spot_img
Home Blog Page 7526

ଟାଟା ଷ୍ଟିଲ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଅଫିସର ଇଲେଭେନ୍‌ ଚାମ୍ପିୟନ

0

ଟାଟା ଷ୍ଟିଲ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବ୍ୟୁରୋକ୍ରାଟ୍ସ ଏକାଦଶ ଚାମ୍ପିୟନ ହୋଇଛି। ଭୁବନେଶ୍ୱର ରେଲୱେ ଷ୍ଟାଡ଼ିୟମରେ ଏହି ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ଯେଉଁଥିରେ ୪ଟି ଟିମ୍‌ ମିଡିଆ ଇଲେଭେନ, ଲିଡର ଇଲେଭେନ, ବ୍ୟୁରୋକ୍ରାଟ୍ସ ଇଲେଭେନ ଓ ଟାଟା ଷ୍ଟିଲ୍‌ ଇଲେଭେନ ଅଂଶଗ୍ରହଣ କରିଥିଲେ।

ପ୍ରତିଯୋଗିତାର ରୋମାଞ୍ଚଭରା ଫାଇନାଲରେ ଟାଟାଷ୍ଟିଲକୁ ୧୬ ରନରେ ହରାଇ ବ୍ୟୁରୋକ୍ରାଟ୍ସ ଇଲେଭେନ ବିଜୟୀ ହୋଇଛି। ଫାଇନାଲ ମ୍ୟାଚରେ ଆକର୍ଷଣୀୟ ପ୍ରଦର୍ଶନ ସହ ଦଳକୁ ଚାମ୍ପିୟନ କରାଇଥିବା ବ୍ୟୁରୋକ୍ରାଟ୍ସ ଇଲେଭେନର ପ୍ରମୁଖ ଖେଳାଳି ଅନିରୁଧ ସିଂହଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ କରାଯାଇଥିଲା।

ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ, ଲିଡର ଇଲେଭେନ ଓ ବ୍ୟୁରୋକ୍ରାଟ୍ସ ଇଲେଭେନ ମଧ୍ୟରେ ଖେଳାଯାଇଥିଲା। ଯେଉଁ ମ୍ୟାଚରେ ଲିଡର ଇଲେଭେନକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ବ୍ୟୁରକ୍ରାଟ୍ସ ଟିମ୍‌। ଅନ୍ୟପଟେ ଦ୍ୱିତୀୟ ସେମିଫାଇନାଲଟି ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏହି ମ୍ୟାଚରେ ଟାଟା ଷ୍ଟାଲ୍‌ ଠାରୁ ମାତ୍ର ୪ ରନରେ ହାରି ଟୁର୍ଣ୍ଣାମେଣ୍ଟରୁ ମିଡିଆ ଇଲେଭେନ ବିଦା ହୋଇଥିବା ବେଳେ ଟାଟା ଷ୍ଟିଲ୍‌ ଫାଇନାଲରେ ପ୍ରବେଶ କରିଥିଲା।

ଦୈନନ୍ଦିନ କାର୍ଯ୍ୟରୁ ବିରତି ନେଇ ଆଜି ସକାଳୁ ରେଲୱେ ଷ୍ଟାଡ଼ିୟମରେ ନେତା, ମନ୍ତ୍ରୀ, ଅଫିସର ଓ ସାମ୍ବାଦିକମାନେ ଏକଜୁଟ୍‌ ହୋଇଥିଲେ। ଯାହା ଉପସ୍ଥିତି ଦର୍ଶକଙ୍କୁ ମନରଂଜନର ଖୋରାକ ଯୋଗାଇଥିଲା। ପୋଲିସ, ନେତା ସାମ୍ବାଦିକ ଓ ଅଫିସରଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ନେଇ ଏଭଳି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯାଉଛି ବୋଲି ଟାଟା ଷ୍ଟିଲ ଜାମସେଦପୁର ଜୋନର ଭାଇସ ପ୍ରେସିଡେଣ୍ଟ ଚାଣକ୍ୟ ଚୌଧୁରୀ କହିଛନ୍ତି।

କେନ୍ଦ୍ର ସରକାର ଦେଲେ ଖୁସି ଖବର; ଖୁବଶୀଘ୍ର କମିବ ପିଆଜ ଦର

ନୂଆଦିଲ୍ଲୀ: କମିବାକୁ ଯାଉଛି ପିଆଜ ଦର । ଦେଶର ବିଭିନ୍ନ ସ୍ଥାନରେ ପିଆଜ କେଜି ପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି । ପିଆଜ ପାଇଁ ବିଗିଡ଼ି ଯାଇଛି ରୋଷେଇ ଘରର ବଜେଟ୍ । ଗରିବଙ୍କ ଠାରୁ ଥିଲା ବାଲା ପିଆଜର ଚଢ଼ାଦରକୁ ନେଇ ଚିନ୍ତାରେ । ଏହି ଦରରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି ।

ଏଥିସହ ପଢ଼ନ୍ତୁ ହୀରା ସହରରେ ପିଆଜ ଚୋରଙ୍କ କାରନାମା

କେନ୍ଦ୍ର ଉପଭୋକ୍ତା ମନ୍ତ୍ରାଳୟ ସୂଚନା ଅନୁଯାୟୀ, ତୁର୍କୀରୁ ୧୧୦୦୦ ମେଟ୍ରିକ୍ ଟନ୍ ପିଆଜ ଆମଦାନୀ କରାଯାଇଛି । ଏହି ପିଆଜ ଭାରତରେ ଡିସେମ୍ବର ଶେଷ କିମ୍ବା ଜାନୁଆରୀ ପହିଲା ସୁଦ୍ଧା ପହଞ୍ଚିବ । ସେହିଭଳି ଇଜିପ୍ଟରୁ ମଧ୍ୟ ସରକାର ବଡ଼ ପରିମାଣର ପିଆଜ ଆମଦାନୀ କରିଛନ୍ତି ।ଇଜିପ୍ଟରୁ ୬୦୯୦ ମେଟ୍ରିକ ପିଆଜ୍ ଆସୁଛି । ଏହା ଚଳିତମାସ ୧୫ ତାରିଖ ସୁଦ୍ଧା ଭାରତରେ ପହଞ୍ଚିବ । ଏହା ବାଦ୍ ଇଜିପ୍ଟରୁ ଆଉ ୧୧୦୦୦ ମେଟ୍ରିକ୍ ଟନ୍ ପିଆଜ ଆମଦାନୀ କରାଯିବ । ବିଦେଶରୁ ପିଆଜ ଆମଦାନୀ ପରେ ଭାରତୀୟ ବଜାରରେ ଦର କମିବ ବୋଲି କୁହାଯାଉଛି ।ପୁରୁଣା ଷ୍ଟକ୍ ବର୍ତ୍ତମାନ ଶେଷ ହେବା ଉପରେ । ଆଉ ଗୁଜରାଟ ଓ ନାସିକରେ ହୋଇଥିବା ନୂଆ ପିଆଜ ୧୫ ଜାନୁଆରୀ ପରେ ଉତ୍ପାଦନ ହେବ । ଏହା ବଜାରକୁ ଆସିଲା ପରେ ବଢ଼ିଥିବା ଦର ଗିରିବା ନେଇ ଆଶା କରାଯାଉଛି ।

ଅଶୋକ ଦାସ ଫାଉଣ୍ଡେସନ୍ ପକ୍ଷରୁ ରକ୍ତଦାନ ଶିବିର

ଯାଜପୁର: ଯାଜପୁରର ଅଶୋକ ଦାସ ଫାଉଣ୍ଡେସନ ତରଫରୁ ଅମ୍ବିକା ମଣ୍ଡପରେ ୧୮ତମ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏଥିରେ ଅକରପଡ଼ା ପଞ୍ଚାୟତର ରକ୍ତଦାତା ମାନେ ପ୍ରମୁଖ ଭାବେ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଭବପ୍ରସାଦ ଦାସ, ଅତିରିକ୍ତ ଜିଲ୍ଲାପାଳ କୁଳମଣି ନାୟକ, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଦେଓ, ପ୍ରଦୀପ ନାୟକ, ପ୍ରକାଶ ତ୍ରିପାଠୀ, ଦିଲୀପ ଜେନା, ପରେଶ ବିଶ୍ୱାଳ, ସମାଜସେବୀ ରମଣୀ ରଞ୍ଜନ ରାଉତ, ଗଣେଶ ଚନ୍ଦ୍ର ମହାକୁଡ଼, ସିଦ୍ଧାର୍ଥ ଶଙ୍କର ଦାସ, ଚିତ୍ତରଞ୍ଜନ ବେହୁରିଆ, ବ୍ୟାସଦେବ ରାଉତ, ମଳୟ କୁମାର ପଣ୍ଡା, ପଙ୍କଜ ଧଳ, ଧର୍ମେନ୍ଦ୍ର ନାୟକ, ହୀରଣ୍ୟମୟ ମହାପାତ୍ର, ଦୀପକ ଚାନ୍ଦ, ଦିବ୍ୟରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୫୩ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଜିଲ୍ଲାରେ ଥାଲେସମିଆ ରୋଗରେ ଯେଭଳି କାହାରି ମୃତ୍ୟୁ ନ ହୁଏ ସେଥିପାଇଁ ଦୀର୍ଘ ବର୍ଷ ଧରି ରକ୍ତଦାନ ଶିବିର ଆୟୋଜତି ହୋଇ ଆସୁଛି । ବିଧାୟକ ପ୍ରଣବ ପ୍ରକାଶ ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କଟକରେ ନାବାଳକ ପୁଅ ଭାଙ୍ଗିଲା ଟ୍ରାଫିକ୍ ନିୟମ, ବାପା ଗଣିଲେ ଜରିମାନା

କଟକ: ସଚେତନତା ସତ୍ତ୍ୱେ ସୁଧୁରୁନାହାଁନ୍ତି ଅଭିଭାବକ । ସ୍କୁଲ ପିଲାଙ୍କ ହାତରେ ଗାଡ଼ି ଧରାଇ ଦେଉଛନ୍ତି । ଆଉ ଚେକିଂ ବେଳେ ନାବାଳକ ପୁଅ ଧରାହେବାରୁ ବାପାକୁ ଗଣିବାକୁ ପଡ଼ିଛି ଜରିମାନା । କଟକ ଟ୍ରାଫିକ୍ ପୋଲିସ ଖାନନଗର ଅଞ୍ଚଳର ସୁରେନ୍ଦ୍ର ନାଥଙ୍କୁ ୬ ହଜାର ଟଙ୍କା ଚାଲାଣ କାଟିଛି ।

ଆଜିଠାରୁ ସାରା ରାଜ୍ୟରେ ଟ୍ରାଫିକ୍ ନିୟମକୁ ଜୋରଦାର କରାଯିବା ସହ ଚେକିଂ ହେଉଛି । ଚେକିଂ ବେଳେ ହେଲମେଟ ନ ପିନ୍ଧି ଫୋନରେ ଗପି ଗାଡ଼ି ଚଲାଉଥିବା ଜଣେ ସ୍କୁଲ ଛାତ୍ର ଧରାପଡ଼ିଛନ୍ତି ।  କଟକ ଟ୍ରାଫିକ୍ ପୋଲିସ ଲିଙ୍କ୍ ରୋଡରୁ ଛାତ୍ର ଜଣଙ୍କୁ ଧରିଛି । ସେ ତାଙ୍କ ବାପାଙ୍କ ନାଁରେ ଥିବା ଗାଡ଼ିକୁ ବିନା ହେଲମେଟର ଚଲାଇବା ସହ ଫୋନରେ ଗପୁଥିଲେ ।୧୮ ବର୍ଷରୁ କମ୍ ନାବାଳକ, ବିନା ହେଲମେଟରେ ଗାଡ଼ି ଚାଳନା, ଗାଡ଼ି ଚଲାଇବା ବେଳେ ଫୋନରେ ଗପିବା ପାଇଁ ପାଇଁ ପୋଲିସ ୬୦୦୦ ଟଙ୍କା ଫାଇନ୍ କାଟିଛି । ଏଥିସହ ସହରର ଲିଙ୍କ୍ ରୋଡ, ମାଲଗୋଦାମ, ବାଦାମବାଡ଼ି ଭଳି ମୁଖ୍ୟ ସ୍ଥାନରେ ଯାଞ୍ଚ କରାଯାଉଛି । ମଧ୍ୟାହ୍ନ ସୁଦ୍ଧା ଟ୍ରାଫିକ୍ ନିୟମ ଭାଙ୍ଗି ସହରରେ ୪୦ରୁ ଅଧିକ ବ୍ୟକ୍ତି ଫାଇନ୍ ଗଣିଛନ୍ତି ।

https://nandighoshatv.comtvds-implementation-from-today-in-bhubaneswar/

ପ୍ରଥମ ବିବାହ ବାର୍ଷିକି ପାଳନ କରୁଛନ୍ତି ପ୍ରିୟଙ୍କା ଓ ନିକ୍

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ନିକ୍‌ ଜୋନସ୍‌ ରବିବାର ସେଲିବ୍ରେଟ କରିଛନ୍ତି ପ୍ରଥମ ବିବାହ ବାର୍ଷିକୀ । ଏହି ଅବସରରେ ସେମାନଙ୍କର କିଛି ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

 

ବିବାହ ପୂର୍ବରୁ ବେଶ୍‌ କିଛିଦିନ ଏମାନଙ୍କ ରିଲେସନଶିପକୁ ନେଇ ଆଲୋଚନା ଚାଲିଥିଲା। ହେଲେ ଏମାନେ ଏହାକୁ ସ୍ପଷ୍ଟ କରୁ ନ ଥିଲେ। ଶେଷରେ ଧିରେ ଧିରେ ଉଭୟ ଏହାକୁ ସ୍ୱୀକାର କରିବା ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଗତବର୍ଷ ଡିସେମ୍ବର ୧ରେ ଏହି ଯୋଡି ଯୋଧପୁରର ଉମ୍ମେଦ ଭବନ ପ୍ୟାଲେସରେ ବିବାହ କରିଥିଲେ। ଏହାପରେ ତାଙ୍କ ୱେଡିଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏମାନେ ହିନ୍ଦୁ ଓ ଖ୍ରୀଷ୍ଟିୟନ ରିତିନୀତି ଅନୁଯାୟୀ ବିବାହ କରିଥିଲେ। ନିକ୍‌ ଜଣେ ଆମେରୀକିୟ ସିଙ୍ଗର ହୋଇଥିବାରୁ ପ୍ରିୟଙ୍କା ବିବାହ ପରେ ଆମେରିକା ସିପ୍ଟ ହୋଇ ଯାଇଥିଲେ।

ମାତ୍ର ଗୋଟିଏ ଛକା, ସ୍କୋର୍‌ ଅପରାଜିତ ୩୩୫…ଏଭଳି ରେକର୍ଡ କରିଛନ୍ତି ଡେଭିଡ ୱାର୍ନର ।

0

୪୧୮ ବଲ୍‌ରେ ଅପରାଜିତ ୩୩୫ ରନ୍‌ । ଟେଷ୍ଟରେ ଜୀବନର ସବୁଠୁ ସ୍ମରଣୀୟ ଇନିଂସ ଖେଳିଛନ୍ତି ଅଷ୍ଟ୍ରେଲିଆର ବାମହାତି ବ୍ୟାଟ୍ସମ୍ୟାନ ଡେଭିଡ୍‌ ୱାର୍ନର । ତାଙ୍କର ଏହି ମାରାଥନ୍‌ ଇନିଂସ କିମ୍ବଦନ୍ତି ଆଷ୍ଟ୍ରେଲିଆ କ୍ରିକେଟର ଡନ୍‌ ବ୍ରାଡମ୍ୟାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛି । ଆଡିଲେଡ୍‌ରେ ପାକିସ୍ତାନ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଏଭଳି ଏକ ଇନିଂସ ଖେଳି ଏକାଧିକ କୀର୍ତ୍ତିମାନ  ପ୍ରତିଷ୍ଠା କରିଛନ୍ତି ୱାର୍ନର ।

ଡେଭିଡ୍‌ ୱାର୍ନରଙ୍କ ୩୩୫ ରନ୍‌ର ଇନିଂସ ବ୍ରାଡମ୍ୟାନ, ମାର୍କ ଟେଲର ଓ ଆଝାର ଅଲ୍ଲିଙ୍କ ରେକର୍ଡକୁ ଭଙ୍ଗ କରିଛି । ବ୍ରାଡମ୍ୟାନ ଟେଷ୍ଟରେ ୩୩୪ ରନର ଇନିଂସ ଖେଳିଥିବା ବେଳେ ମାର୍କ ଟେଲର ୩୩୪ ରନ୍‌ର ଅପରାଜିତ ରହିଥିଲେ । ବ୍ରାଡମ୍ୟାନଙ୍କୁ ସମ୍ମାନ ଜଣାଇ ସେ ୩୩୪ ରନ୍‌ ସ୍କୋର୍‌ କରିଥିବା ବେଳେ ପାଳି ଘୋଷଣା କରିଥିଲେ । ମାତ୍ର ଦିବାରାତ୍ର ଟେଷ୍ଟରେ ସବୋର୍ଚ୍ଚ ବ୍ୟକ୍ତିଗତ ସ୍କୋର୍‌ କରିଥିବା ପାକ୍‌ କ୍ରିକେଟର ଆଝାର ଅଲ୍ଲିଙ୍କ ୩୦୨ ରନ୍‌କୁ ମଧ୍ୟ ପଛରେ ପକାଇଛନ୍ତି ଏହି ବାମବାତୀ ବ୍ୟାଟ୍ସମ୍ୟାନ ।

ୱାର୍ନରଙ୍କ ଏହି ରେକର୍ଡ କ୍ୟାରିୟରର ସବୋର୍ଚ୍ଚ ବ୍ୟକ୍ତିଗତ ସ୍କୋର୍‌ । ଦିବାରାତ୍ର ଟେଷ୍ଟରେ ମଧ୍ୟ ସର୍ବାଧିକ । ପ୍ରଥମ ଦିବାରାତ୍ର ଟେଷ୍ଟ ତ୍ରିଶତକ ହାସଲ କରିଥିଲେ ଆଝାର ଅଲ୍ଲି । ତୃତୀୟ ଥର ପାଇଁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଭାବେ ୨୫୦ ରନ୍‌ ଅତିକ୍ରମ କରିଥିଲେ । ଦ୍ରୁତତମ ତ୍ରିଶତକ ହାସଲରେ ୱାର୍ନର ବିଶ୍ୱରେ ଚତୁର୍ଥ । ୨୭୮ ବଲ୍‌ରୁ ତ୍ରିଶତକ ହାସଲ କରି ସେହବାଗ ପ୍ରଥମରେ ଥିବା ବେଳେ ମାଥ୍ୟୁ ହେଡେନ ୩୬୨ ବଲ୍‌ ଓ ପୁଣି ସେହେବାଗ ୩୬୪ ବଲରୁ ତ୍ରିଶତକ ହାସଲ କରି ତୃତୀୟ ସ୍ଥାନରେ ଅଛନ୍ତି ।

ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲରେ ୱାର୍ନର ସପ୍ତମ ଅଷ୍ଟ୍ରେଲିଆନ୍‌ ବ୍ୟାଟ୍ସମ୍ୟାନ । ସେହିପରି ପାକିସ୍ତାନ ବିପକ୍ଷରେ ତ୍ରିଶତକ ହାସଲରେ ୱାର୍ନର ବିଶ୍ୱରେ ଚତୁର୍ଥ । ଶେଷଥର ପାଇଁ ୨୦୦୪ ମୁଲତାନ ଟେଷ୍ଟରେ ବୀରେନ୍ଦ୍ର ସେହବାଗ ପାକିସ୍ତାନ ବିରୋଧରେ ତ୍ରିଶତକ ହାସଲ କରିଥିଲେ । ଟେଷ୍ଟରେ ମୋଟ ୩୧ଟି ତ୍ରିଶତକ ନଜରକୁ ଆସିଥିବା ବେଳେ ୱାର୍ନରଙ୍କ ୮୦.୧୪ ଷ୍ଟ୍ରାଇକ ରେଟ୍‌ ଚତୁର୍ଥ ସବୋର୍ଚ୍ଚ । ଭାରତ ପକ୍ଷରୁ କରୁଣ ନାୟାର ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ଶେଷ ଥର ପାଇଁ (୩୦୩) ତ୍ରିଶତକ ହାସଲ କରିଥିଲେ ।
ସବୁଠୁ ବଡ଼ କଥା ହେଲା ଏତେବଡ଼ ଇନିଂସ ଖେଳି ଏକାଧିକ ରେକର୍ଡ କରିଥିବା ୱାର୍ନର ୩୩୫ ରନ୍‌ରେ ମାତ୍ର ଗୋଟିଏ ଛକା ଓ ୩୯ ଚୌକା ମାରିଥିଲେ ।

ଟ୍ରାଫିକ୍ କର୍ମଚାରୀଙ୍କ ବାହାଦୂରି: ଅଳ୍ପକେ ବର୍ତ୍ତିଗଲା ୪ ଜୀବନ

ଦେବଦୂତ ସାଜିଲେ ଟ୍ରାଫିକ କର୍ମଚାରୀ । ଗାଡ଼ି ନୁହେଁ ବରଂ ଯମଦୂତଙ୍କୁ ଅଟକାଇଦେଲେ । ନିଜ ଜୀବନକୁ ବାଜି ଲଗାଇ ମୁତ୍ୟୁ ମୁଖରୁ ବଞ୍ଚାଇଲେ ଅନ୍ୟର ଜୀବନ । ତାଙ୍କର ଦୁଃସାହାସିକ ପଦକ୍ଷେପ ଯୋଗୁଁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ୪ ଜୀବନ ।  ଆଉ ଏଭଳି ବାହାଦୂରି ଦେଖାଇ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଟ୍ରାଫିକ୍‌ କନ୍‌ଷ୍ଟେବଲ୍‌ ଲଳିତ ମୋହନ ନାୟକ ।

ଘଟଣାନୁଯାୟୀ, ଶନିବାର ରାତିରେ ଶିଖରପୁର ଟ୍ରାଫିକ ପୋଷ୍ଟରେ ଡ୍ୟୁଟି କରୁଥିବା ବେଳେ ଜଗତପୁରପୁର ଆଡୁ ଏକ ଟ୍ରଲର ସିଗ୍ନାଲ ନ ମାନି ଆଗକୁ ମଡ଼ିଆସୁଥିବା ଦେଖିଥିଲେ ଲଳିତ । ସ୍ନିଗାଲ ସତ୍ତ୍ୱେ ନଅଟକିବାରୁ, ଟ୍ରଲ୍‌ରକୁ ଅଟକାଇବା ଲାଗି ଆପଣାଇଥିଲେ ଅନ୍ୟ ଉପାୟ । ଟ୍ରାଫିକ୍‌ ପୋଷ୍ଟ ଉପରୁ ଦୌଡ଼ି ଆସି ଛିଡ଼ା ହୋଇଯାଇଥିଲେ ଟ୍ରଲ୍‌ର ସାମ୍ନାରେ । ଟ୍ରଲ୍‌ରକୁ ରୋକିବା ଲାଗି ଲଳିତଙ୍କ ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ସେଠାରେ ଉପସ୍ଥିତ ଲୋକଙ୍କୁ ଚକିତ କରିଦେଇଥିଲେ । କିନ୍ତୁ ମାତ୍ର କିଛି ମୁହୂର୍ତ୍ତ ପରେ ଏହାର କାରଣ ବୁଝିପାରିଥିଲେ ସେଠାରେ ଉପସ୍ଥିତ ଲୋକେ । କାହିଁକି ନା ସେମାନେ ଦେଖିପାରିଥିଲେ ସେହି ରାସ୍ତା ଦେଇ ପାର ହେଉଥିବା ୪ଜଣ ଲୋକଙ୍କୁ । ଯଦି ଟ୍ରଲ୍‌ରକୁ ଲଳିତ ରୋକିନଥାନ୍ତେ ତା’ହେଲେ ଦୁର୍ଘଟଣା ଏକ ପ୍ରକାର ନିଶ୍ଚିତ ଥିଲା । କିନ୍ତୁ ଲଳିତଙ୍କ ଏଭଳି ବାହାଦୂରି ଲାଗି  ଅଳ୍ପକେ ବର୍ତ୍ତିଗଲା ୪ ଜୀବନ । ଲଳିତଙ୍କ ଏଭଳି ଦୁଃସାହାସ ଦେଖି ସବାସି ଜଣାଇଥିଲେ ଉପସ୍ଥିତ ଲୋକେ ।  ଟ୍ରାଫିକ୍‌ ନିୟନ୍ତ୍ରଣ ବେଳେ ଗାଡ଼ିକୁ ଅଟକାଉଥିବା ଲଳିତ ଆଜି ଯମଦୂତଙ୍କୁ ଅଟକାଇଦେଇଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ।