ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚ ପ୍ୟାଡରୁ QRSAM (କ୍ୱିକ୍ ରେସପନ୍ସ ସରଫେସ୍ ଟୁ ଏୟାର) କ୍ଷେପଣାସ୍ତ୍ରର ପରୀକ୍ଷଣ । ଦିନ୧୧ଟା ୪୯ ମିନିଟରେ ପରୀକ୍ଷଣ ହେଲା । ଲକ୍ଷ୍ୟଭେଦ କ୍ଷମତା 30 କିଲୋମିଟର ।
ଦୁଷ୍କର୍ମ ପରେ ଭିଡିଓ ଭାଇରାଲ କରିଦେବାକୁ ଧମକ
ନୂଆପଡ଼ା: ନୂଆପଡ଼ାରେ ପୁଣି ଲଜ୍ଜା । ଜୋଙ୍କ ଥାନା ଅଞ୍ଚଳରେ ୪ ବର୍ଷ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ପରେ ଭିଡ଼ିଓ ଭାଇରାଲ କରିଦେବା ନେଇ ଧମକ ଦେଉଥିଲା ଅଭିଯୁକ୍ତ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁଯାୟୀ, ୨ ମାସ ତଳେ ସେହି ଗାଁର ନାବାଳକ ଜଣେ ପିଡ଼ିତାଙ୍କୁ ଘରକୁ ଡାକିନେଇ ଦୁଷ୍କର୍ମ କରିଥିଲେ । ଏନେଇ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ କାନ୍ଦି କାନ୍ଦି ଜଣାଇଥିଲେ । ପୋଲିସରେ ଖବର ଦେଲେ ଭିଡ଼ିଓ ଭାଇରାଲ କରିଦେବି କହି ଧମକ ଦେଇଆସୁଥିଲା ନାବାଳକ । ଏନେଇ ଗତକାଲି ପିଡ଼ିତାଙ୍କ ପରିବାରବର୍ଗ ଜୋଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଏହା ପରେ ପୋଲିସ ମାମଲା ରୁଜୁ କରି ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର କରାଇଛି ।
ରାଜ୍ୟରୁ ଶୀତ ଗାଏବ, ୨ରୁ ୪ ଡିଗ୍ରୀ ଯାଏଁ ବଢ଼ିବ ତାପମାତ୍ରା
ଭୁବନେଶ୍ୱର: ମାର୍ଗଶୀର ଯାଇ ପୌଷ ଅଧାହେବାକୁ ବସିଲାଣି । କିନ୍ତୁ, ହାଡ଼ଭଙ୍ଗା ଜାଡ଼ ତ ଛାଡ଼ନ୍ତୁ ଶୀତ ହିଁ ନାହିଁ । ଉପାନ୍ତରୁ ଉପକୂଳ ସବୁଠୁ ଶୀତ ହଜିଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୩ ଦିନ ଯାଏଁ ତାପମାତ୍ରା ବଢ଼ିବ । ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବଢ଼ିପାରେ ।
ବଡ଼ଦିନ ବା ଖ୍ରୀଷ୍ଟମାସ ୨୫ ଓ ୨୬ ତାରିଖରେ ରାଜ୍ୟର ଗୋଟିଏ ୨ଟି ସ୍ଥାନରେ ବର୍ଷା ହୋଇପାରେ । ଫଳରେ ପୂର୍ବରୁ ଡିସେମ୍ବରରେ ହେଉଥିବା ହାଡ଼ଭଙ୍ଗା ଶୀତ ଚଳିତଥର ଅନୁଭୂତ ହେବନାହିଁ । ପୂର୍ବରୁ ଡିସେମ୍ବର ଶେଷ ସପ୍ତାହରେ ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ହାଲକା ତୁଷାରପାତ ହେଉଥିଲା । ଚଳିତବର୍ଷ ସେଠାରେ ତାପମାତ୍ରା ପାଖାପାଖି ୧୦ ଡିଗ୍ରୀ ରହିଛି ।
ଉତ୍ତର ଭାରତରେ ପାଣିପାଗ ସ୍ଥିତି ବଦଳୁଥିବାରୁ ଓଡ଼ିଶାରେ ତାର ପ୍ରଭାବରେ ଏମିତି ସ୍ଥିତି ସୃଷ୍ଟି ହୋଇଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ଗତକାଲି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ, ସୁନ୍ଦରଗଡ଼ ଏବଂ ତାଳଚେରରେ ୧୨ ଡିଗ୍ରୀ, ଭୁବନେଶ୍ୱରରେ ୧୭.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
୫୫ ନମ୍ବର ଜାତୀୟ ରାଜପଥ ଛକିଲେ ହାତୀ ପଲ
ଆଠଗଡ଼/କରଞ୍ଜିଆ: ପୁଣି ମାତିଲା ହାତୀ । ଜଙ୍ଗଲରୁ ଆସି ରାସ୍ତା ଉପରେ ଠିଆ ହେଲେ । ଆଠଗଡ଼ ୫୫ ନମ୍ବର ଜାତୀୟ ରାଜପଥରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଚୌଦ୍ଵାରରୁ ନେଇ ଖୁଣ୍ଟୁଣୀ ଯାଏଁ ରାସ୍ତାରେ ଦିନ ଦିପହରରେ ହାତୀ ଆତଙ୍କ ଖେଳାଇଛନ୍ତି । ରାଜପଥରେ ହାତୀ ବୁଲୁଥିବାରୁ ଲୋକେ ଭୟବିତ ହୋଇପଡିଛନ୍ତି । ଆଜି ସକାଳୁ ସକାଳୁ ୮ ଟି ହାତୀ ରାସ୍ତା ପାର ହେଉଥିବା ବେଳେ ସେଥିମଧ୍ୟରୁ ୨ଟି ହାତୀ ରାସ୍ତା ଉପରେ ଠିଆହୋଇ ରହିଥିଲେ । ଏନେଇ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ ହୋଇଥିଲା । ଖବର ପାଇ ବନବିଭାଗ ଓ ଚୌଦ୍ୱାର ପୋଲିସ ସେମାନଙ୍କୁ ଘଉଡ଼େଇଥିଲା ।

ସେପଟେ କରଞ୍ଜିଆର ବନଖଣ୍ଡ ଅଞ୍ଚଳରେ ବିଭିନ୍ନ ଗାଁରେ ହାତୀ ଉପଦ୍ରବ ଜାରି ରହିଛି । ଗାଁ ନିକଟ ଜଙ୍ଗଲରୁ ୨୨ଟି ହାତୀ ଗାଁରେ ଉପଦ୍ରବ କରିଛନ୍ତି । ଉତାଳିପାଟରୁ ନେଇ ବେଗୁନାବିନ୍ଧା ଗାଁରେ ହାତୀ ପଲ ପଶି ଘରଦ୍ଵାର ଭାଙ୍ଗିବା ସହିତ ଏକର ଏକର ଫସଲ ସବୁ ନଷ୍ଟ କରିଛନ୍ତି । ତା ସହିତ ଗାଁନିକଟରେ ଥିବା ପନିପରିବା ଗଛ ନଷ୍ଟ କରିବା ସହିତ ସ୍କୁଲ ଘର ବି ଭାଙ୍ଗିରୁଜି ପକାଛନ୍ତି ହାତୀ ।

ହାତୀ ଘଉଡ଼ାଇବାକୁ ବନବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଉନଥିବାରୁ ବିରୋଧ କରିଛନ୍ତି ଲୋକେ । କିଛି ଦିନ ହେଲା ସ୍ଥାନୀୟ ଲୋକେ ଆନ୍ଦୋଳନ କରିଥିଲେ ବି କୈାଣସି ପଦକ୍ଷେପ ନିଆଯାଇନି । ସେପେଟ ଖୁବଶିଘ୍ର ହାତୀ ଘଉଡାଇବାର ବ୍ୟବସ୍ଥା କରାନଗଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାର ଚେତବାନୀ ଦେଇଛନ୍ତି ଗାଁର ଲୋକେ ।

ରାଞ୍ଚି: ଝାଡ଼ଖଣ୍ଡ ନିର୍ବାଚନ ଟ୍ରେଣ୍ଡ ନେଇ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ପ୍ରତିକ୍ରିୟା । ମେଣ୍ଟ କ୍ଷମତା ଦଖଲ କରିବ । ହେମନ୍ତ ସୋରେନଙ୍କ ନେତୃତ୍ୱରେ ଲଢ଼ୁଥିଲୁ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ ।
