spot_img
Home Blog Page 7520

ଜାଣନ୍ତୁ ଟ୍ରମ୍ପଙ୍କ କାରରେ କ’ଣ ସବୁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ?

0

ଦୁନିଆର ସବୁଠୁ ଶକ୍ତିଶାଳି ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗାମୀ ଫେବ୍ରୁଆରୀ ୨୪-୨୫ରେ ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି । ତେଣୁ ସମସ୍ତଙ୍କ ନଜର ଏବେ ଟ୍ରମ୍ପଙ୍କ ଉପରେ  । ଟ୍ରମ୍ପଙ୍କର ଏ ହେଉଛି ପ୍ରଥମ ଭାରତ ଯାତ୍ରା । ସେ ସବୁ ଦେଶକୁ ଯାତ୍ରା କଲାବେଳେ ଯେମିତି ତାଙ୍କ ସ୍ୱତନ୍ତ୍ର କାର ନେଇ ଯାଆନ୍ତି ଠିକ୍ ସେମିତି ଟ୍ରମ୍ପଙ୍କ ଆଗମନ ପୂର୍ବରୁ ତାଙ୍କର କାର ଗୁଡ଼ିକ ଭାରତ ଆସିସାରିଲାଣି । ଯେଉଁଥିରେ ତାଙ୍କର ସ୍ୱତନ୍ତ୍ର କାର ‘ଦି ବୀଷ୍ଟ’ ସାମିଲ ଅଛି । ଆସନ୍ତୁ ଜାଣିବା ତାଙ୍କ କାରର ଖାସିୟତ୍ ।

କୁହାଯାଏ ତାଙ୍କ କାର ‘ଦି ବୀଷ୍ଟ’ ଡିଜେଲ ଇଞିନ ଦ୍ୱାରା ଚାଲେ । ଏହି କାରର ଉଦଘାଟନ ୨୬ ସେପ୍ଟମ୍ବର ୨୦୧୮ରେ କରାଯାଇଥିଲା । ସେବେଠାରି ଏହା ଟ୍ରମ୍ପଙ୍କ ସବାରି ହୋଇଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷାପାଇଁ ଏହି କାରରେ ବହୁ ପ୍ରକାରର ଉପକରଣ ଲଗାଯାଇଛି । ଏହି କାରର ମଡେଲର ନାଁ ଲିମଜିନ, କୈଡ଼ିଲୈକ ଜେନରାଲ ମୋଟର୍ସ ଏବଂ ଏହି କାର ଦାମ ଶୁଣିଲେ ତ ଆପଣଙ୍କ ହୋସ ଉଡ଼ିଜିବ ଟ୍ରମ୍ପଙ୍କ କାରର ଦାମ ୧୦.୭ କୋଟି ।

  • ଏହି କାରର ଆସ୍ତରଣ ପ୍ରାୟ ୮ ଇଞ୍ଚ ମୋଟେଇର ହୋଇଥାଏ । ଏହାସହ ତାଙ୍କ ଝରକା କାଚ ଓ ପୋଲି-କାର୍ବୋଟିକ ହୋଇଥାଏ ଏବଂ ଏହା ବୁଲେଟ ପ୍ରୁଫ୍ ମଧ୍ୟ । ଏହି କାରର ପଛ ଭାଗରେ ଏକ କମ୍ପାର୍ଡମେଣ୍ଟ ଥାଏ । ଯେଉଁଥିଲେ ରାଷ୍ଟ୍ରପତି ବସିଥାନ୍ତି ।
  • ଟ୍ରମ୍ପଙ୍କ ସିଟରେ ସାଟେଲାଇଟ୍ ଫୋନ ରହିଥାଏ ଏହା ସିଧାସଳଖ ଲାଇନ ଯୋଡ଼ି ହୋଇଥାଏ ଉପରାଷ୍ଟ୍ରପତି ଏବଂ ଆମେରିକାର ରକ୍ଷା ବିଭାଗର ମୁଖ୍ୟାଳୟ ସହିତ ।

