spot_img
Home Blog Page 7588

୭୦୮ଟଙ୍କା ଦେଇ ନିଜ ପାଇଁ ଟିକେଟ୍‌ କିଣିଲେ ନବୀନ

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ବାରବାଟୀରେ ଖେଳାଯିବ ଭାରତ -ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ। ଏହି ମ୍ୟାଚ ପାଇଁ ଅଫ୍‌ ଲାଇନରେ ଆସନ୍ତା ୧୯ ତାରିଖରୁ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି ହେବ। ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାଟୀ ଦିନିକିଆ ମ୍ୟାଚ ପାଇଁ ପ୍ରଥମ ଟିକେଟ୍ କିଣିଛନ୍ତି।

ମୁଖ୍ୟମନ୍ତ୍ରୀ ୭୦୮ ଟଙ୍କା ଦେଇ ନିଜ ପାଇଁ ଗୋଟିଏ ଟିକେଟ୍ କିଣିଛନ୍ତି। ଓସିଏ କର୍ତ୍ତୁପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ୧୦୦୦ ଟଙ୍କା ଦେଇଥିବା ବେଳେ ଟିକେଟ୍ ବାବଦେ ୭୦୮ ଟଙ୍କା ରଖି ୨୯୨ ଟଙ୍କା ମୁଖ୍ୟମନ୍ତ୍ରୀଙ୍କୁ ଫେରାଇ ଦିଆଯାଇଥିଲା।

ମଙ୍ଗଳବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏହି ଟିକେଟ୍ ଓସିଏ କର୍ତ୍ତୁପକ୍ଷଙ୍କ ଠାରୁ କିଣିଥିଲେ। ଏହି ଅବସରରେ ଓସିଏ ସଭାପତି ପଙ୍କଜ ମହାନ୍ତି, ବାରବାଟୀ ମ୍ୟାଚ ଅର୍ଗାନାଇଜିଂ କମିଟି ଚେୟାରମ୍ୟାନ୍‌ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଉପସ୍ଥିତି ଥିଲେ।

 

ଏଜି ଛକରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ରାସ୍ତାର ନାଁ ହେଲା ‘ଲୋକସେବା ମାର୍ଗ’

0

ଭୁବନେଶ୍ୱର : ରାଜ୍ୟ ସଚିବାଳୟର ନାଁ ପରିବର୍ତ୍ତନ କରାଯାଇଛି । ଏଣିକି ଏହାକୁ ଲୋକସେବା ଭବନ ବୋଲି କୁହାଯିବ । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ଡିସେମ୍ବର ୫ ତାରିଖରେ ହୋଇଥିବା ୩୫୦୨୯ ନମ୍ବର ବିଜ୍ଞପ୍ତିରେ ଏ ନେଇ ନିର୍ଦ୍ଦେଶ ଜାରି କରାଯାଇଛି ।

ସେହିପରି ଲୋକସେବା ମାର୍ଗ ନାମରେ ନାମିତ ହୋଇଛି ଏଜି ଛକରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ରାସ୍ତା । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଗାନ୍ଧିନୀତି ପ୍ରତିଯୋଗିତାର ୨ୟ ଦିବସରେ ୯୫ ବିଦ୍ୟାଳୟ ସାମିଲ

0

ଯାଜପୁର: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅଶୋକ ଦାସ ଫାଉଣ୍ଡେସନ ଓ ଶିକ୍ଷା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ଗାନ୍ଧିନୀତି ପ୍ରତିଯୋଗିତାର ଆଜି ୨ୟ ଦିବସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।  ଅନୁଷ୍ଠିତ ପ୍ରତିଯୋଗିତାରେ ମୋଟ ୯୫ଟି ବିଦ୍ୟାଳୟର ୨୦୧୯ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି ।

ଯାଜପୁର  ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବିଶେଷ ଉଦ୍ୟମ କ୍ରମେ ନିଜ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଥିବା ଗାନ୍ଧିନୀତି ପ୍ରତିଯୋଗିତା ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଯାଜପୁର ବ୍ଲକ୍ ଅନ୍ତର୍ଗତ ମଇଦିପୁର, ସୁଜନପୁର, ଏରବାଙ୍କ, ସ୍ୱପ୍ନେଶ୍ୱରପୁର, ପ୍ରଭାକର ଶିକ୍ଷା କ୍ଲଷ୍ଟର ଅନ୍ତର୍ଗତ ୯୫ଟି ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି ।

୩ୟରୁ ୮ମ ଶ୍ରେଣୀ ମଧ୍ୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ୨ଟି ବର୍ଗରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସ୍ୱଚ୍ଛତା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଅହିଂସା ବିଷୟବସ୍ତୁକୁ ଆଧାର କରି ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଜାତି ବିହୀନ ସମାଜ ଗଠନ ପ୍ରସଙ୍ଗକୁ ବକ୍ତୃତା ପ୍ରତିଯୋଗିତାରେ ରଖା ଯାଇଛି । ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାନୁଷ୍ଠାନର ସମସ୍ତ କର୍ମଚାରୀ ପରୀକ୍ଷା ସୁପରିଚାଳନାରେ ସହଯୋଗ କରିଥିଲେ ।

ଅଶୋକ ଦାସ ଫାଉଣ୍ଡେସନର ବରିଷ୍ଠ କାର୍ଯ୍ୟକର୍ତ୍ତା ଭବପ୍ରସାଦ ଦାସ, ଯାଜପୁର ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ବ୍ଲକ୍ ବିଜେଡି ସଭାପତି ପରେଶ କୁମାର ବିଶ୍ୱାଳ, ବରିଷ୍ଠ ବିଜେଡି ନେତା ଗଣେଶ ଚନ୍ଦ୍ର ମହାକୁଡ଼, ଯାଜପୁର ବିଇଓ ସ୍ମୃତିରେଖା ନାୟକ ପ୍ରମୁଖ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ପରିଦର୍ଶନ କରିଥିଲେ ।

ଓଏଲଏଚଏମ ଅଫିସରଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ବିଶ୍ୱ ଦରବାରରେ ସମ୍ମାନିତ ହେଲା ଓଡ଼ିଶା । ଜାଗା ମିଶନରେ ରାଜ୍ୟ ସରକାରଙ୍କ ଓଡ଼ିଶା ଲିଭେବଲ୍‌ ହାବିଟାଟ୍‌ ମିଶନ ବା ଓଏଲଏଚଏମ୍‌କୁ ଇଂଲଣ୍ଡର ଓ୍ୱାଲଡ୍‌ ହାବିଟାଟ୍‌ ସଂସ୍ଥା ପକ୍ଷରୁ ବ୍ରୋଞ୍ଜ ପଦକ ମିଳିଛି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାକୁ ଏହି ସମ୍ମାନ ମିଳିଛି । ଓଡ଼ିଶାକୁ ଏହି ସଫଳତା ମିଳିବାରେ ଓଏଲଏଚଏମ୍‌ର ବଡ଼ ଭୂମିକା ରହିଛି । ତେଣୁ ଓଏଲଏଚଏମ୍‌ର ଅଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଛି ।

କଳିଙ୍ଗ ହକି ଷ୍ଟାଡିୟମରେ ଏ ନେଇ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଓଏଲଏଚଏମ୍‌ମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ସହିତ ଫଟୋ ଉଠାଇଥିଲେ । ଆଗାମୀ ଦିନରେ ଏଭଳି ପ୍ରୟାସ ଜାରି ରଖିବା ପାଇଁ ଓଏଲଏଚଏମଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ସବୁ ବିଭାଗର ସଚିବ ମାନେ ଉପସ୍ଥିତ ଥିଲେ । ଏଥିସହିତ ଟାଟାର ଚେୟାରମାନ୍ ରତନ ଟାଟାଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭିନ୍ନକ୍ଷମଙ୍କ ଥଇଥାନ ପାଇଁ ସ୍ୱେଚ୍ଛାସେବୀ ସଂଗଠନକୁ ରାଜ୍ୟ ସରକାରଙ୍କ ସହାୟତା

ଭୁବନେଶ୍ୱର: ଶାରିରୀକ ଓ ମାନସିକ ଭିନ୍ନକ୍ଷମଙ୍କ ଥଇଥାନ ନେଇ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୩ଟି ସ୍ୱେଚ୍ଛାସେବୀ ସଂଗଠନକୁ ୩୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଚରମ୍ପାସ୍ଥିତ ସେଣ୍ଟର ଫର ରିହାବିଲିଟେସନ୍‌ ସର୍ଭିସ ଆଣ୍ଡ ରିସର୍ଚ୍ଚକୁ ୨୨ଲକ୍ଷ ୨୦ ହଜାର, ପଣ୍ଡାଫୋଖରୀସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସେଲ୍ଫ ଏମ୍ଫ୍ଳୋୟମେଣ୍ଟ ଏବଂ ରୁରାଲ୍‌ ଡେଭଲପମେଣ୍ଟକୁ ୫ଲକ୍ଷ ୪୦ ହଜାର ଓ ହାକିମପଡ଼ାସ୍ଥିତ ଶିବାଙ୍ଗିନୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଚାଇଲ୍ଡ ଡେଭଲପ୍‌ମେଣ୍ଟକୁ ୫ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ଆଜି ଭଦ୍ରକଗସ୍ତ ଅବସରରେ ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍‌ ଚରମ୍ପାସ୍ଥିତ ରିହାବିଲିଟେସନ୍‌ ସର୍ଭିସ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଯାଇ ଭିନ୍ନକ୍ଷମ ପିଲାମାନଙ୍କ ସହ ଭୋଜନ କରିଥିଲେ ।

ବିଶ୍ୱ ମାନବାଧିକାର ଦିବସ ପାଳିତ, ୫ ପୂର୍ବତନ ମୁଖ୍ୟ ସଚିବଙ୍କୁ ସମ୍ବର୍ଦ୍ଧନା

0

ଭୁବନେଶ୍ୱର : ଜୟଦେବ ଭବନରେ ରାଜ୍ୟ ମାନବ ଅଧିକାର ଆୟୋଗଙ୍କ ପକ୍ଷରୁ ପାଳନ କରାଯାଇଛି ବିଶ୍ଵ ମାନବାଧିକାର ଦିବସ । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ରାଜ୍ୟ ମାନବ ଅଧିକାର ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ବିପି ଦାସଙ୍କ ଅଧ୍ୟକ୍ଷତାରେ ଏହି ଦିବସକୁ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୂର୍ବତନ ଶାସନ ସଚିବ ଡି.ପି ମହାନ୍ତି, ଏସ.ଏନ୍ ପଟ୍ଟନାୟକ, ଡ. ଆର.ଏନ୍ ହୋତା, ବିକେ ମିଶ୍ର, ବି.କେ ପଟ୍ଟନାୟକ ପ୍ରମୁଖ ୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ମମ୍ମାନିତ କରିଥିଲେ ।

ଚଳିତ ବର୍ଷ ଡିସେମ୍ବର ୧ ସୁଧା ୩୦୦୨ଟି ମାମଲା ରୁଜୁ ହୋଇଥିବା ବେଳେ, ବର୍ଷକ ମଧ୍ୟରେ ୬୧୪୪ ମାମଲାର ଶୁଣାଣି କରିଛନ୍ତି କମିଶନ। ଅନ୍ୟମାନଙ୍କ ମଧ୍ୟରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ସିଜେଆଇ ଜଷ୍ଟିସ ଜି.ବି ପଟ୍ଟନାୟକଙ୍କ ସହ ରାଜ୍ୟ ମାନବ ଅଧିକାର ଆୟୋଗର ସଦସ୍ୟ ଉପସ୍ଥିତ ଥିଲେ ।

ତିନି ଦିନ ହେଲା ଉପାସ, ଜୀବଟିକୁ ହନ୍ତସନ୍ତ କଲାଣି ପ୍ଲାଷ୍ଟିକ୍ ରାକ୍ଷସ

0

କଟକ: କଟକରେ ଅଭାବନୀୟ ଘଟଣା । ପ୍ଳ।ଷ୍ଟିକ ଡବାରେ ଫଶି ଯାଇଛି ବିଚରା କୁକୁର। ନା ଖାଇ ପାରୁଛି, ନା ବୁଲି ପାରୁଛି। ୩ ଦିନ ହେଲାଣି ହେଉଛି ଡହଳ ବିକଳ। ଏ ଦୃଶ୍ୟ ହେଉଛି କଟକ ସିଡିଏ ୬ ଅଞ୍ଚଳର। ସିଣ୍ଡିକେଟ ବ୍ୟାଙ୍କ ନିକଟରେ ବୁଲା କୁକୁରଟି ଛଟପଟ ହେଉଛି। ପ୍ଳ।ଷ୍ଟିକ ଡବା ଭିତରୁ ବାହରିବାକୁ ଏଣେ ତେଣେ ବୁଲୁଛି। ହେଲେ ପ୍ଳଷ୍ଟିକ ଜାର ଭିତରୁ ବାହାରି ପାରୁନି ।

କେତେବେଳେ କାରର ଚକା ତଳକୁ ପଳାଉଛି, ତ ଆଉ କେତେବେଳେ ରାସ୍ତା ଉପରକୁ ଚାଲି ଆସୁଛି । ସ୍ଥାନୀୟ ଲୋକଙ୍କ ଚେଷ୍ଟା ପରେ ବାହାରି ପାରୁନି । ଯିଏ ବି ବାହାର କରିବାକୁ ଯାଉଛନ୍ତି ଭୟରେ କୁକୁରଟି ଦୌଡ଼ି ପଳାଉଛି।

କୁକୁରଟି ଖାଇବା ଆଶାରେ ଯାଇ ଜାର ଭିତରେ ଫସି ଯାଇଥିବା ସନ୍ଦେହ କରାଯାଉଛି । ଖାଇବା ଏବଂ ପାଣି ନ ପିଇବା ଦ୍ଵାରା କୁକୁର ଟିର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଉଛି। ପ୍ଳ।ଷ୍ଟିକ ଡବାଟି ନ ବାହାରିଲେ, ତା’ ଜୀବନ ପ୍ରତି ବିପଦି ରହିଛି। କୈାଣିସି ଉଦ୍ଦ।ରକାରୀ ସଂସ୍ଥା କିମ୍ବା ପହଞ୍ଚି ଡାବଟି ବାହର କଲେ ହୁଏତ, ବୁଲା କୁକରର ଜୀବନ ବଞ୍ଚି ଯାଇପାରିବ ।

ବିଧାନସଭା ସାମ୍ନାରେ ଥିବା ୪୨ ବିଧାୟକଙ୍କ ଘର ଭଙ୍ଗା ହେବ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଭଙ୍ଗାହେବ ବିଧାୟକଙ୍କ କ୍ୱାର୍ଟର। ବିଧାନସଭା ସାମ୍ନାରେ ଥିବା ୪୨ଟି କ୍ୱାର୍ଟର ଭଙ୍ଗା ହେବା ନେଇ ନିଷ୍ପତ୍ତି ହୋଇଛି । ସେହି ସ୍ଥାନରେ ତିଆରି ହେବ ୧୦ ମହଲା ବିଶିଷ୍ଟ ଆପାର୍ଟମେଂଟ ।

ନୂଆ ଆପାର୍ଟମେଣ୍ଟରେ ଅତ୍ୟାଧୁନିକ ପାର୍କ, ଜିମ୍, ମଲ୍ଟି ପର୍କିଙ୍ଗ, ସୁଇମିଂପୁଲ, ମର୍ଣ୍ଣିଂ ଓ୍ବାକ୍ ଟ୍ରାକ୍ ପ୍ରଭୃତି ରହିବ। ୨୪ ବିଧାୟକ ଏ ପର୍ଯ୍ୟନ୍ତ ଘର ଛାଡିଥିବା ବେଳେ ସମସ୍ତେ ଯଥାଶୀଘ୍ର ଘର ଛାଡିବା ପାଇଁ ନିର୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଆଜି ଏ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।