spot_img
Home Blog Page 7547

ଘର ସାମ୍ନାରେ ବୁଲୁଥିବା ବେଳେ ହେଲା ଏସିଡ୍‌ ମାଡ଼, ୪ଗୁରୁତର

ରାଉରକେଲା: ସାମାନ୍ୟ କଳହକୁ ନେଇ ଏସିଡ୍‌ ମାଡ଼ । ପଡ଼ୋଶୀଙ୍କ ଏସିଡ୍‌ ମାଡ଼ରେ ଗୋଟିଏ ପରିବାରର ୪ଜଣ  ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ।

ଏସିଡ୍‌ ମାଡ଼ କରିଥିବା ଅଭିଯୁକ୍ତ ସନ୍ତୋଷ କୁମାର ବର୍ମା ଓରଫ୍‌ ସୋନିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସମସ୍ତ ଗୁରୁତରଙ୍କୁ ପ୍ରଥମେ ବନ୍ଧମୁଣ୍ଡା ରେଲଓ୍ୱେ ହସ୍ପିଟାଲରେ ଓ ପରେ ଇସ୍ଵାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଏସିଡ୍‌ ମାଡ଼ ପଛରେ କଳହ ନା ଆଉ କିଛି କାରଣ ରହିଛି ? ତାର ତଦନ୍ତ କରୁଛି ପୋଲିସ ।

ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିପିଟି ମାରିଦେଲେ

ପିପିଲି: ପୂର୍ବ ଶତ୍ରୁତାକୁ ନେଇ ହତ୍ୟା । ପ୍ରଥମେ ଖୁଣ୍ଟରେ ବାନ୍ଧି ପିଟିଲେ । ମୁଣ୍ଡରେ ଆଘାତ ଲାଗିବାରୁ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ।  ପୁରୀ କଣାସ ଥାନା ବେଣଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ ।

ଗାଁର ଗୋପୀନାଥ ମହାନ୍ତିଙ୍କ ପୁଅ ରଘୁନାଥ ମହାନ୍ତିଙ୍କୁ ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସଂଘବଦ୍ଧ ହୋଇ କିଛି ଯୁବକ ରଘୁନାଥଙ୍କୁ ପ୍ରଥମେ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ ।

ତା ପରେ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ପରିବାରଲୋକ ପହଞ୍ଚିବା ବେଳକୁ ରଘୁନାଥଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିଲା ।

ହତ୍ୟାକାଣ୍ଡକୁ ନେଇ କଣାସ ଥାନାରେ ଅଭିଯୋଗ କରିଛନ୍ତି ମୃତ ରଘୁନାଥଙ୍କ ସ୍ତ୍ରୀ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଲ୍ୟାଣ୍ଡିଂ ବେଳେ ପ୍ଲେନ୍‌ରେ ଲାଗିଲା ନିଆଁ, ୩ ମୃତ ୧୭୯ ଯାତ୍ରୀ ଆହତ

ତୁର୍କୀର ଇସ୍ତାନବୁଲରେ ବଡ଼ ବିମାନ ଦୁର୍ଘଟଣା । ବୋଇଂ-୩୭୩ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୯ ଯାତ୍ରୀ ଆହତ ହୋଇଛନ୍ତି । ପ୍ରବଳ ପବନ ଓ ବର୍ଷା ଭିତରେ ରନଓ୍ୱେରେ କ୍ରାସ୍‌ ହୋଇଛି ଏହି ପ୍ଲେନ୍‌ । ଲ୍ୟାଣ୍ଡିଂ ବେଳେ ବିମାନରେ ନିଆଁ ଲାଗିଯାଇଥିଲା ।

ଫଳରେ ବିମାନଟି ତିନି ଭାଗରେ ଖଣ୍ଡ ହୋଇଯାଇଥିଲା । କୁହାଯାଉଛି, ଲ୍ୟାଣ୍ଡିଂ କରିବା ସମୟରେ ସନ୍ତୁଳନ ହରାଇବାରୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ରନଓ୍ୱେ  ଅଧିକ ଓଦା ଥିବାରୁ ବିମାନର ଚକା ଖସିଥିବା କୁହାଯାଉଛି ।

୧୮୩ ଯାତ୍ରୀଙ୍କୁ ନେଇ ‘ଇଜାମିର’ ସହରରୁ ଉଡ଼ାଣ ଭରିଥିଲା ପେଗାସସ୍‌ ଏୟାରଲାଇନ୍ସର ଏହି ବିମାନ । ଇସ୍ତାନବୁଲର ସବିହା ଗୋକେନ ବିମାନବନ୍ଦରରେ ଲ୍ୟାଣ୍ଡିଂ ବେଳେ ଏହି ଦୁର୍ଘଟଣା ଘଟିଛି ।

ରାତିରେ ଶୋଇଥିବା ବେଳେ ଘରେ ପଶି ଦଳିଦେଲା ହାତୀ, ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର

ହିନ୍ଦୋଳ: ଘରେ ପଶି ମାରିଲା ହାତୀ । ଢେଙ୍କାନାଳ ବାବନ୍ଧ ମାଟିଆ ସାହିରେ ଘରେ ଶୋଇଥିବା ବେଳେ ସ୍ୱାମୀ, ସ୍ତ୍ରୀଙ୍କୁ ହାତୀ ଆକ୍ରମଣ କରିଛି । ଗତ ରାତିରେ ଘରେ ଶୋଇଥିବା ବେଳେ ହତୀଟି ଘରେ ପଶି ଯାଇଥିଲା ।

ସ୍ତ୍ରୀ ସଜନୀ ପ୍ରଧାନ ଓ ସ୍ୱାମୀ ଭରତ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସଜନୀଙ୍କ ମୃତ୍ୟୁ ହୋଇଥିଲା।

ଗୁରୁତର ଭରତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ହାତୀଟି ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଛି । ଏହାପରେ ଗାଁଲୋକେ ଆତଙ୍କୀତ ଅବସ୍ଥାରେ ଅଛନ୍ତି । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବି ହେବ ବର୍ଷା !

ଭୁବନେଶ୍ୱର: ବଦଳୁଛି ପାଗର ମିଜାଜ । ଆଉ ପାଣିପାଗର ଏଭଳି ମିଜାଜ ରାଜ୍ୟବାସୀଙ୍କ ଚିନ୍ତା ବଢାଇ ଦେଇଛି । କୋହଲା ପାଗ ଯୋଗୁଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଫସଲ ସହ ମଣ୍ଡିରେ ଥିବା ଧାନ ନଷ୍ଟ ହେବାର ଭୟ ଘାରିଛି ଚାଷୀଙ୍କୁ ।

ସେପଟେ ଆହୁରି ଦୁଇଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏନେଇ ରାଜ୍ୟ ଅଧିକାଂଶ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି କନ୍ଧମାଳ, ମୟୂରଭଞ୍ଜ, ଢ଼େଙ୍କାନାଳ, କେନ୍ଦୁଝର, କଳାହାଣ୍ଡି ଏବଂ ନବରଙ୍ଗପୁର ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ରହିଛି । କାରଣ ଏହି ସବୁ ଅଞ୍ଚଳରେ ୩୦ରୁ ୪୦ ମିଲିମିଟର ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି । ଚାଷୀ ମାନଙ୍କୁ ଧାନ ସବୁକୁ ସୁକ୍ଷୀତ ସ୍ଥାନକୁ ନେଇଯିବା ପାଇଁ କୁହାଯାଇଛି ।

ଅପରପକ୍ଷେ ଆଗାମୀ ଦିନରେ ପାଣିପାଗ ପୁଣି ବଦଳିବ ଏବଂ ତାପମାତ୍ରା କ୍ରମେ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତକାଲି ରାତିରେ ରାଜ୍ୟର ଭିବିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା । ରାତି ପ୍ରାୟ ୯ଟାରୁ କୁହୁଡ଼ି କାରଣରୁ ୨୦ରୁ ୩୦ ମିଟର ପର୍ଯ୍ୟନ୍ତ ରାସ୍ତା ଦେଖା ଯାଉନଥିଲା । ଆଜି ସକାଳୁ ମଧ୍ୟ କୁହୁଡ଼ିର ଚାଦର ତଳେ ରାଜ୍ୟର କିଛି ସ୍ଥାନ ଘୋଡ଼ାଇ ହୋଇ ରହିଥିଲା ।

 

ଗଞ୍ଜାମ ତାରାତାରିଣୀ ପୀଠର ବିକାଶ ପ୍ଲାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଞ୍ଜାମ: ଗଞ୍ଜାମ ତାରାତାରିଣୀ ପୀଠର ବିକାଶ ପ୍ଲାନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିଂହଦ୍ଵାରର ପୁନରୁଦ୍ଧାର ସହ ଭକ୍ତଙ୍କ ସୁବିଧା, ରାସ୍ତା ନବୀକରଣ, ପାନୀୟଜଳ, ପ୍ରସାଦ ସେବନ ମଣ୍ଡପ, ଭାଷଣ କେନ୍ଦ୍ର, ମୁଣ୍ଡନ ହଲ୍‌ ଏବଂ ଶୌଚାଳୟ ବ୍ୟବସ୍ଥା କରାଯିବ ।

ନୂଆ ପ୍ଲାନରେ ପ୍ରସାଦ ସେବନ ମଣ୍ଡପ, ଭାଷଣ କେନ୍ଦ୍ର, ଧ୍ୟାନ କେନ୍ଦ୍ର, ଜୋତା ଷ୍ଟାଣ୍ଡ, ୱାଚ ଟାୱାର ଓ ଫାଷ୍ଟ ଏଡ୍‌ ସେଣ୍ଟର ଆଦିକୁ ସାମିଲ କରାଯାଇଛି । ସେହିପରି ମନ୍ଦିର ପଛପଟେ ଧ୍ୟାନ କେନ୍ଦ୍ର ଓ ଭିଉ ପଏଣ୍ଟ ହେବ । ଏହାକୁ ନେଷ୍ଟର ଆର୍କିଟେକ୍ଟ ସଂସ୍ଥାର ନାରାୟଣ ତ୍ରିପାଠୀ ଡିଜାଇନ କରିଛନ୍ତି । ଯାହା ଦେଶର ଏକ ଭବ୍ୟ ଧାର୍ମିକସ୍ଥଳୀରେ ପରିଣତ କରିବାର ଆଶା ଦେଖାଇଛି । ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଉପଦେଷ୍ଟା ଆର. ବାଲକ୍ରିଷ୍ଣନ, 5-T  ସଚିବ ଭି କେ ପାଣ୍ଡିଆନଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଓ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ । ତାରାତାରିଣୀ ପୀଠ ହେଉଛି ଓଡ଼ିଶାର ପୂରାତନ୍‌ ଶକ୍ତି ପୀଠମାନଙ୍କ ମଧ୍ୟରେ ଅନ୍ୟତମ ।

ଦାରିଙ୍ଗବାଡ଼ିରେ ପିକ୍‌ନିକ୍ ବସ୍‌ର ଚକା ଫାଟିଲା, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଭଞ୍ଜନଗର: ଘାଟିରେ ଝୁଲିଲା ବସ୍‌ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଗଞ୍ଜାମ, କନ୍ଧମାଳ ସୀମାନ୍ତ ଦାରିଙ୍ଗିବାଡ଼ି ଘାଟିରେ ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୁବନେଶ୍ୱରର ଏକ ଘରୋଇ କଲେଜ ଛାତ୍ରଛାତ୍ରୀ ପିକ୍‌ନିକ୍‌ ପାଇଁ ଦାରିଙ୍ଗବାଡ଼ି ଯାଇଥିଲେ ।

ତେବେ ଫେରୁଥିବା ସମୟକେ ଗାଡ଼ିର ଟାୟାର ଫାଟି ଯିବାରୁ ଏହା ରାସ୍ତା କଡ଼କୁ ଯାଇଥିଲା । ତେବେ ଗାଡ଼ିଟି ଘାଟି ତଳକୁ ନଖସି ଝୁଲି ରହିଥିଲା। ଗାଡ଼ିର ଜରୁରୀକାଳୀନ ଡୋର ଦେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ବାହାର କରାଯାଇଥିଲା ।

ସୋରଡ଼ା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସେମାନଙ୍କୁ ଏକ ବସ୍‌ ଯୋଗେ ସୋରଡ଼ା ପହଞ୍ଚା ଯାଇଥିଲା ।

କିଡନୀ ସମସ୍ୟା ଦେଇ ଗତି କରୁଛନ୍ତି କି ? ତେବେ ଖାଦ୍ୟ ସୂଚ଼ୀରେ ସାମିଲ କରନ୍ତୁ ଏହି ସବୁ ଜିନିଷ

ଆଜିର ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ପାଇଁ ସମୟ ବାହର କରିବା କଷ୍ଟକର ହୋଇପଡ଼ୁଛି।ବ୍ୟସ୍ତତା ଭିତରେ ଖାଦ୍ୟ ପେୟରେ ଅନିୟମିତତା ଯୋଗୁଁ ଶରୀରରେ ବିଭିନ୍ନ ପ୍ରକାର ରୋଗ ମାଡିବସୁଛି। ସେଥିମଧ୍ୟରୁ କିଡନୀ ସମସ୍ୟା ଅନ୍ୟତମ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡେ।

ଆମେରିକାନ ସୋସାଇଟି ଅଫ୍‌ ନେଫ୍ରୋଲୋଜୀର କ୍ଲିନିକାଲ୍‌ ଜର୍ନାଲ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ କିଡନୀ ରୋଗୀ ଅଲିଭ୍‌ ଅଏଲ୍‌ରୁ ପ୍ରସ୍ତୁତ ଖାଦ୍ୟ, ଫଳ, ପାସ୍ତା, ଗହମ, ଅଳ୍ପ ମାଛ ଖାଇବା ଆବଶ୍ୟକ। ଏହାସହ ପ୍ରୋଟିନ ଜାତୀୟ ଖାଦ୍ୟକୁ ନିର୍ଦ୍ଦିଷ୍ଟ ପରିମାଣରେ ଖାଇଲେ  କିଡନୀ ସୁସ୍ଥ ରହିଥାଏ।

କିଡନୀ ରୋଗ ସହିତ ହୃଦରୋଗର ଗଭୀର ସମ୍ବନ୍ଧ ରହିଛି। ତେଣୁ ହୃତପିଣ୍ଡକୁ ସୁସ୍ଥ ରଖିବା ଭଳି ଖାଦ୍ୟ ଯେପରିକି ସବୁଜ ପନିପରିବା ଏବଂ ଶାଗ ପ୍ରଚୁର ପରିମାଣରେ ଖାଆନ୍ତୁ। କ୍ଷୀରରୁ ସର କାଢି ପିଅନ୍ତୁ। ସେହିପରି କମ କ୍ୟାଲୋରୀଯୁକ୍ତ ଦହି, ଛେନା ଇତ୍ୟାଦି ଆପଣଙ୍କୁ ଫିଟ ରଖିବ। କିଡନୀ ସମସ୍ୟା ଥିଲେ ଉପଯୁକ୍ତ ପରିମାଣରେ ପୋଟାସିୟମ ଯୁକ୍ତ ଖାଦ୍ୟ ଖାଇବାକୁ ପ୍ରୟାସ କରନ୍ତୁ ।

ମୋହନା: ଲୁଡ୍ରୁ ବାଳିକା ସେବାଶ୍ରମ ବିଦ୍ୟାଳୟର ୮ ଜଣ ଛାତ୍ରୀ ଅସୁସ୍ଥ । ୨ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର । ବାସି ଚୂଡ଼ା ଚକଟା ଖାଈ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ସୂଚନା ।

ମୋହନା: ଲୁଡ୍ରୁ ବାଳିକା ସେବାଶ୍ରମ ବିଦ୍ୟାଳୟର ୮ ଜଣ ଛାତ୍ରୀ ଅସୁସ୍ଥ । ୨ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର । ବାସି ଚୂଡ଼ା ଚକଟା ଖାଈ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ସୂଚନା ।

ମୋହନା: ଲୁଡ୍ରୁ ବାଳିକା ସେବାଶ୍ରମ ବିଦ୍ୟାଳୟର ୮ ଜଣ ଛାତ୍ରୀ ଅସୁସ୍ଥ । ୨ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର । ବାସି ଚୂଡ଼ା ଚକଟା ଖାଈ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ସୂଚନା ।

ମୋହନା: ଲୁଡ୍ରୁ ବାଳିକା ସେବାଶ୍ରମ ବିଦ୍ୟାଳୟର ୮ ଜଣ ଛାତ୍ରୀ ଅସୁସ୍ଥ । ୨ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର । ବାସି ଚୂଡ଼ା ଚକଟା ଖାଈ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ସୂଚନା ।