  • ଏହି କାରରେ ଅତ୍ୟାଧୁନିକ ମାରଣାସ୍ତ୍ର ମଧ୍ୟ ଭରପୁର ରହିଥାଏ । ଯେମିତି ସଟ୍ ବନ୍ଧୁକ, ଆଖିରୁ ଲୁହ ବାହର କରୁଥିବା ଗ୍ୟାସର ଗୋଳା ମଧ୍ୟ ରହିଥାଏ । ଏବଂ ଆଗରେ ଥିବା ହେଡ୍ ଲାଇଟରେ ଟିୟର ଗ୍ୟାସ, ଗ୍ରେନେଟ ଲଞ୍ଚର ମଧ୍ୟ ରହିଥାଏ ।

  • କାରରେ ରାଷ୍ଟ୍ରପତିଙ୍କ ବ୍ଲଡ୍ ଗ୍ରୁପର ରକ୍ତ ସବୁ ବେଳ ପାଇଁ ସଂଗୃହିତ ହୋଇ ରହିଥାଏ । ଜରୁରୀକାଳୀନ ଆବଶ୍ୟକତା ପାଇଁ କାରରେ ଅକ୍ସିଜେନ ସୁବିଧା ମଧ୍ୟ ରହିଥାଏ ।
  • ଜଦି କେଉଁଠି କେମିକାଲ ଆଟକ ହୁଏ ତେବେ ତାହା କାରରେ ଥିବା ଲୋକଙ୍କର କିଛି କ୍ଷତି କରିପାରିବ ନାହିଁ ।

  • ଏଥିରେ କେବଳ ଡ୍ରାଇଭର ସିଟର ଝରକା ଖୋଲି ପାରିବେ ସେ ବି ପୁଣି ୩ଇଞ୍ଚର । ଏହି କାରର ଟାୟାର ମଧ୍ୟ ପମ୍ପଚର ହେବାର ଭୟ ନଥାଏ ନା କି କୌଣସି ବିସ୍ଫୋରକର ଭୟ ମଧ୍ୟ ନଥାଏ ।

  • ଏହି କାରର ଆଗରେ କାର ଲାଗି ରହିଥାଏ । ଯାହା ରାତିର ଅନ୍ଧକାରରେ ଏହା ପାରିପାର୍ଶ୍ୱିକ ସ୍ଥିତି ସ୍ପଷ୍ଟ ଦେଖାଇବାର ସହଯୋଗ କରିଥାଏ ।
  • ଏଥିରେ ଷ୍ଟିଲର ରିମ ଲାଗିଥାଏ କାରଣ ଜଦି ଟାୟାର କୌଣସି କାରଣରୁ ନଷ୍ଟ ହୋଇଯାଏ ତେବେ ଏହି ରିମ ମାଧ୍ୟମରେ ଏହି ଗାଡ଼ି ଗଡ଼ିପାରିବ ।
  • ଏହି କାରକୁ ଚଳାଉଥିବା ଡ୍ରାଇଭରକୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଥାଏ । ଜଟିଳ ପରିସ୍ଥିତିରେ ମଧ୍ୟ ସେ ଗାଡ଼ି ଚଳାଇବାର ସାମର୍ଥ୍ୟ ରଖିପାରୁଥିବା ।

ଜିଓ ବ୍ରଡବ୍ୟାଣ୍ଡର ଖାସ୍ ଅଫର: ୧୯୯ ଟଙ୍କିଆ ସାପ୍ତାହିକ ପ୍ଳାନ୍‌ରେ ପାଇପାରିବେ ୧୦ ଗୁଣା ଅଧିକ ଡେଟା

ରିଲାଏନ୍ସ ଜିଓ ଫାଇବର ବ୍ରଡବ୍ୟାଣ୍ଡ ମାର୍କେଟରେ ମଧ୍ୟ ନିଜ ବ୍ୟବସାୟ ବିସ୍ତାର ପାଇଁ ପ୍ରସ୍ତୁତି ଚଳାଇଛି । ପ୍ରଥମ ବର୍ଷରେ ୫୦ ମିଲିୟନ୍‌ ୟୁଜର୍ସ ପାଇବାକୁ ଲକ୍ଷ୍ୟ ରଖିଛି ରିଲାଏନ୍ସ ଫାଇବର । ବର୍ତ୍ତମାନର ଜିଓ ଫାଇବର ଗ୍ରାହକ ପ୍ରିଭ୍ୟୁ ଆଫର ସରିବା ପରେ ଲୋକାଲ୍‌ ଇଣ୍ଟରନେଟ୍‌ ସର୍ଭିସ ପ୍ରୋଭାଇଡର ଆଡକୁ ମୁହାଁଉଛନ୍ତି । ଏହାର ବଡ଼ କାରଣ ହେଉଛି ଜିଓ ବ୍ରଡବଣ୍ଡରେ ଦିଆଯାଇଥିବା ଏଫ୍‌ୟୁପି ଲିମିଟ୍ । କିନ୍ତୁ ଗୋଟିଏ ଟ୍ରିକ ସହାୟତାରେ ଜିଓ ଫାଇବର ୟୁଜର୍ସ କମ୍ ଦାରରେ ମାସକର ପ୍ଳାନ୍‌ରେ ୧୦ ଗୁଣା ଅଧିକ ଡାଟା ପାଇପାରିବେ । ୧୯୯ ଟଙ୍କିଆ ପ୍ଳାନ୍‌ରେ କମ୍ପାନୀ ପକ୍ଷରୁ ପରିବର୍ତ୍ତନ କରାଯାଇଛି । ଯାହା ଦ୍ୱାରା ଏହା ସମ୍ଭବ ।

Image result for jio broadband

ରିଲାଏନ୍ସ ଜିଓ ଫାଇବରର ୧୯୯ ଟଙ୍କିଆ ପ୍ଳାନ୍‌

ଏହା ୭ ଦିନିଆ ପ୍ଳାନ୍ । ଯେଉଁଥିରେ ୧୯୯ ଟଙ୍କାରେ ଗ୍ରାହକ ୧ ଟିବି ଅର୍ଥାତ ୧୦୦୦ ଜିବି ଡେଟା ମିଳେ । ଲିମିଟ ଶେଷ ହେବା ପରେ ଡାଟା ସ୍ପିଡ୍ ୧୦୦ ଏମ୍‌ବିପିଏସ୍‌ ରହିଥାଏ । ଆଉ ଏହା ପରେ ଏହା ୧ ଏମ୍‌ବିପିଏସ୍‌ରେ ସୀମତି ହୋଇଥାଏ  । ଏହି ପ୍ୟାକ୍‌କୁ ଯଦି ଆପଣ ୫ ଥର କରନ୍ତି ତେବେ ୫ଟିବି ଡେଟା ମିଳିଥାଏ । ପ୍ରଥମେ ଏହି ପ୍ଳାନ୍‌ରେ ୧୦୦ ଜିବି ଡେଟା ମିଳୁଥିଲା ।

