spot_img
Home Blog Page 7490

ରାଜଧାନୀରେ ଘନ କୁହୁଡ଼ିର ଆସ୍ତରଣ

ଭୂବନେଶ୍ୱର: ରାଜଧାନୀରେ ଘନ କୁହୁଡ଼ିର ଆସ୍ତରଣ। ସକାଳୁ ସକାଳୁ କୁହୁଡ଼ି ଯୋଗୁଁ ଅଳ୍ପ ଦୂରତା ପର୍ଯ୍ୟନ୍ତ ବି ରାସ୍ତା ଦେଖାଯାଉନଥିଲା। ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ୱର ସହ କଟକ ଓ ପୁରୀରେ ମଧ୍ୟ କୁହୁଡ଼ିର ଘନ ଆସ୍ତରଣ ଦେଖିବାକୁ ମିଳିଛି।

ଆସନ୍ତା ୨ ଦିନ ଯାଏଁ ରାତିର ତାପମାତ୍ରା ବଢିବ। ହେଲେ ସକାଳ ହେଲେ ଦେଖିବାକୁ ମିଳିବ ଘନ କୁହୁଡ଼ିର ଆସ୍ତରଣ। ଆସନ୍ତା ୪୮ ଘଣ୍ଟା ଯାଏଁ ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯିବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ରାତିରେ ଲଗାତାର ୪ଟି ରକେଟ ମାଡ

ମଙ୍ଗଳବାର ରାତିରେ ସିରିଆ ଏୟାରବେଶରେ ରକେଟ ମାଡ । ଲଗାତାର ୪ଟି ରକେଟ ମାଡ ହୋଇଥିବା ଜଣାପଡ଼ିଛି । ଏଥିପାଇଁ ସିରିଆ ଇସ୍ରାଏଲକୁ ଦାୟୀ କରିଛି ।

ରକେଟ ମାଡ଼ର ବିଶେଷ କିଛି କ୍ଷତି ହୋଇନାହିଁ । ତେବେ ଇସ୍ରାଏଲ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।

ଏପଟେ ଇରାକରେ ଆମେରିକା ଏୟାରବେଶରେ ରକେଟ ମାଡ ହୋଇଛି । ଏଥିରେ କ୍ଷୟକ୍ଷତି ସୂଚନା ମିଳିନଥିବା ବେଳେ ଇରାନ ଉପରେ ସନ୍ଦେହ କରାଯାଉଛି । କିଛିଦିନ ତଳେ ଏୟାରବେସକୁ ଆମେରିକା ସେନା ଛାଡ଼ିଦେଇଥିଲା ।

ଆଜି ମକର ସଂକ୍ରାନ୍ତି: ଏମିତି କଲେ ବନ୍ଧ୍ୟା ନାରୀ ହୁଅନ୍ତି ପୁତ୍ରବତୀ

ଖୋର୍ଦ୍ଧା: ମକର ସଂକ୍ରାନ୍ତି ପାଇଁ ଖୋର୍ଦ୍ଧା ଅଟ୍ରି ଉସ୍ମ ପ୍ରସବଣରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଆଜିର ଦିନରେ ବନ୍ଧ୍ୟା ନାରୀ ଏହି ମାନସିକ କୁଣ୍ଡରୁ ଗୁଆଟିଏ ଖୋଜି ପାଇଲେ ପୁତ୍ରବତୀ ହୁଏ ବୋଲି ବିଶ୍ୱାସ ରହିଛି ।

ଏଥିପାଇଁ ବିଭିନ୍ନ ସ୍ଥାନରୁ ମାନସିକଧାରୀଙ୍କ ଭିଡ଼ ଦେଖିବାକୁ ମିଳିଛି । ଗୁଆଟିଏ ପାଇବା ପାଇଁ ଅନ୍ଧାର ରାତିରୁ ଭିଡ଼ ଲଗାଇଛନ୍ତି ଶ୍ରଦ୍ଧାଳୁ । ତେବେ କିଭଳି ରହିଛି ସେଠାକାର ପରିବେଶ ଆସନ୍ତୁ ଜାଣିବା ।

ଭଞ୍ଜନଗର: ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ । ତାରସିଂ ଥାନା ଅନ୍ତର୍ଗତ ତୁଳସୀପଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ ହୋଇଛି l ପରିବାରର ଅଭିଯୋଗ ପରେ ପୋଲିସର ତନାଘନା ଜାରି

ଭଞ୍ଜନଗର: ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ । ତାରସିଂ ଥାନା ଅନ୍ତର୍ଗତ ତୁଳସୀପଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ ହୋଇଛି l ପରିବାରର ଅଭିଯୋଗ ପରେ ପୋଲିସର ତନାଘନା ଜାରି

ଆଜି ବସିବ ପ୍ରାକ୍ ବଜେଟ ପ୍ରସ୍ତୁତି ବୈଠକ । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ମାନସ ମନ୍ଥନ । 

ଆଜି ବସିବ ପ୍ରାକ୍ ବଜେଟ ପ୍ରସ୍ତୁତି ବୈଠକ । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ମାନସ ମନ୍ଥନ ।

ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜିଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେବ । ଫଳରେ ଦିନ ବଢିବ ରାତି କମିବ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ

ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜିଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେବ । ଫଳରେ ଦିନ ବଢିବ ରାତି କମିବ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ

ରାଜ୍ୟ ଅର୍ଥନୀତିର ହେବ ହିସାବ ନିକାଶ…ଆଜି ବସିବ  ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଆଜି ବସିବ  ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ ।  ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ମାନସ ମନ୍ଥନ । ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ ଅର୍ଥସଚିବ, ଅର୍ଥନୈତିକ ବିଶେଷଜ୍ଞ, ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ରାଜ୍ୟ ବଜେଟ ପାଇଁ ମତାମତ ଦେବେ । ମତାମତ ଆଧାରରେ ଅର୍ଥ ବିଭାଗ ବଜେଟ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ ।

ଏହାସହ ସାଧାରଣ ଲୋକଙ୍କ ଠାରୁ ମଧ୍ୟ ବଜେଟ ନେଇ ମତାମତ ସଂଗ୍ରହ କରିବ ଅର୍ଥବିଭାଗ ।  ସେପଟେ ବିଭିନ୍ନ କେନ୍ଦ୍ରୀୟ ଅନୁଦାନ କମିବା, କେନ୍ଦ୍ର ଠିକ ସମୟରେ ଅର୍ଥ ନଦେବା, ଜିଏସ୍‌ଟି କ୍ଷତିପୂରଣ ବାବଦରେ ଅର୍ଥରାଶି କେନ୍ଦ୍ର ନଦେବା ରାଜ୍ୟ ବଜେଟ ପାଇଁ ବି ବାଧକ ହୋଇଛି । ଯେହେତୁ ମାନ୍ଦାବସ୍ଥା ଜାରି ରହିଛି ତେଣୁ ବଜେଟ ଉପରେ ଏହା ପ୍ରଭାବ ନିଶ୍ଚିତ ରହିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ବାପଘରୁ ଫେରିବେ ମାଆ ଲକ୍ଷ୍ମୀ: ଶ୍ରୀଜିଉଙ୍କ ହେବ ବିଶେଷ ନୀତି

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି  । ଆଜିଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେବ । ଫଳରେ ଦିନ ବଢିବ ରାତି କମିବ । ସେପଟେ ମହାପ୍ରଭୁଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରୁ ମକର ସଂକ୍ରାନ୍ତି ଅନ୍ୟତମ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ । ମଙ୍ଗଳ ଆରତି, ଅବକାଶ ବେଶ, ଶୃଙ୍ଗାର, ଗୋପାଳ ବଲ୍ଲଭ, ଓ ସକାଳ ଧୂପ ପରେ  ଶ୍ରୀଜିଉମାନଙ୍କ ମହାସ୍ନ।ନ ଅନୁଷ୍ଠିତ ହେବ ।  ଏହାପରେ ନୂଆଲୁଗା ଓ ସର୍ବାଙ୍ଗ ଚନ୍ଦ ଲାଗି କରାଯିବ । ଚନ୍ଦନଲାଗି ପରେ ମହାପ୍ରଭୁଙ୍କ ମସ୍ତକରେ ମକର ଚୂଳ ଲାଗି ହେବ । ସମ୍ପୂର୍ଣ୍ଣ ନୀତି ଶେଷ ପରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଶ୍ରୀଜିଉଙ୍କ ନିକଟରେ ଭୋଗ ଲଗାଯିବ ।

ପୌଷମାସ ଧନୁ ସଂକ୍ରାନ୍ତି ଠାରୁ ମା ଲକ୍ଷ୍ମୀ ବାପ ଘରକୁ ଯାଇ ଆଜି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ଏହି ପ୍ରତ୍ୟାବର୍ତ୍ତନ ବେଳେ ମା ସାଙ୍ଗରେ ଆଣିଥିବା ଭାରରେ ମକର ଚାଉଲ  ପସ୍ତୁତ କରାଯିବ । ମଧ୍ୟାନ୍ନ ଧୂପ ପରେ ମକର ବେଢା ଅନୁଷ୍ଠିତ  କରାଯାଇ ମକର ଚାଉଳକୁ ଶ୍ରୀଜିଉଙ୍କ ନିକଟରେ ଭଗୋ ଲଗାଯିବ ।

ମଣ୍ଡିରୁ ମାର୍କେଟ, ପିଆଜ ଦରରେ ଏତେ ଫରକ କାହିଁକି ? ଗୁମର ଖୋଲିଲେ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା

ଭୁବନେଶ୍ୱର: ପାଇକାରୀ ବଜାରରେ ୩୦ରୁ ୩୫ ଟଙ୍କା ଭିତରେ ବିକ୍ରି ହେଉଛି ପିଆଜ କିନ୍ତୁ ଖୁଚୁରା ବଜାରରେ ୭୦ଟଙ୍କାରେ କିଣୁଛନ୍ତି ଗ୍ରାହକ । ତେବେ ଏତେ ଟଙ୍କା ନେଉଛି କିଏ ? କାହିଁକି ଏଭଳି ସ୍ଥିତି ? କଣ କ୍ରୟ ମୂଲ୍ୟ ଓ ବିକ୍ରି ମୂଲ୍ୟ ଭିତରେ ୩୫ଟଙ୍କାର ଫରକ ? ମାନେ ଗୋଟିଏ କେଜି ପିଛା ୩୦ରୁ ୩୫ଟଙ୍କା ଲାଭ ରଖୁଛନ୍ତି ବ୍ୟବସାୟୀ ? ଏହାର ଖୁଲାସା କରିଛନ୍ତି ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା । ପିଆଜ ଦର ଏବେ ବଜାରରେ ୭୦ ଟଙ୍କା ଥିବା କଥାକୁ ଖୋଲାଖୋଲି ନହେଲେ ବି ଅସ୍ୱୀକାର କରିନାହାନ୍ତି ସୁଧାକର ପଣ୍ଡା । ଏବେ ପିଆଜର ପାଇକାରୀ ଦର ୩୦ରୁ ୩୫ ଟଙ୍କା ରହିଛି । ଅନେକ ସମୟରେ ମାର୍କେଟରେ ଅଭିଯୋଗ ଆସୁଛି ପିଆଜ ୭୦ରୁ ୮୦ ଟଙ୍କାରି ବିକ୍ରି ହେଉଛି । ଆମଦାନୀ ଅନୁସାରେ ପ୍ରତିଦିନ ପାଇକାରୀ ଦର ପରିବର୍ତ୍ତନ ହେଉଛି । ତାକୁ ତାଳଦେଇ ଖୁଚୁରା ବଜାରରେ ଦର ଏପେଟ ସେପଟ ହେବ । ତେବେ, ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ ଖାଉଟିଙ୍କ ଭଳି ସେ ଚିନ୍ତିତ ଥିବା କହିଛନ୍ତି । ତେବେ, ପ୍ରଶାସନ ମେକାନିଜିମ୍ ଉପରେ ଦର ନିୟନ୍ତ୍ରଣ କରୁଥିବା କହିଛନ୍ତି ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ।