ନୂଆଦିଲ୍ଲୀ: ସୁନା କିଣୁଛନ୍ତି କି ? ତେବେ, ଜାଣି ନିଅନ୍ତୁ କେନ୍ଦ୍ର ସରକାରଙ୍କ ନୂଆ ଆଇନ୍ ବିଷୟରେ । ସୁନା କିଣିରେ ଠକାମି ରୋକିବାକୁ କେନ୍ଦ୍ର ସରକାର ନୂଆ ଆଇନ ଆଣିଛନ୍ତି । ୨୦୨୧ ଜାନୁଆରୀରୁ ଦେଶର ସମସ୍ତ ସୁନା ଦୋକାନୀ ବିଆଇଏସ ହଲମାର୍କ ଥିବା ସୁନା ବିସ୍କୁଟ ଏବଂ ଗହଣା ବିକିବା ବାଧ୍ୟତା ମୂଳକ କରାଯାଇଛି ।
ନିୟମ ଖିଲାପ କଲେ ବ୍ୟବସାୟୀଙ୍କୁ ସୁନା ମୂଲ୍ୟର ୫ ଗୁଣା ଫାଇନ ଦେବା ସହ ବର୍ଷେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଲାଶ ପାଶୱାନ ଏହା ଘୋଷଣା କରିଛନ୍ତି । ହଲମାର୍କ ଜୁଏଲାରୀ ବିକ୍ରି କରିବା ପାଇଁ ସରକାର ଖୁବଶୀଘ୍ର ଲାଇସେନ୍ସ ଜାରି କରିବେ ।
ପୂର୍ବରୁ ସୁନା ହଲମାର୍କ ବାଧ୍ୟତାମୂଳକ ନଥିଲା । ୧୪, ୧୮ ଓ ୨୨ କ୍ୟାରେଟ ସୁନାରେ ବିଆଇଏସ ହଲମାର୍କ ଲଗାଇବା ଏବେ ବାଧ୍ୟତାମୂଳକ କରାଯାଇଛି । ବର୍ତ୍ତମାନ ଦେଶରେ ୪୦ ପ୍ରତିଶତ ସୁନା ହଲମାର୍କ ସହ ବିକ୍ରି ହେଉଛି ।
ସୁନା କିଣାବିକା ଉପରେ କେନ୍ଦ୍ର ସରକାର ଆଣିଲେ ନୂଆ ଆଇନ୍
ସେଦିନର ବିସ୍ମୟ ବାଳକ ଏବେ ନିଖୋଜ ନାୟକ
ଭୁବନେଶ୍ୱର: ଆପଣ ଜାଣିଛନ୍ତି କି ବୁଦ୍ଧିଆ ସିଂ ଏବେ କେଉଁଠି ? ଏ ପ୍ରଶ୍ନର ଉତ୍ତର କେବଳ ଆମେ ଖୋଜୁନୁ, ବୁଦ୍ଧିଆଙ୍କ ପ୍ରତିଭା ଦେଖି ଦିନେ ତାଜୁବ୍ ହୋଇଯାଇଥିବା ସାରା ଓଡ଼ିଶାବାସୀ ଏକଥା ପଚାରୁଛନ୍ତି ।

ଟ୍ରାକରୁ ଟାଉନ୍-କ୍ରୀଡ଼ାପ୍ରେମୀଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଦୌଡୁଛି ଠିକ୍ ବୁଦ୍ଧିଆ ଭଳି । ହେଲେ ସେଦିନର ବିସ୍ମୟ ବାଳକ ଏବେ ସାଜିଛନ୍ତି ନିଖୋଜ ନାୟକ । କୁଆଡ଼େ ଗଲେ ବୁଦ୍ଧିଆ ସିଂ ? କାହିଁ କଳିଙ୍ଗ ଷ୍ଟାଡିୟମରେ ତ ଆଉ ନାହାନ୍ତି । କାହିଁ ଡିଏଭି ସ୍କୁଲରେ ତ ଆଉ ପଢୁ ନାହାନ୍ତି । ତା ହେଲେ କୁଆଡ଼େ ଗଲେ ବୁଦ୍ଧିଆ ସିଂ ? ଏ ପ୍ରଶ୍ନର ଉତ୍ତର ଜାଣିବାକୁ ନନ୍ଦିଘୋଷ ଟିଭି ପହଞ୍ଚିଥିଲା ବୁଦ୍ଧିଆଙ୍କ ମାଆଙ୍କ ପାଖରେ । ଅନେକ ସମୟ ଧରି କଥାବାର୍ତ୍ତା ହେବା ପରେ ମାଆ କହିଲେ, ବୁଦ୍ଧିଆ ରହୁଛନ୍ତି ଦିଲ୍ଲୀରେ । ଏକ ସଂସ୍ଥା ବୁଦ୍ଧିଆଙ୍କୁ ଦିଲ୍ଲୀରେ ରଖି ମାରଥନ୍ ଅଭ୍ୟାସ କରେଇବା ସହ ପାଠ ବି ପଢାଉଛନ୍ତି ।


ଦିନେ ୬୫ କିଲୋମିଟରର ଲମ୍ବା ମାରାଥନ୍-ଭୁବନେଶ୍ୱରରୁ ପୁରୀ ଦୌଡ଼ି ବୁଦ୍ଧିଆ ଚମକାଇ ଦେଇଥିଲା ସାରା ବିଶ୍ୱକୁ । ହେଲେ ବୟସ ବଢିବା ପରେ କିନ୍ତୁ ବୁଦ୍ଧିଆର-ବିସ୍ମୟ ଟ୍ୟାଗ୍ ବାଟବଣା ହୋଇଯାଇଥିଲା । ଏବେ ଭଲ ଖବର ଆସିଛି । ଦିଲ୍ଲୀରେ ବୁଦ୍ଧିଆ ଅଭ୍ୟାସ କରୁଛନ୍ତି । ଏକଥା ବୁଦ୍ଧିଆଙ୍କ ମୁହଁରୁ ଶୁଣିବାକୁ ଆମେ ଚେଷ୍ଟା କରିଥିଲୁ । ହେଲେ ଫୋନ୍ ଯୋଗେ ବୁଦ୍ଧିଆ କହିଛନ୍ତି- ମୋ କଥା ସସପେନ୍ସ ରହିବା ଭଲ ।ଥକି ନାହିଁ ବୁଦ୍ଧିଆ, ହେଲେ ତାକୁ ନେଇ ଚର୍ଚ୍ଚା କିନ୍ତୁ ଥକି ଯାଇଛି । ଆଶା କରୁଛୁ କୁନି ବୁଦ୍ଧିଆ ଭଳି କିଶୋର ବୁଦ୍ଧିଆ ମଧ୍ୟ କିଛି କରିସ୍ମା କରିବେ ଆଗକୁ । ଯାହା ଏହି ସସପେନ୍ସ ନାଟକରେ ପକାଇ ପାରିବ ଜବନିକା ।
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ତିକ୍ତତା ମଧ୍ୟରେ ଭାରତରେ ପହଞ୍ଚିଲେ ଇରାନ୍ ବୈଦେଶିକ ମନ୍ତ୍ରୀ ଜାଭଦ ଜାରିଫ । ଆସନ୍ତାକାଲି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ।
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ତିକ୍ତତା ମଧ୍ୟରେ ଭାରତରେ ପହଞ୍ଚିଲେ ଇରାନ୍ ବୈଦେଶିକ ମନ୍ତ୍ରୀ ଜାଭଦ ଜାରିଫ । ଆସନ୍ତାକାଲି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ।
ଭାରତ ପହଞ୍ଚିଲେ ଇରାନ୍ ବୈଦେଶିକ ମନ୍ତ୍ରୀ, କାଲି ମୋଦିଙ୍କ ସହ ଆଲୋଚନା
ନୂଆଦିଲ୍ଲୀ : ଆମେରିକା ଓ ଇରାନ୍ ମଧ୍ୟରେ ଅସ୍ଥିରତା ପରିସ୍ଥିତି ମଧ୍ୟରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ଜାଭଦ ଜାରିଫ । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରାଯାଇଥିଲା ।
ଆସନ୍ତାକାଲି ଇରାନର ବୈଦେଶିକ ମନ୍ତ୍ରୀ ଜାରିଫ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ବୋଲି ସୂଚନା ରହିଛି । ଗତ କିଛିଦିନ ହେଲା ଆମେରିକା ଓ ଇରାନ୍ ମଧ୍ୟରେ ସ୍ଥିତି କିଛି ଠିକ୍ ନାହିଁ । ଆମେରିକାର ଡ୍ରୋନ୍ ଆକ୍ରମଣରେ କାସିମ ସୁଲେମାନିର ମୃତ୍ୟୁ ପରେ ପ୍ରତିଶୋଧ ପରାୟଣ ହୋଇ କ୍ଷେପଣାସ୍ତ୍ର ମାଡ଼ କରିଥିଲା ଇରାନ୍ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ପ୍ରାୟ ସପ୍ତାହେ ଧରି କଥାକଟା କଟି ଜାରି ରହିଥିଲା । ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଆସନ୍ତା ଫେବୃଆରୀରେ ଭାରତ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
କଂଗ୍ରେସ କନ୍ଦଳକୁ ନେଇ ସୁର ରାଉତରାୟ କହିଲେ କିଛି ଏମିତି କଥା…
ଭୁବନେଶ୍ୱର : କଂଗ୍ରେସର ଅସଲ ଚେହେରାକୁ ପଦାରେ ପକାଇଛନ୍ତି ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ । ପିସିସି ଓ ଏଆଇସିସି ଭିତରେ ସମନ୍ୱୟ ଅଭାବ ଯୋଗୁ ପରିସ୍ଥିତି ବିଷମ ହେଉଥିବା ସେ କହିଛନ୍ତି । ଯେଉଁଥିପାଇଁ ଗତକାଲି ଯୁବ କଂଗ୍ରେସ ସଭାପତି ଅଙ୍କକଷା ବେଳେ କଂଗ୍ରେସ ଭବନ ଆଗରେ ନେତାଙ୍କ ବିବାଦ ଚରମ ସୀମାରେ ପହଞ୍ଚିଥିଲା । କିନ୍ତୁ ଦଳୀୟ କନ୍ଦଳ ପ୍ରସଙ୍ଗକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଡ଼ାଇ ଯାଇଛନ୍ତି ।

ଉଭୟ ପିସିସି ଓ ଏଆଇସିସିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଏମାନଙ୍କ ମଧ୍ୟରେ ସମନ୍ୱୟ ଅଭାବ ଗୋଷ୍ଠୀ ବିବାଦ ବଢାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସୋମବାର ଯୁବ କଂଗ୍ରେସ ସଭାପତି ଚୟନକୁ ନେଇ ମୁଖ୍ୟାଳୟ ବାହାରେ ହୋହଲ୍ଲା କରିଥିଲେ ଦଳୀୟ ନେତା । ଏହକୁ ନେଇ ପିସିସି ସଭାପତି ଓ ଏଆଇସିସି ସାଧାରଣ ସଂପାଦିକା ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିଯୋଗୁଁ ଦଳକୁ କ୍ଷତି ପହଞ୍ଚିଛି ବୋଲି କଟାକ୍ଷ କରିଛନ୍ତି ଦଳର ଏହି ବରିଷ୍ଠ ବିଧାୟକ ।

ସେପଟେ ନେତାଙ୍କ ଭିତରେ ବିଭାଜନ ନାହିଁ ବୋଲି ପୁଣି ଥରେ ଦୋହରାଇଛନ୍ତି ପିସିସି ସଭାପତି । ହେଲେ ତାଙ୍କ କ୍ଷମତାକୁ ନେଇ ଦିଆଯାଇଥିବା ବୟାନ ଭିତ୍ତିହୀନ ବୋଲି ମଧ୍ୟ ଦାବି କରିଛନ୍ତି । ଦଳର ଅନ୍ୟ ଯୁବ ନେତା ବି ଦଳୀୟ କନ୍ଦଳକୁ ଅସ୍ୱୀକାର କରିଛନ୍ତି । କଂଗ୍ରେସରେ କନ୍ଦଳ ନୂଆ କଥା ନୁହେଁ । ହେଲେ ଓଡ଼ିଶାରେ ଦ୍ବିତୀୟରୁ ତୃତୀୟ ସ୍ଥାନକୁ ଖସିଥିବା ଦେଶର ସର୍ବ ପୁରାତନ ଦଳକୁ ଆତ୍ମସମୀକ୍ଷାର ସମୃୟ ଆସିଥିବା ଚର୍ଚ୍ଚା ହେଉଛି ।
ତିହାର ଜେଲରେ ବାଉଳି ହେଉଛି ଅଣ୍ଡରୱାର୍ଲଡ ଡନ୍
ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ କଏଦୀଙ୍କ ମନରେ ଛନକା । ଡରି ଡରି ବିତୁଛି ତିହାର ଜେଲରେ ଥିବା ସବୁ କଏଦୀଙ୍କ ରାତି । କିଏ ଡେଥ ସେଲ କଥା ଭାବୁଛି ତ ଆଉ କିଏ ଆଖି ବୁଜିଲେ ଦେଖୁଛି ଫାଶୀ ଦଉଡ଼ି । ଦିନେ ଛୋଟା ରାଜନ ନାଁ ଶୁଣିଲେ ଥରି ଉଠୁଥିଲା ମୁମ୍ବାଇ । ଏବେ ସେ ତିହାର ଜେଲରେ ଥରୁଛି । ନିର୍ଭୟା ଦୁଷ୍କର୍ମକାରୀଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି ପରେ ବାଉଳି ହେଉଛି ତିହାର ୨ନଂ ଜେଲରେ ଥିବା ଅଣ୍ଡର ୱାର୍ଲଡ ଡନ୍ ଛୋଟା ରାଜନ୍ । ସେ ନିର୍ଭୟା ଦୋଷୀଙ୍କ ଫାଶୀ ସମ୍ପର୍କିତ ସବୁ ଖବର ରଖୁଛି । ନିର୍ଭୟା ଦୋଷୀଙ୍କ ବିଷୟରେ ଜାଣିବା ପାଇଁ ଖବର କାଗଜ, ଟିଭି ଓ ଜେଲ କର୍ମଚାରୀଙ୍କ ଠାରୁ ପଚାରି ବୁଝୁଛି ।

କାରଣ ନିର୍ଭୟା ଦୋଷୀ ପବନ, ମୁକେଶ ଓ ଅକ୍ଷୟ ସେହି ଜେଲରେ ହିଁ ଅଛନ୍ତି । ତେବେ, ହାଇ ସିକ୍ୟୁରିଟି ସେଲରେ ଥିବା ଛୋଟା ରାଜନ ନିର୍ଭୟା ଦୋଷୀ ସେହି ଜେଲରେ ଅଛି ଜାଣିବା ପରେ ତାଙ୍କ ବିଷୟରେ ପଚାରି ବୁଝୁଛି । ଜେଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଛୋଟା ରାଜନ ଦୋଷୀଙ୍କୁ ଫାଶୀ ହେବା ପୂର୍ବର ସବୁ ପ୍ରକ୍ରିୟା ଜାଣିବାକୁ ଚେଷ୍ଟା କରୁଛି । ଯେତେବେଳେ କି ସେ ବି ମାନିଛି ଏଭଳି କର୍ମର ଦଣ୍ଡ କେବଳ ଫାଶୀ ।
ଜେଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ ତିହାଜ ଜେଲରେ ବନ୍ଦୀ କେବଳ ଛୋଟା ରାଜନ ନୁହେଁ ଏହି ଫାଶୀକୁ ନେଇ ସେଠିକାର ସବୁ କଏଦୀଙ୍କ ମନରେ ଉତ୍ସୁକତା ରହିଛି ।
ନୂଆଦିଲ୍ଲୀ: ୨୦୧୨ ‘ନିର୍ଭୟା’ ମାମଲା ନେଇ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା । ଦୋଷୀ ମୁକେଶ ସିଂ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଆବେଦନ କରିଛି । ଆଜି କ୍ୟୁରେଟିଭ୍ ପିଟିସନ୍ ଖାରଜ କରିଥିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ୨୦୧୨ ‘ନିର୍ଭୟା’ ମାମଲା ନେଇ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା । ଦୋଷୀ ମୁକେଶ ସିଂ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଆବେଦନ କରିଛି । ଆଜି କ୍ୟୁରେଟିଭ୍ ପିଟିସନ୍ ଖାରଜ କରିଥିଲେ ସୁପ୍ରିମକୋର୍ଟ
କ୍ୟୁରେଟିଭ୍ ପିଟିସନ୍ ଖାରଜ ପରେ ଦୟା ମାମଲା ଆବେଦନ କଲା ମୁକେଶ ସିଂହ
ନୂଆଦିଲ୍ଲୀ : ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କର କ୍ୟୁରେଟିଭ୍ ପିଟିସନ୍ ଖାରଜ୍ କରିଛନ୍ତି ସୁପ୍ରିମକୋର୍ଟ । ଏହାପରେ ଆଜି ଫାଶୀ ପାଇବାକୁ ଯାଉଥିବା ମୁକେଶ ସିଂହ ଦୟା ମାମଲା ପାଇଁ ଆବେଦନ କରିଛି । ମୁକେଶ ମର୍ସି ପିଟିସନ୍ ଦାଖଲ କରିଥିବା ନେଇ ତିହାର ଜେଲ୍ ପକ୍ଷରୁ ସୂଚନା ଦିଆଯାଇଛି । ରାଷ୍ଟ୍ରପତିଙ୍କ ପାଖରେ ଏହି ଆବେଦନ କରାଯାଇଛି ।

‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?
ଆସନ୍ତା ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ତିହାର ଜେଲ୍ ପରିସରରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ । ଏହାପୂର୍ବରୁ ମୁକେଶ ଆଇନର ଶେଷରାସ୍ତା ହିସାବରେ ମର୍ସି ପିଟିସନ୍ ଦାଖଲ କରିଛି । ପୂର୍ବରୁ ଅନ୍ୟ ୨ ଜଣଙ୍କର ଦୟା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଥିଲେ ।

ଭାରତ ଓ ଜାପାନ୍ ତଟରକ୍ଷୀ ଉଚ୍ଚ ପ୍ରତିନିଧିସ୍ତରୀୟ ଆଲୋଚନା
ନୂଆଦିଲ୍ଲୀ : ଭାରତୀୟ କୋଷ୍ଟଗାର୍ଡ ଓ ଜାପାନ୍ କୋଷ୍ଟଗାର୍ଡ ମଧ୍ୟରେ ନୂ୍ଆଦିଲ୍ଲୀର କୋଷ୍ଟଗାର୍ଡ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ କୋଷ୍ଟଗାର୍ଡର ନିର୍ଦ୍ଦେଶକ କେ. ନଟରାଜନ ଓ ଜାପାନ୍ କୋଷ୍ଟଗାର୍ଡର କମାଣ୍ଡାଣ୍ଟ ଆଡମିରାଲ୍ ତାକାହିରୋ ଓକୁସିମା ଏହି ବୈଠକରେ ଯୋଗଦେଇଥିଲେ ।

ଉଭୟ ଦେଶର ପ୍ରତିନିଧି ତଟରକ୍ଷୀ ସମ୍ମିଳନୀରେ ଉପସ୍ଥିତ ଥିଲେ । ସମୁଦ୍ର ପଥରେ ଆସୁଥିବା ଶତ୍ରୁଙ୍କୁ ରୋକିବା ଏବଂ ସେମାନଙ୍କର ମୁକାବିଲା କରିବାକୁ ତଟରକ୍ଷୀ ଅନେକ ସମୟରେ ନୂଆ ନୂଆ କୌଶଳ ଆପଣାଇଥାନ୍ତି ।

ଉଭୟ ଦେଶ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷାକରି କିଭଳି ଶତ୍ରୁପକ୍ଷର ମୁକାବିଲା ପାଇଁ ପ୍ରସ୍ତୁତି କରିବେ ସେ ଉପରେ ଆଲୋଚନା ହୋଇଥିଲା । ଦକ୍ଷିଣ ଏସିଆର ଏ ଦୁଇ ପ୍ରମୁଖ ଦେଶ ପରସ୍ପରର ସହଯୋଗ ସାମୁଦ୍ରିକ କ୍ଷେତ୍ରରେ ଦୀର୍ଘଦିନରୁ କରି ଆସୁଛନ୍ତି ।

