spot_img
Home Blog Page 7550

ବଢ଼ିଲା ନୀରବ ମୋଦିଙ୍କ ଅଡୁଆ, ସିବିଆଇର ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଆଉ ୫ ସହଯୋଗୀଙ୍କ ନାଁ

ମୁମ୍ବାଇ : ଦେଶର ଅନ୍ୟତମ ସର୍ବବୃହତ୍ ବ୍ୟାଙ୍କ ସ୍କାମ୍ ତଥା ୧୩ ହଜାର କୋଟିର ପିଏନବି ସ୍କାମ ମାମଲାରେ ମୁମ୍ବାଇର ସ୍ପେସାଲ୍ ସିବିଆଇ କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ ହୋଇଛି । ସିବିଆଇ ପକ୍ଷରୁ ଦାଖଲ ହୋଇଥିବା ଏହି ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଆଉ ୫ ଜଣଙ୍କ ନାଁ ସାମିଲ କରାଯାଇଛି । ଏଥିରେ ନୀରବ ମୋଦିଙ୍କ ଭାଇ ତଥା ହୀରା ବ୍ୟବସାୟୀ ନେହଲ ମୋଦିଙ୍କ ନାଁ ସାମ୍ନାକୁ ଆସିଛି ।


ଏହାସହ ପିଏନବିର ନିଲମ୍ବିତ ଡିଜେଏମ୍ ସଂଜୟ ପ୍ରସାଦ, ପୂର୍ବତନ ଉପସଭାପତି ଅମିତ ମାଗିଆ, ନିର୍ଦ୍ଦେଶକ ସଂଦୀପ ମିସ୍ତ୍ରୀ ଓ ହଂକଂରେ ନୀରବଙ୍କ ବ୍ୟବସାୟ ଦେଖୁଥିବା ମିହିର ଭନସାଲୀ ପ୍ରମୁଖଙ୍କ ନାଁ ସିବିଆଇ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଦର୍ଶାଇଛି । ପୂର୍ବରୁ ୨୫ ଜଣଙ୍କୁ ସିବିଆଇ ନିଜ ଚାର୍ଜସିଟରେ ଅଭିଯୁକ୍ତ ବୋଲି ଦର୍ଶାଇଥିଲା । ଏବେ ଏଥିରେ ଆଉ ୫ ଜଣଙ୍କ ନାଁ ସାମିଲ କରିଛି ।


ଏହାସହ ଭାରତ ଆସିଲେ ଜଣେ ନିର୍ଦ୍ଦେଶକଙ୍କୁ ହତ୍ୟା ଧମକ ଅଭିଯୋଗରେ ନୀରବଙ୍କ ବିରୋଧରେ ଅପରାଧିକ ମାମଲା ମଧ୍ୟ ସିବିଆଇ ପକ୍ଷରୁ ରୁଜୁ କରାଯାଇଛି ।

ଯୁଦ୍ଧ ଭୂମିରେ ଶେଷ ନିଶ୍ୱାସ ବେଳେ ଶ୍ରୀ ରାମଚନ୍ଦ୍ରଙ୍କୁ ପାଖକୁ ଡାକିଥିଲେ ରାବଣ, କହିଥିଲେ…

ଭୁବନେଶ୍ୱର : ଘରେ ଘରେ ‘ରାମାୟଣ’ର କାହାଣୀକୁ ସମସ୍ତେ ଜାଣିଛନ୍ତି । ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମରୁ ଆରମ୍ଭ କରି ତାଙ୍କ ଜୟ ଯାତ୍ରାର କାହାଣୀ ସମସ୍ତଙ୍କୁ ଉଣା ଅଧିକେ ଜଣା । କିନ୍ତୁ ପୁରାଣରେ କିଛି ଏମିତି କଥା ଅଛି ଯାହାକୁ ଏଯାଏଁ ଲୋକେ ଜାଣିନାହାନ୍ତି । ଆପଣମାନେ ଜାଣନ୍ତି କି ରାବଣ ରାମଙ୍କୁ ତା ଜୀବନର ଶେଷ ସମୟରେ କହିଯାଇଥିବା କିଛି କଥା, ଯାହା ଶୁଣିଲେ ଆପଣମାନେ ମଧ୍ୟ ସେ କାହାଣୀକୁ ଆଉ ଥରେ ମନେପକାଇବାକୁ ଚେଷ୍ଟା କରିବେ । କୁହାଯାଏ ରାବଣ ଖୁବ୍ ଅହଙ୍କାରୀ ଥିଲେ ଆଉ ମଣିଷର ଅହଙ୍କାର ସେତେବେଳେ ଭାଙ୍ଗେ ଯେତେବେଳେ ସେ ବିଫଳତାକୁ ସାମ୍ନା କରେ । ଆଉ ଖୋଜିବୁଲେ ତା ବିଫଳତାର କାରଣକୁ । ଏମିତି କିଛି ରାଜର୍ଷୀ ରାବଣ ସହ ମଧ୍ୟ ହୋଇଥିଲା ଯାହାର ପରିପ୍ରକାଶ ସେ ରାମଙ୍କ ଆଗରେ କରିଥିଲା, ତା ବି ମୃତ୍ୟୁ ଶଯ୍ୟା ନିକଟରରେ ।

“ରାବଣ” ଯୁଦ୍ଧ ଭୂମିରେ ନିଜର “ଶେଷ ନିଶ୍ୱାସ” ନେବା ବେଳେ. ଶ୍ରୀ ରାମଚନ୍ଦ୍ରଙ୍କୁ ପାଖକୁ ଡାକିଲେ କହିଲେ..

‘ ହେ ରାମ’: ‘ମୁଁ’ ତୁମର ପ୍ରତ୍ୟେକ କଥାରେ ତୁମ ଠାରୁ ‘ଶ୍ରେଷ୍ଠ’  । “ଜାତି”ରେ ମୁଁ “ବ୍ରାହ୍ମଣ”, ଯାହା ତୁମ ଜାତି ଠାରୁ “ଶ୍ରେଷ୍ଠ”।

“ବୟସ “ରେ ବି ମୁଁ ତୁମଠାରୁ ଢେର “ବଡ”। ମୋ “କୁଟୁମ୍ବ” ତୁମର କୁଟୁମ୍ବ ଠାରୁ ବହୁତ “ବଡ଼” ।

ମୋର “ସମ୍ପତ୍ତି” ତୁମ ସମ୍ପତ୍ତି ଠାରୁ କେତେ ଯେ “ଅଧିକ” ତାର କଳନା ନାହିଁ।

ତୁମର “ରାଜପ୍ରସାଦ” ସୁନା ରେ ତିଆରି ହୋଇଥିବ । କିନ୍ତୁ,ମୋର ଲଙ୍କା “ସ୍ୱର୍ଣ୍ଣ ନଗରୀ”ରେ ବିଭୂଷିତ।

ରାବଣ କହିଥିଲା, ସେ “ବଳ ଓ ପରାକ୍ରମ” ରେ ରାମଙ୍କ ଠାରୁ “ଶ୍ରେଷ୍ଠ” ଥିଲା

“ଜ୍ଞାନ ଏବଂ ତପସ୍ୟା” ରେ ମୁଁ ତୁମ ଠାରୁ “ଶ୍ରେଷ୍ଠ”  । କିନ୍ତୁ, ହେ.. ଶ୍ରୀରାମ , ମୁଁ ତୁମ ଠାରୁ ଏତେ “ଶ୍ରେଷ୍ଠ” ହେଲେ ବି , “ଯୁଦ୍ଧ”ରେ ତୁମଠାରୁ ମୁଁ “ପରାସ୍ତ”ହୋଇଗଲି। ଏହାର କାରଣ କଣ ଜାଣିଛ ବୋଲି ସେ ପଚାରିଥିଲେ ।

ତେବେ ରାବଣ ସେଦିନ ରାମଙ୍କୁ ଯେଉଁ ସତ କଥା କହିଥିଲେ ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ଆମ ସମାଜରେ ଦେଖିବାକୁ ମିଳୁଛି । ରାବଣ କହିଥିଲେ, ମୁଁ ଏଇଥି ପାଇଁ ତୁମଠାରୁ ପରାସ୍ତ ହୋଇଥିଲି କାହିଁକିନା ତୁମ ଭାଇ ତୁମ ସାଙ୍ଗରେ ଅଛନ୍ତି ଆଉ ମୋ ଭାଇ ମୋ ସାଙ୍ଗରେ ନୁହେଁ ବରଂ ମୋ ବିରୋଧରେ ଅଛି । ସେଦିନ ବିଭୀଷଣ ରାବଣକୁ ଛାଡ଼ି ରାମଙ୍କ ପାଖକୁ ଆସିଥିଲେ ଏବଂ ଲକ୍ଷ୍ମଣ ପ୍ରଥମରୁ ହିଁ ବନବାସରେ ରାମଙ୍କ ସହ ରହିଥିଲେ । ଯୁଦ୍ଧକ୍ଷେତ୍ରରେ ମଧ୍ୟ ରାମକୁ ପ୍ରତି ପାଦରେ ସହଯୋଗ କରିଥିଲେ । ରାବଣ ପାଖରେ ଏତେ ଶ୍ରେଷ୍ଠତା ଥାଇ, ବିନା ଭାଇର ସାହାଯ୍ୟରେ ଯଦି ରାବଣ ଭଳି ଯୋଦ୍ଧା ହାରି ଯାଇଥିଲା ତେବେ ଅହଂକାର ଓ ଗର୍ବ ଯେତେ ଥିଲେ ବି ପରିବାର କିମ୍ୱା ଭାଇ ନଥିଲେ ଯୁଦ୍ଧ ଜିଣିବା ସହଜ ନୁହେଁ ବୋଲି ଶିଖାଇ ଥିଲା ରାବଣ । 

ରାମଙ୍କ ପାଖରେ ଥିଲା ଆତ୍ମୀୟଙ୍କ ଆଶୀର୍ବାଦ ଆଉ ଭାତୃ ପ୍ରେମ । ଯାହା ବଳରେ ରାବଣକୁ ପରାସ୍ତ ହେବାକୁ ହିଁ ପଡ଼ିଥିଲା । ଏହାକୁ ବହୁ ଲୋକ ପରିବାରର ସମର୍ଥନ କିମ୍ବା ଆଶୀର୍ବାଦ ମଧ୍ୟ କହିଥାନ୍ତି ଯେଉଁଥି ପାଇଁ ରାମଙ୍କର ବିଜୟ ହୋଇପାରିଲା ।

ପୁଣି ଶ୍ରୀମନ୍ଦିରକୁ ଗଲା ମୋବାଇଲ୍, ସୁରକ୍ଷାକୁ ନେଇ ପ୍ରଶ୍ନ

ପୁରୀ : ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । କାରଣ, ଶ୍ରୀମନ୍ଦିର ଚାହାଣି ମଣ୍ଡପରେ ଜଣେ ଯୁବକ ଫୋନରେ ଭିନ୍ନ ଭିନ୍ନ ଭାଗ ଭଙ୍ଗୀରେ କଥା ହେଉଥିବାର ଫଟୋ ଇରାଲ୍ ହୋଇଛି । ଧଳା ଶାର୍ଟ ପିନ୍ଧି ଏ ଯୁବକ ଜଣଙ୍କ କାନ୍ଥକୁ ଡେରି ହୋଇ ମୋବାଇଲରେ କଥା ହେଉଥିବାର ଫଟୋ ଭାଇରାଲ୍ ହୋଇଛି ।
ଶ୍ରୀମନ୍ଦିରରେ କଡ଼ା ସୁରକ୍ଷା ବଳୟ ଅତିକ୍ରମ କରି କିଭଳି ଯୁବକ ଜଣଙ୍କ ଚାହାଣି ମଣ୍ଡପକୁ ଉଠିଲେ ତାହା ସବୁଠାରୁ ବଡ଼ ପ୍ରଶ୍ନ । ମନ୍ଦିରରେ ସୁରକ୍ଷାକର୍ମୀଙ୍କ ସହ ଜେଟିପି ଥାଇ ମଧ୍ୟ କିଭଳି ଫୋନ ଭିତରକୁ ଗଲା ତାକୁ ନେଇ ଉଠିଛି ପ୍ରଶ୍ନ । ବାରମ୍ୱାର ଏଭଳି ଘଟଣା ଘଟୁଥିବା ବେଳେ ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି ।


ସଂପୃକ୍ତ ଯୁବକ ଜଣଙ୍କ କିଏ ? କାହିଁକି ସେ ସେଠାକୁ ଯାଇଥିଲେ ? ଏଭଳି କରିବା ପଛରେ କଣ କାରଣ ? ସେ ସବୁକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି ।

ସିଏଏକୁ ନେଇ ବିରୋଧ ଜାରି : ବନ୍ଧା ହେଲେ ୧୦ ବିକ୍ଷୋଭକାରୀ

. ପ୍ରଦର୍ଶନକାରୀଙ୍କୁ କାବୁ କରିବା ପାଇଁ ପୋଲିସର ଜୋରଦାର ପ୍ରୟାସ

. ଦରିୟାଗଞ୍ଜରେ ୧୦ ପ୍ରଦର୍ଶନକାରୀଙ୍କୁ ଗିରଫ କଲା ପୋଲିସ

ନୂଆଦିିଲ୍ଲୀ : ନାଗରିରକତା ସଂଶୋଧନ ଆଇନ୍ (CAA) ବିରୋଧରେ ସାରା ଦେଶରେ ବିକ୍ଷୋଭ ଉଗ୍ର ରୂପ ନେଉଛି । ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳରେ ଶୁକ୍ରବାର ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜଭାବେ ଉଭା ହୋଇଛି ।

ସୂଚନା ଅନୁଯାୟୀ, ବିକ୍ଷୋଭ ଚାଲିଥିବାବେଳେ ଥାନା ପାଖରେ ଥିବା ଏକ ଗାଡ଼ିରେ ନିଆଁ ଲଗାଇବା ସହ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ ପ୍ରଦର୍ଶନକାରୀ । ଫଳରେ ପୋଲିସ ପାଣି ମାଡ଼ କରି ପ୍ରଦର୍ଶନକାରୀଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲା । ଏହି ସମୟରେ କିଛି ପ୍ରଦର୍ଶନକାରୀଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିଲା । ଏହାକୁ ବିରୋଧ କରି ସେଠାରେ ଥିବା କିଛି ବ୍ୟକ୍ତି ଦିଲ୍ଲୀ ପୋଲିସର ମୁଖ୍ୟାଳୟ ଘେରାଉ କରିଥିଲେ । ହେପାଜତରେ ନିଆଯାଇଥିବା ପ୍ରଦର୍ଶନକାରୀଙ୍କୁ ନଛାଡ଼ିବା ପର୍ଯ୍ୟନ୍ତ ମୁଖ୍ୟାଳୟ ସମ୍ମୁଖରେ ସେମାନେ ଧାରଣାରେ ବସିବେ ବୋଲି କହିଥିଲେ ।

ପରେ ଶୁକ୍ରବାର ରାତି ପ୍ରାୟ ୧୦:୩୦ରେ ଦିଲ୍ଲୀ ଚିଫ୍ ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍‌ଙ୍କ ଆଦେଶରେ ସେମାନଙ୍କ ମଧ୍ୟରୁ ୮ ନାବାଳକଙ୍କୁ ଛଡ଼ା ଯାଇଥିଲା ।

ଅନ୍ୟପଟେ ଦରିୟାଗଞ୍ଜ ପୋଲିସ ଷ୍ଟେସନରୁ ମିଳିଥିବା ସୂଚନା ଅନୁସାରେ, ଶନିବାର ସକାଳେ ପୋଲିସ ହେପାଜତକୁ ନେଇଥିବା ୧୬ ଜଣଙ୍କୁ ଛାଡ଼ି ଦେଇଛି  ଏବଂ ଆଉ ୧୦ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଜାମା ମସଜିଦରେ ନମାଜ ସାରି ବହୁ ସଂଖ୍ୟକ ଲୋକ ନାଗରିକତା ନିୟମ ବିରୋଧରେ ବିକ୍ଷୋଭ କରିବା ପାଇଁ ଯନ୍ତର ମନ୍ତର ମଇଦାନ ଅଭିମୁଖେ ଯାଇଥିଲେ । ଏହି ସମୟରେ ପୋଲିସ ଇଣ୍ଡିଆ ଗେଟ୍ ପାଖରେ ସେମାନଙ୍କୁ ଅଟକାଇବାରୁ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା ।

ଅନ୍ୟପଟେ ଗୁରୁବାର ଦିନ ସୀମାପୁରୀ ଅଞ୍ଚଳରେ ହିଂସା କାରଣରୁ ଧାରା ୮୧୬/୧୯ ଅନୁସାରେ ୧୧ ଜଣଙ୍କ ବିରୋଧରେ ଏଫଆଇଆର ଦିଆଯାଇଛି ।

CAA ହିଂସାରେ ରେଳବାଇର ବ୍ୟାପକ କ୍ଷତି, ପୂର୍ବତଟ ରେଳବାଇରେ ସର୍ବାଧିକ

0

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ୍ ୨୦୧୯କୁ ଉତ୍ତର ଭାରତ ଓ ପୂର୍ବ ଭାରତରେ ପ୍ରବଳ ବିରୋଧ ଜାରି ରହିଛି । ବିଭିନ୍ନ ସ୍ଥାନରେ ହିଂସାରେ ୧୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ୬୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ।

ଏହା ମଧ୍ୟରେ ହିଂସାରେ ରେଳବାଇର ୮୮ କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି । ପୂର୍ବଚଟ ରେଳବାଇରେ ୭୨ କୋଟି ଟଙ୍କା ନଷ୍ଟ ହୋଇଥିବା ବେଳେ ଦକ୍ଷିଣ ରେଳବାଇର ୧୩ କୋଟି ଟଙ୍କା ନଷ୍ଟ ହୋଇଛି । ସେହିପରି ଉତ୍ତର ପୂର୍ବ ଫ୍ରଣ୍ଟାୟାର ଜୋନରେ ୩ କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଛି ।
ଟ୍ରେନରେ ବଗି ନଷ୍ଟ ଓ ପୋଡ଼ା ଜଳା କାରଣରୁ ଏହି ସବୁ କ୍ଷତି ହୋଇଥିବା ଜଣାପଡ଼ିଛି ।

ବଳଦ ଖୋଜିବାକୁ ଯାଇ ଭାଲୁର ଶିକାର ହେଲେ ବ୍ୟକ୍ତି, ତାଡ଼ିନେଲା ଆଖି

ଉଦଳା: ବଳଦ ଖୋଜିବାକୁ ଯାଇ ନିଜ ଆଖି ହରାଇଲେ । ରାତିରେ ବଳଦ ଖୋଜିବାକୁ ଯାଇଥିବା ବେଳେ ଭାଲୁ ତାଡ଼ିନେଲା ଆଖି ।  ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ କଟରାସାହି ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା ।

ସୂଚନା ଅନୁଯାୟୀ, କଟରାସାହି ଗାଁର ଦାମ ଟୁଡ଼ୁ ନାମକ ବ୍ୟକ୍ତି ଗତକାଲି ସନ୍ଧ୍ୟାରେ ବଳଦକୁ ଖୋଜିବା ପାଇଁ ତାଙ୍କ ଘର ବାଡ଼ିକୁ ଯାଇଥିଲେ । ବାଡ଼ିରେ ଥିବା ଏକ ବାଉଁଶ ବୁଦା ନିକଟରେ ଏକ ଭାଲୁ ଲୁଚି ରହିଥିବା ବେଳେ ଟୁଡୁଙ୍କ ଉପରକୁ ଆକ୍ରମଣ କରିଥିଲା । ଭାଲୁ ଟୁଡୁଙ୍କ ମୁହଁକୁ ଆକ୍ରମଣ କରିଥିବା ବେଳେ ତାଙ୍କର ଦୁଇଟି ଆଖିକୁ ତାଡ଼ିନେଇଥିଲା । ଚିତ୍କାର ଶୁଣି ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଆସି ପହଞ୍ଚିଥିଲେ ।

ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ   ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ।

ଶେଷ ଦିନିକିଆ ପାଇଁ ବାରବାଟୀରେ ଟିମ୍ ଇଣ୍ଡିଆର ଅଭ୍ୟାସ ଆରମ୍ଭ, ସିରିଜ୍ ହାତେଇବା ଲକ୍ଷ୍ୟରେ କୋହଲି ଏଣ୍ଡ କୋ ।

କଟକ : ବାରବାଟୀ ପାଇଁ କାଉଣ୍ଟଡାଉନ ଆରମ୍ଭ । ପଡ଼ିଆ ପ୍ରସ୍ତୁତ, ମ୍ୟାଚ ପାଇଁ ଯୋଦ୍ଧା ବି ତୟାର । ରବିବାର ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବ ନିର୍ଣ୍ଣାୟକ ମୁକାବିଲା । ଏହି ମ୍ୟାଚ୍‌ ପାଇଁ ଦୁଇଟି ଦଳ ଅଭ୍ୟାସ କରିବେ । ମ୍ୟାଚ୍‌କୁ ଜିତିବା ପାଇଁ ଦୁଇଟି ଦଳ ସେମାନଙ୍କର ସ୍ୱତନ୍ତ୍ର ରଣକୌଶଳ କରିବେ । ପିଚ୍‌ କେମିତି ଅଛି ଏବଂ କେଉଁ ଷ୍ଟ୍ରାଟେଜିରେ ଟିମ୍‌ ଖେଳିବ ସେନେଇ ଆଜି ଉଭୟ ଟିମ୍‌ ପ୍ଲାନ ତିଆରି କରିବେ । ତେବେ ଟିମ୍ ଇଣ୍ଡିଆର ଖେଳାଳି ଆଜି ପୂର୍ବାହ୍ନରେ ବାରବାଟୀରେ ପହଞ୍ଚି ପ୍ରାକ୍ଟିସ୍ ଆରମ୍ଭ କରିଛନ୍ତି ।

ସକାଳ ୯ଟା ୩୦ ମିନିଟିରେ ମେ ଫେୟାର ହୋଟେଲରୁ ବାହାରି ୧୦ଟା ସମୟରେ ଭାରତୀୟ ଟିମ ବାରବାଟୀରେ ପହଞ୍ଚିଥିଲା । ଏହାପରେ ସେଠାରେ ପ୍ରାକ୍ଟିସ ଆରମ୍ଭ କରିଛି ଦଳ । ଦିନ ଦୁଇଟା ସମୟରେ ଓ୍ୱେଷ୍ଟଇଣ୍ଡିଜ୍ ଟିମ୍‌ ପ୍ରାକ୍ଟିସ ପାଇଁ ପଡ଼ିଆକୁ ଆସିବ ବୋଲି ଜଣାପଡ଼ିଛି ।

ପ୍ରାକ୍ଟିସ ପରେ ଦୁଇଟି ଦଳ ଦିନିକିଆ ମ୍ୟାଚକୁ ନେଇ ପ୍ରେସ୍‌ କନଫ୍ରେନ୍ସ କରିବାର କାର୍ଯ୍ୟକ୍ରମ ଅଛି  । ସେପଟେ ଭାରତୀୟ ଟିମର ପ୍ଲେୟର୍ସଙ୍କୁ ଦେଖିବା ଓ ସେମାନଙ୍କର ଅଭ୍ୟାସ ଦେଖିବା ପାଇଁ ଦର୍ଶକଙ୍କ ଗହଳି ଷ୍ଟାଡିୟମରେ ଦେଖିବାକୁ ମିଳିଛି । ଏନେଇ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ।

ସହକାରୀ ଯନ୍ତ୍ରୀଙ୍କ ଉପରେ ଭିଜିଲାନ୍ସ ଚଡ଼କ, ସରକାରୀ ଘର ସମେତ ୯ଟି ସ୍ଥାନରେ ଚଢ଼ାଉ

ଆନନ୍ଦପୁର: ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରିଛି । ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ ପଣ୍ଡାଙ୍କ କାର୍ଯ୍ୟାଳୟ ଓ ସରକାରୀ ଘରେ ରେଡ ହୋଇଛି ।

ଏହାସହ ୯ ଟି ଜାଗାରେ ଭିଜିଲାନ୍ସ ରେଡ କରିଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ସେଲ ଦ୍ୱାରା ରେଡ ଜାରି ରହିଛି । ଆଜି ସକାଳୁ  ଭିଜିଲାନ୍ସ  ବିଭାଗର ୨ଟି ଟିମ୍ ଆନନ୍ଦପୁର ଠାରେ ଚଢାଉ କରିଛି । ଏହା ସହ ରାଉରକେଲାର ଦୁଇଟି ସ୍ଥାନରେ, ଭୁବନେଶ୍ୱରର ୩ଟି ସ୍ଥାନରେ, ମାହାଙ୍ଗାର ଗୋଟିଏ ସ୍ଥାନରେ ରେଡ୍‌ ହୋଇଛି ।

ସାକ୍ଷୀଗୋପାଳରେ ସୁବଳଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍‌ ହୋଇଛି ।  ଯନ୍ତ୍ରୀ ସୁବଳ ପଣ୍ଡାଙ୍କୁ ବିଭିନ୍ନ ପ୍ରଶ୍ନ କରିବା ସହ ଅନେକ ନଥିପତ୍ର ଜାଞ୍ଚ କରୁଛି  ୨ ଜଣିଆ ଟିମ୍  ।

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ, ଗଛରେ ଦଉଡ଼ି ଦେଇ କଲେ ଆତ୍ମହତ୍ୟା

0

ଗଞ୍ଜାମ: ଗଞ୍ଜାମ କବିସୂର୍ଯ୍ୟନଗର ସୂନାପଲି ଗାଁ ରେ ଅଭାବନୀୟ ଘଟଣା । ଗଛରେ ମୃତଦେହ ଓହଳିଥିବା ବେଳେ ଯୁବକ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଗାଁ ର ଲାଲୁଘାଇ ପୋଖରୀ ହୁଡ଼ା ରେ ଥିବା ଏକ ଗଛରେ ଦୁଇଜଣ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁର କାରଣ ପ୍ରେମ ଜନିତ ବୋଲି ଜଣାପିଡ଼ିଛି । ମୃତକ ଦୁଇ ଜଣ ସେହି ଗାଁ ର ବିଜ୍ଞାନୀ ନାହାକ ଓ କୈଳାସ ନାହାକ ।

ସୂଚନା ଅନୁଯାୟୀ, ଏହି ଦୁଇଜଣ କିଛିଦିନ ହେବ ପରସ୍ପରକୁ ଭଲପାଇ ଆସୁଥିଲେ । କିନ୍ତୁ କୌଣସି କାରଣରୁ ଆଜି ସକାଳୁ ଏମାନଙ୍କର ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା । ଗାଁ ଲୋକେ ଶୌଚପାଇଁ ଗଲା ବେଳେ ଭୋରୁ ଭୋରୁ ଏମାନଙ୍କର ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଜି ଶବକୁ ଉଦ୍ଧାର କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି  ।