spot_img
Home Blog Page 751

ତୁର୍କୀ କମ୍ପାନୀ ‘ସେଲେବି’ ସହ ସମ୍ପର୍କ ଛିନ୍ନ ; ସେଲେବିର ସେୟାର ମୂଲ୍ୟ 10% ହ୍ରାସ

ନନ୍ଦିଘୋଷ ବ୍ୟୁରୋ: ଆରମ୍ଭ ହେଇଗଲାଣି ତୁର୍କୀର ପତନ । ଧୀରେ ଧୀରେ ଏହାର ପ୍ରଭାବ ତୁର୍କୀରେ ଦେଖିବାକୁ ମିଳିଲାଣି  ।  ଭାରତ ବିରୁଦ୍ଧରେ ଛିଡା ହେବାର ପରିଣାମ କଣ ତାହା ତୁର୍କୀ ଏବେ ଭୋଗିବା ଆରମ୍ଭ କଲାଣି । ବେସାମରିକ ବିମାନ ଚଳାଚଳକୁ ପ୍ରଭାବିତ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ, ଭାରତ ସରକାର ଜାତୀୟ ସୁରକ୍ଷା ସ୍ୱାର୍ଥକୁ ଦୃଷ୍ଟିରେ ରଖି ‘ସେଲେବି’ ବିମାନବନ୍ଦର ସେବା ଭାରତ ପ୍ରାଇଭେଟ୍ ଲିମିଟେଡର ସୁରକ୍ଷା କ୍ଲିୟରାନ୍ସକୁ ତୁରନ୍ତ ସ୍ଥଗିତ ରଖିଛନ୍ତି। ତୁର୍କୀର ଏହି ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ ଦିଲ୍ଲୀ, ବେଙ୍ଗାଳୁରୁ, ଗୋଆ, ହାଇଦ୍ରାବାଦ ଏବଂ କୋଚିନ ସମେତ ଭାରତର ଅନେକ ପ୍ରମୁଖ ବିମାନବନ୍ଦରରେ କାର୍ଯ୍ୟ କରେ।  ଏହାର ଗୋଟିଏ ଦିନ ପରେ ଇସ୍ତାନବୁଲ ଷ୍ଟକ୍ ଏକ୍ସଚେଞ୍ଜରେ କମ୍ପାନୀର ସେୟାର ମୂଲ୍ୟ ୧୦ ପ୍ରତିଶତ ହ୍ରାସ ପାଇଛି । କମ୍ପାନୀର ସେୟାର ମୂଲ୍ୟ ୨୨୨ ପଏଣ୍ଟ ହ୍ରାସ ପାଇ ୨,୦୦୨ ତୁର୍କୀ ଲିରାକୁ ପହଞ୍ଚିଥିଲା। ଷ୍ଟକ୍ ପ୍ରାୟ ୩୦% ହ୍ରାସ ପାଇଛି। କୁହାଯାଉଛି ଯେ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନଙ୍କ ଝିଅ ସୁମେୟ ଏର୍ଡୋଗାନ ବେରାକ୍ତର କମ୍ପାନୀର ମୂଳ କମ୍ପାନୀ ସେଲେବି ଆଭିଏସନ୍ ହୋଲ୍ଡିଂର ଜଣେ ଅଂଶୀଦାର। ତଥାପି, କମ୍ପାନୀ ଏହାକୁ ଅସ୍ୱୀକାର କରିଛି।

ରିପୋର୍ଟ ଅନୁଯାୟୀ ସେଲେବି ଗତ ୧୫ବର୍ଷ ଧରି ଭାରତରେ ସେବା ପ୍ରଦାନ କରୁଥିଲା ଏବଂ ଏହା ମୁମ୍ବାଇ, ଦିଲ୍ଲୀ, କୋଚିନ୍, କନ୍ନୁର, ବେଙ୍ଗାଲୁରୁ, ହାଇଦ୍ରାବାଦ, ଗୋଆ ଅହମ୍ମଦାବାଦ ଏବଂ ଚେନ୍ନାଇ ସମେତ ୯ଟି ପ୍ରମୁଖ ବିମାନବନ୍ଦରରେ କାର୍ଯ୍ୟ କରେ। ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (BCAS) କମ୍ପାନୀର ଭାରତୀୟ ୟୁନିଟର ସୁରକ୍ଷା କ୍ଲିୟରାନ୍ସକୁ ତୁରନ୍ତ ପ୍ରଭାବରୁ ବାତିଲ କରିଛି । BCAS ଅନୁଯାୟୀ, ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। “ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଏଜେନ୍ସି ବର୍ଗ ଅଧୀନରେ ସେଲେବି ଏୟାରପୋର୍ଟ ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସମ୍ପର୍କରେ ସୁରକ୍ଷା ମଞ୍ଜୁରୀକୁ BCAS ମହାନିର୍ଦ୍ଦେଶକଙ୍କ ଦ୍ୱାରା ନଭେମ୍ବର 21, 2022ରେ ପ୍ରଦାନ କରାଯାଇଥିଲା। ହେଲେ ଜାତୀୟ ସୁରକ୍ଷା ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଏହାକୁ ତୁରନ୍ତ ପ୍ରଭାବରୁ ବାତିଲ କରାଯାଉଛି।” ବର୍ତ୍ତମାନ କମ୍ପାନୀର ବଜାର ମୂଲ୍ୟ ପ୍ରାୟ ୧୦,୭୦୦ କୋଟି ଟଙ୍କା (୪,୮୦୦ ତୁର୍କୀ ଲିରା)। ଗତ କିଛି ଦିନ ଧରି, ରାଜନୈତିକ ଏବଂ ରଣନୈତିକ କାରଣରୁ କମ୍ପାନୀ ଚାପରେ ରହିଛି, ଯାହା ବର୍ତ୍ତମାନ ଏହାର ବ୍ୟବସାୟିକ ପ୍ରଭାବିତ କରୁଛି ।

ପାକିସ୍ତାନର ସମର୍ଥନରେ ଠିଆ ହୋଇଥିଲା ତୁର୍କୀ

ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ଅପରେସନ ସିନ୍ଦୂର କରାଯିବା ପରେ ପାକିସ୍ତାନକୁ ତୁର୍କୀର ଦୃଢ଼ ରାଜନୈତିକ ସମର୍ଥନ ପରେ ଏହି ପ୍ରସଙ୍ଗ ବୃଦ୍ଧି ପାଇଥିବା ଜଣାପଡ଼ିଛି । ଏହି ପଦକ୍ଷେପ ଏପରି ସମୟରେ ନିଆଯାଇଛି ଯେତେବେଳେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିଥିଲା ​​ଏବଂ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଦ୍ୱାରା କରାଯାଇଥିବା ‘ଅପରେସନ୍ ସିନ୍ଦୁର’କୁ ସମାଲୋଚନା କରିଥିଲା। ଏହି ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ପାକିସ୍ତାନ ତୁର୍କୀରୁ ମିଳିଥିବା ଡ୍ରୋନକୁ ମଧ୍ୟ ବଡ଼ ପରିମାଣରେ ବ୍ୟବହାର କରିଥିଲା। ସରକାରଙ୍କ ନିଷ୍ପତ୍ତି ପରେ, ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (DIAL) ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (IGIA) ରେ ସେଲେବି ସହିତ ସେବା ବନ୍ଦ କରିଦେଇଛି ।

ତୁର୍କୀ ସହିତ କୌଣସି ସମ୍ପର୍କ ନାହିଁ
ସେଲେବି ବିମାନବନ୍ଦର ସେବା ନିଜ ବିରୁଦ୍ଧରେ ଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ଏବଂ କହିଛି ଯେ ଏହା କୌଣସି ପ୍ରକାରରେ ତୁର୍କୀର ସଂସ୍ଥା ନୁହେଁ ଏବଂ ଏହାର କୌଣସି ବିଦେଶୀ ସରକାର କିମ୍ବା ବ୍ୟକ୍ତିବିଶେଷଙ୍କ ସହିତ ସମ୍ପର୍କ ନାହିଁ। “ଆମେ  ସ୍ୱଚ୍ଛତା ଏବଂ ନିରପେକ୍ଷତା ବଜାୟ ରଖୁଛୁ ଏବଂ ଭାରତୀୟ ବିମାନ ଚଳାଚଳ କ୍ଷେତ୍ର ପ୍ରତି ଆମର ପ୍ରତିବଦ୍ଧତା ଅଟଳ ରହିଛି,”  ।

ଚାକରି ଦେବାକୁ କହି ୬୦ ଲକ୍ଷରୁ ଅଧିକ ଟଙ୍କା ଠକେଇ

ଭୁବନେଶ୍ବର: ୫ ଲକ୍ଷ ଦେଲେ ବ୍ୟାଙ୍କ ଚାକିରି । ୧୦ ଲକ୍ଷ ଦେଲେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ୍‌ ଚାକିରୀ । ଫସାଉଥିଲା ଆଉ ଆଶାୟୀଙ୍କୁ କଳାକନା ବୁଲାଉଥିଲା କଂସଲଟାନ୍ସି ମାଲିକ । ଏ ହେଉଛି ଶୋଭନଙ୍କ ଅଶୋଭନୀୟ କାମ । ଯାହାକୁ ନେଇ ରାଜଧାନୀରେ ଚର୍ଚ୍ଚା । କୋଲକାତା, ଦିଲ୍ଲୀ ଓ ହାଇଦ୍ରାବାଦରେ ଖୋଲିଥିଲା ବ୍ରାଞ୍ଚ ଅଫିସ । ବିନା ଯୋଗ୍ୟତାରେ ଟଙ୍କା ଦେଇ ଆପଣ ସହଜରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ଯଦି ଚାହୁଁଛନ୍ତି ତେବେ ସାବଧାନ ! କାରଣ କନସଲଟାନ୍ସି ନାଁରେ ଅଫିସ ଖଣ୍ଡେ ଖୋଲି ରାଜଧାନୀରେ ମାତିଛନ୍ତି ଦଲାଲ । ଠିକ ଏଭଳି ଢଙ୍ଗରେ ୫ ଜଣଙ୍କ ଠାରୁ ୬୦ ଲକ୍ଷ ଟଙ୍କା ଠକିନେଇଥିବା ଶୋଭନ ରଞ୍ଜନ ବେହେରାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଶୋଭନଙ୍କ ଘର ଏୟାରଫିଲଡ଼ ଥାନା ଅନ୍ତର୍ଗତ ଓରକଳ । ଆଇଆରସି ଭିଲେଜରେ ସଂଯୋଗ କଂସଲଟାନ୍ସି ନାମରେ ଏକ ଅଫିସ ଖୋଲି ଗତ କିଛିବର୍ଷ ହେଲା ଚାକିରୀ ନାଁ ରେ ଆଶାୟୀ ଓ ତାଙ୍କ ପରିବାର ଲୋକଙ୍କୁ ଠକି ଆସୁଥିଲା । କମ୍ପିଟେଟିଭ ପରୀକ୍ଷା ଦେଉଥିବା ବୌଦ୍ଧ ଜିଲ୍ଲାର ଦେବବ୍ରତ କର୍ଣ୍ଣଙ୍କୁ ଷ୍ଟେଟ ବ୍ୟାଙ୍କରେ ଚାକିରୀ ଦେବାକୁ କହି ୬ ଲକ୍ଷ ନେଇଯିବା ପରେ ଅଭିଯୋଗ ଆସିଥିଲା ଥାନାକୁ । କେବଳ ଦେବଦ୍ରତ ନୁହେଁ, ସମୁଦାୟ ୫ ଜଣ ୬୦ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ପରେ ବିଏନଏସ୍‌ ୧୨୩ ଧାରାରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି MCA ପାଠ ପଢିଥିବା ଶୋଭନ କୋଲକାତା, ଦିଲ୍ଲୀ ଓ ହାଇଦ୍ରାବାଦରେ ମଧ୍ୟ ଖୋଲିଥିଲା ଅଫିସ ।

କିଛିଦିନ ତଳେ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ହୋଟେଲରେ ମଧ୍ୟ ସମାନ ଢଙ୍ଗରେ ଚାଲିଥିଲା ଡିଲ । ମୁମ୍ୱାଇରୁ ଆସି ନିରୀହ ଓଡ଼ିଆଙ୍କୁ ଲୁଟିବାକୁ ଚାଲିଥିଲା ପ୍ଲାନ । ଇସ୍ରାଏଲରେ ଚାକିରୀ ଦେବାକୁ କହି ଆଶାୟୀଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରୁଥିବା ବେଳେ ମାଡିବସିଥିଲା ଖାରବେଳନଗର ଥାନା ପୋଲିସ । ଜବତ ହୋଇଥିଲା ପୁଳାପୁଳା ରିଜ୍ୟୁମ, ଭିସା, ପାସପୋର୍ଟ ଓ ମୋବାଇଲ । ଗିରଫ ହୋଇଥିଲେ ୩ ଅଭିଯୁକ୍ତ । ତେବେ ନୟାପଲ୍ଲୀ ଥାନା କେସରେ ଶୋଭନଙ୍କ ଦ୍ୱାରା ଯଦି ଆଉ କେହି ଠକେଇର ଶିକାର ହୋଇଥାଆନ୍ତି, ତେବେ ତୁରନ୍ତ ନିକଟସ୍ଥ ଥାନାର ଦ୍ୱାରସ୍ଥ ହେବାକୁ ନିବେଦନ କରିଛନ୍ତି ଡିସିପି । ଅନଲାଇନରେ ହେଉ ବା ଖବରକାଗଜ ନିତିଦିନ ଚାକିରୀ ପାଇଁ ବିଜ୍ଞାପନ ପ୍ରକାଶ ପାଉଛି। ଟଙ୍କା ଦେବା ପୂର୍ବରୁ ଏହାର ସତ୍ୟତା ଓ କମ୍ପାନୀର ସ୍ଥାୟୀତ୍ୱ ଯାଞ୍ଚ କରିବାର ଆବଶ୍ୟକତା ଥିବା କହିଛନ୍ତି ଡିସିପି ।

‘ସନମ ତେରୀ କସମ-୨’ରେ ମାୱରା ହୋକାନଙ୍କୁ କାଷ୍ଟ କରିବା ଉପରେ ରାଗିଗଲେ ପ୍ରଯୋଜକ, କହିଲେ ମୁଁ କ’ଣ ପାଗଳ…

ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଆକ୍ରମଣ ଏବଂ ‘ଅପରେସନ ସିନ୍ଦୂର’ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଉଭୟ ଦେଶର ଲୋକମାନେ ନିଜ ନିଜ ଦେଶକୁ ସମର୍ଥନ କରୁଛନ୍ତି। ଏମିତିକ ଅଭିନେତା ଏବଂ ଅଭିନେତ୍ରୀମାନେ ମଧ୍ୟ ନିଜ ଦେଶ ସହିତ ଛିଡ଼ା ହୋଇଛନ୍ତି। ନିକଟରେ ‘ସନମ ତେରୀ କସମ’ ର ହିରୋ ହର୍ଷବର୍ଦ୍ଧନ ରାଣେ କହିଥିଲେ ଯେ ଯଦି ଫିଲ୍ମର ଦ୍ୱିତୀୟ ଭାଗ ତିଆରି ହୁଏ ଏବଂ ଏଥିରେ ପାକିସ୍ତାନୀ ଅଭିନେତ୍ରୀ ମାୱରା ହୋକାନଙ୍କୁ କାଷ୍ଟ କରାଯାଏ, ତେବେ ସେ ଫିଲ୍ମ ଛାଡିଦେବେ । ଏବେ ଫିଲ୍ମର ପ୍ରଯୋଜକ ଦୀପକ ମୁକୁଟ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ..

ଏକ ସାକ୍ଷାତକାରରେ ଦୀପକ ମୁକୁଟ କହିଛନ୍ତି ଯେ ପ୍ରଥମ ଭାଗରେ ହିଁ ମାୱରା ଶେଷରେ ମରିଯାଇଛନ୍ତି । ଯଦି ବି ସେ ଜୀବିତ ଥାଆନ୍ତେ, ତେବେ ମଧ୍ୟ ତାଙ୍କୁ ଦ୍ୱିତୀୟ ଭାଗରେ କାଷ୍ଟ କରାଯାଇ ନଥାଆନ୍ତା । ଦୀପକ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ କ’ଣ ପାଗଳ, ଯେ ତାକୁ ଦ୍ୱିତୀୟ ଭାଗ ପାଇଁ ସାଇନ୍ କରିବି ? ପ୍ରଥମ ଭାଗରେ ହିଁ ତାଙ୍କ ଚରିତ୍ର ମରିଯାଇଥିଲା । ଏବେ ମୁଁ ସିକ୍ୱେଲରେ କ’ଣ ତାଙ୍କୁ ଭୂତ ଭାବରେ ଫେରାଇ ଆଣିବି ? ମୁଁ କାହିଁକି ତାଙ୍କୁ କାଷ୍ଟ କରିବି ? ଏମିତିକି ଯଦି ପ୍ରଥମ ଭାଗରେ ସେ ଜୀବିତ ରହିଥାନ୍ତେ ତେବେ ମଧ୍ୟ ମୁଁ ତାକୁ ସିକ୍ୱେଲରେ ରଖି ନଥାନ୍ତି। କୌଣସି ପ୍ରଶ୍ନ ଉଠୁନାହିଁ। ଆମ ଦେଶରେ ପ୍ରତିଭାବାନ ଅଭିନେତ୍ରୀଙ୍କ ଅଭାବ ନାହିଁ।”

ଦୀପକ ମୁକୁଟ କହିଛନ୍ତି ଯେ ‘ସନମ ତେରୀ କସମ’ର ସିକ୍ୱେଲର କାମ ଆରମ୍ଭ ହୋଇଯାଇଛି । ସ୍କ୍ରିପ୍ଟିଂ ଜାରି ରହିଛି । ସେ କହିଛନ୍ତି ଯେ ଏହାର ଆନୁଷ୍ଠାନିକ ଘୋଷଣା ଖୁବ୍ ଶୀଘ୍ର କରାଯିବ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ । ହଁ, ମାୱରା ବିଷୟରେ କହିବାକୁ ଗଲେ, ସେ ପାକିସ୍ତାନକୁ ସମର୍ଥନ କରିଥିଲେ ଏବଂ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟକୁ ‘କାପୁରୁଷ’ ବୋଲି କହିଥିଲେ । ଏହା ପରେ, ସୋସିଆଲ ମିଡିଆରେ ତାଙ୍କର ଏବଂ ହର୍ଷବର୍ଦ୍ଧନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହର୍ଷବର୍ଦ୍ଧନ କହିଥିଲେ ଯେ ନିଜ ଦେଶ ସହିତ ଠିଆ ହେବା ଭଲ କଥା କିନ୍ତୁ ଅନ୍ୟ ଦେଶକୁ ଅପମାନିତ କରିବା କିମ୍ବା ଘୃଣା ପ୍ରସାର କରିବା ଠିକ୍ ନୁହେଁ।

‘ସନମ୍ ତେରୀ କସମ୍’  ୨୦୧୬ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ମାୱରା ଏବଂ ହର୍ଷବର୍ଦ୍ଧନଙ୍କ ଯୋଡ଼ିକୁ ବହୁତ ପସନ୍ଦ କରାଯାଇଥିଲା। ରାଧିକା ରାଓ ଏବଂ ବିନୟ ସାପ୍ରୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସେତେବେଳେ ବକ୍ସ ଅଫିସରେ ସଫଳ ହୋଇନଥିଲା। କିନ୍ତୁ ପରେ ଏହା ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଗଲା। ଏହାର ଲୋକପ୍ରିୟତା ଦେଖି, ଏହାକୁ ୨୦୨୫ ମସିହାରେ ପୁନଃ ମୁକ୍ତିଲାଭ କରାଯାଇଥିଲା, ବରଂ ଏହାର ସିକ୍ୱେଲ୍ ଆସିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା।

ଲେମ୍ବୁ ପାଇଁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା !

ନନ୍ଦିଘୋଷ ବ୍ୟୁରୋ:  ସାଧାରଣ ବଚସାରୁ ହଣାହଣି । ଲେମ୍ବୁ କିଣାକୁ ନେଇ ତୁମୂଳକାଣ୍ଡ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଉଦୟପୁରରେ ।  ଲେମ୍ବୁ କିଣିବା ସମୟରେ, ଦୁଇଜଣ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଯାହା ଧୀରେ ଧୀରେ ଏକ ବଡ଼ ଝଗଡ଼ାରେ ପରିଣତ ହୋଇଥିଲା। ଅଭିଯୋଗ ଅନୁସାରେ ଝଗଡ଼ା ସମୟରେ ଗୋଟିଏ ସମ୍ପ୍ରଦାୟର କିଛି ଯୁବକ ପନିପରିବା ବିକ୍ରେତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ, ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ । ଏହି ଆକ୍ରମଣକାରୀମାନେ ନିକଟରେ ଥିବା ଠେଲା ଗାଡି ଉପରେ ମଧ୍ୟ ପଥର ମାଡ଼ କରିଥିଲେ । ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକମାନେ ପ୍ରତିବାଦ ସ୍ୱରୂପ ରାସ୍ତାକଡ଼ରେ ରଖାଯାଇଥିବା କିଛି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ।

ରିପୋର୍ଟ ଅନୁଯାୟୀ, ରାହୁଲ ରାଠୋଦ ଉଦୟପୁରର ମହେଶ୍ୱରୀ ଧର୍ମଶାଳା ନିକଟରେ ଏକ ପନିପରିବା ଦୋକାନ କରିଛନ୍ତି। ଗୁରୁବାର ରାତି ପ୍ରାୟ ୧୦ଟାରେ ଦୁଇଜଣ ଯୁବକ ପନିପରିବା କିଣିବାକୁ ଆସିଥିଲେ। ଏହି ସମୟରେ, ସେ ଲେମ୍ବୁ ମୂଲ୍ୟକୁ ନେଇ ତାଙ୍କ ସହ ଝଗଡ଼ା ଆରମ୍ଭ କରିଦେଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ମାମଲାକୁ ଶାନ୍ତ କରିଥିଲେ। ଏହା ପରେ ଉଭୟ ଯୁବକ ସେଠାରୁ ଚାଲିଯାଇଥିଲେ ।

କିଛି ସମୟ ପରେ ଉଭୟ ଯୁବକ ସେମାନଙ୍କର ଅନ୍ୟ ବନ୍ଧୁମାନଙ୍କ ସହିତ ଆସି ଦୋକାନୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ସେମାନେ ପନିପରିବା ବିକ୍ରେତା ରାହୁଲ ଏବଂ ତାଙ୍କ ବାପା ସତବୀରଙ୍କୁ ଖଣ୍ଡା ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ସତବୀର ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଏମବି ହସ୍ପିଟାଲକୁ ନେଇଗଲେ, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି।

ଘଟଣାର ଖବର ପ୍ରଚାରିତ ହେବା ମାତ୍ରେ ଘଟଣାସ୍ଥଳରେ ବହୁ ସଂଖ୍ୟକ ଲୋକ ଜମା ହୋଇଥିଲେ । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବି କରି ସେମାନେ ପ୍ରତିବାଦ କରିଥିଲେ। ଏହି ସମୟ ମଧ୍ୟରେ ବଜାରର ଅନେକ ସ୍ଥାନରେ ନିଆଁ ମଧ୍ୟ ଲଗାଯାଇଥିଲା । ମାମଲା ସମ୍ପର୍କରେ ସୂଚନା ପାଇବା ପରେ, ଏସପି ଯୋଗେଶ ଗୋୟଲ ଏବଂ ଏଏସପି ଉମେଶ ଓଝା ଘଟଣାସ୍ଥଳରେ ପହଞ୍ଚି  ଲୋକଙ୍କୁ ବୁଝାଇ ଶାନ୍ତ କରିଥିଲେ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ବର୍ତ୍ତମାନ ଅଞ୍ଚଳରେ ଉତ୍ତେଜନାର ବାତାବରଣ ରହିଛି । ପ୍ରଶାସନ ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛି ।

ଅନ୍ୟପକ୍ଷରେ ଘଟଣାର ପ୍ରତିବାଦ ଏବଂ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଧାନ ମଣ୍ଡି ବଜାର ବନ୍ଦ ରହିଛି। ପୋଲିସ ଅଞ୍ଚଳରେ ଅତିରିକ୍ତ ଫୋର୍ସ ମୁତୟନ କରିଛି। ଘଟଣା ପରେ ଏସପି ଯୋଗେଶ ଗୋୟଲ କହିଛନ୍ତି ଯେ ପରସ୍ପର ଯୁକ୍ତିତର୍କ ପରେ ମାମଲା ଉଗ୍ରରୂପ ନେଇଥିଲା, ବର୍ତ୍ତମାନ ଘଟଣାସ୍ଥଳରେ ଶାନ୍ତି ରହିଛି ଏବଂ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ଏହି ମାମଲାର ତଦନ୍ତ ଜାରି ରହିଛି।

ପ୍ରେମ ପାଇଁ ମାଆକୁ ହତ୍ୟା ; ପ୍ରେମିକ ସହ ଷଡଯନ୍ତ୍ର କରିଥିଲା ନାବାଳିକା ଝିଅ

ନନ୍ଦିଘୋଷ ବ୍ୟୁରୋ: ପାଳିତ କନ୍ୟା ଆଗରେ ଫିକା ପଡିଗଲା ମାଆର ମମତା । ପ୍ରେମିକ ସହ ମିଶି ନାବାଳିକା ପ୍ରସ୍ତୁତ କରିଥିଲା ମର୍ଡର ପ୍ଲଟ । ବିଭତ୍ସ ଭାବେ ହତ୍ୟା କରି ଅପମୃତ୍ୟୁର ରଚିଥିଲା ନାଟକ । ହେଲେ ଗୋଟିଏ ସନ୍ଦେହ ଖୋଲିଦେଲା ସବୁ ଗୁମର । ଥାନାରେ ମୃତ ମହିଳାଙ୍କ ଭାଇଙ୍କ ଏତଲା ଆଣିଲା ଟ୍ବିଷ୍ଟ । ତଦନ୍ତ ବେଳେ ଝିଅର କଳାକାରନାମା ଉପରୁ ପରଦା ହଟାଇଲା ପାରଳାଖେମୁଣ୍ଡି ପୋଲିସ । ମାମଲାରେ ହତ୍ୟାକରୀ ଝିଅ ସହ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ନାବାଳିକାଙ୍କ ପ୍ରେମିକ ଗଣେଶ ରଥ ଓ ସହଯୋଗୀ ଦୀନେଶ ସାହୁ । ଅଭିଯୁକ୍ତଙ୍କ ନିକଟରୁ ୨୫ ଗ୍ରାମରୁ ଅଧିକ ଓଜନର ସୁନା ଗହଣା, ଦୁଇଟି ମୋବାଇଲ, ହତ୍ୟାରେ ବ୍ୟବହୃତ ତକିଆକୁ ଜବତ କରିଛି ପୋଲିସ । ହତ୍ୟା ଅଭିଯୁକ୍ତ ନାବାଳିକା ଝିଅ ଗର୍ଭବତୀ ଥିବା ସନ୍ଦେହ କରାଯାଉଛି। ଡାକ୍ତରୀ ପରୀକ୍ଷା ପରେ ନାବାଳିକାଙ୍କ ପ୍ରତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଯାଇଛି।

ସ୍ବାମୀଙ୍କ ମୃତ୍ୟୁ ପୂର୍ବରୁ ତିନି ମାଶର ଶିଶୁକୁ ପୋଷ୍ୟ କନ୍ୟାଭାବେ ଗ୍ରହଣ କରିଥିଲେ ମହିଳା । ନିଜ ଜନ୍ମକଲା ସନ୍ତାନ ଭଳି ସବୁ ସୁଖ ଦେଇଥିଲେ । ଏପରିକି ଝିଅର ଇଂରାଜୀ ପଢିବା ଜିଦ୍ ପାଇଁ ପାରଳାଖେମୁଣ୍ଡିରେ ଭଡ଼ା ଘରେ ରହିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇଥିଲେ । ହେଲେ ନାବାଳିକା ଝିଅର ଅନୈତିକ ସମ୍ପର୍କ ବିଷୟରେ ମାଆ ଜାଣିବାକୁ ପାଇ ପ୍ରତିବାଦ କରିଥିଲେ । ମା ପ୍ରତିବାଦ କରିବାରୁ ଯୋଜନା ବଦ୍ଧ ଭାବରେ ପ୍ରେମିକ ତା ସାଙ୍ଗ ସହ ମିଶି ମାକୁ ହତ୍ୟା କରି ସୁନା ଅଳଂକାର ସବୁ ନେଇ ଚାଲିଯାଇଥିଲେ । ପରେ ମାଆର ହୃଦଘାତରେ ମୃତ୍ୟୁ ଘଟିଥିବା କହି ଶବ ଦାହ କରିଥିଲା ନାବାଳିକା ଝିଅ । ହେଲେ ପ୍ରେମିକା ସହ ଚାଟିଂରୁ ହତ୍ୟା ହୋଇଥିବା ସନ୍ଦେହ କରି ମୃତଙ୍କ ଭାଇ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ପର୍ଦ୍ଧାଫାଶ କରିଛି।  ଗତ ୨୯ ତାରିଖରେ ମାକୁ ମାରିଥିଲା ଝିଅ। ପ୍ରାୟ ୧୫ ଦିନ ପରେ ଥାନାରେ ମାମଲା ହୋଇଥିଲା। ଗତକାଲି ପୋଲିସ ହତ୍ଯାକାରୀ ଝିଅକୁ ନେଇ ସିନ ରିକ୍ରିଏସନ କରିଥିଲା।

ପାକିସ୍ତାନ ସହ ମିଶି ଭାରତକୁ କାହିଁକି ଧୋକା ଦେଲା ତୁର୍କୀ ? ଜାଣନ୍ତୁ କାରଣ ..

ନନ୍ଦିଘୋଷ ବ୍ୟୁରୋ: ବନ୍ଧୁ ଆଉ ବନ୍ଧୁ ରହିଲା ନାହିଁ …ଏହି ଲାଇନ ଏବେ ତୁର୍କୀ ପାଇଁ ଉପଯୁକ୍ତ ଲାଇନ୍ । କାରଣ ଭାରତ ଏବଂ ପାକିସ୍ତାନ ଉତ୍ତେଜନା ମଧ୍ୟରେ ଖୋଲିଯାଇଛି ତୁର୍କୀର ଅସଲ ମୁଖା । ଯେଉଁ ଭାରତ ଦିନେ ତୁର୍କୀର ସଙ୍କଟ ସମୟରେ ଭଗବାନଙ୍କ ଦୂତ ସାଜିଥିଲା ସେହି ତୁର୍କୀ ଏବେ ଭାରତୀୟ ନାଗରିକଙ୍କ ମୃତ୍ୟୁର କାରଣ ପାଲଟିଛି । ଆତଙ୍କବାଦୀଙ୍କ ଗନ୍ତାଘର ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଭାରତକୁ ଧୋକା ଦେଇଛି । ତେବେ ସମସ୍ତଙ୍କ ମନରେ ତୁର୍କୀକୁ ନେଇ ଅନେକ ପ୍ରଶ୍ନ । କାହିଁକି ଭାରତକୁ ଧୋକା ଦେଲା ତୁର୍କୀ ? ସମସ୍ତେ ପାକିସ୍ତାନର ହାତ ଛାଡି ଦେଇଥିବା ବେଳେ କାହିଁକି ପାକିସ୍ତାନ ସହ ଛିଡା ହେଇଛି ତୁର୍କୀ ? ଆସନ୍ତୁ ଜାଣିବା .,.

୨୦୨୩ ମସିହାରେ ଯେତେବେଳେ ଭୂମିକମ୍ପରେ ତରିଉଠିଥିଲା ତୁର୍କୀ ସେହି ପରିସ୍ଥିତିରେ ସାହାଯ୍ୟର ହାତ ବଢାଇଥିଲା ଭାରତ । ଉଦ୍ଧାର କାର୍ଯ୍ୟ ପାଇଁ ଭାରତ ସ୍ପତନ୍ତ୍ର ବିମାନ ପଠାଇଥିଲା । ଯାହାର ନାଁ ଦିଆଯାଇଥିଲା ଅପରେସନ ଦୋସ୍ତି । କିନ୍ତୁ ସେହି ଘଟଣାର ପ୍ରାୟ ୨ବର୍ଷ ପରେ ଭାରତ ପିଠିରେ ଛୁରୀ ଭୁସିଲା ତୁର୍କୀ । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତ ପାକିସ୍ତାନ ବିରୁଦ୍ଧରେ ଆରମ୍ଭ କରିଥିବା ଅପରେସନ ସିନ୍ଦୂର ବିପକ୍ଷରେ ପାକିସ୍ତାନକୁ ସାହଯ୍ୟ କରୁଛି ତୁର୍କୀ । ଭାରତର ବନ୍ଧୁତାକୁ ଖାତିର ନକରି, ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖିଲା। ପାକିସ୍ତାନୀ ସେନା ସେହି ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଭାରତୀୟ ସୈନିକ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ପାଇଁ ବ୍ୟବହାର କରିଥିଲା। ତେବେ ତୁର୍କୀ ଭାରତକୁ ସମର୍ଥନ ନ କରିବାର କାରଣ କଣ ? ବାସ୍ତବରେ ସତ ହେଉଛି କି  ଚୀନ୍ ଏବଂ ରୁଷ ସହିତ ତୁର୍କୀର ସମ୍ପର୍କ । ଯେଉଁଥିପାଇଁ ଉଛୁଳୁଛି ତୁର୍କୀ । ଆସନ୍ତୁ ଜାଣିବା କେମିତି ଏବଂ କାହିଁକି ..

ଚୀନ୍-ରୁଷର ଶକ୍ତିରେ ବଳବାନ୍ ତୁର୍କୀ

୧. ତୁର୍କୀ ବର୍ତ୍ତମାନ ଚୀନ୍ ଏବଂ ରୁଷର ଶକ୍ତିରେ ସମୃଦ୍ଧ ହେଉଛି। କାରଣ ଏହି ଦୁଇଟି ଶକ୍ତିଶାଳୀ ଦେଶ ସହିତ ଏହାର ଭଲ ବାଣିଜ୍ୟିକ ସମ୍ପର୍କ ଅଛି । ତୁର୍କୀ ଆଣବିକ ଶକ୍ତି ପାଇଁ ରୁଷ ଉପରେ ନିର୍ଭରଶୀଳ। ସେ ଏହାକୁ ବହୁ ପରିମାଣରେ ଆମଦାନୀ କରେ । ୨୦୨୩ ମସିହାରେ ତୁର୍କୀ ରୁଷରୁ ପ୍ରାୟ ୯୪ହଜାର କୋଟି ଟଙ୍କାର ରପ୍ତାନି କରିଥିଲା। ଏହା ପୂର୍ବରୁ ମଧ୍ୟ ସେ ରୁଷରୁ ଅନେକ ଜିନିଷ କିଣି ସାରିଛି । ଉଦାହରଣ ସ୍ୱରୂପ, ୨୦୧୯ ମସିହାରେ,  ରୁଷରୁ S-400 କ୍ଷେପଣାସ୍ତ୍ର ମଧ୍ୟ ଅର୍ଡର କରିଥିଲା। ସେହି ସମୟରେ, ଯଦି ଆମେ ଚୀନ୍ ସହିତ ଏହାର ବାଣିଜ୍ୟିକ ସମ୍ପର୍କ ବିଷୟରେ କଥା ହେବା, ତେବେ ଏହା ମଧ୍ୟ ଏକ ଦୃଢ଼ ସ୍ଥିତିରେ ଅଛି। ଚୀନ୍‌ର EV କାର୍ କମ୍ପାନୀ BYD ଗତ ବର୍ଷ ତୁର୍କୀରେ ଏହାର କାରଖାନା ସ୍ଥାପନ କରିଥିଲା, ଯେଉଁଥିରେ ଏହା ପ୍ରାୟ ୮.୫ ହଜାର କୋଟି ଟଙ୍କା ନିବେଶ କରିଥିଲା।

୨. ଭାରତ ସହିତ ବାଣିଜ୍ୟ ହ୍ରାସ

ରୁଷ ଏବଂ ଚୀନ୍ ସହିତ ଉନ୍ନତ ବାଣିଜ୍ୟ ସମ୍ପର୍କ ଭଳି ଭାରତ ସହିତ ତୁର୍କୀର ଭଲ ସମ୍ପର୍କ ନଥିବାରୁ ଭାରତ ବଦଳରେ ପାକିସ୍ତାନକୁ ସମର୍ଥନ କରିଥାଇପାରେ । ଗତ ବର୍ଷ ତୁଳନାରେ ଭାରତ ଏବଂ ତୁର୍କୀ ମଧ୍ୟରେ ଆମଦାନୀ ହ୍ରାସ ପାଇଛି। ଭାରତ ତାର ମୋଟ ରପ୍ତାନିର ମାତ୍ର ୧.୫ ପ୍ରତିଶତ ତୁର୍କୀକୁ ରପ୍ତାନି କରିଥାଏ । ତଥ୍ୟ ଅନୁଯାୟୀ, ୨୦୨୩-୨୪ ବର୍ଷରେ ଭାରତ ତୁର୍କୀକୁ ପ୍ରାୟ ୬୫ ହଜାର କୋଟି ଟଙ୍କାର ସାମଗ୍ରୀ ରପ୍ତାନି କରିଥିଲା। ୨୦୨୪-୨୫ ବର୍ଷରେ ଏହା ୪୪ ହଜାର କୋଟି ଟଙ୍କାକୁ ହ୍ରାସ ପାଇଛି। ଏହା ବ୍ୟତୀତ, ଭାରତର ରପ୍ତାନିରେ ତୁର୍କୀର ଅଂଶ ମଧ୍ୟ ବହୁତ କମ୍। ଭାରତ ତାର ମୋଟ ଆମଦାନୀର ମାତ୍ର ୦.୫ ପ୍ରତିଶତ ତୁର୍କୀରୁ ଆମଦାନୀ କରେ। ଏହି ପରିସଂଖ୍ୟାନରୁ ଏହା ସ୍ପଷ୍ଟ ଯେ ଭାରତ ଏବଂ ତୁର୍କୀ ମଧ୍ୟରେ ବାଣିଜ୍ୟ ସମ୍ପର୍କ ସେତେଟା ଭଲ ନାହିଁ ।

ଭାରତ ଟାର୍ଗେଟରେ ତୁର୍କୀ

ଭାରତ ଏବଂ ତୁର୍କୀ ମଧ୍ୟରେ ବାଣିଜ୍ୟ ସମ୍ପର୍କ ସୁଦୃଢ ନଥାଇପାରେ କିନ୍ତୁ ଭବିଷ୍ୟତରେ ଭାରତର କିଛି ପଦକ୍ଷେପରେ ତୁର୍କୀ ଗୁରୁତ୍ୱପୂର୍ଣ୍ଣ କ୍ଷତିର ସମ୍ମୁଖୀନ ହୋଇପାରେ। ଆସନ୍ତୁ ଜାଣିବା ଭାରତ ତୁର୍କୀର ଏଭଳି କାର୍ଯ୍ୟକଳାପ ପାଇଁ କଣ ପଦକ୍ଷେପ ଗ୍ରହଣ କରିପାରେ ..

୧) ଆମଦାନୀ-ରପ୍ତାନି ଉପରେ ପ୍ରତିବନ୍ଧକ

ଭାରତ ଏବଂ ତୁର୍କୀ ମଧ୍ୟରେ ଏତେ ବାଣିଜ୍ୟ ନାହିଁ। କିନ୍ତୁ ଯଦି ଭାରତ ଏଗୁଡ଼ିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରେ, ତେବେ ତୁର୍କୀକୁ ବହୁତ କ୍ଷତି ସହିବାକୁ ପଡିବ। କାରଣ ଭାରତ ପାଖରେ ତୁର୍କୀ ବ୍ୟତୀତ ଅନେକ ବାଣିଜ୍ୟ ବିକଳ୍ପ ଅଛି। ଉଦାହରଣ ସ୍ୱରୂପ, ଯଦି ଆମେ ଆମଦାନୀ ବିଷୟରେ ଆଲୋଚନା କରିବା, ଭାରତ ଅଧିକାଂଶ ଯନ୍ତ୍ରପାତି ଏବଂ ଅଟୋମୋବାଇଲ ପାର୍ଟସ୍ ତୁର୍କୀରୁ ଆମଦାନୀ କରିଥାଏ। ନିଷେଧ ପରେ ସେ ଦକ୍ଷିଣ କୋରିଆ ଏବଂ ଜାପାନ ଭଳି ଦେଶରୁ ମଧ୍ୟ ଏହି ଉତ୍ପାଦଗୁଡ଼ିକୁ ଆମଦାନୀ କରିପାରିବେ। କାରଣ ଉଭୟ ଦେଶ ସହିତ ଭାରତର ଭଲ ବାଣିଜ୍ୟିକ ସମ୍ପର୍କ ରହିଛି।

୨) ତୁର୍କୀକୁ ବୟକଟ୍

ଯେବେଠାରୁ ଏହି ଖବର ଆସିଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିଛି। ସେବେଠାରୁ, ଦେଶର ବଡ଼ ବଡ଼ ତାରକାମାନେ ତୁର୍କୀକୁ ବୟକଟ କରିବା ପାଇଁ ଆବେଦନ କରିଛନ୍ତି ଏବଂ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ମେକ୍ ମାଇ ଟ୍ରିପ୍ ଅନୁଯାୟୀ, ଭାରତରୁ ତୁର୍କିକୁ ଯାତ୍ରା କରୁଥିବା ଲୋକମାନେ ସେମାନଙ୍କର ବିମାନ ବାତିଲ କରିଛନ୍ତି। ଗତ ଗୋଟିଏ ସପ୍ତାହ ମଧ୍ୟରେ ତୁର୍କୀ-ଆଜରବାଇଜାନ ଯାତ୍ରା କରୁଥିବା ଯାତ୍ରୀଙ୍କ ବିମାନ ବାତିଲକରଣ ୨୫୦% ବୃଦ୍ଧି ପାଇଛି। ସେହି ସମୟରେ, ଯଦି ତୁର୍କିର ବୟକଟ ଏହିପରି ଜାରି ରହେ, ତେବେ ଏହାକୁ ପରିଣାମ ଭୋଗ କରିବାକୁ ପଡିବ। କାରଣ ଭାରତରୁ ବହୁ ସଂଖ୍ୟକ ପର୍ଯ୍ୟଟକ ତୁର୍କୀ ପରିଦର୍ଶନ କରନ୍ତି। ଏହାର GDPର ପ୍ରାୟ ୧୨ ଭାରତରୁ ତୁର୍କୀ ଯାତ୍ରା କରିଛନ୍ତି। ଏପରି ପରିସ୍ଥିତିରେ, ଯଦି ତୁର୍କୀର ବୟକଟ ଜାରି ରହେ, ତେବେ ଏହାର ଅର୍ଥନୀତି ପ୍ରଭାବିତ ହେବା ନିଶ୍ଚିତ।

୩) ଅନ୍ତର୍ଜାତୀୟ ସ୍ତରରେ ଘେରାବନ୍ଦୀ

ଅର୍ଥନୈତିକ କ୍ଷେତ୍ରରେ ତୁର୍କୀକୁ କୋଣଠେସା କରିବା ସହିତ, ଭାରତ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ତୁର୍କୀକୁ କୋଣଠେସା କରିପାରିବ। ଯେପରି ତୁର୍କୀରେ ମାନବାଧିକାର ଉଲ୍ଲଂଘନ ବୃଦ୍ଧି ପାଇଛି। ଭାରତ ଏହି ପ୍ରସଙ୍ଗରେ ଜାତିସଂଘରେ ତୁର୍କୀକୁ ଘେରାବନ୍ଦୀ କରିପାରିବ। ଏହା ତାଙ୍କ ବିଶ୍ୱସନୀୟତାକୁ ସିଧାସଳଖ ପ୍ରଭାବିତ କରିବ। ଭାରତ ବ୍ରିକ୍ସ, G20ରେ ତୁର୍କୀକୁ ମଧ୍ୟ ବିରୋଧ କରିପାରିବ। ଏହା ତାଙ୍କ ନୀତି ଉପରେ ପ୍ରଶ୍ନ ଉଠାଇପାରେ। ଏହା ପାକିସ୍ତାନକୁ ସମର୍ଥନ କରିବା ପାଇଁ ମଧ୍ୟ ବିରୋଧ କରିପାରିବ କାରଣ ଏହା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି। ଏପରି ପରିସ୍ଥିତିରେ, ତୁର୍କୀ ବିଶ୍ୱସ୍ତରରେ ପାକିସ୍ତାନ ଭଳି ଏକା ହୋଇଯିବ ।

ଦିନ ଦ୍ବିପ୍ରହରରେ ବୁଲିଲା ଖଣ୍ଡା ; ଗୋଡାଇ ଗୋଡାଇ ଯୁବକଙ୍କୁ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ଦିନ ଦ୍ବିପ୍ରହରରେ ବୁଲିଲା ଖଣ୍ଡା । ଗୋଡାଇ ଗୋଡାଇ ଯୁବକଙ୍କୁ ଆକ୍ରମଣ । ଆକ୍ରମଣରେ ଲହୁଲୁହାଣ ଯୁବକ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ପୁରୀ ବଳିଆପଣ୍ଡା ଅଞ୍ଚଳରେ । ଦିନ ଦ୍ବିପ୍ରହରରେ ଖଣ୍ଡା ଦ୍ୱାରା ଆତଙ୍କ ଖେଳାଇ ଦୃର୍ବୃତ୍ତମାନେ ଯୁବକଙ୍କୁ ଆକ୍ରମଣ କରିଥିବା ବେଳେ ଯୁବକ ଜଣଙ୍କ ଗୁରତର ଆହତ ହୋଇଛନ୍ତି । ଆହତ ହୋଇଥିବା ଯୁବକ ଜଣକ ହେଲେ ଅଟୋ ସଂଘ ସଭାପତି ଦୀପ୍ତି ରଞ୍ଜନ ମହାନ୍ତି । ଅଭିଯୁକ୍ତ ରାକେଶ କୁମାର ସାହୁ ଦୀପ୍ତିଙ୍କୁ ଆକ୍ରମଣ କରିଥିବାବେଳେ ଦୀପ୍ତିଙ୍କ ଦେହରେ ବିଭିନ୍ନ ଜାଗାରେ ଖଣ୍ଡା ଚୋଟ ଲାଗିଛି । ସିସିଟିଭିରେ ଆକ୍ରମଣ ବେଳର ଦୃଶ୍ଯ କଏଦ ହୋଇଛି । ଯାହାକୁ ଯାଞ୍ଚ କରୁଛି ପୋଲିସ । ରଥ ଯାତ୍ରା ପାଖେଇ ଆସୁଥିବାବେଳେ ଏପରି ଅପରାଧିକ କାର୍ଯ୍ୟକଳାପ ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ ସଂପୂର୍ଣ୍ଣ ନିଷ୍କ୍ରିୟ ହୋଇପଡିଛି ବୋଲି ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଇଏ କେବଳ ଟ୍ରେଲର, ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ

ନନ୍ଦିଘୋଷ ବ୍ୟୁରୋ : ଟ୍ରେଲର ଦେଖିଲେ ଫିଲ୍ମ ବାକି ଅଛି । ସୁଧୁରିଗଲେ ଭଲ ନହେଲେ କଠୋର ଦଣ୍ଡ ଦିଆଯିବ । ମାତ୍ର ୨୩ ମିନିଟରେ ଖେଳ ଖତମ କରିଦେଲା ସେନା । ଏବେ ପାକିସ୍ତାନକୁ ପରୀକ୍ଷା କରାଯାଉଛି । ପରୀକ୍ଷାରେ ବିଫଳ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଭୁଜ ଗସ୍ତରେ ଯାଇ ସେନାକୁ ଉଦବୋଧନରେ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗୁଜୁରାଟର ଭୁଜ୍ ଏୟାର ବେସରେ ଯବାନ ଏବଂ ସେନା ଅଧିକାରୀଙ୍କ ସହ ସାକ୍ଷାତ କଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ସେ ଦିନକ ପୂର୍ବରୁ ଶ୍ରୀନଗର ମଧ୍ୟ ଗସ୍ତ କରିଥିଲେ। ସେ ସେନାର ସଠିକତାର ସହିତ ଆକ୍ରମଣ କରିବାର କ୍ଷମତାକୁ ପ୍ରଶଂସା କରିଥିଲେ ଏବଂ ଆତଙ୍କବାଦୀମାନଙ୍କୁ ଏକ କଡ଼ା ବାର୍ତ୍ତା ଦେଇଥିଲେ।

ଭାରତ-ପାକିସ୍ତାନ ଯୁଦ୍ଧବିରତି ପରେ, ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି ସମସ୍ତ ନେତା ସେନାର ମନୋବଳ ବୃଦ୍ଧି କରିବାରେ ବ୍ୟସ୍ତ। ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବର ଆଦମପୁର ଏୟାରବେସରେ ପହଞ୍ଚି ସେନାଙ୍କୁ ସମ୍ୱୋଧନ କରିଥିଲେ। ଏହା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଶ୍ରୀନଗରରେ ପହଞ୍ଚିଥିଲେ ଏବଂ ଆଜି ସେ ଗୁଜରାଟର ଭୁଜ ଏୟାରବେସ୍ ପରିଦର୍ଶନ କରିଥିଲେ। ଏଠାରେ ସେ ସେନା ସୈନିକମାନଙ୍କୁ ଭେଟିଲେ। ଏହା ସହିତ, ସେ ଅପରେସନ ସିନ୍ଦୂର ସମୟରେ ପରିସ୍ଥିତି ବିଷୟରେ ମଧ୍ୟ ସୂଚନା ନେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭୁଜ ଏୟାରବେସରେ ସୈନିକମାନଙ୍କୁ ସମ୍ବୋଧିତ କରିଥିଲେ। ଏଠାରେ ସେ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଏପର୍ଯ୍ୟନ୍ତ କେବଳ ଟ୍ରେଲର ଦେଖାଯାଇଛି, ଯଦି ଅସ୍ତ୍ରବିରତି ଭଙ୍ଗ ହୁଏ ତେବେ ଏହାଠୁ ଆହୁରି ଭୟଙ୍କର ହେବ ଆକ୍ରମଣ ।

ଏହା ଛଡା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ IMF ପାଣ୍ଠି ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ IMF ଟଙ୍କା ଆତଙ୍କବାଦୀଙ୍କ ପାଖରେ ପହଞ୍ଚୁଛି କେମିତି ? କ’ଣ IMF ପରୋକ୍ଷ ଭାବରେ ଆତଙ୍କବାଦକୁ ପାଣ୍ଠି ଯୋଗାଇବାକୁ ଚାହୁଁଛି ? ଯଦି ଚାହୁଁଛି ତେବେ ପାକିସ୍ତାନକୁ ପାଣ୍ଠି ଦେବା ପୂର୍ବରୁ IMFକୁ ଭାବିବା ଉଚିତ ।

କ’ଣ କହିଲେ ପ୍ରତିରକ୍ଷା ମନ୍ତ୍ରୀ?

ରାଜନାଥ ସିଂହ କହିଛନ୍ତି, ମୁଁ ଆଜି ତୁମମାନଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ତୁମମାନଙ୍କ ମଧ୍ୟରେ ଆସିଛି। ଆପଣମାନେ ସିନ୍ଦୂର ଅପରେସନରେ ପ୍ରକୃତରେ ଏକ ଚମତ୍କାର କାମ କରିଛନ୍ତି ଏବଂ ଆପଣମାନେ ସାରା ବିଶ୍ୱରେ ଭାରତକୁ ଗର୍ବିତ କରିଛନ୍ତି । ସିନ୍ଦୂର ଅପରେସନ ସମୟରେ ସହିଦ ହୋଇଥିବା ଆମର ସମସ୍ତ ସୈନିକ ଏବଂ ସାଧାରଣ ନାଗରିକଙ୍କୁ ମୁଁ ପ୍ରଣାମ କରୁଛି ଏବଂ ଆହତ ହୋଇଥିବା ଆମର ସାହସୀ ସୈନିକଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।

ଏହା ଛଡା  ସେ କହିଥିଲେ, ‘ଏହା କୌଣସି ଛୋଟ କଥା ନୁହେଁ ଯେ ଆମର ବାୟୁସେନାର ପାକିସ୍ତାନର ପ୍ରତ୍ୟେକ କୋଣରେ ପ୍ରବେଶରେ ପଶି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରିଛି  । ହେଲେ ଏବେ ଭାରତର ଲଢ଼ୁଆ ବିମାନଗୁଡ଼ିକ ସୀମା ପାର ନକରି ଏଠାରୁ ଦେଶର ପ୍ରତ୍ୟେକ କୋଣରେ ସିଧାସଳଖ ଆକ୍ରମଣ କରିବାକୁ ସମ୍ପୂର୍ଣ୍ଣ ସକ୍ଷମ।’ ସାରା ବିଶ୍ୱ ଦେଖିଛି ଯେ ଆମେ ପାକିସ୍ତାନ ମାଟିରେ ୯ଟି ଘାଟିକୁ କିପରି ଧ୍ୱଂସ କରିଛୁ।

ଓବିସି ସଂରକ୍ଷଣ ଏକ ଧୋକା ଓ ପ୍ରବଞ୍ଚନା, ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ : ସରକାରଙ୍କ ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜେପି ସରକାରକୁ ସାମ୍ଵାଦିକ ସମ୍ମିଳନୀରେ କଟୁ ସମାଲୋଚନା କଲା ବିଜେଡି । ଓବିସି ସଂରକ୍ଷଣ ପ୍ରସଙ୍ଗରେ ବିଜେଡି ଓବିସି ସେଲ୍ ଉପସଭାପତି ଅରୁଣ ସାହୁ । ବିଜେପି ସରକାରଙ୍କୁ କଟାକ୍ଷ କରିଛନ୍ତି । ‘ଓବିସି ସଂରକ୍ଷଣ ଏକ ଧୋକ୍କା ଓ ପ୍ରବଞ୍ଛନା’ । ଗତ ବିଧାନସଭାରେ ବିଜେଡି ଏନେଇ ସରକାରଙ୍କୁ ଘେରିଥିଲା । ଉଚ୍ଚ ଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ ନେଇ ଦାବି କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡିର ଚାପରେ ସରକାର ନଇଁଛନ୍ତି ।

ଆଗାମୀ ୨୧ ତାରିଖରେ ରାଜଭବନ ଆଗରେ ଗଣଧାରଣା ଅନୁଷ୍ଠିତ ହେବ । ମେଡିକାଲ, ଇଞ୍ଜିନିୟରିଂରେ ସଂରକ୍ଷଣ ନଦେବା ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି । ଜୁନ୍ ୧୨ ତାରିଖକୁ ବିଜେପି ସରକାରକୁ ବର୍ଷେ ପୁରୁଛି । ସଂରକ୍ଷିତ ବର୍ଗଙ୍କ ପାଇଁ କିଛି କରିନାହାନ୍ତି ସରକାର । ଲୋକଙ୍କୁ ଦେଖାଇବା ପାଇଁ କ୍ୟାବିନେଟରେ ର, ବ, ଟ, କ, ଖ କରି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଓବିସିଙ୍କ ସଂଖ୍ୟା ୫୪ ପ୍ରତିଶତ । ମେଡିକାଲ, ଇଞ୍ଜିନିୟରିଂ ଓ ବୃତ୍ତିଗତ ଶିକ୍ଷାରେ ପଛୁଆବର୍ଗଙ୍କୁ ସଂରକ୍ଷଣ ମିଳିବା ଆବଶ୍ୟକ । ସେ ଦିଗରେ ସରକାର ନିଷ୍ପତ୍ତି କାହିଁକି ନେଲେନି ? ବିଜେଡି ପଛୁଆବର୍ଗଙ୍କ ପାଇଁ ଉଚ୍ଚଶିକ୍ଷା ସମେତ ମେଡିକାଲ, ଇଞ୍ଜିନିୟରିଂ ଓ ବୃତ୍ତିଗତ ଶିକ୍ଷାରେ ୨୭ ପ୍ରତିଶତ ସଂରକ୍ଷଣ ଦାବି କରିଆସୁଛି । ଏହାର ଅର୍ଥ ସରକାର ଚାହୁଁନାହାନ୍ତି ପଛୁଆବର୍ଗ ଡାକ୍ତର ଓ ଇଞ୍ଜିନିୟର ହୁଅନ୍ତୁ । ଏହା ବିରୋଧରେ ବିଜୁ ଜନତା ଦଳ ଦୁର୍ବାର ଆନ୍ଦୋଳନ କରିବ । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ବିଜେଡି ଓବିସି ସେଲ୍ ଉପସଭାପତି ଅରୁଣ ସାହୁ ।

ଅପରେସନ ସିନ୍ଦୂରରେ ବିଶ୍ବ ଦେଖିଲା ଭାରତର ଦମ୍ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଦୂରରେ ଭାରତର ଦମ୍ ଦେଖିଲା ବିଶ୍ବ। ତିନି ବାହିନୀର ଶକ୍ତି ଦେଖିଲା ଦେଶ। ଭାରତର ସୁରକ୍ଷା ବର୍ତ୍ତମାନ ବଡ଼ ଆହ୍ବାନ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଗୁଜରାଟ ଭୁଜରେ ରାଜନାଥ କହିଛନ୍ତି,୧୯୬୫ ଯୁଦ୍ଧରେ ଭାରତର ହୋଇଥିଲା ବିଜୟ। ଅପରେସନ ସିନ୍ଦୂରର ନାମ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅପରେସନ ସିନ୍ଦୂର ନେଇ ସମସ୍ତେ ଗର୍ବିତ। ଏହା ସହ ପାକିସ୍ତାନ ଦେଖିଲା ଭାରତର ଶକ୍ତି। ଏହି ଅପରେସନରେ ଭାରତୀୟ ବାୟୁସେନା ନେଇଥିଲା ପ୍ରମୁଖ ଭୂମିକା। ଏୟାରଫୋର୍ସର ଭୂମିକା ଥିଲା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଦୁନିଆ ଦେଖିଲା ପାକିସ୍ତାନର ୯ଟି ଠିକଣାକୁ କିପରି ଧ୍ବଂସ କରାଗଲା। ନୂଆ ଭାରତର ସନ୍ଦେଶ ସାରା ବିଶ୍ବରେ ପହଞ୍ଚାଯାଇଛି। ଭାରତ କେବଳ ଆମଦାନୀ ଅସ୍ତ୍ରରେ ଶକ୍ତ ନୁହେଁନିଜ ଅସ୍ତ୍ରରେ ଭାରତ ଦେଖାଇଲା ପରାକ୍ରମ। ଭାରତରେ ନିର୍ମିତ ବ୍ରହ୍ମୋସ ପାକିସ୍ତାନକୁ କରିଥିଲା ଚିତପଟାଙ୍ଗ।

ରାଜନାଥ ଆହୁରି ମଧ୍ୟ କହିଛନ୍ତି, ଭାରତର ଏୟାର ଡିଫେନ୍ସ ସିଷ୍ଟମ ଦେଖାଇଛି ଦମ୍ । ଲସ୍କର ଓ ଜୈସର ଭିତ୍ତିଭୂମିକୁ ଧ୍ବଂସ କରିଦେଲା ଭାରତ। ଆଇଏମଏଫର ଅନୁଦାନ ଆତଙ୍କୀ କାର୍ଯ୍ୟକଳାପରେ ବ୍ୟବହୃତ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ରାଜନାଥ। ଏହା ସହ ପାକିସ୍ତାନକୁ ଆର୍ଥିକ ସହାୟତା ଆତଙ୍କୀଙ୍କୁ ସହାୟତା ସହ ସମାନ ବୋଲି ସେ କହିଛନ୍ତି। ଭୁଜର ରୁଦ୍ର ମାତା ଏୟାର ଫୋର୍ସ ଷ୍ଟେସନ ଭାରତୀୟ ବାୟୁସେନାର ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ। ଭୁଜ ବେସାମରିକ ବିମାନବନ୍ଦରର ରନୱେ ସହ ଏୟାରଫୋର୍ସ ଷ୍ଟେସନ ରନୱେ ସମ୍ପୃକ୍ତ ରହିଛି। ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ଭୁଜ ଏୟାରଫୋର୍ସ ଷ୍ଟେସନ ଥିବାରୁ ଏୟାର ଡିଫେନ୍ସ ଓ ସର୍ଭେଲାନ୍ସ କ୍ଷେତ୍ରରେ ଏହା ପ୍ରମୁଖ ଗୁରୁତ୍ବ ବହନ କରିଥାଏ। ଦକ୍ଷିଣ ପଶ୍ଚିମ କମାଣ୍ଡ ଅଧୀନରେ ଭୁଜ ଏୟାରଫୋର୍ସ ଷ୍ଟେସନ ରହିଛି। ପଶ୍ଚିମାଞ୍ଚଳ ଏୟାର କମାଣ୍ଡ ଅଧୀନରେ ରହିଛି ଜାମୁ ଓ କାଶ୍ମୀର, ରାଜସ୍ଥାନ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ପଶ୍ଚିମାଞ୍ଚଳ ଉତ୍ତରପ୍ରଦେଶ।