ଗୁଣୁପୁର: କେମିତି ମଲେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗ । ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ନା ତାଙ୍କୁ ହତ୍ୟା କରାଯାଇଛି । ମୃତ୍ୟୁକୁ ପାଖାପାଖି ୨୦ ଦିନ ବିତିଥିବା ବେଳେ ମୃତକଙ୍କ ସମ୍ପର୍କୀୟ ଓ କଂଗ୍ରେସ ଆଣିଛନ୍ତି ହତ୍ୟା ଅଭିଯୋଗ ।
କଂଗ୍ରେସ ପକ୍ଷରୁ ଗୁଣୁପୁର-ରାମନାଗୁଡ଼ା ନିକଟ ବାଙ୍ଗୀ ଛକରେ ରାସ୍ତାରୋକ କରାଯାଇଛି । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତ ମାସ ୨୪ ତାରିଖ ରାତିରେ ତାଣ୍ଡିକଣା ଛକରେ ପୁରୁଷୋତ୍ତମଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଶ୍ରୀକାକୁଲମ୍ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ପୋଲିସ ପ୍ରାଥମିକ ତଦନ୍ତ କରି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲା । ତେବେ ପୁରୁଷୋତ୍ତମଙ୍କ ସମ୍ପର୍କୀୟ ଓ କଂଗ୍ରେସ ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଟାୟାର ଜାଳି ରାସ୍ତାରୋକ କରିଛି ଜିଲ୍ଲା କଂଗ୍ରେସ ।
ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ହତ୍ୟା ଅଭିଯୋଗରେ କଂଗ୍ରେସର ରାସ୍ତା ଅବରୋଧ
ଓଡ଼ିଶାର କଶ୍ମୀରରେ ତୁଷାରପାତ, ଭିଡ଼ ଜମାଉଛନ୍ତି ପର୍ଯ୍ୟଟକ
ବାଲିଗୁଡ଼ା: ପ୍ରକୃତି ରାଣୀର କୋଳରେ ମହକୁଛି ଆଦିବାସୀ ମାଟି । ସବୁଆଡ଼େ ସବୁଜିମା, କାକରର ଛିଟା । ରାତି ଭିଜା କାକରରେ ସତେଜ ଥିବା ଫୁଲ ସକାଳର ସୂର୍ଯ୍ୟଙ୍କ ପହିଲି କିରଣ ସ୍ପର୍ଶରେ ଆହୁରି ଚମକୁଛି । ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ହେଉଛି ତୁଷାରପାତ ।
ରବିବାର ଭଳି ସୋମବାର ଦାରିଙ୍ଗବାଡ଼ି, ସିମନବାଡ଼ି, ବାଡ଼ାବାଙ୍ଗା ଆଦି ଅଞ୍ଚଳରେ ତୁଷାରପାତ ହୋଇଛି । ବର୍ଷା ଛାଡ଼ିବା ପରେ ଜାରି ରହିଛି ଶୀତ ଲହରୀ । ହାଡ଼ଭଙ୍ଗା ଜାଡ଼ ସାଙ୍ଗକୁ ଦିନ ୧୦ଟା ଯାଏଁ ଘନ କୁହୁଡ଼ି ଲାଗି ରହୁଛି । ବଣ ପାହାଡ଼ ଘେରା ସବୁଜିମା ପରିବେଶରେ ପ୍ରକୃତିର ଏ ପ୍ରଫୁଲ୍ଲିତ ଦୃଶ୍ୟ ଦେଖିବାକୁ ଭିଡ଼ ଜମାଉଛନ୍ତି ପର୍ଯ୍ୟଟକ ।
ଘନ କୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଛି ଜିଲ୍ଲାର ଅଧିକାଂଶ ଅଞ୍ଚଳ । ପ୍ରବଳ ଜାଡ଼ ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ି ଟାଣି ଆଣୁଛି । ଜିଲ୍ଲାର ବାଲିଗୁଡ଼ା, କ.ନୂଆଗାଁ, ତୁମୁଡ଼ିବନ୍ଧ, କୋଟଗଡ଼, ବେଲଘର ଆଦି ଅଞ୍ଚଳରେ ହାଡ଼ଭଙ୍ଗା ଜାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ ।
ଶୀତ ଫେରିଥିବାରୁ ମନରେ ଆନନ୍ଦ ବଢ଼ିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଦାରିଙ୍ଗବାଡ଼ିକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ହିଲ୍ ଭିଉ, କଫି ବଗିଚା ସାଙ୍ଗକୁ ଲଭର୍ସ ପଏଣ୍ଟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ତା ସାଙ୍ଗକୁ ଝାଉଁ ବଣରେ ଜମୁଛି ବଣଭୋଜିର ଆସର ।
ଗୁଣୁପୁର: ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ହତ୍ୟାର ପ୍ରତିବାଦ । ରାମନାଗୁଡ଼ା ନିକଟ ବାଙ୍ଗୀ ଛକରେ ମୃତକଙ୍କ ସମ୍ପର୍କୀୟ ଓ କଂଗ୍ରେସ ପକ୍ଷରୁ ରାସ୍ତା ଅବରୋଧ । ଗତ ୨୪ ତାରିଖ ରାତିରେ ତାଣ୍ଡିକଣା ଛକରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ପୁରୁଷୋତ୍ତମ ।
ଗୁଣୁପୁର: ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ହତ୍ୟାର ପ୍ରତିବାଦ । ରାମନାଗୁଡ଼ା ନିକଟ ବାଙ୍ଗୀ ଛକରେ ମୃତକଙ୍କ ସମ୍ପର୍କୀୟ ଓ କଂଗ୍ରେସ ପକ୍ଷରୁ ରାସ୍ତା ଅବରୋଧ । ଗତ ୨୪ ତାରିଖ ରାତିରେ ତାଣ୍ଡିକଣା ଛକରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ପୁରୁଷୋତ୍ତମ ।
ବାଲିଗୁଡ଼ା: ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ପୁଣି ତୁଷାରପାତ । ଲଗାତାର ୨ ଦିନ ହେଲା ଦାରିଙ୍ଗବାଡ଼ି ସମେତ ସିମନବାଡ଼ି, ବାଡ଼ାବାଙ୍ଗା ଅଞ୍ଚଳର ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଛି । ଜାରି ରହିିଛି ଶୀତ ଲହରୀ ।
ବାଲିଗୁଡ଼ା: ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ପୁଣି ତୁଷାରପାତ । ଲଗାତାର ୨ ଦିନ ହେଲା ଦାରିଙ୍ଗବାଡ଼ି ସମେତ ସିମନବାଡ଼ି, ବାଡ଼ାବାଙ୍ଗା ଅଞ୍ଚଳର ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଛି । ଜାରି ରହିିଛି ଶୀତ ଲହରୀ ।
ବାଗଦାଦରେ ଆମେରିକା ସେନା ଆଡ୍ଡା ଉପରେ ରକେଟ୍ ମାଡ଼
ବାଗଦାଦ: ଥମୁନି ଇରାନ୍-ଆମେରିକା ମଧ୍ୟରେ ବିବାଦ । ପୁଣି ଥରେ ଆମେରିକା ସେନା କ୍ୟାମ୍ପ ଉପରେ ରକେଟ୍ ମାଡ଼ ହୋଇଛି । ଇରାକର ଉତ୍ତର ବାଗଦାଦରେ ଥିବା ଆମେରିକାର ଏୟାରବେସ୍ ଉପରେ ୪ଟି ରକେଟ୍ ମାଡ଼ ହୋଇଛି । ରବିବାର ରାତିରେ ହୋଇଥିବା ଏହି ଆକ୍ରମଣରେ ୪ ଇରାକୀ ଏୟାରମ୍ୟାନ ଆହତ ହୋଇଛନ୍ତି ।
ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !
ଆଜିକୁ ଠିକ୍ ୪ ଦିନ ଜାନୁଆରୀ ୮ ତାରିଖରେ ଆମେରିକା ଏୟାରବେସ୍ ଉପରେ ଇରାନ୍ ମିସାଇଲ୍ ମାଡ଼ କରିଥିଲା । ଇରାନର ଟପ୍ ନେତା କାସିମ୍ ସୁଲେମାନି ହତ୍ୟାର ପ୍ରତିଶୋଧ ନେବା ପାଇଁ ପୁଣିଥରେ ଇରାନ୍ ଆଟାକ କରିଥିବା କୁହାଯାଉଛି ।
#BREAKING Iran Guards say Jan 8 missiles did not aim to kill US soldiers pic.twitter.com/wSPttc1Cm7
— AFP News Agency (@AFP) January 12, 2020
୨ ଦେଶ ମଧ୍ୟରେ ରକେଟ୍ ମାଡ଼, ଉତ୍ତେଜନା ଭିତରେ ଇରାନ୍ ମିସାଇଲ ମାଡ଼ରେ ୟୁକ୍ରେନ୍ ବିମାନ କ୍ରାସ୍ ହୋଇଯାଇଥିଲା । ଯେଉଁଥିରେ ୧୭୬ ଯାତ୍ରୀ ମୃତ୍ୟୁବରଣ କରିଥିଲେ । ପ୍ରଥମେ ଇରାନ୍ ଏହାକୁ ଅସ୍ୱୀକାର କରୁଥିବା ବେଳେ ପରେ ମାନବୀୟ ଭୁଲ୍ ପାଇଁ ଅଘଟଣ ଘଟିଥିବା କହିଥିଲା । ଯାହାପରେ ତେହରାନରେ ଇରାନ ସରକାରଙ୍କ ବିରୋଧରେ ଲୋକେ ପ୍ରତିବାଦ କରୁଛନ୍ତି ।
ଶିଶୁ ବଳି ନା ଅବାଞ୍ଛିତ ଗର୍ଭ ?
କଟକ: ରିଂ ରୋଡରେ ଚାଞ୍ଚଲ୍ୟ । ରାସ୍ତା ଉପରକୁ କେମିତି, କେଉଁଠୁ ଆସିଲା କଟାମୁଣ୍ଡ ? ସିଡିଏ ୧୦ ନମ୍ବର ଅଞ୍ଚଳରେ ସନ୍ଧ୍ୟାରେ କିଏ କଲା, କାହାକୁ ହତ୍ୟା ? ରାସ୍ତା ଉପରେ ଛୁଆର କଟାମୁଣ୍ଡକୁ ନେଇ ସିଲଭର ସିଟିରେ ଆତଙ୍କ ଖେଳିଯାଇଛି । ଅବାଞ୍ଛିତ ଗର୍ଭ ନା ଶିଶୁ ବଳି ?
ରିଂ ରୋଡର ରାସ୍ତା ଉପରେ ରକ୍ତାକ୍ତ ମୁଣ୍ଡକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । କେହି କେହି କହୁଛନ୍ତି, କାଠଯୋଡ଼ି ନଦୀ ପଠାରୁ କୁକୁର ଶିଶୁର ମୃତଦେହରୁ ମୁଣ୍ଡକୁ ଟାଣି ଆଣି ରାସ୍ତା ଉପରେ ପକାଇଛି । ତ ଆଉ କାହା ମୁହଁରୁ ଶୁଣିବାକୁ ମିଳୁଛି ଗତ ୧୦ ତାରିଖ ଚନ୍ଦ୍ର ଗ୍ରହଣ ଦିନ କେହି ବଳି ଦେଇଛି ।
ତେବେ, ମୃତ ଶିଶୁର ପରିଚୟ କିମ୍ବା ଶରୀର ମିଳିନାହିଁ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କଟକ: ସିଡିଏ-୧୦ ନମ୍ବର ଅଞ୍ଚଳ ରାସ୍ତା ଉପରେ ପଡ଼ିଛି ଛୋଟ ଛୁଆର କଟାମୁଣ୍ଡ । କଟାମୁଣ୍ଡ କାହାର ଜଣାପଡ଼ିନାହିଁ । କୁକୁର କାଠଯୋଡ଼ି ପଠାରୁ ଆଣି ଖାଉଥିବା ସନ୍ଦେହ, ପୋଲିସର ଛାନଭିନ୍ ।
କଟକ: ସିଡିଏ-୧୦ ନମ୍ବର ଅଞ୍ଚଳ ରାସ୍ତା ଉପରେ ପଡ଼ିଛି ଛୋଟ ଛୁଆର କଟାମୁଣ୍ଡ । କଟାମୁଣ୍ଡ କାହାର ଜଣାପଡ଼ିନାହିଁ । କୁକୁର କାଠଯୋଡ଼ି ପଠାରୁ ଆଣି ଖାଉଥିବା ସନ୍ଦେହ, ପୋଲିସର ଛାନଭିନ୍ ।
ସମ୍ବଲପୁର: ଯୁଯୁମରା ଥାନାର ୩ କର୍ମଚାରୀ ନିଲମ୍ବିତ । ଥାନା ଡ୍ରାଇଭର, ହାବିଲଦାର ଓ କନେଷ୍ଟବଳକୁ ନିଲମ୍ବନ କଲେ ସମ୍ବଲପୁର ଏସପି କନୱର ବିଶାଳ ସିଂ । ଚୋରାକାଠ ଚାଲାଣକାରୀଙ୍କ ଠାରୁ ଲାଞ୍ଚ ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ।
ସମ୍ବଲପୁର: ଯୁଯୁମରା ଥାନାର ୩ କର୍ମଚାରୀ ନିଲମ୍ବିତ । ଥାନା ଡ୍ରାଇଭର, ହାବିଲଦାର ଓ କନେଷ୍ଟବଳକୁ ନିଲମ୍ବନ କଲେ ସମ୍ବଲପୁର ଏସପି କନୱର ବିଶାଳ ସିଂ । ଚୋରାକାଠ ଚାଲାଣକାରୀଙ୍କ ଠାରୁ ଲାଞ୍ଚ ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ।
ପାଲଲହଡ଼ାରେ ୯ ବର୍ଷର ବାଇକକୁ ୨୬ ହଜାର ଟଙ୍କାର ଚାଲାଣ
ପାଲଲହଡ଼ା: ସଚେତନତା ସତ୍ତ୍ୱେ ସୁଧୁରୁନାହାନ୍ତି । ସଡ଼କ ସୁରକ୍ଷା ସପ୍ତାହରେ ପଡ଼ୋଶୀକୁ ଗାଡ଼ି ଦେଇ ଫସିଛନ୍ତି ମାଲିକ । ଗାଡ଼ି ମାଲିକଙ୍କ ନାଁରେ କଟିଛି ୨୬ ହଜାର ଟଙ୍କାର ମୋଟା ଚାଲାଣ । ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡର ଝିମିରିପାଳି ଜାତୀୟ ରାଜପଥ ୧୪୯ରେ । ପାଲଲହଡ଼ା ପୋଲିସ ଓ ତାଳଚେର ଆରଟିଓଙ୍କ ମିଳିତ ଯାଞ୍ଚ ବେଳେ ଜଣେ ବାଇକ୍ ମାଲିକଙ୍କୁ ୨୬ ହଜାର ଟଙ୍କା ଜରିମାନା ହୋଇଛି ।
ପ୍ଲାଟିନା ବାଇକ୍ (OR-19J-5635)କୁ ଜଣେ ନାବାଳକ ଡ୍ରାଇଭିଂ କରୁଥିବା ବେଳେ ଧରାପଡ଼ିଥିଲେ । ଯାଞ୍ଚ ବେଳେ ସେ ଡ୍ରାଇଭିଂ ଲାଇସେନ୍ସ କି ଗାଡ଼ିର କାଗଜପତ୍ର ଦେଖାଇ ପାରିନଥିଲେ । ଫଳରେ ନୂଆ ମୋଟର ଭେଇକିଲ ଆକ୍ଟ ଅନୁଯାୟୀ ଗାଡ଼ି ମାଲିକଙ୍କ ନାଁରେ ଏମଭିଆଇ ୨୬ ହଜାର ଟଙ୍କା ଫାଇନ୍ କରିଛନ୍ତି ।
ଗାଡ଼ି ମାଲିକ ସିଡିଂ ଗାଁର ଅନୀଲ କୁମାର ଜେନା ଫାଇନ୍ ଦେଇ ନପାରିବାରୁ ପୋଲିସ ବାଇକକୁ ଜବତ କରିଛି । ନାବାଳକ ଜଣଙ୍କ ଅନୀଲଙ୍କ ପଡ଼ୋଶୀ । ଏହା ପୂର୍ବରୁ ରାୟଗଡ଼ା ଓ କଟକରେ ନାବାଳକ ଗାଡ଼ି ଚଳାଇବା ବେଳେ ଧରାପଡ଼ିଛନ୍ତି ।
୧୮୦୦ କର୍ମଚାରୀଙ୍କୁ ବିଦା କରିବ ଓୟୋ, ଚିନ୍ତାରେ ସଫ୍ଟବ୍ୟାଙ୍କ
ମୁମ୍ବାଇ: ଖୁବ୍ କମଦିନରେ ଶସ୍ତା ହୋଟେଲ ଯୋଗାଇ ଲୋକପ୍ରିୟ ପାଲିଟଥିବା ଓୟୋ ଏବେ ଛଟେଇମୁହାଁ । ଚୀନ ସମେତ ଭାରତରେ ହୋଟେଲ ବ୍ୟବସାୟ କରୁଥିବା ଓୟୋ କର୍ମଚାରୀ ଛଟେଇ କରିବ । ଏନେଇ ବ୍ଲୁମବର୍ଗରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ କୁହାଯାଇଛି ଓୟୋରେ କାମ କରୁଥିବା ସଂଖ୍ୟାଧିକ କର୍ମଚାରୀଙ୍କ ଚାକିରି ସଙ୍କଟ ମଧ୍ୟରେ ଗତି କରୁଛି ।
କମ୍ପାନୀ ଗତ ଡିସେମ୍ବର ମାସରୁ ଛଟେଇ ଆରମ୍ଭ କରିଛି । ଏଯାବତ୍ ୧୨ ପ୍ରତିଶତ କର୍ମଚାରୀଙ୍କୁ ବାହାର କରିଥିବା ସୂଚନା ମିଳିଛି । ଓୟୋ କେବଳ ଭାରତ ନୁହେଁ ଚୀନରେ ମଧ୍ୟ କର୍ମଚାରୀ ଛଟେଇ କରୁଛି । ଚୀନରେ କାମ କରୁଥିବା ୧୨ ହଜାର କର୍ମଚାରୀଙ୍କ ମଧ୍ୟରୁ ଓୟୋ ୫ ପ୍ରତିଶତ କର୍ମଚାରୀଙ୍କୁ ବାହାର କରିସାରିଲାଣି ।
ଆସନ୍ତା ୩ରୁ ୪ମାସ ମଧ୍ୟରେ ଓୟୋ ଭାରତରେ କାମ କରୁଥିବା ୧୦ ହଜାର କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୧୨୦୦ କର୍ମଚାରୀଙ୍କୁ ଛଟେଇ କରିପାରେ ବୋଲି ରିପୋର୍ଟରେ କୁହାଯାଇଛି । ଏହି ଛଟେଇ ସେଲ୍ସ, ସପ୍ଲାଏ ଓ ଅପରେସନ୍ ବିଭାଗରେ କରାଯାଉଛି ।

ଓୟୋର ଏଭଳି ପଦକ୍ଷେପ ସଫ୍ଟବ୍ୟାଙ୍କର ଚିନ୍ତା ବଢ଼ାଇ ଦେଇଛି । ସଫ୍ଟବ୍ୟାଙ୍କ ଭିଜନ୍ ଫଣ୍ଡ ଜରିଆରେ ଓୟୋରେ ୧.୫ ବିଲିଅନ୍ ଡଲାର ନିବେଶ କରିଛି । ଓୟୋର ମାର୍କେଟ ଭ୍ୟାଲୁ ବର୍ତ୍ତମାନ ୧୦ ବିଲିଅନ୍ ଡଲାର ଅଟେ । କମ୍ପାନୀ ପାଖରେ ଦେଶରେ ଏକ ଲକ୍ଷରୁ ଅଧିକ ରୁମ୍ ରହିଛି ।
‘ଓରାବଲ୍’ ନାଁରେ ଆରମ୍ଭ ହୋଇଥିବା ୱେବସାଇଟ୍ ୨୦୧୩ରେ ଓୟୋ ରୁମ୍ସ ନାଁରେ ପରିବର୍ତ୍ତିତ ହୋଇଥିଲା । ଏହାକୁ ଆରମ୍ଭ କରିଥିଲେ ଓଡ଼ିଆ ଯୁବକ ରିତେଶ ଅଗ୍ରୱାଲ । ଖୁବ୍ କମ୍ ସମୟରେ ଏହି ଷ୍ଟାର୍ଟଅପକୁ ସଫ୍ଟବ୍ୟାଙ୍କ ମଧ୍ୟ ସହଯୋଗ ଦେଇଥିଲା ।

