spot_img
Home Blog Page 7545

ଦୁର୍ଗ ଛାଡ଼ିଲେ ୨୫୦ରୁ ଅଧିକ ମାଓ ସମର୍ଥକ

ମାଲକାନଗିରି: ବିକାଶ ହେଉଛି, ଲାଲଗଡ଼ ଭୁଶୁଡ଼ୁଛି । ଲାଲ ବାହିନୀର ହାତ ଛାଡ଼ିଛନ୍ତି ୨୫୦ରୁ ଅଧିକ ମାଓ ସମର୍ଥକ । ମାଥିଲି ବ୍ଲକ ମହୁପଦରରେ ପୋଲିସର ସ୍ଥାୟୀ କ୍ୟାମ୍ପ ହେବା ପରେ ମାଓବାଦୀଙ୍କୁ ଲାଗିଛି ବଡ଼ ଝଟକା । ପୂର୍ବରୁ ମାଓବାଦୀଙ୍କ ସମର୍ଥକ ଥିବା ଲୋକେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।ସ୍ଥାୟୀ ପୋଲିସ କ୍ୟାମ୍ପ ହେବା ପରେ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ମିଳିବ ଓ ଅଞ୍ଚଳର ଉନ୍ନତି ହେବ ବୋଲି ଆଶା ରଖିଛନ୍ତି । ହାଟପଦାରେ ଏନେଇ ଶପଥ ନେବା ସହ ଲାଲବାହିନୀକୁ ଆଉ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି ।ପୋଲିସ ଆତ୍ମସମର୍ପଣ କରିଥିବା ଲୋକଙ୍କୁ ମାଗଣାରେ କମ୍ବଳ, ଡ୍ରେସ୍ ବାଣ୍ଟିଛି । ପୂର୍ବରୁ ମହୁପଦର ଅଞ୍ଚଳର ମାଓବାଦୀଙ୍କ କବଜାରେ ଥିଲା ।

କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୯ ମୃତ

ନୂଆଦିଲ୍ଲୀ: ପୁଣି ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଜୀଅନ୍ତା ଜଳିଗଲେ ୯ ଜଣ । ବିଳମ୍ବିତ ରାତିରେ କିରାରି ଅଞ୍ଚଳର ଏକ ୪ ମହଲା ବିଲ୍ଡିଂରେ ନିଆଁ ଲାଗିଥିଲା । ପ୍ରଥମେ ନିଆଁ ତଳ ମହଲାରେ ଥିବା ଏକ କପଡ଼ା ଗୋଦାମରେ ଲାଗିଥିଲା । ଚାହୁଁ ଚାହୁଁ ୪ ମହଲାକୁ ବ୍ୟାପି ଯାଇଥିଲା ନିଆଁ । ସମସ୍ତେ ଶୋଇଥିବାରୁ କେହି କିଛି ବୁଝିବା ପୂର୍ବରୁ ନିଆଁ ପୂରା ବିଲ୍ଡିଂକୁ କରାୟତ୍ତ କରି ନେଇଥିଲା ।ଖବର ପାଇ ଦମକଳ ବାହିନୀ ନିଆଁ ଲିଭାଇଥିଲା । ୧୨ରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି । ରାତି ପ୍ରାୟ ୧୨ଟା ବେଳେ ପ୍ରଥମେ ଗୋ ଡାଉନରେ ଥିବା କପଡ଼ା ଗୋଦାମରେ ନିଆଁ ଲାଗିଥିଲା । ପରେ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ନିଆଁ ଉପରକୁ ବ୍ୟାପି ଯାଇ ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି ।

ପୂର୍ବରୁ ଡିସେମ୍ବର ୭ ତାରିଖରେ ଝାନ୍ସି ରୋଡ ସ୍ଥିତ ପରିବା ମଣ୍ଡିପେ ନିଆଁ ଲାଗିଥିଲେ । ଏଥିରେ ପ୍ରାୟ ୪୩ ଜଣଙ୍କ ମୃତ୍ୟୁ ହୋଇଥିଲା ।

https://nandighoshatv.combuilding-owner-arrested-in-delhi-fire-tragedy/

ନୂଆଦିଲ୍ଲୀ: କିରାରିରେ କପଡ଼ା ଗୋଦାମରେ ଅଗ୍ନିକାଣ୍ଡ । ୪ ମହଲାକୁ ବ୍ୟାପିଗଲା ନିଆଁ । ଜୀଅନ୍ତା ଜଳିଗଲେ ୯ ଜଣ । ୧୨ ଜଣ ଉଦ୍ଧାର, ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି । ବିଳମ୍ବିତ ରାତିରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ସୂଚନା ।

ନୂଆଦିଲ୍ଲୀ: କିରାରିରେ କପଡ଼ା ଗୋଦାମରେ ଅଗ୍ନିକାଣ୍ଡ । ୪ ମହଲାକୁ ବ୍ୟାପିଗଲା ନିଆଁ । ଜୀଅନ୍ତା ଜଳିଗଲେ ୯ ଜଣ । ୧୨ ଜଣ ଉଦ୍ଧାର, ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି । ବିଳମ୍ବିତ ରାତିରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ସୂଚନା ।

ବାରବାଟୀରେ ବିରାଟ୍‌ ବାହିନୀର ସୁପର ସୋ’, ୨-୧ରେ ସିରିଜ୍‌ କବ୍‌ଜା

0

କଟକ: ବାରବାଟୀ ପୁଣି ଟିମ୍ ଇଣ୍ଡିଆ ପାଇଁ ଲକି ସାବ୍ୟସ୍ତ ହୋଇଛି । ବାଟବାଟୀରେ ଦମ୍‌ଦାର ବିଜୟ ହାସଲ୍‌ କଲା ବିରାଟ୍ ବାହିନୀ । ପୁଣି ବଡ଼ ସ୍କୋର ଚେଜ୍‌ କରି ଜିତିଲା ଭାରତୀୟ ଟିମ୍‌ । ରୋହିତ ରାହୁଲ ଓ ବିରାଟ୍‌ଙ୍କ ଦମ୍‌ଦାର ଅର୍ଦ୍ଧଶତକ ବଳରେ ମ୍ୟାଚ୍‌ ଜିତିଲା ଟିମ୍ ।

ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ଓ୍ୱେଷ୍ଟଇଣ୍ଡିଜ୍‌ ଟିମ୍‌ର ପ୍ରାରମ୍ଭିକ ବ୍ୟାଟିଂ ଏତେ ଭଲ ହୋଇନଥିଲେ ମଧ୍ୟ  ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ନିକୋଲାସ୍‌ ପୂରାନ୍‌ ଓ କିରନ୍‌ ପୋଲାଣ୍ଡଙ୍କ ଧୂଆଁଦାର ବ୍ୟାଟିଂ କରିଥିଲେ । ଫଳରେ ୫ ଓ୍ୱିକେଟ୍‌ ବିନିମୟରେ ନିର୍ଦ୍ଦାରିତ ଓଭରରେ ମଧ୍ୟରେ ୩୧୫ ରନ୍‌ କରିଥିଲା କାରିବିୟନ୍‌ ଟିମ୍‌ । ପୂରାନ୍‌ ୮୯(୬୪)ରନ୍‌ କରିଥିବା ବେଳେ ପୋଲାଡ୍‌ କରିଥିଲେ ୭୪(୫୧)ରନ୍‌ ।

ଭାରତ ପକ୍ଷରୁ ସାଇନି ସର୍ବାଧିକ ୨ଟି ଓ୍ୱିକେଟ୍ ନେଇଥିବା ବେଳେ ମହମ୍ମଦ ସାମି, ଠାକୁର ଓ ଜାଡେଜା ନେଇଥିଲେ ଗୋଟିଏ ଲେଖାଏଁ ଓ୍ୱିକେଟ୍ ।

 

ଅପରପକ୍ଷରେ ୩୧୬ରନ୍‌ର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ର ୨ଓପନର୍‌ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ । ରୋହିତ ଶର୍ମା ୬୩(୬୩) ରନ୍‌ କରିଥିବା ବେଳେ ତାଙ୍କୁ ଭରପୂର ସାଥ୍‌ ଦେଇଥିଲେ କେଏଲ୍‌ ରାହୁଲ । ୮୯ ବଲ୍‌ରେ ୭୭ରନ୍‌ କରିଥିଲେ କେଏଲ୍‌ ରାହୁଲ । ତେବେ ରୋହିତ ଓ ରାହୁଲଙ୍କ ଆଉଟ୍‌ ପରେ ମୁଣ୍ଡବ୍ୟାଥା ବଢ଼ାଇଥିଲେ ମିଡିଲ୍‌ ଅର୍ଡର । ଗୋଟିଏ ପଟେ କୋହଲି କ୍ରିଜ୍‌ରେ ଛିଡ଼ାହୋଇଥିବା ବେଳେ ଜଣଙ୍କ ପରେ ଜଣେ ୩ ଜଣ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଆଉଟ୍‌ ହୋଇଥିଲେ । ୨ଅଙ୍କ ବି ଛୁଇଁପାରିନଥିଲେ ଆୟର୍‌, ପନ୍ଥ, କେଦାର ଯାଦବ । ତେବେ ଚେଜିଂ ମାଷ୍ଟର ବିରାଟ୍‌ଙ୍କ ୮୧ ବଲ୍‌ରେ ୮୫ ରନ୍‌ କରି ମ୍ୟାଚ୍‌ ବିଜୟର ଆଶା ସଂଚାର କରିଥିଲେ । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ୩୧ ବଲ୍‌ରୁ ୩୯ ରନ୍‌ ଶ୍ରର୍ଦ୍ଧାଳୁ ଠାକୁର୍‌ଙ୍କ ୬ ବଲ୍‌ରୁ ୧୭ ରନ୍‌ ଭାରତକୁ ବିଜୟୀ କରାଇଛି ।

ସାରା ଦେଶରେ CAA ବିରୋଧ ମଧ୍ୟରେ ରାମଲୀଳାରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ରାଲି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହାରାଲି । ରାମଲୀଳା ମୈଦାନରେ ‘ଧନ୍ୟବାଦ ରାଲି’ ଅନୁଷ୍ଠିତ ହୋଇଯାଇଛି । ସଂଶୋଧିତ ନାଗରିକତା ଆଇନକୁ ପ୍ରତିବାଦ ଭିତରେ ଏହି ରାଲି ହୋଇଛି । ଦିଲ୍ଲୀରେ ଥିବା ଅଣସ୍ୱୀକୃତି ପ୍ରାପ୍ତ କଲୋନୀଗୁଡିକୁ ସ୍ୱୀକୃତି ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଏହି ରାଲିର ଆୟୋଜନ କରାଯାଇଥିଲା । ଏଥିରେ ଦିଲ୍ଲୀ ବିଜେପିର ବରିଷ୍ଠ ନେତାଙ୍କ ସହ କେନ୍ଦ୍ରୀୟ ନେତା ଓ ବିଜେପିର ପଦାଧିକାରୀମାନେ ସାମିଲ ହୋଇଥିଲେ ।

ରାଲିକୁ ସମ୍ବୋଧିତ କରି ମୋଦି କହିଛନ୍ତି, ନୂଆ ସକାଳ ଆଣିବା ପାଇଁ ବିଜେପିକୁ ସୁଯୋଗ ମିଳିଛି । ସାଧାରଣ ଜନତାଙ୍କ ଘର ପାଇଁ ବିଭିନ୍ନ ପ୍ରକାର ବାଧା ସୃଷ୍ଟି କରାଯାଉଥିଲା । ତେବେ ପ୍ରଧାନମନ୍ତ୍ରୀ ଉଦୟ ଯୋଜନାରେ ଲୋକଙ୍କୁ ଘର ଅଧିକାର ମିଳିଛି । ଅଣସ୍ୱୀକୃତିପ୍ରାପ୍ତ କଲୋନୀର ବିକାଶ କାମ ହାତକୁ ନିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଦିଲ୍ଲୀରେ ୧୭ ଶହ ୩୧ଟି କଲୋନୀକୁ ନିୟମିତ କରାଯାଇଛି । ଆସନ୍ତାବର୍ଷ ଫେବୃଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଖିରେ ରଖି ମୋଦି ଏପରି ରାଜନୈତିକ ଷ୍ଟଣ୍ଟ ମାରିଥିବା ରର୍ଚ୍ଚା ହେଉଛି ।

ସେହିପରି ସଂଶୋଧିତ ନାଗରିକତା ଆଇନ ବାବଦରେ ମତ ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିବିଧତା ଭିତରେ ଏକତା ହେଉଛି ଆମର ବିଶେଷତ୍ୱ । ଦେଶର ସମସ୍ୟାକୁ ଝୁଲାଇ ରଖିବା ଉଦ୍ଦେଶ୍ୟ  ନୁହେଁ । ଏହାର ଶୀଘ୍ର ସମାଧାନ ଜରୁରି । ୪୦ ଲକ୍ଷ ଲୋକଙ୍କ ଜୀବନରେ ନୂତନ ସୂର୍ଯ୍ୟୋଦୟ ହୋଇଛି । ଏବେ ସେମାନେ ଭାରତୀୟ ନାଗରିକ ହୋଇଯାଇଛନ୍ତି । ନାରକିକତା ଆଇନକୁ ନେଇ ଅରାଜକତା ସୃଷ୍ଟି କରୁଥିବା ଲୋକେ ବରଂ ତାଙ୍କ ପୁତ୍ତଳିକା ଦାହ କରନ୍ତୁ, କିନ୍ତୁ ଦେଶର ସଂପତ୍ତିକୁ ଜଳାନ୍ତୁ ନାହିଁ  ବୋଲି କହିଛନ୍ତି ମୋଦି ।

ଡିସେମ୍ୱର ୨୭ରେ ବଲାଙ୍ଗିର ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ

ଭୁବନେଶ୍ୱର : ଡିସେମ୍ବର ୨୭ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ବଲାଙ୍ଗିରରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ ଉପରାଷ୍ଟ୍ରପତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ‌ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭାରତ ପେଟ୍ରୋଲିୟମର ଆଞ୍ଚଳିକ ମ୍ୟାନେଜର ଅତୁଲ କୁମାର।

ଭାରତ ଆଗରେ ୩୧୬ ରନର ବିଜୟ ଲକ୍ଷ୍ୟ, ରୋହିତ-ରାହୁଲଙ୍କ ଅର୍ଦ୍ଧଶତକ

କଟକ : ଏବେ ନିର୍ଣ୍ଣାୟକ ମୋଡ଼ରେ ବାରବାଟୀ ଦିନିକିଆ । ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଏହି ଅନ୍ତିମ ମ୍ୟାଚରେ ଭାରତ ଆଗରେ ୩୧୬ ରନର ବିଜୟ ଲକ୍ଷ୍ୟ ରଖିଛି ଓ୍ୱେଷ୍ଟଇଣ୍ଡିଜ୍ । ଓପନର ରୋହିତ ଶର୍ମା ଓ କେ.ଏଲ୍ ରାହୁଲଙ୍କ ଅର୍ଦ୍ଧ ଶତକ ସତ୍ୱେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରୁଛି ।

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରିଥିବା ଓ୍ୱଷ୍ଟଇଣ୍ଡିଜ ଦଳ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପରେ ଅଧିନାୟକ କିରନ ପୋଲାର୍ଡ ଓ ନିକୋଲାସ ପୁରନ ଧୂଆଁଦାର ବ୍ୟାଟିଂ କରିଥିଲେ । ଓ୍ୱେଷ୍ଟଇଣ୍ଡିଜ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ୱିକେଟ ହରାଇ ୩୧୫ ରନ କରିପାରିଛି । ଦଳ ପକ୍ଷରୁ ପୁରନ ସର୍ବାଧିକ ୮୯ ଏବଂ ପୋଲାର୍ଡ ୭୪ ରନ କରିଛନ୍ତି ।

ତେବେ ଭାରତୀୟ ଦଳ ପକ୍ଷରୁ ପଦାର୍ପଣ କରିଥିବା ନବଦୀପ ସାଇନି ଆକର୍ଷଣୀୟ ବୋଲିଂ କରି ୨ ଟି ଓ୍ୱିକେଟ ନେଇଛନ୍ତି । ସେହିପରି ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି ଓ ସାର୍ଦ୍ଦୁଳ ଠାକୁରଙ୍କୁ ଗୋଟିଏ ଲେଖାଏଁ ଓ୍ୱିକେଟ ମିଳିଛି ।

ବାରବାଟୀରେ ଜୟସୁରିଆଙ୍କ ରେକର୍ଡ ଭାଙ୍ଗିଲେ ଓପନର ରୋହିତ ଶର୍ମା

0

ମୁମ୍ବାଇ : ବାରବାଟୀ ହୋଇଛି ରୋହିତ ଶର୍ମାଙ୍କ ପାଇଁ ଫେବରିଟ୍ । ଦିନିକିଆରେ ଶ୍ରୀଲଙ୍କାର ସନତ ଜୟସୁରିଆଙ୍କ ରେକର୍ଡ ଭାଙ୍ଗିଛନ୍ତି  ଭାରତର ଏ ଧୁଆଁଧାର ଓପନର ରୋହିତ ଶର୍ମା ।

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଓପନର ଭାବେ ସର୍ବାଧିକ ରନ୍ କରିବାରେ ରୋହିତ ନୂଆ ରେକର୍ଡ କରିଛନ୍ତି । ୨୪୪୨ ରନ୍ କରି ସନତ୍ ଜୟସୁରିଆଙ୍କର ୨୩୮୭ ରନର ରେକର୍ଡ କାଟିଛନ୍ତି ରୋହିତ । ଆଜି ବାରବାଟୀରେ ରୋହିତ ୬୩ ରନର ପାରି ଖେଳିଛନ୍ତି । ଏହାକୁ ମିଶାଇ ଚଳିତ ଥର ମୋଟ୍ ୨୪୪୨ ରନର ଜବରଦସ୍ତ ସ୍କୋର କରିଛନ୍ତି ରୋହିତ ଶର୍ମା ।