spot_img
Home Blog Page 7492

ଆଇନର ସବୁ ରାସ୍ତା ଅନ୍ତ, ଫାଶୀ ଅପେକ୍ଷାରେ ୪ ସୈତାନ୍

ନୂଆଦିଲ୍ଲୀ: ସାତ ବର୍ଷ ପରେ ବନ୍ଦ ହେଲା ସବୁ ବାଟ । ଅନ୍ତ ହେଲା ସବୁ ଆଇନ୍ କାନୁନ୍ ଲଢେଇ । ଏବେ ଫାଶୀ ପାଇବେ ୪ ସୈତାନ । ‘ନିର୍ଭୟା’ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟ ଖାରଜ କରିବା ପରେ ଫାଶୀ ପାଇଁ ସଫା ହୋଇଛି ରାସ୍ତା । ଆସନ୍ତା ୨୨ ତାରିଖ ସକାଳ ୭ଟାରେ ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯିବା ସୁନିଶ୍ଚିତ ହୋଇଛି । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ।ବହୁଚର୍ଚ୍ଚିତ ‘ନିର୍ଭୟା’ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୨ ଦୋଷୀ ବିନୟ ଶର୍ମା ଓ ମୁକେଶ ସିଂ ଫାଶୀରୁ ବର୍ତ୍ତିବା ପାଇଁ କ୍ୟୁରେଟିଭି ପିଟିସନ ଦାଖଲ କରିଥିଲେ । ଏହାର ଶୁଣାଣିରେ ଆବେଦନ ଖାରଜ କରିବା ସହିତ ଫାଶୀ ପାଇଁ ଫାଇନାଲ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଗତ ୯ ତାରିଖରେ ଏମାନେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ । କ୍ୟୁରେଟିଭ ପିଟିସନ୍‌ ହେଉଛି ଦଣ୍ଡରୁ ବଞ୍ଚିବା ପାଇଁ ଶେଷ ପ୍ରୟାସ । ଏହାକୁ ବିଚାରପତି ନିଜ ଚ୍ୟାମ୍ବର ଭିତରେ ହିଁ ବିଚାର କରିଥାନ୍ତି । ଏହାର ନିଷ୍ପତ୍ତି ଆସିବା ପରେ ଦୋଷୀ ଆଉ କୈାଣସି ପ୍ରକାର ଆଇନଗତ ସାହାଯ୍ୟ ନେଇପାରିବେ ନାହିଁ । ଏହି ଆବେଦନକୁ ଖାରଜ କରିବା ବେଳେ ସୁପ୍ରିମକୋର୍ଟ ସମସ୍ତଙ୍କୁ ଫାଶୀରେ ଝୁଲା ଯିବା ଦରକାର ବୋଲି କହିଛନ୍ତି ।ସୁପ୍ରିମକୋର୍ଟଙ୍କ ରାୟ ପରେ ଶାନ୍ତିରେ ନିଶ୍ୱାସ ନେଇଛନ୍ତି ନିର୍ଭୟାଙ୍କ ବାପା ମାଆ । ଦୋଷୀଙ୍କ ଶେଷ ଆଶାକୁ ଖାରଜ କରି ନ୍ୟାୟ ବ୍ୟବସ୍ଥା ପ୍ରତି ଥିବା ଆସ୍ଥାକୁ କୋର୍ଟ ଦୃଢ଼ କରିଛନ୍ତି ବୋଲି ସେ କହିଛନ୍ତି । ସୁଯୋଗ ମିଳିଲେ ଦୋଷୀଙ୍କର ଫାଶୀ ଲାଇଭ ଦେଖିବେ ବୋଲି ନିର୍ଭୟାଙ୍କ ବାପା କହିଛନ୍ତି ।ସେପଟେ ଫାଶୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ତିହାର ଜେଲ୍‌ କର୍ତ୍ତୃପକ୍ଷ । ମକ୍‌ ହ୍ୟାଙ୍ଗିଙ୍ଗ ଶେଷ ହୋଇଛି । ଏଥିପାଇଁ ଦୋଷୀ ମୁକେଶ ସିଂ, ବିନୟ ଶର୍ମା, ଅକ୍ଷୟ ଠାକୁର ଓ ପବନ ଗୁପ୍ତାର ବେକ ସହ ଉଚ୍ଚତା ଏବଂ ଓଜନ ମାପ ନିଆଯାଇଛି । ସମସ୍ତଙ୍କର ଡମି ନିର୍ମାଣ କରି ଫାଶୀ ରିହର୍ସଲ ମଧ୍ୟ ଶେଷ ହୋଇଛି ।

‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ICCR ସଭାପତି

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି ICCRର ସଭାପତି ଡକ୍ଟର ବିନୟ ସହସ୍ରବୁଦ୍ଧି । ଏକ ୪ ଜଣିଆ ପ୍ରତିନିଧି ଦଳ, ଆଜି ଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ୍ । ଏହା ପୂର୍ବରୁ ବିଭିନ୍ନ ବିଭାଗ ଏବଂ ବ୍ୟବସାୟିକ ସଂସ୍ଥାର ପ୍ରତିନିଧିଙ୍କ ସହ ସରକାର ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ।


ସେମାନଙ୍କ ପାଖରୁ ମତାମତ ନିଆଯାଉଛି । ତେବେ ସମସ୍ତଙ୍କର ମତାମତକୁ ଦୃଷ୍ଟିରେ ରଖି ସରକାର ବଜେଟରେ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଗଲେ

ଯାଜପୁର: ପାଣିରେ ବୁଡି ଯୁବକ ମୃତ । ଯାଜପୁର ରୋଡ ଡୋଲିପୁର ସ୍କୁଲ ନିକଟସ୍ଥ ମେଟୁଆଣି ପୋଖରୀରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗାଧୋଇବାକୁ ଯାଇଥିବା ବେଳେ ଯୁବକ ଜଣକ ବୁଡି ନିଖୋଜ ହୋଇଯାଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ବହୁ ଖୋଜା ଖୋଜି ପରେ ଯୁବକଙ୍କ ମୃତଦେହ ମିଳଥିଲା । ଏବଂ ପରେ ଅଗ୍ନଶମ ବାହିନୀଙ୍କ ସହାୟତାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସ୍ଥାନୀୟ ଅଞ୍ଚଳର ମଦନ ସାହୁ ବୋଲି ଜଣାପଡିଛି ।

ସାଲେପୁର ଜପକୂଦ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଚାକିରି ଦେବେ କହି କିରାଣି କରୁଥିଲେ ଏମିତି

କଟକ : ଚାକିରି କରାଇଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ । କଟକ ସାଲେପୁର ଜପକୂଦ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଚାକିରି କରାଇଦେବା ନାରେ ଠକେଇର ଶିକାର ହୋଇଛନ୍ତି ଆଶାୟୀ ।

ସୂଚନା ଅନୁସାରେ ୨୦୦୭-୦୮ରେ କଲେଜରେ ନିଯୁକ୍ତି ପାଇଁ ଆଶାୟୀ ସମ୍ପୃକ୍ତ କଲେଜ କିରାଣିଙ୍କୁ ଚାକିରି କରାଇବା ପାଇଁ ଟଙ୍କା ଦେଇଥିଲେ । ୧୨ ଜଣ ଆଶାୟୀ ଏଭଳି ଅଭିଯୋଗ ଆଣି ଥାନାର ଦ୍ଵାରସ୍ଥ ହୋଇଛନ୍ତି ।

ସେପଟେ ଅଭିଯୋଗ ପରେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ ହୋଇଛି । କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି କଲେଜର କିରାଣି ।

ରାଷ୍ଟ୍ରପତି ପଦକ ପାଇଥିବା DSP କରୁଥିଲେ ଏମିତି କାମ, ଦୋହଲିଗଲା ଦେଶ

ନୂଆଦିଲ୍ଲୀ: ପୋଲିସର ଆତଙ୍କୀ ଲିଙ୍କ୍ । ଦକ୍ଷିଣ କଶ୍ମୀରର ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଲୋକଙ୍କ ଜୀବନ ରକ୍ଷା ପାଇଁ ନିୟୋଜିତ ପୋଲିସ ଯେ ଏଭଳି କାମ କରିପାରିବ । ଅନେକ ବିଶ୍ୱାସ କରିପାରୁନାହାନ୍ତି । ଶନିବାର ୨ ଜଣ ଆତଙ୍କବାଦୀଙ୍କ ସହ କାରରୁ ଜଣେ ଡିଏସପି ଧରାପଡ଼ିଥିଲେ । ଡିଏସପିଙ୍କୁ ପଚରାଉଚରା ପରେ ସାମନାକୁ ଆସିଥିଲା ସାଂଘାତିକ ସତ । ଆତଙ୍କବାଦୀଙ୍କ ଠାରୁ ୧୨ ଲକ୍ଷ ଟଙ୍କା ନେଇ ଡିଏସପି ସେମାନଙ୍କୁ ଚଣ୍ଡିଗଡ଼ ପହଞ୍ଚାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଚଣ୍ଡିଗଡ଼ ପରେ ଆତଙ୍କୀ ଦିଲ୍ଲୀ ଯିବାକୁ ଯୋଜନା କରିଥିଲଲେ ବୋଲି କଶ୍ମୀର ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି ।ଗୁଇନ୍ଦା ସୂତ୍ର ଅନୁଯାୟୀ, ଆତଙ୍କବାଦୀମାନେ ସାଧାରଣତନ୍ତ୍ର ଦିବସରେ ଆକ୍ରମଣ ପାଇଁ ଯୋଜନା କରିଥିଲେ । ଏମାନଙ୍କୁ ୧୨ ଲକ୍ଷ ଟଙ୍କା ନେଇ ସହାୟତା କରୁଥିଲେ ଶ୍ରୀନଗର ବିମାନବନ୍ଦରରେ ନିୟୋଜିତ ଜମ୍ମୁ-କଶ୍ମୀର ପୋଲିସର ସୁରକ୍ଷା ଓ ଆଣ୍ଟି ହାଇଜ୍ୟାକିଂ ୟୁନିଟର ଡିଏସପି ଦେବୀନ୍ଦର । ସୋମବାର ଡିଏସପିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏଥିସହ ଆତଙ୍କବାଦୀଙ୍କ ସହ ହାତ ମିଳାଇଥିବାରୁ ତାଙ୍କୁ ମିଳିଥିବା ରାଷ୍ଟ୍ରପତି ପଦକ ମଧ୍ୟ ଫେରାଇ ନିଆଯିବାର ସମ୍ଭାବନା ରହିଛି ।ପୋଲିସ ଛଡ଼ା ଆଇବି, ମିଲିଟାରୀ ଇଣ୍ଟେଲିଜେନ୍ସ, RAW ସହିତ ଆଉ କେତକ ଗୁଇନ୍ଦା ଏଜେନ୍ସି ଡିଏସପି ଦେବୀନ୍ଦରଙ୍କୁ ପଚରାଉଚରା କରିଛନ୍ତି । ଗୁଇନ୍ଦା ସୂତ୍ର ଅନୁସାରେ ଦେବୀନ୍ଦର ଶ୍ରୀନଗର ଇନ୍ଦିରା ନଗରରେ ଥିବା ତାଙ୍କ ବାସଭବନରୁ ଆତଙ୍କୀକୁ ସହାୟତା କରିଥିଲେ । ଡିଏସପିଙ୍କ ଏହି ଘର ଆର୍ମି ୧୫ ହେଡକ୍ୱାର୍ଟର ନିକଟରେ । ଡିଏସପି ଆତଙ୍କବାଦୀଙ୍କୁ ନେଇ ଏକ ମାରୁତି କାରରେ ଜମ୍ମୁରୁ ବାହାରିଥିଲେ । ଯେଉଁ କାରକୁ ଚଲାଉଥିଲେ ହିଜବୁଲର ଜଣେ ଆତଙ୍କବାଦୀ ।ସୂତ୍ର ଅନୁସାରେ ଏହି ମାମଲାକୁ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ NIA ବା ନ୍ୟାସନାଲ ଇନଭେଷ୍ଟିଗେନ୍ ଏଜେନ୍ସିକୁ ଦେଇପାରେ । ଯେଉଁଥିରୁ ଦେବୀନ୍ଦର ଓ ଆତଙ୍କବାଦୀଙ୍କ ସମ୍ପର୍କର ବାବଦରେ ଆଉ କିଛି ଜଣାପଡ଼ିବ । ଦେବୀନ୍ଦରଙ୍କ ସହ ଗିରଫ ହୋଇଥିବା ୨ ହିଜବୁଲ୍ ଆତଙ୍କବାଦୀ ଦକ୍ଷିଣ କଶ୍ମୀର ସୋପିଆଁ ଜିଲ୍ଲାର ନାବେଦ ବାବୁ ଉର୍ଫ ବାବର ଆଜମ ଓ ଅହମଦ ରାଥର ।

କାଶ୍ମୀରରୁ ୨ ଆତଙ୍କୀଙ୍କ ସହ ପୋଲିସ ଡିଏସ୍‌ପି ଗିରଫ

ଗରମ ପାଣି ସହ ଏହାକୁ ସେବନ କରନ୍ତୁ ଓ ପାଆନ୍ତୁ ସୁଦୃଢ଼ ଓ ଶକ୍ତିଶାଳୀ ଶରୀର

ସମୟ ସହ ବଦଳୁଛି ଜୀବନଶୈଳୀ । ମାଡ଼ି ବସୁଛି ଭିନ୍ନ ଭିନ୍ନ ରୋଗ । ବ୍ୟସ୍ତ ବହୁଳ ଜୀବନର ନିଜ ଶରୀର ଯତ୍ନ ନେବାପାଇଁ ଆପଣଙ୍କୁ କିଛି ସମୟ ବାହାର କରିବା ଉଚିତ୍ । କିନ୍ତୁ ସାଧାରଣତଃ ନିତିଦିନିଆ ଜୀବନରେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଏହା ହୋଇପାରି ନଥାଏ ।

Image result for healthy man

ନିଜ ଶରୀରକୁ ସୁଢଳ, ସୁନ୍ଦର କରିବାକୁ କିଏ ବା ନ ଚାହେଁ । ତେଣୁ ଶରୀରର ସୁଗଠନ ପାଇଁ ଅନେକ ଉପାୟ ଲୋକେ ଆପଣାଇଥାନ୍ତି । ଏଠାରେ ଆମେ ଆପଣଙ୍କୁ ଏପରି କିଛି ଉପାୟ କହୁଛୁ ଯାହାକୁ ଗରମ ପାଣିରେ ସେବନ କଲେ ଆପଣ ସୁସ୍ଥ ଶରୀରର ଅଧିକାରୀ ହୋଇପାରିବେ ।

ଅଶ୍ୱଗନ୍ଧାର ସେବନ-

Image result for ashwagandha

ଏହା ଶରୀରକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ । ତେବେ, ଏହାର ବ୍ୟବହାର ଆପଣ କ୍ଷୀର ସହ କରିପାରିବେ । ଯଦି ଘରେ କ୍ଷୀର ନଥାଏ ତେବେ ଆପଣ ଏକ ଗ୍ଲାସ୍ ଗରମ ପାଣି ସହ ଏକ ଚାମଚ ଅଶ୍ୱଗନ୍ଧା ମିଶାଇ ମଧ୍ୟ ସେବନ କରିପାରିବେ । ଏହା ଆପଣଙ୍କର ପାଚନତନ୍ତ୍ର ପାଇଁ ଫଳପ୍ରଦ । ଶରୀରର ଥକ୍କାପଣ ଦୂର ହେବା ସହ ଆପଣଙ୍କୁ ଶକ୍ତି ଦେଇଥାଏ ।

Related image

ଏହି ଚୂର୍ଣ୍ଣକୁ କ୍ଷୀର ସହ ସେବନ କରିବା ଦ୍ୱାରା ଅଧିକ ଫଳପ୍ରଦ ହୋଇଥାଏ । ଯଦି ଆପଣ ଏହାକୁ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ବ୍ୟବହାର କରନ୍ତି ତେବେ ଏହାର ଫଳ ଆପଣ ନିଜେ ଦେଖି ପାରିବେ । ଅଶ୍ୱଗନ୍ଧା ଦୁର୍ବଳ ଶରୀରକୁ ସବଳ କରିବାର ଏକ ବିଶେଷ ଉପାୟ । ତେଣୁ, ଆପଣ ଏହାକୁ ସମୟ ସମୟରେ ମଧ୍ୟ ବ୍ୟବହାର କରିପାରିବେ । ବିଶେଷ କରି ପୁରୁଷ ମାନଙ୍କ ପାଇଁ ଏହା ଉପକାରୀ ହୋଇଥାଏ ।

ମାଟି ଅତଡ଼ା ଖସି ଶ୍ରମିକ ମୃତ

କଲାହାଣ୍ଡି: କଲାହାଣ୍ଡି ଜିଲ୍ଲା ଆମ୍ବପାଣି ଥାନା ଭୂର୍ସ।ଗୁଡ଼ାରେ ମାଟି ଅତଡ଼ା ଖସି ଶ୍ରମିକ ମୃତ । ମୃତକ ହେଲେ କୋକସରା ବୋବ୍‌ରିଆର କବିରାଜ ଖମାରୀ । ମାଟି ଖୋଳା କାମ କରୁଥିବା ବେଳେ ମୃତ ଶ୍ରମିକଙ୍କ ଉପରେ ମାଟି ଅତଡ଼ା ଖସି ପଡିଥିଲା ।

ତେବେ ଅଳ୍ପକେ ବଞ୍ଚିଯାଇଛି ୫ ଜୀବନ । ୬ ଜଣ ଶ୍ରମିକ କାମ କରୁଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ୫ ଜଣ ଶ୍ରମିକ ବଞ୍ଚିଯାଇଛନ୍ତି । ଘଟଣାସ୍ଥଳରେ ଆମ୍ବପାଣି ପୋଲିସ ପହଞ୍ଚି ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛି ।

କାହିଁକି ରାଷ୍ଟ୍ରପତିଙ୍କ ଗାଡ଼ିର ନଥାଏ ନମ୍ବର ପ୍ଲେଟ୍ ?

ନୂଆଦିଲ୍ଲୀ: ନେତା, ମନ୍ତ୍ରୀଙ୍କ ଗାଡ଼ିରେ ନମ୍ବର ପ୍ଲେଟ ରହିବାଟା ଆପଣମାନେ ଜାଣିଥିବେ କିନ୍ତୁ ଆପଣମାନେ ଜାଣନ୍ତି କି ରାଷ୍ଟ୍ରପତିଙ୍କ ଗାଡ଼ି ନମ୍ବର କେତେ ? ସବୁ ରାଜ୍ୟରେ ଭିନ୍ନ ଭିନ୍ନ ଷ୍ଟେଟ୍ କୋଡ଼ ଥିବା ବେଳେ ରାଷ୍ଟ୍ରପତିଙ୍କର ନଥାଏ ନମ୍ବର ପ୍ଲେଟ୍ । କେନ୍ଦ୍ରରେ ମୋଦି ସରକାର ଆସିବା ପରେ କିଛି ବଡ଼ ବଡ଼ ପଦକ୍ଷପ ନିଆଯାଇଛି । ଯେମିତି କି ପୂର୍ବରୁ ଚାଲି ଆସିଥିବା ନେତା ମନ୍ତ୍ରୀଙ୍କ ଗାଡ଼ିରେ ନାଲିବତିକୁ ହଟାଇ ଦିଆଯାଇଛି । କିନ୍ତୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ଗାଡ଼ିରେ ନମ୍ବର ପ୍ଲେଟ ନ ରହିବାଟାକୁ ବଦଳେଇ ପାରିନାହାଁନ୍ତି କେନ୍ଦ୍ରସରକାର ।

ଟିକେ ଭାବନ୍ତୁ ତ ଯଦି ଆପଣଙ୍କ ଗାଡ଼ିରେ ନମ୍ବର ପ୍ଲେଟ ନଥାଏ ତ ଆପଣ ଟ୍ରାଫିକ୍ ପୋଲିସ ପାଖରୁ ବଞ୍ଚିପାରିବେ ତ । କିନ୍ତୁ ଏଭଳି ପରିସ୍ଥିତିରେ ରାଷ୍ଟ୍ରପତିଙ୍କ ଗାଡ଼ିରେ ନମ୍ବର ପ୍ଲେଟ ନ ରହିବାଟା ଆପଣଙ୍କୁ ଅଡୁଆରେ ପକାଇଥାଇ ପାରେ ।

କିନ୍ତୁ ଆମେ ଆପଣଙ୍କୁ ଏହା ପଛରେ ଥିବା କାରଣ ଜଣାଇ ଦେଉଛୁ । ରାଷ୍ଟ୍ରପତିଙ୍କ ଗାଡ଼ିରେ ନମ୍ବର ପ୍ଲେଟ ନରିହାବାର ନିୟମ ରହିଛି  । କାରଣ ବ୍ରିଟିଶ୍ ପ୍ରଚଳିତ ପ୍ରଥା ଅନୁସାରେ କିଙ୍ଗ ଡୁ ନୋ ରାଙ୍ଗ ଯିଏକି ଜଣେ ରାଜା ଥିଲେ ସେ କେବେ କିଛି ଭୁଲ କରନ୍ତି ନାହିଁ , ଏହି କାରଣରୁ ରାଷ୍ଟ୍ରପତି ଏବଂ ଅନ୍ୟ ମାନ୍ୟଗନ୍ୟ ମନ୍ତ୍ରୀଙ୍କ ଗାଡ଼ିରେ ରେଜିଷ୍ଟ୍ରେସନ ନମ୍ବର ନଥାଏ । ତେଣୁ ବ୍ରିଟିସ ପ୍ରଥାକୁ ମାନି ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ସହ ଭିଭିଆଇପିଙ୍କ ଗାଡ଼ିରେ ମଧ୍ୟ ନମ୍ବର ପ୍ଲେଟ୍ ନଥାଏ ।

ବିଳମ୍ବିତ ରାତିରେ ଘରେ ପଶି, ବନ୍ଧୁକ ଦେଖାଇ ଲୁଟିଲେ

କଳାହାଣ୍ଡି : ବନ୍ଧୁକ ମୁନରେ ଲୁଟ୍‌। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଭାଇରିପାଲି ଗାଁରେ ସଶସ୍ତ୍ର ଡକାୟତି। ଗତକାଲି ବିଳମ୍ବିତ ରାତିରେ ଗାଁର ସୌରଭ ଜୈନଙ୍କ ଘରେ ମୁଖା ପିନ୍ଧିଥିବା ୪ରୁ ୫ ଦୁର୍ବୃତ୍ତ ଆସି ଟଙ୍କା ଓ ଗହଣା ଲୁଟ୍‌ କରିଛନ୍ତି ।

ଏସଂପର୍କରେ ଖବର ପାଇ ଜୟପାଟଣା ପୋଲିସ ପହଞ୍ଚି ତଦନ୍ତ କରୁଛି। କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସୁରାଗ ଖୋଜିବାକୁ ସନ୍ଧାନୀ କୁକୁରର ସାହାଯ୍ୟ ନିଆଯିବ ଏବଂ ଖୁବ୍‌ ଶୀଘ୍ର ଲୁଟେରାଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

ଫୁଲବାଣୀରେ ସର୍ବନିମ୍ନ ୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ, ୯ଟି ସହର ୧୦ ଡିଗ୍ରୀ ତଳେ

ଭୁବନେଶ୍ୱର: ଆଜି ପ୍ରବଳ ଜାଡ଼ରେ ଥରୁଛି ସାରା ଓଡ଼ିଶା । ଅସହ୍ୟ ଥଣ୍ଡା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କିଛି ସ୍ଥାନରେ କୁହୁଡ଼ି ଯୋଗୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଦିନବେଳା ତାପମାତ୍ରା ବଢ଼ୁଥିବାବେଳେ, ରାତିରେ ପ୍ରବଳ ଶୀତ ଅସହ୍ୟ ହେଉଛି ।

୯ଟି ସହରରେ ୧୦ ଡିଗ୍ରୀ ତଳେ ରହିଛି ପାରଦ । ଫୁଲବାଣୀରେ ସର୍ବନିମ୍ନ ୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ପଛକୁ ଅନୁଗୁଳ, ସୋନପୁର ଓ ଦାରିଙ୍ଗିବାଡି ରହିଛି । ସେପଟେ କାଲିଠୁ ପାଗରେ ପରିବର୍ତ୍ତନ ଆସିବ । ଶୀତର ପ୍ରକୋପ କମିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।