spot_img
Home Blog Page 7479

ତିନି ଦିନରେ ସେସୁ ଆଦାୟ କଲାଣି ୧୪ କୋଟି ୯୧ ଲକ୍ଷ ଟଙ୍କା ବକେୟା ବଦ୍ୟୁତ ବିଲ୍‌

ଜୋରସୋରରେ ବକେୟା ବିଦ୍ୟୁତ ବିଲ୍‌ ଆଦାୟ କରୁଛି ସେସୁ । ତାରିଖ ଘୋଷଣାର ତୃତୀୟ ଦିନରେ ୪ କୋଟି ୮୬ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ଏଥିସହ ୧ ହଜାର ୬୨୨ଟି ବ୍ୟବସାୟିକ ଅନୁଷ୍ଠାନର ବିଦ୍ୟୁତ ଯୋଗାଯୋଗ ବିଛିନ୍ନ କରାଯାଇଛି ।

ମୋଟ ତିନି ଦିନରେ ୧୪ କୋଟି ୯୧ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ୫ ହଜାର ୧୨୩ଟି ସ୍ଥାନରେ ବିଦ୍ୟୁତ ଯୋଗାଯୋଗ ବିଛିନ୍ନ ହୋଇଛି । ଆଜି ରବିବାର ସତ୍ୱେ ସେସୁ ପକ୍ଷରୁ ବିଦ୍ୟୁତ ବିଲ୍‌ ଆଦାୟ କରାଯିବ । ବିଲ୍‌ ଆଦାୟ ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି ।

ଓଡ଼ିଶାରେ ହେବ ମୁଖ୍ୟମନ୍ତ୍ରୀ ସମ୍ମିଳନୀ

ଭୁବନେଶ୍ୱର: ଜାନୁଆରୀ ୩୧ରେ ମୁଖ୍ୟମନ୍ତ୍ରୀ ସମ୍ମିଳନୀ । ଚଳିତବର୍ଷ ଏହି ସମ୍ମିଳନୀକୁ ଆୟୋଜନ କରୁଛି ଓଡ଼ିଶା । ରାଜ୍ୟ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଓ ତଥ୍ୟ ଆଦାନ ପ୍ରଦାନ ଏହି ସମ୍ମିଳନୀର ଲକ୍ଷ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ  ହେମନ୍ତ ସୋରେନ୍‌, ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବକି ନାହିଁ ସ୍ପଷ୍ଠ ହୋଇନାହିଁ । ସେପଟେ କେନ୍ଦ୍ର ଗହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ହେବାର ପରମ୍ପରା ରହିଛି । ହେଲେ ଗୃହମନ୍ତ୍ରୀ ଅମିତ ଶାହା , ଗୃହ ରାଷ୍ଟ୍ରମନ୍ତ୍ରୀ କିଶନ ରେଡ୍ଡି ଯୋଗଦେବେକି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇପାରିନି  ।

କଳିଙ୍ଗ ଷ୍ଟାଡିୟମ୍‌ରେ ଟିମ୍‌ ଇଣ୍ଡିଆର କମାଲ୍‌: ନେଦରଲ୍ୟାଣ୍ଡସ୍ ବିପକ୍ଷ ମ୍ୟାଚ୍‌ରେ ୫-୨ରେ ବିଜୟୀ

ଭୁବନେଶ୍ୱର: କଳିଙ୍ଗରେ କମାଲ କଲା ଟିମ ଇଣ୍ଡିଆ। ନେଦରଲ୍ୟାଣ୍ଡସ୍ ବିପକ୍ଷ ମ୍ୟାଚ୍‌କୁ  ୫-୨ ଗୋଲରେ ଜିତିଲା ଟିମ ଇଣ୍ଡିଆ । ଶକ୍ତିଶାଳୀ ନେଦରଲ୍ୟାଣ୍ଡସ୍‌କୁ ବଡ଼ ବ୍ୟବଧାନରେ ହରାଇ ବିଶ୍ୱକପ ପରାଜୟର ପ୍ରତିଶୋଧ ନେଇଛି ଇଣ୍ଡିଆ।

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଗତ ବିଶ୍ୱକପରେ ନେଦରଲ୍ୟାଣ୍ଡସ୍‌ ଠାରୁ ହାରି ବିଶ୍ୱକପରୁ ବାହାର ହୋଇଯାଇଥିଲା ଆୟୋଜକ ଇଣ୍ଡିଆ। ତାହାର ଆଜି ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ।

 ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗର ଏହି ମ୍ୟାଚରେ ଭାରତ ନେଦରଲ୍ୟାଣ୍ଡସ୍‌କୁ ୫-୨ ଗୋଲରେ ପରାସ୍ତ କରିଛି। ମ୍ୟାଚ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା। ମ୍ୟାଚ ଆରମ୍ଭର ମାତ୍ର୧୩ ସେକେଣ୍ଡରେ ଭାରତ ଏକ ଗୋଲ କରିବାରେ ସକ୍ଷମ ହୋଇଥିଲା।

ମନ୍‌ଦୀପ ସିଂହ ଏହି ଗୋଲ ସ୍କୋର କରିଥିଲେ। ଏହାପରେ ନେଦରଲ୍ୟାଣ୍ଡସ୍‌ ଖେଳାଳିଙ୍କୁ ଚକମା ଦେଇ ଗୋଟିଏ ପରେ ଗୋଟିଏ ଗୋଲ ସ୍କୋର କରିଥିଲେ ଭାରତୀୟ ଖେଳାଳି। ଆସନ୍ତା କାଲି ପୁଣି ଥରେ ଏହି କଳିଙ୍ଗ ଷ୍ଟାଡିୟମରେ ନେଦରଲ୍ୟାଣ୍ଡ ଓ ଭାରତ ମଧ୍ୟରେ ମୁକାବିଲା ହେବ।

୮ ବର୍ଷରେ ୪୪ ଦୋଷୀଙ୍କ ୩୨ କ୍ଷମା ଆବେଦନ ଖାରଜ: ଫାଶୀ ପାଇଛନ୍ତି ୩ ଜଣ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଜଣ ଦୋଷୀଙ୍କ ମଧ୍ୟରୁ ଜଣଙ୍କ କ୍ଷମା ଆବେଦନକୁ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦ୍ୱିତୀୟ ଥର ପାଇଁ କ୍ଷମା ଆବେଦନକୁ ଖାରଜ କରିଛନ୍ତି । ଏହା ପୂର୍ବରୁ ୨୦୧୮ରେ ଜଣେ ପରିବାର ୬ ଜଣ ସଦସ୍ୟଙ୍କ ହତ୍ୟା ମାମଲାର ଦୋଷୀ ଜଗତ ରାୟର କ୍ଷମା ଆବେଦନକୁ ଖାରଜ କରିଥିଲେ ।

କୌଣସି ଦୋଷୀଙ୍କ କ୍ଷମା ଆବେଦନ ଖାରଜ ହେବ ପରେ ଫାଶୀ ପାଇବା ଏକ ପ୍ରକାର ଥୟ । କିନ୍ତୁ ମିଳିଥିବା ତଥ୍ୟ ଅନୁଯାୟୀ ଜୁଲାଇ ୨୦୧୨ଠାରୁ ଏଯାଏଁ ୪୪ ଦୋଷୀଙ୍କ ମଧ୍ୟରୁ ୩୨ ରାଜକ୍ଷମା ଆବେଦନ ଖାରଜ ହୋଇଛି । ଏଥିମଧ୍ୟରୁ କେବଳ ୩ ଜଣଙ୍କୁ ଫାଶୀ ହୋଇଥିବା ବେଳେ ୭ ଜଣ ଦୋଷୀଙ୍କ ଦଣ୍ଡାଦେଶରେ ପରିବର୍ତ୍ତନ କରାଯାଇଛି । ଫାଶୀ ଦଣ୍ଡାଦେଶକୁ ଅଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଛି । ତେବେ ଫାଶୀ ପାଇଥିବା ୩ ଜଣ ହେଲେ  ଅଜମଲ କସାବ, ଅଫଜଲ୍ ଗୁରୁ ଓ ୟାକୁବ ମେନନ୍‌ ।

ଅଜମଲ କସାବ: ମୁମ୍ବାଇ ଆକ୍ରମଣରେ ସାମିଲ ଆତଙ୍କୀ ଅଜମଲ କସାବ ୧୫ ନଭେମ୍ୱର ୨୦୧୨ରେ ରାଜ କ୍ଷମା ପାଇଁ ଆବେଦନ କରିଥିଲେ । କିନ୍ତୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହାକୁ ଖାରଜ କରିଥିଲେ ।

୨୬ ନଭେମ୍ୱର ୨୦୦୮ରେ ହୋଇଥିବା ମୁମ୍ୱାଇ ଆକ୍ରମଣ ଘଟଣାରେ ୧୬୬ ଲୋକଙ୍କ ମୃତ୍ୟୁ ହୋଇଥିଲା । କସାବ ୨୧ ନଭେମ୍ୱର ୨୦୧୨ରେ ଫାଶୀ ଦିଆଯାଇଥିଲା ।

ଅଫଜଲ୍‌ ଗୁରୁ: ସଂସଦ ଉପରେ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ୧୩ ଡିସେମ୍ୱର ୨୦୦୧ରେ ୫ ଆତଙ୍କୀ ସଂସଦ ପରିସରକୁ ଭିତରକୁ ପଶି ଆଖିବୁଝା ଗୁଳିମାଡ଼ କରିଥିଲେ । ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ ଅଫଜଲ ଗୁରୁ ୨୦୧୧ରେ ରାଜକ୍ଷମା ନେଇ ଆବେଦନ କରିଥିଲେ ।

୩ ଫେବ୍ରୁଆରୀ ୨୦୧୩ରେ ଏହା ଖାରଜ ହୋଇଥିଲା । ଏହା ପରେ ୯ ଫେବ୍ରୁଆରୀ ୨୦୧୩ରେ ଆଫଜଲ୍‌ ଗୁରୁକୁ ଫାଶୀ ଦିଆଯାଇଥିଲା ।

ୟାକୁବ ମେନନ୍: ୧୨ ମାର୍ଚ୍ଚ ୧୯୯୩ରେ ମୁମ୍ୱାଇରେ ୧୨ ସିରିଏଲ୍‌ ବ୍ଳାଷ୍ଟ ହୋଇଥିଲା । ଏଥିରେ ୨୫୭ ଜଣ ଲୋକ ପ୍ରାଣ ହରାଇଥିଲେ । ଆକ୍ରମଣର ମୁଖ୍ୟ କାର୍ପୋଟଦାର ୟାକୁବ ମେନନ୍‌ ୧୪ ମାର୍ଚ୍ଚ ୨୦୧୪ରେ ରାଜକ୍ଷମା ପାଇଁ ଆବେଦନ କରିଥିଲା । ୧୧ ଆପ୍ରେଲ ୨୦୧୪ରେ ଏହାକୁ ଖାରଜ କରିଦିଆଯାଇଥିଲା । ଏହା ପରେ ପୁଣି ଫାଶୀ ପାଇବାର ଗୋଟିଏ ଦିନ ପୂର୍ବରୁ ୨୯ ଜୁଲାଇ ୨୦୧୫ରେ ପୁଣି ରାଜକ୍ଷମା ପାଇଁ ଆବେଦନ କରାଯାଇଥିଲା ।

କିନ୍ତୁ ପୁଣି ଖାରଜ ହୋଇଥିଲା ଆବେଦନ । ୟାକୁବ ମେନନ୍‌ର ଓକିଲ ଫାଶୀକୁ ଅଟକାଇବା ପାଇଁ ପୁଣି ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲା ।  ରାତି ୩ଟାରେ ବସିଥିଲା କୋର୍ଟ । କିନ୍ତୁ ପୁଣି ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଥିଲେ । ଆଉ ୟାକୁବ ମେନନର ଜନ୍ମଦିନ ୩୦ ଜୁଲାଇ ୨୦୧୫ରେ ଦିଆଯାଇଥିଲା ଫାଶୀ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏ ଯାଏଁ ୨ ଜଣଙ୍କ ରାଜକ୍ଷମା ଆବେଦନ ଖାରଜ କରିଛନ୍ତି । ଗୋଟିଏ ପରିବାର ୬ ଜଣଙ୍କୁ ହତ୍ୟା ମାମଲାର ଦୋଷୀ ଜଗତ ରାୟ ଓ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଜଣେ ଦୋଷୀ  ମୁକେଶ ସିଂହର ଆବେଦନକୁ ଖାରଜ କରିଛନ୍ତି ।

ବିଗତ ୮ ବର୍ଷ ମଧ୍ୟରେ ୪ ଜଣ ମହିଳାଙ୍କ କ୍ଷମା ଆବେଦନ ଖାରଜ ହୋଇଛି । ଏହି ମହିଳାଙ୍କ ମଧ୍ୟରେ ୨ ଭଉଣୀ ମଧ୍ୟ ରହିଛନ୍ତି । ଏହି ୨ ଭଉଣୀ ହେଲେ ରେଣୁକା ସିନ୍ଧେ ଓ ସୀମା ଗୋବିତ । ସେମାନେ ନିଜ ମା’ ଅଞ୍ଜନା ଗୋବିତଙ୍କ ସହ ମିଶି ୧୯୯୦ରୁ ୧୯୯୬ ମଧ୍ୟରେ ପୁନେର ୪୨ ଜଣ ଶିଶୁଙ୍କୁ ହତ୍ୟା କରିଛନ୍ତି । ୧୯୯୮ରେ ଅଞ୍ଜନା ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । ଏହାପରେ ୨  ଭଉଣୀଙ୍କୁ  ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏମାନେ ୨୦୧୩ ରେ ରାଜ କ୍ଷମା ପାଇଁ ଆବେଦନ କରିଥିଲେ । ୭ ଜୁଲାଇ ୨୦୧୪ରେ ଖାରଜ ହୋଇଥିଲା

ସମ୍ପତ୍ତିକୁ ନେଇ ନିଜ ପିତାଙ୍କ ସମେତ ୮ଜଣଙ୍କୁ ହତ୍ୟା କରିଥିବା ସୋନିଆଙ୍କ ରାଜ କ୍ଷମା ଆବେଦନ ମଧ୍ୟ ଖାରଜ ହୋଇଛି । ସେ ନିଜ ସ୍ୱାମୀ ସଞ୍ଜୀବଙ୍କ  ମିଶି ଏହି ହତ୍ୟାକାଣ୍ଡ  ଭିଆଇଥିଲେ । ୨୯ ଜୁନ୍ ୨୦୧୩ରେ ଉଭୟଙ୍କ ରାଜ କ୍ଷମା ଆବେଦନ ଖାରଜ ହୋଇଥିଲେ ମଧ୍ୟ ଏଯାଏଁ ସେମାନଙ୍କୁ ଫାଶୀ ଦିଆଯାଇନାହିଁ ।

ଶବନମ୍‌ ନାମକ ଜଣେ ମହିଳାଙ୍କ ମଧ୍ୟ ରାଜକ୍ଷମା ଆବେଦନ ଖାରଜ ହୋଇଛି । ଅପ୍ରେଲ୍‌ ୨୦୦୮ରେ ନିଜ ପ୍ରେମିକ ସଲିମ୍‌ ସହ ମିଶି ନିଜ ପରିବାରର ୭ ଜଣ ଲୋକଙ୍କୁ ହତ୍ୟା କରିଥିଲେ । ତାଙ୍କ ପରିବାର ଲୋକ ତାଙ୍କ ବାହାଘରକୁ ବିରୋଧ କରିଥିଲେ । ସେମାନଙ୍କୁ ମାନ୍ୟବର କୋର୍ଟ ଫାଶୀ ଦଣ୍ଡ ଶୁଣାଇଛନ୍ତି । ୭ ଅଗଷ୍ଟ ୨୦୧୬ରେ ସେମାନଙ୍କ ରାଜକ୍ଷମା ଆବେଦନ ମଧ୍ୟ ଖାରଜ ହୋଇଛି ।

ଆଇନ ବିଷାରଦଙ୍କ କହିବା ହେଲା ଯେ, ରାଜକ୍ଷମା ଖାରଜ ପରେ ଫାଶୀ ଦେବାରେ ବିଳମ୍ୱର ୨ ଟି କାରଣ ରହିଛି ।

୧. ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଆବେଦନ ଖାରଜ ପରେ ଯଦି ପୁଣି ମାମଲା କୋର୍ଟକୁ ଆସିଯାଇଥିବ ।  ଯେଉଁଥି ପାଇଁ ଦୋଷୀଙ୍କ ନାଁରେ ଡେଥ୍‌ ଓ୍ୱାରେଣ୍ଟ ଜାରି ହୋଇ ପାରିନଥିବ ।

୨. କିଛି ଦୋଷୀ ବିରୋଧରେ ଜାରି ଫାଶୀ ଦଣ୍ଡାଦେଶରେ ପରିବର୍ତ୍ତ କରାଯାଇ ତାକୁ ଆଜୀବନ କାରାଦଣ୍ଡ କରାଯାଇଛି । ୧୯୯୩ ଦିଲ୍ଲୀ ବିସ୍ଫୋରଣ ମାମଲାର ଦୋଷୀ ଦେବେନ୍ଦ୍ର ପାଲ ସିଂହ ଭୁଲ୍ଲଙ୍କ ରାଜ କ୍ଷମା ଆବେଦନ ଖାରଜ ହୋଇଯାଇଥିଲା । ଆଉ ତାଙ୍କ ଦ୍ୱାରା ଆବେଦନ ରାଜ କ୍ଷମା ଆବେଦନ ଖାରଜ ହେବାରେ ୮ ବର୍ଷ ସମୟ ଲାଗିଥିଲା । ୨୦୦୩ରେ ଆବେଦନ କରିଥିବା ବେଳେ ୨୦୧୧ ଖାରଜ ହୋଇଥିଲା । ପରେ ୨୦୧୪ରେ ମାନ୍ୟବର ସୁପ୍ରିମକୋର୍ଟ ତାଙ୍କ ପ୍ରତି ଜାରି ଫାଶୀ ଦଣ୍ଡାଦେଶରେ ପରିବର୍ତ୍ତନ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ଇନ୍ଦିରାଙ୍କ ମୁହଁରେ ସୋନିଆଙ୍କ ଉଦାହରଣ, ବିରକ୍ତ ହେଲେ ଆଶା ଦେବୀ

ନୂଆଦିଲ୍ଲୀ: ଇନ୍ଦିରାଙ୍କ ମୁହଁରେ ସୋନିଆଙ୍କ ଉଦାହରଣ । ବିରକ୍ତ ହେଲେ ଆଶା ଦେବୀ । ନିର୍ଭୟା ଦୋଷୀଙ୍କୁ ଫାଶିଦଣ୍ଡରୁ କ୍ଷମା କରିବା ପାଇଁ ଆଇନଜୀବୀ ଇନ୍ଦିରା ଜୟସିଂଙ୍କ ପରାମର୍ଶ ପରେ ଝଡ଼ ସୃଷ୍ଟି ହୋଇଛି । ନିର୍ଭୟାଙ୍କ ମାଆ ଆଶା ଦେବୀ ପାଲଟା ପ୍ରଶ୍ନ କରିଛନ୍ତି, ଇନ୍ଦିରା ପରାମର୍ଶ ଦେବାକୁ କିଏ । ଇନ୍ଦିରାଙ୍କ ଭଳି ଲୋକଙ୍କ ପାଇଁ ଦେଶରେ ଦୁଷ୍କର୍ମ ବଢ଼ୁଛି ବୋଲି ଆଶା ଦେବୀ କହିଛନ୍ତି ।

ସୋନିଆଙ୍କ ପରି ବଡ ହୃଦୟ ରଖନ୍ତୁ ଆଶା ଦେବୀ

ନିର୍ଭୟା ଦୋଷୀଙ୍କୁ ମୃତ୍ୟୁଦଣ୍ଡରୁ କ୍ଷମା କରନ୍ତୁ

ଆଶା ଦେବୀଙ୍କୁ ସୁପ୍ରିମକୋର୍ଟ ଓକିଲ ଇନ୍ଦିରା ଜୟସିଂଙ୍କ ପରାମର୍ଶ

ନିର୍ଭୟା ଦୋଷୀଙ୍କୁ ମୃତ୍ୟୁଦଣ୍ଡରୁ କ୍ଷମା ଦେବାକୁ ଅପିଲ କରିଛନ୍ତି ସୁପ୍ରିମକୋର୍ଟ ଆଇନଜୀବୀ ଇନ୍ଦିରା ଜୟସିଂ । ସୋନିଆଙ୍କ ପରି ଦୋଷୀଙ୍କୁ ଆଶାଦେବୀ କ୍ଷମା ଦିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ଦେଶର ଜଣାଶୁଣା ଓକିଲଙ୍କ ଏଭଳି ପରାମର୍ଶ ପରେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ନିର୍ଭୟାଙ୍କ ମାଆ ଆଶା ଦେବୀ । ସେ ପାଲଟା ପ୍ରଶ୍ନ କରିଛନ୍ତି, ତାଙ୍କୁ ପରାମର୍ଶ ଦେବାକୁ ଇନ୍ଦିରା ଜୟସିଂ କିଏ ? ଏଭଳି ପରାମର୍ଶ ଦେବାକୁ ତାଙ୍କର ସାହାସ କେମିତି ହେଲା? ସୁପ୍ରିମକୋର୍ଟରେ ତାଙ୍କ ସହ ଅନେକ ଥର ସାକ୍ଷାତ ହୋଇଛି । ତେବେ ସେ କେବେ ବି ଏହି ମାମଲାରେ ପଚାରି ବୁଝିନାହାନ୍ତି । ଏଭଳି ଦୁଷ୍କର୍ମକାରୀଙ୍କୁ ସମର୍ଥନ କରି ନିଜ ଜୀବିକାକୁ ବଞ୍ଚାଇ ରଖୁଛନ୍ତି । ସେ ଆହୁରି ଅନେକ କଥା କହିଛନ୍ତି । ଏଭଳି ଲୋକଙ୍କ ପାଇଁ ଦେଶରେ ବଢ଼ୁଛି ଦୁଷ୍କର୍ମ ସଂଖ୍ୟା । ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାକୁ ସାରା ଦେଶ ଚାହୁଁଛି  । ଏଭଳି ସ୍ଥିତିରେ ଭଗବାନ କହିଲେ ବି ମୁଁ ଦୋଷୀଙ୍କୁ କ୍ଷମା ଦେବିନାହିଁ ବୋଲି ନିର୍ଭୟାଙ୍କ ମାଆ କହିଛନ୍ତି ।

ଏଠି ଆପଣ ଜାଣିବାକୁ ଚାହୁଁଥିବେ ଇନ୍ଦିରା କାହିଁକି ଦେଲେ ସୋନିଆଙ୍କ ଉଦାହରଣ । ଏହାପଛରେ କଣ ରହିଛି କାରଣ । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ନଳୀନି ମୁରୁଗନକୁ ଫାଶୀ ଦଣ୍ଡାଦେଶ ହୋଇଥିବା ବେଳେ ତାଙ୍କୁ କ୍ଷମା କରିଥିଲେ ସୋନିଆ ଗାନ୍ଧୀ । ନିଜର ସ୍ୱାମୀହନ୍ତାକୁ ଜୀବନ ଦାନ ଦେଇଥିଲେ ସୋନିଆ । ତେଣୁ ସୋନିଆଙ୍କ ଭଳି ଉଦାହରଣ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ ଇନ୍ଦିରା ଜୟସିଂ ।

ନିର୍ଭୟା ଦୋଷୀଙ୍କୁ ଫେବ୍ରୁଆରୀ ୧ରେ ଫାଶୀ ହେବ ବୋଲି ଡେଥ ୱାରେଣ୍ଟ ଜାରି କରିଛନ୍ତି ପଟିଆଲା ହାଉସକୋର୍ଟ । ପୂର୍ବରୁ ଜାନୁଆରୀ ୨୨ରେ ଫାଶିଦଣ୍ଡ ହେବା ପାଇଁ ସ୍ଥିର ହୋଇଥିଲା । ହେଲେ ଦୋଷୀ ମୁକେଶ ସିଂର ରାଜକ୍ଷମା ଆବେଦନ ଯୋଗୁଁ ଫାଶୀ ତାରିଖ ଘୁଞ୍ଚାଯାଇଛି ।

 

ବଲିଉଡ ଅଭିନେତ୍ରୀ ଶବାନା ଆଜମୀଙ୍କ କାର ଦୁର୍ଘଟଣାଗ୍ରସ୍ତ, ଗୁରୁତର ଭାବେ ଏମଜିଏମ୍ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶବାନା ଆଜମୀ ଆହତ । ପୁଣେ-ମୁମ୍ବାଇ ଏକ୍ସପ୍ରେସ ହାଇୱେର ଖଲାପୁର ନିକଟରେ ତାଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଆହତ ଶବନା ଏବଂ ତାଙ୍କ ଡ୍ରାଇଭରଙ୍କୁ ପନଭେଲର ଏମଜିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାଭେଦ ଅଖତର ସୁରକ୍ଷିତ ଥିବା ସୂଚନା ମିଳିଛି ।

 ଦୁର୍ଘଟଣାଟି ଏତେ ଭୟଙ୍କର ଥିଲାଯେ କାରର ଆଗପଟଟି ସଂପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ଏମିତିକି ଟ୍ରକଟି ମଧ୍ୟ ଆଗପଡ଼ୁ ସାମାନ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

ନିକଟରେ ବାନ୍ଦ୍ରାରେ ବଲିଉଡ ଥିମ ପାର୍ଟି ରଖି ଜାଭେଦ ଅଖତରଙ୍କ ଜନ୍ମଦିନ ଖୁବ ଧୁମଧାମରେ ପାଖନ କରାଯାଇଥିଲା ।

ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ଟପିଲା ଟିକଟକ୍

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ବାୟାରେ ମାୟା ଯୁବପିଢି । ସ୍ନାପଚାଟରୁ ହେଲୋ, ଇନଷ୍ଟାଗ୍ରାମ୍ ଆଉ ଫେସବୁକ । ସବୁଥିରେ ଛାଇ ଯାଇଛନ୍ତି ଯୁବପିଢି । ହେଲେ, ଜାଣିଛନ୍ତି କି ଏସବୁ ଆପ୍ ମଧ୍ୟରୁ ଗୁଗୁଲରୁ ଅଧିକ କାହାକୁ କରାଯାଇଛି ଡାଉନଲୋଡ୍ । ହଁ, ଏହି ଆପ୍ ହେଉଛି ଭିଡିଓ ତିଆରି କରି ସେୟାର କରୁଥିବା ଟିକଟକ୍ ।୨୦୧୯ ବର୍ଷରେ ସର୍ବାଧିକ ଡାଉନଲୋଡ ହୋଇଥିବା ଲୋକପ୍ରିୟ ଆପ୍ ହେଉଛି ଟିକଟକ୍ । ଏହା ଲୋକପ୍ରିୟ ଆପ୍ ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ପଛରେ ପକାଇ ନୂଆ ରେକର୍ଡ ସୃଷ୍ଟି କରିଛି । ସେନସର ଟାୱାର ରିପୋର୍ଟ ରାଙ୍କିଂ ଅନୁସାରେ ସେପ୍ଟେମ୍ବର ୨୦୧୯ରେ ସାରା ବିଶ୍ୱରେ ଏହାକୁ ଅଧିକଥର ଡାଉନଲୋଡ କରାଯାଇଛି ।ଟିକଟକ୍ ପରେ ଦ୍ୱିତୀୟ ଲୋକପ୍ରିୟ ଆପ୍ ଭାବେ ଲୋକେ ଫେସବୁକକୁ ଅଧିକ ଡାଉନଲୋଡ୍ କରିଥିବା ରିପୋର୍ଟରେ କୁହାଯାଇଛି । ଏହା ପଛକୁ ତୃତୀୟରେ ରହିଛି ଇନଷ୍ଟାଗ୍ରାମ, ଚତୁର୍ଥ ଲାଇକ୍ ଆପ୍ ଓ ପଞ୍ଚମ ସ୍ଥାନରେ ସ୍ନାପଚାଟ ରହିଛି ।

ଆସିଗଲା ଟିକ୍‌ଟକ୍‌ ସ୍ପେଶାଲ ସ୍ମାର୍ଟଫୋନ୍

 

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶବାନା ଆଜମି ଆହତ । ପୁଣେ-ମୁମ୍ବାଇ ଏକ୍ସପ୍ରେସ ହାଇୱେର କହଲପୁର ନିକଟରେ କାର ଦୁର୍ଘଟଣାଗ୍ରସ୍ତ । ଶବନା ଓ ତାଙ୍କ ଡ୍ରାଇଭର ସ୍ଥାନୀୟ ଏମଜିଏମ୍ ହସ୍ପିଟାଲରେ ଭର୍ତ୍ତି । ଜାଭେଦ ଅଖତର ସୁରକ୍ଷିତ ଥିବା ସୂଚନା ।

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶବାନା ଆଜମି ଆହତ । ପୁଣେ-ମୁମ୍ବାଇ ଏକ୍ସପ୍ରେସ ହାଇୱେର କହଲପୁର ନିକଟରେ କାର ଦୁର୍ଘଟଣାଗ୍ରସ୍ତ । ଶବନା ଓ ତାଙ୍କ ଡ୍ରାଇଭର ସ୍ଥାନୀୟ ଏମଜିଏମ୍ ହସ୍ପିଟାଲରେ ଭର୍ତ୍ତି । ଜାଭେଦ ଅଖତର ସୁରକ୍ଷିତ ଥିବା ସୂଚନା ।

ଜଳ ପ୍ରପାତରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

ସମ୍ବଲପୁର: ମଉଜ ଡାକି ଆଣିଲା ମୃତ୍ୟୁ । ଜଳ ପ୍ରପାତରେ ବୁଡ଼ିଗଲେ ୨ ଇଞ୍ଜିନିୟରିଂ ଛାତ୍ର । ପିକନିକ୍ ପାଇଁ ଯାଇଥିବା ବେଳେ ଯୁଯୁମୁରା ଦେବଝରଣ ଜଳପ୍ରପାତରେ ଅଘଟଣ ଘଟିଛି । ଗାଧୋଇବା ବେଳେ ଗଭୀର ଜଳରାଶିକୁ ଗୋଡ଼ ଖସି ମୃତ୍ୟୁବରଣ କରିଛନ୍ତି ୨ ଇଞ୍ଜିନିୟରିଂ ଛାତ୍ର ।ବୁର୍ଲା ଭିସୁଟ୍ କମ୍ପ୍ୟୁଟର ସାଇନ୍ସ ବିଭାଗର ତୃତୀୟ ବର୍ଷର ପ୍ରାୟ ୪୦ଜଣ ଛାତ୍ର ଆଜି ଦେବଝରଣ ଜଳପ୍ରପାତକୁ ପିକନିକ୍ ଯାଇଥିଲେ । ଗାଧୋଇବା ବେଳେ ହଠାତ୍ ଗଭୀର ଜଳକୁ ୨ ଜଣ ଛାତ୍ର ଖସି ପଡ଼ିଥିଲେ । ସେଠାରେ ଭୋଜି ପାଇଁ ଯାଇଥିବା ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଛନ୍ତି । ଯୁଯୁମୁରା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତ ୨ ଛାତ୍ର ହୀରାକୁଦ ହିଣ୍ତୋଳକୋ କଲୋନୀର ଅଭିଜିତ ସାମଲ ଓ ଆଉ ଜଣେ ମଧ୍ୟ ପ୍ରଦେଶର ସ୍ୱରୂପ ରଞ୍ଜନ ଦେହୁରିଆ ।

ସମ୍ବଲପୁର: ଦେବଝରଣ ପ୍ରପାତରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ର ମୃତ । ମୃତକ ବୁର୍ଲା ଭିସୁଟ୍ ଇଞ୍ଜିନିୟରିଂ କଲେଜ ଛାତ୍ର ସୌମ୍ୟରଞ୍ଜନ ଦେହୁରିଆ ଓ ଅଭିଜିତ ସାମଲ । ପିକନିକ୍ ପାଇଁ ଆସି ଗାଧୋଇବା ବେଳେ ବୁଡ଼ିଗଲେ ।

ସମ୍ବଲପୁର: ଦେବଝରଣ ପ୍ରପାତରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ର ମୃତ । ମୃତକ ବୁର୍ଲା ଭିସୁଟ୍ ଇଞ୍ଜିନିୟରିଂ କଲେଜ ଛାତ୍ର ସୌମ୍ୟରଞ୍ଜନ ଦେହୁରିଆ ଓ ଅଭିଜିତ ସାମଲ । ପିକନିକ୍ ପାଇଁ ଆସି ଗାଧୋଇବା ବେଳେ ବୁଡ଼ିଗଲେ ।