ରାଞ୍ଚି: ଝାଡ଼ଖଣ୍ଡ ନିର୍ବାଚନ ଟ୍ରେଣ୍ଡ ନେଇ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ପ୍ରତିକ୍ରିୟା । ମେଣ୍ଟ କ୍ଷମତା ଦଖଲ କରିବ । ହେମନ୍ତ ସୋରେନଙ୍କ ନେତୃତ୍ୱରେ ଲଢ଼ୁଥିଲୁ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ ।
ବାଲିଗୁଡ଼ା: ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଡ୍ରାଇଭର ଗୁରୁତର, ମେଡିକାଲରେ ଭର୍ତ୍ତି ।
ବାଲିଗୁଡ଼ା: ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଡ୍ରାଇଭର ଗୁରୁତର, ମେଡିକାଲରେ ଭର୍ତ୍ତି ।
କରଞ୍ଜିଆ: ରାଉତାଳିପାଟ, ବେଗୁନାବିନ୍ଧା ଗାଁରେ ହାତୀ ଉପଦ୍ରବ । ବ୍ୟାପକ ଧାନ ଫସଲ ସହ କଦଳୀ ଗଛ ନଷ୍ଟ । ସ୍କୁଲଘର ସହିତ ୬ଟି ଘର ଭାଙ୍ଗିଲେ ୨୨ ଟିକିଆ ହାତୀପଲ । ସ୍ଥାନୀୟ ଅଞ୍ଚଳରେ ଆତଙ୍କ । ବନ ବିଭାଗ ତୁରନ୍ତ ହାତୀପଲଙ୍କୁ ଘଉଡ଼ାଇବାକୁ ଦାବି ।
ମୁମ୍ବାଇ: ସେୟାର ବଜାରରେ ଉତ୍ସାହ । ୧୫.୩୮ ପଏଣ୍ଟ ବୃଦ୍ଧି ପାଇ ୪୧, ୬୯୬.୯୨ରେ ସେନସେକ୍ସ । ୩.୭୦ ପଏଣ୍ଟ ବୃଦ୍ଧି ପାଇ ୧୨, ୨୭୫.୫୦ରେ ନିଫ୍ଟି ।
ମୁମ୍ବାଇ: ସେୟାର ବଜାରରେ ଉତ୍ସାହ । ୧୫.୩୮ ପଏଣ୍ଟ ବୃଦ୍ଧି ପାଇ ୪୧, ୬୯୬.୯୨ରେ ସେନସେକ୍ସ । ୩.୭୦ ପଏଣ୍ଟ ବୃଦ୍ଧି ପାଇ ୧୨, ୨୭୫.୫୦ରେ ନିଫ୍ଟି ।


ବର୍ତ୍ତମାନ କଂଗ୍ରେସ-ଜେଏମ୍ଏମ୍-ଆରଜେଡି ମେଣ୍ଟ ୪୪ ସିଟରେ ଆଗୁଆ ଥିବାବେଳେ ବିଜେପି ୨୫ଟି ଆସନରେ ଆଗୁଆ ଚାଲିଛି । ଜେଭିଏମ୍ ୩, ଆଜସୁ ୪ ଓ ଅନ୍ୟ ପ୍ରାର୍ଥୀ ୫ଟି ଆସନରେ ଆଗୁଆ ରହିଛନ୍ତି ।
ଝାଡ଼ଖଣ୍ଡ ବିଧାନସଭାର ବହୁମତ ହେଉଛି ୪୧ । ଟ୍ରେଣ୍ଡ ଅନୁସାରେ ଝାଡ଼ଖଣ୍ଡରେ ତ୍ରିଶଙ୍କୁ ବିଧାନସଭା ହୋଇପାରେ । ପଦ୍ମ ପାଖୁଡ଼ାରୁ ଝାଡ଼ଖଣ୍ଡ ଖସିବା ନେଇ ଏକଜିଟ୍ ପୋଲ୍ ଆକଳନ କରିଥିଲା । ଟ୍ରେଣ୍ଡ ବି ସେୟା ଦର୍ଶାଉଛି । ରଘୁବରଙ୍କ ପକେଟରୁ କ୍ଷମତା ଖସିବା ନଜର ଆସୁଛି ।
ସମ୍ପୂର୍ଣ୍ଣ ଫଳ ଆସିବା ଆଗରୁ କୌଣସି ପ୍ରକାରେ ସରକାର ଗଠନ ପାଇଁ ବିଜେପି ଉଦ୍ୟମ ଆରମ୍ଭ କରିଛି । ସୂତ୍ର ଅନୁସାରେ ବିଜେପି ନେତା ଆଜସୁ ମୁଖ୍ୟ ସୁଦେଶ ମାହତୋଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛନ୍ତି । ଏଥିସହ ବିଜେପି ଜେଭିଏମ୍ ନେତା ବାବୁଲାଲ ମରାଣ୍ଡିଙ୍କ ସହ ସରକାର ଗଠନ ନେଇ ଆଲୋଚନା କରୁଥିବା ଜଣାପଡ଼ୁଛି ।