spot_img
Home Blog Page 7488

ଲାଇନଚ୍ୟୁତ ହେଲା ମୁମ୍ବାଇ-ଲୋକମାନ୍ୟ ତିଲକ୍ ଭୁବନେଶ୍ୱର ଏକ୍ସପ୍ରେସ୍, ବହୁ ଯାତ୍ରୀ ଆହତ ସୂଚନା

କଟକ: ଲାଇନଚ୍ୟୁତ ହେଲେ ଏକ୍ସପ୍ରସ୍‌ । ଘନ କୁହୁଡ଼ି ହୋଇଥିବାରୁ ଏଭଳି ଦୁର୍ଘଟଣା ହୋଇଥିବା ସୂଚନା ।  କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍ ଶାଳଗାଁ ନିକଟରେ ଲାଇନଚ୍ୟୁତ ହୋଇଛି ମୁମ୍ବାଇ-ଲୋକମାନ୍ୟ ତିଲକ୍ ଭୁବନେଶ୍ୱର ଏକ୍ସପ୍ରେସ୍ ।

ଆଜି ସକାଳୁ ଘନ କୁହୁଡ଼ି ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ଟ୍ରେନ୍‌ର ୮ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିବା ବେଳେ କ୍ଷୟକ୍ଷତି ସମ୍ପର୍କରେ ସବିଶେଷ ତଥ୍ୟ ଜଣା ପଡ଼ିନାହିଁ । ତେବେ ଏହି ଦୁର୍ଘଟଣାରେ ବହୁ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି ।

ଆହାତ ମାନଙ୍କୁ ଏସ୍‌ବିରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।  ଟ୍ରେନ୍ ଦୁର୍ଘଟଣା ନେଇ ରେଲୱେକୁ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚିଛି । ସ୍ଥାନୀୟ ଲୋକଙ୍କ୍ ଦ୍ୱରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଜଣାଯାଇଛି। ସେପଟେ ପ୍ରତ୍ୟକ ବଗିକୁ ଗୋଟି ଗୋଟି କରି ଜାଞ୍ଚ କରାଯାଉଛି ।

ଓଲଟିଲା ଯାତ୍ରୀବାହୀ ବସ୍‌, ୧୦ରୁ ଅଧିକ ଆହତ

ଯୋଡ଼ା: ଯାତ୍ରୀବାହୀ ବସ୍‌ ଓଲଟି ୧୦ରୁ ଅଧିକ ଆହତ। ଗତକାଲି ବିଳମ୍ବିତ ରାତିରେ ଚମ୍ପୁଆ ଥାନା ପର୍ଶଳା ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ ଓଲଟି ଯାଇଥିଲା । ଦୁର୍ଘଟଣା ପରେ ବସ୍‌ କର୍ମଚାରୀ ଫେରାର ହୋଇଯାଇଥିଲେ ।

ସ୍ଥାନୀୟ ଲୋକଙ୍କ ସହୟତାରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ରିମୁଳି ଥାନା ଅଧିକାରୀ ଓ ୧୦୮ ଆମ୍ବୁଲାନ୍‌ସ ଘଟଣାସ୍ଥଳରେ ପହଞ୍ଚି ୧୦ରୁ ଅଧିକ ଆହତଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବସ୍‌ଟି କୋଇଡାରୁ ଭୁବନେଶ୍ୱର ଯାଉଥିଲା।

ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀକୁ ସ୍ୱପ୍ନର ସହରରେ ଗଢିତୋଳିବା ପାଇଁ କରିବେ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ଦିନିକିଆ ଗସ୍ତ କାର୍ଯ୍ୟକ୍ରମରେ ବିଶ୍ୱଐତିହ୍ୟ ସହର ଭାବେ ପୁରୀକୁ ଗଢିତୋଳିବା ପାଇଁ ଦେଖିଥିବା ସ୍ୱପ୍ନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ନବୀନ ।  ପୁରୀରେ ପହଞ୍ଚିବା ପରେ ପ୍ରଥମେ ସେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ପରେ ମାର୍କେଟ ଛକଠାରେ ଥିବା ମାର୍କେଟ କମ୍ପ୍ଲେକ୍ସରେ ପହଞ୍ଚି ନିର୍ମାଣ ହେବାକୁ ଥିବା ୭ଟି ବଡ଼ ପ୍ରକଳ୍ପର ଶୁଭ ଦେବେ ।

 

ଅଭଡା ଯୋଜନାରେ ୧୮୧ କୋଟି ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଶ୍ରୀ ସେତୁର ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ ନବୀନ । ଏହାସହ ୧୯୦ କୋଟି ବ୍ୟୟ ଅଟକରେ ନିର୍ମାଣ ହେବାକୁ ଥିବା ଶ୍ରୀଜଗନ୍ନାଥବଲ୍ଲଭ ପଲିଗ୍ରିମ ସେଣ୍ଟର, ୯୦ କୋଟିରୁ ଉର୍ଦ୍ଧ ଟଙ୍କାରେ ନିର୍ମାଣ ହେବାକୁ ଥିବା ମଲ୍ଟି ଲେବେଲ କାର ପାର୍କିଂ, ୪୪ କୋଟରୁ ଉର୍ଦ୍ଧଟଙ୍କାରେ ନିର୍ମାଣ ହେବାକୁ ଥିବା ବଡ଼ଦାଣ୍ଡ ମୁନିସିପାଲଟି ମାର୍କେଟର ପୁନରୁଦ୍ଧାର ପାଇଁ ମଧ୍ୟ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ।

ଏହାସହ ୧୨ କୋଟି ଟଙ୍କାର ସୁମୁଦ୍ର କୂଳ ଭେଡିଂଜୋନ୍‌, ମଙ୍ଗଳାଘାଟରେ ସେଣ୍ଟ୍ରାଲାଇଜଡ୍‌ କିଚେନ୍‌ ଓ ସ୍ୱର୍ଗଦ୍ଵାର ଉନ୍ନତିକରଣର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ଉଦଘାଟନି କାର୍ଯ୍ୟକ୍ରମ ଶେଷ ପରେ ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜିଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେବ । ଫଳରେ ଦିନ ବଢିବ ରାତି କମିବ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ

ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜିଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେବ । ଫଳରେ ଦିନ ବଢିବ ରାତି କମିବ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ

ମାଲକାନଗିରି: କୋରାପୁଟ ସୀମାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ପୂଜାରୀଗୁଡ଼ା ଜଙ୍ଗଲରେ ଗୁଳିବିନିମୟ । ଡିଭିଏଫ-ଏସଓଜି ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ସୂଚନା ।

ମାଲକାନଗିରି: କୋରାପୁଟ ସୀମାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ପୂଜାରୀଗୁଡ଼ା ଜଙ୍ଗଲରେ ଗୁଳିବିନିମୟ । ଡିଭିଏଫ-ଏସଓଜି ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ସୂଚନା ।

ପ୍ରାକ୍ ବଜେଟ୍ ବୈଠକ, ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଅନୁଦାନ କାଟ କରିବାର ସମ୍ଭାବନା ଦେଖାଦେଇଛି । ଯାହାର ପ୍ରଭାବ ଆସନ୍ତା ବଜେଟରେ ପଡ଼ିବ । କିପରି ପାଣ୍ଠି ସଂଗ୍ରହ ହେବ, ସେ ନେଇ ଆଜି ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରାକ୍ ବଜେଟ୍ ବୈଠକରେ ଅଭିଜ୍ଞଙ୍କଠାରୁ ମତାମତ ଲୋଡ଼ାଯାଇଛି । ମୁଖ୍ୟତଃ ଅନାଦାୟ ଟିକସ ସଂଗ୍ରହ ଉପରେ ଦିଆଯିବ ଗୁରୁତ୍ୱ । ରାଜସ୍ୱ ବୃଦ୍ଧି ପାଇଁ ସମୀକ୍ଷକଙ୍କ କ୍ଷେତ୍ର ପରିଦର୍ଶନ ଉପରେ ଦିଆଯିବ ଗୁରୁତ୍ୱ ।ଗୋଟିଏ ପଟେ ମାନ୍ଦାବସ୍ଥା ଯୋଗୁ କେନ୍ଦ୍ରର ଅନୁଦାନ ହ୍ର।ସ ଘୋଷଣା ତ ଅନ୍ୟପଟେ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିର ଯୋଜନା ପାଇଁ ଅର୍ଥର ଆବଶ୍ୟକତା । ଗତ ଥର ରାଜ୍ୟ ବଜେଟ ଥିଲା ୧ ଲକ୍ଷ ୩୯ ହଜାର କୋଟି ଟଙ୍କା । ଯାହା ଆସନ୍ତା ଥର ୧ ଲକ୍ଷ ୫୫ ହଜାର କୋଟି ଟଙ୍କାକୁ ଟପିବାର ସମ୍ଭାବନା ରହିଛି । ବିନା ଟିକସ ବୃଦ୍ଧିରେ କିପରି ପାଣ୍ଠି ସଂଗ୍ରହ ହେବ, ସେ ନେଇ ପ୍ରାକ୍ ବଜେଟ୍ ବୈଠକରେ ଆଲୋଚନା ହୋଇଛି । ବିଭିନ୍ନ ସ୍ତରରୁ ଆସିଥିବା ମତାମତ ଉପରେ ଆସନ୍ତୁ ଦୃଷ୍ଟି ପକାଇବା ।

– ପଞ୍ଚାୟତକୁ ଦିଆଯାଉ ବିଦ୍ୟୁତ୍ ବିଲ୍‌ ଆଦାୟ କ୍ଷମତା

– ଶିଳ୍ପାନୁଷ୍ଠାନଙ୍କଠାରୁ ବକେୟା ଟିକସ ଆଦାୟ

– ବେଆଇନ୍ ଖଣି କାରବାରରୁ ଫାଇନ ଆଦାୟ । ଶାହା କମିସନ ୬୮ହଜାର କୋଟି ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ, ହେଲେ ଆଦାୟ ହୋଇଛି କେବଳ ୧୭ ହଜାର କୋଟି

– ଶିକ୍ଷା ଅଧିକାର ଆଇନ୍ ଜରିଆରେ ଶିକ୍ଷକ ନିଯ଼ୁକ୍ତିଅଭିଜ୍ଞସଂପନ୍ନ ବ୍ୟକ୍ତିଙ୍କ ମତାମତକୁ ନୋଟ୍‌ କରାଯାଇଛି । ଯାହାକୁ ସମୀକ୍ଷା କରାଯିବ ପରେ ପ୍ରସ୍ତୁତ ହେବ ରାଜ୍ୟ ବଜେଟ୍ । ଫୋକସରେ ରହିବ ରାଜସ୍ୱ ବୃଦ୍ଧି ପାଇଁ ପନ୍ଥା। ରାଜ୍ୟରେ ଅଭିବୃଦ୍ଧି ହାର ବଢିଥିବାରୁ ମାନ୍ଦାବସ୍ଥା ସେତେଟା ପ୍ରଭାବ ପକାଇ ନାହିଁ । ହେଲେ, ମୁଦ୍ରାସ୍ଫୀତି ଯୋଗୁ ଭବିଷ୍ୟତରେ ଏହା ରାଜ୍ୟ ରାଜକୋଷକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।

ଦିଗପହଣ୍ଡି: ପୂର୍ବ ଶତ୍ରୁତାରୁ ଖଣ୍ଡାରେ ଆକ୍ରମଣ । ଗାଁ ଦୋକାନ ନିକଟରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ଅଭିଯୋଗ । ଗୁରୁତର ଅଜିତ ନାୟକ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।

ଦିଗପହଣ୍ଡି: ପୂର୍ବ ଶତ୍ରୁତାରୁ ଖଣ୍ଡାରେ ଆକ୍ରମଣ । ଗାଁ ଦୋକାନ ନିକଟରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ଅଭିଯୋଗ । ଗୁରୁତର ଅଜିତ ନାୟକ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।

ଖୁବଶୀଘ୍ର ଦାୟିତ୍ୱ ନେବେ ରାଜ୍ୟ ବିଜେପିର ନୂଆ ନେତୃତ୍ୱ

ଭୁବନେଶ୍ୱର: କିଏ ହେବ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ? କାହା ନେତୃତ୍ୱରେ ବିଜେପି ସଜାଡିବ ଘର ? ଦୀର୍ଘ ଦିନ ଧରି ଏ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିବାକୁ ଯାଉଛି । ୩୬ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ୩୪ଟିରେ ସଭାପତି ନିର୍ବାଚନ ସରିଛି । ବାକି ୨ଟିରେ ସଭାପତି ଚୟନ ପାଇଁ ଦ୍ୱନ୍ଦ୍ୱ ଲାଗି ରହିଛି । ସେପଟେ ଆସନ୍ତା ୧୭ରେ ରାଜ୍ୟ ସଙ୍ଗଠନର ନୂଆ ମଙ୍ଗୁଆଳ ନିର୍ବାଚନକୁ ମିଳିଛି ସବୁଜ ସଙ୍କେତ ।ଖୁବଶୀଘ୍ର ବିଜେପି ପାଇବ ନୂଆ ସଭାପତି । ଆସନ୍ତା ଶୁକ୍ରବାର ସ୍ପଷ୍ଟ ହେବାକୁ ଯାଉଛି ନାଁ । ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ କିଏ ହେବେ ତାକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଥିବା ବେଳେ ଖୁବଶୀଘ୍ର ଦାୟିତ୍ୱ ନେବେ ନୂଆ ନେତୃତ୍ୱ । ଆସନ୍ତା ୧୭ ତାରିଖରେ ହେବ ନିର୍ବାଚନ । ଏଥିପାଇଁ ୧୬ ତାରିଖରେ ରେସରେ ଥିବା ପ୍ରାର୍ଥୀମାନେ ଅପରାହ୍ଣ ୩ଟା ସୁଦ୍ଧା ଦାଖଲ କରିବେ ନାମାଙ୍କନପତ୍ର । ସାଢେ ୪ଟାରୁ ସାଢେ ୫ଟା ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ ହେବ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ସମୟ ରହିଛି ସନ୍ଧ୍ୟା ୭ଟା । ୧୭ ତାରିଖ ପୂର୍ବାହ୍ନ ୧୦ଟାରୁ ଗୋଟାଏ ଭିତରେ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ । ଅପରାହ୍ଣ ସାଢେ ଗୋଟାଏରେ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ସେହିଦିନ ରାଜ୍ୟର ୨୧ଟି ଲୋକସଭା ଆସନରୁ ୨୧ ଜଣଙ୍କୁ ରାଷ୍ଟ୍ରୀୟ ପରିଷଦଙ୍କ ନାଁ ମଧ୍ୟ ଘୋଷଣା ହେବ ।ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନ ନ ଭରନ୍ତି ତେବେ ୧୧ଟାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସିଧାସଳଖ ନୂଆ ସଭାପତିଙ୍କ ନାଁ ଘୋଷଣା କରାଯିବ । ଏଥିପାଇଁ ଗଠିତ ପର୍ଯ୍ୟବେକ୍ଷକ ଟିମ୍‌ରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ସାଂସଦ ରାଜୀବ ପ୍ରତାପ, ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ରହିଛନ୍ତି ।ରାଜ୍ୟ ବିଜେପି ସଭାପତି ରେସ୍‌ରେ ଅନେକ ନେତା ଥିବାବେଳେ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସବୁଠୁ ଆଗରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ ବିଜେପି ସଭାପତି କେ ଭି ସିଂହ ଦେଓ, ଉପସଭାପତି ସମୀର ମହାନ୍ତି ବି ରେସ୍‌ରେ ଅଛନ୍ତି ।

ଭୁବନେଶ୍ୱର: ଠିକ୍ ସମୟରେ ପଦୋନ୍ନତି ପାଇଁ ବସିବ ଅଦାଲତ । ଆସନ୍ତା ୨୮, ୨୯ ଓ ୩୧ ତାରିଖରେ ପଦୋନ୍ନତି ଅଦାଲତ ବସିବ । ଯୋଗ୍ୟ ଥାଇ ପଦୋନ୍ନତି ପାଇନଥିବା କର୍ମଚାରୀ ଜାନୁଆରୀ ୨୩ ସୁଦ୍ଧା [email protected] ମେଲ୍ ଆଇଡିରେ ଆବେଦନ କରିପାରିବେ ।

ଭୁବନେଶ୍ୱର: ଠିକ୍ ସମୟରେ ପଦୋନ୍ନତି ପାଇଁ ବସିବ ଅଦାଲତ । ଆସନ୍ତା ୨୮, ୨୯ ଓ ୩୧ ତାରିଖରେ ପଦୋନ୍ନତି ଅଦାଲତ ବସିବ । ଯୋଗ୍ୟ ଥାଇ ପଦୋନ୍ନତି ପାଇନଥିବା କର୍ମଚାରୀ ଜାନୁଆରୀ ୨୩ ସୁଦ୍ଧା [email protected] ମେଲ୍ ଆଇଡିରେ ଆବେଦନ କରିପାରିବେ ।

ଫାସଟାଗ୍ ଗେଟରେ ଟଙ୍କା ଦେଇ ବି ଯାଇପାରିବେ

ଭୁବନେଶ୍ୱର: ଆଜିଠାରୁ ସାରାଦେଶରେ ଲାଗୁ ହୋଇଛି ଫାସଟାଗ୍ ବ୍ୟବସ୍ଥା । ଟୋଲ୍ ପ୍ଲାଜାରେ ଫାସଟାଗ୍ ଗେଟ୍ ଦେଇ କ୍ରସ୍ କଲେ ସ୍ୱୟଂ ଆପଣଙ୍କ ଆକାଉଣ୍ଟରୁ କଟିଯିବ ଟଙ୍କା । ଯଦି, ଆପଣଙ୍କ ଗାଡ଼ିରେ ଫାସଟାଗ୍ ଲାଗିନାହିଁ ଆଉ ଆପଣ ଫାସଟାଗ୍ ଗେଟ୍ ଦେଇ ଅତିକ୍ରମ କରୁଛନ୍ତି । ତେବେ, ଆପଣଙ୍କୁ ଏହା ମହଙ୍ଗା ସାବ୍ୟସ୍ତ ହୋଇପାରେ । ମାନେ ଦେବାକୁ ଥିବା ଦେୟର ଦୁଇଗୁଣା ଅର୍ଥ ଗଣିବାକୁ ପଡ଼ିବ ।ତେବେ, NHAI ବା ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ଦେଶର ୬୫ଟି ଟୋଲ୍ ପ୍ଲାଜାରେ କ୍ୟାସ୍ କାରବାରକୁ ଅନୁମତି ଦେଇଛନ୍ତି । ମାନେ ଆପଣ ଦେଶର ୬୫ଟି ଫାସଟାଗ୍ ଗେଟରେ ମଧ୍ୟ ଦେୟ କ୍ୟାସ୍ ବା ଟଙ୍କା ଆକାରରେ ପୈଠ କରିପାରିବେ । ଅତ୍ୟଧିକ ଟଙ୍କା ଦେଣନେଣ ଯୋଗୁ NHAI କର୍ତ୍ତୃପକ୍ଷ ନିୟମକୁ ମାସେ ପାଇଁ କୋହଳ କରିଛନ୍ତି । ଏହା ଆଜିଠାରୁ ମାସେ ଯାଏଁ ଦେଶର ୬୫ଟି ଟୋଲ ପ୍ଲାଜାରେ ବଳବତ୍ତର ରହିବ ।ଏହି ସବୁ ଟୋଲଗେଟରେ ଅତ୍ୟଧିକ ଟଙ୍କା କାରବାର ହେଉଥିବାରୁ NHAI ଏଭଳି ନିଷ୍ପତ୍ତି ନେଇଛି । ରାଜ୍ୟରେ ଥିବା ବିଭିନ୍ନ ଟୋଲପ୍ଲାଜା ମଧ୍ୟରୁ କଟକର ମଙ୍ଗୁଳି ଟୋଲଗେଟର ଫାସଟାଗ ଗେଟରେ ଟଙ୍କା ଦେଇ ଗାଡ଼ି ଯାଇପାରିବ । ଏନେଇ ବିଭାଗ ପକ୍ଷରୁ ସମ୍ପୃକ୍ତ ଆରଓଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ, ମନେ ରଖନ୍ତୁ ଏହା ଆଜିଠାରୁ ମାସେଯାଏଁ ଚଳିବ ।

ଆପଣଙ୍କର ଗାଡ଼ି ଅଛି କି ? ଫାସଟାଗ୍ କଣ ଜାଣନ୍ତୁ, ନହେଲେ ଡିସେମ୍ୱର ୧ରୁ ଟୋଲ୍ ଗେଟରେ ଦେବେ ୨ ଗୁଣା ନଗଦ