spot_img
Home Blog Page 7576

ନାଚି ନାଚି ସୁସ୍ଥତାର ବାର୍ତ୍ତା ବାଣ୍ଟିଲେ ଏସ୍‌ପି ସାରା ଶର୍ମା

0

ଗଜପତି: ଗଜପତି ଜିଲ୍ଲାବାସୀଙ୍କ ସ୍ବାସ୍ଥ୍ୟ ପାଇଁ ଏବେ ଅଭିନବ କୈାଶଳ ଅବଲମ୍ବନ କରିଛନ୍ତି ଏସ୍‌ପି ସାରା ଶର୍ମା । ଏରୋବିକ୍‌ ଧୁନ୍‌ରେ ନିଜେ ନାଚିବା ସହ ଅନ୍ୟମାନଙ୍କୁ ମଧ୍ୟ ନଚାଉଛନ୍ତି । ଉଦ୍ଦେଶ୍ୟ ସ୍ବାସ୍ଥ୍ୟଗତ ଭାବେ ସମସ୍ତେ ଫିଟ୍‌ ରହିବା ।

https://www.facebook.com/nandighoshatv/videos/886625558406484/?eid=ARDr8UIKBxnFaUF-_MQlGsQSTBnfDiGnGuBNv4zbiShuB3KeInW5Mq5YS9b0VJP7ho8WARTDKPwtM-_-

ପାରଳାଖେମୁଣ୍ଡିରେ କ୍ୟାମ୍ପ୍‌ କରି ଶତାଧିକ ଲୋକଙ୍କୁ ଏହି ଫିଟ୍‌ନେସ ମନ୍ତ୍ର ଦେଉଛନ୍ତି ସାରା । ସ୍ବାସ୍ଥ୍ୟ ହିଁ ସମ୍ପଦ ଏବଂ ଏଥିପାଇଁ ଜନ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି । ସମସ୍ତେ କିଭଳି ସ୍ବାସ୍ଥ୍ୟବାନ ରହିବେ ସେନେଇ ଏଭଳି ପ୍ରୟାସ ଆରମ୍ଭ କରିଛି ଗଜପତି ପୋଲିସ । ଶୀତ ଋତୁ ଆସିଯାଇ ଥିବାରୁ ନିୟମିତ ବ୍ୟାୟାମ କରିବା ଏବଂ ନିଜେ ଫିଟ୍‌ ରହିବା ସହ ଅନ୍ୟମାନଙ୍କୁ ଫିଟ୍‌ ରହିବା ପାଇଁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ଏସ୍‌ପି କହିଛନ୍ତି । କ୍ୟାମ୍ପ୍‌ରେ ପୋଲିସ ଓ ବହୁ ସାଧାରଣ ଲୋକ ସାମିଲ ଥିଲେ । ଏସ୍‌ପି ସାରାଙ୍କ ଏଭଳି ନିଆରା ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ଟୋକନ ବ୍ୟବସ୍ଥାକୁ ବନ୍ଦ ଦାବିରେ ରାସ୍ତାକୁ ଓହ୍ଲାଇଲେ ଚାଷୀ

0

ଅତାବିରା: ଟୋକନ ବ୍ୟବସ୍ଥାକୁ ବନ୍ଦ ଦାବିରେ ରାସ୍ତାକୁ ଓହ୍ଲାଇଲେ ଚାଷୀ । ଟାୟାର ଜାଳି କଲେ ରାସ୍ତା ଅବରୋଧ । ଯାହାକୁ ନେଇଉଠୁଛି ପଡ଼ୁଛି ପଶ୍ଚିମ ଓଡ଼ିଶା । ଟୋକନ ଉଚ୍ଛେଦ ଦାବିରେ ଗତ ତିନ ଦିନ ହେବ ଆନ୍ଦୋଳନ ଚଳାଇଛନ୍ତି ଚାଷୀ । ଟୋକନ ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଥିବା ଚାଷୀ ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ଗତକାଲି ଚାଷୀ ପ୍ରତିନିଧିଙ୍କ ସହ ବୈଠକ କରିଥିଲା ବରଗଡ ଜିଲ୍ଲା ପ୍ରଶାସନ । ହେଲେ ଆଲୋଚନା ବିଫଳ ହୋଇଥିଲା । ଏହାପରେ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ ଚାଷୀ । ଟୋକନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇ ପୂର୍ବ ବର୍ଷ ଭଳି ପି. ପାସ୍ ମାଧ୍ୟମରେ ଧାନ ସଂଗ୍ରହ କରାଯାଉ ବୋଲି ଦାବିରେ ଅଟଳ ରହିଛନ୍ତି ଚାଷୀ ।

