spot_img
Home Blog Page 7529

ଆମେରିକା ଦୁତାବାସ ଉପରେ ପୁଣି ଆକ୍ରମଣ

0

ଥମୁନି ଇରାକ-ଆମେରିକା ବିବାଦ । ପୁଣି ଆମେରିକା ଦୁତାବାସ ଉପରେ ଆକ୍ରମଣ । ଇରାକ ରାଜଧାନୀ ବାଗଦାଦରେ ଥିବା ଆମେରିକା ଦୁତାବାସ ଉପରେ ଏକାଧିକ ରକେଟ ମାଡ଼ ହୋଇଛି । ଆମେରିକା ବିରୋଧରେ ଏହା ୧୯ତମ ଆକ୍ରମଣ ବୋଲି ଆମେରିକୀୟ ସେନାବାହିନୀ ସୁତ୍ରରୁ ଜଣାପଡ଼ିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଫେବ୍ରୁଆରୀ ୧୩ ତାରିଖ ଦିନ ଇରାନ ଆମେରିକାକୁ ଚେତାବନୀ ମଧ୍ୟ ଦେଇଥିଲା । ଇରାନ କହିଥିଲା ଯେ ଆମେରିକା ଓ ଇସ୍ରାଏଲ ଯଦି କିଛି ଭୁଲ କରନ୍ତି ତାଙ୍କ ଉପରେ ରକେଟ ମାଡ଼ ହେବ ।

୨ଶହ ଦାଦନ ଶ୍ରମିକ ଉଦ୍ଧାର

0

ନୂଆପଡ଼ା: ନୂଆପଡ଼ା ଓ ବଲାଙ୍ଗୀର ଶ୍ରମ ବିଭାଗର ଅପରେସନ୍‌ ଦାଦନ ରେସକ୍ୟୁ । ବେଙ୍ଗାଲୁରୁର ଇଟା ଭାଟିରୁ ୨ ଶହ ଦାଦନ ଶ୍ରମିକ ଉଦ୍ଧାର କଲା ଶ୍ରମ ବିଭାଗ । ବେଆଇନ ଭାବେ ଶ୍ରମିକମାନଙ୍କୁ ଚାଲାଣ କରି ଇଟା ଭାଟିରେ ଅଟକ ରଖାଯାଇଥିଲା । ଏନେଇ ଖବର ପାଇବା ପରେ ନୂଆପଡ଼ା ଏବଂ ବଲାଙ୍ଗୀର ଶ୍ରମ ବିଭାଗ ମିଳିତ ଭାବେ ଚଢ଼ାଉ କରି ଦାଦନ ଉଦ୍ଧାର କରିଛି । ଉଦ୍ଧାର ଶ୍ରମିକ ମାନେ ବଲାଙ୍ଗୀର, ନୂଆପଡ଼ା, ବରଗଡ଼ ଓ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି ।

ଢେଙ୍କାନାଳ: ପୁଣି ହାତୀ ଉପଦ୍ରବ । ସଦରରେଞ୍ଜ ଅନ୍ତର୍ଗତ ଦୁଧକାଟୋନି ବେଲଗୁଣ୍ଠାରେ ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ହେଲେ ଗାଁର ସୀତା ଭୂୟାଁ ।

ଢେଙ୍କାନାଳ: ପୁଣି ହାତୀ ଉପଦ୍ରବ । ସଦରରେଞ୍ଜ ଅନ୍ତର୍ଗତ ଦୁଧକାଟୋନି ବେଲଗୁଣ୍ଠାରେ ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ହେଲେ ଗାଁର ସୀତା ଭୂୟାଁ ।

ଆଜି ଆମ୍ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ଆଜି ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କେଜ୍ରିୱାଲଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେବେ । ଶପଥ ଗ୍ରହଣ କାର୍ଯ୍ୟକ୍ରମ ରାମଲୀଳା ମୈଦାନରେ ଅନପଷ୍ଠିତ ହେବ ।

ଆଜି ଆମ୍ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ଆଜି ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କେଜ୍ରିୱାଲଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେବେ । ଶପଥ ଗ୍ରହଣ କାର୍ଯ୍ୟକ୍ରମ ରାମଲୀଳା ମୈଦାନରେ ଅନପଷ୍ଠିତ ହେବ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ କେଜ୍ରିୱାଲ

0

ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି କେଜ୍ରିୱାଲଙ୍କ ୩ୟ ଇନିଂସ୍ । ଦିଲ୍ଲୀ ଜନତାଙ୍କ ଦିଲ୍ ଜିତି ଏବେ ବଡ଼ ଧରଣର ସଫଳତା ପାଇଛି ଆପ୍ । ଆମ୍ ଆଦମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେବେ ଆଜି  କେଜ୍ରିୱାଲଙ୍କ ସହିତ ୬ ଜଣ ମନ୍ତ୍ରୀ ଶପଥ ନେଉଛନ୍ତି । ଏମାନେ ହେଲେ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ଗୌତମ । ଶପଥ ଗ୍ରହଣ ପାଇଁ ରାମଲୀଳା ମୈଦାନ ପ୍ରସ୍ତୁତ ହୋଇ ସାରିଛି । ଶପଥ ଗ୍ରହଣ ସମାରୋହରେ ଶିକ୍ଷକମାନେ ବାଧ୍ୟତାମୂଳକ ଭାବେ ଉପସ୍ଥିତ ରହିବା ଆଦେଶ ନେଇ ସରକାର ୟୁଟର୍ଣ୍ଣ ନେଇଛନ୍ତି। କିନ୍ତୁ ଏବେ ଶିକ୍ଷକଙ୍କ ଉପସ୍ଥିତି ଇଚ୍ଛାଧୀନ କରି ଦିଆଯାଇଛି। ଦିଲ୍ଲୀର ଚାରିଆଡ଼େ ବିରୋଧ କରାଯିବା ପରେ ସରକାର ନିଜର ନିଷ୍ପତ୍ତିରୁ ଓହରିଥିବା ଜଣାପଡ଼ିଛି ।

କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ) ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚରେ ୭୦ରୁ ୬୨ଟି ଆସନରେ ବିଜୟୀ ହୋଇଥିଲା । ସରକାରୀ ଅଧିସୂଚନା ଅନୁସାରେ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ୬ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ।

ହାତୀ ଆକ୍ରମଣରେ ମହିଳା ଗୁରୁତର

0

ଢେଙ୍କାନାଳ: ପୁଣି ହାତୀ ଉପଦ୍ରବ । ସଦରରେଞ୍ଜ ଅନ୍ତର୍ଖତ ଦୁଧକାଟୋନି ବେଲଗୁଣ୍ଠାରେ ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ହେଲେ ଗାଁର ସୀତା ଭୂୟାଁ । ମହିଳା ଜଣକ ଗାଁ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଛି ।

 

ସରିଲା ବିଗ୍ ବସର ୧୩ ସିଜନ୍, ବିଜେତା ହେଲେ ‘ଏଙ୍ଗ୍ରୀ ୟଙ୍ଗ୍ ମ୍ୟାନ୍’

ଟେଲିଭିଜନ ଜଗତର ସବୁଠୁ ବଡ଼ ବିବାଦୀୟ ରିଆଲିଟି ସୋ ‘ବିଗ୍ ବସ୍ ୧୩’ର ବିଜେତା ହୋଇଛନ୍ତି ସିଦ୍ଧାର୍ଥ ଶୁକ୍ଲା । ଏହାସହ ଆସୀମ ରିୟାଜ ରହିଛନ୍ତି ୨ୟ ସ୍ଥାନରେ । ଏହି ସିଜନରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଥିଲେ । ସୋ ର ହୋଷ୍ଟ ସଲମାନ ଏହି ସିଜନର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ନାଁ ନେଇ ତାଙ୍କୁ ତାଙ୍କ ଟ୍ରଫି ସହ ୫୦ଲକ୍ଷ ଟାଙ୍କ ପୁରସ୍କାର ଦିଆଯାଇଛି ।

ସିଦ୍ଧାର୍ଥା  ଶୁକ୍ଲାଙ୍କୁ ସୋ’ରେ ‘ଏଙ୍ଗ୍ରୀ ୟଂଗ ମ୍ୟାନ’ର ଟ୍ୟାଗ୍ ଦିଆଯାଇଥିଲା । ୧୬୦ ଦିନର ସଫର ପରେ ସିଦ୍ଧାର୍ଥା ଏହି ଟ୍ୟାଗ୍ ପ୍ରମାଣିତ କରି ଏହି ସିଜନର ସମସ୍ତ ପ୍ରତିଯୋଗୀଙ୍କ ସହ ମନ ଭରି ଝଗଡ଼ା ମଧ୍ୟ କରିଥିଲେ । ତେବେ ସିଜନର ଆରମ୍ଭରୁ ହିଁ ସିଦ୍ଧାର୍ଥଙ୍କୁ ସବୁଠୁ ଶକ୍ତିସାଳି ପ୍ରତିଯୋଗୀ ଭାବେ ଦେଖାଯାଉଥିଲା । ସେଥିପାଇଁ ତ ସବୁ ବେଳେ ନୋମିନେଟ ହୋଇମଧ୍ୟ ସିଦ୍ଧାର୍ଥଙ୍କୁ ତାଙ୍କ ଫ୍ୟାନମାନେ ବଞ୍ଚାଇଦିଅନ୍ତି ।  ତେବେ ଘରେ  ଯେଉଁଠି ସିଦ୍ଧାର୍ଥ ଓ ସେହନାଜଙ୍କ ଯୋଡ଼ିକୁ ଖୁବ ପସନ୍ଦ କରାଯାଏ ସେଇଠି ରଶ୍ମି ଓ ସିଦ୍ଧାର୍ଥଙ୍କ ଝଗଡ଼ାକୁ ମଧ୍ୟ ଭଲ ଟିଆରପି ମିଳିଥାଏ । ତେବେ ୧୬୦ ଦିନର ସଂଘର୍ଷ ପରେ ବିଜେତାର ନାଁ ଏବେ ଆସିଯଆଇଛି ।

ଏଣିକ ମୋବାଇଲ୍‌ ଆପ୍‌ରେ ମିଳିବ ବଜେଟ୍‌ ଅପଡେଟ୍‌, ପ୍ରସ୍ତୁତ ହୋଇଛି ଓଡ଼ିଶା ବଜେଟ୍‌ ଆପ୍‌

0

ଭୁବନେଶ୍ୱର: ଆପଣ ରାଜ୍ୟ ବଜେଟ୍‌ ଜାଣିବାକୁ ଚାହୁଁଛନ୍ତି ? ମୋବାଇଲ ଆପ୍‌ରେ ମିଳିବ ରାଜ୍ୟ ବଜେଟର ଅପଡେଟ୍‌ । କାଗଜ ନୁହେଁ, ଏଥର ଆଇପଡରେ ରାଜ୍ୟ ବଜେଟ । ପ୍ରସ୍ତୁତ ହୋଇଛି ଆପ୍‌ ।  ପ୍ରଥମଥର ପାଇଁ ଆଇପଡରେ ବିଧାୟକ ଓ ମନ୍ତ୍ରୀ ଦେଖିବେ ରାଜ୍ୟ ବଜେଟ । ସାଧାରଣ ଜନତା ବି ମୋବାଇଲରେ  ଓଡ଼ିଶା ବଜେଟ ଆପ ଅପଲୋଡ କରି ରାଜ୍ୟ ବଜେଟର ଟିକିନିଖି ଅପଡେଟ ପାଇ ପାରିବେ । ଓଡ଼ିଶା ବିଧାନସଭାକୁ ପେପରଲେସ କରିବା ପାଇଁ ଓ ସଦସ୍ୟମାନଙ୍କୁ ସଂପୂର୍ଣ୍ଣ ଟେକ୍ନୋସେଭି କରିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି ବୋଲି ବାଚସ୍ପତି କହିଛନ୍ତି । ବଜେଟ ଅଧିବେଶନର ବିଧାୟକମାନେ ପଚାରୁଥିବା ପ୍ରଶ୍ନ ଓ ଉତ୍ତର ଏବେ ଅନଲାଇନରେ ଆରମ୍ଭ ହୋଇଥିବା ବାଚସ୍ପତି କହିଛନ୍ତି ।

ବିଧାନସଭାର ଡିଜିଟାଲାଇଜେସନକୁ ବିଧାୟକମାନେ ସ୍ୱାଗତ କରିଛନ୍ତି । ହେଲେ ବିଧାୟକମାନଙ୍କୁ ଏନେଇ ଟ୍ରେନିଂ ଦିଆଯିବା ଦରକାର ବୋଲି ଶାସକ ଓ ବିରୋଧୀ ବିଧାୟକ କହିଛନ୍ତି  । ପ୍ରଥମଥର ଲାଗି ବଜେଟ ଆଇପଡରେ ଦେଖିବାର ବ୍ୟବସ୍ଥା ହୋଇଛି । ଏପରି ବ୍ୟବସ୍ଥା ଦ୍ଵାରା ୫୭ଲକ୍ଷ ପେପରସେଭ୍‌ ହେବା ସହ ୭ଶହ ଗଛକଟାରୁ ବଞ୍ଚିତ ହୋଇପାରିବ ।

୧୮ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ । ପ୍ରଥମଥର ପାଇଁ ବଜେଟ ସଂପୂର୍ଣ୍ଣ ଡିଜିଟାଲାଇଜେସନ ହୋଇଥିବାରୁ ଏହାକୁ  ନେଇ ସବୁ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।

ଚଳନ୍ତା ଟ୍ରେନରୁ ଖସିପଡ଼ୁଥିବା ବେଳେ ଜୀବନ ବଞ୍ଚାଇଲେ ଆର୍‌ପିଏଫ୍‌ ଜବାନ, CCTVରେ କଏଦ ହେଲା ସମସ୍ତ ଦୃଶ୍ୟ

0

ଭୁବନେଶ୍ୱର: ରେଳ ଷ୍ଟେସନ୍‌ରେ ଅଳ୍ପକେ ବର୍ତ୍ତିଲେ ଯ଼ୁବତୀ । ଭୁବନେଶ୍ୱର ରେଳ ଷ୍ଟେସନ୍‌ର ୧ ନମ୍ବର ପ୍ଳ।ଟ୍‌ଫର୍ମର ସିସିଟିଭିରେ କଏଦ୍‌ ହୋଇଥିବା ଦୃଶ୍ୟ ଦେଖିଥିଲେ ଆପଣ ତାଜୁବ୍‌ ହୋଇଯିବେ । ଚଳନ୍ତା ଟ୍ରେନ୍‌ରୁ ଖସି ପଡିଥିଲେ ଯ଼ୁବତୀ ଜଣକ । ତେବେ ଏହି ସମୟରେ ଦେବଦୂତ୍ତ ସାଜି ମରଣ ମୁହଁରୁ ତାଙ୍କୁ ଟାଣି ଆଣୁଛନ୍ତି ପ୍ଳ।ଟ୍‌ଫର୍ମରେ ଡ୍ୟୁଟି କରୁଥିବା ଆର୍‌ପିଏଫ୍‌ ଜବାନ।

ଅଳ୍ପକେ ବର୍ତ୍ତି ଯାଇଥିବା ଯାତ୍ରୀଙ୍କ ପରିଚୟ ମିଳିଛି । ସେ ହେଲେ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଧ୍ୟାପିକା ନିବେଦିତା ସାହୁ। ଆସନ୍ତାକାଲି ତାଙ୍କର ନିର୍ବନ୍ଧ ଉତ୍ସବ ଥିଲା । ତେଣୁ ସେ ଭୁବନେଶ୍ୱରରୁ ମେରାମୁଣ୍ଡଳିକୁ ଯାଉଥିଲେ । ଏନେଇ ନିବେଦିତାଙ୍କ ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ଆର୍‌ପିଏଫ୍‌ ଜବାନଙ୍କ ଏଭଳି ଦୁଃସାହାସକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଛି ଭିତରକନିକା ମହୋତ୍ସବ

0

କେନ୍ଦ୍ରାପଡ଼ା: ଉଦଘାଟିତ ହେଲା ଭିତରକନିକା ମହୋତ୍ସବ । କେନ୍ଦ୍ରାପଡ଼ା ରାଜନଗର ନଳିତାପାଟିଆ ଠାରେ ଆୟୋଜିତ ହୋଇଛି ଉତ୍ସବ । ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିବାର ଦୀର୍ଘ ୨୨ ବର୍ଷ ପରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଛି ଭିତରକନିକା ମହୋତ୍ସବ । ପ୍ରତିଦିନ ସଂଧ୍ୟାରେ ଜମୁଛି ସାଂସ୍କୃତିକ କାର୍ଯ୍ୟକ୍ରମର ଆସର । ଚଟପଟି ଖାଇବା ସାଙ୍ଗକୁ ବିଭିନ୍ନ ନାଚଗୀତର ମଜା ଉଠାଉଛନ୍ତି ଲୋକେ । ପ୍ରଥମଦିନ ମହୋତ୍ସବରେ ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । କାର୍ଯ୍ୟକ୍ରମରେ କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କୁ ଏହି ଉତ୍ସବରେ ପୁରସ୍କୃତ କରିଥିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ୧୬ ତାରିଖରେ ଉଦଯାପିତ ହେବ ମହୋତ୍ସବ ।