲୁଟେରାଙ୍କ ଲୁଟ, ୭ ଦିନରେ ଦୁଇଟି ଲୁଟ୍‌

ଦିଗପହଣ୍ଡି: ମୁଖାଧାରୀ ଲୁଟେରାଙ୍କ ଆତଙ୍କ । ୭ଦିନରେ ଦୁଇଟି ଲୁଟ୍‌ । ସିସିଟିଭି କ୍ୟାମେରାରେ କଏଦ ହୋଇଛି ଲୁଟ୍‌ର ଦଶ୍ୟ । ଗଞ୍ଜାମ ଜିଲ୍ଲା ପାଟପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ୭ଦିନ ତଳେ ଜଗନ୍ନାଥପୁର ଛକରେ ମୁଖାପିନ୍ଧା ଦୁର୍ବୃତ୍ତମାନେ ଏକ ଢାବାରେ ଖଣ୍ଡା ଦେଖାଇ ଲୁଟ୍‌ କରିଥିବା ଅଭିଯୋଗ ହୋଇଥିଲା ।

ଗତକାଲି ରାତିରେ ଭାଲିଆଝୋଳି ମୁଖ୍ୟ ରାସ୍ତାରେ ଥିବା ଏକ ମାର୍ଟରୁ ଲୁଟ୍‌ କରିଛନ୍ତି । ଏକ ବୋଲେରୋରେ ୪ ଜଣ ମୁଖାଧାରୀ ଦୁର୍ବୃତ୍ତ ଆସି ମୋବାଇଲ ଓ ଟଙ୍କା ସହ ବହୁ ସାମଗ୍ରୀ ଲୁଟି ନେଇଛନ୍ତି । ସିସିଟିଭି ଫୁଟେଜରେ ଚୋରି ସମୟର ଦୃଶ୍ୟ ରହିଛି । ପାଟପୁର ଥାନା ପୋଲିସ ତଦନ୍ତ କରୁଥିଲେ ବି ଏଯାଏଁ ଦୁର୍ବୃତ୍ତଙ୍କୁ କାବୁ କରିପାରିନି ।

ଦ୍ୱିତୀୟ ବିବାହ କରି ସରପଞ୍ଚଙ୍କ ପଦବୀ ଗଲା

ବୌଦ୍ଧ: ଦ୍ୱିତୀୟ ବିବାହ କରିବାରୁ ସରପଞ୍ଚ ନିଲମ୍ବିତ । ବାହାଘର ନିଶା ପାଇଁ ଫସିଲେ ସରପଞ୍ଚ ମହାଶୟ । ସରପଞ୍ଚ ହେବା ପୂର୍ବରୁ ଜଣଙ୍କୁ ଏବଂ ସରପଞ୍ଚ ହେବା ପରେ ଆଉ ଜଣଙ୍କୁ ବିବାହ କରିଥିଲେ । ଏଭଳି ଅଭିଯୋଗ ପରେ ସରପଞ୍ଚଙ୍କୁ ତାଙ୍କ ଦାୟିତ୍ୱରୁ ନିଲମ୍ବନ କରାଯାଇଛି ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ । ପ୍ରଥମ ପତ୍ନୀ ଥିବା ସତ୍ତ୍ୱେ ଦ୍ୱିତୀୟ ବିବାହ ଅଭିଯୋଗରେ ଗତ ୨୦୧୯ ଡିସେମ୍ବର ୩୦ରେ କମିଶନରେଟ ପୋଲିସ ଗିରଫ କରିଥିଲା। ଏବେ ସେ ଝାରପଡା ଜେଲରେ ରହିଛନ୍ତି। ଏନେଇ ରାଜ୍ୟସରକାର ବୌଦ୍ଧ ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ମାଗିଥିଲେ ।

ବୌଦ୍ଧ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ସମସ୍ତ ରିପୋର୍ଟ ପ୍ରଦାନ କରିଥିଲେ । ଯାହାକୁ ଆଧାର କରି ରାଜ୍ୟ ସରକାର ଅନ୍ତର୍ଯ୍ୟାମୀଙ୍କୁ ମୁଣ୍ଡିପଦର ସରପଞ୍ଚ ପଦବୀରୁ ନିଳମ୍ବନ କରିଛନ୍ତି। ସରପଞ୍ଚ ହେବା ପୂର୍ବରୁ ଅନ୍ତର୍ଯ୍ୟାମୀ ନିଜ ଗାଁରେ ଏକ ଆଶ୍ରମ କରିଥିଲେ । ଏହି ସମୟରେ ଚିକିତ୍ସା ପାଇଁ ଆସିଥିବା ଜଣେ ଯୁବତୀଙ୍କ ସହ ତାଙ୍କ ନିବିଡ଼ତା ବଢିଥିଲା। ଉଭୟେ ମନ୍ଦିରରେ ବାହା ମଧ୍ୟ ହୋଇଥିଲେ। ସରପଞ୍ଚ ହେବା ପରେ ସ୍ଥାନୀୟ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଦ୍ଵିତୀୟ ବିବାହ କରିଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ତାଙ୍କୁ ବୗଦ୍ଧ ପୋଲିସ ସହାୟତାରେ କମିଶନରେଟ ପୋଲିସ ଗିରଫ କରିଥିଲା । ଏବେ ସେ ଝାରପଡ଼ା ଜେଲରେ ବିଚାର ବିଭାଗୀୟ କଏଦୀ ଭାବେ ଅଛନ୍ତି ।

କରୋନା ଆତଙ୍କ : ହନିମୁନ୍ ପରେ ସ୍ୱାମୀଙ୍କୁ ଛାଡି ପଳାଇଲେ ସ୍ତ୍ରୀ, ପଛରେ ତିନି ରାଜ୍ୟର ପୋଲିସ

ଆଗ୍ରା: କରୋନା ଭାଇରସ ଲୋକଙ୍କୁ ଆତଙ୍କିତ କରିଛି । ଏହା ଭିତରେ ଏମିତି ବି ଖବର ଆସୁଛି ଯାହା ଆପଣଙ୍କୁ ଚିନ୍ତିତ କରିଦେବ । ଯେମିତି ଜଣେ ମହିଳାଙ୍କ ପାଇଁ ତିନି ତିନୋଟି ରାଜ୍ୟର ପ୍ରଶାସନ ଓ ପୋଲିସ ନାକେଦମ ହୋଇଛି । କାରଣ ତାଙ୍କ ପାଇଁ ଆହୁରି କିଛି ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

 

ଏବେ ଆସନ୍ତୁ ପୁରା ଘଟଣାକ୍ରମ କ’ଣ ଜାଣିବା । ଆଗ୍ରାର ଜଣେ ଝିଅ ବିବାହ ପରେ ନିଜ ସ୍ୱାମୀଙ୍କ ସହ ହନିମୁନ ପାଇଁ ଇଟାଲି ଯାଇଥିଲେ । ଇଟାଲିରେ କରୋନା କୋକୁଆଭୟ ଜାରି ଥିବା ବେଳେ ମହିଳାଙ୍କ ପତି ମଧ୍ୟ ଏହାଦ୍ୱାର ସଂକ୍ରମିତ ହୋଇଥିଲେ । ତେବେ ସେ ଜାଣି ପାରିନଥିଲେ । କିନ୍ତୁ ଇଟାଲିରୁ ସେମାନେ ବେଙ୍ଗାଲୁରୁ ଫେରିବା ପରେ ଏହା ଜଣା ପଡିଥିଲା । ମହିଳାଙ୍କ ପତି ଏକ ସଫ୍ଟୱାର କଂପାନିରେ କାମ କରନ୍ତି । ଇଟାଲିରୁ ଫେରିବା ପରେ ତାଙ୍କର ଟେଷ୍ଟ ହୋଇଥିଲା । ତାଙ୍କର କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ବାହାରିଥିଲା । ପତିଙ୍କୁ ଆଇସୋଲେଟେଡ୍ (ପୃଥକ) କରି ରଖାଯାଇଥିଲା । ଏହାପରେ ପ୍ରଶାସନ ମହିଳାଙ୍କୁ ମଧ୍ୟ ଆଇସୋଲେସନରେ ରଖିବାକୁ ଚାହିଁଥିଲା । କିନ୍ତୁ ଏଇଠି ମାମଲାରେ ମୋଡ ଆସିଥିଲା । ମହିଳା ଜଣଙ୍କ ସ୍ୱାମୀଙ୍କୁ ଛାଡି କରୋନା ଭୟରେ ଆଇସୋଲେସନ ୟୁନିଟରେ ଚମ୍ପଟ୍ ମାରିଥିଲେ । ଖାଲି ଚମ୍ପଟ୍ ମାରିନଥିଲେ,ସେ ମଧ୍ୟ ସିଧା ନିଜ ଘର ଆଗ୍ରା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଏମିତି କରି ମହିଳା ଜଣକ ନିଜ ସହ ହଜାର ହଜାର ଯାତ୍ରୀଙ୍କ ଜୀବନକୁ ବାଜି ଲଗାଇଥିଲେ ।

ସେ ବେଙ୍ଗାଲୁରରୁ ଫ୍ଲାଇଟରେ ନୂଆଦିଲ୍ଲୀ ଓ ନୂଆଦିଲ୍ଲୀରୁ ଟ୍ରେନରେ ଆଗ୍ରା ଯାଇଥିଲେ । ଏମିତି କରି ସେ ଏୟାରପୋର୍ଟ,ଟ୍ରେନରେ ତାଙ୍କ ସଂସ୍ପର୍ଷରେ ଆସିଥିବା ଅନେକ ଲୋକଙ୍କୁ କରୋନା ସଂକ୍ରମିତ କରିଥିବା ଆଶଙ୍କା କରାଯାଇଛି । ସେପଟେ ବେଙ୍ଗାଲୁରୁରେ ମହିଳଙ୍କ ନିଖୋଜ ହେବା ଖବର ପ୍ରଘଟ ହେବା ପରେ ସେଠାରେ ଆତଙ୍କ ଖେଳି ଯାଇଥିଲା । ସ୍ଥାନୀୟ ପ୍ରଶାସନ ତାଙ୍କ ଟ୍ରାଭେଲ ରୁଟକୁ ଟ୍ରାକ୍ କରି ଦିଲ୍ଲୀ ଓ ଉତ୍ତର ପ୍ରଦେଶ ସରକାରଙ୍କୁ ସୂଚିତ କରିଥିଲେ ।

ଆଗ୍ରା ପ୍ରଶାସନ ମହିଳାଙ୍କ ବାପଘରେ ପହଂଚି ତାଙ୍କ ବିଶୟରେ ତଥ୍ୟ ସଂଗ୍ରହ କରିଥିଲା । କିନ୍ତୁ ତାଙ୍କ ବାପା ସେ ଘରେ ନଥିବା କହିଥିଲେ । ତେବେ ଅଧିକ ପଚରା ଉଚରା ପରେ ସେ ତାଙ୍କ ଝିଅ ଘରେ ଥିବା କଥା ମାନିଥିଲେ । କିନ୍ତୁ ପୁରା ପରିବାର ବାକି ଲୋକଙ୍କଠାରୁ ଅଲଗା ରୁହନ୍ତୁ ବୋଲି ଅଧିକାରୀଙ୍କ ପରାମର୍ଶକୁ ମହିଳାଙ୍କ ବାପା ମାନିବାକୁ ମନା କରିଦେଇଥିଲେ । ଏହାପରେ ପୋଲିସ ଓ ମାଜିଷ୍ଟ୍ରେଟ୍ ପହଂଚି ଉକ୍ତ ପରିବାରକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସହଯୋଗ କରିବାକୁ କହିଥିଲେ । ତା’ପରେ ଯାଇ ପରିବାରର ୮ ସଦସ୍ୟ ଓ ମହିଳା ଆଇସୋଲେସନରେ ରହିବାକୁ ରାଜି ହୋଇଥିଲେ ।

ଶିକ୍ଷା : କରୋନା ଏକ ସଂକ୍ରମିତ ରୋଗ । ଏଥିରେ ଆପଣ ଯଦି ସଂକ୍ରମିତ ତେବେ ଆପଣଙ୍କ ନୈତିକ କର୍ତ୍ତବ୍ୟ ହେଉଛି ଅନ୍ୟମାନେ ଏହା ଦ୍ୱାରା କେମିତି ସଂକ୍ରମିତ ନେହେବେ ସେଥିଲାଗି ଚେଷ୍ଟା କରିବା । ଆପଣ ନିଜକୁ ଅଲଗା ରଖିବାକୁ ମନା କରିବା ଅର୍ଥ ନିଜ ସହ ପୁରା ସମାଜକୁ ବିପଦରେ ପକାଉଛନ୍ତି ।

 

ନୂଆଦିଲ୍ଲୀ: କରୋନା ମୃତକଙ୍କ ଶବ ସତ୍କାର ପାଇଁ ମନା କଲେ ଦିଲ୍ଲୀ ନିଗମବୋଧ ଘାଟ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: କରୋନା ମୃତକଙ୍କ ଶବ ସତ୍କାର ପାଇଁ ମନା କଲେ ଦିଲ୍ଲୀ ନିଗମବୋଧ ଘାଟ କର୍ତ୍ତୃପକ୍ଷ

କରୋନା ମୃତକଙ୍କ ଶବ ସତ୍କାର ପାଇଁ ମନା କଲେ ଦିଲ୍ଲୀ ନିଗମବୋଧ ଘାଟ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୮୫କୁ ବୃଦ୍ଧି ପାଇଥିବା ବେଳେ ଶୁକ୍ରବାର ଦିଲ୍ଲୀରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ତେବେ, ବିଡ଼ମ୍ବନା ହେଉଛି ଶୁକ୍ରବାର ମୃତ୍ୟୁ ହୋଇଥିବା ମହିଳାଙ୍କ ଶେଷକୃତ୍ୟ ପାଇଁ ପ୍ରଶାସନ ମନା କରିଦେଇଛି । ମହିଳାଙ୍କ ପରିବାର ଲୋକ ଶବଦାହ ପାଇଁ ଦିଲ୍ଲୀ ନିଗମବୋଧ ଘାଟକୁ ନେଇଥିଲେ । ତେବେ, ସେଠାରେ ପ୍ରଶାସନ ଅନ୍ତିମ ସଂସ୍କାର ପାଇଁ ଅନୁମତି ଦେଇନଥିଲା ।

କରୋନା ଭାଇରସକୁ ନେଇ ମିଛ ଖବର ଦେଉଥିଲେ, ଧରାପଡ଼ି ଜେଲ ଗଲେ ଯୁବକ

ଏ ନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ସେ ଏ ସମ୍ପର୍କରେ ଫୋନରେ ନିଗମବୋଧ ଘାଟ ମୁଖ୍ୟଙ୍କ ସହ କଥା ହୋଇଥିଲେ । ତେବେ, ସେ ସେଠାରେ ଶବଦାହ ପାଇଁ ମନା କରିବା ସହ ଅନ୍ୟତ୍ର ନେଇଯିବାକୁ କହିଥିଲେ । ପରେ ଲୋଧି ରୋଡ୍ ଶ୍ମଶାନରେ ମଧ୍ୟ ସମାନ ସ୍ଥିତି ସାମନା କରିଥିଲେ ମୃତକଙ୍କ ପରିବାର ଲୋକ । ଗଣମାଧ୍ୟମରେ ଏ ଖବର ପ୍ରସାରିତ ହେବା ପରେ ନିଗମବୋଧ ଘାଟରେ ଶେଷକୃତ୍ୟ କରାଯାଇଛି ।

ଶୁକ୍ରବାର ମହିଳା ଜଣଙ୍କ ଦିଲ୍ଲୀ ମନୋହର ଲୋହିଆ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ । ୬୯ ବର୍ଷୀୟ ମହିଳା ଜଣଙ୍କ ଡାଏବେଟିସରେ ମଧ୍ୟ ପୀଡ଼ିତ ଥିଲେ । ମହିଳାଙ୍କ ପୁଅ ନିକଟରେ ବିଦେଶରୁ ଫେରିଥିବା ଜଣାପଡ଼ିଛି । ଏହା ପୂର୍ବରୁ କର୍ଣ୍ଣାଟକର ଜଣେ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଥିଲା ।

ରଦ୍ଦ ହୋଇପାରେ ଆଇପିଏଲ, ଶନିବାର ନିଷ୍ପତ୍ତିର ଦିନ

ଖରାପ ରାସ୍ତା କାରଣରୁ ପହଞ୍ଚି ପାରିଲାନି ଆମ୍ୱୁଲାନ୍ସ ,ରାସ୍ତାରେ ପ୍ରସବ କଲେ ଫଗୁଣଦେଇ

ରାୟଗଡ଼ା: ଖାଲ ଖମା ରାସ୍ତାରେ ଜନନୀ ଯନ୍ତ୍ରଣାର ଚିତ୍ର । ରାସ୍ତା ନଥିବାରୁ ମହିଳାଙ୍କ ପାଖରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଆଶା ଦିଦି ଏବଂ ଆମ୍ବୁଲାନ୍ସ କର୍ମଚାରୀ ୩  କିଲୋମିଟର ବୋହିନେଲେ ମହିଳାଙ୍କୁ । ପ୍ରସବ ଯନ୍ତ୍ରଣା ସହି ନପାରି ରାସ୍ତା ମଝିରେ ଖୋଲା ଆକାଶ ତଳେ ଜନ୍ମ ଦେଲେ ଦୁଇଟି ସନ୍ତାନଙ୍କୁ । କିନ୍ତୁ ଦୁଃଖ ବୋଧେ ଏତିକିରେ ସରି ନଥିଲା ।

 

କାରଣ ଦୁଇଟି ସନ୍ତାନଙ୍କ ମଧ୍ୟରୁ ଜନ୍ମ ହେବାର କିଛ ସମୟ ମଧ୍ୟରେ ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇଥିଲା । ଏଭଳି ଏକ ଘଟଣା ଦେଖିବକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଅଡାଝୋଲି ଗାଁରେ ।

ଅଡାଝୋଲି ଗାଁର ଫଗୁଣଦେଇ ମାଝୀ । ଆଜି ସକାଳୁ ତାଙ୍କର ଜନନୀ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏନେଇ ଘର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ରାସ୍ତା ଖରାପ ଥିବାରୁ ୩ କିଲୋମିଟର ପୂର୍ବରୁ ଅଟକିଯାଇଥିଲା ଆମ୍ବୁଲାନ୍ସ ।

ଏହା ପରେ ଆଶା ଦିଦି ଏବଂ ୧୦୨ ଆମ୍ବୁଲାନ୍ସ କର୍ମଚାରୀ ମହିଳାଙ୍କୁ କାନ୍ଧରେ ବୋହି ନେଇଲେ  । କିନ୍ତୁ ଯନ୍ତ୍ରଣା ଅଧିକ ହେବାରୁ ଅଧା ବାଟରେ ଦୁଇଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ ମହିଳା । ତେବେ କିଛି ସମୟ ପରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଗୁରୁତର ଅବସ୍ଥାରେ  ମା ଓ ଶିଶୁ ପୁତ୍ରଟିକୁ ଟିକିରି ମେଡିକାଲ ରେ ଭର୍ତ୍ତି କରାଯାଇଛି। ତେବେ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ରହିବ ନନ୍ଦନକାନ ଓ ବଟାନିକାଲ ଗାର୍ଡେନ୍ । ମାର୍ଚ୍ଚ ୧୫ରୁ ୩୧ ତାରିଖ ଯାଏଁ ବନ୍ଦ ରହିବା ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ ନିର୍ଦ୍ଦେଶକଙ୍କ ସୂଚନା ।

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ରହିବ ନନ୍ଦନକାନ ଓ ବଟାନିକାଲ ଗାର୍ଡେନ୍ । ମାର୍ଚ୍ଚ ୧୫ରୁ ୩୧ ତାରିଖ ଯାଏଁ ବନ୍ଦ ରହିବା ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ ନିର୍ଦ୍ଦେଶକଙ୍କ ସୂଚନା ।

କର୍ମକ୍ଷେତ୍ରରେ ପଦୋନ୍ନତି ପାଇଁ ରାସ୍ତା ପରିଷ୍କାର ହେବ: ବ୍ୟବସାୟରେ ହେବ ଭାଗ୍ୟୋଦୟ

ମେଷ ରାଶି – ଅଶ୍ବିନୀ ନକ୍ଷତ୍ର ଓ କୃତ୍ତିକ ନକ୍ଷତ୍ର- କର୍ମକ୍ଷେତ୍ରରେ ସଫଳତା, ବ୍ୟବସାୟରେ ଲାଭ ଆର୍ଥିକ ଓ ପାରିବାରିକ ଜୀବନ ସନ୍ତୋଷ ଜନକ ରହିବ । ଦ୍ୱିଜା ନକ୍ଷତ୍ର-ପାରିବାରିକ ଅଶାନ୍ତି ଆପଣଙ୍କୁ ବିବ୍ରତ କରିବ । ଆଜି ଜଗିରଖି ଚଳିବାକୁ ପଡିବ । ବୁଲାକୁକୁରଙ୍କୁ କିଚି ଖାଦ୍ୟ ଦାନ କରି କାର୍ଯ୍ୟ ଆରମ୍ଭ କରନ୍ତୁ ।

ବୃଷ ରାଷି – କୃତ୍ତିକ ନକ୍ଷତ୍ର ଓ ମୃଗଶିରା ନକ୍ଷତ୍ର- ଆର୍ଥିକ ଓ ପାରିବାରିକ ସ୍ଥିତି ସନ୍ତୋଷଜନକ ରହିବ । ବନ୍ଧୁଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ରୋହିଣି ନକ୍ଷତ୍ର- ଆର୍ଥିକ କ୍ଷତି ସହିତ ମାନ ସମ୍ମାନ ପ୍ରତି ବିପଦ ରହିଛି । କାହାକୁ ବିଶ୍ୱାସ କରି କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଠକାମୀରେ ପଡିବେ, ୧ ମୁଠି ଅରୁଆ ଚାଉଳ ଗୃହର ମୁଖ୍ୟଦ୍ୱାର ସମ୍ମୁଖରେ ରଖି କାର୍ଯ୍ୟ ଆରମ୍ଭ କରନ୍ତୁ ।

ମିଥୁନ ରାଶି – ମୃଗଶିରା ନକ୍ଷତ୍ର ଓ ପୁନର୍ବସୁ ନକ୍ଷତ୍ର- ସୁଖଶାନ୍ତିରେ ସମୟ କଟିବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳ ହେବେ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ  । ଆଦ୍ରନକ୍ଷତ୍ର- ଶରୀର ପୀଡା ମାନସିକ ଦୁଃଶ୍ଚିନ୍ତା ମଧ୍ୟରେ ସମୟ କଟିବ । ବାହାନ ଧିରେ ଚଲାନ୍ତୁ । ବାଦବିବାଦଠାରୁ ଦୂରେଇ ରୁହନ୍ତୁ । ପାନପତ୍ର ଏବଂ ଗୁଆ ନିଜ ପାଖରେ ରଖି କାମ ଆରମ୍ଭ କରନ୍ତୁ ।

କର୍କଟ ରାଶି – ପୁନର୍ବସୁ ନକ୍ଷତ୍ର ଓ ଅଶ୍ଳେଷା ନକ୍ଷତ୍ର – ଆର୍ଥିକ ଉନ୍ନତ୍ତି ଏବଂ କର୍ମକ୍ଷେତ୍ରରେ ସଫଳତା ମିଳିବ । ଆନନ୍ଦ ଉଲ୍ଲାସରେ ସମୟ କଟିବ । ସୁସମ୍ବାଦ ମିଳିବ । ପୁକ୍ଷ୍ୟନକ୍ଷତ୍ର – ନିଜର ସ୍ୱାର୍ଥରେ ଅନ୍ଧ ହୋଇ ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ । ଅଯଥା ଅପବ୍ୟୟ ଆପଣଙ୍କୁ ବିଚଳିତ କରିବ । ମୟୂର ଚନ୍ଦ୍ରିକା ନିଜ ପାଖରେ ରଖି କାର୍ଯ୍ୟ ଆରମ୍ଭ କରନ୍ତୁ ।

ସିଂହ ରାଶି ମଘା ନକ୍ଷତ୍ର ଓ ଉତ୍ତର ଫାଲଗୁନୀ – କର୍ମକ୍ଷେତ୍ରରେ ଆଶାଜନକ ସଫଳତା ମିଳିବ । ଶରୀର ଓ ମନ ସୁସ୍ଥ ରହିବ । ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ପୁର୍ବା ଫାଲଗୁନୀ – ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବାରୁ ଜଗିରଖି ଚଳନ୍ତୁ । ଆର୍ଥିକ କ୍ଷତି ଏବଂ ଦ୍ରବ୍ୟ ହାନୀର ଯୋଗ ରହିଛି । ଗୁଡ ଖାଇ ଜଳପାଳ ଜଳପାନ କରି ଗଣେଶ ଭଗବାନଙ୍କୁ ପ୍ରଣାମ କରି କାର୍ଯ୍ୟ ଆରମ୍ଭ କରନ୍ତୁ ।

କନ୍ୟା ରାଶି – ଉତ୍ତର ଫାଲଗୁନୀ ଓ ହସ୍ତା ନକ୍ଷତ୍ର – ଅଧା ଅଧୁରା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାରେ ସକ୍ଷମ ହେବେ । ପାରିବାରିକ ଶାନ୍ତି ଓବଂ ଆର୍ଥିକ ଲାଭର ଯୋଗ ରହିଛି । ପଡୋଶୀଙ୍କ ସହଯୋଗ ମିଳିବ । ଚିତ୍ରା ନକ୍ଷତ୍ର – ପରିବାର ମଧ୍ୟରେ ଭୁଲ ବୁଝାମଣା ଦ୍ୱାରା ମାନସିକ କଷ୍ଟ ଭୋଗ କରିବାକୁ ପଡିବ ଓ ବିଘ୍ନେଶ୍ବରାୟ ନମଃ ମନ୍ତ୍ରକୁ ୧୧ଥର ପାଠ କରି କାର୍ଯ୍ୟ ଆରମ୍ଭ କରନ୍ତୁ ।

ତୁଳା ରାଶି – ଚିତ୍ରା ଓ ବିଶାଖା ନକ୍ଷତ୍ର – ନୂତନ ସୁଯୋଗ ସହିତ ଅର୍ଥ ଲାଭର ସୁଯୋଗ ମିଳିବ । ହସଖୁସିରେ ସମୟ କଟିବ । ସ୍ୱାତୀ ନକ୍ଷତ୍ର – ପିତା, ମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ବିଚଳିତ ରହିବେ । ଆକସ୍ମିକ ଭାବରେ ଅର୍ଥ ଖର୍ଚ୍ଚ ହେବ । ମନସ୍ତାପ ମଧ୍ୟରେ ସମୟ କଟିବ । କଳା ଓ ନୀଳ ରଂଗ ବସ୍ତ୍ର ପରିଧାନ କରନ୍ତୁ । ପାନମଧୁରୀ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ ।

ବିଛା ରାଶି – ବିଶାଖା ଓ ଅନୁରାଧା ନକ୍ଷତ୍ର – ଧାର୍ମିକ ପରିବେଶ ମନକୁ ଶାନ୍ତି ପ୍ରଦାନ କରିବ । କର୍ମକ୍ଷେତ୍ରରେ ଅଧା ଅଧୁରା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବେ । ଆର୍ଥିକ ଲାଭର ସୁଯୋଗ ରହିଛି । ଜ୍ୟେଷ୍ଠାନକ୍ଷତ୍ର – ହଜମ ଗୋଳମାଳ ପରି ରୋଗ ଦ୍ୱାରା କଷ୍ଟ ମିଳିବ । ମାନସିକ ସ୍ଥିତି ସନ୍ତୋଷଜନକ ରହିବ ନାହିଁ । ମଥାରେ ହଳଦୀ ଟିକା ଲଗାଇ ନିଜ ଇଷ୍ଟ ଦେବଙ୍କୁ ପ୍ରଣାମ କରି କାର୍ଯ୍ୟ ଆରମ୍ଭ କରନ୍ତୁ ।

ଧନୁ ରାଶି – ମୂଳା ନକ୍ଷତ୍ର ଓ ଉତ୍ତରାଷାଢା ନକ୍ଷତ୍ର – ମାନସିକ ସୁସ୍ଥତା ଆପଣଙ୍କୁ ଆଜି ସୁଖୀ କରିବ । ପାରିବାରିକ ଓ ଆର୍ଥିକ ସ୍ଥିତି ଅତି ଉତ୍ତମ ରହିବ । କର୍ମକ୍ଷେତ୍ରରେ ଆଶାଜନକ ସଫଳତା ମିଳିବ । ପୂର୍ବାଷାଢା ନକ୍ଷତ୍ର – ଆକସ୍ମିକ ଭାବରେ ଦୁର୍ଘଟଣା ଘଟିବ । ସତର୍କ ସହ ରହି କାର୍ଯ୍ୟ କରନ୍ତୁ, ଅଶାନ୍ତି, ମନାନ୍ତର ପରିବାରର ବାତାବରଣକୁ ଦୂଷିତ କରିବ । ହନୁମାନଙ୍କ ସିନ୍ଦୂର ଲଗାନ୍ତୁ । ଗୁଡ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ ।

ମକର ରାଶି – ଉତ୍ତରଷାଢା ନକ୍ଷତ୍ର ଓ ଧନିଷ୍ଠା ନକ୍ଷତ୍ର – ମାନସିକ ଶାନ୍ତି ଏବଂ ପରିବାର ବର୍ଗଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଫଳତଃ ଆପଣଙ୍କୁ ଆନନ୍ଦ ମିଳିବ । ବ୍ୟବସାୟ କର୍ମକ୍ଷେତ୍ରରେ ଆଶାଜନକ ସଫଳତା ମିଳିବ । ଶ୍ରବଣା ନକ୍ଷତ୍ର – ଭିତହିନ ଆରୋପ ଓ କେତେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ । ପେଟ ଓ ରକ୍ତ ସମ୍ବନ୍ଧୀୟ ରୋଗ ଦ୍ୱାରା ପୀଡିତ ହେବେ । ମିଶ୍ରି ଖାଇ ଜଳ ପିଇ ଭଗବାନ ଗଣେଶଙ୍କୁ ପ୍ରଣାମ କରି କାର୍ଯ୍ୟ କରନ୍ତୁ ।

କୁମ୍ଭ ରାଶି – ଧନିଷ୍ଠ ନକ୍ଷତ୍ର ଓ ପୂର୍ବ ଭାଦ୍ର ନକ୍ଷତ୍ର – ଦେହ ଓ ମନ ଭଲ ରହିବ । ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମକ୍ଷେତ୍ର ଓ ଆର୍ଥିକ କ୍ଷେତ୍ରରେ ସନ୍ତୋ,ଜନକ ଫଳ ମିଳିବ । ଶତଭିଷା ନକ୍ଷତ୍ର – ବିଶ୍ୱସ୍ତ ବ୍ୟକ୍ତି ଆପଣଙ୍କୁ ଧୋକା ଦେବେ ତେଣୁ ସତର୍କ ରୁହନ୍ତୁ । ଉଚ୍ଚକର୍ମକର୍ତ୍ତାମାନଙ୍କ ସହିତ ସୁସମ୍ପର୍କ ରହିବ ନାହିଁ । ତ୍ରିଶାଖା ବେଲପତ୍ର ନିଜ ପାଖରେ ରଖି ଭଗବାନ ଶିବଙ୍କୁ ଦର୍ଶନ କରି କାର୍ଯ୍ୟ ଆରମ୍ଭ କରନ୍ତୁ ।

ମୀନ ରାଶି – ପୂର୍ବଭାଦ୍ର ନକ୍ଷତ୍ର ଓ ଉତ୍ତର ଭାଦ୍ର ନକ୍ଷତ୍ର – ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିବ । ନୂତନ କାର୍ଯ୍ୟରେ ଉନ୍ନତୀ ମିଳିବା ସହିତ ଅର୍ଥଲାଭର ସୁଯୋଗ ରହିଛି । ରେବତୀ ନକ୍ଷତ୍ର – ଧନହାନୀ ପ୍ରାଣପୀଡା ପରିସ୍ଥିତି ସୃଷ୍ଟି ହେବ । କାହା ଉପରେ ବିଶ୍ୱାସ କରି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଅରୁଆ ଚାଉଳକୁ ପାଖରେ ରଖି ଏବଂ ଧଳା ବସ୍ତ୍ର ପରିଧାନ କରି କାର୍ଯ୍ୟ ଆରମ୍ଭ କରନ୍ତୁ ।

                                                                                                                                              ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍‌

କେନ୍ଦୁଝରରେ କରୋନା ଗୁଜବ, ପୁଅ ପାଇଁ ୫ ଟଙ୍କା ଦେଲେ ଶନି ଦେବେ ମୁକ୍ତି !

କେନ୍ଦୁଝର: ସାରା ଦେଶରେ କରୋନା ଭାଇରସ୍‌ କୁ ନେଇ ଚହଳ ପଡ଼ିଛି । କରୋନା ଭୟରେ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପଦକ୍ଷେପ ଆପଣାଉଛନ୍ତି । କେଉଁଠି ହ୍ୟାଣ୍ଡସେକ ଛାଡ଼ି କିଏ ନମସ୍କାର କଲାଣିତ କିଏ ଦେହରେ ପଟି ଲଗାଇ ବୁଲିଲାଣି  । ଓଡ଼ିଶାରେ ମଧ୍ୟ ଏନେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଆପଣେଇଛନ୍ତି । କିନ୍ତୁ ଗାଁ ଗହଳିରେ ଏବେ କରୋନାକୁ ନେଇ ଏକ ଆଶ୍ଚର୍ଯ୍ୟ ପୂର୍ଣ୍ଣ ଘଟଣା ଦେଖିବାକୁ ମିଳୁଛି । ପୂର୍ବରୁ ତୁଳସୀ ଗଛର ପତ୍ର କରୋନାର ରାମବାଣ ବୋଲି ପ୍ରଚାର ହେଲା । ଲୋକ ତୁଳସୀ ଗଛକୁ ନଣ୍ଡା କରିଦେଲେ ।  ଏବେ ଶିନି ମନ୍ଦିରରେ ଟଙ୍କା ଦାନ ଗୁଜବ ।

କେନ୍ଦୁଝର ଏବେ କରୋନା କୋକୁଆ ଭୟରେ ଥରହର । ଭୟ ଏତେ ଯେ, ସବୁ ପ୍ରକାର କଥାକୁ ଲୋକ ବିଶ୍ୱାସ କରୁଛନ୍ତି  । ତେଣିକି ତାହା ମିଛ ହେଉ କି ସତ ।  ଗତକାଲି ମାନେ ଶୁକ୍ରାବାରଠାରୁ ଫାଇଭ୍ ଜି ସ୍ପିଡରେ ଗୁଜବ ଦୌଡୁଛି । ଗୁଜବ ହେଉଛି  ଗୋଟିଏ ପୁତ୍ରରର ପିତାମାତା ଦୁଇଟି ପୁଅର  ବାପାମା’ଙ୍କ ପାଖରୁ ମାତ୍ର ୫ ଟଙ୍କା ଗ୍ରହଣ କରିବେ । ଏମିତି ୭ଟି ପରିବାରରୁ ୫ ଟଙ୍କା ସଂଗ୍ରହ କରିବାକୁ ପଡିବ । ତା’ପରେ ସେହି ଟଙ୍କାକୁ ନେଇ ଶନି ମନ୍ଦିରରେ ପୂଜା କରିବାକୁ ହେବ ।

କରୋନା ଭାଇରସକୁ ନେଇ ମିଛ ଖବର ଦେଉଥିଲେ, ଧରାପଡ଼ି ଜେଲ ଗଲେ ଯୁବକ

କେନ୍ଦୁଝରରେ ଏହି ଗୁଜବ କାଲି ଉଡିବା ପରେ ଶନିବାର ସକାଳୁ ସକାଳୁ ଅବସ୍ଥା ଅସମ୍ଭାଳ ହୋଇପଡିଛି । ଟାଉନ କଥା ଛାଡନ୍ତୁ ଆଖପାଖ ଗାଁର ଲୋକ ଏବେ ଶନି ମନ୍ଦିର ଆଗରେ ଲାଇନ୍ ଲଗାଇଲେଣି । ତା’ସହ ଗୋଟିଏ ପୁଅର ବାପା ମା’ ଏମିତି ବାପା ମା’ଙ୍କୁ ଖୋଜୁଛନ୍ତି ଯେଉମାନଙ୍କର ଦୁଇଟି ପୁଅ ଥିବେ । କେନ୍ଦୁଝର ସିଦ୍ଧମଠରେ ଥିବା  ଶନି ମନ୍ଦିରରେ ଆଜି ପ୍ରବଳ ଭିଡ ଦେଖିବାକୁ ମିଳୁଛି ।

ଶୁକ୍ରବାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର  । କରୋନାକୁ ନେଇ ଗୁଜବ ଉଡାଇଲେ ଦଣ୍ଡ ମିଳିବ ବୋଲି କହି ସାରିଛନ୍ତି । ଏମିତିକି ରାୟଗଡା ଜିଲ୍ଲାରେ ଜଣେ ଯୁବକ ସୋସିଆଲ ମିଡିଆରେ ଏମିତି ମିଛ ଖବର ଉଡାଇ ମାମୁଘର ଦର୍ଶନ କରିସାରିଲେଣି । ତଥାପି ଲୋକଙ୍କ ଉର୍ବର ମସ୍ତିଷ୍କରୁ ଗୁଜବ କମ୍ପୋଷ୍ଟ ବାହାରୁଛି ।

ଲାଗୁଛି କିଛି ଲୋକ ମହାମାରୀ ଭିତରେ ମହାମଜା ନେବାକୁ ଚାହୁଁଛନ୍ତି । ମନେ ରଖନ୍ତୁ ବିଶ୍ୱାସ ଭଲ । ଇଶ୍ୱର ଭକ୍ତି ମଧ୍ୟ ଭଲ । କିନ୍ତୁ ଇଶ୍ୱରଙ୍କ ନାମରେ ଗୁଜବ ଉଡାଇବା ସବୁଠୁ ବଡ ଭୁଲ । ଆପଣଙ୍କ ଗୁଜବ ଦେଶ ଓ ରାଜ୍ୟ ପାଇଁ ମହଙ୍ଗା ପଡିପାରେ । ଲୋକ ଆତଙ୍କିତ ହୋଇ ପାରନ୍ତି । ତେଣୁ ନିଜେ ଗୁଜବ ଉଡାନ୍ତୁ ନାହିଁ କି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ।

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ପୁନଃଗଠନ ସ୍କିମ୍ ଅନୁମୋଦିତ, ମାର୍ଚ୍ଚ ୧୮ରୁ ଉଠିବ ପ୍ରତିବନ୍ଧକ

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ପୁନଃଗଠନ ସ୍କିମ୍ ଅନୁମୋଦିତ, ମାର୍ଚ୍ଚ ୧୮ରୁ ଉଠିବ ପ୍ରତିବନ୍ଧକ