spot_img
Home Blog Page 7557

ହାଉସ୍ ଅଫ୍ ରିପ୍ରେଜେଣ୍ଟିଟିଭରେ ମହାଭିଯୋଗ ପ୍ରସ୍ତାବ ପାସ୍, ଅଡ଼ୁଆରେ ଡୋନାଲ୍ଡ ଟ୍ରମ୍ପ

ୱାଂଶିଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ପାସ୍ ହୋଇଛି । ଏହାକୁ ପାରିତ କରିଛି ହାଉସ୍ ଅଫ୍ ରିପ୍ରେଜେଣ୍ଟିଟିଭ । ପୂର୍ବରୁ ଆମେରିକା ସଂସଦରେ ତଳ ଗୃହରେ ଏହା ଉପରେ ପ୍ରାୟ ୧୦ ଘଣ୍ଟା ଧରି ବିତର୍କ ହୋଇଥିଲା ।ଡେମୋକ୍ରାଟିକ ଦଳର ପ୍ରତିନିଧି ସୁଶାନ ଡେବିସ୍ କହିଥିଲେ, ଆମେ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ଆଣୁ ନାହୁଁ । ବରଂ ସେ ନିଜେ ଏପରି କରୁଛନ୍ତି । ଆପଣ ରାଷ୍ଟ୍ର ମୁଖ୍ୟ ହୋଇ ନ୍ୟାୟରେ ବାଧା ସୃଷ୍ଟି କରୁଛନ୍ତି । ଆପଣ ଜଣେ ବିଦେଶୀ ନେତାଙ୍କୁ ଲାଞ୍ଚ ଦେବାକୁ ପ୍ରୟାୟ କରିଛନ୍ତି । ଆପଣ ଦେଶର ସୁରକ୍ଷା ପାଇଁ ବିପଦ ବୋଲି କହିଥିଲେ ।

ତଳ ସଦନରେ ମହାଭିଯୋଗ ପ୍ରସ୍ତାବ ପାସ୍ ହେବା ପରେ ଏବେ ଉଚ୍ଚ ସଦନ ସିନେଟରେ ଟ୍ରମ୍ପଙ୍କ ବିରୋଧରେ ମକଦ୍ଦମା ଚାଲିବ । ଆସନ୍ତା ମାସରେ ସିନେଟରେ ଟ୍ରମ୍ପଙ୍କୁ ମକଦ୍ଦମା ସାମନା କରିବାକୁ ପଡ଼ିପାରେ । କିନ୍ତୁ, ସିନେଟରେ ଟ୍ରମ୍ପଙ୍କ ଦଳ ପାଖରେ ବହୁମତ ଥିବାରୁ ସେ ନିର୍ବାଚନ ପୂର୍ବରୁ ପଦରୁ ହଟି ନପାରନ୍ତି ।

ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ

୨୦୨୦ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ । ସମ୍ଭାବିତ ପତିଦ୍ୱନ୍ଦୀ ଓ ପୂର୍ବ ଉପରାଷ୍ଟ୍ରପତି ଜୋ ୱାଇଡେନଙ୍କ ସମେତ ଅନ୍ୟ ପ୍ରତିଦ୍ୱନ୍ଦୀଙ୍କ ଛବି ଖରାପ ପାଇଁ ଟ୍ରମ୍ପ ବେଆଇନ୍ ଭାବେ ୟୁକ୍ରେନ ଠାରୁ ସାହାଯ୍ୟ ମାଗିଥିବା ଅଭିଯୋଗ ହୋଇଥିଲା । ଏହାଛଡ଼ା ସଂସଦ କାର୍ଯ୍ୟରେ ଟ୍ରମ୍ପ ବାଧା ଦେଉଥିବା ନେଇ ଅଭିଯୋଗ ହୋଇଛି ।

ବିଲେଇକୁ ଗୁଳି ଘଟଣାରେ କଲେଜ ଛାତ୍ର ଗିରଫ, ଲାଗିଲା ଆର୍ମ୍ସ ଆକ୍ଟ

ଭୁବନେଶ୍ୱର: ବିଲେଇ ହତ୍ୟାକାରୀ ଗିରଫ । ନିରୀହ ପ୍ରାଣୀକୁ ଗୁଳି କରି ହତ୍ୟା ଅଭିଯୋଗରେ ପୋଲିସ କଲେଜ ଛାତ୍ର ଆଶୁତୋଷ ନାୟକଙ୍କୁ ଗିରଫ କରିଛି । ଆଶୁତୋଷଙ୍କ ବିରୋଧରେ ଘରୋଇ ପଶୁଙ୍କୁ ହତ୍ୟା ଓ ଆର୍ମ୍ସ ଆକ୍ଟ ଆଦି ଲାଗିଛି ।

ଗିରଫ ଆଶୁତୋଷ

ବୁଧବାର ୟୁନିଟ୍-୪ ପୋଷ୍ଟାଲ କଲୋନୀର ସୁଶାନ୍ତ ପଟ୍ଟନାୟକଙ୍କ ପୋଷା ବିଲେଇ ‘ପୁଷି’କୁ ଗୁଳି କରାଯାଇଥିଲା । ଏନେଇ ସୁଶାନ୍ତ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାରେ ସୁଶାନ୍ତଙ୍କ ପଡ଼ୋଶୀ ଆଶୁତୋଷ ନାୟକଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ମୃତ ବିଲେଇ

ତେବେ, ଆଶୁତୋଷଙ୍କ ପାଖକୁ ଛର୍ରା ବନ୍ଧୁକ କେଉଁଠୁ ଆସିଲା । ତାହା ଲାଇସେନ୍ସପ୍ରାପ୍ତ କି ନୁହେଁ ? କେଉଁ କାରଣରୁ ସେ ନିରୀହ ପ୍ରାଣୀ ଉପରକୁ ଗୁଳି ଚଳାଇଲେ ? ଏବେ ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି । ସୁଶାନ୍ତଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପଡ଼ୋଶୀ ପୂର୍ବରୁ ତାଙ୍କର ଆଉ ୭ଟି ବିଲେଇକୁ ସମାନ ଢଙ୍ଗରେ ହତ୍ୟା କରିଛନ୍ତି ।

ଗତକାଲି ବିଲେଇଟି କ୍ଷୀର ପିଇ ଖେଳୁଥିବା ବେଳେ ହଠାତ୍ ଗୁଳି ଶବ୍ଦ ଶୁଭିଥିଲା । ସୁଶାନ୍ତ ଓ ତାଙ୍କ ମାଆ ଦୌଡ଼ି ଆସି ଦେଖିଲା ବେଳକୁ ବିଲେଇଟି ପାଚେରୀ ତଳକୁ ପଡ଼ିବା ସହ ଶରୀର ରକ୍ତାକ୍ତ ହୋଇଥିଲା । ତାକୁ ତୁରନ୍ତ ଓୟୁଏଟି ନିଆଯାଇଥିଲା । ହେଲେ, ବିଲେଇର ମୁଣ୍ଡରେ ୨ଟି ଗୁଳି ବାଜିଥିବାରୁ ତାର ମୃତ୍ୟୁ ହୋଇଥିଲା ।

https://nandighoshatv.comunknown-person-fired-to-a-cat-in-capital-city/

କିଛିଦିନ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ କୁକୁର ଛୁଆ ଉପରେ ଗାଡ଼ି ଚଢ଼ାଇ ଜଣେ କ୍ୟାବ୍ ଡ୍ରାଇଭର ଗିରଫ ମଧ୍ୟ ହୋଇଥିଲେ ।

https://nandighoshatv.compolice-arrested-dog-killer/

ଓଲିଉଡ୍ ହିରୋ ବାବୁସାନଙ୍କ ଚାଲାଣ କାଟିଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ବିନା ହେଲମେଟରେ ବାଇକ୍ ଡ୍ରାଇଭିଂ । ପୁଣି ନିଜ ଫେସବୁକ ପେଜରେ ଭିଡିଓ ପୋଷ୍ଟ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଫସିଛନ୍ତି ଓଲିଉଡର ଚକୋଲେଟ୍ ହିରୋ ବାବୁସାନ୍ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ କମିଶନରେଟ୍ ପୋଲିସ ବାବୁସାନଙ୍କ ଚାଲାଣ କାଟିଛି । ଏନେଇ ଖୋଦ୍ କମିଶନରେଟ୍ ପୋଲିସ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି ।

