ସ୍ୱିଡେନ୍: ବିଦେଶରେ ଭାରତୀୟ ସଂସ୍କୃତି । ଧୋତି ପିନ୍ଧି ନୋବେଲ ପୁରସ୍କାର ଗ୍ରହଣ କଲେ ଅଭିଜିତ୍ ବାନାର୍ଜୀ । ଭାରତୀୟ ବଂଶୋଦ୍ଭବ ଅଭିଜିତ୍ ବାନାର୍ଜୀ ଅର୍ଥନୀତି ପାଇଁ ନୋବେଲ ଗ୍ରହଣ କରିଛନ୍ତି ।
ଆମେରିକାରେ ରହୁଥିଲେ ବି ସେ ଭାରତର ପରମ୍ପରା ସଂସ୍କୃତିକୁ ଭୁଲିନାହାନ୍ତି । ଅନ୍ତର୍ଜାତୀୟ ମଞ୍ଚରେ ଭାରତର ମର୍ଯ୍ୟାଦା ବୃଦ୍ଧି କରିଛନ୍ତି । ଭାରତୀୟ ପରମ୍ପରାକୁ ସମ୍ମାନ ଜଣାଇ ଅଭିଜିତ୍ ଧୋତି ପିନ୍ଧିବା ସହ ତାଙ୍କ ପତ୍ନୀ ଅସ୍ଥର ଡୁଫ୍ଲୋ ଶାଢ଼ି ପିନ୍ଧି ନୋବେଲ ପୁରସ୍କାର ଗ୍ରହଣ କରିଛନ୍ତି ।
ବିଦେଶରେ ରହି ଭାରତୀୟ ସଂସ୍କୃତିକୁ ମନେ ରଖିବା ଓ ପାଳନ କରିବା ପାଇଁ ଉଭୟଙ୍କୁ ସବୁଠି ପ୍ରଂଶସା କରାଯାଉଛି । ଅର୍ଥନୈତିକ ବିଜ୍ଞାନରେ ଗ୍ଲୋବାଲ ପଭର୍ଟି ଉପରେ ଗବେଷଣା ପାଇଁ ଭାରତୀୟ ବଂଶୋଦଦ୍ଭବ ଅଭିଜିତ୍ ବାନାର୍ଜୀଙ୍କ ସହ ଏସ୍ଥର ଡୁଫ୍ଲୋ ଓ ମାଇକେଲ କ୍ରେମରଙ୍କୁ ନୋବେଲ ପୁରସ୍କାର ମିଳିଛି ।

Watch Abhijit Banerjee, Esther Duflo and Michael Kremer receive their medals and diplomas at the #NobelPrize award ceremony today. Congratulations!
They were awarded the 2019 Prize in Economic Sciences “for their experimental approach to alleviating global poverty.” pic.twitter.com/c3ltP7EXcF
— The Nobel Prize (@NobelPrize) December 10, 2019


ମୁମ୍ବାଇର ଡୋଙ୍ଗ୍ରି ଅଞ୍ଚଳରେ ପିଆଜ ଚୋରିର ଲାଇଭ ଭିଜୁଆଲ୍ ସାମନାକୁ ଆସିଛି । ଏହି ଚିତ୍ର ହେଉଛି ଗତ ୫ ତାରିଖର । ଭୋର୍ ପ୍ରାୟ ୪ଟା ୨୬ରେ ୨ ଜଣ ବ୍ୟକ୍ତି ୨ଜଣ ବ୍ୟକ୍ତି ଅଲଗା ଅଲଗା ଦୋକାନରୁ ପିଆଜ ଚୋରି କରୁଛନ୍ତି । ଏହି ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଯାଇଥିଲା ।





ଦୁଇ ଦିନ ତଳେ ଡକାୟତି ମାମଲାରେ ପୋଲିସ ଉପରକୁ ଗୁଳିମାଡ଼ କରି ଖସି ପଳାଇଥିଲା । ଭୋରରୁ ତାକୁ ଧରିବାକୁ ପୋଲିସ ଚଢାଉ କରିଥିଲା । ପୁଣିଥରେ ଗୁଳିମାଡ଼ କରି ଖସି ପଳେଇବାକୁ ଉଦ୍ୟମ କରୁଥିବା ବେଳେ ଚୌଦ୍ୱାର ପୋଲିସ ଏନକାଉଣ୍ଟର କରିଛି । ବବଲୁ ୪ ରାଉଣ୍ଡ ଗୁଳିମାଡ଼ କରିଥିବା ବେଳେ ପୋଲିସ ୨ ରାଉଣ୍ଡ ଗୁଳିମାଡ଼ କରିଛି । ଗୁଳି ବିନିମୟରେ ଜଣେ ଏଏସଆଇଙ୍କ ସମେତ ୩ ପୋଲିସ ମଧ୍ୟ ଆହତ ହୋଇଛନ୍ତି ।
ଆନ୍ତଃରାଜ୍ୟ ଡକାୟତିରେ ତାର ହାତ ଥିବା ପୋଲିସ ସୂଚନା ଦେଇଛି । ବବଲୁର ଘର ମହାରାଷ୍ଟ୍ରରେ ହୋଇଥିବା ବେଳେ କଟକରେ ଗ୍ୟାଙ୍ଗ ଗଢି ରାଜ୍ୟର ବିଭିନ୍ନ ସ୍ଥାନରେ ଲୁଟପାଟ୍ ଚଳାଇଥିଲା । ବବୁଲ ନାମରେ ବ୍ରହ୍ମପୁର, କଟକ, ରାଉରକେଲା, ତାଳଚେର, ଅନୁଗୁଳ, ବାରପିଦାରେ ଡକାୟତି ମାମଲା ରହିଛି । କଟକରେ ଅଧିକ ଅପରାଧିକ ମାମଲା ରହିଛି । ପୋଲିସ ସୂଚନା ଅନୁସାରେ ଗତ ୯ ତାରିଖରେ ୧୧ ଜଣ ଡକାୟତ ଚୌଦ୍ୱାର ଅଞ୍ଚଳରୁ ଏକ ସୁନା ଦୋକାନରୁ ଲୁଟ୍ କରିବାକୁ ଯୋଜନା କରିଥିଲେ । ଖବର ପାଇ ଚୋଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ ଚଢାଉ କରି ୮ ଜଣଙ୍କୁ ଗିରଫ କରିଥିଲା । ପୂର୍ବରୁ କଟକ କମିଶନରେଟ ପୋଲିସର ଜୋନ-୧ ପୋଲିସ ୫ଟି ଏନକାଉଣ୍ଟର କରିଛି ।

