ଭୁବନେଶ୍ୱର: ରେଲୱେ ଇନଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ୩୩ ତମ ଜାତୀୟ ସବ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା । ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ରାଜ୍ୟରୁ ୫୪୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ପ୍ରତିଯୋଗୀଙ୍କ ମଧ୍ୟରେ୨୬୦ ଜଣ ବାଳିକା ଅଛନ୍ତି । ରେଲୱେ ଷ୍ଟାଡିୟମ୍ ସହ ସହିଦନଗର ଇନଡୋର ହଲରେ ଖେଳାଯାଉଛି ।
ଉଦଘାଟନୀ ଉତ୍ସବରେ OSBA ସଭାପତି ରୋହିତ ପୂଜାରୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଆଇଏଏସ ରାଜେଶ ପାଟିଲ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟିତ କରିଛନ୍ତି । ୧୦ ଲକ୍ଷ ଟଙ୍କା ପ୍ରାଇଜ୍ ମନି ରହିଛି । ଉଦୀୟମାନ ଖେଳାଳିଙ୍କୁ ଲୋକଲୋଚନକୁ ଆଣିବା ଓ ପ୍ରତିଭାର ପ୍ରଦର୍ଶନ ପାଇଁ ଏହା ବଡ଼ ପ୍ଲାଟଫର୍ମ । ଏଥିରେ ଅନେକ ଶୀର୍ଷ ମାନ୍ୟତା ଖେଳାଳି ଅଂଶଗ୍ରହଣ କରିଛନ୍ତି । ଚାମ୍ପିଅନସିପରେ ୧୫ ବର୍ଷରୁ କମ୍ ସିଙ୍ଗଲ୍ସ ଶୀର୍ଷ ରାଙ୍କିଂ ଖେଳାଳି ତସ୍ମିନ୍ ମିର୍ ଓ ରନର୍ସ ଅପ୍ ତାରା ଶାହ ମଧ୍ୟ ସାମିଲ ହୋଇଛନ୍ତି ।
କ୍ୱାର୍ଟର ଫାଇନାଲିଷ୍ଟ ମଧ୍ୟ ପୁରସ୍କାର ଅର୍ଥ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଅଣ୍ଡର-୧୫ ସିଙ୍ଗଲ୍ସର ଟାଇଟଲ ବିଜେତାଙ୍କୁ ୪୨,୦୦୦ ଟଙ୍କା ଲେଖାଏଁ ଏବଂ ଡବଲ୍ସ ଓ ମିକ୍ସଡ୍ ଡବଲ୍ସ ଟାଇଟଲ ବିଜେତାଙ୍କୁ ୪୪,୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିବ । ଆୟୋଜକ ଓଡ଼ିଶା ୨୨ ଜଣ ଖେଳାଳିଙ୍କ ସହ ପ୍ରତିଯୋଗିତାରେ ପ୍ରଥମ ପଦକ ଜିତିବା ପାଇଁ ଆଶାବାଦୀ ରହିଛି । ଓଡ଼ିଶା ବିଶେଷକରି ଏହା ଭାରତର ନମ୍ବର ୱାନ୍ ଆୟୁଷ ପଟ୍ଟନାୟକ (୧୭ ବର୍ଷରୁ କମ୍ ବାଳକ) ଓ ଶ୍ୱେତପର୍ଣ୍ଣା ପଣ୍ଡା (୧୫ ବର୍ଷରୁ କମ୍ ବାଳିକା ବିଭାଗ)ଙ୍କଠାରୁ ପଦକ ଆଶା ରଖିଛି । ଉଭୟ ଖେଳାଳିଙ୍କୁ ଡବଲ୍ସ ଓ ମିକ୍ସଡ୍ ଡବଲ୍ସର ମୁଖ୍ୟ ଇଭେଣ୍ଟ ପାଇଁ ଡାଇରେକ୍ଟ ଏଣ୍ଟ୍ରି ମିଳିଛି ।
ରାଜଧାନୀରେ ଆରମ୍ଭ ହେଲା ଜାତୀୟ ସବ୍ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା
ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ରଣବୀର-ଆଲିଆଙ୍କ ‘ଗଲି ବୟ’
ନୂଆଦିଲ୍ଲୀ: ଆଲିଆ ଭଟ୍ଟ ଓ ରଣବୀର ସିଂହ ଅଭିନିତ ଫୁଲ୍ମ ‘ଗଲି ବୟ’ ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଛି। ଭାରତ ପକ୍ଷରୁ ଏହାକୁ ୯୨ତମ ଏକାଡେମୀ ଆୱାର୍ଡ ପାଇଁ ପଠାଯାଇଥିଲା। ‘ଗଲି ବୟ’ର ଏଣ୍ଟ୍ରି ବେଷ୍ଟ୍ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ କାଟାଗୋରୀରେ କରାଯାଇଥିଲା।

ସୋମବାର ଏକାଡେମୀ ଅଫ୍ ମୋଶନ ପିକ୍ଚର ଆର୍ଟସ ଆଣ୍ଡ ସାଇନ୍ସ ପକ୍ଷରୁ ୨୦୨୦ପାଇଁ ଯେଉଁ ୯ଟି କାଟାଗୋରୀରେ ସର୍ଟ ଲିଷ୍ଟେଡ ନୋମିନେଶନ କରାଯାଇଛି ସେଥିରେ ‘ଗଲି ବୟ’ବୁ ବାଦ୍ ଦିଆଯାଇଛି। ଏଥିରେ ୧୦ଟି ଚଳଚ୍ଚିତ୍ରକୁ ସ୍ଥାନ ଦିଆଯାଇଛି। ଜାନୁୟାରୀ ୩,୨୦୨୦ରେ ଏହାର ଚୁଡାନ୍ତ ତାଲିକା ପ୍ରକାଶ ପାଇବ ଓ ଫେବୃୟାରୀ ୯, ୨୦୨୦ରେ ହଲିଉଡ୍ର ଡଲବି ଥିଲଏଟରରେ ଏହି ପୁରସ୍କାର ପ୍ରଦାନ କରାଯିବ।
ନବମ ଶ୍ରେଣୀ ପିଲାଙ୍କୁ ଗଣିତ ପଢ଼ାଇଲେ ବିଡିଓ
ଉମରକୋଟ: ସରକାରୀ କର୍ମଚାରୀ ହୁଅନ୍ତୁ କି ରାଜନେତା, ବିଭିନ୍ନ ସମୟରେ ବିଭିନ୍ନ କାମ କିରି ଚର୍ଚ୍ଚା ରେ ଆସିଥାନ୍ତି । ସେହିଭଳି ସ୍କୁଲ ଭିତରେ ପିଲାଙ୍କୁ ଗଣିତ ପଢ଼ାଇ ଚର୍ଚ୍ଚାକୁ ଆସିଛନ୍ତି ବିଡିଓ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ତାରକନାଡୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୁ ପରିଦର୍ଶନ କରିଛନ୍ତି । ପରିଦର୍ଶନରେ ଯାଇ ସେଠାରେ ପିଲାଙ୍କୁ ଗଣିତ ପଢ଼ାଇ ଥିଲେ ବିଡ଼ିଓ । ବ୍ଲାକବୋର୍ଡ ରେ ପିଲାଙ୍କୁ ନବମ ଶ୍ରେଣୀର ସେଟ୍ ଗଣିତ ବୁଝାଇଥିଲେ । ପିଲାମାନଙ୍କ ସହ ଗଣିତ ବିଷୟକୁ ନେଇ ଆଲୋଚନା ମଧ୍ୟ କରିଥିଲେ ।

ଖାଲି ସେତିକି ନୁହେଁ, ସ୍କୁଲରେ କିପରି ପାଠ ପଢା ଯାଉଛି ତାହା ପଚାରି ବୁଝିଥିଲେ । ସେପଟେ ସ୍କୁଲ ଖୋଲିବାର ପ୍ରାୟ ୯ ମାସ ପରେ ପିଲାଙ୍କୁ ପଢ଼ିବା ପାଇଁ ବହି ଦିଆଯାଇଥିବା ନେଇ ବିଡିଓ ସ୍କୁଲ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ବିଡ଼ିଓ ଦେବେନ୍ଦ୍ରଙ୍କ ଏଭଳି କାର୍ଯ୍ୟ ପାଇଁ ଜନସାଧାରଣରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।

ଏ ଖବର ପଢ଼ିଲେ ଧୈର୍ଯ୍ୟ ରହିବନି, ତିନି ବର୍ଷ ହନ୍ତସନ୍ତ ହେବା ପରେ ଶେଷରେ…..
ମୁଜାଫରପୁର: ଶାରୀରିକ ସମ୍ବନ୍ଧ ପାଇଁ ମନା କରିବାରୁ ଯୁବତୀଙ୍କୁ ଜାଳିଦେଲା ବର୍ବର ଯୁବକ। ବିହାରର ମୁଜାଫରପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମୁଜାଫରପୁରସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କୁ ପାଟଣାସ୍ଥିତ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏ ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଆତ୍ମସମର୍ପଣ କରିଥିଲେ ।
ପୋଲିସର କହିବା ମୁତାବକ, ଯୁବତୀ ଜଣଙ୍କୁ ଅଭିଯୁକ୍ତ ଯୁବକ ଏକ ପାଖିଆ ପ୍ରେମ କରୁଥିଲେ ଆଉ ଦୀର୍ଘ ଦିନ ଧରି ତାଙ୍କ ପଛରେ ପଡ଼ିଥିଲେ । ଏଇ କିଛି ଦିନ ତଳେ ସେ ତାଙ୍କୁ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିଥିଲେ । ଯୁବତୀ ଜଣକ ପ୍ରତିବାଦ କରିବାରୁ ଯୁବକ ଜଣଙ୍କ ତାଙ୍କ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇଦେଇଥିଲା । ଏହାପରେ ଅଭିଯୁକ୍ତ ନିଜେ ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲା ।
ଗତ ୩ ବର୍ଷ ହେଲା ଯୁବତୀଙ୍କୁ ଅଭିଯୁକ୍ତ ଯୁବକ ହଇରାଣ କରୁଥିବା ପୀଡ଼ିତାଙ୍କ ମା’ କହିଛନ୍ତି । ଏହି ଘଟଣା ପ୍ରାୟ ଦଶ ଦିନ ତଳର । ଦୀର୍ଘ ୯ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଯୁବତୀଙ୍କ ମୃତ୍ୟୁ ଘଟିଛି ।
ମୃତକଙ୍କୁ ଦେଖିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଡକାଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି । ପରିବାର ଲୋକଙ୍କ କହିବା କଥା ହେଲା, ଯେତେବେଳେ ଯାଏଁ ମୁଖ୍ୟମନ୍ତ୍ରୀ ନ ଆସିବେ ମୃତକଙ୍କ ଅନ୍ତିମ ସଂସ୍କାର ହେବନାହିଁ । ପରିବାରଲୋକ ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି । ଅଭିଯୁକ୍ତମାନଙ୍କୁ ଫାଶୀ ଦିଆଯାଉବୋଲି ମୃତ୍ୟୁ ପୂର୍ବରୁ ପୀଡ଼ିତା କହିଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି । ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକ ପାଟଣା ପୁରୁଣା ଜାତୀୟ ରାଜପଥକୁ ଅବରୋଧ କରିରଖିଛନ୍ତି । ମୁଜାଫରପୁର ପୋଲିସ ଉପରେ ସେମାନଙ୍କ ଭରସା ନାହିଁ ବୋଲି ଆନ୍ଦୋଳନାକାରୀ କହିଛନ୍ତି ।
‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?
ନୂଆଦିଲ୍ଲୀ: ୨୦୧୨ ‘ନିର୍ଭୟା’ କାଣ୍ଡର ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ଠାକୁରଙ୍କ ରିଭ୍ୟୁ ପିଟିସନର ଶୁଣାଣି ଆଜି ପାଇଁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି(ବୁଧବାର) ଏହି ମାମଲାର ଶୁଣାଣି ହେବ । ନୂଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । କାଲି ଦିନ ୧୦ଟା ୩୦ରେ ନୂଆ ବେଞ୍ଚ ଗଠନ ହେବ । ପ୍ରଧାନ ବିଚାରପତି ଏସ୍.ଏ ବୋବଡେଙ୍କ ଭଣଜା ‘ନିର୍ଭୟା’ଙ୍କ ପକ୍ଷରୁ ଓକିଲ ଅଛନ୍ତି । ତେଣୁ, ପ୍ରଧାନ ବିଚାରପତି ନିଜକୁ ଖଣ୍ଡପୀଠରୁ ଅଲଗା କରିଛନ୍ତି ।
ଆଜି ‘ନିର୍ଭୟା’ ପରିବାରର ଉପସ୍ଥିତିରେ ସିଜେଆଇଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଦୋଷୀ ଅକ୍ଷୟ ଠାକୁରଙ୍କ ଓକିଲକୁ ରିଭ୍ୟୁ ପିଟିସନ ଉପରେ ତଥ୍ୟ ଦେବାକୁ କୋର୍ଟ ୩୦ ମିନିଟ୍ ସମୟ ଦେଇଥିଲେ । ତେବେ, ଅକ୍ଷୟ ଓକିଲ ତାଙ୍କୁ ନିର୍ଦ୍ଦୋଷ କହିବା ସହ ଗଣମାଧ୍ୟମ ଉପରେ ସବୁ ଦୋଷ ଲଦିଥିଲେ ।
‘ନିର୍ଭୟା’ ମୃତ୍ୟୁ ପରେ ବି ନ୍ୟାୟ ପାଇନାହାନ୍ତି ପରିବାର, ଫାଶୀ ଅପେକ୍ଷାରେ ୪…
ଅନ୍ୟପଟେ ଦୋଷୀଙ୍କ ରିଭ୍ୟୁ ପିଟିସନ୍ ଖାରଜ ପାଇଁ ‘ନିର୍ଭୟା’ଙ୍କ ମାଆ କୋର୍ଟଙ୍କୁ ନିବେଦନ କରିଛନ୍ତି । ଏଥିସହ ଦୋଷୀଙ୍କୁ ତୁରନ୍ତ ଫାଶୀ ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି ।
ଫାଶୀ ପାଇଁ ତିହାର ଜେଲର ପ୍ରସ୍ତୁତି
ଅନ୍ୟପଟେ ବ୍ଲାକ ୱାରେଣ୍ଟ ରୁଜୁ ହୋଇନଥିଲେ ମଧ୍ୟ ଫାଶୀ ପାଇଁ ତିହାର ଜେଲ୍ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଜେଲ୍ ସୂତ୍ର ମୁତାବକ, ଗୋଟିଏ ଥରରେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ।
https://nandighoshatv.combuxar-jail-told-to-make-10-ropes-for-the-countrys-hangmen/
କିଛି ଦିନ ପାଇଁ ଟଳିପାରେ ଫାଶୀ
୪ ଦୋଷୀଙ୍କ ଫାଶୀ ସଜ୍ଜା କିଛି ଦିନ ପାଇଁ ଟଳିପାରେ । ଯଦି ସୁପ୍ରିମକୋର୍ଟ ରିଭ୍ୟୁ ପିଟିସନ୍ ଖାରଜ କରନ୍ତି । ତେବେ, ଦୋଷୀଙ୍କ ପାଖରେ ଆଉ କିଛି ସମୟ ରହିବ । ଫାଶୀ ପୂର୍ବରୁ ଡେଥ ୱାରେଣ୍ଟ ଜାରି କରାଯିବ । ଏଥିସହ ଫାଶୀ ପାଇବାକୁ ଥିବା ଦୋଷୀଙ୍କୁ ମାନସିକ ରୂପେ ପ୍ରସ୍ତୁତ କରିବା ପାଇଁ ଜେଲ୍ ପ୍ରଶାସନ ୧୪ ଦିନ ସମୟ ଦେବ ।
https://nandighoshatv.comknown-about-hanging-kothi/
ଆଜିର ରାଶିଫଳ (୧୮.୧୨.୨୦୧୯) ବୁଧବାର
ଆଜିର ପଞ୍ଚାଙ୍ଗ (୧୮.୧୨.୨୦୧୯) ବୁଧବାର
ଆଜି ୨୦୧୯ ମସିହା ଡିସେମ୍ବର ୧୮ ତାରିଖ, ବୁଧବାର, ସପ୍ତମୀ ତିଥି, ଉ: ଫାଲଗୁନ ନକ୍ଷତ୍ର, ସିଂହଚନ୍ଦ୍ର, ପ୍ରୀତି ଯୋଗ, ବିଷ୍ଟି କରଣ ।
ଚନ୍ଦ୍ରଶୁଦ୍ଧି- ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ, ମୀନ ରାଶିର ।
ଘାତବାର- କର୍କଟ ରାଶିର
ଘାତଚନ୍ଦ୍ର- କର୍କଟ ଓ ମକର ରାଶିର
ରାହୁକାଳ- ଦିବା ୧୧/୪୨ମି.ରୁ ଦିବା ୧/୦୩ମି.
କାଳବେଳା- ଦିବା ୯/୦୧ମି.ରୁ ଦିବା ୧୦/୨୨ମି.
ଶୁଭବେଳା- ଦିବା ୧୦/୩୮ମି.ରୁ ଦିବା ୧୧/୪୨ମି.
ମାହେନ୍ଦ୍ରବେଳା- ପ୍ରାତଃ ୭/୦୨ମି.ରୁ ପ୍ରାତଃ ୭/୪୫ମି.
ପର୍ବପର୍ବାଣୀ- ଶାରଦା ଦେବୀଙ୍କ ଜନ୍ମ ତିଥି (୨୨.୧୨.୧୮୫୩) ପୌଷ କୃଷ୍ଣ ସପ୍ତମୀ
ଆଜିର ରାଶିଫଳ
ମେଷ- ସାମାନ୍ୟ ଶାରିରୀକ ଅସୁସ୍ଥାତା କରଣରୁ ବିବ୍ରତ ରହିବେ । ମାନସିକ ସ୍ଥିତି ଅସ୍ଥିର ରହିବ । ଅଯତା ବ୍ୟୟ ଭାର ବୃଦ୍ଧି ପାଇବ । ପାରିବାରିକ ଜୀବନ ଅଶାନ୍ତ ରହିବ ।
ବୃଷ- ବିଭିନ୍ନ ସୂତ୍ରରୁ ଅର୍ଥାଗମ ଯୋଗ ରହୁଛି । ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି କଟିବ । ସୁ-ସମ୍ବାଦ ପ୍ରାପ୍ତି ହେବେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।
ମିଥୁନ- କଳା, ସଂଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ । ଗବେଷଣାତ୍ମକ ଦିଗରେ ମନନିବେଶ କରିବେ । ଆୟ ଭଲହେବ । ପାରିବାରିକ ଜୀବନରେ ସମୃଦ୍ଧ ହେବେ ।
କର୍କଟ- ଘାତବାର ଓ ଘାତଚନ୍ଦ୍ର କାରଣରୁ ଶାରିରୀକ ଅସୁସ୍ଥତା ଦେଖାଦେବ । ମାନସିକ ସ୍ଥରରେ ଉଦାସିନ ରହିବେ । ଅଯଥା ବ୍ୟୟ ଓ ଭ୍ରମଣ କାରଣରୁ କ୍ଳାନ୍ତ ଅନୁଭବ କରିପାରନ୍ତି । ପାରିବାରିକ ଜୀବନ ବିଶାଦମୟ ହେବ ।
ସିଂହ- ବିଭିନ୍ନ ସୂତ୍ରରୁ ଅର୍ଥାଗମ ଯୋଗ ରହୁଛି । ଭବିଷ୍ୟତ କର୍ମ ପନ୍ଥାକୁ ନେଇ ନୂତନ ଯୋଜନା ମାନ ପ୍ରସ୍ତୁତ କରିବେ । ବିବାଦୀୟ କରିସ୍ଥିତିର ସମାଧାନ ହେବ । ପାରିବାରିକ ଜୀବନ ସୁଖମୟ ସୁଖଶାନ୍ତିରେ କଟିବ ।
କନ୍ୟା- ସୁ-ବାକ୍ୟ ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରିବେ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ । ଗୃହସ୍ଥ ଜୀବନ ସୁଖପ୍ରଦ ହେବ ।
ତୁଳା- ଦେବ ଦର୍ଶନ ଓ ତୀର୍ଥ ଭ୍ରମଣ ଯୋଗ ରହୁଛି । ମାନସିକ ସ୍ଥିତି ସାମାନ୍ୟ ଅସ୍ଥିର ରହିବ । ଆୟ ବ୍ୟୟ ସ୍ଥିତି ପ୍ରାୟତଃ ସମାନ ରହିବ । ପାରିବାରିକ ଜୀବନରେ ସମୃଦ୍ଧ ହେବେ ।
ବିଛା- କର୍ମକ୍ଷେତ୍ରରେ ସାମାନ୍ୟ ବାଧାର ସମ୍ମୁଖିନ ହେଲେ ମଧ୍ୟ ସଫଳ ହେବେ । ପରିବାର ସଦସ୍ୟ ମାନଙ୍କ ପାଇଁ ଚିନ୍ତା ପ୍ରକଟ କରିବେ । ଆୟ ଲାଭ ହେବ । ବନ୍ଧୁ ବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ ।
ଧନୁ- ବାଧା, ବିଘ୍ନ ଦେଇ ଗତି କରିବେ । କର୍ମକ୍ଷେତ୍ରରେ ଆଳସ୍ୟତା ବୃଦ୍ଧି ପାଇବ । ଥଣ୍ଡା, କଫ, କାଶ ଜନିତ ଅସୁସ୍ଥତା ଅନୁଭବ କରିବେ । ପାରିବାରିକ ଜୀବନ କଳହପୁର୍ଣ୍ଣ ରହିପାରେ ।
ମକର- ସାମାଜିକ ସ୍ଥରରେ କୌଣସି ଘଟଣାକୁ ନେଇ ସମାଲୋଚିତ ହେବେ । ଗୁପ୍ତ ଶତ୍ରୁ ମାନେ ମୁଣ୍ଡ ଟେକିବେ । ବୁଝି ବିଚାରି ଅର୍ଥ କାରବାର କରନ୍ତୁ । ପାରିବାରିକ ଜୀବନ ଅଶାନ୍ତ ରହିବ ।
କୁମ୍ଭ- ଆଜି ଦିନଟି ସୁଖଶାନ୍ତିରେ କଟିବ । କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । ପାରିବାରିକ ଜୀବନ ସୁଖମୟ ହେବ ।
ମୀନ- କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ । ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ଗୃହରେ ଶୁଭ, ମାଂଗଳିକ କାର୍ଯ୍ୟ ସମ୍ପାଦନ ହୋଇପାରେ । ଭବିଷ୍ୟତ ପାଇ ନୂତନ ଯୋଜନା ପ୍ରସ୍ତୁତ କରିବେ । ପାରିବାରିକ ଜୀବନ ସୁଖମୟ ହେବ ।
ଜ୍ୟୋତିର୍ବିଦ ପ୍ର. ଗଜେନ୍ଦ୍ର କୁମାର ନାଥ
ଯୋଗଯୋଗ- ୯୮୬୧୨୭୧୫୫୭