ବିନା ହେଲମେଟରେ ଡ୍ରାଇଭିଂ ପାଇଁ ପୋଲିସ ତନ୍ମୟ ମହାନ୍ତି ଓରଫ୍ ବାବୁସାନଙ୍କ ନାଁରେ ଏକ ହଜାର ଟଙ୍କା ଚାଲାଣ କାଟିଛି । ଏଥିସହ ହେଲମେଟ୍ ପିନ୍ଧି ବାଇକ୍ ଚଳାଇବାକୁ କମିଶନରେଟ୍ ପୋଲିସ ବାବୁସାନଙ୍କୁ ପରାମର୍ଶ ଦେଇଛି ।କଳିଙ୍ଗ ନଗର ଅଞ୍ଚଳରେ ବିନା ହେଲମେଟରେ ବାବୁସାନ ବାଇକ୍ ଚଲାଇ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଗୋଟିଏ ମିନିଟ୍ ୧୫ ସେକେଣ୍ଡର ଭିଡିଓଟିକୁ ଫିଲ୍ମ ସୁଟିଂ ଭଳି କରିଥିଲେ ବାବୁସାନ୍ । କେତେବେଳେ ଟ୍ରାଫିକ୍ କ୍ରସ କରୁଥିଲେ ତ କେତେବେଳେ ସାଇଡ୍ ପୋଜ୍ ଦେଉଥିଲେ । ଲୋକଙ୍କୁ ପ୍ରଭାବିତ କରୁଥିବା ସେଲିବ୍ରିଟି ନିଜେ ଟ୍ରାଫିକ ନିୟମ ଭାଙ୍ଗିଥିଲେ । 

ପୋଲିସ ଚାଲାଣ କାଟିବା ପରେ ବାବୁସାନ ନିଜ ପେଜରୁ ଭିଡିଓଟିକୁ ଡିଲିଟ୍ କରି ଦେଇଛନ୍ତି । ଏନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ସାଇରସ୍ ମିସ୍ତ୍ରୀଙ୍କ ସପକ୍ଷରେ NCLATଙ୍କ ରାୟ, ଫେରିପାଇବେ ଟାଟା ଗ୍ରୁପର ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ : ଟାଟା ଗ୍ରୁପର ଅଧ୍ୟକ୍ଷ ପଦକୁ ଫେରିବେ ବିଶିଷ୍ଟ ବ୍ୟବସାୟୀ ସାଇରସ୍ ପି. ମିସ୍ତ୍ରୀ । ଦେଶରେ ବୃହତ୍ତମ କର୍ପୋରେଟ୍ ଯୁଦ୍ଧ କୁହାଯାଉଥିବା ଟାଟା ସନ୍ସ ଓ ମିସ୍ତ୍ରୀ ପରିବାର ମଧ୍ୟରେ ଲାଗି ରହିଥିବା ବିବାଦରେ ମିସ୍ତ୍ରୀ ପରିବାର ବିଜୟୀ ହୋଇଛି । ଜାତୀୟ କଂପାନୀ ଲ ଆପିଲେଟ୍ ଟ୍ରିବୁନାଲ ଆଜି ସାଇରସ୍ ପି. ମିସ୍ତ୍ରୀଙ୍କ ସପକ୍ଷରେ ରାୟ ଦେଇଛନ୍ତି । NCLT ବମ୍ବେ ବେଞ୍ଚର ରାୟକୁ ଭୁଲ୍ ଦର୍ଶାଇଛନ୍ତି ଆପିଲେଟ୍ ଟ୍ରିବୁନାଲ । ଟାଟା ଗ୍ରୁପର ଅଧ୍ୟକ୍ଷ ପଦରେ ପୁଣିଥରେ ସାଇରସ୍ ପି ମିସ୍ତ୍ରୀଙ୍କୁ ଅବସ୍ଥାପିତ କରିଛନ୍ତି କୋର୍ଟ ।


୨୦୧୬ ଅକ୍ଟୋବରରେ ଟାଟା ସନ୍ସ ଓ ବୋର୍ଡ ନିର୍ଦ୍ଦେଶକରୁ ସାଇରସଙ୍କୁ ହଟାଇ ଦିଆଯାଇଥିଲା । ଏହାପରେ ୨୦୧୭ ଫେବୃଆରୀ ମାସରେ ଟାଟା କନସଲଟାନ୍ସି ଲିମିଟେଡର ଅଧ୍ୟକ୍ଷ ଥିବା ଏନ. ଚନ୍ଦ୍ରଶେଖରନଙ୍କୁ ଟାଟା ଗ୍ରୁପର ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯାଇଥିଲା । ତେବେ ଚନ୍ଦ୍ରଶେଖରନଙ୍କ ନିଯୁକ୍ତିକୁ ବେଆଇନ୍ ଦର୍ଶାଇଛନ୍ତି ଟ୍ରିବୁନାଲ ।


କମ୍ ଅଂଶଧନ ଥିବା ସେୟାର ହୋଲ୍ଡରଙ୍କ କଥାକୁ ବିଚାରକୁ ନିଆଯାଇନଥିବା କୋର୍ଟ ଜାଣିବାକୁ ପାଇଛନ୍ତି । ୨୦୧୬ରେ ଅଧ୍ୟକ୍ଷ ପଦରୁ ବରଖାସ୍ତ ହେବା ପରେ ସାଇରସ୍ ଏନସିଏଲଟିର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ପରିବାର ଦ୍ୱାରା ପରିଚାଳିତ ଦୁଇଟି ଫାର୍ମ ଫକ୍ଷରୁ ଟାଟା ସନ୍ସ ବିରୋଧରେ ମାମଲା ଦାଖଲ ହୋଇଥିଲା । ବମ୍ବେ ବେଞ୍ଚ ସାଇରସଙ୍କ ଆବେଦନକୁ ଖାରଜ କରିଥିବା ବେଳେ ଆଜି ଆପିଲେଟ୍ ଟ୍ରିବୁନାଲ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି ।


ଟାଟା ସନ୍ସ ପକ୍ଷରୁ ଟ୍ରିବୁନାଲଙ୍କ ରାୟ ପରେ ପ୍ରତିକ୍ରିୟା ଆସିଛି । କୁହାଯାଇଛି ଯେ, ନିଜର ନିଷ୍ପତ୍ତି ଓ ମାମଲା ସଂପର୍କରେ ଟାଟା ଗ୍ରୁପ୍ ପାଖରେ ବଳିଷ୍ଠ ପ୍ରମାଣ ଅଛି । ଟ୍ରିବୁନାଲଙ୍କ ରାୟକୁ ତର୍ଜମା ପରେ ଟାଟା ସନ୍ସ ପରବର୍ତ୍ତୀ ନ୍ୟାୟିକ ପଦକ୍ଷେପ ନେବ । ଏଥିରେ ଟାଟାର ଷ୍ଟେକ୍ ହୋଲଡର ବ୍ୟଥିତ ହେବାର ଆବଶ୍ୟକତା ନାହିଁ । ଆଜି ଟ୍ରିବୁନାଲରେ ଏସ.ଜେ ମୁଖୋପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି । ତେବେ ଟାଟା ଫାଉଣ୍ଡେସନର ଅଧ୍ୟକ୍ଷ ରତନ ଟାଟାଙ୍କ ପାଇଁ ଏହା ଶକ୍ତ ଧକ୍କା ବୋଲି କୁହାଯାଉଛି । ସେପଟେ ଟାଟା ସୁପ୍ରିମକୋର୍ଟରେ ଟ୍ରିବୁନାଲଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।