spot_img
Home Blog Page 7559

ରାସ୍ତା ଖରାପ ଥିଲେ ଏବେ ଫାଇନ ଦେବେ ଠିକାଦାର

0

ନୂଆଦିଲ୍ଲୀ: ନୂଆ ମୋଟର ଯାନ ଆଇନକୁ ନେଇ ସାରା ଦେଶରେ ଚହଳ ପଡ଼ିଛି । ଏବେ ଖାଲି ଗାଡ଼ି ଚାଳକ ନୁହଁ ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥା ମାନେ  ଦେବେ ଫାଇନ । ଗାଡ଼ି ଚାଳକ ନିୟମ ଭାଙ୍ଗିଲେ ୧ହଜାର ଟଙ୍କା ଠାରୁ ୧୦ ହଜାର ପର୍ଯ୍ୟନ୍ତ ଫାଇନର ବ୍ୟବସ୍ଥା ରହିଛି । ସେହିଭଳି ରାସ୍ତା ଖରାପ ଥିଲେ ଏକ ଲକ୍ଷ ପର୍ଯ୍ୟନ୍ତ ଫାଇନ ଦେବେ ଠିକା ସଂସ୍ଥା ।

ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇଛନ୍ତି । ସାଧାରଣ ଜନତା କେନ୍ଦ୍ର ସରକାରଙ୍କର ଫାଇନ ବ୍ୟବସ୍ଥାକୁ ଗ୍ରହଣ କରିଛି ସତ । ଅନ୍ୟପଟେ କିନ୍ତୁ ଜନତା ରାସ୍ତା ଖରାପ ଯୋଗୁଁ ବହୁବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯେଉଁଥିପାଇଁ ରାସ୍ତା ଖରାପ ଯୋଗୁଁ ସରକାରଙ୍କୁ ଦାଇ କରିଛନ୍ତି ଜନତା ।

ଏନେଇ ରାସ୍ତା ନିର୍ମାର କରୁଥିବା ଠିକା ଦାରଙ୍କ ଉପରେ ଫାଇନ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରି ଏଭଳି ଟ୍ୱିଟ୍‌ ମାଧ୍ୟମରେ କହିଛନ୍ତି । ରାସ୍ତା କାମ ଖରାପ ଥିଲେ, ରାସ୍ତା ଅଳ୍ପଦିନରେ ଖରାପ ହୋଇଗଲେ କିମ୍ବା ଠିକ୍‌ ସମୟରେ କାମ ନସରିଲେ ରାସ୍ତା ନିର୍ମାଣ କରିଥିବା ଠିକା ସଂସ୍ଥାକୁ ଫାଇନ ପଡ଼ିବ ବୋଲି ଟ୍ୱିଟ୍‌ ମାଧ୍ୟମରେ ଗଡ଼କରି କହିଛନ୍ତି । ନୂଆ ମୋଟରଯାନ ଆଇନ ଲାଗୁ ପରେ ଗଡ଼କରି ବହୁତ ତତ୍ପରତାରେ କାର୍ଯ୍ୟ କରୁଛନ୍ତି ।

ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଖାରଜ, ‘ନିର୍ଭୟା’ ଦୋଷୀଙ୍କ ପାଖରେ ଆଉ ୨୦ ଦିନ…

ନୂଆଦିଲ୍ଲୀ: ଜୀବନ ଓ ଫାଶୀ ଠାରୁ କମୁଛି ‘ନିର୍ଭୟା’ ଦୋଷୀଙ୍କ ଦୂରତା । ସୁପ୍ରିମକୋର୍ଟ ଆଜି ଦୋଷୀ ଅକ୍ଷୟ କୁମାରଙ୍କ ରିଭ୍ୟୁ ପିଟିସନ୍ ଖାରଜ କରି ଦେଇଛନ୍ତି । ଏଥିସହ ନିର୍ଦ୍ଧାରିତ ସମୟରେ ବିକଳ୍ପ ଦୟା ଯାଚିକା ବ୍ୟବହାର କରିବାକୁ କୋର୍ଟ କହିଛନ୍ତି । ରିଭ୍ୟୁ ପିଟିସନ୍ ଖାରଜ ହେବା ପରେ ପଟିଆଲା ହାଉସ୍ କୋର୍ଟ ଡେଥ୍ ୱାରେଣ୍ଟ ଉପରେ ଶୁଣାଣି କରିଥିଲେ । କୋର୍ଟ ଦୋଷୀଙ୍କୁ ନୋଟିସ୍ ଜାରି କରିବା ସହ ଆସନ୍ତା ଜାନୁଆରୀ ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।

ଆଗକୁ ବିକଳ୍ପ

ଦୋଷୀଙ୍କୁ ରିଭ୍ୟୁ ପାଇଁ ଗୋଟିଏ ସପ୍ତାହ ଓ ରାଷ୍ଟ୍ରପତିଙ୍କୁ କ୍ଷମା ଆବେଦନ ଦେବା ପାଇଁ ସପ୍ତାହେ ସମୟ ଦିଆଯାଇପାରେ । ଅକ୍ଷୟ ମାମଲାରେ ରିଭ୍ୟୁ ପିଟିସନ ଖାରଜ ହେବା ପରେ କ୍ଷମା ଆବେଦନ କରିହେବ । ରାଷ୍ଟ୍ରପତିଙ୍କ ନିକଟରେ ଅନ୍ୟ ଜଣେ ଦୋଷୀ ବିନୟ କ୍ଷମା ଆବେଦନ କରିଛି । ଏହା ଖାରଜ ହେଲା ପରେ ହିଁ ଫାଶୀ ଦିଆଯିବ ।

ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ, ମାଆ ମାନଙ୍କ ହାତରେ ପାଇପ୍ ଜଳଯୋଗାଣ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର: ଏଣିକି ବଡ଼ି, ପାମ୍ପଡ଼ ଓ ଘର କରଣା ସାମଗ୍ରୀ ପ୍ରସ୍ତୁତି ସହିତ ସହରାଞ୍ଚଳର ବିକାଶ ମୂଳକ କାର୍ଯ୍ୟକ୍ରମରେ ମହିଳାଙ୍କର ରହିବା ବଡ଼ ଭାଗିଦାରୀ । ସହରୀ ବାସିନ୍ଦାଙ୍କୁ ୨୪ ଘଣ୍ଟିଆ ପାଇପ୍ ଯୋଗେ ପାଣିଯୋଗାଇ ଦେବାକୁ ନିଷ୍ପତ୍ତି ନେବାପରେ ଆଜିଠାରୁ ଆରମ୍ଭ ହୋଇଛି ଜଳସାଥୀ କାର୍ଯ୍ୟକ୍ରମ । ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି ଏସଏଚଜି ମହିଳା ମାନଙ୍କୁ । ମହିଳାମାନଙ୍କର ଅର୍ଥନୀତିକ ଶସକ୍ତିକରଣ ପାଇଁ ରାଜ୍ୟ ସରକାର ଧାନ ସଂଗ୍ରହଠାରୁ ଆରମ୍ଭ କରି, ଛତୁଆ ଯୋଗାଣ, ବିଦ୍ୟୁତ ମିଟର ରିଡିଂ ଭଳି ଅନେକ ଦାୟିତ୍ୱ ଦେଇଛନ୍ତି । ଯାହାକୁ ସଫଳତାର ସହ ନିର୍ବାହ କରୁଛନ୍ତି ମହିଳାମାନେ । ତେଣୁ ଜଳସାଥୀ ଭାବରେ ମା’ମାନେ ଲୋକଙ୍କ ବିଶ୍ୱାସ ଓ ଭରଷା ହାସଲ କରିବା ସହିତ ସରକାର ଓ ଜନ ସାଧାରଣଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


ରେଳବାଇ ଅଡିଟୋରିୟମରେ ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଜଳର ମାନ ପରୀକ୍ଷା କିଟ୍ ଓ ପିଓଏସ୍ ମେସିନ୍ ବଣ୍ଟନ କରାଯାଇଥିଲା । ଜଳସାଥୀ ମାନେ ଘରକୁ ଘର ବୁଲି ଲୋକଙ୍କୁ ନୂଆ ଜଳ ସଂଯୋଗ ଦେବେ । ମାସକୁ ମାସ ଜଳଯୋଗାଣ ଦେୟ ଆଦାୟ କରିବେ । ଏବଂ ନିଜ ଅଞ୍ଚଳରେ ନିୟମିତ ଭାବେ ଜଳର ମାନ ପରୀକ୍ଷା କରିବା ସହିତ ଲୋକଙ୍କ ଅଭାବ ଅଭିଯୋଗକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ସହଯୋଗ କରିବେ । ଏହି କାର୍ଯ୍ୟକ୍ରମ ଆଜିଠାରୁ ଭୁବନେଶ୍ୱରର ୮ଟି ଓ୍ୱାର୍ଡରେ ଆରମ୍ଭ କରାଯାଇଛି ।

ଏଥିପାଇଁ ଓ୍ୱାଟକୋ ଓ ମହିଳା ସ୍ୱୟଂ ସହାୟକ ମହାସଂଘ ସହିତ ରାଜିନାମା ସ୍ୱାକ୍ଷରିତ ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ତଥା ରାଜ୍ୟର ସମସ୍ତ ସହରାଞ୍ଚଳରେ ସଂପୂର୍ଣ୍ଣ ଭାବେ ଏହା କାର୍ଯ୍ୟକାରୀ ହେବ । ଏହାଦ୍ୱାରା ୧୨ ଲକ୍ଷରୁ ଅଧିକ ପରିବାରକୁ ଦୈନିକ ୯ ଶହ ନିୟୁତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିବ । ପ୍ରାୟ ୭୦ ଲକ୍ଷ ଲୋକ ଏହି ଯୋଜନାରେ ଉପକୃତ ହେବେ । ସାରା ରାଜ୍ୟରେ ୫ ହଜାର ଜଳସାଥୀ ଏହି କାର୍ଯ୍ୟକ୍ରମରେ ନିୟୋଜିତ ହେବେ । ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ନଗର ଉନ୍ନୟନ ପ୍ରମୁଖ ସଚିବ ଜି. ମାଥି ଭାତନାନ୍ ଓ ମିଶନ ଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନ ପ୍ରମୁଖ ଉପସ୍ଥିତ ଥିଲେ ।

ମିଆଁଉ ମିଆଁଉକୁ ମାରିଲା କିଏ ? ରାଜଧାନୀରେ ଚହଳ

0

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବିଲେଇକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଓୟୁଏଟିରେ ବିଲେଇଟିକୁ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାର ମୃତ୍ୟୁ ହୋଇଛି । ତେବେ, କିଏ ଓ କାହିଁକି ବିଲେଇକୁ ଗୁଳିମାଡ଼ କଲା ତାହା ଜଣାପଡ଼ିନାହିଁ । ଖାରବେଳ ନଗର ଥାନା ଅଞ୍ଚଳର ଏହି ଘଟଣା ରାଜଧାନୀରେ ଆତଙ୍କ ଖେଳାଇ ଦେଇଛି ।

ମୃତ ବିଲେଇ

ୟୁନିଟ୍-୪ ଅଞ୍ଚଳରେ ରହୁଥିବା ସୁଶାନ୍ତ ପଟ୍ଟନାୟକଙ୍କ ପୋଷା ବିଲେଇକୁ ଗୁଳିମାଡ଼ କରାଯାଇଛି । ଆଜି ଦିନ ପ୍ରାୟ ୧୧ଟା ୩୦ ବେଳେ ବିଲେଇଟି ଖେଳାଖେଳି କରୁଥିଲା । ସୁଶାନ୍ତଙ୍କ ମାଆ ଫୁଲ ତୋଳୁଥିଲେ । ହଠାତ୍, ଏକ ଶବ୍ଦ ହେଲା ଦେଖିଲାବେଳକୁ ବିଲେଇଟି ପଡ଼ିଶା ଘର ପାଚେରୀ ଦେଇ ତଳକୁ ଖସିପଡ଼ିଛି ।

ଅଭିଯୋଗକାରୀ

ସଙ୍ଗେ ସଙ୍ଗେ ପରିବାର ଲୋକ ଗୁଳିବିଦ୍ଧ ବିଲେଇକୁ ଓୟୁଏଟି ନେଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ବର୍ଷକ ମଧ୍ୟରେ ସମାନ ଢଙ୍ଗରେ ୭ଟି ବିଲେଇକୁ ହତ୍ୟା କରାଗଲାଣି । ଏନେଇ ସୁଶାନ୍ତ ପୋଲିସରେ ଅଭିଯୋଗ କରିବେ ବୋଲି କହିଛନ୍ତି ।

ଆଜିର ରାଶିଫଳ (୧୯.୧୨.୨୦୧୯) ଗୁରୁବାର

ଆଜିର ପଞ୍ଚାଙ୍ଗ(୧୯.୧୨.୨୦୧୯)ଗୁରୁବାର

ଆଜି ୨୦୧୯ ମସିହା ଡିସେମ୍ବର ୧୯ ତାରିଖ, ଗୁରୁବାର, ପୌଷ କୃଷ୍ଣପକ୍ଷ, ସୌରମାସ, ଧନୁ ଦି୪ନ, ଅଷ୍ଟମୀ ତିଥି, ଉତ୍ତରା-ଫାଲଗୁନ ନକ୍ଷତ୍ର, କନ୍ୟାଚନ୍ଦ୍ର, ଆୟୁଷ୍ମାନ ଯୋଗ, ବାଳବକରଣ ।

ଚନ୍ଦ୍ରଶୁଦ୍ଧି- ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ଧନୁ, ମୀନ ରାଶିର

ଘାତବାର- ତୁଳା ଓ କୁମ୍ଭ ରାଶିର

ଘାତଚନ୍ଦ୍ର- ବୃଷ ରାଶିର

ରାହୁକାଳ- ଦିବା ୧/୦୪ମି.ରୁ ଦିବା ୨/୨୫ମି.

କାଳବେଳା- ଦିବା ୨/୨୫ମି.ରୁ ଦିବା ୩/୪୫ମି.

ଶୁଭବେଳା- ପ୍ରାତଃ ୬/୨୦ମି.ରୁ ପ୍ରାତଃ ୭/୪୬ମି.

ପର୍ବପର୍ବାଣୀ- କାଳାଷ୍ଟମୀ, ପଠାଣୀ ସାମନ୍ତ ଓ ବାଇକୋଳି ବିଶାରଦ ଜୟନ୍ତୀ

ଆଜିର ରାଶିଫଳ

ମେଷ- ଆଜି ଦିନଟି ଶୁଭଫଳ ଦାୟକ ହେବ । ମନ ବୁଦ୍ଧି ସ୍ଥିର ରହିବ । ଗୃହକୁ ଅତିଥିଙ୍କ ଆଗମନ ହେବ । ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ ।

ବୃଷ- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । କର୍ମକ୍ଷେତ୍ରରେ ଯଶପ୍ରତିଷ୍ଠା ପ୍ରାପ୍ତି ହେବେ । ସାମାଜିକ କର୍ମରେ ତତ୍ପରତା ପ୍ରକାଶ ପାଇବ । ଆୟ ଉତ୍ତମ ହେବ । ସାମାନ୍ୟ ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି ।

ମିଥୁନ- ବିଦ୍ୱାନ ଗଣଙ୍କ ମହଲରେ ପ୍ରଶଂସିତ ହେବେ । ସାଂଗଠନିକ କ୍ଷେତ୍ରରେ ନେତୃତ୍ୱଲାଭ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ହେବ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

କର୍କଟ- ପାରିବାରିକ ଜୀବନରେ ସମୃଦ୍ଧ ହେବେ । ସାମାଜିକ ସ୍ତରରେ ଯଶ, ଖ୍ୟାତି ସମ୍ପନ୍ନ ହେବ । ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ । ବନ୍ଧୁବର୍ଗଙ୍କ  ସହଯୋଗ ପ୍ରାପ୍ତି ହେବେ ।

ସିଂହ- ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ମାନସିକ ସ୍ଥିତି ଅସ୍ଥିର ରହିବ । କର୍ମକ୍ଷେତ୍ରରେ ଆଳସ୍ୟତା ବୃଦ୍ଧି ପାଇବ । ପାରିବାରିକ ଜୀବନ ଅଶାନ୍ତ ରହିପାରେ ।

କନ୍ୟା- କୌଣସି ଖବର ପାଇ ଖୁସିରେ ଆତ୍ମହରା ହୋଇ ପଡିବେ । ପୁରାତନ ବକେୟା ରାଶି ପ୍ରାପ୍ତି ହେବେ । ମାନସିକ ଶାନ୍ତି ଅବ୍ୟାହତ ରହିବ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

ତୁଳା- ସ୍ୱାର୍ଥକେନ୍ଦ୍ରିକ ଚିନ୍ତାଧାରା ପାଇଁ ନିନ୍ଦନୀୟ ହୋଇପାରନ୍ତି । ଆର୍ଥିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ । ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନୀୟ । ଗୃହସ୍ଥ ଜୀବନ ସୁଖମୟ ହେବ ।

ବିଛା- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରି ଯଶସ୍ୱୀ ହେବେ । ସୁ-ସମ୍ବାଦ ପାଇ ବିଭୋର ହୋଇପଡିବେ । ଆୟ ଉତ୍ତମ ହେବ ।

ଧନୁ- ସାଂଗଠନିକ କାର୍ଯ୍ୟରେ ନେତୃତ୍ୱ ଲାଭ କରିବେ । କୌଣସି ଦୂର ସମ୍ପର୍କୀୟଙ୍କ ଠାରୁ ସହଯୋଗ ମିଳିବ । ଆର୍ଥିକ ବିକାଶ ଘଟିବ । ପାରିବାରିକ ଜୀବନ ସୁଖପ୍ରଦ ହେବ ।

ମକର- ମାନସିକ ସ୍ଥିତି ଅସ୍ଥିର ରହିବ । ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ଚିନ୍ତା ମନଙ୍କୁ ଭାରାକ୍ରାନ୍ତ କରିବ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ପାରିବାରିକ ଜୀବନରେ ଅଶାନ୍ତି ଲାଗିରହିବ ।

କୁମ୍ଭ- ସନ୍ତାନବର୍ଗଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ମାନସିକ ସ୍ଥିରତା ବ୍ୟାହତ ହେବ । ଆୟ ବ୍ୟୟ ପ୍ରାୟତଃ ସମାନ ରହିବ । ଗୃହସ୍ଥ ଜୀବନରେ ଅଶାନ୍ତି ଭୋଗ କରିବେ ।

ମୀନ- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । ଦେବଦର୍ଶନ ଓ ତୀର୍ଥଭ୍ରମଣ ଯୋଗ ରହିଛି । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ । କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ ।

ଜ୍ୟୋତିର୍ବିଦ ପ୍ର. ଗଜେନ୍ଦ୍ର କୁମାର ନାଥ

ଯୋଗଯୋଗ- ୯୮୬୧୨୭୧୫୫୭

ଆମେରିକା-ଚୀନ ବାଣିଜ୍ୟିକ ଚୁକ୍ତି ପ୍ରଭାବରେ କମିବ ସୁନା ଦର, ଜାଣନ୍ତୁ କେବେ ?

ମୁମ୍ବାଇ: କମିବ ସୁନାଦର । ନୂଆ ବର୍ଷରୁ ଶସ୍ତା ହେବ ସୁନା । ଆମେରିକା-ଚୀନ ବାଣିଜ୍ୟିକ ଚୁକ୍ତି ପ୍ରଭାବରେ ସୁନାଦର ୨ ପ୍ରତିଶତ କମିବା ନେଇ ଆକଳନ କରାଯାଉଛି । ଏବେ ଭାରତୀୟ ବଜାରରେ ସୁନାଦର ୧୦ ଗ୍ରାମ୍ ପ୍ରତି ୩୯ ହଜାର ୧୪୦ ଟଙ୍କା ରହିଛି ।

ଏଥିସହ ପଢ଼ନ୍ତୁ ଧନତେରସରେ କାହିଁକି ବଢିଲାନି ସୁନା ବିକ୍ରି ?

ଅନ୍ତର୍ଜାତୀୟ ସ୍ତରରେ ଅନୁମାନ ଅନୁଯାୟୀ, ୨ ଦେଶ ମଧ୍ୟରେ ବାଣିଜ୍ୟ କଥାବାର୍ତ୍ତା ସକରାତ୍ମକ ରହିଲେ ସୁନା ୧୦ ଗ୍ରାମ୍ ପ୍ରତି ୩୮ ହଜାର ୧୧୦ ଟଙ୍କାକୁ ଖସିପାରେ ।ଇଣ୍ଡିଆ ବୁଲିୟନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନର ରାଷ୍ଟ୍ରୀୟ ସଚିବ ସୁରେନ୍ଦ୍ର ମେହଟ୍ଟାଙ୍କ ସୂଚନା ପ୍ରକାରେ ସୁନା ସେପ୍ଟେମ୍ବର-ଅକ୍ଟୋବରରେ ୪୦ ହାଜର ତଳକୁ ଆସିଛି । ଟ୍ରେଡ୍ ବାର୍ତ୍ତା ଠିକଠାକ୍ ହେଲେ ଜାନୁଆରୀ ୧୫ ସୁଦ୍ଧା ଦର ଆହୁରି କମିବ ।ଏହା ଛଡ଼ା ଡଲାର ତୁଳନାରେ ଟଙ୍କା ମଜଭୁତ ହେଉଛି । ଏହା ବି ସୁନାଦର କମିବାର କାରଣ ହୋଇପାରେ ।

https://nandighoshatv.comgold-rate-fall-in-international-market/