ଉଦାହରଣ ସ୍ୱରୂପ ଯଦି କୌଣସି ଗ୍ରାହକ ୧୨୯୯ ଟଙ୍କାରେ (୧୮% ଜିଏସ୍‌ଟି ଅଲଗା) ମାସିକିଆ ପ୍ଳାନ୍‌ ନିଅନ୍ତି ତେବେ ୨୫୦ ଏମ୍‌ବିପିଏସ୍‌ ସ୍ପିଡ୍ ସହିତ ପ୍ରଥମ ୬ ମାସ ପର୍ଯ୍ୟନ୍ତ ୭୫୦ ଜିବି ଡାଟା ମିଳିଥାଏ । ୬ ମାସ ପରେ ଡେଟା ଲିମିଟ ୫୦୦ ଜିବି ହୋଇଥାଏ । ଯଦି ଆପଣ ୧୯୯ ଟଙ୍କିଆ ସାପ୍ତାହିକ ପ୍ଳାନ୍ ନିଆନ୍ତି ତେବେ ଟ୍ୟାକ୍ସ ସମେତ ୧,୧୭୦ ଟଙ୍କା ଦେବାକୁ ପଡ଼ିବ । ଆଉ ଏଥିରେ ଆପଣଙ୍କୁ ୫୦୦୦ ଜିବି ଡାଟା ମିଳେ । ଯାହା ମାସକ ପ୍ଳାନର ୧୦ ଗୁଣା । ଏହିପରି ଭାବେ ୧୦୦ ଏମ୍‌ବିପିଏସ୍‌ ସ୍ପିଡ୍ ପର୍ଯ୍ୟାପ୍ତ ଅନୁଭବ କରନ୍ତି ତେବେ ଏହି ଟ୍ରିକ୍‌କୁ ବ୍ୟବହାର କରି ଅଧିକ ଡାଟା ପାଇପାରିବେ ।

ଅଚେତ ମାଡ଼ରୁ ବିଦାହେଲେ ଶିକ୍ଷୟିତ୍ରୀ ଅନିତା ସାଗର

ବରଗଡ଼: ନିର୍ଦ୍ଦୟ ମାଡ଼ରୁ ନିଲମ୍ବିତ । ଫୋନ୍ ଗପରୁ ରାଗ, ଶ୍ରେଣୀ ଗୃହରେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ରେ କଲେ ଲହୁଲୁହାଣ । ନିର୍ଦ୍ଦୟତାର ସୀମା ଟପିଥିବା ଶିକ୍ଷୟିତ୍ରୀଙ୍କ ଠାରେ ଶେଷରେ ଲାଗିଛି କାର୍ଯ୍ୟାନୁଷ୍ଠାନ ଛାଟ । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ରାଜବୁଢ଼ାସମ୍ବର ବିଇଓ ଶିକ୍ଷୟିତ୍ରୀ ଅନିତା ସାଗରଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ।ଗତକାଲି ପଦ୍ମପୁର ବ୍ଲକ ତେଲମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଜଣଙ୍କ କ୍ଲାସରେ ଜଣେ ଛାତ୍ରଙ୍କୁ ମାଡ଼ ମାରିଥିଲେ । ପାଠ ପଢ଼ାଇବା ଛାଡ଼ି ଶିକ୍ଷୟିତ୍ରୀ ଜଣଙ୍କ ମୋବାଇଲରେ ଗପୁଥିଲେ । ଫୋନରେ କଥା ହେବା ନେଇ ଛାତ୍ର ଜଣଙ୍କ ଶିକ୍ଷୟିତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏଥିରେ ସେ ରାଗି ଯାଇ ବେତରେ ଛାତ୍ରଙ୍କୁ ମନ ଭରିବା ଯାଏଁ ପିଟିଥିଲେ । ଏପିରିକି ଛାତ୍ର ଜଣଙ୍କ ଅଚେତ ହୋଇ ଯାଇଥିଲେ ମଧ୍ୟ ତାଙ୍କ ମନ ବୁଝିନଥିଲା ।

ଚେତାଶୂନ୍ୟ ଅବସ୍ଥାରେ ଛାତ୍ର ଜଣଙ୍କୁ ଗ୍ରାମବାସୀ ମେଡିକାଲରେ ଭର୍ତ୍ତି କରିଥିଲେ । ଏନେଇ ମେଲଛାମୁଣ୍ଡା ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ସମାଲୋଚନା କରାଯାଉଥିବା ବେଳେ ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ଦେଇ ଫଶିଛନ୍ତି ଶିକ୍ଷୟିତ୍ରୀ ।

ଜୀବନ ଚାଲିଗଲା ପଛେ, ଫଟୋ ଉଠାଇବା ଛାଡ଼ିଲେନି ଲୋକେ

0

ଭଦ୍ରକ: ମରିଗଲା ମାନବିକତା । ମୃତ୍ୟୁ ସହ ସଂଘର୍ଷ କରୁଥିବା ଯୁବକଙ୍କୁ ଉଦ୍ଧାର କରିବା ଛାଡ଼ି ଫଟୋ, ଭିଡିଓ ଉଠାଇଲେ ଲୋକେ । ଭଦ୍ରକ ସାହାପୁର ଛକରେ ଏଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି ।

ଜାତୀୟ ରାଜପଥ ଉପରେ ବାଇକ୍‌ ଆରୋହୀଙ୍କୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ବାଇକ ଚାଳକ ତଳେ ପଡିଯିବାରୁ ଟ୍ରକଟି ଅଣ୍ଟା ଉପରେ ଚଢିଯାଇଥିଲା । ଯୁବକ ଜଣକ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ।

ତେବେ ତାଙ୍କୁ ଉଦ୍ଧାର କରିବା ବଦଳରେ ତାଙ୍କ ଫଟୋ ଉଠାଉଥିଲେ ଉପସ୍ଥିତ ଲୋକେ । ଜୀବନ ଅପେକ୍ଷା ସଉକ ଆଗ ଥିଲା । କିଛି ସମୟ ପରେ ପୋଲିସ ଆସି ଯୁବକଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲା । ହେଲେ ସେତେବେଳକୁ ଜୀବନ ଯୁଦ୍ଧରେ ହାରିସାରିଥିଲେ ଯୁବକ । ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ବୋର୍ଡ ରଖିଲା ସ୍ପଷ୍ଟୀକରଣ, ଭାଇରାଲ ହୋଇନି ମାତୃଭାଷା ପ୍ରଶ୍ନପତ୍ର

ଧର୍ମଗଡ଼/କଟକ: ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ଟ୍ୱିଷ୍ଟ । ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅସଲି ନୁହେଁ । ଧର୍ମଗଡ଼ରୁ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଏକ ଟେଷ୍ଟ ପେପରର ବୋଲି ଜଣାପଡ଼ିଛି । କେହି ଦୁର୍ବୃତ୍ତ ମାଧ୍ୟମିକ ଶିକ୍ଷା ପରିଷଦକୁ ବଦନାମ କରିବାକୁ ଯାଇ ଏଭଳି ଭାଇରାଲ କରିଛି ।

ଭାଇରାଲ୍ ହେଲା ମାଟ୍ରିକ୍ ପ୍ରଶ୍ନପତ୍ର ! ପଦାରେ ପଡ଼ିଲା ମାଧ୍ୟମିକ ଶିକ୍ଷା ପରିଷଦର ଅପାରଗତା

ଅନ୍ୟପଟେ ବୋର୍ଡ ସଭାପତି ପ୍ରଥମ ଦିନ ପରୀକ୍ଷା ସୁରୁଖିୁରୁରେ ସରିଥିବା କହିଛନ୍ତି । ଅଭିଯୋଗ ପରେ ସମ୍ପୃକ୍ତ କେନ୍ଦ୍ର ସହ ଯୋଗାଯୋଗ କରିଛୁ । ପ୍ରଶ୍ନପତ୍ର ଭାଇରାଲର କୌଣସି ଆଶଙ୍କା ନାହିଁ ।

ସେହିଭଳି ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି । ଘଟଣାର ସତ୍ୟାସତ୍ୟ ଯାଞ୍ଚ କରାଯିବ । ଏ ପ୍ରଶ୍ନ ଭୁଲ କି ଠିକ୍‌ ଯାଞ୍ଚ କରାଯିବ । ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନ ନେବାକୁ କଡ଼ା ନିର୍ଦ୍ଦେଶ ଥିଲା । ଯଦି ଘଟଣା ସତ ହୋଇଥାଏ ତେବେ ଏହାର ତଦନ୍ତ ହେବ । ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଭାଇରାଲ୍ ହେଲା ମାଟ୍ରିକ୍ ପ୍ରଶ୍ନପତ୍ର ! ପଦାରେ ପଡ଼ିଲା ମାଧ୍ୟମିକ ଶିକ୍ଷା ପରିଷଦର ଅପାରଗତା

ବଲାଙ୍ଗିର/ଧର୍ମଗଡ଼: ଲିକ୍ ହେଲା ମାଟ୍ରିକ ପ୍ରଶ୍ନପତ୍ର । ପରୀକ୍ଷା ଆରମ୍ଭ ହେଉ ହେଉ ହେଲା ଭାଇରାଲ । କଳାହାଣ୍ଡିରୁ ବଲାଙ୍ଗିର, ମୋବାଇଲରୁ ମୋବାଇଲ୍ ଘୁରି ବୁଲିଲା ପ୍ରଶ୍ନପତ୍ର । ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପେପର ଭାଇରାଲ୍ ହୋଇଛି । ଭାଇରାଲ୍ ଫଟୋରେ ୫୦ ନମ୍ବର ସବଜେକ୍ଟିଭ୍ ଟାଇପ୍ ପ୍ରଶ୍ନ ରହିଛି ।ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା ଅଞ୍ଚଳ ସହ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଅଞ୍ଚଳରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ତେବେ, ନିର୍ଦ୍ଧିଷ୍ଟ କେଉଁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି ତାହା ଜଣାପଡ଼ିନାହିଁ ।

କୋଡିଂ ବ୍ୟବସ୍ଥାରେ ପରୀକ୍ଷା ହେଉଥିବାରୁ ଲିକ୍ ଭୟ ରହିବ ନାହିଁ ବୋଲି ବିଭାଗ ଆଶା ରଖିଥିଲା । ତେବେ, ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର କିଭଳି ଭାଇରାଲ ହେଲା ତାହା ପ୍ରଶ୍ନ ସୃଷ୍ଟି କରିଛି ।

ବଲାଙ୍ଗିର ଓ କଳାହାଣ୍ଡି ଧର୍ମଗଡ଼ରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ । ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । କେଉଁ କେନ୍ଦ୍ରରୁ ଭାଇରାଲ୍ ହୋଇଛି ଜଣାପଡ଼ିନାହିଁ ।

ବଲାଙ୍ଗିର ଓ କଳାହାଣ୍ଡି ଧର୍ମଗଡ଼ରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ । ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । କେଉଁ କେନ୍ଦ୍ରରୁ ଭାଇରାଲ୍ ହୋଇଛି ଜଣାପଡ଼ିନାହିଁ ।

ଓଡ଼ିଶାରେ କେତେ ଟଙ୍କାରେ ବିକ୍ରି ହେବ ଅଣ୍ଡା ?

ଭୁବନେଶ୍ୱର: ଉପାନ୍ତରୁ ଉପକୂଳ ଗୋଟିଏ ରେଟ୍‌ ହେବ ନା ଭିନ୍ନ ? ଗୋଟିଏ ଅଣ୍ଡାକୁ କେତେ ଟଙ୍କାରେ ବିକିବେ ବ୍ୟବସାୟୀ ? କେତେ ଟଙ୍କା ଲାଭ ରଖିବେ ଟ୍ରେଡର୍ସ ? ଏଣିକି ଏସବୁ ନିର୍ଦ୍ଧାରଣ କରିବ ଓଡ଼ିଶା । ପ୍ରତିଦିନ ନ୍ୟାସନାଲ ଏଗ୍‌ କୋ ଅର୍ଡିନେସନ କମିଟିର ଓଡ଼ିଶା ଚାପ୍‌ର ପ୍ରସ୍ତୁତ କରିବ ରେଟ ଚାର୍ଟ । ଏହି ଚାର୍ଟ ସାରା ରାଜ୍ୟ ପାଇଁ ଲାଗୁ ହେବ । ରାଜ୍ୟର ୧୫୦ ଚାଷୀଙ୍କୁ ନେଇ ଗଠନ ହୋଇଛି ସ୍ୱତନ୍ତ୍ର ଓଡ଼ିଶା ଚାପ୍ଟର ।  ବିଜ୍ଞାପନ ମାଧ୍ୟମରେ ଖାଉଟି ଜାଣିବେ ନିତିଦିନର ଅଣ୍ଡା ଦର । ଫେବୃୟାରୀ ୨୦ ତାରିଖରୁ କମିଟି ତାର କାମ ଆରମ୍ଭ କରିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଅଲ୍‌ ଓଡ଼ିଶା ଲେୟାର ଫାର୍ମରସ୍‌ ଆସୋସିଏସନ୍‌ ।

ପୂର୍ବରୁ ନ୍ୟାସନାଲ ଏଗ୍‌ କୋର୍ଡିନେସନ କମିଟିର ବିଜୟୱାଡା ଜୋନ୍‌ ଦର ନିର୍ଦ୍ଧାରଣ କରୁଥିଲା । ଯାହାକୁ ଓଡ଼ିଶା ବ୍ୟବସାୟୀମାନେ ଲାଗୁ କରୁଥିଲେ । ସେପଟେ ଓଡ଼ିଶାରେ କୁକୁଡା ଖାଦ୍ୟର ଅହେତୁକ ଦର ବୃଦ୍ଧି ଯୋଗୁଁ ଚିନ୍ତାରେ ଚାଷୀ । ମକା ଏବଂ ସୋୟାବିନ୍‌ରେ କେନ୍ଦ୍ର ସରକାର MSP ବୃଦ୍ଧି କରିବାରୁ ଏଭଳି ସ୍ଥିତି ଉପୁଜିଛି । ଏଥିପାଇଁ ରାଜ୍ୟର ସମସ୍ତ ଚାଷୀ ଏକାଠି ହୋଇ ଅଣ୍ଡାର MSP ନିର୍ଦ୍ଧାରଣ କରିବାକୁ ଦାବି କରିଛନ୍ତି ।

ଓଡିଶାରେ ଦିନକୁ ୬୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ୯୫ଲକ୍ଷ ଅଣ୍ଡାର ଆବଶ୍ୟକତା ରହିଛି । ବାକି ଅଣ୍ଡା ବାହାର ରାଜ୍ୟରୁ ଆମଦାନୀ କରାଯାଉଛି । ଯଦି ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ନ ଦିଅନ୍ତି ତେବେ ଆଗାମୀ ୨ ବର୍ଷ ମଧ୍ୟରେ ୫୦ ପ୍ରତିଶତ ଅଣ୍ଡା ଶିଳ୍ପ ବନ୍ଦହେବ ବୋଲି ଚାଷୀମାନେ କହିଛନ୍ତି ।

ପାଠ ଆଗରେ ହାର ମାନିନି ବୟସ, ପୌଢ଼ଶିକ୍ଷାର ନୂଆ ଆଶା ତିଳୋତମା

0

ପାରାଦୀପ: କେଉଁଠୁ କେମିତି ଆରମ୍ଭ ହୋଇଥିଲା ଏ ଯାତ୍ରା । ୧୯୯୬ରେ ପାଠ ଆରମ୍ଭ କରିଥିଲେ ସେ ଆଉ ଆଜି ଦେଉଛନ୍ତି ମାଟ୍ରିକ ପରୀକ୍ଷା କଥାଟା ଆପଣଙ୍କୁ ହୁଏତ ଅଡ଼ୁଆ ଲାଗିଥାଇପାରେ ୨୪ବର୍ଷ ପରେ କାହିଁକି ମାଟ୍ରିକ ପରୀକ୍ଷା ଦେଉଛନ୍ତି ତିଳୋତମା ?

ପାଠ ପଢ଼ିବା ପାଇଁ ବୟସ ନାହିଁ । ଆଉ ଦୃଢ଼ ଇଚ୍ଛା ଶକ୍ତି ଆଗରେ ବୟସ କେବଳ ଏକ ସଂଖ୍ୟା। ଏ କଥାକୁ ଏକଦମ ଠିକ୍‌ ପ୍ରମାଣିତ କରିଛନ୍ତି ପାରାଦୀପର ତିଳୋତମା ପାତ୍ର । ବୟସ ଏବେ ୫୩ ବର୍ଷ । କିନ୍ତୁ ଏ ବୟସରେ ଦେଉଛନ୍ତି ମାଟ୍ରିକ ପରୀକ୍ଷା । ୧୯୯୬ରେ ପୌଢ଼ଶିକ୍ଷା କେନ୍ଦ୍ରରେ ପାଠ ପଢ଼ା ଆରମ୍ଭ କରିଥିଲେ । କିନ୍ତୁ ପାରିବାରିକ ଜଞ୍ଜାଳ ଭିତରେ ଆଗକୁ ପାଠ ପଢ଼ିବା ସମ୍ଭବ ହୋଇ ନ ଥିଲା । କିନ୍ତୁ ଏହାରି ଭିତରେ ବହି, ପେପର ପଢ଼ିବା ସହ କବିତା ଲେଖାଲେଖି କରୁଥିଲେ । ଯାହା ବିଭିନ୍ନ ପତ୍ରପତ୍ରିକାରେ ବି ବାହାରିଛି । ଏବେ ପାରାଦୀପ ନୂଆବଜାରରେ ଆଶା କର୍ମୀ ଭାବେ କାମ କରୁଛନ୍ତି । ମାଟ୍ରିକ ପାସ୍‌ ନ କରିଲେ ଆଶା କର୍ମୀ ହୋଇପାରିବେନି ବୋଲି ସରକାର ନିୟମ କରିଛନ୍ତି । ସେଥିପାଇଁ ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇଛନ୍ତି ତିଳୋତମା । କୁଜଙ୍ଗ ବି.ବି. ହାଇସ୍କୁଲରେ ପରୀକ୍ଷା ଦେଉଛନ୍ତି ତିଳୋତମା ପାତ୍ର । ଯାହାକୁ ନେଇ ନୂଆବଜାର ମୁଣ୍ଡାପଡ଼ା ବସ୍ତିରେ ଖୁସିର ମାହୋଲ । ତିଳୋତମାଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତେ ସହଯୋଗର ହାତ ବଢାଇଛନ୍ତି ।

ଅଟୋକୁ ପଛପଟୁ ପିଟିଲା ବସ୍, ୨ ମୃତ୍ୟୁ ୨ ଗୁରୁତର

ବୌଦ୍ଧ: ବୌଦ୍ଧ ଥାନା ମଥୁରା ପଞ୍ଚାୟତ ଚମ୍ପାପୁର ଛକ ନିକଟରେ ଅଟୋକୁ ପଛପଟୁ ପିଟିଲା ବସ। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକମାନେ ହେଉଛନ୍ତି ବଲାସିଙ୍ଗା ଗାଁର ତ୍ରିଲୋକ୍ୟ ପ୍ରଧାନ ଓ ତାଙ୍କ ପତ୍ନୀ ସୁରଙ୍ଗିନୀ ପ୍ରଧାନ। ଅନ୍ୟ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା। ଚମ୍ପାପୁର ଛକ ନିକଟରେ ଅଟୋକୁ ବସଟି ପଛପଟୁ ଧକ୍କା ଦେଇଥିଲା। ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରିଥିଲା। ବସ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି।