spot_img
Home Blog Page 7489

ରାଉରକେଲା: RSPକୁ ବେଆଇନ୍ ଭାବେ ଟ୍ରକ୍ ଓ ଟ୍ରେଲର ଜବତ ଘଟଣା । ଚୋରି ରାକେଟରେ ସମ୍ପୃକ୍ତ ଥିବା ୫ ଜଣ ଗିରଫ । ମୁଖ୍ୟ ଜଣେ ସ୍କ୍ରାପ୍ ମାଫିଆଙ୍କ ସହ ମୋଟ ୫ ଜଣ ଗିରଫ ।

ରାଉରକେଲା: RSPକୁ ବେଆଇନ୍ ଭାବେ ଟ୍ରକ୍ ଓ ଟ୍ରେଲର ଜବତ ଘଟଣା । ଚୋରି ରାକେଟରେ ସମ୍ପୃକ୍ତ ଥିବା ୫ ଜଣ ଗିରଫ । ମୁଖ୍ୟ ଜଣେ ସ୍କ୍ରାପ୍ ମାଫିଆଙ୍କ ସହ ମୋଟ ୫ ଜଣ ଗିରଫ ।

ଭୁବନେଶ୍ୱର: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ମହିଳା ଏଣ୍ଟରପ୍ରିନିୟରସିପ୍ କମିଟିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କମିଟିରେ ଅଛନ୍ତି ୪୦ ଜଣ ମହିଳା ଉଦ୍ୟୋଗୀ ।

ଭୁବନେଶ୍ୱର: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ମହିଳା ଏଣ୍ଟରପ୍ରିନିୟରସିପ୍ କମିଟିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କମିଟିରେ ଅଛନ୍ତି ୪୦ ଜଣ ମହିଳା ଉଦ୍ୟୋଗୀ ।

ଭୁବନେଶ୍ୱର: ଦେଶର ୬୫ଟି ଟୋଲ୍ ପ୍ଲାଜାରେ ଫାସଟାଗ୍ ବ୍ୟବସ୍ଥାରେ କୋହଳ । ଅତ୍ୟଧିକ ଟଙ୍କା କାରବାର ଯୋଗୁ ମାସେ ପାଇଁ ନିୟମ କୋହଳ କଲା NHAI । ରାଜ୍ୟର ମଙ୍ଗୁଳି ଟୋଲ୍ ପ୍ଲାଜାରେ ମଧ୍ୟ କ୍ୟାସ୍ ବ୍ୟବସ୍ଥା ଆଗାମୀ ମାସେ ଯାଏଁ ଜାରି ରହିବ ।

ଭୁବନେଶ୍ୱର: ଦେଶର ୬୫ଟି ଟୋଲ୍ ପ୍ଲାଜାରେ ଫାସଟାଗ୍ ବ୍ୟବସ୍ଥାରେ କୋହଳ । ଅତ୍ୟଧିକ ଟଙ୍କା କାରବାର ଯୋଗୁ ମାସେ ପାଇଁ ନିୟମ କୋହଳ କଲା NHAI । ରାଜ୍ୟର ମଙ୍ଗୁଳି ଟୋଲ୍ ପ୍ଲାଜାରେ ମଧ୍ୟ କ୍ୟାସ୍ ବ୍ୟବସ୍ଥା ଆଗାମୀ ମାସେ ଯାଏଁ ଜାରି ରହିବ ।

ବାଇକ୍ ଆରୋହୀଙ୍କ ମୃତ୍ୟୁକୁ ନେଇ କାର ଜାଳିଦେଲେ

ଯୋଡ଼ା: ସଡ଼କ ଦୁର୍ଘଟଣାରୁ ତୁମୁଳକାଣ୍ଡ । କାର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ । ଦୁର୍ଘଟଣା ଘଟାଇଥିବା କାରକୁ ଜାଳିଦେଲେ ଉତ୍ୟକ୍ତ ଲୋକେ । ଚମ୍ପୁଆ ଥାନା ଶଙ୍କରପୁର ଛକ ନିକଟରେ ଦୁର୍ଘଟଣା ହୋଇଥିଲା । ମୃତକ ହେଲେ ଶଙ୍କରପୁର ଗାଁର ଚେମା ପାତ୍ର । ଚେମା ଗତକାଲି ରାତିରେ ତାଳବେଡ଼ାରେ ଥିବା ଶ୍ୱଶୁର ଘରୁ ବାଇକରେ ଫେରୁଥିଲେ ।ଶଙ୍କରପୁର ଛକ ନିକଟରେ ଚେମାଙ୍କ ବାଇକ୍ ସହ ଏକ କାର ମୁହାଁମୁହିଁ ଧକ୍କା ହୋଇଥିଲା । ସେ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଚେମାଙ୍କୁ ଉଦ୍ଧାର କରି ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ଆଜି ସକାଳୁ କାରକୁ ଜାଳି ଦେଇଛନ୍ତି ।

ସୂଚନା ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା ସେପଟେ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

କାର୍ଯ୍ୟାଳୟରେ ଚାପ କମ୍ କରିବାକୁ ସହଜ ଉପାୟ

ଜାପାନ: ନିକଟରେ ଜାପାନର ଏକ ଗବେଷକ ଦଳ ସେଠାକାର ୫୫ଟି କମ୍ପାନୀର କର୍ମଚାରୀଙ୍କୁ ସାମିଲ କରି ଅଢ଼େଇ ବର୍ଷ ଅନୁଧ୍ୟାନ କରିବା ପରେ ଏକ ଆଗ୍ରହଜନକ ତଥ୍ୟ ପ୍ରକାଶ କରିଛନ୍ତି । କାମର ଚାପ ବଢ଼ୁଥିବା କାରଣରୁ ଲୋକଙ୍କର ଜୀବନଶୈଳୀ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବାର ଲକ୍ଷ୍ୟ କରାଯାଉଛି । ଏହା କାରଣରୁ ସେମାନଙ୍କ ପାରିବାରିକ ଜୀବନ ସବୁଠୁ ଅଧିକ ପ୍ରଭାବିତ ହେଉଛି । ଏଣୁ ଚାପ କମ୍ କରିବାକୁ ଗବେଷକ ଦଳ ବିଭିନ୍ନ ପରୀକ୍ଷାରେ ୫୫ଟି କମ୍ପାନୀର କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରିଥିଲେ । ତେବେ, ଗୋଟିଏ ଯୋଜନାରେ ସେମାନଙ୍କ ଫଳାଫଳ ସବୁଠୁ ଭଲ ଆସିଥିବା ଜଣାପଡ଼ିିଛି ।କାର୍ଯ୍ୟାଳୟରେ ଯେଉଁ କର୍ମଚାରୀମାନଙ୍କ ଟେବୁଲ୍‌ ନିକଟରେ ଛୋଟ ଗଛ ରଖାଗଲା, ସେମାନଙ୍କ ମାନସିକ ଚାପ ଅନେକାଂଶରେ କମ୍ ହେଉଥିବାର ସମୟ କ୍ରମେ ଦେଖାଯାଇଥିଲା । ୱେବ୍‌ସାଇଟ୍‌ରେ ମଧ୍ୟ ସମାନ ତଥ୍ୟ ଉଲ୍ଲେଖ କରାଯିବା ସହ ୬୩ଜଣ କର୍ମଚାରୀଙ୍କ ନାମ ସହ ମତାମତ ଦିଆଯାଇଛି । ଛୋଟ ଫୁଲ ଚାରା ହେଉ କିମ୍ବା ବୋନ୍‌ସାଇ ପ୍ଲାଣ୍ଟ, ଗଛର ସବୁଜିମାର ପ୍ରଭାବ ପ୍ରକୃତରେ ମନୁଷ୍ୟର ଜୀବନର ଗତିପଥ ପରିବର୍ତ୍ତନ କରିଥାଏ ବୋଲି କର୍ମଚାରୀମାନେ ପ୍ରକାଶ କରିଛନ୍ତି ।

Image result for plant in workplace

ଏହା ମଧ୍ୟ ପ୍ରମାଣିତ ହୋଇଛି କିଛି ସମୟ ଫୁଲ ଗଛକୁ ଲକ୍ଷ୍ୟ କଲେ ରକ୍ତଚାପ ମଧ୍ୟ କମ୍ ହୋଇଥାଏ । କେବଳ ଇନ୍‌ଡୋର୍ ପ୍ଲାଣ୍ଟ ନୁହେଁ, ବରଂ ଟେବୁଲ୍ ପାଖରେ ମଧ୍ୟ ଗଛ ରଖିଲେ ତାହାର ପ୍ରଭାବ ଭଲ ହୋଇଥାଏ ବୋଲି ଗବେଷକ ମତ ଦେଇଛନ୍ତି ।

ମକର ସଂକ୍ରାନ୍ତି ପରଠୁ ଏହି ୩ଟି ରାଶିର ବ୍ୟକ୍ତିଙ୍କ ଖୋଲିଯିବ ଭାଗ୍ୟ

ମକର ସଂକ୍ରାନ୍ତି ହିନ୍ଦୁ ମାନଙ୍କର ଏକ ପ୍ରମୁଖ ପର୍ବ । ଏହି ପର୍ବ ଭାରତରେ ପାଳନ ହେବା ସଙ୍ଗେ ସଙ୍ଗେ ନେପାଳର କେତେକ ସ୍ଥାନରେ ମଧ୍ୟ ପାଳନ ହେଉଥିବାର ଦେଖାଯାଏ । ପୌଷ ମାସରେ ଯେବେ ସୂର୍ଯ୍ୟ ଦେବତା ମକର ରାଶି ଉପରେ ଆସି ପ୍ରକଟ ହୁଅନ୍ତି ସେହି ଦିନ ଏହି ପର୍ବ ପାଳନ କରାଯାଇଥାଏ । ବର୍ତ୍ତମାନ ଏହି ପର୍ବ ଜାନୁଆରୀ ମାସ ୧୪ କିମ୍ବା ୧୫ତାରିଖରେ ପାଳନ କରାଯାଉଛି । ଏହି ଦିନ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବତା ଧନୁ ରାଶିକୁ ଛାଡ଼ି ମକର ରାଶିରେ ଆସି ପ୍ରବେଶ କରନ୍ତି ।

Related image

ଜ୍ୟୋତିଷ ବିଦ୍ୟା ଓ ହିନ୍ଦୁ ଧର୍ମ ଅନୁସାରେ ଏମିତି ୩ଟି ରାଶି ରହିଛି ଯାହା ୧୫ ବର୍ଷ ପରେ ଏହି ମକର ସଂକ୍ରାନ୍ତି ପରଠାରୁ ଧନ ମିଳିବାକୁ ଯାଉଛି । ଯାହା ଫଳରେ ଧନ ସମ୍ପତ୍ତିର ଅଭାବ ରହିବ ନାହିଁ । ଏହି ତିନୋଟି ରାଶିର ଲୋକ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କ ଉତ୍ତରାୟଣକୁ ଆସିବା ପରେ ଏମାନଙ୍କ ଭାଗ୍ୟର ମଧ୍ୟ ଉତ୍ତରାୟଣ ଗତି ଆରମ୍ଭ ହେବ ଓ ଆପଣଙ୍କ ଭାଗ୍ୟରେ ମଧ୍ୟ ଧନ ପ୍ରପ୍ତି ଯୋଗ ରହୁଛି । ଏହା ସହ ଆପଣଙ୍କ ଉପରେ ଶନିଙ୍କ ପ୍ରକୋପ ମଧ୍ୟ କାମ କରିବ ନାହିଁ ।

ବହୁ ବର୍ଷ ପରେ ଆଜି ମକର ସଂକ୍ରାନ୍ତି ଜାନୁଆରୀ ୧୪ରେ ନ ପଡ଼ି ୧୫ରେ ପଡ଼ିଛି । ଏହା ବହୁତ କମ୍ ଦେଖିବାକୁ ମିଳେ । ତେବେ ଏହି ଉତ୍ସବରେ କୁମ୍ଭ, ମେଷ ଓ ତୁଳା ଏହି ତିନୋଟି ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ ଉଦୟ ଘଟିବ ।

Image result for aquariusImage result for tula rashiImage result for mesha rashi

ଏହି ତିନୋଟି ରାଶିର ବ୍ୟକ୍ତିମାନଙ୍କୁ ୨୦୨୦ ରେ ବହୁ ଭଲ ଭଲ ସମ୍ବାଦ ମିଳିବାର ସମ୍ଭାବନା ରହିଛି । ବିଶେଷ କରି କୁମ୍ଭ ରାଶିର ବ୍ୟକ୍ତିଙ୍କୁ ତାଙ୍କର ବିଶ୍ୱସ୍ତ ଜୀବନ ସାଥୀ ମିଳିପାରନ୍ତି । ମେଷ ରାଶି ବ୍ୟକ୍ତି ମାନଙ୍କୁ ସରକାରୀ ଚାକିରି ମିଳିବାର ସମ୍ଭାବନା ରହିଛି ଓ ତୁଳା ରାଶି ବ୍ୟକ୍ତି ମାନଙ୍କୁ ବାଣିଜ୍ୟ ବ୍ୟାପାରରେ ଲାଭ ମିଳିବ ।

ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ବାହାରେ ବିନା ଦେୟରେ ଶ୍ରମିକ ସହାୟତା ହେଲ୍ପ ଲାଇନ୍‌ ନମ୍ବର ଓ ଶ୍ରମିକଙ୍କ ଅଭିଯୋଗ ସମାଧାନ ପାଇଁ ଇ-ଶ୍ରମିକ ସମାଧାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରମିକଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍‌ ଘୋଷଣା କରାଯାଇଛି ।ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବରଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ୨୦ଟି ବ୍ଲକରେ ଅତିରିକ୍ତ ୧୦୦ ଦିନର କାର୍ଯ୍ୟ ସହ ବର୍ଦ୍ଧିତ ମଜୁରୀ ଲାଗୁ କରାଯାଇଛି । ୨୦୨୦ ସୁଦ୍ଧା ପ୍ରବାସୀ ଶ୍ରମିକ ଚିହ୍ନଟ ପ୍ରକ୍ରିୟା ସରିବ । ୨୦ ବ୍ଲକର ସବୁ ପଞ୍ଚାୟତକୁ ଜୀବିକା ମିଶନର ସଘନ ପଞ୍ଚାୟତ ଭାବେ ଗ୍ରହଣ କରାଯାଇଛି ।ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରାଯାଇଛି । ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ପାଇଁ ବୀମା ସୁବିଧା ହୋଇଛି । ବ୍ୟାଙ୍କିଂ ସୁବିଧା ପାଇଁ ଏସଏଚଜି ସଦସ୍ୟଙ୍କୁ ବ୍ୟାଙ୍କ ମିତ୍ର ଭାବେ ନିଯୁକ୍ତି ଦିଆଯାଇଛି । ପ୍ରବାସୀ ଶ୍ରମିକ ସହାୟତା ପାଇଁ ପ୍ରତି ପଞ୍ଚାୟତରେ ଶ୍ରମିକ ମିତ୍ର ନିଯୁକ୍ତ କରାଯାଇଛି । ବିଡିଓଙ୍କ ନିରାପତ୍ତା ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ଆବେଦନ ସୁବିଧା ରହିଛି ।ନିର୍ମାଣ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ସହାୟତା ଦିଆଯାଉଛି । ଓଡ଼ିଆ ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀରେ ଶ୍ରମିକମାନଙ୍କ ପାଇଁ ଓଡ଼ିଆ ହେଲ୍ପ ଡେସ୍କ ରହିଛି । ତେବେ କର୍ଣ୍ଣାଟକ, କେରଳ, ତାମିଲନାଡୁ ଓ ଗୁଜରାଟରେ ଶୀଘ୍ର ହେଲ୍ପ ଡେସ୍କ ଖୋଲାଯିବ ।

ପ୍ରଡକ୍ଟର ଅସଲି ବ୍ରାଣ୍ଡ ଚିହ୍ନିବାକୁ ହେଲେ ଜାଣନ୍ତୁ କେତୋଟି ଉପାୟ ?

ଆଜିକାଲି ତେଲ ଠାରୁ ନେଇ ଲୁଣ ପର୍ଯ୍ୟନ୍ତ ସବୁଥିରେ ଅପମିଶ୍ରଣ ଏବଂ ସବୁର ନକଲି ବିକଳ୍ପ ବାହାରିଲାଣି । ତେଣୁ, କେତେବେଳେ ନକଲି ତେଲ କାରଖାନାରେ ତ କେତେବେଳେ ନକଲି ଚାଉଳ କାରଖାନାରେ ଚଢାଉ କରାଯାଉଛି । ଇଏ ତ ଗଲା ଖାଇବା ସାମଗ୍ରୀ କଥା । ଯଦି ଆପଣ ବ୍ରାଣ୍ଡେଡ୍ ଜିନିଷକୁ ଅସଲି ଭାବି କିଣୁଛନ୍ତି ତ ଆପଣଙ୍କୁ ଲାଗିପାରେ ବଡ଼ ଝଟକା ।ଆପଣ ଯଦି ବ୍ରାଣ୍ଡେଡ ଜିନିଷକୁ ପସନ୍ଦ କରୁଛିନ୍ତି ତେବେ ଆପଣ ନିହାତି ଜାଣିବା ଦରକାର ଆପଣ ଘରକୁ ଆଣୁଥିବା ବ୍ରାଣ୍ଡେଡ୍ ଜିନିଷ ନକଲି ନୁହେଁ ତ । ଅଧିକା ଟଙ୍କା ବ୍ୟୟରେ ଆପଣ ନକଲି ପଦାର୍ଥ କିଣୁ ନାହାଁନ୍ତି ତ ?

ତେବେ ଆମେ ଆପଣଙ୍କୁ ଆସଲି ଓ ନକଲି ଭିତରେ ଏମିତି କିଛି ଟିପ୍ସ ଦେବୁ ଯାହା ଆପଣଙ୍କୁ ଅସଲି ଜିନିଷ ଚିହ୍ନିବାରେ ସାହାଯ୍ୟ କରିବ । ଜାଣନ୍ତୁ ଏମିତି କିଛି ଟିପ୍ସ…୧. ଯଦି ଆପଣ ବ୍ରାଣ୍ଡର ଲୋଗୋକୁ ଚିହ୍ନି ପାରୁଥିବେ, ତେବେ ଆପଣ ଅସଲି ଆଉ ନକଲି ପ୍ରଡକ୍ଟକୁ ଠିକରେ ଚିହ୍ନି ପାରିବେ । ତେଣୁ ବ୍ରାଣ୍ଡର ଲୋଗୋ ସହ ଏହାର ସ୍ପେଲିଂ, ଡିଜାଇନ ଏବଂ ରଙ୍ଗ ମଧ୍ୟ ଭଲରେ ଦେଖିନେବେ ।

୨. ବ୍ରାଣ୍ଡେଡ କମ୍ପାନୀ ତାର ପ୍ରଡକ୍ଟର ପ୍ୟାକିଙ୍ଗ ଉପରେ ଏମିତି କିଛି ଲେଖା ଥାଏ, ଯେମିତି କି କୋର୍ଡ, ସିରିୟଲ କିମ୍ବା ମଡେଲ ନମ୍ବର, ଟ୍ରେଡମାର୍କ ସେହି ପ୍ରଡକ୍ଟର ଅସଲି କି ନକଲି ତାର ସୂଚନା ଦେଇଥାଏ ।

୩. ଯଦି ଆପଣ ଅନଲାଇନରୁ ସପିଂ କରୁଛନ୍ତି ତେବେ ୱେବସାଇଡର ସତ୍ୟତା ବିଷୟରେ ଜାଣିବା ନିହାତି ଆବଶ୍ୟକ  । ଯଦି ୱେବସାଇଟ ହିଁ ଫେକ୍ ଥିବ ତେବେ ପ୍ରଡକ୍ଟ ମଧ୍ୟ ନିଶ୍ଚିନ୍ତ ରୂପରେ ନକଲି ହିଁ ଥିବ । ୟୁରାଲକୁ ଭଲରେ ଚେକ୍ କରନ୍ତୁ ଏବଂ ଦେଖନ୍ତୁ ସେଥିରା ତାଲାର ଚିହ୍ନ ରହୁଛି କି ନାହିଁ ।

୪. ଯଦି ପ୍ରଜକ୍ଟ ତିଆରି ହେଉଥିବା ସ୍ଥାନ, ଇମେଲ, ଫୋନ ନମ୍ବର ଏବଂ ପ୍ରଡକ୍ଟରେ ମିଶିଥିବା ସାମଗ୍ରୀ ନଥିବ ତେବେ ପ୍ରଡକ୍ଟ ନକଲି ହୋଇପାରେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଭଙ୍ଗାଗଲା ଗଣେଶ ମନ୍ଦିର ଚାବି

ଭୁବନେଶ୍ୱର: ଚାବି ପକାଇଲା ବିଏମ୍‌ସି, ଭାଙ୍ଗିଲା ଦେବୋତ୍ତର ବିଭାଗ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୧ ନମ୍ବର ହାଟ ମଧ୍ୟରେ ଥିବା ଗଣେଶ ମନ୍ଦିର ଚାବି ଭାଙ୍ଗିଛି ଦେବୋତ୍ତର ବିଭାଗ । ୨୦୧୯ ସେପ୍ଟେମ୍ବର ୧୦ରେ ବିଏମ୍‌ସି ଏହି ମନ୍ଦିର ନିଜ ଅଧିନକୁ ନେବା ପାଇଁ ୪ ମାସ ଧରି ଚାବି ପକାଇ ବନ୍ଦ ରଖିଥିଲା ।ଏହାପରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଭକ୍ତ । ଆଜି ସକାଳ ସାଢେ ୧୦ଟା ସୁଦ୍ଧା ମନ୍ଦିର ଖୋଲିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଦେବୋତ୍ତର କମିଶନରଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଏମ୍‌ସି ଚାବି ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ଉପସ୍ଥିତ ନହେବାରୁ ଶେଷରେ ତାଲା ଭାଙ୍ଗି ମନ୍ଦିର ଚାବି ଖୋଲିଥିଲା ଦେବୋତ୍ତର ବିଭାଗ । ପୂର୍ବରୁ ଡିସେମ୍ବର ୨୦ରେ ତାଲା ଖୋଲିବାକୁ କୋର୍ଟ ନିର୍ଦ୍ଦେଶ ଥିବା ପରେ ବି ବିଏମ୍‌ସି ମୃନ୍ଦିର ଖୋଲିନଥିଲା। ତେବେ ଆଜି ମୃନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି ।

ଏସସିବି ମେଡିକାଲରେ ପହଞ୍ଚିଲେ ମାନବାଧିକାର କମିଶନର ସଦସ୍ୟ

କଟକ: କଟକ ଏସସିବି ମେଡିକାଲର ସର୍ଜରି ବିଭାଗରେ ଚିକିତ୍ସାଧିନ ନିରାଶ୍ରୟକୁ ଜଣେ ସହାୟିକା ବାଡ଼ିରେ ମାରିବା ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ଆଜି କମିଶନ ସଦସ୍ୟ ମେଡିକାଲ ଯାଇ ତଦନ୍ତ କରିଛନ୍ତି । ଦାୟିତ୍ୱରେ ଥିବା ସହାୟିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମାନବାଧିକାର କମିଶନ ସଦସ୍ୟ କହିଛନ୍ତି । ହସ୍ପିଟାଲକୁ ଆସୁଥିବା ନିରାଶ୍ରୟଙ୍କ ଚିକିତ୍ସା ଏବଂ ସେମାନଙ୍କ ଦେଖାଶୁଣା ଭଲରେ କିପରି ହେବ ସେନେଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।