spot_img
Home Blog Page 7481

ଯୁବପିଢିଙ୍କୁ ସାଙ୍ଗରେ ନେଇ ଓଡ଼ିଶାର ଦ୍ୱିତୀୟ ଉଚ୍ଚତମ ପର୍ବତ ଚଢିଲେ ସାରା, ବାଣ୍ଟିଲେ ସୁସ୍ଥ ରହିବାର ବାର୍ତ୍ତା

0

ଗଜପତି: ନିଜେ ପାହାଡ଼ ଚଢିଲେ ଯୁବପିଢିଙ୍କୁ ପାହାଡ଼ ଚଢାଇଲେ । ନିଜକୁ ସୁସ୍ଥ ରଖିବା ପାଇଁ ଏହା ହେଉଛି ଏକ ଉତ୍ତମ କୌଶଳ । ସବୁବେଳେ କିଛି ନୂଆ କରି ଦେଖାଉଥିବା ଗଜପତି ଏସପି ସାରା ଶର୍ମାଙ୍କ ପୁଣି ଏକ ନିଆରା ପଦକ୍ଷେପ । କିଛି ନୂଆ କରି ଦେଖାଇବା ଲକ୍ଷ୍ୟରେ ସେ ଜାରି ରଖିଛନ୍ତି ପ୍ରୟାସ ।

ଶରୀରକୁ ସୁସ୍ଥ ରଖିବା ପାଇଁ ଆମକୁ ସବୁବେଳେ ପରିଶ୍ରମ କରିବାକୁ ପଡ଼ିଥାଏ । ଏ ନେଇ ପାଣିରେ ପହଁରିବା ଏବଂ ପାହାଡ଼ ଚଢିବା ଭଳି ଦୁଃସାହସିକ କ୍ରୀଡା ପ୍ରତି ଉତ୍ସାହିତ କରିଛନ୍ତି ସାରା । କିଛି ଆଗ୍ରହୀ ଯୁବକଙ୍କୁ ନେଇ ମହେନ୍ଦ୍ରଗିରି ପାହାଡ଼ ଶିଖରକୁ ଚଢିବାର ଅଭ୍ୟାସ ଆରମ୍ଭ କରିଛନ୍ତି । ନିଜେ ଏସପି ସାରା ଶର୍ମା ମଧ୍ୟ ସାମିଲ ହୋଇଛନ୍ତି । ଏହା ଓଡ଼ିଶାର ଦ୍ୱିତୀୟ ଉଚ୍ଚତମ ପର୍ବତ ମହେନ୍ଦ୍ରଗିରି । ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଯୁବକଯୁବତୀ ଅଂଶଗ୍ରହଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବନିଯୁକ୍ତ ଡିଜିପି ଅଭୟ

0

ଭୁବନେଶ୍ୱର : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ନବନିଯୁକ୍ତ ଡିଜିପି ଅଭୟ । ଆଜି ପୂର୍ବାହ୍ନରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ତାଙ୍କୁ ସାକ୍ଷାତ କରିଥିଲେ । ଦାୟିତ୍ୱ ନେବା ପରେ ସେ ପ୍ରଥମ କରି ସାକ୍ଷାତ କରିଛନ୍ତି ।

ଏହି ଅବସରରେ ମୋ ସରକାର କାର୍ଯ୍ୟକ୍ରମ ଓ ‘୫-ଟି’କୁ କାର୍ଯ୍ୟାନ୍ଵିତ କରିବାକୁ ଏବଂ ଲୋକ କୈନ୍ଦ୍ରିକ ସେବା ପ୍ରଦାନକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ଡିଜିପିଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ମହିଳା ସୁରକ୍ଷା, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପ୍ରଭୃତି ଉପରେ ଗୁରୁତ୍ୱ ଦେବାକୁ କହିଥିଲେ ନୂଆ ଡିଜିପି ।

ଲାଇନଚ୍ୟୁତ ହେଲା ନାଲକୋର ଆଲୁମିନିୟମ ବୋଝେଇ ଟ୍ରେନ୍

ଅନୁଗୋଳ : ରେଳ ଧାରଣାରୁ ଖସିଲା ମାଲ ବୋଝେଇ ଟ୍ରେନ୍ । ଏଭଳି ଏକ ଘଟଣା ଘଟିଛି ଅନୁଗୋଳ ବଅଁରପାଳ ହାଟ ନିକଟରେ । ନାଲକୋର ଏକ ଟ୍ରେନ ଲାଇନ ଚ୍ୟୁତ ହୋଇଥିବା ଜଣା ପଡ଼ିଛି ।

ଦାମନଯୋଡିରୁ ନାଲକୋ ସ୍ମେଲଟର ପ୍ଲାଣ୍ଟକୁ ଆଲୁମିନା ଆଣୁଥିବା ବେଳେ ବଅଁରପାଳ ହାଟ ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି । ଟ୍ରେନର ଇଞ୍ଜିନ ସହିତ ପ୍ରାୟ ୩ ଟି ମାଲବାହୀ ବଗି ଧାରଣାରୁ ଖସି ଯାଇଛି ।

ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନାହିଁ । ନାଲକୋ ରେଳ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଟ୍ରେନକୁ ଧାରଣାକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ମାଲବାହୀ ଟ୍ରେନଟି ଧାରଣା ତଳକୁ ଖସିଲା କେମିତି ସେମେଇ ତଦନ୍ତ ଚାଲିଛି ।

କଂଗ୍ରେସ ସାଂସଦଙ୍କ ପାଇଁ ସୋନିଆଙ୍କ ଡିନର ଡିପ୍ଲୋମାସି

0

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶର ସରି ଆସିବା ବେଳକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳୀୟ ସାଂସଦଙ୍କ ପାଇଁ ଦିଲ୍ଲୀରେ ଏକ ନୈଶ ଭୋଜିର ଆୟୋଜନ କରିଥିଲେ । ଗତକାଲି ରାତିରେ ଆୟୋଜିତ ଏହି ଡିନରରେ ସମସ୍ତ କଂଗ୍ରେସ ସାଂସଦ ଯୋଗଦେଇଥିଲେ ।

ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ ହେବା ପୂର୍ବରୁ କଂଗ୍ରେସ ଏହି ଡିନର ଡିପ୍ଲୋମାସି କରିଥିଲା । ଏଥିରେ ସାଂସଦଙ୍କ ସହ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ହରିଶ ରାଓ୍ୱତ, ରଣଦୀପ ସୁରଜେଓ୍ୱାଲା, କେସି. ଭେନୁଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ । ପାର୍ଲାମେଣ୍ଟ ହାଉସ୍ ପରିସରରେ ଏହାର ଆୟୋଜନ କରାଯାଇଥିଲା ।

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ଗୁଲାମନବୀ ଆଜାଦ ପ୍ରମୁଖ ଉପସ୍ଥିତ ଥିବା ବେଳେ ରାହୁଲ ଗାନ୍ଧିଙ୍କୁ ଏଥିରେ ଦେଖିବାକୁ ମିଳିନଥିଲା ।

୫୦ ଫୁଟ୍ ଉପରେ ଦୋଳିରେ ସେଲ୍ଫି ନେଉଥିଲେ, ଖସି ପଡ଼ିଲେ…

ସୁବର୍ଣ୍ଣପୁର: ଧନୁଯାତ୍ରାରେ ଦୋଳି ଖେଳ ବେଳେ ଅଘଟଣ । ରାମଦୋଳିରେ ବସି ସେଲ୍ଫି ନେବାବେଳେ ଖସି ପଡ଼ି ଚାଲିଗଲା ଜୀବନ । ଅସାବଧନତା, କ୍ଷଣିକ ଖୁସି ଡାକି ଆଣିଲା ମୃତ୍ୟୁ । ଏଭଳି ଅଭାନୀୟ ଘଟଣା ଘଟିଛି ଡୁଙ୍ଗୁରିପାଲି ବ୍ଲକ ଏସ.ରାମପୁର ଧନୁଯାତ୍ରାରେ ।ମଙ୍ଗଳବାର ସନ୍ଧ୍ୟାରେ ୨ ଯୁବକ ଜଗା ବାରିକ ଓ ମାଧ ଛତ୍ରିଆ ରାମଦୋଳିରେ ବସି ସେଲ୍ଫି ନେଉଥିଲେ । ହଠାତ୍ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଜଗାକୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଗାର ମୃତ୍ୟୁ ହୋଇଛି ।

ବିଶ୍ୱରେ ବର୍ଷକୁ ହାରାହାରି ସେଲ୍ଫି ଯୋଗୁ ୨୫୯ ଜଣଙ୍କ ମୃତ୍ୟୁ ହେଉଛି । ଭାରତରେ ଏହି ସଂଖ୍ୟା ୧୫୨ । ଅସାବଧନତା ସେଲ୍ଫି ଯୋଗୁଁ ଅକାଳରେ ଅନେକ ଜୀବନ ଚାଲି ଯାଉଛି । ଯାହାକି ଏବେ ଚିନ୍ତାର କାରଣ ।