spot_img
Home Blog Page 7590

ନେଲାଣି ୬ ଜୀବନ: ସ୍ଥାନାନ୍ତର ପାଇଁ ଟ୍ରକରେ ଲୋଡ୍‌ ହୋଇଥିଲା କିନ୍ତୁ ଅଧବାଟରେ ଟ୍ରକ୍ ଭାଙ୍ଗିଲା ହାତୀ

ତାଳଚେର: ସଫଳ ହେଲାନି ଅପରେସନ ଗଜରାଜ । ତାଳଚେର ସ୍ଥାନାନ୍ତର ହୋଇପାରିନି ନରହନ୍ତା ଦନ୍ତା । ଟ୍ରାଙ୍କୁଲାଇଜ ପରେ ମଧ୍ୟ କରୁଛି ନାକେଦମ । ଗତକାଲି କପିