spot_img
Home Blog Page 7575

ବାଲେଶ୍ୱରରେ ବସ୍-ଟ୍ରକ୍ ମୁହାଁମୁହିଁ: ୧୫ ଆହତ, ୪ ଜଣଙ୍କ ଅବସ୍ଥା ଗୁରୁତର

0

ନୀଳଗିରି ତେଲିପାଳ ଆଶ୍ରମ ସ୍କୁଲ ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ 15 ଜଣ ଆହତ ହୋଇଛନ୍ତି । ସେଥିମଧ୍ୟରୁ 4 ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଆହତ ମାନଙ୍କ ଚିକିତ୍ସା ପାଇଁ ସମସ୍ତଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ବାଲେଶ୍ୱରରୁ ଉଦଳା ଯାଉଥିବା ବେଳେ ପଛରୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଭାରସାମ୍ୟ ହରାଇ ବସଟି ଗଛରେ ପିଟି ହୋଇଥିଲା ।

ପୁଣି ବିବାଦରେ ଛନ୍ଦି ହେଲେ ସ୍ୱାମୀ ନିତ୍ୟାନନ୍ଦ

0

ଅହମ୍ମଦାବାଦ : ପୁଣି ବିବାଦରେ ଛନ୍ଦି ହୋଇଛନ୍ତି ସ୍ୱାମୀ ନିତ୍ୟାନନ୍ଦ । ଦୁଇ ଯୁବତୀଙ୍କୁ ଜୋର୍‌ ଜବରଦସ୍ତ ତାଙ୍କ ଆଶ୍ରମରେ ରଖିଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଉଦ୍ଧାର ପାଇଁ ବେଙ୍ଗାଲୁରୁର ଏକ ପରିବାର ଗୁଜୁରାଟ ହାଇକୋର୍ଟରେ ଆବେଦନ କରିଛନ୍ତି । ଆଶ୍ରମ କର୍ତ୍ତୃପକ୍ଷ ସେମାନଙ୍କ ଦୁଇ ଝିଅଙ୍କୁ ଦେଖିବା ପାଇଁ ଅନୁମତି ଦେଉ ନ ଥିବା ସମ୍ପୃକ୍ତ ଦମ୍ପତି ଜନାର୍ଦ୍ଦନ ଶର୍ମା ଓ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ୨୦୧୩ରେ ଜନାର୍ଦ୍ଦନ ତାଙ୍କର ଚାରି ଝିଅଙ୍କୁ ସ୍ୱାମୀ ନିତ୍ୟାନନ୍ଦଙ୍କ ପରିଚାଳିତ ଶିକ୍ଷାନୁଷ୍ଠାନ ‘ନିତ୍ୟାନନ୍ଦ ଧ୍ୟାନପୀଠମ୍‌’ରେ ଅଧ୍ୟୟନ ପାଇଁ ଛାଡ଼ିଥିଲେ । ସେତେବେଳେ ତାଙ୍କ ଝିଅ ମାନଙ୍କୁ ୭ରୁ ୧୩ ବର୍ଷ ବୟସ ହୋଇଥିଲା । କିନ୍ତୁ କିଛି ଦିନ ପୂର୍ବରୁ ଜନାର୍ଦ୍ଦନ ଜାଣିବାକୁ ପାଇଲେ କି ତାଙ୍କ ଝିଅମାନଙ୍କୁ ଅନ୍ୟତ୍ର ଅବସ୍ଥିତ ନିତ୍ୟାନନ୍ଦ ଧ୍ୟାନପୀଠମ୍‌ର ଏକ ଶାଖା ‘ଯୋଗିନୀ ସର୍ବଜ୍ଞାପୀଠମ୍‌’କୁ ସ୍ଥାନାନ୍ତର କରଯାଇଛି । ଏନେଇ ଜନାର୍ଦ୍ଦନ ଝିଅମାନଙ୍କୁ ଭେଟିବା ପାଇଁ ସେହି  ବିଦ୍ୟାପୀଠକୁ ଯାଇଥିଲେ  ।

 

କିନ୍ତୁ ସେଠାରେ କର୍ତ୍ତୃପକ୍ଷ ସେମାନଙ୍କୁ ତାଙ୍କ ଝିଅ ମାନଙ୍କ ସହ ଭେଠିବା ପାଇଁ ଅନୁମତି ଦେଇ ନ ଥିଲେ । ଅଭିଯୋଗ ପରେ ପୋଲିସ ଓ ସ୍ଥାନୀୟ ଶିଶୁ ଅଧିକାର ସମିତି ସହାୟତାରେ ସେ ଦୁଇ ସାନ ଝିଅଙ୍କୁ ଭେଟିବା ସହ ଘରକୁ ଫେରାଇ ଆଣିବାରେ ସମର୍ଥ ହୋଇଥିଲେ; କିନ୍ତୁ ଦୁଇ ବଡ଼ ଝିଅ ଲୋପାମୁଦ୍ରା ଜନାର୍ଦ୍ଦନ ଶର୍ମା ଓ ନନ୍ଦିତା ଙ୍କୁ କର୍ତ୍ତୃପକ୍ଷ ଛାଡ଼ି ନ ଥିଲେ । ଏନେଇ ଜନାର୍ଦ୍ଦନ ପୁନର୍ବାର ପୁଲିସର ସହାୟତା ଲୋଡ଼ିଥିଲେ । ବିଦ୍ୟାପୀଠ କର୍ତ୍ତୃପକ୍ଷ ସେମାନଙ୍କ ଦୁଇ ଝିଅଙ୍କୁ ଅପହରଣ କରିନେବା ସହ ବଳପୂର୍ବକ ଲୁଚାଇ ରଖିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଏତଲା ରୁଜୁ କରିଥିଲେ ମଧ୍ୟ ଦୁଇ ଝିଅଙ୍କୁ ଉଦ୍ଧାର କରିପାରିନଥିଲା । ପରେ ବାଧ୍ୟହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜନାର୍ଦ୍ଦନ କହିଛନ୍ତି।

ସ୍ୱାମୀ ନିତ୍ୟାନନ୍ଦଙ୍କ ବିରୋଧରେ ୨୦୧୦ରେ ଗୁରୁତର ଯୌନ କେଳେଙ୍କାରୀର ଅଭିଯୋଗ ଆସିଥିଲା । ପ୍ରଖ୍ୟାତ ତାମିଲ ଅଭିନେତ୍ରୀ ରଞ୍ଜିତାଙ୍କ ସହିତ ସେ ନିଜ ଆଶ୍ରମରେ ଯୌନ କେଳେଙ୍କାରୀରେ ଲିପ୍ତ ଥିବାର ଭିଡିଓ ତାମିଲ ଗଣମାଧ୍ୟମରେ ପ୍ରକାଶିସ ହୋଇଥିଲା । ଖାଲି ସେତିକି ନୁହେଁ ଯୁବତୀ ଭକ୍ତମାନଙ୍କୁ ସେ ଆଶ୍ରମରେ ଉପଭୋଗ କରୁଥିବାର ଏକାଧିକ ଅଭିଯୋଗ ହୋଇଥିଲା। ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା । ୨୦୧୮ ଜୁନ୍‌ରେ କର୍ଣ୍ଣାଟକ ଅଦାଲତ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍‌ କରିଥିଲେ ।

ବାଲିଯାତ୍ରା ଆସିବା ବେଳେ ଏମିତି କହିଲେ ସୋନା…

0

କଟକ : ଓଡ଼ିଆ ଝିଅ ସୋନା ମହାପାତ୍ର, ଏବେ ବଲିଉଡ଼ର ଏକ ନାଁକରା କଳାକାର । ସବୁବେଳେ ବାଦବିବାଦରେ ରହୁଥିବା ଏହି ଗାୟିକା ଏବେ ସିଲଭର ସିଟି କଟକରେ କଟିଥିବା ସ୍ମୃତିକୁ ମନେପକାଇଛନ୍ତି । କଟକକୁ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରଂଶସା କରିବା ସହ କଟକର ପ୍ରସିଦ୍ଧ ବାଲିଯାତ୍ରା ବିଷୟରେ ଭୁରି ଭୁରି ପ୍ରଶଂସା ମଧ୍ୟ କରିଛନ୍ତି । ଜୀବନର କିଛି ଜଣା ଅଜଣା କଥା ବାଣ୍ଟିବା ସହ ତାଙ୍କ ଜୀବନର ପ୍ରଥମ ଷ୍ଟେଜ୍ ସୋ ବିଷୟରେ କହିଛନ୍ତି । ତାଙ୍କ ଜୀବନର ପ୍ରଥମ ଷ୍ଟେଜ୍ ସୋ ସେ କଟକରେ ହିଁ କରିଥିଲେ । ଏହାସହ କଟକ ଦହିବରା ଆଳୁଦମ୍ ଏବଂ ବାଲିଯାତ୍ରା ପଡ଼ିଆର ଠୁଙ୍କାପୁରୀ କଥା ମଧ୍ୟ କହିଛନ୍ତି ସୋନା ।

 

https://www.facebook.com/nandighoshatv/videos/2386546481467306/?eid=ARDr8UIKBxnFaUF-_MQlGsQSTBnfDiGnGuBNv4zbiShuB3KeInW5Mq5YS9b0VJP7ho8WARTDKPwtM-_-

 

ନାଚି ନାଚି ସୁସ୍ଥତାର ବାର୍ତ୍ତା ବାଣ୍ଟିଲେ ଏସ୍‌ପି ସାରା ଶର୍ମା

0

ଗଜପତି: ଗଜପତି ଜିଲ୍ଲାବାସୀଙ୍କ ସ୍ବାସ୍ଥ୍ୟ ପାଇଁ ଏବେ ଅଭିନବ କୈାଶଳ ଅବଲମ୍ବନ କରିଛନ୍ତି ଏସ୍‌ପି ସାରା ଶର୍ମା । ଏରୋବିକ୍‌ ଧୁନ୍‌ରେ ନିଜେ ନାଚିବା ସହ ଅନ୍ୟମାନଙ୍କୁ ମଧ୍ୟ ନଚାଉଛନ୍ତି । ଉଦ୍ଦେଶ୍ୟ ସ୍ବାସ୍ଥ୍ୟଗତ ଭାବେ ସମସ୍ତେ ଫିଟ୍‌ ରହିବା ।

https://www.facebook.com/nandighoshatv/videos/886625558406484/?eid=ARDr8UIKBxnFaUF-_MQlGsQSTBnfDiGnGuBNv4zbiShuB3KeInW5Mq5YS9b0VJP7ho8WARTDKPwtM-_-

ପାରଳାଖେମୁଣ୍ଡିରେ କ୍ୟାମ୍ପ୍‌ କରି ଶତାଧିକ ଲୋକଙ୍କୁ ଏହି ଫିଟ୍‌ନେସ ମନ୍ତ୍ର ଦେଉଛନ୍ତି ସାରା । ସ୍ବାସ୍ଥ୍ୟ ହିଁ ସମ୍ପଦ ଏବଂ ଏଥିପାଇଁ ଜନ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି । ସମସ୍ତେ କିଭଳି ସ୍ବାସ୍ଥ୍ୟବାନ ରହିବେ ସେନେଇ ଏଭଳି ପ୍ରୟାସ ଆରମ୍ଭ କରିଛି ଗଜପତି ପୋଲିସ । ଶୀତ ଋତୁ ଆସିଯାଇ ଥିବାରୁ ନିୟମିତ ବ୍ୟାୟାମ କରିବା ଏବଂ ନିଜେ ଫିଟ୍‌ ରହିବା ସହ ଅନ୍ୟମାନଙ୍କୁ ଫିଟ୍‌ ରହିବା ପାଇଁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ଏସ୍‌ପି କହିଛନ୍ତି । କ୍ୟାମ୍ପ୍‌ରେ ପୋଲିସ ଓ ବହୁ ସାଧାରଣ ଲୋକ ସାମିଲ ଥିଲେ । ଏସ୍‌ପି ସାରାଙ୍କ ଏଭଳି ନିଆରା ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ଟୋକନ ବ୍ୟବସ୍ଥାକୁ ବନ୍ଦ ଦାବିରେ ରାସ୍ତାକୁ ଓହ୍ଲାଇଲେ ଚାଷୀ

0

ଅତାବିରା: ଟୋକନ ବ୍ୟବସ୍ଥାକୁ ବନ୍ଦ ଦାବିରେ ରାସ୍ତାକୁ ଓହ୍ଲାଇଲେ ଚାଷୀ । ଟାୟାର ଜାଳି କଲେ ରାସ୍ତା ଅବରୋଧ । ଯାହାକୁ ନେଇଉଠୁଛି ପଡ଼ୁଛି ପଶ୍ଚିମ ଓଡ଼ିଶା । ଟୋକନ ଉଚ୍ଛେଦ ଦାବିରେ ଗତ ତିନ ଦିନ ହେବ ଆନ୍ଦୋଳନ ଚଳାଇଛନ୍ତି ଚାଷୀ । ଟୋକନ ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଥିବା ଚାଷୀ ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ଗତକାଲି ଚାଷୀ ପ୍ରତିନିଧିଙ୍କ ସହ ବୈଠକ କରିଥିଲା ବରଗଡ ଜିଲ୍ଲା ପ୍ରଶାସନ । ହେଲେ ଆଲୋଚନା ବିଫଳ ହୋଇଥିଲା । ଏହାପରେ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ ଚାଷୀ । ଟୋକନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇ ପୂର୍ବ ବର୍ଷ ଭଳି ପି. ପାସ୍ ମାଧ୍ୟମରେ ଧାନ ସଂଗ୍ରହ କରାଯାଉ ବୋଲି ଦାବିରେ ଅଟଳ ରହିଛନ୍ତି ଚାଷୀ ।

ଟୋକନ ବ୍ୟବସ୍ଥା ଉଚ୍ଛେଦ ନହେଲେ ସରକାରଙ୍କୁ ଅସହଯୋଗ କରାଯିବା ସହ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଟୋକନ ବ୍ୟବସ୍ଥା ଦ୍ୱାରା ଚାଷୀ ଲାଭବାନ ହେବେ । ବୁଧବାର ଅର୍ଥାତ୍ ଆଜିଠାରୁ ଧାନ କିଣା ଆରମ୍ଭ ହେବ । ଯେଉଁ ଧାନ ମାର୍କେଟୟାର୍ଡକୁ ପହଁଚି ସାରିଛି ସେସବୁକୁ ଅଗ୍ରାଧିକାର ଭିତ୍ତିରେ କିଣାଯିବ ।