ଟୋକନ ବ୍ୟବସ୍ଥା ଉଚ୍ଛେଦ ନହେଲେ ସରକାରଙ୍କୁ ଅସହଯୋଗ କରାଯିବା ସହ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଟୋକନ ବ୍ୟବସ୍ଥା ଦ୍ୱାରା ଚାଷୀ ଲାଭବାନ ହେବେ । ବୁଧବାର ଅର୍ଥାତ୍ ଆଜିଠାରୁ ଧାନ କିଣା ଆରମ୍ଭ ହେବ । ଯେଉଁ ଧାନ ମାର୍କେଟୟାର୍ଡକୁ ପହଁଚି ସାରିଛି ସେସବୁକୁ ଅଗ୍ରାଧିକାର ଭିତ୍ତିରେ କିଣାଯିବ ।

 

ପ୍ରେମ ପାଇଁ ଗଡ଼ିଲାଣି କେତେ ମୁଣ୍ଡ, ଜାଣିଲେ ତାଜୁବ୍ ହେବେ ଆପଣ

ଆପଣ ପ୍ରେମ କରୁଛନ୍ତି କି ? କାହାକୁ ହୃଦୟ ଦେଇ ଭଲ ପାଉଛନ୍ତି କି ? ତେବେ ସତର୍କ ରୁହନ୍ତୁ । କାରଣ ଆପଣଙ୍କ ଜୀବନରେ ଏମିତି କିଛି ଘଟଣା ଘଟିପାରେ, ଯାହା ଆପଣ କଳ୍ପନା ବି କରିପାରିବେ ନାହିଁ । ଆପଣଙ୍କ ଚାରିପାଖେ ଘେରି ରହିଛନ୍ତି ଶତ୍ରୁ । ଆପଣ ପୁଅ ହୁଅନ୍ତୁ ବା ଝିଅ ଆପଣଙ୍କୁ ସାମ୍ନା କରିବାକୁ ପଡ଼ିବ ଚ୍ୟାଲେଞ୍ଜ । ଏମିତିକି ଜୀବନ ବି ଚାଲିଯାଇପାରେ ।

ଆପଣ ସିନେମା ତ ନିଶ୍ଚୟ ଦେଖିଥିବେ ? ପ୍ରେମ ଉପରେ ଆଧାରିତ ସିନେମା ଏକ ରିଲ୍ ଲାଇଫ୍ କାହାଣୀକୁ ନେଇ ଗତିଶୀଳ ହୋଇପାରେ, କିନ୍ତୁ ସେଇ ପ୍ରେମ ବାସ୍ତବ ଜୀବନରେ ମାନେ ରିୟଲ ଲାଇଫରେ ଆପଣଙ୍କ ଜୀବନ ନାଟକ ବଦଳାଇଦେଇପାରେ । ପ୍ରେମରେ ଯଦି ସବୁ ଠିକ୍ ଠାକ୍ ଅଛି ତ ଅସୁବିଧା ନାହିଁ, କିନ୍ତୁ କୋଉଠି ଯଦି ଟିକେ ଇଲମ୍ ବିଲମ୍ ହେଲା ତେବେ ସବୁ ଅଡ଼ୁଆ ହେଇଯିବ । ଯାହା ଆପଣ ଫିଲ୍ମରେ ଦେଖୁଛନ୍ତି ତାହା ଆପଣଙ୍କ ଜୀବନରେ ବି ହେବାର ଯଥେଷ୍ଟ ଆଶଙ୍କା ରହିଛି । ଆପଣ ଅପରାଧର ଶିକାର ହେବେ ନା ନିଜେ ଅପରାଧୀ ବନିବେ ତାହା ଆପଣଙ୍କ ପରିସ୍ଥିତି କହିବ । ଆମେ ଆପଣଙ୍କୁ ବିଲକୁଲ ଡରାଇବାକୁ ଚାହୁଁନୁ, କିନ୍ତୁ ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ (ଏନସିଆରବି) ଯେଉଁ ତଥ୍ୟ ଦେଇଛି, ତାହା ସମସ୍ତଙ୍କ ନିଦ ହଜାଇ ଦେଇଛି । ଏନସିଆରବି ତଥ୍ୟ କହୁଛି ….

ପାଳି ପୋଷି ବଡ଼ କରିଥିବା ଅଲିଅଳ ଝିଅକୁ ହତ୍ୟା କରୁଛନ୍ତି ବାପା ମା’….

ପିଣ୍ଡ ପାଣି ଦେବ ବୋଲି ଯୋଉ ପୁଅ ଜନ୍ମ କରୁଛନ୍ତି ତାକୁ ବି କଲବଲ କରି ମାରି ଦେଉଛନ୍ତି ….

କୋଉଠି ତ୍ରିକୋଣୀୟ ପ୍ରେମ ତ କୋଉଠି ଲୁଚାଚୋରା ପ୍ରେମ ପାଇଁ ହେଉଛି ଜଘନ୍ୟ ହତ୍ୟା….

କୋଉଠି ଏକ୍ସଟ୍ରା ମାରିଟାଲ ମାନେ ଅବୈଧ ପ୍ରେମ ପାଇଁ କାହାର ଜୀବନ ଯାଉଛି । କୋଉଠି ସ୍ୱାମୀ ସ୍ତ୍ରୀକୁ ମାରୁଛି ତ କୋଉଠି ସ୍ତ୍ରୀ ସ୍ୱାମୀକୁ….

କୋଉଠି ମାରଣାସ୍ତ୍ରରେ ହତ୍ୟା ତ ଆଉ କୋଉଠି ଗୁଳି ଫୁଟୁଛି, ଆଉ କୋଉଠି କାହାକୁ ଜାଳି ବି ଦିଆଯାଉଛି …. । କାହାକୁ ମାରି ଝୁଲାଇ ଦିଆଯାଉଛି ବା ହତ୍ୟା କରି ନଈରେ ଫିଙ୍ଗି ଦିଆଯାଉଛି ବା ପୋତି ଦିଆଯାଉଛି…..

କୋଉଠି କିଏ କାହାର ତଣ୍ଟି ଚିପି ଦେଉଛି ତ କିଏ କାହାକୁ ଜବରଦସ୍ତ ବିଷ ପିଆଉଛି ।

ନିଷ୍ଠୁର ସତ୍ୟ ହେଉଛି, ପ୍ରେମ ନେଉଛି ଜୀବନ…. । ଆଉ ଭାରତରେ ପ୍ରେମ କରିବା ଏକ ପ୍ରକାର ଅପରାଧ ! ଅବଶ୍ୟ ଆଇନ ଆଖିରେ ନୁହେଁ, ସମାଜ ଆଖିରେ… । ୨୦୦୧ରୁ ୨୦୧୭ ମଧ୍ୟରେ ଘଟିଥିବା ହତ୍ୟାଘଟଣା ସବୁକୁ ଅନୁଶୀଳନ କଲେ ଜଣାପଡ଼ୁଛି, ଆମ ଲୋକଙ୍କ ନଜରରେ ପ୍ରେମ କରିବା ମହାପାପ ।

ଏନସିଆରବି ତଥ୍ୟ ମୁତାବକ, ୨୦୦୧ରେ ଭାରତରେ ୩୬ ହଜାର ୨୦୨ ହତ୍ୟାକାଣ୍ଡ ଘଟିଥିଲା । ଏହି ସଂଖ୍ୟା ୨୦୧୭ ବେଳକୁ ଥିଲା ୨୮ ହଜାର ୬୫୩ । ମାନେ ହତ୍ୟାକାଣ୍ଡ ସଂଖ୍ୟା ୨୧ ପ୍ରତିଶତ କମିଥିଲା । ହେଲେ ସାଂଘାତିକ କଥା ହେଉଛି ପ୍ରେମଜନିତ ହତ୍ୟାଘଟଣା ୨୮ ପ୍ରତିଶତ ବଢ଼ି ଯାଇଥିଲା । କେବଳ ୨୦୧୭ରେ ଯାହା ଏହି ସଂଖ୍ୟା ସାମାନ୍ୟ କମିଛି।

ତଥ୍ୟ କହୁଛି ୨୦୧୫ରେ ପ୍ରେମ ପାଇଁ ୧୩୭୯ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୨୦୧୬ରେ ୧୪୯୩ ଆଉ୨୦୧୭ରେ ୧୩୯୦ ଜଣଙ୍କୁ ହତ୍ୟା କରାଯାଇଥିଲା ।

କୋଉ ରାଜ୍ୟରେ ପ୍ରେମଜନିତ ହତ୍ୟାକାଣ୍ଡ ସର୍ବାଧିକ

ପ୍ରେମଜନିତ ହତ୍ୟାକାଣ୍ଡରେ ସବୁଠୁ ଆଗରେ ରହିଛି ଉତ୍ତରପ୍ରଦେଶ । ଏଠାରେ ବର୍ଷକୁ ହାରାହାରି ୫୫୩ ହତ୍ୟାକାଣ୍ଡ ଘଟୁଥିବା ବେଳେ କେବଳ ପ୍ରେମଜନିତ ହତ୍ୟାକାଣ୍ଡ ହେଉଛି ୩୯୫ । ସେହିପରି ଆନ୍ଧ୍ରପ୍ରଦେଶ ( ତେଲେଙ୍ଗାନାକୁ ମିଶାଇ)ରେ ହାରାହାରି ବର୍ଷକୁ ୩୮୪ ଜୀବନ ପ୍ରେମଜନିତ ଘଟଣାରେ ହିଁ ଯାଇଥାଏ । ମୋଟାମୋଟି ଭାବେ କହିବାକୁ ଗଲେ ଏହି ଦୁଇଟି ରାଜ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି କାହାକୁ କେବଳ ପ୍ରେମଜନିତ ଘଟଣାରେ ହତ୍ୟା କରାଯାଏ ।

ଆନ୍ଧ୍ର ପ୍ରଦେଶ ପରେ ତୃତୀୟ , ଚତୁର୍ଥ ଆଉ ପଞ୍ଚମ ସ୍ଥାନରେ ରହିଛନ୍ତି ମହାରାଷ୍ଟ୍ର , ତାମିଲନାଡୁ ଆଉ ଗୁଜରାଟ । ପ୍ରେମଜନିତ ଘଟଣାରେ ମହାରାଷ୍ଟ୍ରରେ ବର୍ଷକୁ ହାରାହାରି ୨୭୭ ଜଣଙ୍କ ଜୀବନ ଯାଉଥିବା ବେଳେ, ତାମିଲନାଡୁରେ ୨୪୦, ଗୁଜରାଟରେ ୧୫୬ ଆଉ କର୍ଣ୍ଣାଟକରେ ୧୧୩ ଜଣଙ୍କ ଜୀବନ ଯାଏ । ହାରାହାରି ହିସାବରେ ୧୦୦ ତଳକୁ ରହିଛନ୍ତି ପଞ୍ଜାବରେ ୯୮, ଦିଲ୍ଲୀ ୫୧, ପଶ୍ଚିମବଂଗ ୨୯ ଆଉ କେରଳ ୬ ।

ଓଡ଼ିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ହରିଆଣା, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ ଆଉ ଆସାମରେ ହତ୍ୟାକାଣ୍ଡର ତୃତୀୟ ବା ଚତୁର୍ଥ କାରଣ ହେଉଛି ପ୍ରେମ । ଏଠାରେ ଅନ୍ୟାନ୍ୟ କାରଣରୁ ଅଧିକାଂଶ ହତ୍ୟାକାଣ୍ଡ ଘଟିଥାଏ ।

ଅନର କିଲିଙ୍ଗ

ଆଉ ଏକ ସାଂଘାତିକ କଥା ହେଉଛି, ଅନର କିଲିଙ୍ଗ, ପ୍ରେମ ପାଇଁ ପିତା ମାତା ବା ପରବିାର ଲୋକଙ୍କ ସମ୍ମାନହାନି ପାଇଁ ୨୦୧୬ରେ ୭୧ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୨୦୧୭ରେ ୯୨ ଜଣଙ୍କୁ ହତ୍ୟା କରାଯାଇଥିଲା ।

ସମାଜବିଜ୍ଞାନୀଙ୍କ ମତରେ ଏହି ସବୁ ହତ୍ୟାକାଣ୍ଡ ପାଇଁ ସାମାଜିକ ଓ ରାଜନୈତିକ କାରଣ ହିଁ ଦାୟୀ । ଅଧାରୁ ଅଧିକ ଘଟଣାରେ ବାପା ମା’ ବା ପରିବାରର ଇଛା ବିରୋଧରେ ଝିଅ ବା ପୁଅର ପ୍ରେମ ବିବାହ ଏବେ ବି ଗ୍ରହଣୀୟ ହୋଇପାରୁନି । ଯାହା ଫଳରେ ନିଜେ ବାପା ମା ବା ପରିବାର ଲୋକ ନିଜ ପୁଅ ବା ଝିଅକୁ ହତ୍ୟା କରୁଛନ୍ତି । ଆଇନ ଆଖିରେ ପ୍ରେମ ବିବାହ ବିଲକୁଲ ଅପରାଧ ହୋଇ ନ ଥିବା ବେଳେ ପରିବାରର ନିଷ୍ଠୁର ସଂସ୍କାର ହତ୍ୟାକାଣ୍ଡର କାରଣ ହେଉଛି ।

ଏ ତ ଥିଲା ପ୍ରେମ ଜନିତ ହତ୍ୟାକାଣ୍ଡ , ପ୍ରେମଜନିତ ଅନ୍ୟ ଅପରାଧ କଥା ନ କହିବା ଭଲ । ବୋଧହୁଏ ପ୍ରତି ଘଣ୍ଟାରେ ଅପରାଧ ଘଟୁଛି । ଆପଣ ଏ ନିଷ୍ଠୁର ସମାଜରେ ନିଜକୁ କେମିତି ସୁରକ୍ଷିତ ରଖିବେ ନିଷ୍ପତ୍ତି ଆପଣଙ୍କ ପାଖରେ ।

ଦୁଇ ଦିନ ଯାଏଁ ବଲାଙ୍ଗୀର ବନ୍ଦ

0

ବଲାଙ୍ଗୀର: ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଵିମାଶିଳ୍ପ  ବନ୍ଦ ଡାକରା । ବଲାଙ୍ଗୀରରେ ହାଇକୋର୍ଟର ସ୍ଥାଇବେଞ୍ଚ ବେଞ୍ଚ ନିର୍ମାଣ, ଲୋୟର ସୁକତେଲ ଜଳସେଚନକୁ ତୁରନ୍ତ କାର୍ଯ୍ୟକ୍ଷମ ଓ ବଲାଙ୍ଗୀର ବାଇପାସ୍ ରାସ୍ତା ନିର୍ମାଣ ଦାବିରେ ବନ୍ଦ ଡାକରା ଦେଇଛି ଆକ୍ସନ କମିଟି ।

ବଲାଙ୍ଗିର ବନ୍ଦ ଯୋଗୁ କେବଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ ସମେତ ବୀମା ଓ ବ୍ୟାଙ୍କ କାର୍ଯ୍ୟାଳୟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଦୋକାନ ବଜାର, ସ୍କୁଲ, କଲେଜ, ଗାଡି ଚଳାଚଳକୁ ବନ୍ଦରୁ ବାଦ ଦିଆଯାଇଛି । ଜିଲ୍ଲାର ଶତାଧିକ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି ।

ରାତି ଅଧରେ କାର ଅଟକାଇ କଲେ ଆକ୍ରମଣ

0

ସୁନ୍ଦରଗଡ଼: ଅଧ ରାତିରେ ସୁନା ବ୍ୟବସାୟୀଙ୍କୁ ଛୁରା ମାଡ଼ ।  ରାଉରକେଲାରେ ଜଣେ ସୁନା ବ୍ୟବସାୟୀ ବିଳମ୍ବିତ ରାତିରେ ସେକ୍ଟର ୫ର ସୁନା ଦୋକନରୁ ଫେରୁଥିବା ବେଳେ ଆକ୍ରମଣ କଲେ ଦୁର୍ବୃତ୍ତ । ଶରୀରର ୫ଟି ସ୍ଥାନରେ ଛୁରାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । ତେବେ ଗୁରୁତର ଅବସ୍ଥାରେ ବ୍ୟବସାୟୀଜଣଙ୍କୁ ଚିକିତ୍ସା ପାଇଁ ଆଇଜିଏଚରେ ଭର୍ତ୍ତି କରାଯାଇଛି । ସୁନା ବ୍ୟବସାୟୀ ଜଣକ ହେଲେ ବିନାୟକ ପ୍ରସାଦ ।

ସୂଚନା ଅନୁସାରେ ବିନାୟକ ରାତିରେ ଦୋକାନ ବନ୍ଦ କରି ଘରକୁ କାର୍‌ ଯୋଗେ ଫେରୁଥିଲେ।  ମହତାବ ରୋଡ଼ରେ ତାଙ୍କ ଗାଡ଼ିକୁ କେତେକ ଦୁର୍ବୃତ୍ତ  ଅଟକାଇ ତାଙ୍କ ଉପରକୁ ଛୁରା ମାଡ଼ କରିଥିଲେ।  ଏଥିଯୋଗୁ ବିନାୟକଙ୍କ ଶରୀରର ୫ଟି ସ୍ଥାନରେ  ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପରିବାର ଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଏହାପରେ ପ୍ଲାଣ୍ଟସାଇଟ୍ ପୁଲିସ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି।