spot_img
Home Blog Page 7554

ବହୁଚର୍ଚ୍ଚିତ ‘ଅଯୋଧ୍ୟା’କୁ ନେଇ ଫିଲ୍ମ ପ୍ରସ୍ତୁତ କରିବେ କଙ୍ଗନା

ବଲିଉଡ କ୍ୱିନ କଙ୍ଗନା ରନାୱତ ମଣିକର୍ଣ୍ଣିକାରୁ ଡିରେକ୍ସନରେ ଡେବ୍ୟୁ ଆରମ୍ଭ କରିଥିବେଳେ ଏବେ ପ୍ରଡକ୍ସନରେ ଡେବ୍ୟୁ କରିବାକୁ  କରିବାକୁ ଯାଉଛନ୍ତି  । କଙ୍ଗନା ରନାୱତ ମଣିକର୍ଣ୍ଣିକା ନାମରେ ଏକ ପ୍ରଡକ୍ସନ ହାଉସ ଖୋଲିଛନ୍ତି  । କଙ୍ଗନା ନିଜ ପ୍ରଡକ୍ସନ ହାଉସରେ ଆଗାମୀ ଫିଲ୍ମ ନିର୍ମାଣ କରିବା ନେଇ ମଧ୍ୟ  ଘୋଷଣା କରିସାରିଲେଣି  ।

ଫିଲ୍ମର କାହାଣୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଉପରେ ପର୍ଯ୍ୟବେସିତ ହେବ  । ଫିଲ୍ମର ଟାଇଟେଲ ରହିବ ଅପାରାଜିତ ଅଯୋଧ୍ୟା  । ଅଯୋଧ୍ୟା ପ୍ରସଙ୍ଗ ବର୍ଷ ବର୍ଷ ଧରି ଚର୍ଚ୍ଚାରେ ଥିବାବେଳେ ଏହି ବିଷୟ ବସ୍ତୁ ନେଇ କଙ୍ଗନା ରନାୱତ ଫିଲ୍ମ ନିର୍ମାଣ କରିବେ  ।

 

ଅଯୋଧ୍ୟାକୁ ନେଇ ତମାମ ଘଟଣାବଳୀ ରହିଛି ଏଥି ସହ ରାଜନୀତିର ଚକ୍ରବ୍ୟୁହରେ  ରାମ ମନ୍ଦିର ଫସିବା ଭଳି ପ୍ରସଙ୍ଗ ଏହି ଫିଲ୍ମରେ ସ୍ଥାନ ପାଇବ  । ବର୍ଷ ବର୍ଷ ଧରି ଚାଲି ଆସିଥିବା ଅଯୋଧ୍ୟା ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟ ପରେ ଏହି ବିବାଦର ଏକ ପ୍ରକାର ସମାଧାନ ହୋଇଛି  ।  ଆସନ୍ତା ବର୍ଷ ଫିଲ୍ମର ସୁଟିଂ କାମ ଆରମ୍ଭ ହେବ  ।

ମୁଖ୍ୟମନ୍ତ୍ରୀଙ୍କ ଅଚାନକ୍ ସମୀକ୍ଷା, ବିଜେଡି ନେତାଙ୍କୁ ଡାକିଲେ ନବୀନ ନିବାସ, କହିଲେ…

ଭୁବନେଶ୍ୱର : ସବୁଦିନ ଭଳି ଆଜି ଚିରାଚରିତ ଧଳା କୁର୍ତ୍ତା କିମ୍ବା ପାଇଜାମା ପିନ୍ଧିନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଲକା ଫୁଲକା ମର୍ଣ୍ଣିଂ ଓ୍ୱାକର କଷ୍ଟ୍ୟୁମ୍ । ବ୍ଲାକ୍ ଟି ସର୍ଟ ସହ ବ୍ଲାକ୍ ଟ୍ରାଉଜରର କମ୍ବିନେସନ୍ । ହଠାତ୍ ସକାଳୁ ସକାଳୁ ବିଜେଡିର କିଛି ନେତାଙ୍କୁ ଡକରା ହେଲା ତୁରନ୍ତ ନବୀନ ନିବାସ ଆସିବାକୁ । ମୁଖ୍ୟମନ୍ତ୍ରୀ ବୈଠକ କରିବେ ପାର୍ଟିର କିଛି କାର୍ଯ୍ୟକ୍ରମକୁ ନେଇ ।

ପାର୍ଟି କର୍ମକର୍ତ୍ତାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଏହାପରେ ଅଚାନକ ନେତାମାନେ ପହଞ୍ଚିଥିଲେ ନବୀନ ନିବାସରେ । ଦଳର ସଭ୍ୟସଂଗ୍ରହ ଅଭିଯାନର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ଦଳୀୟ ସୁପ୍ରିମୋ। କମ୍ ସଭ୍ୟ ସଂଗ୍ରହ କରିଥିବା ନେତା ଆସିଥିଲେ ମୁଖିଆଙ୍କ ସ୍କାନରକୁ । ସେ ସମସ୍ତଙ୍କୁ ଡକାଯାଇଥିଲା ନବୀନ ନିବାସ, ମୁଖ୍ୟମନ୍ତ୍ରୀ କରିଥିଲେ ବୈଠକ । ଡିସେମ୍ୱର ୫ ସୁଦ୍ଧା ସଭ୍ୟ ସଂଗ୍ରହ ଅଭିଯାନ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଦଳୀୟ ନେତା ତତ୍ପର ହୋଇପଡିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ସରପ୍ରାଇଜ୍ ସମୀକ୍ଷାକୁ ନେଇ ନେତାଙ୍କ ମଧ୍ୟରେ ଛନକା  ମଧ୍ୟ ଦେଖିବାକୁ ମିଳିଥିଲା । ସାଧାରଣତଃ କେବେ ଏଭଳି ଗେଟଅପରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିନଥାଏ । ନବୀନ ନିବାସକୁ ଆସିଥିବା ସମସ୍ତ ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଗେଟଅପ୍ ଦେଖି ସମସ୍ତେ କହୁଥିଲେ ସୁପ୍ରିମୋ ହେବ ତ ଏମିତି ?

ତେବେ ଗତଥର ୪୫ ଲକ୍ଷ ସଭ୍ୟ ବିଜେଡିରେ ଥିଲେ। ଏଥର ଗତଥରର ସଂଖ୍ୟାରୁ ୫୦ ପ୍ରତିଶତ ଅଧିକ ସଭ୍ୟ ସଂଗ୍ରହର ଟାର୍ଗେଟ ରହିଛି। ପୂର୍ବରୁ ଅକ୍ଟୋବର ୩୧ ସୁଦ୍ଧା ସରୁଥିବା ବିଜେଡ଼ିର ସଭ୍ୟସଂଗ୍ରହ ଅଭିଯାନକୁ ଆଉ ୪ ସପ୍ତାହ ବୃଦ୍ଧି କରାଯାଇଥିଲା। ଏବେ ଡିସେମ୍ୱର ୫ ସୁଦ୍ଧା ସବୁ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ ।

ମାଓବାଦୀ କାର୍ଯ୍ୟକଳାପ ନେଇ ବିଧାନସଭାରେ କ’ଣ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।

ମାଓବାଦୀ କାର୍ଯ୍ୟକଳାପ ସଂକ୍ରାନ୍ତରେ  ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ, ସମ୍ପ୍ରତି ରାଜ୍ୟର ୧୫ ଜିଲ୍ଲା ମାଓ ପ୍ରଭାବିତ । ଅନୁଗୁଳ, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସମ୍ୱଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲା ମାଓବାଦୀଙ୍କ କାର୍ଯ୍ୟକଳାପ ଦ୍ୱାରା ପ୍ରଭାବିତ  । ଉପରୋକ୍ତ  ଜିଲ୍ଲା ଗୁଡ଼ିକରେ ୨୦୧୫ ମସିହାରୁ ୩୧ ଅକ୍ଟୋବର ୨୦୧୯ ସୁଦ୍ଧା ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ମୋଟ ୧୧୫ଟି ଗୁଳି ବିନିମୟ ଘଟଣା ଘଟିଛି  । ଏହିସବୁ ଘଟଣାରେ ୩ଜଣ ରାଜ୍ୟ ପୋଲିସ କର୍ମଚାରୀ,  ୩ଜଣ କେନ୍ଦ୍ରୀୟ ସୁରକ୍ଷା ବଳର କର୍ମଚାରୀ ଏବଂ ୧୧ ଜଣ ସାଧାରଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୦ ମସିହାରୁ  ୨୦ ନଭେମ୍ୱର ୨୦୧୯ ସୁଦ୍ଧା ପୋଲିସ ଏନ୍‌କାଉଣ୍ଟରରେ ମୋଟ ୧୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୭ ଜଣ ଆହତ ହୋଇଛନ୍ତି ।

ସେହିପରି ବିଧାୟକ ଗଣେଶ ରାମ୍‌ ସିଂ ଖୁଣ୍ଟିଆଙ୍କ  ତଦନ୍ତ କମିଶନ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ବିଗତ ୫ ବର୍ଷ ମଧ୍ୟରେ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ଅଧିନରେ ୫ଗୋଟି ତଦନ୍ତ କମିଶନ ଗଠନ କରାଯାଇଛି । ସେଗୁଡ଼ିକ ମଧ୍ୟରୁ ଗୋଟିଏ କମିଶନ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି ଏବଂ ଚୂଡ଼ାନ୍ତ ରିପୋର୍ଟ ଦେବା ସମ୍ପର୍କରେ ଜଣାଇ ନାହାନ୍ତି । ଧାର୍ଯ୍ୟ ସମୟ ମଧ୍ୟରେ ତଦନ୍ତ ଶେଷ ନ ହେବାରୁ କମିଶନମାନଙ୍କ ଅନୁରୋଧ କ୍ରମେ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ତଦନ୍ତ କମିଶନ ନିମନ୍ତେ ରାଜ୍ୟ ସରକାରଙ୍କୁ ବାର୍ଷିକ ପ୍ରାୟ ୧କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।

ବିଧାୟକ ଜୟନାରାୟଣ ମିଶ୍ରଙ୍କ ହାଜତ ମୃତ୍ୟୁ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୦ ମସିହାରୁ ଏଯାବତ୍‌ ୪୩ ଜଣଙ୍କ ମୃତ୍ୟୁ ହୋଇଛି ।

ପାଖରେ ନଥିଲା ଅର୍ଥ, କିନ୍ତୁ ତିଆରି କଲେ ଏମିତି କିଛି

0

ଖୋର୍ଦ୍ଧା: ଗାଡ଼ି ଚଲାଇବାକୁ ଇଚ୍ଛା ଥିଲା । କିନ୍ତୁ ପାଖରେ ଉପଯୁକ୍ତ ପରିମାଣର ଅର୍ଥ ନଥିଲା । ଗାଡ଼ି କିଣିବେ ବା କେମିତି… । କିନ୍ତୁ ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଅର୍ଥ । ଆଉ ତିଆରି କଲେ ବ୍ୟାଟେରି ଚାଳିତ ସାଇକେଲ । ଗାଡ଼ି କିଣି ପାରିଲେନି ହେଲେ ସାଇକେଲରେ ଗାଡ଼ିର ଆବଶ୍ୟକତାକୁ ପୂରଣ କରି ଦେଖାଇଲେ । ସାଧାରଣ ସାଇକେଲରୁ ତିଆରି କଲେ ବ୍ୟାଟେରି ସାଇକେଲ ।  ଯାହା ଥରୁଟିଏ ଚାର୍ଜ କଲେ ୨୫ରୁ ୩୦ କିଲୋମିଟର ଯାଏଁ ଚାଲିପାରିବ ।

