spot_img
Home Blog Page 7529

ମିଲ୍‌ର ଦାମ ୨୦,୦୦୦ !

ଭୋକ ଲାଗିଲା ବୋଲି ଖାଇଦେଲେ । ହେଲେ ସେଥିପାଇଁ ନଥିଲା ଅନୁମତି । ଏଣୁ ସମ୍ପୃକ୍ତ ଛାତ୍ରଙ୍କୁ ୨୦,୦୦୦ ଟଙ୍କା ଫାଇନ କରିଛନ୍ତି କଲେଜ କତ୍ତୃର୍ପକ୍ଷ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଲକ୍ଷ୍ନୌ ୟୁନିଭର୍ସିଟିରେ । ଘଟଣା ଅନୁଯାୟୀ ଗତ ମାସ ୩ ତାରିଖରେ ବି.ଏ ଦ୍ୱିତୀୟ ବର୍ଷର ଛାତ୍ର ଆୟୁଷ ସିଂହ ବିଶ୍ୱବିଦ୍ୟାଳୟ ସେଣ୍ଟ୍ରାଲ ମେସ୍‌ରେ ମଧ୍ୟାହ୍ନ ଭୋଜନ କରୁଥିଲେ । ହେଲେ ନିୟମ ମୁତାବକ କେବଳ ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ରହୁଥିବା ଛାତ୍ର ହିଁ ସେଣ୍ଟ୍ରାଲ ମେସ୍‌ରେ ଭୋଜନ କରିପାରିବେ । କେହିଁ ଜଣେ ଏ ନେଇ ୟୁନିଭର୍ସିଟି ପ୍ରକ୍ଟରଙ୍କୁ ଜଣାଇବାରୁ ସେ ମେସ୍‌କୁ ଆସି ଆୟୁଷଙ୍କୁ ଧରିଥିଲେ । ଛାତ୍ର ଜଣଙ୍କ ସଙ୍ଗେ ସଙ୍ଗେ ଏ ନେଇ କ୍ଷମାପ୍ରାର୍ଥନା କରିବା ସହ ଭୋକ ଲାଗିବାରୁ ଭୋଜନ କରିଥିବା କହିଥିଲେ । ଏଥିସହିତ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି କରିବେନି ବୋଲି ମଧ୍ୟ କହିଥିଲେ । ହେଲେ ପ୍ରକ୍ଟର ବିନୋଦ କୁମାର ସିଂହ କୌଣସି କଥା ନଶୁଣି ଜରିମାନ ବାବଦକୁ ଧାର୍ଯ୍ୟ ଟଙ୍କା ସପ୍ତାହକ ମଧ୍ୟରେ ପଇଠ କରିବା ପାଇଁ କହିଥିଲେ । ନଚେତ୍‌ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ ।

ଏ ନେଇ ପ୍ରକ୍ଟରଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି ବହୁବାର ହଷ୍ଚେଲରେ ରହୁନଥିବା ଛାତ୍ର ଫେକ୍‌ ନାଁ ରେଜିଷ୍ଟ୍ରରରେ ଦର୍ଶାଇ ଏଠାକୁ ଆସି ଭୋଜନ କରିଥାନ୍ତି । ଅପରପକ୍ଷରରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଆୟୁଷ ୟୁନିଭର୍ସିଟିରୁ କୌଣସି ସାମଗ୍ରୀ ନେଇ ଯାଇନାହାନ୍ତି, ଭୋକ ଲାଗିବାରୁ ଭୋଜନ କରିଛନ୍ତି । ମିଲ୍‌ ବାବଦକୁ ଟଙ୍କା ନେଇପାରିଥାନ୍ତେ କିନ୍ତୁ ୨୦ ହଜାର ଟଙ୍କା ଫାଇନ କରିବା ଅନ୍ୟାୟ ବୋଲି କହିଛନ୍ତି ୟୁନିଭର୍ସିଟି ଅନ୍ୟ ଛାତ୍ର ମାନେ । ')}

ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଓଡ଼ିଶା ଝିଅ

ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଝିଅଙ୍କ କମାଲ । ବିବିସି ଦ୍ୱାରା ପ୍ରକାଶିତ ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ୭ ଭାରତୀୟ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଆ ଝିଅ ସୁସ୍ମିତା ମହାନ୍ତି । ଇସ୍ରୋ ବୈଜ୍ଞାନିକ ନିଳମଣୀ ମହାନ୍ତିଙ୍କ ଝିଅ ସୁସ୍ମିତା । ସେ ସ୍ପେସ୍ ୱିମେନ ଭାବେ ମଧ୍ୟ ବେଶ ଜଣାଶୁଣା । ୨୦୦୮ରେ ଦେଶରେ ପ୍ରଥମେ ସ୍ପେସ୍ ଷ୍ଟାର୍ଟ ଅପ ଆର୍ଥ ଟୁ ଅରବିଟ ଆରମ୍ଭ କରିଥିଲେ । ତାପରଠୁ ସୁସ୍ମିତା ସ୍ପେସ୍ ଏଣ୍ଟରପ୍ରେନର ଭାବରେ ଦେଶ ବାହାରେ  ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି । ସୁସ୍ମିତା ଜଳବାୟୁ ପରିବର୍ତ୍ତନ ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଭାରତର ନାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନ ଓ ଫ୍ରାନ୍ସର ଅନ୍ତର୍ଜାତୀୟ ୟୁନିଭର୍ସିଟିରୁ ତାଲିମ ଗ୍ରହଣ କରିଛନ୍ତି । ସ୍ୱିଡେନରୁ ଏରୋସ୍ପେସ ଆର୍କିଟେକଚରରେ  ପି.ଏଚ.ଡି ହାସଲ କରିଛନ୍ତି  ସୁସ୍ମିତା । ବିବିସି ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କୁ ନେଇ ଫ୍ୟୁଚର ଫିମେଲ ଏପିସୋଡ଼ ଆରମ୍ଭ କରିଛି । ଏଥିରେ ଏକ ମାତ୍ର ଓଡ଼ିଆ ଭାବରେ ସୁସ୍ମିତା ଏଣ୍ଟ୍ରି କରିଛନ୍ତି ।   

')}

୨୦୨୦ରେ କଳାତାଲିକାଭୁକ୍ତ ହୋଇପାରେ ପାକିସ୍ତାନ

ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର କଡା ଚେତାବନୀ। ୨୦୨୦ରେ କଳାତାଲିକାଭୁକ୍ତ ହୋଇପାରେ ପାକିସ୍ତାନ । ପାକିସ୍ତାନର ବାରମ୍ବାର ଟେରର ଫଣ୍ଡିଙ୍ଗକୁ ନେଇ ଏଭଳି ନିଷ୍ପତ୍ତି ନିଆ ଯାଇଛି  । ଲସ୍କର ଏ ତୋଇବା ଏବଂ ଜୈସ ଏ ମହମ୍ମଦ କୁ ବାରମ୍ବାର ଫଣ୍ଡିଂ କରୁଥିବାରୁ ଏଫ୍‌ଏଟିଏଫ୍‌ ଏଭଳି କଠୋର ନିଷ୍ପତ୍ତି ନେଇଛି।  ପ୍ୟାରିସ୍‌ ସ୍ଥିତ ଫାଇନାନ୍ସ ଆକ୍ସନ ଟାକ୍ସ ଫୋର୍ସର ବୈଠକରେ ଆଜି ଏନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ପାକିସ୍ତାନ ଟେରର ଫଣ୍ଡିଂ ରୋକିବା ପାଇଁ ଏଫ୍‌ଏଟିଏଫ୍‌କୁ କିଛି ପ୍ରସ୍ତାବ ଦେଇଥିଲା । ଯେଉଁ ପ୍ରସ୍ତାବ ଗୁଡ଼ିକ ଏଫ୍‌ଏଟିଏଫ୍‌ର ପସନ୍ଦ ହେବା ପରେ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ଗ୍ରେ ତାଲିକାରେ ରଖିଥିଲା ।

ସୂଚନା ମୁତାବକ, ପାକିସ୍ତାନ  କଳା ତାଲିକାରୁ ବଞ୍ଚିବା ପାଇଁ ଏଫ୍‌ଏଟିଏଫ୍‌ର ପାଖରେ ରଖିଥିଲା ୨୭ଟି ଆକ୍ସନ ପ୍ଲାନ । ଯାହାକୁ ଅକ୍ଟୋବର ୨୦୧୯ ସୁଦ୍ଧା ସଫଳ ରୁପେ ସମାପ୍ତ କରିବା ପାଇଁ  ଏଫ୍‌ଏଟିଏଫ୍‌ ପକ୍ଷରୁ ଆଦେଶ ମିଳିଥିଲା । ତେବେ ପାକିସ୍ତାନ ୨୭ଟି  ମଧ୍ୟରୁ ମାତ୍ର ୫ଟି ଆକ୍ସନ ପ୍ଲାନ୍‌ ଉପରେ ସକାରାତ୍ମକ ପ୍ରଗତି କରିଥିବା ସୂଚନା ମିଳିଛି । କିନ୍ତୁ ବାକି ୨୨ଟି ଆକ୍ସନପ୍ଲାନକୁ ପାକିସ୍ତାନ ଫେବ୍ରୁଆରୀ ୨୦୨୦ ସୁଦ୍ଧା କାର୍ଯ୍ୟକାରୀ ନ କଲେ କଳା ତାଲିକାରେ ସାମିଲ କରାଯିବ ବୋଲି ଏଫ୍‌ଏଟିଏଫ୍‌ ଚେତାବନୀ ଦେଇଛି  ।

ପାକିସ୍ତାନ ଯଦି କଳାତାଲିକା ଭୁକ୍ତ ହୁଏ ଦେଶକୁ ଆର୍ଥିକ ସଂକଟରୁ ବଞ୍ଚାଇବା ଇମ୍ରାନ୍ ଖାଁଙ୍କ ପାଇଁ କାଠିକର ହୋଇପଡ଼ିବ । କାରଣ ପାକିସ୍ତାନକୁ ଆଉ ଅନ୍ତର୍ଜାତୀୟ ଋଣପ୍ରଦାନକାରୀ ସଂସ୍ଥା, ବିଶ୍ୱ ବ୍ୟାଙ୍କ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରୁ ଫୁଟା କଉଡ଼ି ବି ମିଳିବନି । ଇରାନ୍ ଏବେ ଏଫ୍‌ଏଟିଏଫ୍‌ର କଳା ତାଲିକାଭୁକ୍ତ ଦେଶ । ପାକିସ୍ତାନ ଯଦି ନ ସୁଧୁରେ ତେବେ ତାକୁ ଇରାନ୍ ଭଳି ଦଶା ଭୋଗିବାକୁ ପଡ଼ିବ ।

  ')}

INX ମାମଲା, ସିବିଆଇ ଦାଖଲ କଲା ଚାର୍ଜସିଟ୍‌

ବହୁ ଚର୍ଚ୍ଚିତ INX ମିଡିଆ ଡିଲ୍‌ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ ଓ ତାଙ୍କ ପୁଅ କାର୍ତ୍ତୀ ଚିଦାମ୍ବରମଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି ସିବିଆଇ। ଏଥିରେ ଚିଦାମ୍ବରମଙ୍କ ସମେତ କିଛି ସରକାରୀ ଅଧିକାରୀଙ୍କୁ ମିଶାଇ ମୋଟ୍‌ 14 ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି। ପୁରା ଘଟଣାରେ ଚିଦାମ୍ବରମଙ୍କ ସଂପୃକ୍ତିକୁ ସ୍ପଷ୍ଟ କରିଛି ସିବିଆଇ। 2019 ଅଗଷ୍ଟ 21 ତାରିଖରେ ଦିଲ୍ଲୀରୁ ସିବିଆଇ ଅଧିକାରୀ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଗିରଫ କରିଥିଲେ। 2018 ଫେବୃଆରୀରେ ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚାଦାମ୍ବରମଙ୍କୁ ଗିରଫ କରିଥିଲା ସିବିଆଇ। ଚିଦାମ୍ବରମଙ୍କର ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବାରମ୍ବାର ଜାମିନ୍‌ ନାମଞ୍ଜୁର ହେବା ପରେ ଇଡି ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ମେ 15, 2017ରେ ସିବିଆଇ, ଆଇଏନଏକ୍ସ ମାମଲାରେ ପ୍ରଥମେ ମାମଲା ଦାୟର କରିଥିଲା। ତା ପରେ ଆରମ୍ଭ ହୋଇଥିଲା ତଦନ୍ତ ।

  ')}

କମଳେଶ ତିୱାରୀଙ୍କୁ ଗୁଳିମାଡ଼

ଉତ୍ତର ପ୍ରଦେଶର ପୂର୍ବତନ ହିନ୍ଦୁ ମହାସଭା ନେତା ତଥା ବର୍ତ୍ତମାନର ହିନ୍ଦୁ ସମାଜ ପାର୍ଟି ନେତା କମଳେଶ ତିଓ୍ବାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। କମଳେଶଙ୍କ ଖୁରସିଦବାଗ୍‌ ବାସଭବନ ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତେବେ କିଏ ତାଙ୍କୁ ହତ୍ୟା କରିଛି ତାହା ଜଣାପଡ଼ିନାହିଁ। କିଛି ଲୋକ୍‌ ବାଇକରେ ଆସି ତାଙ୍କୁ ଆକ୍ରମଣ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। 2017ରେ ସେ ହିନ୍ଦୁ ମହାସଭା ଛାଡ଼ି ହିନ୍ଦୁ ସମାଜପାର୍ଟି ଗଠନ କରିଥିଲେ। ମାସକ ମଧ୍ୟରେ ଏହା ହେଉଛି ଚତୁର୍ଥ ଦକ୍ଷିଣ ପନ୍ଥୀ ନେତାଙ୍କର ମୃତ୍ୟୁ । ବହୁ ସମୟରେ ବିବାଦୀୟ ହୋଇଛନ୍ତି କମଳେଶ। ତାଙ୍କ ମୃତ୍ୟୁକୁ ନେଇ ରାଜନୀତି ସରଗରମ ହୋଇଛି। ')}

ବିଏମସିର ନୋଟିସକୁ ବେଖାତିର ପଡ଼ିଲା ମହଙ୍ଗା

ବେଆଇନ ପାର୍କିଂ ଫି ଆଦାୟକୁ ନେଇ ଆକ୍ସନ ମୁଡ୍ ବିଏମସି ଓ ବିଡିଏ ସ୍କ୍ୱ।ଡ୍। ବିଡିଏର ନୋଟିସକୁ ବେଖାତିର କରିବା ପରେ ପଡିଛି ସ୍କ୍ୱ।ଡ ଛାଟ। ଭବାନୀ ମଲରେ ବେଆଇନ ପାର୍କିଂ ଫି ଆଦାୟ ଅଭିଯ଼ୋଗରେ ବିଏମସି ଓ ବିଡିଏ ମିଳିତ ସ୍କ୍ୱ।ଡ ଚଢାଉ କରି ରସିଦ ମେସିନ ଜବତ କରିଛି । ବିଡିଏ ନୋଟିସ କରିବା ପରେ ବି ଜୋରଜବରଦସ୍ତ ଫି ଆଦାୟ ନେଇ ଖବର ପାଇବା ପରେ ବିଏମୃସିର 10 ଜଣିଆ ସ୍କ୍ୱ।ଡ୍ ଭବାନୀ ମଲରେ ପହଞ୍ଚି ଯାଞ୍ଚ କରିଥିଲା। ସେହିଭଳି ଉତ୍କଳ କନିକା ଗାଲେରିଆ, ଏସପ୍ଳ।ନେଡ, ବିଏମସି ମଲ ଓ ଆପଲୋ ହସପିଟାଲ ଭଳି ଅନେକ ବେସକାରୀ ହସପିଟାଲରେ ବେଆଇନ ପାର୍କିଂ ଫି ଆଦାୟ କରିବା ନେଇ ଅଭିଯ଼ୋଗ ଆସିଲେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ। ନୋଟିସ ପରେ ବି ସଂସ୍ଥା ଗୁଡିକ 15 ଦିନ ମଧ୍ୟରେ ବେଆଇନ ପାର୍କିଂ ଫି ଆଦୟ ବନ୍ଦ ନକଲେ ସେମାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି। ')}

ସରକାରଙ୍କ ନିଷ୍ପତ୍ତି, ୨୦୨୦ ଅକ୍ଟୋବର ସୁଦ୍ଧା ଗ୍ରାମାଞ୍ଚଳରେ ବନ୍ଦ ହେବ ପ୍ଲାଷ୍ଟିକ୍

ଭୁବନେଶ୍ବର: ସହର ପରେ ଗାଁ ବି ବନ୍ଦ ହେବ ପ୍ଲାଷ୍ଟିକ । ୨୦୨୦ ଅକ୍ଟୋବର ୨ ସୁଦ୍ଧା ଗ୍ରାମାଞ୍ଚଳରେ ବ୍ୟାନ ହେବ ପ୍ଲାଷ୍ଟିକ ବ୍ୟବହାର । ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ କମ୍ ବ୍ୟବହାର ସହ ଉପଯୁକ୍ତ ଡିସପୋଜ ପାଇଁ ପଂଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ସହରରେ ପ୍ଲାଷ୍ଟିକ ବ୍ୟାନ କରିଛନ୍ତି ସରକାର । ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ପ୍ଲାଷ୍ଟିକ୍ ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି । କେବଳ ସେତିକି ନୁହେଁ, ପ୍ଲାଷ୍ଟିକ୍ ବର୍ଯ୍ୟକୁ ରାସ୍ତାକାମରେ ବ୍ୟବହାର କରିବାକୁ  ନିର୍ଦ୍ଦେଶ ଦିଆଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଆଜି ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ । ')}

ସେଓରେ ଏମିତିକା କଥା ଲେଖି ବଜାରକୁ ଛାଡ଼ିଲେ ଆତଙ୍କୀ

ଆପଣ କାଶ୍ମୀର ସେଓରେ ବ୍ରାଣ୍ଡିଙ୍ଗ ଦେଖିଥାଇପାରନ୍ତି । କିନ୍ତୁ ଦେଶବିରୋଧୀ ସ୍ଲୋଗାନ ଥାଇ ସେଓ କେବେ ଦେଖି ନ ଥିବେ । କାଶ୍ମୀର ଲୋକଙ୍କୁ ଉସୁକାଇବା ପାଇଁ କିଛି ଦେଶଦ୍ରୋହୀଙ୍କ ସହଯୋଗରେ ଏମିତି ଲଜ୍ଜାଜନକ କାମ କରିଛନ୍ତି ପାକିସ୍ତାନୀ ଆତଙ୍କୀ। କାଶ୍ମୀର ସେଓରେ ଦେଶବିରୋଧୀ ସ୍ଳୋଗାନ ଲେଖି ବଜାରକୁ ଛାଡ଼ିଛନ୍ତି। ସେଓରେ ଲେଖା ହୋଇଛି, ମେରେ ଜାନ୍‌ ଇମ୍‌ରାନ ଖାନ୍‌…. ଆଇ ଲଭ୍‌ ବୁରହାନ୍ ୱାନି… ଜାକିର ମୁଶା କମ୍‌ ବ୍ୟାକ୍…. ଭଳି ଦେଶ ବିରୋଧୀ ସ୍ଳୋଗାନ । କାଶ୍ମୀରରେ କଥୁଆ ଜିଲ୍ଲାରେ ଦେଖା ଦେଇଛି ଏଭଳି ପରିସ୍ଥିତି  ।

କଥୁଆ ଜିଲ୍ଲାରେ ଏକ ସେଓ ବ୍ୟବସାୟୀ ଗୋଦାମରୁ ସେଓ ଆଣି ବ୍ୟବସାୟ ପାଇଁ ପ୍ୟାକେଟ ଖୋଲିଲାପରେ ଦେଖିବାକୁ ପାଇଲେ ଏଭଳି କିଛି ଆଶ୍ଚର୍ଯ୍ୟଜନକ ଦୃଶ୍ୟ  । ସବୁ ସେଓରେ କଳା ମାର୍କର ପେନରେ ଲେଖା ହୋଇଥିଲା ଏଭଳି ଶବ୍ଦ । ଇଂରାଜୀ ଏବଂ ଉର୍ଦ୍ଦୁରେ ଲେଖା ହୋଇଛି ସ୍ଳୋଗାନ  । କାଶ୍ମୀରରେ ଦେଶ ବିରୋଧୀ ସ୍ଳୋଗାନ ନୂଆ କଥା ନୁହେଁ  । କିନ୍ତୁ ସେଓ ଭିତରେ ଏଭଳି ସ୍ଳୋଗାନ ନୂଆ କଥା । କାଶ୍ମୀର ଏବେ କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଏହା ପ୍ରଥମ ଥର ଦେଖା ଦେଇଛି  ।

ଏନେଇ କଥୁଆ ଫଳ ବ୍ୟବସାୟୀ ସଂଙ୍ଘର ସଭାପତି ରୋହିତ ଗୁପ୍ତା ଦୃଢ଼ ନିନ୍ଦା କରିବା ସହିତ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରିଛନ୍ତି  । ଏହା ପଛରେ ଥିବା ବ୍ୟକ୍ତିଙ୍କୁ ଦଣ୍ଡ ମିଳୁ ବୋଲି ସେ ପୋଲିସକୁ ଜଣାଇଛନ୍ତି।  ଅନ୍ୟପଟେ ପୋଲିସ ଏନେଇ ସମସ୍ତ ଫଳ ଦୋକାନୀମାନଙ୍କୁ ପଚରାଉଚରା କରିବା ସହିତ ଏହା ପଛରେ କିଏ କିଏ ଅଛନ୍ତି ତାକୁ ନେଇ ତଦନ୍ତ ଚାଲିଛି ବୋଲି ଏସ୍‌ପି ମଜିଦ କହିଛନ୍ତି  । ')}

5-ଟିର ପ୍ରଭାବ, 3 ଦୁର୍ନୀତିଖୋର ପୋଲିସ ଅଧିକାରୀଙ୍କୁ ବାଧ୍ୟତା ମୂଳକ ଅବସର

ଲୋକସେବା ଭବନ କର୍ମଚାରୀ, ଡିଏଫଓଙ୍କ ପରେ ଏବେ ପୋଲିସଙ୍କ ପାଳି । ପୋଲିସ ବିଭାଗରେ ଆରମ୍ଭ ହେଲା ଫାଇଭ-ଟି ଆକ୍ସନ। 3 ଜଣ ପୋଲିସ କର୍ମଚାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର। ଖୋର୍ଦ୍ଧା ଜିଲ୍ଲା ଏସପିଙ୍କ କାର୍ଯ୍ୟଳୟରେ କାର୍ଯ୍ୟରତ ଏସଆଇ ବନମାଳି ନାୟକଙ୍କୁ ବାଧ୍ୟମୂଳକ ଅବସର ଦିଆଯାଇଛି। ତାଙ୍କର କାର୍ଯ୍ୟକଳା ଆହୁରି 4 ବର୍ଷ ଥିଲା। ସେହିଭଳି ଏସଆଇ ବୀରବର ଲେଙ୍କା ଓ କିଶୋର କୁମାର ବାଗକୁ ମଧ୍ୟ ବାଧ୍ୟମୂଳକ ଅବସର ଦିଆଯାଇଛି। ତିନି ଜଣଙ୍କ ନାମରେ ଭିଜିଲାନ୍ସ ମାମଲା ରହିଥିଲା। ଭିଜିଲାନ୍ସ ଏ ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇଥିଲା। ଅନ୍ୟପଟେ ରାଜ୍ୟରେ ଅନ୍ୟ କୈାଣସି ପୋଲିସ ଅଧିକାରୀଙ୍କର ଟ୍ରାକ ରେକର୍ଡ ବିରୋଧରେ ପ୍ରମାଣ ଆସିଲେ ସେମାନଙ୍କ ବିରୋଧରେ ମଧ୍ୟ ନିୟମ ଲାଗୁ ହେବା ସହ ବାଧ୍ୟତାମୂଳକ ଅବସର ଦିଆଯିବ ବୋଲି ପୋଲିସ ଡିଜି କହିଛନ୍ତି।

ଅନ୍ୟପଟେ ଭୁଲ ତଦନ୍ତପାଇଁ ନୟାଗଡର ଦୁଇ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଫତେଗଡ ଥାନାର କାର୍ଯ୍ୟରତ ASI ଅପର୍ତ୍ତି ସାହୁ ଓ ଦର୍ପନାରାୟଣପୁର ଫାଣ୍ଡିର କନେଷ୍ଟବଳ ଅଚ୍ୟୁତାନନ୍ଦ ପ୍ରଧାନଙ୍କୁ ଫାଇଭ-ଟି ଆଧାରରେ ନୟାଗଡ ଏସପି ଶଶିଭୂଷଣ ଶତପଥୀ ନିଲମ୍ବିତ କରିଛନ୍ତି। ଫାଇଭ-ଟି ଫର୍ମୁଲାରେ ଆକ୍ସନ ପରେ ପୁରା ବିଭାଗରେ ଛନକା ପଶିଛି। ଅନେକ ଲାଞ୍ଚୁଆ ପୋଲିସ ଅଫିସରଙ୍କ ମଧ୍ୟରେ ଭାଳେଣି ପଡିଲାଣି । କେତେବେଳେ କେଉଁ ମୁହୁର୍ତ୍ତରେ ବାଧ୍ୟତା ମୂଳକ ଅବସର ଖଣ୍ଡା ଝୁଲିପାରେ। ପୂର୍ବରୁ ଅନେକ ତଳିଆ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୋଲିସ ଅଧିକାରୀଙ୍କ ନାଁରେ ଭିଜିଲାନ୍ସ ଭଳି ମାମଲା ରହିଛି। ବାଳକାଟି ଫାଣ୍ଡି ଦେବେନ୍ଦ୍ର ସାହୁ ଓ ଜଟଣୀର ପୂର୍ବତନ ଥାନା ଅଧିକାରୀ ସଂଜୀବ ମହାନ୍ତିଙ୍କ ଟିଟୋ ଲିଙ୍କ ପରେ ଭିଜିଲାନ୍ସ ଚଢାଉ କରିଥିଲା। କିଛିଦିନ ତଳେ ଅଭିଯ଼ୁକ୍ତଙ୍କ ସହ ସେଲଫି ନେଇ ବିବାଦ ଘେରକୁ ଆସିଥିଲେ ଆଇଆଇସି ବୁଲୁ ମୁଣ୍ଡା। ')}

ମାଜିଷ୍ଟ୍ରେଟଙ୍କୁ ଏମିତିକା ଡାଇଲଗ୍ ମାରି ଧମକାଇଲେ ମଦ୍ୟପ ଯୁବକ

‘ମୋ ଦେହରେ ହାତ ମାରିବୁ ତ ଧାମନଗର ହଲେଇ ଦେବି । ଭଲ ହବ ମୋଠୁ ଦୁରେଇ ରହ।’ ଏଭଳି ଭାରପ୍ରାପ୍ତ ତହସିଲଦାର ଙ୍କୁ ମଦ୍ୟପ ଯୁବକଙ୍କ ଦୁର୍ବ୍ୟବହାର । ପୋଲିସ୍‌ ସମ୍ମୁଖରେ ମାଡ଼ ମାରିବାକୁ ଉଦ୍ୟମ । ଏହା ଆମେ କହୁନୁ ଏହା ସ୍ପଷ୍ଟ ଭାବରେ ଭିଡିଓରେ ଜଳ ଜଳ ହୋଇ ଦିଶୁଛି  । ଯାହାକୁ ନେଇ ଭଦ୍ରକ ଜିଲ୍ଲା ଧାମନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କେତେକ ମଦ୍ୟପ ଯୁବକ ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ । କିନ୍ତୁ ଘଟଣା ସ୍ଥଳରେ ପୋଲିସ୍‌ ପୟଞ୍ଚିବା ପରେ ମଧ୍ୟ କିଛି ନକହି ଚୁପ ଚାପ ନିଦାବିଷ୍ଣୁ ସାଜି ଛିଡା ହୋଇଥିଲା  । ମୋ ପଛରେ ଲାଗିଲେ କିଛି ଭଲ ହେବନି ବୋଲି ଧମକ ମଧ୍ୟ ଦେଇଥିଲେ ମଦ୍ୟପ ଯୁବକ । ପୋଲିସ୍‌ ଉକ୍ତ ଯୁବକକୁ ଅଟକ ରଖି ପରେ ଛାଡ଼ି ଦେଇଥିବା ସୂଚନା ମିଳିଛି  । ସେପଟେ ଅଭିଯୁକ୍ତକୁ ଗିରଫ ଦାବିରେ ବ୍ଲକ୍ କମର୍ଚାରୀମନେ ଧାମନଗର ତହସିଲ ଓ ବ୍ଲକ୍‌ କାର୍ଯ୍ୟାଳୟ ରେ ତାଲା ପକାଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

  ')}