spot_img
Home Blog Page 7506

ଫୋକସରେ ସ୍ୱର୍ଣ୍ଣ ତ୍ରିଭୁଜ, କୋଣାର୍କର ସୂର୍ଯ୍ୟମନ୍ଦିର ବୁଲିଲେ ୫-ଟି ସଚିବ

କୋଣାର୍କ : ପୁରୀ ଶ୍ରୀମନ୍ଦିର ଓ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରେ ଏବେ ସରକାରଙ୍କ ଫୋକସରେ କୋଣାର୍କର ସୂର୍ଯ୍ୟ ମନ୍ଦିର । ଏହାର ଉନ୍ନତିକରଣ ସହ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ହେବ ପ୍ଲାନ୍ ।


ଜାନୁଆରୀରେ ଥଣ୍ଡା ସକାଳ । ସମସ୍ତେ ଉଠିବା ଆଗରୁ କୋଣାର୍କରେ ଥିବା ସୂର୍ଯ୍ୟମନ୍ଦିର ଏବଂ ଚନ୍ଦ୍ରଭାଗା ବୁଲିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ । ଆଜି ସକାଳୁ ସକାଳୁ ୫-ଟି ସଚିବ ଅଚାନକ କୋଣାର୍କ ଗସ୍ତ କରିବା ସହ ମନ୍ଦିର ପରିସର ବୁଲି ଦେଖିଥିଲେ । ତାଙ୍କ ସହିତ ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଓ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ମଧ୍ୟ ଉପସ୍ଥିତ ଥିଲେ ।


ପୂର୍ବରୁ ପୁରୀ ପାଇଁ ହେରିଟେଜ୍ କରିଡରର ନକ୍ସା ଓ ମହାପ୍ରଭୁ ଲିଙ୍ଗରାଜଙ୍କ ପାଇଁ କେଦାରଗୌରୀ ପ୍ରକଳ୍ପ ଘୋଷଣା କରିସାରିଛନ୍ତି ସରକାର । ଏବେ କୋଣାର୍କର ଚତୁର୍ପାଶ୍ୱ ବିକାଶ ସହିତ ଚନ୍ଦ୍ରଭାଗାର ସୌନ୍ଦର୍ଯ୍ୟ କିଭଳି ରକ୍ଷା କରାଯାଇପାରିବ ତାହା ଉପରେ ଆଲୋଚନା ହୋଇଛି ।

ରାଜ୍ୟର ବିଭିନ୍ନ ମନ୍ଦିରର ବିକାଶ ସହ ଐତିହ୍ୟର ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟର ପ୍ଲାନକୁ ଆଗେଇ ନେଉଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ ।

ଚଳନ୍ତା କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ପାଖରେ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ । ଟ୍ରେନ୍‌ ଚାଲିଥିବା ସମୟରେ ଲାଗିଲା ଟ୍ରେନ୍‌ରେ ନିଆଁ । ଟ୍ରେନ୍‌ର ଗୋଟିଏ ଓ୍ୱାଗନରେ ନିଆଁ ଲାଗିଥିବା ଅଭିଯୋଗ ହୋଇଛି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କିମ୍ବା ବିଡ଼ି ନିଆଁ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ବିଶ୍ରା ଜଙ୍ଗଲରୁ ମିଳିଲା ମାଇ ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ରେଞ୍ଜ ଅନ୍ତର୍ଗତ ହୁରାଙ୍ଗ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ । ମୃତ ହାତୀର ବୟସ ୧୫ ବର୍ଷରୁ ଅଧିକ ବୟସ ହେବ ବୋଲି ଅନୁମାନ କରାଯାଉଛି ।

ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ କହିଛି ।

ଦିଲ୍ଲୀର ପତପରଗଞ୍ଜରେ ବଡ଼ ଅଗ୍ନିକାଣ୍ଡ, ଜଣଙ୍କ ମୃତ୍ୟୁ, ନିଆଁ ଲିଭାରେ ଲାଗିଛନ୍ତି ୩୨ ଦମକଳ

ନୂଆଦିଲ୍ଲୀ : ପତପରଗଞ୍ଜ ଶିଳ୍ପାଞ୍ଚଳରେ ଆଜି ସକାଳେ ସକାଳେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନିଆଁ ଲିଭାଇବା ପାଇଁ ୩୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି ।


ପୂର୍ବ ଦିଲ୍ଲାରେ ଥିବା ଏହି ଅଞ୍ଚଳରେ ଭୋରୁ ଭୋରୁ ନିଆଁ ଲାଗିବା ସହ ପାଖ ଆଖ ବିଲ୍ଡିଂକୁ ଏହା ବ୍ୟାପିବାର ସମ୍ଭାବନା ଥିବାରୁ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରହିଛି ।

ଜଳେଶ୍ୱରରୁ ୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ପୁଣି ଧଳାଜହର ଜବତ । ଭୋର ୪ଟା ୩୦ରେ ଶେଖବାଡ଼ ଅଞ୍ଚଳରେ ଚଢାଉ କରି ୫୦ ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ ।

ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଜଳେଶ୍ୱର ଅଞ୍ଚଳରେ ବାରମ୍ବାର ବ୍ରାଉନସୁଗାର ଜବତ ହେଉଥିଲେ ହେଁ ଥମୁନି ଧଳା ଜହର କାରବାର ।

ପୋଲିସ ପଞ୍ଝାରେ ମାଓ କମାଣ୍ଡର ବାଲେମ ନାରାୟଣ ଓ ପତ୍ନୀ ଫୁଲବତୀ

ମାଲକାନଗିରି: ମୋଷ୍ଟ ୱାଣ୍ଟେଡ ମାଓ ଦମ୍ପତି ଗିରଫ । ପୂର୍ବତନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣ ଘଟଣାରେ ସମ୍ପୃକ୍ତ ଟପ୍ ମାଓନେତାଙ୍କୁ ବିଶାଖାପାଟଣା ପୋଲିସ ଗିରଫ କରିଛି । ମାଲକାନଗିରି ଡିଭିଜନାଲ କମିଟିର ସମ୍ପାଦକ ଦାମଦାର ଓରଫ ବାଲେମ ନାରାୟଣ ଏବଂ ତାଙ୍କ ପତ୍ନୀ ଫୁଲବତୀକୁ ଗିରଫ କରାଯାଇଛି ।

ଗିରଫ ମାଓ ଦମ୍ପତି

ଚିତ୍ରକୋଣ୍ଡା ଜଳ ଭଣ୍ଡାର ଲଞ୍ଚ ଆକ୍ରମଣରେ ୩୫ ଜଣଙ୍କୁ ହତ୍ୟା, ବିଏସଏଫ ଯବାନଙ୍କ ଉପରେ ଆକ୍ରମଣ, କାଲିମେଳ ତେଲରାଇରେ ୧୧ ଜଣ ପୋଲିସଙ୍କୁ ହତ୍ୟା ଭଳି ବହୁ ସଙ୍ଗୀନ ଘଟଣାରେ ଜଡ଼ିତ ଥିଲେ ମାଓ ଦମ୍ପତି । ପୋଲିସର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିବା ଦାମୋଦର ନାଁରେ ୨୦ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ଫାଇଲ ଫଟୋ

୨୦୧୧ ଫେବ୍ରୁଆରୀ ୧୬ ତାରିଖରେ ମାଓବାଦୀ ମାନେ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ଆର୍.ଭିନୀଲ କ୍ରିଷ୍ଣାଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ । ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରି ଫେରିବା ବେଳେ ଲାଲବାହିନୀ ତାଙ୍କୁ ଅପହରଣ କରି ନେଇଥିଲା । ଅପହରଣ ଘଟଣାର ୮ ବର୍ଷ ପରେ ପୋଲିସ ମୁଖ୍ୟ କାର୍ପେଟଦାରଙ୍କୁ ଗିରଫ କରିଛି ।

ଟ୍ରମ୍ପଙ୍କ ଦମ୍ଭୋକ୍ତି- ମୁଁ ରାଷ୍ଟ୍ରପତି ଥିବା ଯାଏଁ ଇରାନ୍ ପାଇ ପାରିବନି ଆଣବିକ ଅସ୍ତ୍ର

ୱାଂଶିଟନ୍: ଆକ୍ରମଣ , ପ୍ରତି ଆକ୍ରମଣ ଓ ପ୍ରତିକ୍ରିୟା । ଇରାକରେ ଥିବା ଆମେରିକା ସେନା କ୍ୟାମ୍ପରେ ଇରାନର ମିସାଇଲ ମାଡ଼ ପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨ ଦେଶ ମଧ୍ୟରେ ଉତ୍ତେଜନା ବଢ଼ି ଚାଲିଥିବା ବେଳେ ଟ୍ରମ୍ପ ପ୍ରେସମିଟ୍ କରି ଇରାନକୁ ଚେତାବନୀ ଦେଇଛନ୍ତି । ଇରାନକୁ ଆଣବିକ ଶକ୍ତି ବନିବାକୁ ଦେବେ ନାହିଁ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।ଇରାନ୍ କରିଥିବା ଆକ୍ରମଣରେ ଆମେରିକା ମିଲିଟାରୀ କ୍ୟାମ୍ପରେ କେହି ମୃତାହତ ହୋଇନାହାନ୍ତି । ଆମେରିକାର ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି । କେବଳ କ୍ୟାମ୍ପରେ ସାମାନ୍ୟ କ୍ଷତି ହୋଇଥିବା ଟ୍ରମ୍ପ କହିଛନ୍ତି । ମୁଁ ରାଷ୍ଟ୍ରପତି ଥିବା ଯାଏଁ ଇରାନ ପରମାଣୁ ଅସ୍ତଶସ୍ତ୍ର ରଖିପାରିବ ନାହିଁ ବୋଲି କହିଛନ୍ତି ।ଇରାନ୍ ହିଂସା ଜାରି ରଖିବା ଯାଏଁ ମଧ୍ୟପ୍ରାଚ୍ୟରେ ଶାନ୍ତି ଆସିପାରିବ ନାହିଁ । ଇରାନକୁ ଆତଙ୍କବାଦ ବିରୋଧରେ ଶିକ୍ଷା ଦେବାକୁ ବିଶ୍ୱକୁ ଏକାଠି ହେବାକୁ ପଡ଼ିବ । ଚୀନ, ଫ୍ରାନ୍ସ ଓ ବ୍ରିଟେନ୍ ଏକାଠି ହୋଇ ଇରାନ୍ ବିରୋଧରେ ଆମେରିକା ସହ ସ୍ୱର ଉଠାଇବାକୁ ଟ୍ରମ୍ପ ଆହ୍ୱାନ ଦେଇଛନ୍ତି ।

ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !

ୱାଂଶିଟନ୍: ଇରାନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ପ୍ରତିକ୍ରିୟା । ମୁଁ ରାଷ୍ଟ୍ରପତି ଥିଲା ଯାଏଁ ଇରାନ ଆମ ମିଲିଟାରୀ କ୍ୟାମ୍ପ ଉପରେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରିବ ନାହିଁ । ଗତ ରାତିରେ ଇରାନ୍ କରିଥିବା ଆକ୍ରମଣରେ ଆମେରିକାର କୌଣସି କ୍ଷତି ହୋଇନାହିଁ । ଆମର ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି, କେହି ଆହତ ହୋଇନାହାନ୍ତି । କେବଳ ମିଲିଟାରୀ ବେସରେ ସାମାନ୍ୟ କ୍ଷତି ହୋଇଥିବା କହିଲେ ଡୋନାଲ୍ଡ ଟ୍ରମ୍ପ ।

ୱାଂଶିଟନ୍: ଇରାନ ଆକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ପ୍ରତିକ୍ରିୟା । ମୁଁ ରାଷ୍ଟ୍ରପତି ଥିଲା ଯାଏଁ ଇରାନ ଆମ ମିଲିଟାରୀ କ୍ୟାମ୍ପ ଉପରେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରିବ ନାହିଁ । ଗତ ରାତିରେ ଇରାନ୍ କରିଥିବା ଆକ୍ରମଣରେ ଆମେରିକାର କୌଣସି କ୍ଷତି ହୋଇନାହିଁ । ଆମର ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି, କେହି ଆହତ ହୋଇନାହାନ୍ତି । କେବଳ ମିଲିଟାରୀ ବେସରେ ସାମାନ୍ୟ କ୍ଷତି ହୋଇଥିବା କହିଲେ ଡୋନାଲ୍ଡ ଟ୍ରମ୍ପ ।

କରଞ୍ଜିଆ: ଅଜଣା ଗାଡ଼ି ଚାପାରେ ମାଆ, ପୁଅ ମୃତ । ଯଶୀପୁର ଥାନା ଟଙ୍ଗାବିଲା ନିକଟରେ ଦୁର୍ଘଟଣା । ମୃତକ ସାନନଈ ଗାଁର ସୂଚନା ।

କରଞ୍ଜିଆ: ଅଜଣା ଗାଡ଼ି ଚାପାରେ ମାଆ, ପୁଅ ମୃତ । ଯଶୀପୁର ଥାନା ଟଙ୍ଗାବିଲା ନିକଟରେ ଦୁର୍ଘଟଣା । ମୃତକ ସାନନଈ ଗାଁର ସୂଚନା ।

୨୦୨୨ ସୁଦ୍ଧା କାର୍ଯ୍ୟ କରିବ ଦେଶର ନୂଆ ସଂସଦ ଭବନ: ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ୨୦୨୨ ମସିହା ସୁଦ୍ଧା ଦେଶର ନୂଆ ସଂସଦ ଭବନ କାର୍ଯ୍ୟ କରିବ । ଦେଶର ୭୫ ତମ ସ୍ୱାଧୀନତା ଦିବସ ନୂଆ ସଂସଦ ଭବନରେ ପାଳନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । କାନାଡାର ଅଟାୱାରେ ଆୟୋଜିତ ରାଜ୍ୟଗୋଷ୍ଠୀ ଦେଶ ମାନଙ୍କର ବାଚସ୍ପତି ଓ ପୀଠାସିନ ଅଧିକାରୀ ମାନଙ୍କର ୨୫ ତମ ସମ୍ମିଳନୀ ଅବସରରେ ସେ ଏକଥା ସ୍ପଷ୍ଟ କରିଛନ୍ତି । ଏହାମଧ୍ୟରେ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍‌ ମଧ୍ୟରେ ସେଣ୍ଟ୍ରାଲ ଭିଷ୍ଟାର ପୁନଃ ନିର୍ମାଣ କାମ ଆରମ୍ଭ ହୋଇସାରିଲାଣି । ଯାହା ଅନ୍ତତଃପକ୍ଷେ ୨୫୦ ବର୍ଷ ସୁରକ୍ଷିତ ରଖିବାକୁ ଲକ୍ଷ୍ୟ ରଖାଯାଇଛି ।ନୂଆ ଭାରତ ଗଠନ ପାଇଁ ସଂସଦ ଭବନ ପର୍ଯ୍ୟାପ୍ତ ସ୍ଥାନ ଓ ସୁବିଧାର ଆବଶ୍ୟକତା ରହିଛି । କିନ୍ତୁ ବର୍ତ୍ତମାନର ବିଲ୍ଡିଂରେ ସାଂସଦ ଓ କର୍ମଚାରୀ ମାନେ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୯୨୭ ମସିହାରେ ନିର୍ମାଣ ହୋଇଥିବା ସଂସଦ ଭବନକୁ ଏବେ ୯୨ ବର୍ଷ ପୁରିଲାଣି । ନୂତନ ବିଲ୍ଡିଂ ନିର୍ମାଣ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା । ହେଲେ ସରକାରୀ ଭାବେ କୌଣସି ବିବୃତି ଆସିନଥିଲା । ନୂତନ ବିଲ୍ଡିଂ ନିର୍ମାଣ ନେଇ ସମସ୍ତଙ୍କ ସହ ଆବଶ୍ୟକୀୟ ବିଚାର ବିମର୍ଶ ଶେଷ ହୋଇଥିବା ବାଚସ୍ପତି ଓମ ବିର୍ଲା ସ୍ପଷ୍ଟ କରିଛନ୍ତି ।