spot_img
Home Blog Page 7534

ମଧ୍ୟାହ୍ନ ଭୋଜନରେ ଝିଟିପିଟି ! ବାଲେଶ୍ୱରରେ ୧୫ ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ୧୫ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି  । ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍ ବଇଂଚା ପଞ୍ଚାୟତ ପାଳ ବାଲେଶ୍ୱର ୟୁପି ସ୍କୁଲରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଅସୁସ୍ଥ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି  । ତେବେ ଘଟଣା ଅନୁସାରେ ଆଜି ମଧ୍ୟାହ୍ନ ଭୋଜନରେ ଏକ ଝିଟିପିଟି ପଡି ଯାଇଥିବା ଦେଖିବାକୁ ମିଳିଥିଲା  । ଏଥିରୁ ଏହି ଖାଦ୍ୟ ଖାଇ ପିଲାମାନେ ଅସୁସ୍ଥ ହୋଇପଡିଥିବା ଅଭିଯୋଗ ହୋଇଛି  ।

  ')}

ଆସନ୍ତାକାଲିଠାରୁ ବିଜେପୁରରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଉ ଦିନ କେଇଟା ପରେ ବିଜେପୁର ଉପ ନିର୍ବାଚନ । ସବୁ ରାଜନୀତିକ ଦଳ ସେମାନଙ୍କର ପ୍ରଚାରକୁ ଜୋରଦାର କଲେଣି । ଭୋଟ୍‌ ହାତେଇବାକୁ ରିତିମତ ପ୍ରୟାସ କରୁଛନ୍ତି ସବୁ ଦଳ । ୨୦୧୮ ଉପ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଏଠାରୁ ଖୁବ୍‌ ଅଧିକ ଭୋଟରେ ବିଜୟୀ ହୋଇଥିଲା । ବିଜେଡି ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ପୁଣିଥରେ ପ୍ରାର୍ଥୀ କରିଥିବା ବେଳେ ବିଜେପି ସନତ ଗଡତିଆଙ୍କୁ ସାମ୍ନାକୁ ଆଣିଛି । କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କ ଉପରେ ଭରସା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲିଠାରୁ ୨ ଦିନିଆ ବିଜେପୁର ଗସ୍ତରେ ଯାଉଛନ୍ତି । ସେ ସେଠାରେ ୨ ଦିନ ଧରି ରୀତାଙ୍କ ପାଇଁ ପ୍ରଚାର କରିବେ । ରୋଡ୍‌ ସୋ, ସଭା, ଶୋଭାଯାତ୍ରାରେ ଉଦବୋଧନ ଦେଇ ବିଜେଡି ପାଇଁ ଭୋଟ୍‌ ଭିକ୍ଷା କରିବେ ନବୀନ। ବିଜେପୁର, ଗାଇସିଲଟ, ବରପାଲି ଅଞ୍ଚଳରେ ନବୀନ ରୀତାଙ୍କ ପାଇଁ ପ୍ରଚାର କରିବେ। ')}

ସେନା ପରୀକ୍ଷା ନ କରିବାକୁ ୧୨୦ ବାଟାଲିୟନକୁ ପୋଲିସ କମିଶନରଙ୍କ ଚିଠି

ରାଜଧାନୀରେ ଆର୍ମି ଇଣ୍ଟର ଭ୍ୟୁ ପ୍ରସଙ୍ଗକୁ ନେଇ ୧୨୦ ବାଟାଲିୟନ୍ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ୮୪ଟି ପଦବୀ ପାଇଁ ୪୦ ହଜାର ପରୀକ୍ଷାର୍ଥୀ ଭୁବନେଶ୍ବର ଆସିଥିଲେ । ଗତ ଦୁଇଦିନ ଧରି ଏଥିପାଇଁ ସେମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି ।

ବହୁ ଲୋକ ଏହାକୁ ନେଇ ପୋଲିସ କମିଶନରଙ୍କୁ ଟ୍ବିଟ୍ ମଧ୍ୟ କରିଥିଲେ । ୧୨୦ ବାଟାଲିୟନ କର୍ତ୍ତୃପକ୍ଷଙ୍କ ସହ କଥା ହୋଇ ଆଗକୁ ଏଭିଳି ପରୀକ୍ଷା ଭୁବନେଶ୍ନରରେ ନକରିବାକୁ ଲିଖିତ ଆକାରରେ କୁହାଯାଇଛି । ଇଣ୍ଟରଭ୍ୟୁ ରେ ଫେଲ ଯୁବକ ମାନେ ବିଶୃଙ୍ଖଳା କରୁଛନ୍ତି ବୋଲି ଜଣାପଡ଼ିଛି । ରାଜ୍ୟ ସରକାରଙ୍କୁ  ମଧ୍ୟ ଏ ନେଇ ଚିଠି ଲେଖାଯାଇଛି । ଗତକାଲି ଆଇଜି ପାର୍କରେ ଜଣେ ଯୁବତୀଙ୍କୁ କମେଣ୍ଟ ମାରିବା ଅଭିଯୋଗରେ କମିଶନରେଟ୍ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା । ରାତିରେ ପୁରୁଷୋତ୍ତମ ଏକ୍ସପ୍ରେସରେ ପଶି ବିଶୃଙ୍ଖଳା କରିଥିଲେ ଆର୍ମି ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଛାତ୍ର। ଏହାପରେ ଷ୍ଟେସନରେ ମଧ୍ୟ ସୁରକ୍ଷାକୁ କଡ଼ା କଡ଼ି କରାଯାଇଛି । ')}

କ୍ଷୁଧା ତାଲିକାରେ ୧୦୨ ସ୍ଥାନରେ ଭାରତ

ଭୋକିଲା ରହୁଛି ଭାରତ । ବିଶ୍ବ କ୍ଷୁଧା ତାଲିକାରେ ଭାରତର ସୂଚକାଙ୍କ ଅତି ତଳେ ରହିଛି । ଆଗରେ ପାକିସ୍ତାନ ଥିବା ବେଳେ ପଛରେ ରହିଛି ଭାରତ । ୧୧୭ ଦେଶମାନଙ୍କ ଭିତରେ ଭାରତର ରାଙ୍କ ହେଉଛି ୧୦୨  । ଏପରିକି ଦକ୍ଷିଣ ଏସୀୟ ଦେଶ ଓ ବ୍ରିକ୍ସ ସମୂହ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତର ସ୍ଥାନ ସବୁଠୁ ତଳେ । ଯଦିଓ ଭାରତ ୨୦୧୮ର ରାଙ୍କ ୧୦୩ ତୁଳନାରେ ମାତ୍ର ଗୋଟିଏ ସ୍ଥାନରେ ଉନ୍ନତି ଘଟାଇ ୧୦୨ରେ ପହଁଚିଛି, କିନ୍ତୁ ୬୬ରୁ ୯୪ ତମ ସ୍ଥାନ ଭିତରେ ରହିଛନ୍ତି ଅନ୍ୟ ଦକ୍ଷିଣ ଏସୀୟ ଦେଶ । ଏପରିକି ପାକିସ୍ତାନ ଯିଏ ଭାରତ ତଳେ ସବୁବେଳେ ରହିଆସୁଥିଲା, ୨୦୧୯ରେ ୧୨ଟି ସ୍ଥାନ ଉପରକୁ ଉଠି ପଡ଼ୋଶୀ ପହଁଚିଛି ୯୪ତମ ସ୍ଥାନରେ ।

ଭୋକିଲା ସୂଚକାଙ୍କରେ ନିଜ ଛବି ସୁଧାରି ଦେଶର କ୍ରମାଗତ ଉନ୍ନତି ସତ୍ତ୍ବେ ୨୦୧୫ ଠାରୁ ଖସୁଛି ଭାରତର ନମ୍ବର । ବର୍ଷ ୨୦୧୫ରେ ଭାରତର ରାଙ୍କ ଥିଲା ୯୩  । ୨୦୧୬ରେ ୯୭, ୨୦୧୭ରେ ୧୦୦ ତମ ସ୍ଥାନକୁ ଖସିଥିବା ଭାରତ ୨୦୧୮ରେ ପହଁଚିଥିଲା ୧୦୩ ରାଙ୍କରେ । ପାକିସ୍ତାନ ଦକ୍ଷିଣ ଏସୀୟାର ଏକମାତ୍ର ଦେଶ ଯିଏ ଭାରତ ତଳେ ଥିଲା, ସିଏ ଏବେ ୯୪ ତମ ସ୍ଥାନରେ ରହିଛି ।

ଜନସଂଖ୍ୟା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନକୁ ମୁଖ୍ୟ କାରଣ ଭାବେ ଦାୟୀ କରାଯାଇଛି । ଏଥିସହ ୬ରୁ ୨୩ମାସର ଶିଶୁଙ୍କ କ୍ଷେତ୍ରରେ ପୁଷ୍ଟିକର ଖାଦ୍ୟର ସଂକଟ ଭାରତକୁ ପଛକୁ ଠେଲିଚାଲିଛି ।

ରିପୋର୍ଟରେ ବାଂଙ୍ଗ୍ଲାଦେଶକୁ ପ୍ରସଂଶା କରାଯାଇଛି । ଦେଶର ଅର୍ଥନୈତିକ ଅଭିବୃଦ୍ଧି, ପୁଷ୍ଟିକର ଖାଦ୍ୟ, ଶିକ୍ଷା, ପରିମଳ ଓ ସ୍ବାସ୍ଥ୍ୟ ଉପରେ ଉଲ୍ଲେଖନୀୟ କାର୍ଯ୍ୟକୁ ମିଳିଛି ମିଳିଛି ସାବାସୀ ।

ଭୋକିଲା ସୂଚକାଙ୍କରେ ୧୦୦ ରାଙ୍କ ଉପରକୁ ଥିବା ଦେଶର ସ୍ଥାନ ସବୁଠୁ ଖରାପ  । ୧୦ ରାଙ୍କ ତଳେ ଥିବା ଦେଶ କମ୍‌ କ୍ଷୁଧା ତାଲିକାରେ, ୨୦ରୁ ୩୪ ତମ ସ୍ଥାନରେ ଥିବା ଦେଶ ଅଧିକ ଭୋକିଲା ତାଲିକାରେ ଅଛନ୍ତି ।  ସେହିପରି ୩୫ରୁ ୫୦ ସତର୍କ ଘଣ୍ଟି  ଓ ୫୦ରୁ ଅଧିକ ସ୍ଥାନରେ ଥିବା ଦେଶ ଭୟଙ୍କର ଅବସ୍ଥା ଦେଇ ଗତିକରୁଥିବା ତାଲିକାରେ କୁହାଯାଇଛି ।

  ')}

ସୁପ୍ରିମୋଙ୍କ ସରଳିଆ ଜୀବନ ଯାପନ

ଓଡିଶା ରାଜନୀତିର ଅପ୍ରତିଦ୍ବନ୍ଦୀ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଯେ ଓଡିଶାରେ ଲୋକପ୍ରିୟ ତାହା ନୁହେଁ ପୁରା ଦେଶ ବିଦେଶରେ ତାଙ୍କ ଖୁବ୍ ପରିଚିତି ରହିଛି । ଦୀର୍ଘ ୧୯ ବର୍ଷ ଧରି ଓଡିଶାର ଶାସନ ଭାରକୁ ଖୁବ ସୁନ୍ଦର ଭାବେ ଆଗକୁ ନେଉଛନ୍ତି ନବୀନ । ଏହାରି ଭିତରେ ତାଙ୍କ ସ୍ବଚ୍ଛ ଭାବମୁର୍ତ୍ତି ଓ ସରଳ ଜୀବନ ଯାପନ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ରାଜନୀତିକ ଜୀବନରେ ଖୁବ ଉତ୍ଥାନ ପତନ ଦେଖିଥିବା ନବୀନଙ୍କ ସ୍ବଭାବ ସବୁବେଳେ ସ୍ଥିତ ପ୍ରଜ୍ଞ୍ୟ। କିନ୍ତୁ ନବୀନ ପଟ୍ଟନାୟକଙ୍କ ଏହି ସରଳ ଜୀବନ ଶୈଳୀ ପଛରେ ଏମିତି ଅନେକ କଥା ରହିଛି ଯାହା ହୁଏତ ଅନେକ ଜାଣି ନଥିବେ । ନବୀନଙ୍କ ୯ଟି ସିକ୍ରେଟ୍ …
(୧) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଧଳା ପାଇଜାମା ଓ କୁର୍ତ୍ତାରେ ନଜର ଆସିଥାନ୍ତି । କିନ୍ତୁ ତାଙ୍କର ଛାତ୍ର ଜୀବନ ଥିଲା ଖୁବ ରଙ୍ଗୀନ । ସମ୍ଭ୍ରାନ୍ତ ଓ ଆଧୁନିକ ଜୀବନ ସହ ଜିନ୍ସ ଟି ସାର୍ଟ ଥିଲା ତାଙ୍କ ପ୍ରିୟ ପୋଷାକ । ଏମିତି କି ସେ ଦୀଲ୍ଲିର ଓବରୟ ହୋଟେଲରେ ସାଇକୋଡେଲି ନାମକ ଏକ ବୁଟିକ୍ ଖୋଲିଥିଲେ ଯାହାର ଗ୍ରାହାକ ଥିଲେ ଇଂଲିଶ ରକବ୍ୟାଣ୍ଡ ବିଟେଲ୍ସ ପରି ଅନେକ ନାମୀଦାମି କଳାକାର।


(୨) ବିଜୁ ପଟ୍ଟନାୟକଙ୍କ ପରି ନବୀନ ମଧ୍ୟ ଖୁବ ସାହାସୀ । ବିନା ଅସ୍ତ୍ରରେ ସିଂହ ଗୁମ୍ଫା ମଧ୍ୟରେ ପ୍ରବେଶର ସାହାସ ରଖୁଥିବା ନବୀନ ଯେତେବେଳେ ନବୀନ ନିବାସ ଆସିଲେ ସେତେବେଳେ ପ୍ରଥମେ ସରଭେଣ୍ଟ କ୍ବାଟରରେ ରହୁଥିଲେ।


(୩) ନବୀନ ଲେଖିଥିବା ଦୁଇଟି ପୁସ୍ତକର ସମ୍ପାଦନା କରିଥିଲେ ଆମେରିକାର ପ୍ରସିଦ୍ଧ ତଥା ପୂର୍ବତନ ରାଷ୍ଟ୍ରପତି ଜନ.ଏଫ କେନେଡିଙ୍କ ପତ୍ନୀ ଜାକଲିନ କେନେଡି ଓନାସିସ । ଜନ.ଏଫ କେନେଡି ହେଉଛନ୍ତି ଆମେରିକାର ୩୫ ତମ ରାଷ୍ଟ୍ରପତି ।
(୪) ନବୀନ ପଟ୍ଟନାୟନ ଏକ ହଲିଉଡ ଫିଲ୍ମରେ କାମିଓ ରୋଲରେ ବି ନଜର ଆସିଛନ୍ତି। ଆଇଭରି ମର୍ସିନଙ୍କ ଭିସିଭର ଫିଲ୍ମରେ ଆକ୍ଟିଂ କରିଛନ୍ତି ନବୀନ ।
(୫) ଡୁନ ସ୍କୁଲରେ ପାଠ ପଢୁଥିବା ନବୀନଙ୍କ କ୍ଲାସମେଟ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସାନପୁଅ ସଞ୍ଜୟ ଗାନ୍ଧି। କଳା ସଂସ୍କୃତି ଉପରେ ଖୁବ ଜ୍ଞ୍ୟାନ ଥିବା ନବୀନ ହକି ଖେଳରେ ଖୁବ ପାରଙ୍ଗମ ଥିଲେ । ତାଙ୍କ ଉଚ୍ଚତା ଅଧିକ ଯୋଗୁ ତାଙ୍କୁ ଗୋଲ୍ କିପର ଦାଇତ୍ବ ଦିଆଯାଉଥିଲା ।


(୬) ନବୀନ ପଟ୍ଟନାୟକଙ୍କର କୌଣସି ସାଂସାରିକ ମୋହ ନଥିଲା । ସେ ସବୁ ବେଳେ ତାଙ୍କର ଦୁଇ ଜଣ ସର୍ଭେଣ୍ଟ ଓ ଡ୍ରାଇଭର ସହ ରହୁଥିଲେ । ନବୀନ କାର ଚଳାଇବା ଶିଖିନାହାନ୍ତି କି ସେ ବଡ ରେଷ୍ଟୁରାଣ୍ଟରେ ଖାଇବାକୁ ଭଲ ପାଆନ୍ତି ନାହିଁ । ସେ ତାଙ୍କ ରୋଷେୟା ମନୋଜଙ୍କର ହାତରନ୍ଧା ଖାଇବାକୁ ଭଲ ପାଆନ୍ତି ।
(୭) ବିଦେଶୀ କୁକୁରଙ୍କୁ ଖୁବ ଭଳପାଉଥିବା ନବୀନଙ୍କର ରକ୍ସି ଓ ବ୍ରୁନୋ ଦୁଇଟି କୁକୁର ଅଛନ୍ତି । ସେମାନଙ୍କ ସହ ସମୟ କାଟିବାକୁ ଭଳ ପାଆନ୍ତି ନବୀନ ।


( ୮) ନବୀନ କେବେ ହେଲେ ମୋବାଇଲ ଫୋନ ବ୍ୟବହାର କରିବାକୁ ଭଲପାଆନ୍ତି ନାହିଁ କି ତାଙ୍କର ନିଜର ଫୋନ ନାହିଁ । ଅଧିକାଂଶ ସମୟରେ କଥା ହେବାକୁ ହେଲେ ନବୀନ ନିବାସରେ ଥିବା ଲ୍ୟାଣ୍ଡ ଫୋନରେ ସେ ବହୁ ବଡ଼ ବଡ଼ ବ୍ୟକ୍ତିଙ୍କ ସହ କଥା ହୋଇଥାନ୍ତି ।
(୯) ସରଳ ଜୀବନଶୈଳୀ ପାଇଁ ଜଣାଶୁଣା ନବୀନଙ୍କ ଖାଦ୍ୟମଧ୍ୟ ଖୁବ ସରଳ । ସକାଳୁ ଜୁସ ଓ ପଇଡ ପାଣି ପିଉଥିବା ନବୀନ ମଧ୍ୟାନ ଭୋଜନରେ ଖେଚୁଡି ଓ ଦହି ଖାଇଥାନ୍ତି । ସୁପ୍ ପିଇବାକୁ ଭଲ ପାଆନ୍ତି ନବୀନ । ଭେଣ୍ଡି ତାଙ୍କର ପ୍ରିୟ ହୋଇଥିବା ବେଳେ ରାତିରେ ଗରିଷ୍ଠ ଖାଦ୍ୟ ଖାଅନ୍ତି ନବୀନ । ସେହିପରି ନବୀନ ପାରାଗନ ସ୍ଲିପର ପିନ୍ଧିବାକୁ ଭଲ ପାଆନ୍ତି । ')}

ଏସସିବିରେ ମହିଳା ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ୫୦ ବର୍ଷୀୟ ରମା ବାରିକ ।

')}

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିଲେ ଯାଜପୁର ବିଧାୟକ

ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୪ ବର୍ଷରେ ପଦାର୍ପଣ କରିଛନ୍ତି ନବୀନ ପଟ୍ଟନାୟକ। ଓଡ଼ିଶା ବାସୀଙ୍କ ସ୍ନେହା ଶ୍ରଦ୍ଧା ହୃଦୟ ଜିତି ଲଗାତର ୫ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ । ଯାହା ଦେଶରେ ବିରଳ ରେକର୍ଡ । ୨୨ ବର୍ଷ ତଳେ ଓଡିଶା ରାଜନୀତିରେ ପ୍ରବେଶ କରିଥିବା ନବୀନ ଆଜି ଯାଏଁ ଅପରାଜେୟ ଓ ଅପ୍ରତିଦ୍ଵନ୍ଦୀ ନେତା ଭାବେ ଓଡିଶାରେ ନିରବଚ୍ଛିନ୍ନ ଶାସନ କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଆରା ଭାବେ ପାଳନ କରିଛନ୍ତି । ଆଜି ପ୍ରାତଃ ସମୟରେ ପ୍ରଣବ ମା’ ବିରାଜଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ସାମୂହିକ ଦୀପ ଦାନ କରି ନବୀନଙ୍କ ଦୀର୍ଘାୟୁ କାମନା କରିବା ସହ ସୁସ୍ଥ ଜୀବନ ଯାପନ ପାଇଁ ପ୍ରାର୍ଥନା କରିଛନ୍ତି। ପରେ ଯାଜପୁର ଜାହାନପୁର ଗ୍ରାମରେ ‘ଆମ ଗାଁକୁ ଆମେ ଗଢିବୁ କାର୍ଯ୍ୟକ୍ରମ’ରେ ଯୋଗଦେଇଥିଲେ । ଏଥିରେ ଯାଜପୁର ନିର୍ବାଚନ ମଣ୍ଡଳୀର ଅନେକ କର୍ମକର୍ତ୍ତାଙ୍କ ସହ ସାଧାରଣ ଜନତା ମଧ୍ୟ ସାମିଲ ହୋଇଥିଲେ ।

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସବୁ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶକୁ ପାଥେୟ କରି କାର୍ଯ୍ୟ କରିଥାନ୍ତି । ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ମଧ୍ୟ ସେ ଅଧିକ ଗୁରୁତ୍ବ ଦେଇଥାନ୍ତି । ଜନ୍ମଦିନ ଅବସରରେ ଯାଜପୁର ଗଣେଶ ମଣ୍ଡପରେ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ମହିଳା ମାନଙ୍କ ଦ୍ଵାରା କରାଯାଇଥିଲା । ଏଥିରେ ପାଖାପାଖି ୩୦୦ ମହିଳା ରକ୍ତଦାନ କରିଥିଲେ । ବରୀ ବିଧାୟିକା ସୁନନ୍ଦା ଦାସ ଏହାର ନେତୃତ୍ୱ  ନେବା ସହ ପ୍ରଣବଙ୍କ ଏହି ଲୋକାଭିମୁଖୀ କାର୍ଯ୍ୟକୁ ପ୍ରସଂଶା କରିଥିଲେ ।

ସମଗ୍ର ରାଜ୍ୟରେ ଆଜି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ୭୪ ତମ ଜନ୍ମଦିନକୁ ପାଳନ କରାଯାଉଥିବା ବେଳେ ଯାଜପୁର ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର, ବୃକ୍ଷ ରୋପଣ, ମେଡିକାଲ ସଫେଇ ଭଳି ସମାଜସେବା କାର୍ଯ୍ୟ ନିଆରା ଉଦାହରଣ ସୃଷ୍ଟି କରିଛି । ')}

ପୂର୍ବ ସରକାରର ନୀତିକୁ ନେଇ ବର୍ଷିଲେ ସୀତାରମଣ

ଦେଶରେ ଅର୍ଥନୀତିକ ମାନ୍ଦାବସ୍ଥା ଜାରି ରହିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବ ସରକାର ଉପରେ ଖୁବ୍‌ ବର୍ଷିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ ଓ ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନଙ୍କ ସମୟରେ ବ୍ୟାଙ୍କ ଗୁଡ଼ିକ ଖୁବ୍‌ ଚାପରେ ରହୁଥିଲେ। ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ ଗୁଡିକୁ ସେତେବେଳେ ଖରାପ ସମୟ ଦେଇ ଗତିକରିବାକୁ ପଡୁଥିଲା। ଏବେ ଅନ୍ତତଃ ସେଭଳି କିଛି ଦେଖିବାକୁ ମିଳୁନାହିଁ। ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି ସୀତାରମଣ।

କିଛିଦିନ ତଳେରଘୁରାମ ରାଜନ୍‌ କେନ୍ଦ୍ର ସରକାରଙ୍କ ନୀତିକୁ ନେଇ ଟାଗେର୍ଟ୍‌ କରିଥିଲେ। କିଛିକ୍ଷଣର ରାଜନୀତିକ ଫାଇଦା ହାସଲ କରିବାକୁ ରାତିଅଧିଆ  ବିମୁଦ୍ରାକରଣ ଘୋଷଣା କରିବାକୁ ସେ ସମାଲୋଚନା କରିଥିଲେ। ଆଭ୍ୟନ୍ତରୀଣ ଅର୍ଥନୀତିରେ ବିକାଶ କରିବାକୁ ସମସ୍ତେ ଚିନ୍ତିତ ଥିବା ବେଳେ ଅନ୍ତର୍ଜାତୀୟ ବଜାରକୁ ଲକ୍ଷ୍ୟ କରି ନିଷ୍ପତ୍ତି ନନେବା ଫଳରେ ଦେଶରେ ଅର୍ଥନୀତିର ଗତି ପଛକୁ ଯିବ ବୋଲି ସେ ଉଲ୍ଲେଖ କରିଥିଲେ। ଏହାକୁ ଭାରତୀୟ ଅର୍ଥନୀତିର କଳା ସମୟ ବୋଲି ମଧ୍ୟ ଅବିହିତ କରିବାକୁ ପଛାଇନଥିଲେ ରାଜନ୍‌। ପୂର୍ବ ସରକାରର କିଛି ଭୁଲ୍‌ ନୀତି କାରଣରୁ ଆଜି ଏଭଳି ହୋଇଥିବା ସେ କହିଛନ୍ତି। ')}

ଅଯୋଧ୍ୟା ମାମଲାରେ ଆଜି ସରିବ ଶୁଣାଣି

ବହୁଚର୍ଚ୍ଚିତ ରାମ ଜନ୍ମଭୂମି ଓ ବାବରୀ ମସଜିଦ ଜମି ବିବାଦ ମାମଲାର ଏବେ ନିର୍ଣ୍ଣାୟକ ସମୟ ଉପନୀତ ହୋଇଛି। ସୁପ୍ରିମକୋର୍ଟ ବୁଧବାର ଦିନ ଶୁଣାଣି ଶେଷ କରିବାକୁ ଆଶା ରଖିଛନ୍ତି । ସୁପ୍ରିମ କୋର୍ଟ ଗତକାଲି ଶୁଣାଣି ସମୟରେ କହିଥିଲେ, ବୁଧବାର ଅଯୋଧ୍ୟା ମାମଲାର ଶୁଣାଣି ଶେଷ କରିବା ପାଇଁ ଚେଷ୍ଠା କରାଯିବ । ଏଥିପାଇଁ ଦୁଇ ପକ୍ଷଙ୍କୁ ଯୁକ୍ତି ରଖିବାକୁ କୁହାଯାଇଛି । ସମସ୍ତେ ନିଜର ନିଜର ଚୂଡାନ୍ତ ଯୁକ୍ତି ରଖିବେ । ଏହାପରେ କୋର୍ଟ ତାଙ୍କ ଶୁଣାଣି ଶେଷ କରିବେ ।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ଦୀର୍ଘ ୩୯ ଦିନ ଧରି ରାମ ଜନ୍ମଭୂମି ଓ ବାବରୀ ମସଜିଦ ମାମଲାର ଦୈଦିନକ ଶୁଣାଣି କରୁଛନ୍ତି। ଏହା ପୂର୍ବରୁ ଅକ୍ଟୋବର 18 ତାରିଖ ସୁଦ୍ଧା ନିଜ ନିଜର ଯୁକ୍ତି ରଖିବାକୁ ଦିନ ଧାର୍ଯ୍ୟ କରାଯାଥିଲେ। କିନ୍ତୁ ସିଜେଆଇ ମଙ୍ଗଳବାର ଦିନ ସଂକେତ ଦେଇଛନ୍ତି ଯେ ଗୁରୁବାର ପରିବର୍ତ୍ତେ ବୁଧବାର ଦିନ ଶୁଣାଣି ଶେଷ କରିବାକୁ ଚେଷ୍ଟା କରାଯିବ।

ଅନ୍ୟପଟେ ମାମଲାର ଶୁଣାଣି ସମୟରେ ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ହିନ୍ଦୁ ପକ୍ଷକାର ଯୁକ୍ତି ରଖିଥିଲେ ଯେ, ଅଯୋଧ୍ୟାରେ ଭଗବାନ ରାମଙ୍କ ଜନ୍ମସ୍ଥାନ ଉପରେ ମସଜିଦ ନିର୍ମାଣ କରି ମୋଗଲ ଶାସକ ବାବରଙ୍କ ଦ୍ୱାରା କରାଯାଇଥିବା ଐତିହାସିକ ଭୁଲକୁ ଏବେ ସୁଧାରିବାର ଆବଶ୍ୟକତା ରହିଛି। ପୂର୍ବରୁ ୨୦୧୦ରେ ଆହ୍ଲାବାଦ୍ ହାଇକୋର୍ଟ ଦେଇଥିବା ରାୟ ଉପରେ ୧୪ ଜଣ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲା ୯ ବର୍ଷ ଧରି ବିଚାର ଚାଲିଛି । ତେବେ ଆଜି ଏହାକୁ ନେଇ ଗଭୀର ଉଦବେଦ୍ ପ୍ରକାଶ କରିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇ । କହିଛନ୍ତି, ସମୟ ଅନୁସାରେ ସମସ୍ତେ କାର୍ଯ୍ୟ ଶେଷ କରିବାର ଆବଶ୍ୟକତା ରହିଛି । ଏହାକୁ ଦେଖି ସମସ୍ତେ କାର୍ଯ୍ୟ କଲେ ଭଲ ହେବ । କୋର୍ଟ ମଧ୍ୟ ଶୁଣାଣି ଶେଷ ପରେ ଚୂଡାନ୍ତ ନିଷ୍ପତ୍ତି ନେବାକୁ ଖୁବଶୀଘ୍ର ଦିନ ଧାର୍ଯ୍ୟ କରିପାରନ୍ତି । ସେପଟେ ରାମଲାଲାକୁ ଛାଡ଼ି ଅନ୍ୟ ଦୁଇ ପକ୍ଷ ଧିରେ ଧିରେ ନରମି ଥିବା ଭଳି ମନେହେଉଛି । ତେବେ ବୁଧବାର ଅପରାହ୍ନ ୫ଟା ସୁଦ୍ଧା ଶୁଣାଣି ଶେଷ ହେବାର ସମ୍ଭାବନା ରହିଛି । ')}

ରହମ୍ବା ନିକଟରୁ ଠାବ କଲା ଉଦ୍ଧାରକାରୀ ଦଳ

ଦୀର୍ଘ ୭ ଦିନ ପରେ ମିଳିଲା ନିଖୋଜ ଦେବବ୍ରତଙ୍କ ପତ୍ତା । ସେ ଆଉ ଜୀବିତ ନାହାନ୍ତି । ଗୋବିନ୍ଦପୁର ଥାନା ଦେବୀ ନଦୀର ରହମ୍ବା ନିକଟରୁ ଦେବବ୍ରତଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ। ତାଙ୍କ ମୃତଦେହର ପୋଷାକରୁ ଗାଡ଼ି ରେଜିଷ୍ଟ୍ରେସନ କାର୍ଡ ମିଳିବାପରେ ମୃତଦେହର ପରିଚୟ ପ୍ରମାଣ ମିଳିଥିଲା ।

କାଠଯୋଡି ବ୍ରିଜ୍ ଉପରୁ ଗତ ୯ ତାରିଖରେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ନିଆଳୀର ଦେବବ୍ରତ ମହାପାତ୍ର । ଓଡ୍ରାଫ, ଅଗ୍ନିଶମ ଟିମ୍ ଏବଂ ସ୍କୁବା ଡାଇଭର ପାଣି ଭିତରେ ବୁଡି ଖୋଜାଖୋଜି ଜାରି ରଖିଥିଲେ ସୁଦ୍ଧା ନିଖୋଜ ଦେବଦତଙ୍କ କୌଣସି ପତ୍ତା ମିଳିନଥିଲା । ୪ଟି ୱାଟର ବୋଟରେ ୪୦ରୁ ଅଧିକ ଉଦ୍ଧାରକାରୀ ଆଉ ତାସହ ଅଭିଜ୍ଞ ସ୍ୱୁବା ଡାଇଭର ପାଣି ଭିତରେ ପଶି ଅନବରତ ପ୍ରୟାସ କରିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରିନଥିଲା ।

ଗତ ବୁଧବାର ସ୍ତ୍ରୀ ଓ ପୁଅକୁ ପୋଲ ଉପରେ ଛାଡି ସେମାନଙ୍କ ସାମନାରେ ନଦୀ ଭିତରକୁ ଡେଇଁପଡିଥିଲେ ଦେବବ୍ରତ । ଦେବବ୍ରତଙ୍କ ଘର ନିଆଳୀ ଅଞ୍ଚଳର କରଞ୍ଜ ଗ୍ରାମରେ ହୋଇଥିବାବେଳେ ସେ ପୁଅ ଓ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ କଟକ ଆସୁଥିଲେ । କୌଣସି ପାରିବାରିକ କଳହ ଯୋଗୁଁ ସେ କାଠଯୋଡି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଥିଲା  । ତେବେ ଦେବବ୍ରତଙ୍କ ପରିବାର ଏଥିପାଇଁ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକଙ୍କୁ ଦାୟୀ କରିଛନ୍ତି  । ')}