spot_img
Home Blog Page 7538

କେକ୍‌ କାହିଁକି ଅଇଁଠା କଲୁ…? ବାସ ଏତିକି, ତାପରେ ହେଲା ଏମିତି କିଛି

0

ରାଉରକେଲା: ଜନ୍ମଦିନରେ କେକ୍‌ ଆସିଥିଲା । ସମସ୍ତେ ଖୁସିଥିଲେ ଝିଅର ଜନ୍ମଦିନ ନେଇ । କିନ୍ତୁ ଜନ୍ମଦିନରେ ଏମିତି କିଛି ହେଲା  ଯେ ସମସ୍ତଙ୍କର ନିଦ ହଜାଇ ଦେଲା ।

କେକ୍‌ କାହିଁକି ଅଇଁଠା କଲୁ… ? ମା’ର ଏଇ ଟିକକ ରାଗ ପାଇଁ ଓଢ଼ଣୀ ଦେଇ ଜୀବନ ହାରିଲା କୁନି ଝିଅ । ଜନ୍ମଦିନ ପାଳନ ପୂର୍ବରୁ ଝିଅ ଚାଳିଗଲା ଆରପାରିକୁ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାଉରକେଲା ସହରର ବନ୍ଧମୁଣ୍ଡା  ସି ସେକ୍ଟର ଅଞ୍ଚଳରେ । ଛାତ୍ରୀ ଜଣକ ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି ।

ସୂଚନା ଅନୁଯାୟୀ, ଜନ୍ମଦିନରେ କେକ୍‌ ଆସିଥିଲା କଟାହେବା ପାଇଁ । ଝିଅ ଜନ୍ମଦିନ ଖୁସିରେ ସ୍କୁଲରୁ ଆସି କେକ୍‌ଟିରୁ ଟିକେ ଖାଇ ଦେଇଥିଲେ । ଯାହାକୁ ନେଇ ଝିଅର ମା’ କାହିଁକି ଅଇଁଠା କଲୁ କହି ଝିଅ ଉପରେ ବିରକ୍ତ ହୋଇଥିଲେ । ଆଉ କହିଲେ ଯେ ଅଇଁଠା କାହିଁକି କଲୁ କେକ୍‌ କଟା ହେବ ନାହିଁ । ଏତିକି କହି ମାଆ ତାଙ୍କ କାମ କରିବା ସମୟରେ ଝିଅ ନିଜ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏନେଇ ବନ୍ଧମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଅନ୍ୟପକ୍ଷରେ ଶବକୁ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲର ମର୍ଗ ହାଉସରେ ରଖାଯାଇଛି । ଘଟଣାସ୍ଥଳରେ ବନ୍ଧମୁଣ୍ଡା ଥାନା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।

ପଲିଥିନରୁ ମିଳିଲା ନର କଙ୍କାଳ: ପୋଲିସର ତନାଘନା ଜାରି

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଜଲ୍ୟ । ପଲିଥିନରୁ ମିଳିଲା ମଣିଷ କଙ୍କାଳ । ନୟାପଲ୍ଲୀ ଆଇଆରସି ଭିଲେଜ ସରକାରୀ ସ୍କୁଲ ପଡିଆରେ ପଡିଛି ଏହି କଙ୍କାଳ ।

ତେବେ ଏହା ୩ଟି ନର କଙ୍କାଳ ହୋଇଥିବା ସୂଚନା ମିଳିଛି । ହାଡ଼ ଗୁଡ଼ିକରେ ନମ୍ବର ଲେଖା ହୋଇଛି । ମେଡିକାଲ ଛାତ୍ରଛାତ୍ରୀଙ୍କ ରିସର୍ଚ୍ଚ ପରେ ଏସବୁକୁ ଫୋପଡ଼ା ଯାଇଥିବା ସନ୍ଦେହ କରାଯାଉଛି।

ଖବର ପାଇ ଘଟଣା ସ୍ଥଳରେ ନୟାପଲ୍ଲୀ ଥାନା ପୋଲିସର ପହଁଞ୍ଚି ତନାଘନା ଆରମ୍ଭ କରିଛି ।

ଫସିଲେ ପୋଲିସ ଏଏସ୍ଆ‌ଇ ବାବୁ: ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ଜୟପୁର: ଖାକିରେ ଲାଗିଲା ଦାଗ । ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏଏସ୍ଆ‌ଇ। ଗତକାଲି ରାତିରେ ଜୟପୁର ଭିଜିଲାନ୍ସ ଟିମ୍ ଏଏସ୍ଆ‌ଇ ଶରତ କୁମାର ସାହୁଙ୍କୁ ଗିରଫ କରିଛି  ।

କୋରାପୁଟ ଜିଲ୍ଲା କୋଟପାଡ଼ରେ ଏଭଳି ଘଟଣା ସାମନାକୁ ଆସିଛି । ସ୍ଥାନୀୟ ବେଲମା ସାହିର ପ୍ରଶାନ୍ତ ବିଶ୍ୱାଳ ନିଜ ଜମି ଡିମାର୍କେସନ୍‌ ପାଇଁ ତହସିଲରେ ଆବେଦନ କରିଥିଲେ । ଏଥିରେ ପୋଲିସ ଉପସ୍ଥିତ ରହିବା ପାଇଁ କହିଥିଲେ । ଏନେଇ ପ୍ରଶାନ୍ତଙ୍କୁ ୭ହଜାର ଟଙ୍କା ଲାଞ୍ଚ ମାଗିଥିଲେ କୋଟପାଡ ଏଏସଆଇ ଶରତ କୁମାର ସାହୁ । ପ୍ରଶାନ୍ତ ଟଙ୍କା ଦେବାବେଳେ ଭିଜିଲାନ୍ସ ସେହି ସମୟରେ ଘଟଣା ସ୍ଥଳରେ ପହଞ୍ଚିଥିଲା । ତେବେ ଭିଜିଲାନ୍‌ସ ଟଙ୍କା ଜବତ କରିବା ସହ ଅଭିଯ଼ୁକ୍ତଙ୍କୁ ଗିରଫ କରିଛି ।

ଗ୍ରାମବାସୀଙ୍କ ହାବୁଡ଼ରେ ବ୍ରାଉନସୁଗାର ବେପାରୀ: ଦୁଇଜଣଙ୍କୁ ଧରି ନିର୍ଧୁମ ଛେଚିଲେ ମହିଳା

0

ବାଲେଶ୍ୱର: ବ୍ରାଉନସୁଗାର ବିକୁଥିବା ବେଳେ ଛେଚା ଖାଇଲେ । ଗଛରେ ବାନ୍ଧି ୨ ଜଣଙ୍କୁ ମାଡ଼ ମାରିଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ବସ୍ତା ଥାନା ଛାନୁଆ ଗାଁରେ ।

ଯେଉଁଠି ବ୍ରାଉନସୁଗାର ବିକ୍ରି ଅଭିଯ଼ୋଗରେ ୨ ଜଣଙ୍କୁ ଅଟକ ରଖିବା ସହ ମାଡ଼ ମାରିଛନ୍ତି ଗାଁର ମହିଳା ଗୋଷ୍ଠୀ । ତେବେ ଖବର ପାଇ ୨ ଅଭିଯ଼ୁକ୍ତଙ୍କୁ ଉଦ୍ଧାର କରିଛି ପୋଲିସ ଓ ଅବକାରୀ ବିଭାଗ । ୨ ଅଭିଯ଼ୁକ୍ତ ହେଲେ ଛାନୁଆ ଗାଁର ଦିନେଶ ମହାନ୍ତି ଓ ଅସିତ ଭୂୟାଁ ।

ଆଜିର ରାଶିଫଳ ( ୨୯/୧୧ /୨୦୧୯)

          ଆଜିର ପଞ୍ଚାଙ୍ଗ

ଆଜି ୧୦୧୯ ମସିହା ନଭେମ୍ବର ୨୯ ତାରିଖ, ଶୁକ୍ରବାର, ମାର୍ଗଶିର ଶୁକ୍ଳପକ୍ଷ, ସୌରମାସ ବିଛା ଦି୧୩ନ, ତୃତୀୟା ତିଥି, ମୂଳା ନକ୍ଷତ୍ର ପ୍ରାତଃ ଘ୭/୩୩ମି. ଗତେ ପୂ:ଷାଢା

ଧନୁଚ଼ନ୍ଦ୍ର- ଅହୋରାତ୍ର, ଶୁଳଯୋଗ, ଗଣ କରଣ

ଚ଼ନ୍ଦ୍ରଶୁଦ୍ଧି- ମେଷ, ମିଥୁନ,କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ରାଶିର ।

ଘାତବାର- ବିଛା, ଧନୁ, ମୀନ ରାଶିର

ଘାତଚ଼ନ୍ଦ୍ର- ତୁଳା ଓ କୁମ୍ଭ ରାଶିର

ରାହୁକାଳ- ଦିବା ୧୦/୨୫ମି.ରୁ ୧୧/୩୪ମି.

କାଳବେଳା- ଦିବା ଘ୮/୫୧ମି.ରୁ ୧୦/୧୨ମି.

ଶୁଭବେଳା- ପ୍ରାତଃ ୭/୩୫ମି.ରୁ ଦିବା ୮/୫୨ମି.

ପର୍ବପର୍ବାଣି- ରମ୍ଭା ତୃତୀୟା

         ଆଜିର ରାଶିଫଳ

ମେଷ- ଆଜି ଆପଣଙ୍କର ଦିନଟି ବହୁତ ଭଲରେ କଟିବ । କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ନୂତନ ଦ୍ରବ୍ୟଲାଭ ଯୋଗ ରହୁଛି । ମାନସିକ ଶାନ୍ତି ଅବ୍ୟାହତ ରହିବ ।

ବୃଷ- ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ମନ ଭାରାକ୍ରାନ୍ତ ରହିବ । ଆର୍ଥିକ କାରବାରରେ ହଠାତ୍ କାହାକୁ ବିଶ୍ୱାସ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ । କୁସଂଗରେ ପଡି ନିଜର କ୍ଷତି ସାଧନ କରିବେ ।

ମିଥୁନ- ପାରିବାରିକ ସୁଖଶାନ୍ତି ବଜାୟ ରହିବ । କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରସଂଶିତ ହେବେ । ଗୁରୁ ଗୁରୁଜନଙ୍କ ପ୍ରିୟପାତ୍ର ହେବେ । ଇଚ୍ଛିତ ଦ୍ରବ୍ୟ ପ୍ରାପ୍ତ ହେବ ।

କର୍କଟ- ଦୃଢ ମନବଳ ନେଇ ସମସ୍ତ ପରିସ୍ଥିତିର ସମ୍ମୁଖିନ ହେବେ । ବହୁଦିନରୁ ଲାଗିରହିଥିବା ବିବାଦୀୟ ସମସ୍ୟାରୁ ମୁକ୍ତ ହେବେ । ପୁଞ୍ଜି ବିନିଯୋଗ ନିମନ୍ତେ ଦିନଟି ଶୁଭପ୍ରଦ ହେବ । ଜୀବନ ସାଥିର କେଇପଦ କଥା ଆପଣଙ୍କ ମଧ୍ୟରେ ଶାନ୍ତି ସଂଚାର କରିବ ।

ସିଂହ- ପ୍ରତ୍ୟୋକ କାର୍ଯ୍ୟରେ ଜୟ ଯୁକ୍ତ ହେବେ । ପୁରାତନ ଶତ୍ରୁମାନେ ପରାଜିତ ହେବେ । ନିଜ ସାମର୍ଥ୍ୟ ବଳରେ ପ୍ରତିଯୋଗିତା ମୂଳକ କର୍ମରେ ଜିତାପଟ ନେବେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

