ଭୁବନେଶ୍ୱର: ବିମାନ ଚଳାଚଳ କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ସତ୍ତ୍ୱେ ଓଡ଼ିଶାକୁ ମିଳୁନି ପ୍ରାଥମିକତା । ଭୁବନେଶ୍ୱର, ଝାରସୁଗୁଡ଼ାରୁ ଦେଶ ଭିତରେ ବିମାନ ଚଳାଚଳରେ ଉନ୍ନତି ଆସିଛି । କିନ୍ତୁ, ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ସୁଯୋଗ ଥାଇ ବିମାନ ଉଡ଼ୁନି । ଫଳରେ ଓଡ଼ିଶାବାସୀଙ୍କୁ ଦିଲ୍ଲୀ ଓ କୋଲକାତା ଉପରେ ନିର୍ଭର କରିବାକୁ ପଡ଼ୁଛି । ଏଣୁ, ଓଡ଼ିଶାରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଗୁରୁତ୍ୱ ଦିଆଯାଉ । ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରରୁ ଅନ୍ତର୍ଜାତୀୟ ଉଡ଼ାଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଛନ୍ତି ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଅଧିକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଦାବି କରିଛନ୍ତି । ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଓଡ଼ିଶାରେ ଭରପୂର ସୁଯୋଗ ରହିଛି । ମୁଖ୍ୟମନ୍ତ୍ରୀ, ହରଦୀପ ସିଂ ପୁରୀ ଓ ମନ୍ତ୍ରାଳୟର ଅଧିକାରୀ ଓ ଏୟାରଲାଇନ୍ସର ସିଇଓଙ୍କୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଛନ୍ତି ।
ଓଡ଼ିଶାର ଲୋକ ଆମେରିକା, ୟୁରୋପ ଓ ମଧ୍ୟ ପୂର୍ବ ଦେଶରେ ରହୁଛନ୍ତି । ସ୍କିଲ୍ଡ ଓଡ଼ିଶା ମାଧ୍ୟମରେ ସୃଷ୍ଟ କୁଶଳୀ ଓଡ଼ିଆ କାରିଗର ବିଦେଶରେ ନିଯୁକ୍ତି ପାଇଛନ୍ତି । ତେଣୁ, ଭୁବନେଶ୍ୱରରୁ ଏହି ସବୁ ଦେଶକୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହେଲେ ଓଡ଼ିଆ ଉପକୃତ ହେବା ସହ କମ୍ ବ୍ୟୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ଏଥିସହ ଓଡ଼ିଶାରେ ପର୍ଯ୍ୟଟନର ଭରପୂର ସୁଯୋଗ ରହିଛି । ଚିଲିକା, ଶିମିଳିପାଳ, ଭିତରକନିକା, ସାତକୋଶିଆ ଭଳି ପର୍ଯ୍ୟଟନ ସ୍ଥଳୀ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ରାଜ୍ୟରେ ବୌଦ୍ଧ ତୀର୍ଥସ୍ଥଳୀ ଅନ୍ତର୍ଜାତୀୟ ସ୍ତରରେ ପରିଚିତି ପାଇଛି । ତେଣୁ, ଅନ୍ତର୍ଜାତୀୟ ବିମାନ ଚଳାଚଳ ହେଲେ ବିଦେଶୀ ପର୍ଯ୍ୟଟକ ସହଜରେ ଆସିପାରିବେ ।
ଏହାଛଡ଼ା ଓଡ଼ିଶା ୨୦୨୩ରେ ୱାର୍ଲଡକପ୍ ହକି ଆୟୋଜନ କରିବାକୁ ଯାଉଛି । ଏହା ପୂର୍ବରୁ ଉଡ଼ାଣ ଯୋଜନାରେ ଜୟପୁର ଓ ରାଉରକେଲାରୁ ବିମାନ ଚଳାଚଳ ଆରମ୍ଭ କରିବାକୁ ନବୀନ ଦାବି କରିଛନ୍ତି । ସୂଚନାଯୋଗ୍ୟ ୨୦୨୩ ହକି ବିଶ୍ୱକପ୍ ଭୁବନେଶ୍ୱର ସମେତ ରାଉରକେଲାରେ ଖେଳାଯିବ । ସେହିଭଳି ଓଡ଼ିଶା ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଆଗେଇଛି । ସବୁକୁ ଦୃଷ୍ଟିରେ ରଖି ଓଡ଼ିଶାରୁ ଅଧିକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହେଉ । ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି
ନବରଙ୍ଗପୁରରେ ଓକିଲଙ୍କ ନିଆରା ନିଷ୍ପତ୍ତି; ଲଢ଼ିବେନି ଦୁଷ୍କର୍ମକାରୀଙ୍କ କେସ୍
ନବରଙ୍ଗପୁର: ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣା । ଅଭିଯୁକ୍ତ ଗିରଫ ହେବା ପରେ କେସ୍ ନଲଢ଼ିବା ପାଇଁ ଓଲିକଙ୍କ ଅପିଲ । ଏଭଳି ଅପିଲ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ।

ସୂଚନା ଅନୁଯାୟୀ, କୋଷାଗୁମୁଡ଼ା ଥାନା ଗୁମଣ୍ଡଳୀ ଗାଁରେ ଗତ ୧୪ ତାରିଖ ଦିନ ନାବାଳିକାକୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏନେଇ ଅଭିଯୋଗ ପରେ ପୋଲିସ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନାହିଁ । ସେପଟେ କିନ୍ତୁ ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ଏକ ବଡ଼ ନିଷ୍ପତ୍ତି ନେଇଛି । ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ସପକ୍ଷରେ କୌଣସି ଓକିଲ କେସ୍ ଲଢ଼ିବେନାହିଁ ବୋଲି ନିଷ୍ପତ୍ତି ନେଇଛି ସଂଘ । ଖାଲି ସେତିକି ନୁହେଁ କୋରାପୁଟ ଜିଲ୍ଲାର କୌଣସି ଓକିଲ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ କେସ୍ ନଲଢ଼ିବା ପାଇଁ ଅପିଲ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ।
ଜବତ ହେଲା ୧୩୮ ବସ୍ତା ପିଡିଏସ୍ ଚାଉଳ; କେଉଁଠୁ ଆସିଲା ଜାଣନ୍ତୁ
ଭଦ୍ରକ: ଜବତ ହେଲା ବସ୍ତା ବସ୍ତା ପିଡିଏସ୍ ଚାଉଳ । ଗ୍ରାହକ ମାନଙ୍କ ପାଖରେ ନପହଞ୍ଚି ଘରେ ଭିତରେ ସାଇତା ହୋଇ ରଖା ଯାଇଥିଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଦୈସିଂ ପଞ୍ଚାୟତ ଚଢ଼େୟା ଗାଁରେ ।

