ଡାକିନେଲେ ଡାକ୍ତରାଣୀ; ଯେଉଁଠି ନେଇଥିଲେ ଜୀବନ, ସେଇଠି ଗଲା ୪ ଜଣଙ୍କ ଜୀବନ
ହାଇଦ୍ରାବାଦ: ମଣିଷ ରୂପରେ ରାକ୍ଷସ ସାଜିଥିଲେ । ଅନ୍ଧାରରେ ଅପକର୍ମ କରିବା ପରେ ଯନ୍ତ୍ରଣା ଦେଇ ଜାଳି ଦେଇଥିଲେ । ଆଉ ସେହି ଅନ୍ଧାରର ସୁଯୋଗ ନେଇ ଖସିଯିବା ବେଳେ ଗୁଳି ଖାଇଛନ୍ତି । ପ୍ରିୟଙ୍କାଙ୍କୁ ଛଟପଟ କରି ମାରିଥିଲେ । ସେମାନଙ୍କୁ ବି ଯନ୍ତ୍ରଣାଦାୟକ ମୃତ୍ୟୁ ମିଳିଛି ।
ଭୋରରୁ ଘଟଣାସ୍ଥଳରେ ଡେମୋ ଦେଖାଇବା ବେଳେ ଖସିଯିବାକୁ ଅଭିଯୁକ୍ତମାନେ ଚେଷ୍ଟା କରିଥିଲେ । ପୋଲିସ ସେମାନଙ୍କୁ ସେଠାରେ ଗୁଳି କରିଛି । ଭୋର ୩ଟାରୁ ସକାଳ ୬ଟା ମଧ୍ୟରେ ଶାଦନଗର ଚତନପଲ୍ଲୀରେ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଛି ।
ମହମ୍ମଦ ଆରିଫ, ନବୀନ, ଶିବା ଓ ଚେନ୍ନାକେଶାବୁଲୁ ଏନକାଉଣ୍ଟରରେ ନିହତ ହୋଇଛନ୍ତି । ଗତ ୨୮ ତାରିଖରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ଏହି ୪ ଜଣ ଜାଳି ଦେଇଥିଲେ । ଯାହାକୁ ନେଇ ଦେଶବ୍ୟାପୀ ପ୍ରତିବାଦର ନିଆଁ ଜଳିଥିଲା । ପୋଲିସର ଏନକାଉଣ୍ଟର ପରେ ଶୁଭେଚ୍ଛାର ସୁଅ ଛୁଟିଛି ।
ପୀଡ଼ିତାଙ୍କ ବାପା ପୋଲିସ ଓ ସରକାରକୁ କୃତଜ୍ଞତା ଜଣାଇଛନ୍ତି । ଏନକାଉଣ୍ଟର ପରେ ମୋ ଝିଅକୁ ଶାନ୍ତି ମିଳିବ ବୋଲି କହିଛନ୍ତି ପୀଡ଼ିତାଙ୍କ ବାପା ।
https://nandighoshatv.compolice-encounter-4-rape-accused-in-hyderabad/
ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମକାରୀଙ୍କୁ ଗୁଳି କଲା ପୋଲିସ
ହାଇଦ୍ରାବାଦ: ପୋଲିସର ଏନକାଉଣ୍ଟରରେ ୪ ଦୁଷ୍କର୍ମକାରୀ ନିହତ । ହାଇଦ୍ରାବାଦରେ ମହିଳା ପଶୁ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ ପରେ ଜାଳିଦେବା ଘଟଣାର ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରିଛି । ଘଟଣାସ୍ଥଳକୁ ପୋଲିସ ଅଭିଯୁକ୍ତଙ୍କୁ ଡେମୋ ପାଇଁ ନେଇଥିଲା । କିନ୍ତୁ, ଅଭିଯୁକ୍ତମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ଫଳରେ ଧସ୍ତାଧସ୍ତି ପରେ ପୋଲିସ ୪ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରିଛି ।
ଗତ ନଭେମ୍ବର ୨୮ ରାତିରେ ଡାକ୍ତରାଣୀଙ୍କୁ ଅତି ବୀଭତ୍ସ ଭାବେ ଗଣଦୁଷ୍କର୍ମ କରିବା ସହ ଦୁର୍ବୃତ୍ତ ଜୀଅନ୍ତା ଜାଳି ଦେଇଥିଲେ । ବେଙ୍ଗଳୁରୁ-ହାଇଦ୍ରାବାଦ ଜାତୀୟ ରାଜପଥର ଓଭରବ୍ରିଜ୍ ତଳୁ ପ୍ରିୟଙ୍କା ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା ।

https://nandighoshatv.comburnt-body-of-woman-veterinary-doctor-found-two-suspects-detained/
ନମ୍ବର ବିହୀନ ଗାଡ଼ି ବିକ୍ରି ପାଇଁ ପୁରୀ ଶିବମ ହୋଣ୍ଡାକୁ ଜରିମାନା
ପୁରୀ: ନୂଆ ମୋଟର ଯାନ ଆଇନ୍ ଉଲ୍ଲଂଘନ କରି ଫସିଛନ୍ତି ଡିଲର । ଏମଭିଆଇ କରିଛି ଲକ୍ଷେ ଟଙ୍କା ଜରିମାନା । ପୁରୀ ଶିବମ ହୋଣ୍ଡାକୁ ଲକ୍ଷେ ଟଙ୍କା ଜରିମାନା କରାଯାଇଛି । ଶିବମ ହୋଣ୍ଡା ପୁରୀ ଚମାରକେରା ଅଞ୍ଚଳର ବିଜୟଲକ୍ଷ୍ମୀ ବାରିକଙ୍କୁ ମୋପେଡ ଦୁଇ ଚକିଆ ଯାନ ବିନା ନମ୍ବର ପ୍ଲେଟରେ ବିକ୍ରି କରିଥିଲା । ମାନେ ଗାଡ଼ି ରେଜିଷ୍ଟେସନ୍ ହେବା ପୂର୍ବରୁ ଗ୍ରାହକଙ୍କୁ ଦେଇଥିଲା କମ୍ପାନୀ ।
ଗୁରୁବାର ସନ୍ଧ୍ୟାରେ ସମୁଦ୍ରକୂଳ ଥାନା ଅଞ୍ଚଳରେ ପୋଲିସ ଓ ଏମଭିଆଇ ମିଳିତ ଚେକିଂ ବେଳେ ଉକ୍ତ ଗାଡ଼ିକୁ ଧରିଥିଲେ । ଏଥିସହ କମ୍ପାନୀ ଓ ଶିବମ ହୋଣ୍ଡାକୁ ଏକ ଲକ୍ଷେ ଟଙ୍କାର ଫାଇନ୍ କରାଯାଇଛି । ଏହି ଘଟଣା ନୂଆ ନୁହେଁ ପୂର୍ବରୁ ସମାନ ଘଟଣାରେ ନୂଆ ମୋଟର ଯାନ ଆଇନ୍ ବଳରେ କଟକର ଖିମଜି ହୋଣ୍ଡାକୁ ମଧ୍ୟ ଆରଟିଓ ଏକ ଲକ୍ଷ ଟଙ୍କା ଫାଇନ୍ କରିଥିଲେ ।