କନ୍ୟା- ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ଗୁପ୍ତ ଶତ୍ରୁ ବୃଦ୍ଧି ହେବେ । କର୍ମକ୍ଷେତ୍ରରେ ସହକର୍ମୀ ମାନେ ଅସହଯୋଗ କରିପାରନ୍ତି । କୌଣସି କଥାକୁ ବନ୍ଧୁବର୍ଗରେ ସମାଲୋଚିତ ହୋଇପାରନ୍ତି ।

ତୁଳା- ଗୃହରେ ମାଂଗଳିକ କାର୍ଯ୍ୟ ସଂଗଠିତ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ବ୍ୟକ୍ତିଗତ ଭାବେ ସାମାଜିକ ସ୍ତରରେ ଖ୍ୟାତି ସମ୍ପର୍ଣ୍ଣ ହେବେ । ଆଜି ସମସ୍ତ ପ୍ରକାରର ପ୍ରାପ୍ତି ଆପଣଙ୍କୁ ଅପେକ୍ଷା କରିଛି ।

ବିଛା- ମାନସିକ ଚାପଗ୍ରସ୍ଥ ମଧ୍ୟରେ ରହିବେ । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଚିଡ଼୍ ଚିଡ଼ା ସ୍ୱଭାବ ପ୍ରକାଶ ପାଇବ । କର୍ମକ୍ଷେତ୍ରରେ ଅତି ମାତ୍ରାରେ କୌଶଳ ଅବଲମ୍ବନ କରିନ୍ତୁ ।

ଧନୁ- କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ହେବ । ଅପେକ୍ଷା କରିଥିବା ସୁଯୋଗ ହାତମୁଠାକୁ ଆସିବ । ପାରିବାରିକ ଜୀବନ ଆନନ୍ଦମୟ ହେବ ।

ମକର- କର୍ମକ୍ଷେତ୍ରରେ ଆଶାତିତ ସଫଳତା ଅର୍ଜନ କରିବେ । କୌଣସି ବିବାଦୀୟ ପରିସ୍ଥିତିରୁ ନିଜକୁ ଦୁରେଇ ରଖନ୍ତୁ । ବୌଦ୍ଧିକ ଶକ୍ତି ପ୍ରୟୋଗ କରି ଶୁଦ୍ଧ ବିଚାରରେ ଅନ୍ୟମାନଙ୍କୁ ସୁପରାମର୍ଶ ପ୍ରଦାନ କରିବେ । ବ୍ୟକ୍ତିଗତ, ସାମାଜିକ, ପାରିବାରିକ ଜୀବନରେ ଯଶ, ଖ୍ୟାତି ସଂପର୍ଣ୍ଣ ହେବ ।

କୁମ୍ଭ- ଅନ୍ୟ ମାନଙ୍କ ସନ୍ଦେହ ଦୃଷ୍ଟିରେ ରହିବେ । ଆୟ ଠାରୁ ବ୍ୟୟର ମାତ୍ରା ବୃଦ୍ଧି ପାଇବ । ଜୀବନ ସାଥିଙ୍କ ପରାମର୍ଶ ଗ୍ରହଣ କରନ୍ତୁ । ଲାଭବାନ ହେବେ । ମାନସିକ ଅସ୍ଥିରତା ଦେଖାଦେବ ।

ମୀନ- ଅଜଥା ବାର୍ତ୍ତାଳାପରୁ ନିଜକୁ ଦୁରେଇ ରଖନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ନିଜକୁ ସାମାଜିକ କର୍ମରେ ନିୟୋଜିତ କରନ୍ତୁ । ମାତୃବର୍ଗଙ୍କ ଆଶିର୍ବାଦ କାମନା କଲେ ଦିନଟିର ରିଷ୍ଟ କଷ୍ଟ ଖଣ୍ଡନ ହେବ ।

 

ଯୋଗାଯୋଗ- ୯୮୬୧୨୭୧୫୫୭