spot_img
Home Blog Page 7480

ବରଫ ଚାଦରରେ ଘୋଡ଼େଇ ହୋଇଛି ସବୁଜ ବନାନୀ, ମଝିରେ ମାଡ଼ି ଚାଲିଛି ଟ୍ରେନ୍

ଶିମଲା: ଟ୍ରେନ୍‌ ଟ୍ରାକରେ ବରଫର ଆସ୍ତରଣ। ଗଛରେ ଜମାଟ ବାନ୍ଧିଛି ଧଳାପଟି । ଯ଼ୁଆଡ଼େ ଦେଖିବେ ସିଆଡ଼େ ଖାଲି ବରଫ ହିଁ ବରଫ।

ସମସ୍ତଙ୍କ ମନ ମୋହୁଥିବା ଏ ଚିତ୍ର ହିମାଚଳ ପ୍ରଦେଶର । ମଝିରେ ମାଡ଼ି ଚାଲିଛି ଟ୍ରେନ୍ । ବରଫବର୍ଷା ପରେ କାଳକା-ଶିମଳା ଷ୍ଟେସନ ରେଳ ଟ୍ରାକରେ ବିଛେଇ ହୋଇପଡ଼ିଛି ବରଫ ।

ଟ୍ରେନରେ ଯାତ୍ରାବେଳେ ଯାହାର ଭରପୂର ମଜା ଉଠାଉଛନ୍ତି ପର୍ଯ୍ୟଟକ ।

 

 

ଶିରିଡ଼ି ବିବାଦକୁ ତେଜିଲା ଉଦ୍ଧବଙ୍କ ବୟାନ, ଜନ୍ମ ସ୍ଥାନକୁ ନେଇ ଉଠିଲା ପ୍ରଶ୍ନ

ମହାରାଷ୍ଟ୍ର: ଶିରିଡ଼ି ସାଇଙ୍କ ଜନ୍ମଭୂମିକୁ ନେଇ ତେଜିଲା ବିବାଦ । ପ୍ରତିବାଦରେ କାଲିଠୁ ଶିରିଡ଼ି ବନ୍ଦ ଡାକରା ଦିଆଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବୟାନକୁ ନେଇ ବିବାଦ ଦେଖାଦେଇଛି । ପାଥରୀକୁ ସାଇଙ୍କ ଜନ୍ମଭୂମି କହିବା ସହ ଏହାର ବିକାଶ ପାଇଁ ୧୦୦କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ ଉଦ୍ଧବ । ତେବେ ଉଦ୍ଧବଙ୍କ ବୟାନକୁ ନେଇ ଶିରିଡ଼ିରେ ଅସନ୍ତୋଷ ଦେଖାଦେଇଛି । ସାଇଙ୍କ ଜନ୍ମକୁ ନେଇ ସ୍ପଷ୍ଟ ତଥ୍ୟ ନାହିଁ । ତେବେ ସାଇଙ୍କୁ ନେଇ ରହିଛି ଶିରିଡ଼ିର ପରିଚୟ । ବିକାଶକୁ ନେଇ ସମସ୍ୟା ନାହିଁ ଓ ପାଥରୀକୁ ସାଇଙ୍କ ଜନ୍ମଭୂମି କହିବା ଠିକ୍‌ ନୁହେଁ ବୋଲି ଶିରିଡ଼ିବାସୀ କହିଛନ୍ତି । ଆଗରୁ ମଧ୍ୟ ସାଇଙ୍କ ବାପା ମାଙ୍କୁ ନେଇ ବିବାଦ ଦେଖାଦେଇଥିଲା ।

Image result for shirdi sai mandir

ତେବେ ଉଦ୍ଧବଙ୍କ ବୟାନ ପ୍ରତିବାଦରେ କାଲିଠୁ ଶିରିଡି ବନ୍ଦ ଡାକରା ଦିଆଯାଇଛି । ବିବାଦ ଶାନ୍ତ କରିବା ପାଇଁ ମହାରାଷ୍ଟ୍ର ବିଧାନ ପରିଷଦ ଉପସଭାପତି ତଥା ଶିବସେନା ନେତା ନିଲମ ଗୋର୍ହେ ଶିରିଡ଼ି ଯାଇ ବନ୍ଦ ନକରିବାକୁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଖୁବ୍‌ ଶୀଘ୍ର ଏନେଇ ଶିରିଡି ଲୋକଙ୍କ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି । ସେପଟେ ଘଟଣାକୁ ନେଇ ରାଜନୀତି ଜୋରଧରିଛି ।

Image result for shirdi sai mandir

ବିଜେପି ସାଂସଦ ସୁଜୟ ବିଖେ ପାଟିଲ ଆଇନଗତ ଲଢେଇ ଲଢିବାକୁ ଚେତାବନୀ ଦେଇଛନ୍ତି । ସେପଟେ ସାଇବାବାଙ୍କ ଜନ୍ମ ପାଥରୀରେ ହୋଇଥିବା ନେଇ ପର୍ଯ୍ୟାପ୍ତ ପ୍ରମାଣ ଥିବା କହିଛନ୍ତି ଏନ୍‌ସିପି ନେତା ଦୁର୍ଯ୍ୟାନୀ ଅବ୍‌ଦୁଲ୍ଲା ଖାନ୍‌ । ଶିରିଡ଼ି ସାଇଙ୍କ କର୍ମଭୂମି ଓ ପଥରୀ ଜନ୍ମଭୂମି ଉଭୟ ସ୍ଥାନର ନିଜସ୍ୱ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି।

ପୁରୀ: ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ବେଳେ ଅଘଟଣ । ଘର ଛାତ ଭୁଶୁଡ଼ି ଜେସିବି ଡ୍ରାଇଭର ଆହତ । ଆହତ ଲକ୍ଷ୍ମୀଧର ମୁଦୁଲି ପୁରୀ ମେଡିକାଲରେ ଭର୍ତ୍ତି ।

ପୁରୀ: ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ବେଳେ ଅଘଟଣ । ଘର ଛାତ ଭୁଶୁଡ଼ି ଜେସିବି ଡ୍ରାଇଭର ଆହତ । ଆହତ ଲକ୍ଷ୍ମୀଧର ମୁଦୁଲି ପୁରୀ ମେଡିକାଲରେ ଭର୍ତ୍ତି ।

ସୋରରୁ ବ୍ରାଉନ୍‌ ସୁଗାର ଜବତ, ୩ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ପୋଲିସ ୧୨ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରିବା ସହ ୩ଜଣ ବେପାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଭଦ୍ରକ ଅଞ୍ଚଳର ଶ୍ରୀକାନ୍ତ ପେଡ଼ା, ସୁବ୍ରତ କର ଓ ଜଳେଶ୍ୱର ଅଞ୍ଚଳର ମୀର୍‌ସେଫ୍‌ ଅଲ୍ଲୀ । ଏମାନେ ଜଳେଶ୍ୱର ଅଞ୍ଚଳରୁ ବ୍ରାଉନ୍‌ ସୁଗାର ଆଣି ଭଦ୍ରକ ପଠାଉଥିବା ବେଳେ ପୋଲିସ ଚଢ଼ାଉ କରିଥିଲା । ୩ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ୧୨ ଗ୍ରାମ୍‌ ବ୍ରାଉନ୍‌ ସୁଗାର, ଗୋଟିଏ ବାଇକ୍‌, ୩ଟି ମୋବାଇଲ୍‌ ଫୋନ୍‌ ଓ ୩୧ଶହ ଟଙ୍କା ଜବତ କରିଛି ।

ଦୁରାରୋଗ୍ୟ ବ୍ୟାଧିରେ ପଡ଼ି ମଲେ ବୋଲି…

କଳାହାଣ୍ଡି: ରୋଗରେ ପଡ଼ି ମଲେ ବୋଲି ମୃତଦେହକୁ କେହି କାନ୍ଧରେ ନେଲେନି  । ସାଇକେଲରେ ବୋହି ନେଇ ସଂସ୍କାର କଲେ ପରିବାର ଲୋକେ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍‌ ବେହେରାଗୁଡ଼ା ଗାଁରେ ଏହି ଘଟଣା ଘଟିଛି । ୫୦ ବର୍ଷ ବୟସରେ ସୁବାସ ଦର୍‌ୱାନଙ୍କ ମୃତ୍ୟୁ ହୋଇଥିଲା । ସେ ଏକ ଦୁରାରୋଗ୍ୟ ବ୍ୟାଧିରେ ପ୍ରାଣ ହରାଇଥିଲେ ।

ଏହି କାରଣରୁ ତାଙ୍କ ମୃତଦେହକୁ କୋକେଇରେ କାନ୍ଧେଇ ଶ୍ମଶାନକୁ ନେବା ପାଇଁ କେହି ରାଜି ହୋଇ ନଥିଲେ । ସାଇକେଲ୍‌ରେ କୋକେଇ ଭଳି ତିଆରି କରି ମୃତଦେହକୁ ଶ୍ମଶାନକୁ ନେଇ ସଂସ୍କାର କରାଯାଇଛି ।

ରାଜପଥର ପ୍ରତି ୩୦ କିଲୋମିଟରରେ ରହିବ ଚେକିଂ ସ୍କ୍ୱାଡ୍, ପିଲିଅନଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ରୋକିବାକୁ ସରକାରଙ୍କ ପ୍ରୟାସ । ଏଣିକି ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଜଗିବ ମୋବାଇଲ ଭ୍ୟାନ୍, ରାସ୍ତାରେ ରହିବେ ସ୍କ୍ୱାଡ୍ । ପ୍ରତି ୩୦ କିଲୋମିଟର ଅନ୍ତରରେ ମୋବାଇଲ୍ ଭ୍ୟାନ୍ ଓ ସ୍କ୍ୱାଡ୍ ରହିବେ । ନୂଆଦିଲ୍ଲୀରେ ଅନୁଷ୍ଠିତ ସଡ଼କ ସୁରକ୍ଷା ବୈଠକରେ ଯୋଗଦେଇ ଫେରିବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ସୂଚନା ଦେଇଛନ୍ତି ।ଏଥିସହ ରାଜ୍ୟର ଦୁର୍ଘଟଣା ପ୍ରବଣ ରାସ୍ତାରେ ବ୍ଲାକ୍ ସ୍ପଟ ଚିହ୍ନଟ କାମ ଜାରି ରହିଛି । କେନ୍ଦ୍ରକୁ ପ୍ରସ୍ତାବ ଦେଇଛୁ । ଆର୍ଥିକ ସହାୟତା ମିଳିଲେ ଆମେ ରାଜପଥରେ ସ୍କ୍ୱାଡ୍ ମୁତୟନ କରିବୁ । ନୂଆ ମୋଟର ଯାନ ଆଇନରେ ମୋଟା ଫାଇନ୍ କୋହଳ ନେଇ ଆଲୋଚନା ହୋଇଛି । କେନ୍ଦ୍ର ସମ୍ମତି ପ୍ରଦାନ କଲେ ଜରିମାନା କମିବ । ବର୍ତ୍ତମାନ ସେ ନେଇ କିଛି ନିଷ୍ପତ୍ତି ହୋଇନାହିଁ ।ରାଜ୍ୟ ସରକାର ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦେଇଥିବା ସମୟସୀମାକୁ ଆଉ କୋହଳ କରାଯିବ ନାହିଁ । ୩ ମାସ କଣ୍ଟ ପୂରିଲେ ନୂଆ ମୋଟର ଯାନ ଆଇନ୍ ଅନୁଯାୟୀ ଜରିମାନା ଆଦାୟ ହେବ । ବାଇକ୍ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବାକୁ ବାଧ୍ୟ । ପିଲିଅନ୍ ହେଲମେଟ ପିନ୍ଧିବା କଡ଼ାକଡ଼ି କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଜାତୀୟ ରାଜପଥ ଉପରେ ଟ୍ରାଫିକ୍ ଆଖି, ନିୟମ ଉଲ୍ଲଂଘନକାରୀଙ୍କୁ ତ୍ରାହି ନାହିଁ

ବଲାଙ୍ଗିରରେ ୪୪ଜଣ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗିର: ବଲାଙ୍ଗିରରେ ୪୪ଜଣ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି । ଏମାନଙ୍କୁ ରାଜ୍ୟ ବାହାରକୁ ପଠାଇବା ପାଇଁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା କୁର୍‌ଲା ଗାଁ ପାଖରେ ଜଣେ ଦଲାଲ ଲୁଚାଇ ରଖିଥିଲା । ଖବର ପାଇ ପୋଲିସ ଏମାନଙ୍କୁ ଉଦ୍ଧାର କରିଛି ।

ଉଦ୍ଧାର ୪୪ଜଣ ଶ୍ରମିକଙ୍କ ମଧ୍ୟରେ ୧୧ ଜଣ ଶିଶୁ, ୧୨ଜଣ ମହିଳା ଓ ୨୧ଜଣ ପୁରୁଷ ଥିବା ଜଣାପଡ଼ିଛି । ଏହି ଶ୍ରମିକମାନଙ୍କ ଘର କଣ୍ଟାବାଞ୍ଜି ଅଞ୍ଚଳରେ । ବର୍ତ୍ତମାନ ସେମାନଙ୍କୁ ଆଶ୍ରୟ ଗୃହରେ ରଖାଯାଇଛି । ଦାଦନ ଦଲାଲ ମୁକେଶ ସରାଫ୍‌ ଫେରାର ହୋଇଯାଇଛି । ତାକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ । ଶ୍ରମ ବିଭାଗ ଅଧିକାରୀ ପହଞ୍ଚିବା ପରେ ତଦନ୍ତ ତ୍ୱରାନ୍ୱିତ ହେବ ବୋଲି କଣ୍ଟାବାଞ୍ଜି ଥାନା ଅଧିକାରୀ ବିଜୟ କରକରା କହିଛନ୍ତି ।

ପରୀକ୍ଷା ତାରିଖକୁ ନେଇ ତାତିଲେ ଛାତ୍ର, ବିଜେବି କଲେଜ ଗେଟରେ ରାସ୍ତରୋକ

ଭୁବନେଶ୍ୱର: ପରୀକ୍ଷାକୁ ନେଇ ବିଜେବି ଜୁନିଅର କଲେଜରେ ଉତ୍ତେଜନା । +୨ ପ୍ରଥମ ବର୍ଷ ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମେନ୍ ଗେଟରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ପୂର୍ବରୁ ମାର୍ଚ୍ଚ ମାସରେ ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷା ହେଉଥିଲା ।ଚଳିତବର୍ଷ ଏହି ପରୀକ୍ଷା ଫେବ୍ରୁଆରୀ ମାସରେ ହେବ । ଯାହାକୁ କମର୍ସ ଛାତ୍ରଛାତ୍ରୀ ବିରୋଧ କରୁଛନ୍ତି । ଏଥିସହ +୨ ପ୍ରଥମ ବର୍ଷରେ ମନ୍ତ୍ରୀ ଘୋଷଣା କରିଥିବା କାଉନସିଲ୍ ପରୀକ୍ଷାକୁ ବିରୋଧ କରାଯାଇଛି । ପୂର୍ବଭଳି ମାର୍ଚ୍ଚ ମାସରେ ପରୀକ୍ଷା ପାଇଁ ଦାବି ହୋଇଛି ।ଛାତ୍ର ଟାୟାର ଜାଳି ରାସ୍ତାରୋକ କରିଥିଲେ । ପୋଲିସ ଓ କଲେଜ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ଛାତ୍ରଛାତ୍ରୀ ଧାରଣରୁ ଉଠିଛନ୍ତି ।

 

ଭୁବନେଶ୍ୱର: ବିଜେବି କଲେଜରେ ଉତ୍ତେଜନା । +୨ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି । ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ଛାତ୍ରଛାତ୍ରୀ, ପୋଲିସ ମୁତୟନ । ପୂର୍ବରୁ ମାର୍ଚ୍ଚ ମାସରେ ପରୀକ୍ଷା ହେଉଥିବା ବେଳେ ଚଳିତର୍ଷ ଫେବ୍ରୁଆରୀରେ ହେଉଥିବାରୁ ବିରୋଧ ।

ଭୁବନେଶ୍ୱର: ବିଜେବି କଲେଜରେ ଉତ୍ତେଜନା । +୨ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି । ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ଛାତ୍ରଛାତ୍ରୀ, ପୋଲିସ ମୁତୟନ । ପୂର୍ବରୁ ମାର୍ଚ୍ଚ ମାସରେ ପରୀକ୍ଷା ହେଉଥିବା ବେଳେ ଚଳିତର୍ଷ ଫେବ୍ରୁଆରୀରେ ହେଉଥିବାରୁ ବିରୋଧ ।

ଚନ୍ଦ୍ରଭାଗା ବେଳାଭୂମି ବୁଲିଲେ IAS ଅଧିକାରୀ, କହିଲେ ବିକାଶର କଥା

ଚନ୍ଦ୍ରଭାଗା : ବେଳାଭୂମି ବୁଲିଲେ, କହିଲେ ବିକାଶର କଥା କହିଲେ । ଆଇଏଏସ ସମ୍ମିଳନୀର ଦ୍ବିତୀୟ ଦିନରେ ଆଜି ସକାଳୁ ଚନ୍ଦ୍ରଭାଗା ବେଳାଭୂମିରେ ମର୍ଣ୍ଣି ଓ୍ବାକ୍‌ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ।

ଇକୋ ରିଟ୍ରିଟ୍‌ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ବେଳାଭୂମିରେ ମର୍ଣ୍ଣି ଓ୍ବାକ୍‌ କରିଛନ୍ତି ଅଧିକାରୀ । ଚନ୍ଦ୍ରଭାଗାରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ପଦାଧି କାରୀମାନେ ଚନ୍ଦ୍ରଭାଗା ଓ କୋଣାର୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି। ବେଳାଭୂମିର ସ୍ବଚ୍ଛତା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି।

ଚନ୍ଦ୍ରଭାଗାର ବିକାଶ ପାଇଁ ଖୁବ୍‌ ଶୀଘ୍ର ନୂଆ ଯୋଜନା ଆରମ୍ଭ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ଗତକାଲିଠାରୁ ବରିଷ୍ଠ ଆଇଏଏସ ଅଧିକାରୀ ସମ୍ମିଳନୀ ଆରମ୍ଭ ହୋଇଛି। କାଲି ସାରା ଦିନ ବିକାଶ ନେଇ ମାନସ ମନ୍ଥନ ପରେ କୋଣାର୍କରେ ପହଞ୍ଚିଲେ ଆଇଏଏସ ସମ୍ମିଳନୀରେ ଯୋଗଦେଇଥିବା ଅଧିକାରୀ । ପୁରୀ ବେଲମାର୍ଗଠାରେ ଚାଲିଥିବା ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ରେ ରାତ୍ରୀଯାପନ କରିବା ପରେ ଆଜି ସକାଳୁ ବେଳାଭୂମିରେ ମର୍ଣ୍ଣି ଓ୍ବାକ୍‌ କରିଥିଲେ ଅଧିକାରୀ । କିଛିଦିନ ତଳେ ୫-ଟି ସଚିବ ଓ ପୂର୍ତ୍ତ ସଚିବ ବେଳାଭୂମି ଗସ୍ତ କରିଥିଲେ ।