ସୂଚନା ଅନୁଯାୟୀ, ଦୈସିଂ ପଞ୍ଚାୟତ ଚଢ଼େୟା ଗାଁର ଜଣେ ବ୍ୟକ୍ତି ଗଜେନ୍ଦ୍ର ଜେନାଙ୍କ ଘରେ ୧୩୮ ବସ୍ତା ସରକାରୀ ଚାଉଳ ରଖାଯାଇଥିଲା । କୌଣସି ମତେ ଏନେଇ ଭଦ୍ରକ ଯୋଗାଣ ବିଭାଗ ପାଖରେ ପୂର୍ବରୁ ଖବର ରହିଥିଲା । ଯୋଗାଣ ବିଭାଗ ର ଏକ ଟିମ୍ ଚଢ଼େୟା ସିମିଳିଆ ବାଙ୍କ ପାଟଣା ଚାଉଳ ଥିବା ଘରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୧୩୮ ବସ୍ତା ପିଡ଼ିଏସ ଚାଉଳ ଜବତ କରାଯାଇଥିଲା ।

ଏତେ ସଂଖ୍ୟକ ସରକାରୀ ଚାଉଳ କେଉଁଠାରୁ ଆସିଲା ଯୋଗାଣ ବିଭାଗ ତଦନ୍ତ ଆରମ୍ଭ କରିଛି । ଗଜେନ୍ଦ୍ରଙ୍କ କୌଣସି ସରକାରୀ ବ୍ୟକ୍ତିଙ୍କ ସହ ଲିଙ୍କ ଥିବା ନେଇ ସନ୍ଦେହ ଉପୁଜିଛି ।
ରାଜ୍ୟରେ ଲାଗୁ ହେବନି NRC, ସାମ୍ନାକୁ ଆସିଲା ସଂସଦରେ ବିଜେଡି ସାଂସଦଙ୍କ ଯୁକ୍ତି
ଭୁବନେଶ୍ୱର : ଦେଶର ବିଭିନ୍ନ ସ୍ଥାନରେ ନାଗରିକତା ଅଧିକାର ଆଇନକୁ ନେଇ ହିଂସା ଲାଗି ରହିଛି । ପୂର୍ବାପେକ୍ଷା ହିଂସା କମିଥିବା ବେଳେ ଏବେବି ପରିସ୍ଥିତିରେ ସୁଧାର ଆସିନି । ତେବେ ୫ ଦିନିଆ ଦିଲ୍ଲୀ ଗସ୍ତ ପୂର୍ବରୁ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, CAA ସହ ଭାରତୀୟଙ୍କ କିଛି ସମ୍ପର୍କ ନାହିଁ । କେବଳ ବିଦେଶୀଙ୍କ ସହ ଏହାର ସମ୍ପର୍କ । ବିଜେଡି ସାଂସଦମାନେ ସଂସଦରେ ସ୍ପଷ୍ଟ କରିଛନ୍ତି ଯେ, CAA ସହ NRCର କୌଣସି ସଂପର୍କ ନାହିଁ । NRCକୁ ବିଜେଡି ବିରୋଧ କରୁଛି । ତେଣୁ ସମସ୍ତ ନାଗରିକଙ୍କୁ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
https://www.facebook.com/nandighoshatv/videos/2547402242210888/
ଏଥିସହ ପଢ଼ନ୍ତୁ ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରୀୟ ସ୍ୱାର୍ଥ ଦୃଷ୍ଟିରୁ ଦେଖାଯାଉ: ବିଜେଡି
ଏନଆରସି ପ୍ରସଙ୍ଗରେ ବିଜେଡି ଦୈତ ମତ ରଖୁଥିବା ନେଇ ବିରୋଧୀ ଯେଉଁ ଅଭିଯୋଗ କରିଥିଲେ ତାକୁ ମଧ୍ୟ ଖଣ୍ଡନ କରିଛି ବିଜେଡି । ଶୀତ ଅଧିବେଶନରେ ସଂସଦର ଉଭୟ ଗୃହରେ CAB ସଂପର୍କରେ ଆଲୋଚନା ଚାଲିଥିବା ବେଳେ ବିଜେଡି ସାଂସଦମାନେ କଣ କହିଥିଲେ ଦଳ ତାକୁ ପୁଣିଥରେ ମନେ ପକାଇ ଦେଇଛି । ଡିସେମ୍ବର ୧୧ ତାରିଖରେ ରାଜ୍ୟସଭାରେ ବିତର୍କରେ ଅଂଶଗ୍ରହଣ କରି CAB ପ୍ରସଙ୍ଗରେ ମତ ରଖିଥିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସେତେବେଳେ ସେ କହିଥିଲେ ଯେ, CAB ସହ NRCର ଲିଙ୍କ ନଥିବା ବିଜେଡି ଅନୁଭବ କରୁଛି । NRC ଏକ ଭିନ୍ନ ପ୍ରସଙ୍ଗ, ଯାହା ଉପରେ ଲମ୍ବା ବିତର୍କର ଆବଶ୍ୟକ ଥିବା ସାଂସଦ ଡ. ପାତ୍ର ଉଲ୍ଲେଖ କରିଥିଲେ । ଏହା ସହ ୩ଟି ପ୍ରସ୍ତାବ ମଧ୍ୟ ଦେଇଥିଲେ ।
ସେହିପରି ଲୋକସଭାରେ ଯାଜପୁରର ସାଂସଦ ଶର୍ମିଷ୍ଠା ସେଠୀ ସମାନ ମତ ରଖିଥିଲେ। NRC ସହ ଏହାର କୌଣସି ସଂପର୍କ ନଥିଲେ ଦର୍ଶାଇଥିଲେ । ତେଣୁ ଦଳ ଉଭୟ ମତ କେବେବି ପ୍ରକାଶ କରିନାହିଁ ଏବଂ ରାଷ୍ଟ୍ରୀୟ ହିତରେ ବିଲକୁ ସମର୍ଥନ କରିଥିବା ବେଳେ NRCକୁ ବିରୋଧ କରିଥିବା ପୂର୍ବରୁ ବିଜେଡିର ନେତାମାନେ ପ୍ରତିକ୍ରିୟାରେ କହିସାରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଦଳର ମତକୁ ସ୍ପଷ୍ଟଭାବେ ଦର୍ଶାଇବା ସହ ଗୁଜବରେ ଲୋକେ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ।
https://nandighoshatv.combjd-stands-with-citizen-amendment-bill/
ସୈତାନ୍ ସାର୍, ୨୪ ଛାତ୍ରୀଙ୍କ ସହ ଯୌନ କେଳେଙ୍କାରୀରେ ଲିପ୍ତ ଥିଲେ ୩ ବିଭାଗର ଶିକ୍ଷକ
ନୂଆଦିଲ୍ଲୀ: ଗୁରୁ ନାମରେ କଳଙ୍କ । ମାସେ ହେଲା ୨୪ ଛାତ୍ରୀଙ୍କୁ ଦେଉଥିଲେ ଅକଥନୀୟ ଯୌନ ନିର୍ଯାତନା । ପାଠ ପଢ଼ାଇବା ନାଁରେ ସ୍କୁଲ୍ ଛୁଟି ହେବାପରେ ଜୋର ଜବରଦସ୍ତ କରୁଥିଲେ ଅପକର୍ମ । ମାନବିକତାକୁ ଉପହାସ, ମୁଣ୍ଡ ନୂଆଁଇଲା ଭଳି ଏ ଲଜ୍ଜାଜନକ ଖବର ଆସିଛି ହରିୟାଣାର ହିସାରରୁ ।
ହିସାର ଜିଲ୍ଲାର ଏକ ଗାଁରେ ଥିବା ସରକାରୀ ବିଦ୍ୟାଳୟରେ ଏମିତି କାରନାମା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଦେଶର ରାଜଧାନୀ ଦିଲ୍ଲୀରୁ ଅଳ୍ପ କିଛିଦୂରରେ ଥିବା ହରିୟାଣର ହିସାରର ଏ ଘଟଣାରେ ପୋଲିସ ଲ୍ୟାବ୍ ଆସିଷ୍ଟାଣ୍ଟ, ପିଇଟି ଟିଚରଙ୍କୁ ଗିରଫ କରିଛି । ମାମଲାରେ ତୃତୀୟ ଅଭିଯୁକ୍ତ କମ୍ପ୍ୟୁଟର ଶିକ୍ଷକ ଫେରାର୍ ଅଛି ।
ଏଥିସହ ପଢ଼ନ୍ତୁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଖାରଜ, ‘ନିର୍ଭୟା’ ଦୋଷୀଙ୍କ ପାଖରେ ଆଉ ୨୦ ଦିନ…
କେମିତି ଜଣାପଡ଼ିଲା ?
ସ୍କୁଲ୍ ପରିଦର୍ଶନ ପାଇଁ ଯାଇଥିବା ବେଳେ ଛାତ୍ରୀମାନେ ଶିଶୁ ସୁରକ୍ଷା ଅଧିକାରୀ ସୁନୀତା ଯାଦବଙ୍କୁ ଏନେଇ ଜଣାଇଥିଲେ । ସୁନୀତାଙ୍କ ସୂଚନା ଅନୁସାରେ, ୩ ଜଣ ଶିକ୍ଷକ ଅଗଷ୍ଟ ମାସରୁ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏଁ ଛାତ୍ରୀଙ୍କ ସହ ଯୌନ ଶୋଷଣ କରୁଥିଲେ ।
ସବୁ ଜାଣିଥିଲେ ଅଧ୍ୟକ୍ଷ
ଶିଶୁ ସୁରକ୍ଷା ଅଧିକାରୀଙ୍କ ଅନୁସାରେ ଛାତ୍ରୀମାନେ ଓ ତାଙ୍କ ପରିବାର ଏନେଇ ସ୍କୁଲ ପ୍ରିନ୍ସପାଲ ଓ ଗାଁ ମୁଖିଆଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ତାପରେ ସୋମବାର ଶିଶୁ ସୁରକ୍ଷା ଅଧିକାରୀ ସ୍କୁଲ ପରିଦର୍ଶନ କରିବା ପରେ ସତ ସାମନାକୁ ଆସିଥିଲା ।
ଛାତ୍ରୀମାନଙ୍କ ଅନୁସାରେ, ଅଭିଯୁକ୍ତ ଶିକ୍ଷକ ଜଲଦି ସ୍କୁଲ ଆସିବା ଡେରିରେ ଫେରିବାକୁ ବାଧ୍ୟ କରୁଥିଲେ । ପୋଲିସ ୩ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ୪ଟି ଧାରା ସହ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି ।
https://nandighoshatv.comno_rescue_forrapist/
ଝାଡ଼ଖଣ୍ଡରେ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରଚାର । କହିଲେ ଦୁଷ୍କର୍ମ ଉପରେ କାହିଁକି ମୁଁହ ଖୋଲୁନାହାନ୍ତି ମୋଦି ?
ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭାର ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କଂଗ୍ରେସର ସାଧାରଣ ସଂପାଦିକା ତଥା ଷ୍ଟାର ପ୍ରଚାରକ ପ୍ରିୟଙ୍କା ଗାନ୍ଧି । ସାନ୍ତାଳ ପ୍ରଗଣା ଜିଲ୍ଲାର ପାକୁର ଓ ବାରହାଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରିୟଙ୍କା ।

ନିର୍ବାଚନ ରାଲିରେ ପ୍ରଚାର ବେଳେ କେନ୍ଦ୍ର ଉପରେ ଖୁବ୍ ବର୍ଷିଛନ୍ତି ପ୍ରିୟଙ୍କା ଗାନ୍ଧି । କହିଛନ୍ତି, ପ୍ରଧାନମନ୍ତ୍ରୀ ସବୁ ପ୍ରସଙ୍ଗରେ ବଡ଼ ବଡ଼ କଥା କହୁଥିବା ବେଳେ ଦେଶରେ ବଢ଼ିଚାଲିଥିବା ଦୁଷ୍କର୍ମକୁ ନେଇ କାହିଁକି ମୁଁହ ଖୋଲୁନାହାନ୍ତି । ଦେଶର ଅର୍ଥନୀତିର ଖରାପ ଅବସ୍ଥା ଓ ନାଗରିକତା ଆଇନ ଲାଗୁକୁ ନେଇ ସେ ବିଷୋଦଗାର କରିଛନ୍ତି ।







