spot_img
Home Blog Page 7500

ଭୁବନେଶ୍ୱର: ମାର୍କେଟ୍ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣା । ୨ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଏବେ ପରିସ୍ଥିତି ସାମାନ୍ୟ ଥିବା ନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ।

ଭୁବନେଶ୍ୱର: ମାର୍କେଟ୍ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣା । ୨ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଏବେ ପରିସ୍ଥିତି ସାମାନ୍ୟ ଥିବା ନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ।

ଭୁବନେଶ୍ୱର: ମୋ ସରକାରରେ ସାମିଲ ହେଲା ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସଚିବ ଫୋନ ଯୋଗେ ନେବେ ଲୋକଙ୍କ ମତାମତ । ଅଚାନକ ଗସ୍ତ କରିବେ ମନ୍ତ୍ରୀ ଓ ସଚିବ ।

କଣ୍ଟ୍ରୋଲ ଦୋକାନରେ ପ୍ଲାଷ୍ଟିକ ଚାଉଳ ବିକ୍ରି ଅଭିଯୋଗ

ଦିଗପହଣ୍ଡି: କଣ୍ଟ୍ରୋଲ ଦୋକାନରେ ପ୍ଲାଷ୍ଟିକ ଚାଉଳ ବିକ୍ରି ଅଭିଯୋଗ । ଗରିବ ଲୋକଙ୍କ ପାଇଁ ଆସୁଛି କି ଏହି ଚାଉଳ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଖିଲିଙ୍ଗ ପଞ୍ଚାୟତରେ ପ୍ଲାଷ୍ଟିକ ଚାଉଳ ମିଳୁଥିବା ଜଣାପଡ଼ିଛି । ହିତାଧିକାରୀ ପ୍ରତି ଥର ଭଳି ଏଥର କଣ୍ଟ୍ରୋଲ ଦୋକାନରୁ ଚାଉଳ ଆଣିଥିଲେ ।

ତେବେ ରୋଷେଇ ପାଇଁ ଚାଉଳ ଧୋଇବାକୁ ନେବାବେଳେ ପାଣିରେ ଚାଉଳ ଭାସୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ପରେ ଏହା ପ୍ଲାଷ୍ଟିକ ଚାଉଳ ବୋଲି ଜଣାପଡିଥିଲା ।

ଚାଉଳରେ ଅପମିଶ୍ରଣ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖିଲିଙ୍ଗ ସରପଞ୍ଚ ଏଭଳି ଅଭିଯୋଗ ଶୁଣିବା ପରେ କହିଛନ୍ତି, ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଏହି ପ୍ଲାଷ୍ଟିକ ଚାଉଳର ଭାତ ଖାଇଲେ ଦେହ ଅସୁସ୍ଥ ହେବାର ଆଶଙ୍କା ରହିଛି ।

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତି । ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର । ୪ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ।

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତି । ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର । ୪ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ।

ରାଉରକେଲା: ୨ଟି ବ୍ୟବସାୟିକ ପ୍ରତିଷ୍ଠାନରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ । ଟିକସ ଫାଙ୍କିଥିବା ଅଭିଯୋଗରେ ରେଡ୍ ସୂଚନା । ୨ଟି ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟରେ ଚଢ଼ାଉ ।

ରାଉରକେଲା: ୨ଟି ବ୍ୟବସାୟିକ ପ୍ରତିଷ୍ଠାନରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ । ଟିକସ ଫାଙ୍କିଥିବା ଅଭିଯୋଗରେ ରେଡ୍ ସୂଚନା । ୨ଟି ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟରେ ଚଢ଼ାଉ ।

ସୁଇସାଇଡ୍ ନୋଟ୍ ଆଧାରରେ ବନ୍ଧାହେଲେ ବାବୁ

ଜୟପୁର: ସରକାରୀ ବାସଭବନରେ ଶିକ୍ଷକଙ୍କ ସୁଇସାଇଡ୍ । ଘଟଣାର ମାସକ ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗିରଫ କଲା ପୋଲିସ । କୋରାପୁଟ ଡିଇଓ ପ୍ରମୋଦ କୁମାର ପଣ୍ଡାଙ୍କୁ କୋରାପୁଟ ପୋଲିସର ସ୍ୱତନ୍ତ୍ର ଟିମ୍ କଟକରୁ ଗିରଫ କରିଛି ।

ଗିରଫ ଜିଲ୍ଲା ଶିକ୍ଷା ଅଧିକାରୀ

ଗତ ଡିସେମ୍ବର ୮ ତାରିଖରେ ପ୍ରମୋଦଙ୍କ ସରକାରୀ ବାସଭବନରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା କରିଥିଲେ । ତେବେ ନିର୍ଯାତନା ସହିନପାରି ଚିତ୍ତରଞ୍ଜନ ଆତ୍ମହତ୍ୟା କରିଥିବା ନେଇ ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଥିଲେ । ଯେଉଁଥିରେ ୮ ଜଣଙ୍କ ନାଁ ରହିଥିଲା ।KORAPUT DEO OFFICEପୋଲିସ ମାମଲାରେ ପୂର୍ବରୁ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଡିଇଓଙ୍କୁ କଟକରୁ ଗିରଫ କରିଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦଙ୍କୁ ସୁନାବେଡ଼ା ପୋଲିସ ପଚରାଉଚରା କରୁଛି ।

ରାଇରଙ୍ଗପୁର ଅଧ୍ୟାପିକା ଆତ୍ମହତ୍ୟା ମାମଲା, ଝାରପୋଖରିଆ ଆଇଆଇସିଙ୍କୁ ନିଲମ୍ବିତ କଲେ ଡିଜିପି

ନୂଆଦିଲ୍ଲୀ: ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କ ୭୮ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୁମ୍ବାଇ ଫ୍ଲାଟ ସମେତ ସ୍ୱାମୀଙ୍କ କମ୍ପାନୀର କେତେକ ସମ୍ପତ୍ତି ବାଜ୍ୟାପ୍ତ ।

ନୂଆଦିଲ୍ଲୀ: ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କ ୭୮ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୁମ୍ବାଇ ଫ୍ଲାଟ ସମେତ ସ୍ୱାମୀଙ୍କ କମ୍ପାନୀର କେତେକ ସମ୍ପତ୍ତି ବାଜ୍ୟାପ୍ତ ।

ବୌଦ୍ଧ: ହରଭଙ୍ଗା ଥାନା ମହାଲିକପଡ଼ା ଗାଁରେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ ଘଟଣା । ୨ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଭାପୁର ଗାଁର ଅଲେଖ ଦିଗାଲ ଓ ହାତୀଗଡ଼ ଗାଁର ସନ୍ତୋଷ ପ୍ରଧାନ ।

ବୌଦ୍ଧ: ହରଭଙ୍ଗା ଥାନା ମହାଲିକପଡ଼ା ଗାଁରେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ ଘଟଣା । ୨ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଭାପୁର ଗାଁର ଅଲେଖ ଦିଗାଲ ଓ ହାତୀଗଡ଼ ଗାଁର ସନ୍ତୋଷ ପ୍ରଧାନ ।

ଆନ୍ଦୋଳନକାରୀ ଓକିଲ ସାବଧାନ୍‌ !

ନୂଆଦିଲ୍ଲୀ: ଏଣିକି ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଓଡ଼ିଶାରେ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏନେଇ ବାର୍‌ କାଉନ୍‌ସିଲ ଅଫ ଇଣ୍ଡିଆ ଏବଂ ଓଡ଼ିଶା ବାର୍‌ କାଉନସିଲକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ ଖଣ୍ଡପୀଠ। ଓକିଲ ସଂଘଗୁଡ଼ିକର କେଉଁସବୁ କର୍ମକର୍ତ୍ତା ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହାସହ ଓଡିଶା ହାଇକୋର୍ଟର ବିଚାରପତି ନିଯ଼ୁକ୍ତି ପ୍ରସଙ୍ଗ ମଧ୍ୟ ସୁପ୍ରିମ୍‌କୋର୍ଟରେ ଉଠିଛି । ଏହି ପ୍ରସଙ୍ଗରେ ପଦକ୍ଷେପ ନିଆଯିବ ବୋଲି ଖଣ୍ଡପୀଠଙ୍କ ନିକଟରେ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ କହିଛନ୍ତି । ଜଷ୍ଟିସ ସଂଜୟ କିଶାନ କୈାଲ ଓ ଜଷ୍ଟିସ କେ.ଏମ୍‌. ଯୋଶେଫଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ ମାମଲାରେ ଶୁଣାଣି କରିଥିଲେ ।

କଶ୍ମୀରକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟର ଭର୍ତ୍ସନା, ଶୀଘ୍ର ହଟୁ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ ବ୍ୟାନ୍‌, ୧୪୪ ଧାରା ଲାଗୁ ନେଇ ଚାଲିବନି ସରକାରଙ୍କ ମନ୍‌ମାନି। କାଶ୍ମୀରକୁ ନେଇ କେନ୍ଦ୍ରକୁ ସର୍ବୋଚ୍ଚ କୋର୍ଟଙ୍କ କଡ଼ା ଟିପ୍ପଣୀ। ଜମ୍ମୁ କାଶ୍ମୀରରେ ଲାଗୁ କଟକଣାକୁ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ବ୍ୟାଙ୍କିଂ, ହସପିଟାଲ, ଶିକ୍ଷାନୁଷ୍ଠାନ ସହ ସମସ୍ତ ଜରୁରୀକାଳିନ ସେବା ଯୋଗାଉଥିବା ଅନୁଷ୍ଠାନରେ ଇଣ୍ଟରନେଟ୍‌ ସେବା କାର୍ଯ୍ୟକ୍ଷମ କରିବାକୁ ଜମ୍ମୁ କାଶ୍ମୀର ପ୍ରଶାସନକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଇଣ୍ଟରନେଟ୍‌ ବ୍ୟବହାର ହେଉଛି ମତପ୍ରକାଶର ଅଂଶ । ତେଣୁ ସରକାର ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ କରିପାରିବେନି ବୋଲି କୋର୍ଟ କହିଛନ୍ତି । ସରକାର ସମସ୍ତ କଟକଣା ନେଇ ସମୀକ୍ଷା କରନ୍ତୁ। ଅନାବଶ୍ୟକ ନିର୍ଦ୍ଦେଶକୁ ପ୍ରତ୍ୟାହାର କରନ୍ତୁ। ବିନା କାରଣରେ ଇଣ୍ଟରନେଟ୍‌ ଉପରେ କଟକଣା ଲଗାଯାଇ ପାରିବନି । ସେହିପରି ଧାରା ୧୪୪କୁ ଅଧିକ ସମୟ ଧରି ଲାଗୁ କରାଯାଇପାରିବନି ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି ।