spot_img
Home Blog Page 7475

୨୦୨୧ରେ ଆରମ୍ଭ ହେବ ନୋଟାରୀଙ୍କ ପାଇଁ ଅନ୍‌-ଲାଇନ୍‌ ରିଟର୍ଣ୍ଣ ଦାଖଲ ବ୍ୟବସ୍ଥା

ଭୁବନେଶ୍ୱର: ନୋଟାରୀଙ୍କ ପାଇଁ ଅନ୍‌ଲାଇନ୍‌ ରିଟର୍ଣ୍ଣ ଦାଖଲ ବ୍ୟବସ୍ଥା । ଏଣିକି ଅନ୍‌-ଲାଇନ୍‌ରେ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବେ ନୋଟାରୀ । ୨୦୨୧ରୁ ଏହି ବ୍ୟବସ୍ଥା ଲାଗୁ ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି ।

ପେପରଲେସ୍‌ ବ୍ୟବସ୍ଥା ଓ ତଥ୍ୟର ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଛି ଆଇନ ବିଭାଗ । ଏଥିପାଇଁ କମ୍‌ ସମୟ ମଧ୍ୟ ଲାଗିବ ।ନୋଟାରୀଙ୍କ ପାଇଁ ବାର୍ଷିକ ରିଟର୍ଣ୍ଣ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଆଇନ ବିଭାଗ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି ।

ରିଟର୍ଣ୍ଣ ଦାଖଲ ପାଇଁ ଆଇନ ବିଭାଗର ଓ୍ୱେବ୍‌ସାଇଟ୍‌ରେ ଫର୍ମ ମିଳିବ । ଏନେଇ ସବୁ ଜିଲ୍ଲା ଓ ଦୌରାଜଜ୍‌ଙ୍କୁ ଆଇନ ବିଭାଗ ଚିଠି ଲେଖିଛି । ସେମାନେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଚିଠିରେ ଉଲ୍ଲେଖ ରହିଛି ।

 

୨ ମହିଳାଙ୍କ ଉପରେ ମାଡ଼ିଗଲା ବସ୍, ଜଣେ ମୃତ, ଜଣେ ଆହତ

ପିପିଲି: ପୁରୀ ଜିଲ୍ଲା କରମଳା ସ୍ଥିତ ଶାନ୍ତି ଆନନ୍ଦାଶ୍ରମରେ ଅଘଟଣ । ତୀର୍ଥଯାତ୍ରୀଙ୍କୁ ନେଇ ଆସିଥିବା ଏକ ବସ୍‌ ପଛକୁ ଯିବା ବେଳେ ଦୁଇଜଣ ମହିଳାଙ୍କ ଉପରେ ମାଡ଼ି ଯାଇଥିଲା । ଏଥିରେ ଜଣେ ପ୍ରାଣ ହରାଇଛନ୍ତି, ଆଉ ଜଣେ ଆହତ ହୋଇଛନ୍ତି ।

ତୀର୍ଥଯାତ୍ରୀଙ୍କୁ ନେଇ ବସ୍‌ଟି କେନ୍ଦ୍ରାପଡ଼ା ଜିଲ୍ଲାରୁ କରମଳା ଶାନ୍ତି ଆନନ୍ଦାଶ୍ରମକୁ ଆସିଥିଲା । ବସ୍‌ଟି ପଛକୁ ଯିବା ବେଳେ ଡ୍ରାଇଭରଙ୍କ ଅସାବଧାନତାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ନୟନା ସାହୁ ନାମକ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସମୁଦୁଣୀ ଆହତ ହୋଇଛନ୍ତି ।

ହାଲଓ୍ୱା ବଣ୍ଟନ ପରେ ଆରମ୍ଭ ହେବ ବଜେଟ୍‌ ଦସ୍ତାବିଜ ଛାପା କାମ

ନୂଆଦିଲ୍ଲୀ: ଆଜିଠାରୁ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଦସ୍ତାବିଜ ଛାପା କାମ ଆରମ୍ଭ ହେବ । ଏଥିପାଇଁ ପ୍ରଥମେ ହାଲଓ୍ୱା ଉତ୍ସବ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଅନ୍ୟମାନେ ଯୋଗଦେବେ ।

FILE

ହାଲଓ୍ୱା ପ୍ରସ୍ତୁତି ପରେ ତାକୁ ନର୍ଥ ବ୍ଲକରେ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ ହେବ । ପାରମ୍ପରିକ ଉତ୍ସବ ପରେ ବଜେଟ ଛାପା କାର୍ଯ୍ୟ ଆରମ୍ଭ ହେବ । ଫେବ୍ରୁଆରୀ ୧ରେ ବଜେଟ ଉପସ୍ଥାପନ ହେବ । ତେଣୁ ପ୍ରାୟ ୧୦ ଦିନ ଧରି ବଜେଟ ଛାପା ସହ ଜଡ଼ିତ ଅଧିକାରୀ ଓ କର୍ମଚାରୀ ମାନେ ନର୍ଥବ୍ଲକର ବେସମେଣ୍ଟରେ ରହିବେ ।

FILE

ସଂସଦରେ ବଜେଟ୍‌ ଉପସ୍ଥାପନ ପରେ ହିଂ ସେମାନେ ସେଠାରୁ ବାହାରିବେ । ବାର୍ଷିକ ବଜେଟ୍‌ ପ୍ରସ୍ତାବରେ ରଖାଯାଇଥିବା ବିଷୟ ଗୁଡ଼ିକ ଲୋକ ଲୋଚନକୁ ନଆସିବା ପାଇଁ ଏହି ସତର୍କତା ଅବଲମ୍ବନ କରାଯାଏ ।

FILE

ଜେ.ପି ନଡ୍ଡା ବିଜେପି ରାଷ୍ଟ୍ରୀୟ ସଭାପତି !: ଘୋଷଣାକୁ ଅପେକ୍ଷା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜଗଦ ପ୍ରସାଦ ନଡ୍ଡା ନାମାଙ୍କନ ପତ୍ର ଦାଖଲ କରିଛନ୍ତି  । ଜେ.ପି ନଡ୍ଡା ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଆଜି ନାମଙ୍କନ କରିଛନ୍ତି । ଆଉ କେହି ନାମାଙ୍କନ ଭରିବା ନେଇ ଆଶାକରାଯାଉନଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚୟ । ସନ୍ଧ୍ୟା ସୁଦ୍ଧା ନାମ ଘୋଷଣା କରାଯିବା ନେଇ ଆଶା କରାଯାଉଛି । ଏଥିସହିତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନୂଆ ଅଧ୍ୟକ୍ଷକଙ୍କୁ ସମ୍ମାନୀତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀଭାବେ ଦାୟିତ୍ୱ ଗ୍ରହଣ ପରେ ଅମିତ ଶାହା ଦଳର ସଭାପତି ପଦବୀ ଛାଡ଼ିବେ ବୋଲି କୁହାଯାଇଥିଲା । କିନ୍ତୁ ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନଥିବାରୁ ଶାହାଙ୍କ କାର୍ଯ୍ୟକାଳ ବଢ଼ାଯିବା ସହ ନଡ୍ଡାଙ୍କୁ କାର୍ଯ୍ୟକାରୀ ସଭାପତିଭାବେ ନିଯୁକ୍ତି ଦିଆଯାଇଥିଲା । ନାମାଙ୍କନ ପତ୍ର ଦାଖଲ ବେଳେ ଅମିତ ଶାହା, ରାଜନାଥ ସିଂହ ଓ ନୀତୀନ ଗଡ଼କରୀଙ୍କ ଭଳି ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ମାତ୍ର ୨ ଘଣ୍ଟାରେ ଆପଣ ପହଞ୍ଚିବେ ସୁରଟରେ, ଭୁବନେଶ୍ୱରରୁ ସୁରଟକୁ ଆରମ୍ଭ ହେଲା ବିମାନ ସେବା

ଭୁବନେଶ୍ୱର: ମାତ୍ର ୨ ଘଣ୍ଟାରେ ଆପଣ ପହଞ୍ଚିବେ ସୁରଟ । କାରଣ ଆଜିଠୁ ଆରମ୍ଭ ହୋଇଛି ଭୁବନେଶ୍ୱରରୁ ସୁରଟକୁ ସିଧାସଳଖ ବିମାନ ସେବା । ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସକାଳ ୮ଟା ୪୦ରେ ଉଡ଼ାଣ ଭରିଛି ଏୟାର ଇଣ୍ଡିଆ ବିମାନ । ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ସୁରଟକୁ ବିମାନ ଉଡ଼ିବ । ସେହିଭଳି ସୁରତରୁ ଭୁବନେଶ୍ୱରକୁ ଶୁକ୍ରବାର ଓ ରବିବାର ଦିନ ବିମାନ ଚଳାଚଳ କରିବ ।

ଏଥିପାଇଁ ଯାତ୍ରୀଙ୍କୁ ୫ ହଜାର ୫୫୩ ଟଙ୍କା ଦେବାକୁ ପଡ଼ିବ । ଏହି ବିମାନରେ ଥରକେ ୧୮୦ ଜଣ ଯାତ୍ରା କରିପାରିବେ । ଓଡ଼ିଶାରୁ ସୁରତକୁ ସିଧାସଳଖ ବିମାନ ଉଡ଼ାଣ ନେଇ ବହୁଦିନରୁ ଦାବି ହୋଇଆସୁଥିଲା । ୨୦୧୮ରେ କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟକୁ ଏନେଇ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ ଜୁଲାଇ ୨୨ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ପୁରୀଙ୍କୁ ଭେଟି ଦାବି ଜଣାଇଥିଲେ ।

 

ଏହାପରେ ଏହି ଅନୁରୋଧକୁ ସ୍ୱୀକୃତି ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରୁ ସିଧାସଳଖ ସୁରତକୁ ବିମାନ ଚଳାଚଳକୁ ମଞ୍ଜୁରି ମିଳିବା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

 

ପିକନିକ୍ ବସକୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍, ୭ ପର୍ଯ୍ୟଟକ ଗୁରୁତର

ଜଳେଶ୍ୱର: ୬୦ ନମ୍ବର ଜାତୀୟ ରାଜପଥ ନନ୍ଦିକା ଛକ ନିକଟରେ ପିକନିକ୍ ବସକୁ ପଛପଟୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ । ୭ ଜଣ ପର୍ଯ୍ୟଟକ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଗୁରୁତରଙ୍କୁ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକ । ପଶ୍ଚିମବଙ୍ଗର ପର୍ଯ୍ୟଟକ ମାନେ ପୁରୀରୁ କଲିକତା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି  ।

ସମସ୍ତ ଆହତଙ୍କ ଘର ପଶ୍ଚିମବଙ୍ଗ ବୋଲି ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଗୋରୁ ବୋଝେଇ ଟ୍ରକକୁ ଜବଦ କରିଛି । ଡ୍ରାଇଭର ଏବଂ ହେଲପର ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ଯାଜପୁରରେ ହାତୀ ଆକ୍ରମଣରେ ଜଣେ ମୃତ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଶାଳୀଜଙ୍ଗା ପଞ୍ଚାୟତର ବେଣାପଟିଆ ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ସେହି ଗ୍ରାମର ବେଣୁଧର ସିଦ୍ଧୁ।ସୂଚନା ମୁତାବକ ରାତି ପ୍ରାୟ ୧୦ଟାରେ ଏକ ବଣୁଆ ହାତୀ ଗ୍ରାମକୁ ପ୍ରବେଶ କରି ବେଣୁଧରଙ୍କ ବାଡ଼ିରେ ଛଣ କୁଟା ଖାଉଥିଲା।

ଏହା ଦେଖି ବେଣୁଧରଙ୍କ ସ୍ତ୍ରୀ ଡାକ ପକାଇବାରୁ ବେଣୁଧର ବାହାରକୁ ଆସି ହାତୀକୁ ଘଉଡାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ହାତୀଟି ବେଣୁଧରଙ୍କୁ ଘୋଷାଡ଼ି ଆଣି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଟିକୁ ଘଉଡ଼ାଇବାକୁ ପ୍ରୟାସ ଜାରି ରଖିଛନ୍ତି।

ଆଜିଠାରୁ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଦସ୍ତାବିଜ ଛାପା କାମ ଆରମ୍ଭ

ନୂଆଦିଲ୍ଲୀ: ଆଜିଠାରୁ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଦସ୍ତାବିଜ ଛାପା କାମ ଆରମ୍ଭ ହେବ । ଏଥିପାଇଁ ପ୍ରଥମେ ହାଲୱା ଉତ୍ସବ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଅନ୍ୟମାନେ ଯୋଗଦେବେ । ହାଲୱା ପ୍ରସ୍ତୁତି ପରେ ତାକୁ ନର୍ଥ ବ୍ଲକରେ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ ହେବ । ପାରମ୍ପରିକ ଉତ୍ସବ ପରେ ବଜେଟ ଛାପା କାର୍ଯ୍ୟ ଆରମ୍ଭ ହେବ । ଫେବ୍ରୁଆରୀ ୧ରେ ବଜେଟ ଉପସ୍ଥାପନ ହେବ ।

ତେଣୁ ପ୍ରାୟ ୧୦ ଦିନ ଧରି ବଜେଟ ଛାପା ସହ ଜଡିତ ଅଧିକାରୀ ଓ କର୍ମଚାରୀ ମାନେ ନର୍ଥବ୍ଲକର ବେସମେଣ୍ଟରେ ରହିବେ । ସଂସଦରେ ବଜେଟ ଉପସ୍ଥାପନ ପରେ ହିଁ ସେମାନେ ସେଠାରୁ ବାହାରିବେ । ବାର୍ଷିକ ବଜେଟ ପ୍ରସ୍ତାବରେ ରଖାଯାଇଥିବା ବିଷୟ ଗୁଡିକ ଲୋକ ଲୋଚନକୁ ନଆସିବା ପାଇଁ ଏହି ସତର୍କତା ଅବଲମ୍ବନ କରାଯାଏ ।