ବାଟଭୁଲା ପଥିକଙ୍କୁ ରାସ୍ତା ଦେଖାନ୍ତି ମୃତଦେହ
ଦୁନିଆରେ ବାଟଭୁଲା ପଥିକଙ୍କୁ ଜୀବିତ ଲୋକ ବାଟ ବତାଇଥାନ୍ତି। ମାତ୍ର ଏଭରେଷ୍ଟ ଶୃଙ୍ଗ ଆରୋହଣ କରିବାକୁ ଯାଉଥିବା ପର୍ବତାରୋହୀଙ୍କୁ ବାଟ ଦେଖାଇଥାନ୍ତି ସେଠାରେ ପଡ଼ିରହିଥିବା ଥିବା ୩ ଶହରୁ ଅଧିକ ମୃତ ଦେହ। ଏହି ମୃତଦେହ ଗୁଡ଼ିକ ହେଉଛି ଏଭେରେଷ୍ଟ ଶୃଙ୍ଗ ଆରୋହଣ ସମୟରେ ମୃତ୍ୟୁ ବରଣ କରିଥିବା ପର୍ବତାରୋହୀଙ୍କ ।

ପର୍ବତାରୋହି ମାନେ ପାହାଡ଼ର ବିଭିନ୍ନ ଅଂଶରେ ଅମ୍ଲଜାନ ଅଭାବରୁ ମୃତ୍ୟୁବରଣ କରିଥାନ୍ତି । ମୃତଦେହକୁ ହଜାର ହଜାର ଫୁଟ ତଳକୁ ଆଣିବା କଷ୍ଟକର ହୋଇଥାଏ। ତେଣୁ ଏହି ମୃତଦେହଗୁଡିକୁ ରାସ୍ତାର ଚିହ୍ନ ଭାବେ ବ୍ୟବହାର କରାଯାଇଥାଏ। ଏହାକୁ ଗ୍ରୀନ୍ ବୁଟସ୍ ବୋଲି କୁହାଯାଏ।

ଶୃଙ୍ଗ ଆରୋହଣକାରୀ ଏସବୁ ମୃତଦେହକୁ ଦେଖି ସେମାନେ ଠିକ୍ ରାସ୍ତାରେ ଯାଉଛନ୍ତି କି ନାହିଁ ତାହା ଠଉରେଇ ପାରିଥାନ୍ତି। ୮ ହଜାର ମିଟର ଉଚ୍ଚରେ ଏଭଳି ମୃତଦେହ ସଂଖ୍ୟା ଅଧିକ ଦେଖିବାକୁ ମିଳେ। ଏହି ଅଞ୍ଚଳକୁ ଡେଥ୍ ଜୋନ୍ କୁହାଯାଇଥାଏ। ମାଇନସ୍ ୧୬ ଡିଗ୍ରୀରୁ ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରେ ଏହି ମୃତଦେହ ଗୁଡ଼ିକ ପଚିସଢ଼ି ନ ଯାଇ ସତେଜ ଭାବେ ପଡ଼ିରହିଥାଏ। ଏଭରେଷ୍ଟ ଶୃଙ୍ଗ ଆରୋହଣ ପାଇଁ ୧୯୨୧ରେ ଉଦ୍ୟମ ହୋଇଥିଲା। ତେବେ ଏହା ସଫଳ ହୋଇପାରିନ ଥିଲା। ପରେ ଏଭଳି କେତେକ ଉଦ୍ୟମ ମଧ୍ୟ ହୋଇଥିଲା।

ତେବେ ୬୬ ବର୍ଷ ତଳେ ୧୯୫୩ରେ ଏଡମଣ୍ଡ୍ ହିଲାରୀ ଏବଂ ତେନଜିଂ ନାଙ୍ଗେ ଶେର୍ପା ପ୍ରଥମେ ଏଭରେଷ୍ଟ ଆରୋହଣ କରିଥିଲେ। ଦୀର୍ଘ ୯୮ ବର୍ଷ ଧରି ଏଭରେଷ୍ଟ ଶୃଙ୍ଗ ଆରୋହଣ ବାଟରେ ପ୍ରାୟ ୩ ଶହ ୮ଟି ମୃତଦେହ ପଡ଼ିଥିବା କୁହାଯାଉଛି ।
ସରକାରୀ କଲେଜରେ ସହାୟକ ଅଧ୍ୟାପକଙ୍କ ବୟସସୀମା ୩୩ରୁ ୪୮ ବର୍ଷକୁ ବୃଦ୍ଧି । କୃଷି ନୀତି “ସମୃଦ୍ଧି”କୁ କ୍ୟାବିନେଟ୍ ମଞ୍ଜୁରୀ
ଭୁବନେଶ୍ୱର : କୃଷକଙ୍କ ଆୟର ନିରନ୍ତର ଅଭିବୃଦ୍ଧିକୁ ନିଶ୍ଚିତ କରିବା । କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କର ଅଭିବୃଦ୍ଧି ପ୍ରକ୍ରିୟାକୁ ସୁଦୃଢ଼ କରିବା । କୃଷି ଅଭିବୃଦ୍ଧିକୁ ନିଶ୍ଚିତ ଚିରନ୍ତନ, ସ୍ଥାୟୀ ଓ ବିସ୍ତାରିତ କରାଇବା ଉଦ୍ଦେଶ୍ୟରେ ନୂଆ କୃଷି ନୀତି “ସମୃଦ୍ଧି” ୨୦୨୦କୁ ଆଜି କ୍ୟାବିନେଟର ମଞ୍ଜୁରୀ ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।
ଚାଷୀ ମାନଙ୍କ ଆୟକୁ ବହୁଗୁଣିତ କରିବା ସହ ଉତ୍ପାଦିତ ଦ୍ରବ୍ୟର ଉଚିତ ମୁଲ୍ୟରେ ବିକ୍ରି ପାଇଁ ବଜାର ସୃଷ୍ଟି କରିବା । ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଉତ୍ପାଦନ ବୃଦ୍ଧି କରିବା ଲକ୍ଷରେ ଏହି ନୃଆ କୃଷିନୀତି ପ୍ରଣୟନ ହୋଇଛି ।

ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ଓଡ଼ିଆ ରାଜ୍ୟ ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୧୭ ଧାରା ୩ ଅନୁଯାୟୀ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବାର ଥିଲା । ତେବେ ଗତ ୨୦୧୮ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକ୍ରମେ ଓଡ଼ିଆ ବିଶ୍ଵବିଦ୍ୟାଳୟର ମୁଖ୍ୟାଳୟକୁ ସତ୍ୟବାଦୀକୁ ସ୍ତାନାନ୍ତରଣ କରାଯିବା ଏ ସେଠାରେ ସ୍ଥାପନ ନେଇ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।
ସେହିଭଳି ଓଡିଶା ସିନ୍ଥେଟିକ୍ ଲିମିଟେଡ଼ର ଶିଳ୍ପ ପ୍ରତିଷ୍ଠା ପାଇଁ ୨କୋଟି ୧୫ଲକ୍ଷ ୬୪ହଜାର ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ କରାଯାଇଛି । ଓଡ଼ିଶା ସିଭିଲ ସର୍ଭିସ ରୁଲରେ ସଂସୋଧନ କରାଯାଇଛି । ୫-ଟି ଓ ମୋ ସରକାରରେ ଯେଉଁ ଅଧିକାରୀ ଓ କର୍ମଚାରୀମାନେ ଭଲ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଥିବେ
ସେମାନଙ୍କ ଦକ୍ଷତା ଆଧାରରେ ସମୀକ୍ଷା କରି ପଦନ୍ନୋତି ଦିଆଯିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।
ଗୃପ-ଏ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଆକଳନ ମୁଖ୍ୟ ଶାସନ ସଚିବ କରିବେ । ଗୃପ -ବି ଅଧିକାରୀ ମାନଙ୍କ କାର୍ଯ୍ୟ ଦକ୍ଷତା ଉନ୍ନୟନ କମିଶନର ସମୀକ୍ଷା କରିବେ । ସେହିପରି ରାଜସ୍ବ ବିଭାଗର RI ଓ ଅମିନ ନିଯୁକ୍ତି ପ୍ରକ୍ରିୟା ଷ୍ଟାଫ ସିଲେକସନ୍ ପ୍ରକ୍ରିୟାରେ ହେବ । ଡିପ୍ଲୋମା ପିଲା ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । ସରକାରୀ କଲେଜରେ ସହାୟକ ଅଧ୍ୟାପକଙ୍କ ବୟସ ସୀମା ୩୩ବର୍ଷରୁ ୪୮ ବର୍ଷକୁ ବୃଦ୍ଧି କରାଯିବା ନେଇ କ୍ୟାବିନେଟ୍ ମୋହର ବାଜିଛି।
ବଜେଟ୍ ପାଇଁ ଆପଣ ବି ଦେଇ ପାରିବେ ମତାମତ
ଭୁବନେଶ୍ୱର: ବଜେଟରେ କଣ ରହିବ, କଣ ନାଇଁ । ଆପଣ ବି ଦେଇପାରିବେ ଆପଣଙ୍କ ମତ । ପ୍ରାକ୍ ବଜେଟ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସାମ୍ବାଦିକ ସମ୍ମିଳନୀ କରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଲୋକଙ୍କ ମତାମତ ଲୋଡ଼ିଛନ୍ତି । ଏଥିପାଇଁ ଏକ ୱେବ ପୋର୍ଟାଲ ଖୋଲାଯାଇଛି । ତା ଛଡ଼ା ଜନସାଧାରଣ [email protected]ରେ ମେଲ ଯୋଗେ ମତାମତ ଦେଇପାରିବେ । ହ୍ୱାଟ୍ସଆପ ନମ୍ବର ୯୪୩୮୧୬୧୧୧୧ରେ ମତାମତ ଦେଇହେବ ।

ସାଧାରଣ ଲୋକ ଡିସେମ୍ବର ୧୮ରୁ ଜାନୁଆରୀ ୧୫ ମଧ୍ୟରେ ମତାମତ ଦେଇପାରିବେ । ଫେବ୍ରୁଆରୀ ପ୍ରଥମ ସପ୍ତାହରେ କେନ୍ଦ୍ରୀୟ ବିଜେଟ୍ ଉପସ୍ଥାପନ ସମ୍ଭାବନା ରହିଛି । କେନ୍ଦ୍ରୀ ବଜେଟକୁ ବିଶ୍ଲେଷଣ କରିବାକୁ ଆମକୁ ସପ୍ତାହେ ସମୟ ଲାଗିବ । ଫେବ୍ରୁଆରୀ ଦ୍ଵିତୀୟ କିମ୍ଵା ତୃତୀୟ ସପ୍ତାହରେ ରାଜ୍ୟ ବଜେଟ୍ ଆସିବ ବୋଲି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।

ଡିସେମ୍ବର ୨୧ ଯାଏଁ ବିଭାଗ ଗୁଡ଼ିକ ସେମାନଙ୍କର ଆବଶ୍ୟକତା ବିଷୟରେ ଜଣାଇପାରିବେ । ପ୍ରତି ବିଭାଗ ସହିତ ୱାନ୍ ଟୁ ୱାନ୍ ଆଲୋଚନା ହେବ । ଫେବ୍ରୁଆରୀ ୧୫ ସୁଦ୍ଧା ବଜେଟ୍ ପ୍ରସ୍ତୁତି ସରିବ । ପାର୍କିଂ ଫଣ୍ଡିଂ କମିଛି । କେନ୍ଦ୍ରୀୟ ବଜେଟ ଅନୁଦାନ ଦେଖି ବ୍ୟୟ ବରାଦ କରାଯିବ । ନଭେମ୍ବର ସୁଦ୍ଧା ବଜେଟର ୫୨ ପ୍ରତିଶତ ଖର୍ଚ୍ଚ ହୋଇଛି ।
ଗତବର୍ଷ ବଜେଟ୍ ପାଇଁ ୪,୨୫୫ ମତାମତ ଆସିଥିଲା । ଜିଏସଟି ବାବଦରେ ଅଗଷ୍ଟ, ସେପ୍ଟେମ୍ବରରେ ୧,୧୯୪ କୋଟି ଦାବି କରିଥିଲୁ କେନ୍ଦ୍ର ୧,୧୪୨ କୋଟି ଦେଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

