spot_img
Home Blog Page 7483

କୁହୁଡ଼ି ପାଇଁ ୧୫ ଜିଲ୍ଲାକୁ ଓ୍ୱେଲୋ ଓ୍ୱାର୍ଣ୍ଣିଂ, ଗାଡ଼ି ଚାଳକଙ୍କୁ ସତର୍କ ହେବାକୁ ପରାମର୍ଶ

ଭୁବନେଶ୍ୱର : ଆସନ୍ତା ୫ ଦିନ ପାଇଁ ରାଜ୍ୟରେ ଲାଗି ରହିବ ଘନ କୁହୁଡି । ଏଥିପାଇଁ ୟେଲୋ ଓ୍ବାର୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ୧୫ଟି ଜିଲ୍ଲାରେ ପ୍ରବଳ ଘନ କୁହୁଡି ହେବ ବୋଲି ପୂର୍ବାନୁମାନ କରିଛି ।

ଭଦ୍ରକ,ଯାଜପୁର, କେନ୍ଦ୍ରାପଡା,ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, ମାଲକାନଗିରି, ବୌଦ୍ଧ, ଦେବଗଡ ଭଳି ୧୫ଟି ଜିଲ୍ଲାରେ ପ୍ରବଳ ଘନ କୁହୁଡି ହେବ ବୋଲି ପାଣିପାଗ ବୈଜ୍ଞାନିକ ସୂଚନା ଦେଇଛନ୍ତି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇବା ସହ ଗାଡି ଚଳାଇବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

ତେବେ ରାତି ସମୟରେ ୧ରୁ୨ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଳି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ କୁହୁଡ଼ି ପ୍ରଭାବରେ ୫ଟି ବିମାନ ବିଳମ୍ବରେ ଉଡ଼ାଣ କରୁଥିବା ବେଳେ ବହୁ ଟ୍ରେନର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଛି ।

ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର,ଜଳିଗଲା ଗାଡ଼ି

ଯାଜପୁର: ଯାଜପୁର ୧୬ନଂ ଜାତୀୟ ରାଜପଥର କୁଆଖିଆ ଛକ ନିକଟରେ ଦୁର୍ଘଟଣା ପରେ ଜଳିଗଲା  ବାଇକ୍ ଓ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ ଓ ଟ୍ରକ୍ ଚାଳକ । ସୂଚନା ମୁତାବକ ରାଜପଥରେ ଟ୍ରକ ସହ ବାଇକର ମୁହାଁମୁହିଁ ଧକ୍କା ହେବା ପରେ ଟ୍ରକ ତଳେ ବାଇକଟି ପଶିଯାଇଥିଲା । ଫଳରେ ହଠାତ୍ ବାଇକରେ ନିଆଁ ଲାଗିଯାଇଥିଲା। ପରେ ନିଆଁ ଟ୍ରକକୁ ବ୍ୟାପୀ ଯାଇଥିଲା।

 

ତେବେ ସୌଭାଗ୍ୟବଶତଃ ଟ୍ରକ ଡ୍ରାଇଭର ଓ ବାଇକ ଆରୋହୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ରସୁଲପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣା ପରେ ୧୬ନଂ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କୁଆଖିଆ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ୨ଟିକୁ ଜବତ କରି ତଦନ୍ତ ଚଳାଇଛି।

୨ଦିନ ପରେ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

ପୁରୀ: ଶ୍ରୀମନ୍ଦିରକୁ ସୁନ୍ଦର ରୁପରେ ଗଢିତୋଳିବାକୁ ଅଣ୍ଟାଭିଡ଼ିଛି ପ୍ରଶାସନ । ସଂକ୍ରାନ୍ତି ପାଇଁ ୨ଦିନର ବିରତି ପରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା ।  ଆଜି ବାଲିସାହି ମୌଜାର କାକୁଡ଼ିଖାଇ ମନ୍ଦିର ଛକରୁ ଦୋକାନ ଉଚ୍ଛେଦ ଆରମ୍ଭ କରାଯାଇଛି ।

ପୁରୀକୁ ବିଶ୍ଵ ଐତିହ୍ୟରେ ଉପସ୍ଥାପନା କରିବା ପାଇଁ ରାଜ୍ୟ ସରକାର ଏହାର ଚତୁଃପାର୍ଶ୍ଵ ସୌନ୍ଦର୍ଯୀକରଣ କରୁଛନ୍ତି। ତେଣୁ ୨ଦିନ ପରେ ଆଜି ଶ୍ରୀମନ୍ଦିର ପୁରୀ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଯୋନ ଉଚ୍ଛେଦ ପ୍ରକ୍ରିୟାକୁ ପ୍ରଶାସନ ଜୋରଦାର କରିଛି। ଆଜି କାକୁଡି ଖାଇ ଛକ ବାଲି ସାହି ରାସ୍ତାରେ ଉଛେଦ ଚାଲିଛି ।

ତେବେ ବର୍ତ୍ତମାନ ୧୦ରୁ ଅଧିକ ଖଜା ଦୋକାନ , ୫ ବଣିଆ ଦୋକାନ ଏବଂ ୧୫ରୁ ଅଧିକ ଘରୋଇ ପ୍ଲଟରେ ଉଚ୍ଛେଦ ପ୍ରକ୍ରିୟା ଜାରି ଅଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ସମେତ ମାଜିଷ୍ଟ୍ରେଟ, ଅତିରିକ୍ତ ଜିଲ୍ଲାପାଳ ଓ  ଉପ ଜିଲ୍ଲାପାଳ ଉପସ୍ଥିତ ରହିଛନ୍ତି ।

ପ୍ରଦେଶ କଂଗ୍ରେସ ଭବନରେ ସମୀକ୍ଷା ବୈଠକ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ଭବନରେ ଚାଲିଛି ସମୀକ୍ଷା ବୈଠକ । କଟକ ଜିଲ୍ଲା ଓ ସଦର, ଖୋର୍ଦ୍ଧା ଓ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରେ ଦଳୀୟ ସ୍ଥିତି ନେଇ ସମୀକ୍ଷା କରାଯାଉଛି । ତେବେ ପ୍ରଦେଶ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା ବୈଠକରେ ଯୋଗଦେଇଛନ୍ତି ।

Image result for review-meeting-at-odisha-pcc-office

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲେ ଫିଞ୍ଚ୍

0

ରାଜକୋଟରେ ଭାରତ-ଅଷ୍ଟ୍ରେଲିଆ ଦିନିକିଆ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଫିଞ୍ଚ । ବିଜୟୀ ଦଳରେ କୈାଣସି ପରିବର୍ତ୍ତନ କରିନି । ସେପଟେ ଭାରତୀୟ ଦଳ ଦୁଇଟି ପରିବର୍ତ୍ତନ କରିଛି । ଆହତ ପନ୍ତଙ୍କ ସ୍ଥାନରେ ମନୀଷ ପାଣ୍ଡେ ଏବଂ ଶ୍ରଦୁଲ ଠାକୁରଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ସୁଯୋଗ ମିଳିଛି । ଆଜିର ମ୍ୟାଚ ଭାରତ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ଆଜିର ମ୍ୟାଚ ହାରିଲେ ସିରିଜ ହାତେଇବ କଙ୍ଗାରୁ ଦଳ । ସେହିପରି ରାଜକୋଟରେ ବିଜୟ ସହ ସିରିଜକୁ ୧-୧ରେ ବରାବର ସ୍ଥିତିକୁ ଆଣିବାକୁ ଚାହିଁବ କୋହଲି ବାହିନୀ ।

ବଣ୍ଡା ଘାଟିରୁ ଧ୍ୱଂସ ହେଲା ମାଓ କ୍ୟାମ୍ପ୍, ଏକେ-୪୭ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନାଗିରି: ମାଲକାନାଗିରି ବଣ୍ଡା ଘାଟିରୁ ବଡ଼ ଖବର । ମିଳିତ ଅଭିଯାନରେ ମାଓ କ୍ୟାମ୍ପ୍‌ ଧ୍ୱଂସ । ଟାର୍ଗେଟରେ ଥିଲେ ୧୫ରୁ ୨୦ ମାଓବାଦୀ । ତେବେ ଚଢ଼ାଉ ପୂର୍ବରୁ ଖସି ଯାଇଥିଲେ ସମସ୍ତେ ।

୧୫ରୁ ୨୦ ମାଓବାଦୀ ଏକାଠି ହୋଇଥିବା ଖବର ମିଳିଥିଲା । ତେବେ ଘଟଣାସ୍ଥଳରେ ପହଞ୍ଚିବା ପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ ମାଓବାଦୀ । ଯାହାର ଜବାବ ମିଳିବା ପରେ ମାଓବାଦୀ ପଛଘୁଞ୍ଚା ଦେଇଥିଲେ ।

ଏହି ଅଭିଯାନରେ ପୋଲିସ ସହ SOG, DVF ଓ BSF । କ୍ୟାମ୍ପରୁ ଏକେ-୪୭ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି ।

ବିଦ୍ୟୁତ ଖୁଣ୍ଟିରେ ବାନ୍ଧି ମଦ ବେପାରୀଙ୍କୁ ନିର୍ଧୁମ ମାରିଲେ ମହିଳା

ବାଲେଶ୍ୱର: ଛେଚା ଖାଇଲେ ମଦ ବେପାରୀ । ବିଦ୍ୟୁତ ଖୁଣ୍ଟିରେ ବାନ୍ଧି ନିର୍ଧୁମ ମାରିଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି, ବାଲେଶ୍ୱର ଜିଲ୍ଲା ସୋର ଖିରକୁଣା ଗାଁରେ । ଚୋରା ଦେଶୀ ମଦ ବିକ୍ରି କରୁଥିବା ବେଳେ ମହିଳାଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ବେପାରୀ । ଦୀର୍ଘଦିନ ଧରି ଗାଁରେ ମଦ କାରବାରକୁ ନେଇ ଅଭିଯୋଗ ହେଉଥିଲା । ଗତ ଦୁଇଦିନ ତଳେ ଗାଁର ମହିଳା ମିଶି ଶହ ଶହ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଥିଲେ । ଆଜି ପୁଣି ଚୋରା ମଦ କାରବାର ବେଳେ ମହିଳାଙ୍କ ହାବୁଡ଼ରେ ପଡ଼ିଥିଲେ ମଦ ବେପାରୀ ।

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ମୁକେଶ ସିଂର ରାଜକ୍ଷମା ଖାରଜ, ଗୃହମନ୍ତ୍ରାଳୟକୁ ଅବଗତ କଲା ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ଝଟ୍‌କା । ମଉଳିଲା ଶେଷ ଆଶା । ଦୋଷୀଙ୍କ ଆବେଦନ ଖାରଜ କଲେ ରାଷ୍ଟ୍ରପତି । ଅଭିଯ଼ୁକ୍ତଙ୍କ କ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଛନ୍ତି । ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଗୃହ ମନ୍ତ୍ର।ଳୟକୁ ଅବଗତ କରାଯାଇଛି । ଫାଶୀ ଦଣ୍ଡାଦେଶ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି । ଏହା ପୂର୍ବରୁ ଦୋଷୀ ମୁକେଶ କୁମାରଙ୍କ କ୍ଷମା ଆବେଦନକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଥିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।

ଗୁରୁବାର ଦିଲ୍ଲୀର ଉପ ରାଜ୍ୟପାଳ ମୁକେଶ ସିଂଙ୍କ କ୍ଷମା ଆବେଦନ ଗୃହମନ୍ତ୍ର।ଳୟକୁ ପଠାଇଥିଲେ । ତେବେ କ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ ପରେ ବି ଆଇନର ପେଞ୍ଚ କମିନି । 22 ଜାନୁଆରୀରେ ଦୋଷୀଙ୍କୁ ଫାଶୀ ଦିଆଯାଇ ପାରିବ ନା ନାହିଁ ସେ ନେଇ ଆଜି ଶୁଣାଣି ହେବ । ଡେଥ ଓ୍ବାରେଣ୍ଟକୁ ନେଇ ଆଜି କୋର୍ଟ ନିଜ ରାୟ ଶୁଣାଇବେ ବୋଲି ଜଣାପଡ଼ିଛି ।

୨୦୧୨ରେ ଦିଲ୍ଲୀରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ୨୨ ଜାନୁଆରୀରେ ଫାଶୀ ଦେବାକୁ ଜାନୁଆରୀ ୭ରେ ଡେଥ୍ ଓ୍ବାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସକୋର୍ଟ ।

ଆଜି ଭାରତ ଓ ଅଷ୍ଟ୍ରେଲିଆର ଦ୍ୱିତୀୟ ଦିନିକିଆ

0

ଆଜି ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ । ରାଜକୋଟରେ ଖେଳାଯିବା ଏହି ମ୍ୟାଚ । ପ୍ରଥମ ମ୍ୟାଚରେ ୧୦ ୱିକେଟରେ ପରାସ୍ତ ପରେ ଭାରତର ଦିନିକିଆ ସିରିଜକୁ ଫେରିବା ପାଇଁ ଏହା ଶେଷ ସୁଯୋଗ । ମୁମ୍ବାଇରେ ଉଭୟ ବ୍ୟାଟିଂ ଓ ବୋଲିଂରେ ନିରାଶ କରିଥିଲା ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚ ଜିତି ୧-୦ ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ଓ ଅଧିନାୟକ ଆରୋନ ଫିଞ୍ଚଙ୍କ ଅପରାଜିତ ଶତକ ବଳରେ ଅଷ୍ଟ୍ରେଲିଆ ମ୍ୟାଚ ଜିତିବାକୁ ସକ୍ଷମ ହୋଇଥିଲା ।

ସରକାରୀ ଦପ୍ତର ସାଧାରଣ ଲୋକଙ୍କ ପଇସାରେ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି: ଅସିତ ତ୍ରିପାଠୀ

ଭୁବନେଶ୍ୱର: ବରିଷ୍ଠ ଅଧିକାରୀ ସମ୍ମିଳନୀକୁ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପ୍ରତିକ୍ରିୟା । ସଚିବାଳୟରୁ ସବ୍‌ଡିଭିଜନ ସ୍ତରୀୟ ଅଧିକାରୀଙ୍କ ପର୍ଯ୍ୟନ୍ତ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ମୋ ସରକାର ନେଇ ଶପଥ ପାଠ କରାଇଛନ୍ତି । ନବୀନ କହିଛନ୍ତି, ସରକାରୀ ଦପ୍ତର ସାଧାରଣ ଲୋକଙ୍କ ପାଇଁ, ତାଙ୍କ ପଇସାରେ ଚାଲିଛି  ।

ତେଣୁ ଲୋକଙ୍କ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି । ଆଗାମୀ ୫ ବର୍ଷ ଆମ ପାଇଁ ବଡ଼ ଚ୍ୟାଲେଞ୍ଜର ବର୍ଷ । ଅତ୍ୟାଧୁନିକ ଜ୍ଞାନକୈାଶଳ ବ୍ୟବହାର କରି ସବୁ କାମ ହେବ । ଶିଳ୍ପାୟନ, ଜମି ଅଧିଗ୍ରହଣ ଆମ ପାଇଁ ଚ୍ୟାଲେଞ୍ଜ ଓ୍ୱେଷ୍ଟ ମ୍ୟାନେଜମେଣ୍ଟ ଉପରେ ଅଧିକ ଗୁରୁତ୍ୱ ।

ସେହିପରି ୨୨ରେ ଜିଏ ବିଭାଗର ସଂକଳନ ଆସିବ । ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀ ହୋଇଛି ।