ଖୋର୍ଦ୍ଧା: ସହରରେ ଚାଞ୍ଚଲ୍ୟ । ସନ୍ଧ୍ୟାରେ ଡାକ୍ତରଙ୍କୁ ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ । କ୍ଲିନିକ ଭିତରେ ପଶି ଦୁର୍ବୃତ୍ତ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସରଞ୍ଜନ ଦାସଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ଗୁଳିମାଡ଼ରେ ଡାକ୍ତରଙ୍କ ସହ ଔଷଧ ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତେବେ, ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଡାକ୍ତର ଶ୍ରୀ ଦାସ କ୍ଲିନିକରେ ବସି କଥା ହେଉଥିବା ବେଳେ ବାଇକରେ ୨ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଥିଲେ ।
ଗୁଳିମାଡ଼ ଘଟଣା ପରେ ଖୋର୍ଦ୍ଧା ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଘଟଣା ଖୋର୍ଦ୍ଧା ସହରରେ ଆତଙ୍କ ଖେଳାଇ ଦେଇଛି ।


ନିଆଁ ଲିଭାଇବାକୁ ୪ଟି ଦମକଳ ବାହିନୀ ଆସିଥିଲେ ମଧ୍ୟ ବିକ୍ଷୋଭକାରୀଙ୍କ ଆକ୍ରୋଶରୁ ବର୍ତ୍ତି ପାରିନାହାନ୍ତି । ୨ଟି ଦମକଳ ଗାଡ଼ି ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । ଅନ୍ୟ ୨ଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛି । ପୋଲିସ ଆନ୍ଦୋଳନକୁ ପ୍ରତିହତ କରିବାକୁ ଯାଇ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି ।
ପୂର୍ବରୁ NEFT ଟ୍ରାଞ୍ଜାକ୍ସନ ସୁବିଧା ବ୍ୟାଙ୍କ ଖୋଲା ଦିନରେ ସକାଳ ୮ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମିଳୁଥିଲା । ଶନିବାର ଏହି ସୁବିଧା ସକାଳ ୮ଟାରୁ ଦ୍ୱି ପ୍ରହର ଗୋଟାଏ ଯାଏଁ ଥିଲା । କାଲିଠୁ ଏହି ସେବା ୨୪ ଘଣ୍ଟା ମିଳିବ । ଏନେଇ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛି । ଅଥିସହ ଦେଣନେଣରେ ଅସୁବିଧା ନହେବା ପାଇଁ ଚାଲୁ ଖାତାରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ କୁହାଯାଇଛି ।
ଝାଡ଼ଖଣ୍ଡ ଦୁମକାରେ ନିର୍ବାଚନ ରାଲିରେ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ତାଙ୍କ କଥା ନଶୁଣିବାରୁ ନିଆଁ ଜାଳୁଛନ୍ତି, କପଡ଼ା ଚିରୁଛନ୍ତି । ଏମାନେ ଦେଶର ଭଲ କଥା ଚିନ୍ତା କରିବେ, ସେମିତି ଆଶା ନାହିଁ । ସେମାନେ କେବଳ ନିଜ ପରିବାର କଥା ଚିନ୍ତା କରନ୍ତି ବୋଲି ମୋଦି କଟାକ୍ଷ କରିଛନ୍ତି ।
ଏଥିସହ ସମ୍ବିଧାନ ଧାରା ୩୭୦ ଉଚ୍ଛେଦ ବେଳେ ପାକିସ୍ତାନ ଲଣ୍ଡନ ଭାରତୀୟ ଦୂତାବାସ ଆଗରେ ବିକ୍ଷୋଭ କରିଥିଲା । ଏବେ ନାଗରିକତା ଆଇନକୁ ନେଇ କଂଗ୍ରେସ ଲଣ୍ଡନରେ ଭାରତୀୟ ଦୂତାବାସ ଆଗରେ ପ୍ରତିବାଦ କରୁଛି । ଏଥିରୁ କଂଗ୍ରେସ ଓ ପାକିସ୍ତାନର ନୀତି ଗୋଟିଏ ପ୍ରକାର ଥିବା ଜଣାପଡ଼ୁଥିବା ମୋଦି କହିଛନ୍ତି । ପାକିସ୍ତାନ ଭାରତକୁ ଦୁନିଆରେ ବଦନାମ କରିବାକୁ ଚେଷ୍ଟା କରୁଛି । ଠିକ୍ ସେହି ଢଙ୍ଗରେ କଂଗ୍ରେସ ଚାଲୁଛି ।