spot_img
Home Blog Page 7565

କାଚ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ୮ଘଣ୍ଟା ପରେ ବି ଆୟତ୍ତ ହୋଇପାରିନି ନିଆଁ

0

ବାରିପଦା: କାଚଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ବାରିପଦା ମଞ୍ଚାବନ୍ଧା ସ୍ଥିତ ଏକ କାଚ କମ୍ପାନୀ “ଜୁହି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ୍‌” ରେ ଅଗ୍ନିକାଣ୍ଡ । ଦୀର୍ଘ ୮ ଘଣ୍ଟା ଧରି ନିଆଁକୁ ଆୟତ୍ତ କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଛି ଅଗ୍ନିଶମ ବିଭାଗ । ଏନେଇ ଅଗ୍ନିଶମ ବିଭାଗର ୩ଟି ଟିମ ନିୟୋଜିତ ଅଛନ୍ତି ।

 

ଗତକାଲି ରାତି ପ୍ରାୟ ଗୋଟେ ବେଳେ ଅଗ୍ନିକାଣ୍ଡ ଘଟିଥିଲା । ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ତେବେ ଏ ଯାଏଁ ନିଆଁ କୁ ଲିଭାଇବାରେ ସଫଳ ହୋଇପାରିନି ଅଗ୍ନିଶମ ବାହିନୀ । ବର୍ତ୍ତମାନ ସୁଦ୍ଧା କାଚ ଫ୍ୟାକ୍ଟ୍ରିରେ ଭିତରେ ଥିବା କାଚ ଗୋଦାମ୍‌ର ଭିତରେ ଥିବା ଲକ୍ଷାଧିକ ଟଙ୍କାର କାଚ ଓ ପେଟି ଜଳି ଜାଇଥିବା ସୂଚନା ମିଳିଛି । ନିଆଁ ଲାଗିବା ଫଳରେ କାଚ ବୋତଲ ଗୁଡିକ ଠୋ ଠୋ ହୋଇ ଫାଟିବାରୁ ଗୋଦାମ ଭିତରକୁ ପଶି ନିଆଁ କୁ ଆୟତ୍ତ କରିବା ଅସମ୍ଭବ ହେଉଥିବା ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି।

କମ୍ପାନୀର ଗୋଦାମ ଭିତରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ଏମ୍‌ଏମ୍‌ ନରବାଣେ ହେବେ ସ୍ଥଳ ସେନାମୁଖ୍ୟ

0

ନୂଆଦିଲ୍ଲୀ: ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ ହେବେ ନୂଆ ସ୍ଥଳସେନାମୁଖ୍ୟ । ୨୦୧୯ ଡିସେମ୍ୱର ୩୧ରେ ଅବସର ଗ୍ରହଣ କରିବାକୁ ଯାଉଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ୱତଙ୍କ ଉତ୍ତରାଧିକାରୀଭାବେ ସେ ସ୍ଥାନ ନେବେ ବୋଲି ସୂଚନା । ନରବାଣେ ଏବେ ସେନାରେ ଇଷ୍ଟର୍ଣ୍ଣ କମାଣ୍ଡର ନେତୃତ୍ୱ ନେଉଛନ୍ତି । ଇଷ୍ଟର୍ଣ୍ଣ କମାଣ୍ଡ ଭାରତ-ଚୀନର ୪୦୦୦ କିମି ସୀମାର ସୁରକ୍ଷା ଦାୟିତ୍ୱ ନେଇଥାଏ । ଦୀର୍ଘ ୩୭ ବର୍ଷର ବୃତ୍ତିଗତ ଜୀବନରେ ନରବାଣେ ଉତ୍ତର-ପୂର୍ବାଞ୍ଚଳ ଓ କାଶ୍ମୀରରେ ବିଶୃଙ୍ଖଳା ଦମନରେ ବିଶେଷ ଭୂମିକା ନିର୍ବାହ କରିଛନ୍ତି । ଏତଦ୍‌ବ୍ୟତୀତ ରାଷ୍ଟ୍ରୀୟ ରାଇଫଲ୍ସର ମୁଖ୍ୟ ଏବଂ ବିଦେଶରେ ସେ ଭାରତୀୟ ଶାନ୍ତି ସେନାର ନେତୃତ୍ୱ ନେଇଛନ୍ତି । ୧୯୮୦ ଜୁନ୍‌ରେ ସେ ଶିଖ ଲାଇଟ୍‌ ଇନଫାଣ୍ଟ୍ରି ରେଜିମେଣ୍ଟର ୭ମ ବାଟାଲିୟନ୍‌ରେ ପ୍ରଥମେ ଭର୍ତ୍ତି ହୋଇଥିଲେ । ସେନାରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ସେନା ମେଡାଲ, ବିଶିଷ୍ଟ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଛି ।

ହାତ ଗୋଡ଼ ବାନ୍ଧି ଯୁବତୀଙ୍କୁ ଦୁଷ୍କର୍ମ!

0

ପିପିଲ: ସତ୍ୟବାଦୀ ଥାନା ଅନ୍ତର୍ଗତ ଡେଲାଙ୍ଗ ବ୍ଳକ୍‌ ଅଞ୍ଚଳରେ ଲଜ୍ଜା । ବାପାଙ୍କ ଭତ୍ତା ଟଙ୍କା ନେଇ ଫେରୁଥିବା ବେଳେ ସେହି ଗାଁର ଜଣେ ଯୁବକ ଟାଣି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ । ସତ୍ୟବାଦୀ ଥାନା ଅନ୍ତର୍ଗତ ଡେଲାଙ୍ଗ ବ୍ଳକ ଅଞ୍ଚଳର ଯୁବତୀଙ୍କୁ ସେହି ଗ୍ରାମର ଜଣେ ବିବାହିତ ଯୁବକ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ । ଗୋଡ଼ହାତ ବାନ୍ଧି ଦୁଷ୍କର୍ମ କରିଥିବା ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ।

ସୂଚନା ଅନୁସାରେ, ଯୁବତୀ ଜଣଙ୍କ ବାପାଙ୍କ ଭତ୍ତା ଟଙ୍କା ନେବାକୁ ଗ୍ରାମ ମୁଣ୍ତକୁ ଆସିଥିଲେ । ଭତ୍ତା ନେଇ ଫେରୁଥିବା ବେଳେ ଉକ୍ତ ଯୁବକ ଜଣଙ୍କ ଅତି ଚତୁରତାର ସହ ଯୁବତୀଙ୍କୁ ATM ବାବଦରେ କିଛି ପଚାରି ବୁଝିବାକୁ ଘରକୁ ଡାକି ନେଇଥିଲେ । ଯୁବତୀ ଜଣଙ୍କ ଘରକୁ ନଯାଇ ଘର ବାହାରେ ଠିଆ ହୋଇ ଯୁବକଙ୍କୁ ATM ସମ୍ପର୍କରେ ବୁଝାଇଥିଲେ । ଯୁବତୀ ଫେରୁଥିବା ବେଳେ ଯୁବକ ଜଣଙ୍କ ପଛପଟୁ ଏକ ଗାମୁଛା ପକାଇ ଯୁବତୀଙ୍କୁ ଘର ଭିତରକୁ ଘୋଷାରି ନେଇ କବାଟ ବନ୍ଦ କରିଦେଇଥିଲା । ଯୁବତୀ ଏହାକୁ ବିରୋଧ କରିବାରୁ ଯୁବକ ଜଣଙ୍କ ପାଟିରେ ଗାମୁଛା ବାନ୍ଧି ଦେବା ସହ ଗୋଡ଼ ହାତ ବାନ୍ଧି ଦେଇ ଦୁଷ୍କର୍ମ କରିଥିବା ଯୁବତୀ ଜଣଙ୍କ ବୟାନ ଦେଇଛନ୍ତି ।

ମାତ୍ର ଯୁବତୀଙ୍କ ପାଟି ଶୁଣି ଗ୍ରାମର କେତେକ ଯୁବକମାନେ ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ । ସତ୍ୟବାଦୀ ପୋଲିସ ଓ ଗ୍ରାମବାସୀଙ୍କ ସହଯୋଗରେ ଯୁବତୀ ଜଣଙ୍କ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଛି । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ପିପିଲି ଏସଡିପିଓ ଖବର ପାଇ ସତ୍ୟବାଦୀ ଥାନାରେ ପହିଞ୍ଚି ସମସ୍ତ ଦିଗ ପ୍ରତି ଅନୁଧ୍ୟାନ କରୁଥିବା ବେଳେ ଘଟଣାପରଠୁ ଫେରାର ଅଛି ଅଭିଯୁକ୍ତ ।

ସୂଚନାଯୋଗ୍ୟ ଯେ ଯୁବକ ଜଣଙ୍କ ପୂର୍ବରୁ ବହୁବାର ଏଭଳି କାଣ୍ଡ ଭିଆଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର ଅନୁସାରେ ମଣିଷ ଜୀବନରେ ସର୍ବଦା ଭାଗ୍ୟଶାଳୀ ସିଦ୍ଧ ହୋଇଥାଏ ମୟୂରଚନ୍ଦ୍ରିକା

ମୟୂର କାହାକୁ ଭଲ ନଲାଗେ । ଯେବେ ମୟୂର ନିଜ ପୁଞ୍ଛ ମେଲାଏ ସେତେବେଳେ ଯେକେହି ବି ତାକୁ ଦେଖି ବିମୋହିତ ହୋଇଯାଏ । ଜଗତର ସବୁ ସୁନ୍ଦରତା ତା’ର ପୁଞ୍ଛରେ ସମାହିତ ହୋଇ ରହିଥାଏ । ତେବେ ଅନେକେ ସେହି ପୁଞ୍ଛକୁ ଆଣି ଘର ସାଜସଜ୍ଜା କିମ୍ବା ପୂଜାପଟଳରେ ବ୍ୟବହର କରିଥାନ୍ତି ।

Image result for mayura chandrika

ତେବେ ଜାଣନ୍ତୁ ଘରର କେଉଁ ସ୍ଥାନରେ ଏହାକୁ ରଖିବା ଉଚିତ୍ ।

୧. ବାସ୍ତୁଶାସ୍ତ୍ର କହିବା ଅନୁଯାୟୀ ମୟୂରଚନ୍ଦ୍ରିକାକୁ ଗୃହର ପୂର୍ବ କିମ୍ବା ଉତ୍ତର-ପଶ୍ଚିମ କାନ୍ଥରେ, ନିଜ ପକେଟରେ କିମ୍ବା ଡାଏରୀରେ ରଖିଲେ – ରାହୁ ଓ ଶନିଙ୍କର କୋପଦୃଷ୍ଟି ପଡିନଥାଏ ଓ ଗୃହରେ ବିଷଧର ଜୀବଙ୍କର ଭୟ ରହିନଥାଏ ॥

୨. ଗୃହର ଦକ୍ଷିଣ-ପୂର୍ବ କୋଣରେ ରଖିଲେ ଦୈନନ୍ଦିନ ସମସ୍ୟାରୁ ମୁକ୍ତିଲାଭ ହୋଇଥାଏ ॥

୩. ଯଦି ଏକ ମୟୂରପର ଭଗବାନ ରାଧାକୃଷ୍ଣ ମନ୍ଦିରରେ କୃଷ୍ଣଙ୍କର ଚନ୍ଦ୍ରିକା ଭାବେ ଚଢାଯାଏ ଏହାସହ ୪୧ଦିନ ପର୍ଯ୍ୟନ୍ତ ଲହୁଣୀ ଓ ମିଶ୍ରି ଭୋଗ ଅର୍ପଣ କରାଯାଏ ଏବଂ ୪୧ଦିନ ପରେ ଯଥାବିଧି ଦକ୍ଷିଣା ଓ ଭୋଗ ଦେଇ ବରଣ କରି ଆଣି ଗୃହରେ କିମ୍ବା ବ୍ୟବସାୟରେ  ଧନ ରଖୁଥିବା ସ୍ଥାନରେ ସ୍ଥାପନ କରାଯାଏ ତେବେ ଜୀବନରେ କେବେ ଅର୍ଥାଭାବ ରହିନଥାଏ ॥

୪. ଜ୍ୟୋତିଷ୍କର ପ୍ରତିକାର ମତରେ ଯଦି କୁଣ୍ଡଳୀରେ କାଳସର୍ପ ଯୋଗ ରହିଥାଏ (ଅର୍ଥାତ କୁଣ୍ଡଳୀରେ ରାହୁ ଏବଂ କେତୁଙ୍କ ମଧ୍ୟରେ ସମସ୍ତ ଗ୍ରହ ଯଦି ଅବସ୍ଥାନ କରିଥିବେ) ତେବେ  ଶୋଇଲା ବେଳେ ତକିଆ ତଳେ ୭ଟି , ଶୋଇବା ଗୃହର ପଶ୍ଚିମ ଦିଗ କାନ୍ଥରେ ୧୧ଟି ମୟୂରଚନ୍ଦ୍ରିକା ରଖିଲେ କାଳସର୍ପ ଦୋଷର ଅଶୁଭ ପ୍ରଭାବ କମିଥାଏ ॥

୫. ଛୋଟ ପିଲାର ଯଦି ସବୁବେଳେ ଦୃଷ୍ଟି ହେଉଥାଏ ତେବେ ରୂପା ତାବିଜରେ ମୟୂର ପୁଞ୍ଛ ରଖି ପିଲାଟି ଦେହରେ ବାନ୍ଧିଦେଲେ ଅଶୁଭ ପ୍ରଭାବ କମିଥାଏ ॥

୬. ପିଲା ଜିଦ୍ ଖୋର୍ ହେଉଥିଲେ ଗୃହର ପଙ୍ଖା ତଳେ ମୟୂର ପର ରଖିବେ, ଯେମିତି ଏହାର ପବନ ପିଲା ଦେହରେ ବାଜୁଥିବ ଦେଖିବେ ଧିରେଧିରେ ପ୍ରଭାବ କମିଯିବ ॥

 

ବ୍ରାଣ୍ଡେଣ୍ଡ୍‌ ପ୍ୟାକେଟ୍‌ ଭିତରେ ଚାଲିଥିଲା ନକଲି ଅଟା କାରବାର

0

ଯାଜପୁର: ଅସଲି ଖୋଳ ଭିତରେ ନକଲି ଅଟା । ‘ଆଶୀର୍ବାଦ’ , ‘ପରିବାର’ ଭଳି ବ୍ରାଣ୍ଡେଣ୍ଡ୍‌ ଅଟା ଖୋଳ ଭିତରେ ଚାଲିଥିଲା ନକଲି ଅଟାର କାରାବାର । ଏଭଳି ଏକ ନକଲି ଅଟା କାରଖାନାକୁ ଯାଜପୁର ପୋଲିସ ସହାୟତାରେ ଠାବ କରିଛି କଲିକତାର ଡିଟେକ୍ଟିଭ୍‌ ଟିମ୍‌ ।

ଯାଜପୁର ସହର ଦେବୀଦ୍ୱାର ଅଞ୍ଚଳର  କେଶବ ଚନ୍ଦ୍ର ପାଣିଙ୍କର ଏକ ଅଟାକଳ ରହିଛି।  ସେଠାରେ ସେ ସ୍ଥାନୀୟ ଲୋକଙ୍କ ଗହମ ପେସାଇ  ଅଟା ପ୍ରସ୍ତୁତ କରୁଥିଲେ। ତେବେ  କିଛି ମାସ ହେବ ‘ପରିବାର’ ଅଟା କମ୍ପାନୀ ପ୍ୟାକେଟ୍‌ରେ ଅଟା ପ୍ୟାକିଂ କରି ବଜାରକୁ ଛାଡୁଥିଲା । ଆଉ ଏହି ଘଟଣା ବିଷୟରେ ଜାଣିପାରିଥିଲେ କୋଲକାତା ସ୍ଥିତ‘ପରିବାର’ ଅଟା କମ୍ପାନୀ କର୍ତ୍ତୃପକ୍ଷ ।

ସେ ସ୍ଥାନୀୟ ଏକ ଡିଟେକ୍ଟିଭ ସଂସ୍ଥା ଯୋଗେ ଆଜି ଏହି ଅସଲି ଖୋଳ ଭିତରେ ‘ନକଲି  ଅଟା ବିକୁଥିବା ମାଲିକଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି । ତେବେ ଯାଜପୁର ଥାନା ଅଧିକାରୀ ଆଶିଷ ସାହୁଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି  କୋଲକାତାର ଟିମ । ଯାଜପୁର ପୋଲିସ ସଙ୍ଗେ ସଙ୍ଗେ ଅଟାକଳ ଉପରେ ଚଢ଼ାଉ କରିବା ସହ ମାଲିକଙ୍କୁ ଅଟକ ରଖିଛି ।

ଘଟଣାସ୍ଥଳରୁ ‘ପରିବାର’ କମ୍ପାନୀର ଖୋଳରେ ଅଟା ଭର୍ତ୍ତି ହୋଇଥିବା ୧ କେଜି ବିଶିଷ୍ଟ ୫୦ଟି ପ୍ୟାକେଟ ଓ ୨୨୦ ପିସ ଖାଲି ପ୍ୟାକେଟ, ଅର୍ଶୀବାଦ କମ୍ପାନୀ ନାଁରେ ୨୮୦ ପ୍ୟାକେଟର ୧କେଜିଆ  ନକଲି ଅଟା,  ୫ କେଜି ବିଶିଷ୍ଟ ୬୫ ପ୍ୟାକେଟ ଅଟା ସହ ଅଟା ପ୍ୟାକିଂ କରୁଥିବା ମେସିନ ଜବତ କରାଯାଇଛି।

ଛାତ୍ରଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ପିଟିସନ୍ ଦାଖଲ: କିଛି ଏଭଳି କହିଲେ ପ୍ରଧାନ ବିଚାରପତି

0

ନୂଆଦିଲ୍ଲୀ: ସଂଶୋଧିତ ନାଗରିକତା ଆଇନ ବିରୋଧରେ ହିଂସା ବନ୍ଦ କଲେ ଶୁଣାଣି ଆରମ୍ଭ ହେବ ବୋଲି କହିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଦିଲ୍ଲୀରେ ବିକ୍ଷୋଭକାରୀଛାତ୍ରଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଦାୟର ପିଟିସନ୍‌ର ଶୁଣାଣି କରିବା ନେଇ କିଛି ଏଭଳି ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡେ ।

ପିଟିସନ୍‌ ଦାୟର କରିଥିବା ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ କହିଛନ୍ତି ଯେ, ଆଲୀଗଢ଼ ମୁସ୍‌ଲିମ୍‌ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ପ୍ରତି ପୋଲିସର କାର୍ଯ୍ୟାନୁଷ୍ଠାନରେ ଅତି ଗୁରୁତରଭାବେ ମନବାଧିକାର କ୍ଷୁର୍ଣ୍ଣ ହୋଇଛି ।

ଛାତ୍ରମାନଙ୍କ ପ୍ରତି ଏଭଳି ହୋଇଥିବାରୁ ସେମାନେ ଆଇନକୁ ହାତକୁ ନେଇପାରିବେ ନାହିଁ । ପରିସ୍ଥିତି ଶାନ୍ତ ପଡ଼ିଲା ପରେ ଏ ନେଇ ବଚାର କରାଯିବ ବୋଲି ସୁପ୍ରିମକୋର୍ଟ ପ୍ରଧାନବିଚାରପତି କହିଥିବା, ଖରବ ସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ଏହା କୁହାଯାଇଛି । ଆମେ ଶନ୍ତି ପୂର୍ଣ୍ଣ ବିକ୍ଷୋଭକୁ ବିରୋଧ କରୁନୁ ।

କାର୍ଯ୍ୟାନୁଷ୍ଠାନର ଭିଡିଓ ଦେଖିବାର କୌଣସି ଆବଶ୍ୟକତା ନାହିଁ, ଯେତେବେଳ ଯାଏଁ ହିଂସା, ଭଙ୍ଗାରୁଜା ବନ୍ଦ ହୋଇନାହିଁ ଆମେ ଶୁଣାଣି କରିବୁନାହିଁ । ଅପରପକ୍ଷରେ ଦିଲ୍ଲୀରେ ଛାତ୍ରଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ନେଇ ଦାୟର ପିଟିସନ୍‌କୁ ସୋମବାର ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ରବିବାର ନ୍ୟୁ ଫ୍ରେଣ୍ଡସ୍‌ରେ ବିକ୍ଷୋଭକାରୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ୪ଟି ବସ୍‌, ୨ଟି ପୋଲିସ ଗାଡ଼ିରେ ନିଆ ଲଗାଇଦେଇଥିଲେ । ଏଥିରେ ୬ ପୋଲିସ କର୍ମଚାରୀ ଓ ୨ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି ।

ମହିଳା ସୁରକ୍ଷା ପାଇଁ କମିଶନରେଟ ପୋଲିସର ନୂଆ ପଦକ୍ଷେପ, ନିଯୁକ୍ତି ହେବେ ମହିଳା ଏସପିଓ

0

ଭୁବନେଶ୍ୱର: ମହିଳାଙ୍କ ସୁରକ୍ଷା ନେଇ ଆଉ ପାଦେ ଆଗକୁ ବଢ଼ିଛି କମିଶନରେଟ ପୋଲିସ । ଶିକ୍ଷାନୁଷ୍ଠାନ, କଲ୍ ସେଣ୍ଟର, ଆଇଟି ସେଣ୍ଟର ଗୁଡିକରେ ନିୟୋଜିତ ହେବେ SPO । କର୍ମଜୀବୀ ମହିଳା ଓ ଶିକ୍ଷାନୁଷ୍ଠାନର ଛାତ୍ରୀମାନଙ୍କୁ  ନେଇ ଗଠନ ହେବ ଏସ୍‌ପିଓ । ଅପରାଧ ଓ ଅପରାଧୀଙ୍କ ଉପରେ ନଜର ରଖିବାକୁ ଏହି ନୂଆ ଉଦ୍ୟମ ଆରମ୍ଭ କରିବ କମିଶନରେଟ ପୋଲିସ ।

କଲେଜ ହେଉକି ବିଶ୍ୱବିଦ୍ୟାଳୟ । ଆଇଟି ହେଉକି କର୍ପୋରେଟ ସେକ୍ଟର । ମହିଳାଙ୍କ ସୁରକ୍ଷା ପାଇଁ କାମ କରିବେ ସ୍ପେଶାଲ ପୋଲିସ ଅଫିସର ବା ଏସ୍‌ପିଓ । ଦୁଷ୍କର୍ମ, ଅସଦାଚରଣ, ଅତ୍ୟାଚାର ଓ ନିର୍ଯାତନା ଭଳି ଅଭିଯୋଗ ନେଇ ରହିବନି ଥାନାର ଭୟ । ମହିଳାଙ୍କ ପ୍ରତି ହେଉଥିବା ଯେ କୈାଣସି ପ୍ରକାର ଅଭିଯୋଗ, ଏସପିଓ ଜାଣିବେ । ଟୁଇନସିଟିରେ କଲେଜ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସେକ୍ଟରରେ କାମ କରୁଥିବା ମହିଳାଙ୍କ ସୁରକ୍ଷାକୁ ନେଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛି କମିଶନରେଟ ପୋଲିସ । ପ୍ରତ୍ୟେକ ଅନୁଷ୍ଠାନରୁ ମହିଳା ଓ ଛାତ୍ରୀଙ୍କୁ ଚୟନ କରି ପୋଲିସ ବାଛିବ ମହିଳା ଏସପିଓ ଟିମ ।

ରାଜଧାନୀରେ ମହିଳାଙ୍କ ପ୍ରତି ଦୁଷ୍କର୍ମ, ଅସଦାଚରଣ, ଦୁବ୍ୟବହାର ଭଳି ଘଟଣାରେ ବଢ଼ିବାରେ ଲାଗିଛି । ଏ ସବୁ ରୋକିବାକୁ ନିଯୁକ୍ତ ହେବେ ଏସ୍‌ପିଓ । ଟୁଇନ୍‌ସିଟର ୪୧ଟି ଅନୁଷ୍ଠାନକୁ ଅବଗତ କରିଛି କମିଶନରେଟ୍‌ ପୋଲିସ । ପ୍ରଥମ ପର୍ଯ୍ୟାୟରେ ରାଜଧାନୀ କଲେଜ ସମେତ ଅନ୍ୟ କଲେଜ କର୍ତ୍ତୃପକ୍ଷ ଛାତ୍ରୀଙ୍କ ତାଲିକା କମିଶନରେଟ୍‌ ପୋଲିସକୁ ଦେଇଛନ୍ତି । ଅନେକ ସମୟରେ କର୍ମଜୀବୀ ମହିଳା ଓ ଛାତ୍ରୀଙ୍କ ପ୍ରତି ହେଉଥିବା ଅଭିଯୋଗ ପୋଲିସ ପାଖରେ ପହଞ୍ଚି ପାରୁନି । ଅଭିଯୋଗ କରିବାକୁ ସଙ୍କୋଚିତ ଅବା ଭୟ କରୁଛନ୍ତି ପୀଡ଼ିତା । ଏଭଳି ଘଟଣା ଏସପିଓଙ୍କ ନଜରକୁ ଆସିଲେ ସେମାନେ ପୋଲିସ ନିକଟରେ ପହଞ୍ଚାଇ ପାରିବେ । ଯାହା ଦ୍ଵାରା ପୋଲିସ ଘଟଣା ଉପରେ ଦୃଷ୍ଟି ରଖିବ । ଅନ୍ୟପଟେ ପୋଲିସର ଏସପିଓ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଛାତ୍ରୀ ଓ କର୍ମଜୀବୀ ମହିଳା ।

ଜାନୁୟାରୀ ୨ ଠାରୁ ରାଜଧାନୀରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଜାନୁଆରୀ ୧୫ରୁ କଟକରେ ମଧ୍ୟ ଏହାକୁ ଆରମ୍ଭ କରାଯିବ । ଏହା ଫଳରେ କିଛି ପରିମାଣରେ ମହିଳାଙ୍କ ପ୍ରତି ଘଟୁଥିବା ଅସଦାଚରଣ, ଦୁର୍ବ୍ୟବହାର, ବଳାକ୍ରାର ପରି ଘଟଣା ହ୍ରାସ ପାଇବ ବୋଲି ପୁଲିସ ଆଶା ରଖିଛି ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ମହିଳା ଇନିସ୍ପେକ୍ଟର ରାଜଧାନୀରେ ଏହି କାର୍ଯ୍ୟକ୍ରମର ପରିଚଳନା ଦାୟିତ୍ୱ ନେବେ । ତାଙ୍କ ନେତୃତ୍ୱରେ କଲେଜର ସ୍ୱତନ୍ତ୍ର ପୁଲିସ ଅଫିସରମାନେ କାମ କରିବେ ।
ପୂର୍ବରୁ ଭୁବନେଶ୍ୱର କଲେଜ ଛାତ୍ରୀଙ୍କୁ ରୋଡ ରୋମିଓ ଦୁବ୍ୟବହାରର ଶିକାର ହୋଇଛନ୍ତି। ଏପରିକି ରୋଡ ରୋମିଓ ଙ୍କୁ ଯୁବତୀ ମାନେ ମଧ୍ୟ ପାନେ ଚାଖିଛନ୍ତି।

କୋରାପୁଟର ବିଷ୍ଣୁ ପେଣ୍ଠିଆଙ୍କୁ ସହାୟତାର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

କୋରାପୁଟ : ଜୟପୁରସ୍ଥିତ ଲାଠିଗୁଡ଼ା ଗାଁରେ ରୁହନ୍ତି ନକୁଳ ପେଣ୍ଠିଆଙ୍କ ପରିବାର । ନିଜର ତିନୋଟି ଛୋଟ ଛୁଆଙ୍କୁ ନେଇ ନକୁଳଙ୍କର ସଂସାର । ପରିବାର କହିଲେ, ଦୁଇ ପୁଅ ଓ ଗୋଟିଏ ଝିଅ ଏବଂ ପତ୍ନୀଙ୍କ ସହ ପାଞ୍ଚ ପ୍ରାଣୀ କୁଟୁମ୍ବ । ଆର୍ଥିକ ଦୂରାବସ୍ଥାରେ ରହୁଥିବା ନକୁଳ ପେଣ୍ଠିଆ ପର ଘରେ ମୁଲ ଲାଗି ପରିବାର ପ୍ରତିପୋଷଣ କରନ୍ତି । ଏଭଳି ସ୍ଥଳେ ବୋଝ ଉପରେ ଲଳିତା ବିଡ଼ା ପରି ତାଙ୍କର ୫ ବର୍ଷୀୟ ବଡ ପୁଅ ବିଷ୍ଣୁ ପେଣ୍ଠିଆଙ୍କ ଗୋଡ଼ରେ ଏକ ମାଂସ ପିଣ୍ଡୁଳା ଅହେତୁକ ଭାବେ ବଢୁଛି । ଗୋଟିଏ ପକ୍ଷରେ ଆର୍ଥିକ ସ୍ଥିତି ଭଲ ନଥିଲା ବେଳେ ଅନ୍ୟପଟେ ପୁଅର ଏହି ଦୁର୍ଦ୍ଦଶା ନକୁଳ ପେଣ୍ଠିଆଙ୍କର ଚିନ୍ତାକୁ ଦ୍ୱିଗୁଣିତ କରୁଥିଲା । ପାଖରେ ଅର୍ଥ ନଥାଇ ମଧ୍ୟ ସେ ବୋରିଗୁମ୍ମା, ଜୟପୁର, କୋରାପୁଟ ମେଡ଼ିକାଲରେ ପୁଅକୁ ଦେଖାଇଥିଲେ । ସେଠାରେ ଡାକ୍ତରମାନେ ବିଷ୍ଣୁଙ୍କର ଚିକିତ୍ସା କଟକ କିମ୍ବା ବ୍ରହ୍ମପୁରରେ କରିବା ପାଇଁ ପରାମର୍ଶ ଦେଇଥିଲେ ।


ନକୁଳ ପେଣ୍ଠିଆଙ୍କ ଏହି ଦୁଃଖଦ କାହାଣୀ ଏକ ଦୈନିକ ଖବର କାଗଜରେ ପ୍ରକାଶିତ ହୋଇଥିଲା । ସୌଭାଗ୍ୟକ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଷ୍ଣୁଙ୍କର ଏ ଦୁର୍ଦ୍ଦଶା ସଂପର୍କରେ ଜାଣିବା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ‘ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’, ଜୟପୁରର ଅଧିକାରୀମାନେ ତୁରନ୍ତ ଲାଠିଗୁଡ଼ା ଗାଁକୁ ଯାଇଥିଲେ । ସେହି ସମୟରେ ବିଷ୍ଣୁଙ୍କ ବାପା, ମା’ ମୁଲ ଲାଗିବାକୁ ବାହାରକୁ ଯାଇଥିଲେ । ସେମାନେ ଆସିବା ପର୍ଯ୍ୟନ୍ତ ଅଧିକାରୀମାନେ ଅପେକ୍ଷା କରିବା ସହ ବିଷ୍ଣୁଙ୍କ ବାପା ମା’ଙ୍କ ସହ ଆଲୋଚନା କରି ତା’ର ଚିକିତ୍ସା ପାଇଁ ସ୍ଥାନୀୟ ବୋରିଗୁମ୍ମା ହସ୍ପିଟାଲ ନେଇଥିଲେ ।


ପରେ କୋରାପୁଟ ମେଡ଼ିକାଲରେ ଆବଶ୍ୟକୀୟ ପରୀକ୍ଷା ପରେ ଏକ ଆମ୍ବୁଲାନ୍ସରେ ବିଷ୍ଣୁଙ୍କୁ କଟକ ବଡ ମେଡିକାଲ ପଠାଯାଇଥିଲା । ଆଜି ବିଷ୍ଣୁ ନିଜ ବାପା, ମା’ ଏବଂ ବୋରିଗୁମ୍ମାର ଆୟୁଷ ଡାକ୍ତର ଆଲୋକ ବିଶୋୟୀଙ୍କ ସହ କଟକ ବଡ଼ ମେଡିକାଲରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ପଠାଯାଇଥିଲା । ବିଭାଗୀୟ ମୁଖ୍ୟ ଡଃ ଅନ୍ନଦା ପ୍ରସାଦ ପଟ୍ଟନାୟକ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି ।

ଆଜିର ରାଶିଫଳ (୧୭.୧୨.୨୦୧୯) ମଙ୍ଗଳବାର

ଆଜିର ପଞ୍ଚାଙ୍ଗ(୧୭.୧୨.୨୦୧୯)ମଙ୍ଗଳବାର

ଆଜି ୨୦୧୯ମସିହା ଡିସେମ୍ବର ୧୭ ତାରିଖ, ମଙ୍ଗଳବାର, ପୌଷ କୃଷ୍ଣପକ୍ଷ, ସୌରମାସ ଧନୁ ୨ଦିନ, ଷଷ୍ଠୀ ତିଥି, ମାଘନକ୍ଷତ୍ର, ସିଂହ ଚନ୍ଦ୍ର, ବିଷ୍କୁମ୍ଭ ଯୋଗ, ଗର କରଣ ।

ଚନ୍ଦ୍ର ଶୁଦ୍ଧି- ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ ଓ ମୀନ ରାଶିର ।

ଘାତବାର- ମକର ରାଶିର

ଘାତଚନ୍ଦ୍ର- କର୍କଟ ଓ ମକର ରାଶିର

ରାହୁକାଳ- ଦିବା ୨/୨୪ମି.ରୁ ଦିବା ୩/୪୫ମି.

କାଳବେଳା- ଦିବା ୧/୦୩ମି.ରୁ ଦିବା ୨/୨୪ମି.

ଶୁଭବେଳା- ଦିବା ୯/୦୦ମି.ରୁ ଦିବା ୧୧/୨୦ମି.

ମାହେନ୍ଦ୍ରବେଳା- ସନ୍ଧ୍ୟା ୫/୦୫ମି.ରୁ ରାତ୍ରି ୭/୪୪ମି.

ପର୍ବପର୍ବାଣୀ- ମହାରାଜା ରାମଚନ୍ଦ୍ର ଭଞ୍ଜଦେଓ ଜୟନ୍ତୀ(୧୭.୧୨.୧୮୮୩)

ଆଜିର ରାଶିଫଳ

ମେଷ- ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ଶାରୀରିକ ଅସୁସ୍ଥତା ଦେଖାଦେବ । ଆୟଠାରୁ ବ୍ୟୟ ଅଧିକ ହେବ । ପାରିବାରିକ ଜୀବନ ବିଷାଦପୂର୍ଣ୍ଣ ରହିବ ।

ବୃଷ- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । ବିଭିନ୍ନ ସୂତ୍ରରୁ ଅର୍ଥାଗମ ଯୋଗ ରହୁଛି । କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ ।

ମିଥୁନ- କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ । ପୂର୍ବରୁ ବାକିଥିବା ଅର୍ଥ ପ୍ରାପ୍ତି ହେବେ । ଶରୀର ସୁସ୍ଥ ରହିବ । ପାରିବାରିକ ଜୀବନ ସୁଖମୟ ରହିବ ।

କର୍କଟ- ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖାଦେଇ ପାରେ । ମାନସିକ ସ୍ଥରରେ ଉଦାସୀନ ରହିବେ । ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ । ସନ୍ତାନ ବର୍ଗଙ୍କୁ ନେଇ ଚିନ୍ତିତ ରହିବେ ।

ସିଂହ- ବିଭିନ୍ନ ସୂତ୍ରରୁ ଅର୍ଥାଗମ ଯୋଗ ରହୁଛି । ଭବିଷ୍ୟତ କର୍ମପନ୍ଥାକୁ ନେଇ ନୂତନ ଯୋଜନାମାନ ପ୍ରସ୍ତୁତ କରିବେ । ବିବାଦୀୟ ପରିସ୍ଥିତିର ସମାଧାନ ହେବ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

କନ୍ୟା- ସୁ-ବାକ୍ୟ ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରିବେ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ । ଗୃହସ୍ଥ ଜୀବନ ସୁଖପ୍ରଦ ହେବ ।

ତୁଳା- ଦେବ ଦର୍ଶନ ଓ ତୀର୍ଥ ଭ୍ରମଣ ଯୋଗ ରହୁଛି । ମାନସିକ ସ୍ଥିତି ସାମାନ୍ୟ ଅସ୍ଥିର ରହିବ । ଆୟ ବ୍ୟୟ ସ୍ଥିତି ପ୍ରାୟତଃ ସମାନ ରହିବ । ପାରିବାରିକ ଜୀବନରେ ସମୃଦ୍ଧ ହେବେ ।

ବିଛା- କର୍ମକ୍ଷେତ୍ରରେ ସାମାନ୍ୟ ବାଧାର ସମ୍ମୁଖିନ ହେଲେ ମଧ୍ୟ ସଫଳ ହେବେ । ପରିବାର ସଦସ୍ୟ ମାନଙ୍କ ପାଇଁ ଚିନ୍ତା ପ୍ରକଟ କରିବେ । ଆୟ ଭଲ ହେବ । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତିହେବେ ।

ଧନୁ- ବାଧା, ବିଘ୍ନ ଦେଇ ଗତି କରିବେ । କର୍ମକ୍ଷେତ୍ରରେ ଆଳସ୍ୟତା ବୃଦ୍ଧି ପାଇବ । ଥଣ୍ଡା, କଫ, କାଶ ଜନିତ ଅସୁସ୍ଥତା ଅନୁଭବ କରିବେ । ପାରିବାରିକ ଜୀବନ କଳହପୂର୍ଣ୍ଣ ରହିପାରେ ।

ମକର- ସାମାଜିକ ସ୍ତରରେ କୌଣସି ଘଟଣାକୁ ନେଇ ସମାଲୋଚିତ ହେବେ । ଗୁପ୍ତ ଶତ୍ରୁମାନେ ମୁଣ୍ଡ ଟେକିବେ । ବୁଝି ବିଚାରି ଅର୍ଥ କାରବାର କରନ୍ତୁ । ପାରିବାରିକ ଜୀବନ ଅଶାନ୍ତ ରହିବ ।

କୁମ୍ଭ- ଆଜି ଦିନଟି ସୁଖଶାନ୍ତିରେ କଟିବ । କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । ପାରିବାରିକ ଜୀବନ ସୁଖମୟ ହେବ ।

ମୀନ- କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ । ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ଗୃହରେ ଶୁଭ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହୋଇପାରେ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ପାରିବାରିକ ଜୀବନ ସୁଖମୟ ହେବ ।

ଜ୍ୟୋତିର୍ବିଦ ପ୍ର. ଗଜେନ୍ଦ୍ର କୁମାର ନାଥ

ଯୋଗଯୋଗ- ୯୮୬୧୨୭୧୫୫୭