ଏଭଳି କରାମତି କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ଅଞ୍ଚଳର ରାଜେଶ ଦାସ । ରାଜେଶ ହଳଦିଆ କଲେଜରେ +୨ରେ ପାଠ ପଢ଼ନ୍ତି । ଛୋଟବେଳୁ ମାଆ ଛାଡି ଆରପାରିକୁ ଚାଲିଯାଇଛନ୍ତି ଏବଂ ବାପା ଭୁବନେଶ୍ୱରରେ ଫଳ ବ୍ୟବସାୟ କରୁଛନ୍ତି । ଗରିବ ପରିବାରରୁ ଆସିଥିବାରୁ ରାଜେଶଙ୍କର ଅନେକ ସ୍ୱପ୍ନ ଅଧାରେ ରହିଯାଇଛି । କିନ୍ତୁ ରାଜେଶ ତାଙ୍କର ଏହି ଗାଡ଼ି ଚଲାଇବାର ସ୍ୱପ୍ନକୁ ଅଧାରେ ରହିବାକୁ ଦେଇ ନଥିଲେ । ସାଙ୍ଗ ମାନଙ୍କ ଠାରୁ କିଛି ଅର୍ଥ ଧାର କରି ଗୋଟିଏ ସାଇକେଲ କିଣିଥିଲେ । ପରେ ୧୨ ଭୋଲ୍ଟର ଦୁଇଟି ଲିଥିୟମ ଆୟନର ବ୍ୟାଟେରି ଏବଂ କିଛି ଆବଶ୍ୟକୀୟ ସରଞ୍ଜାମ କିଣିଥିଲେ । ଆଉ ତାପରେ ତିଆରି କରିଥିଲେ ଗୋଟିଏ ବ୍ୟାଟେରି ଚାଳିତ ସାଇକେଲ ।

ଏଇ ସାଇକେଲକୁ ଥରେ ଚାର୍ଜ କଲେ ୨୫ରୁ ୩୦ କିଲୋମିଟର ଯାଇପାରିବ  । ବ୍ୟାଟେରି ସରିଗଲାପରେ ସାଇକେଲକୁ ପେଡାଲିଂ କରି ମଧ୍ୟ ଚଲାଇବାର ସୁବିଧା ରହିଛି । ବର୍ତ୍ତମାନ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ବିନା ପ୍ରଦୂଷଣର ଗାଡି ବ୍ୟବହାର କରାଯାଉଥିବା ବେଳେ ରାଜେଶଙ୍କର ଏହି ଗାଡ଼ି ସମସ୍ତଙ୍କୁ ପ୍ରେରଣା ଯୋଗାଇବ ।

ମହାରାଷ୍ଟ୍ର ମହାସଂକଟ ନେଇ ରାୟ ଦେବେ ସୁପ୍ରିମକୋର୍ଟ, ଜାଣନ୍ତୁ ପୂରା ଘଟଣା

ମୁମ୍ବାଇ : ମହାରାଷ୍ଟ ରାଜନୀତିରେ ଲାଗି ରହିଥିବା ହାଇ ଡ୍ରାମାର ବିଚାର ଆଜି ସୁପ୍ରିମକୋର୍ଟରେ ହୋଇଛି । ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ମାମଲା ଲଢୁଥିବା ବେଳେ ଏନସିପି- କଂଗ୍ରେସ ଓ ଶିବସେନା ପକ୍ଷରୁ ମାମଲା ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ଅଭିଶେକ ମନୁସିଂଘଭି । ତେବେ ଏହି ମାମଲାରେ ଆସନ୍ତାକାଲି ସକାଳ ୧୦ଟା ୩୦ରେ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ରାୟ ଶୁଣାଇବେ । ସୁପ୍ରିମକୋର୍ଟ ରବିବାର ଦିନ କଂଗ୍ରେସ, ଏନସିପି ଓ ଶିବସେନାର ପିଟିସନ ଉପରେ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ରାଜ୍ୟପାଳଙ୍କ ଚିଠି ଏବଂ ବିଧାୟକମାନଙ୍କ ସମର୍ଥନ ପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା କୋର୍ଟରେ ଦୁଇଟି ଯାକ ଚିଠି ଦାଖଲ କରିଥିଲେ ।

ସୁପ୍ରିମକୋର୍ଟରେ ଅଜିତ ପାୱାରଙ୍କ ସମର୍ଥନ ନେଇ ଚିଠି ଦାଖଲ କରାଯାଇଥିଲା । ୫୪ ଜଣ ବିଧାୟକଙ୍କ ସମର୍ଥନ ପତ୍ରରେ କୁହା ଯାଇଛି ଯେ ମହାରାଷ୍ଟରେ ଅଧିକ ସମୟ ପାଇଁ ରାଷ୍ଟ୍ରପତି ଶାସନ ହେବ ନାହିଁ । ଆମେ ରାଜ୍ୟରେ ସ୍ଥାୟୀ ସରକାର ଚାହୁଁଛୁ । ଏଥିପାଇଁ ଆମେ ଫଡନବିସଙ୍କ ସରକାର ଗଠନ କରିବା ପାଇଁ ସମର୍ଥନ ଦେଉଛୁ ।

ସୂଚନାଯୋଗ୍ୟ ଯେ, ଶନିବାର ଦିନ ଦେବେନ୍ଦ୍ର ଫଡନବିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଏବଂ ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହାପରେ ଶିବସେନା, ଏନସିପି ଏବଂ କଂଗ୍ରେସ  ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ଏହି ନିର୍ଣ୍ଣୟକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମାମଲାର ଶୁଣାଣି ପାଇଁ ଗ୍ରହଣ କରିଥିଲେ ।

https://nandighoshatv.commaharashtra-case-in-supreme-court/

ରାଜ୍ୟରେ ନୂଆ ସରକାର ଗଠନ କରିଥିବା ବିଜେପି-ଶିବସେନା ତୁରନ୍ତ ଫ୍ଲୋର ଟେଷ୍ଟ ଦେଇ ନିଜର ବହୁମତ ସାବ୍ୟସ୍ତ କରନ୍ତୁ ବୋଲି କହିଥିଲେ କଂଗ୍ରେସ-ଏନସିପି-ଶିବସେନାର ଓକିଲ ସିଂଘଭି । ସାଧାରଣତଃ ଏଥିପାଇଁ ୧୫ରୁ ୨୦ ଦିନର ସମୟ ଆବଶ୍ୟକ ଥିବା ବେଳେ ଏହି କ୍ଷେତ୍ରରେ ୩ରୁ ୪ ଦିନ ମଧ୍ୟରେ ଫଡନବୀସ ସରକାରଙ୍କୁ ଫ୍ଲୋରଟେଷ୍ଟ ପାଇଁ କହିବାକୁ କୋର୍ଟଙ୍କ ନିକଟରେ କଂଗ୍ରେସ-ଏନସିପି-ଶିବସେନା ଅପିଲ୍ କରିଛନ୍ତି ।

https://nandighoshatv.comsupreme-court-on-maharashtra-politics/

ବିଦ୍ୟୁତ ତାର ଲାଗି ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ !

0

ଅନୁଗୁଳ: ଜଙ୍ଗଲରୁ ମିିଳିଲା ଦନ୍ତା ହାତୀର ମୃତ ଦେହ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡାପା ବନାଞ୍ଚଳ ଲକ୍ଷ୍ମୀପୁର ଜଙ୍ଗଲରୁ ହାତୀର ମୃତଦେହ ଠାବ ହୋଇଛି । ହାତୀ ମୃତ୍ୟୁ ନେଇ ଗ୍ରାମବାସୀ ହଣ୍ଡାପା ରେଞ୍ଜ ଅଧିକାରୀ ଚୈତନ୍ୟ ବେହେରାଙ୍କୁ ସୂଚନା ଦେଇଥିଲେ ।

ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଦନ୍ତାର ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ବାରହା ଶିକାର ପାଇଁ ଲାଗିଥିବା ବିଦ୍ୟୁତ ତାରରେ ଲାଗି ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସେପଟେ ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି ।

ବିଧାନସଭାରେ ବିରୋଧୀଙ୍କ ମୁହଁରେ ୫-ଟିର ପ୍ରଶଂସା । କହିଲେ, ଟିମ୍ ଅଧିକ ବୁଲିଲେ ଲୋକେ ଉପକୃତ ହେବେ

ଭୁବନେଶ୍ୱର : ଦେଢ଼ମାସ ତଳେ ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟର ସମସ୍ତ ଥାନା ଓ ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗୁ ହୋଇଥିଲା ୫-ଟି କାର୍ଯ୍ୟକ୍ରମ । ଏହାର ଫୋସକ ଥିଲା ପଛୁଆ ଅଞ୍ଚଳର ଲୋକଙ୍କୁ ସେବା ଯୋଗାଇବା । ଖାସ୍ ସେହିକାରଣରୁ କାର୍ଯ୍ୟକ୍ରମ ଲାଗୁ ହେବାର ୭ ଦିନ ପରେ ୫-ଟି ସଚିବଙ୍କ ପ୍ରଥମ ଗସ୍ତ ଥିଲା ସ୍ୱାଭିମାନ ଅଞ୍ଚଳ ମାଲକାନଗିରି । ଆଉ ରାଜ୍ୟ ସରକାରଙ୍କର ଏହି ମହତ୍ୱାକାଙ୍ଖି କାର୍ଯ୍ୟକ୍ରମକୁ କୌଣସି ସରକାରୀ ବିଧାୟକ ନୁହେଁ ବରଂ ବିରୋଧୀ ବିଧାୟକ ଆଜି ବିଧାନସଭାରେ ବେଶ୍ ପ୍ରଶଂସା କରିଛନ୍ତି । ଏହାଦ୍ୱାରା ଲୋକେ ଉପକୃତ ହେଉଥିବା କହିଛନ୍ତି କଂଗ୍ରେସର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।

ବିଧାନସଭାର ପ୍ରଶ୍ନକାଳରେ ୫-ଟିକୁ ପ୍ରସଂଶା  କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କହିଥିଲେ, ୫-ଟି ଲାଗୁ ହେବା ପରେ ମେଡିକାଲରେ ସୁଧାର ଆସିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ୫-ଟି ସଚିବଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି କହିଥିଲେ ଯେ, ୫-ଟି ଟିମ୍ ରାଜ୍ୟରେ ଅଧିକରୁ ଅଧିକ ବୁଲିବା ଦରକାର, ଯେଉଁଥିରେ ଲୋକେ ଉପକୃତ ହେବେ।

ଗାନ୍ଧି ଜୟନ୍ତୀରୁ ୫-ଟି କାର୍ଯ୍ୟକ୍ରମ ଏବଂ ମୋ ସରକାର ଥାନା ଓ ହସ୍ପିଟାଲରେ ଲାଗୁ କରାଯାଇଥିଲା । ଲୋକଙ୍କ ପାଖରେ ସେବା ପହଞ୍ଚାଇବା ସହ ସେମାନଙ୍କୁ ଠିକ୍ ସମୟରେ ସେବା ଦେବା ଏହାର ପ୍ରମୁଖ ଲକ୍ଷ୍ୟ ଥିଲା । ସରକାରୀ କାର୍ଯ୍ୟାଳୟରେ ସମସ୍ତ ସୁବିଧା  ଯୋଗାଇଦେବା ସହ ଥାନାକୁ ଆସୁଥିବା ଲୋକଙ୍କର ଫୋନ୍ ନମ୍ୱର ରଖାଯାଇ ପରବର୍ତ୍ତୀ ସମୟରେ ସେମାନଙ୍କର ଫିଡବ୍ୟାକ୍ ନିଆଯାଉଥିଲା । ଦୁର୍ନୀତି ବିରୋଧରେ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଏକ ବଡ଼ ଅସ୍ତ୍ର ଭାବେ ଉଭା ହୋଇଛି । ଏହି କାର୍ଯ୍ୟକ୍ରମ ଲାଗୁ ହେବା ପରେ ୫-ଟି ସଚିବ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ସେମାନେ ବିଭିନ୍ନ ବ୍ଲକ୍ ମୁଖ୍ୟାଳୟ ପରିଦର୍ଶନ କରିବା ସହ ଛୋଟ ଛୋଟ ସହର ମଧ୍ୟ ବୁଲିଥିଲେ । ଯେଉଁଠି ଭୁଲ୍ ତ୍ରୁଟି ପରିଲକ୍ଷିତ ହେଉଥିଲା ସେଠି ସୁଧାରୁଥିଲେ ଏବଂ ଯେଉଁଠି ଅବହେଳା ଦେଖୁଥିଲେ, ସେଠାରେ କାର୍ଯ୍ୟାନୁଷ୍ଠାନ ହେଉଥିଲା । ସାରା ରାଜ୍ୟରେ ଏହାର ଏକ ବଡ଼ ପ୍ରଭାବ ଅନୁଭୂତ ହୋଇଥିଲା ।

https://nandighoshatv.com5t-secretary-vk-pandian-reviews-healthcare-condition-other-facilities-at-scb-medical/

 

 

୫-ଟି କାର୍ଯ୍ୟକ୍ରମରେ ବହୁ ଓଏଏସ୍ ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାହାକୁ ଚାକିରିରୁ ବହିସ୍କାର କରାଯାଇଛି ତ ଆଉ କାହାର ପେନସନ୍ ବନ୍ଦ କରାଯାଇଛି । ନିକଟରେ ପୋଲିସ ବିଭାଗର ସର୍ବୋଚ୍ଚ ପଦବୀ ପୋଲିସ ଡିଜିଙ୍କ ବଦଳି ୫-ଟିରେ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଇଥିଲା ।

https://nandighoshatv.comthe-biggest-action-of-5-t-till-now/

୫-ଟି ଏବଂ ମୋ-ସରକାରକୁ ଡିସେମ୍ୱରରୁ ଆଉ ୫ଟି ବିଭାଗରେ ଲାଗୁ କରିବାକୁ ସରକାର ଉଦ୍ୟମ କରୁଥିବା ସୂଚନା ମିଳିଥିଲା । ତେବେ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ସମସ୍ତ ବିଭାଗରେ ମୋ-ସରକାର କାର୍ଯ୍ୟକ୍ରମ ଲାଗୁ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

https://nandighoshatv.commou-signed-between-govt-of-odisha-and-jpal-organisation/

‘ଆଚରଣ ବିଧି ଲାଗୁ ଓ ଫୋନି ଲାଗି ଖର୍ଚ୍ଚରେ ହୋଇଛି ବିଳମ୍ୱ’

ଭୁବନେଶ୍ୱର: ସେପ୍ଟେମ୍ୱର ସୁଦ୍ଧା ରାଜ୍ୟ ବଜେଟର ୩୭ ପ୍ରତିଶତ ଅର୍ଥାତ ୫୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନିର୍ଵାଚନରେ ଆଚରଣ ବିଧି ଲାଗୁ ସହ ଫୋନି ପାଇଁ ଖର୍ଚ୍ଚରେ ବିଳମ୍ବ ହୋଇଥିବା ଗୃହରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥିସହ ଇ-ଗଭର୍ଣ୍ଣାନ୍ସ ଜରିଆରେ ଆର୍ଥିକ ପରିଚାଳନାକୁ ଅଧିକ ଵ୍ୟବସ୍ଥିତ ଉପରେ ଗୁରୁତ୍ୱ ଦିଆଯାଉଛି। ଘରୋଇ ଓ କୌଣସି ଅର୍ଥ ଲଗାଣ କମ୍ପାନୀରେ ବେଆଇନ ଟଙ୍କା ପାର୍କିଂକୁ ବାରଣ କରାଯାଇଛି । ଟ୍ରେଜେରୀରେ ରଖିଵା ସହ ସରକାରଙ୍କ ପ୍ୟାନେଲରେ ତାଲିକାଭୁକ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଟଙ୍କା ରଖିପାରିଵେ। ତେଣୁ ବେଆଇନ ଟଙ୍କା ପାର୍କିଂର ସମ୍ଭାବନା ନାହିଁ ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ।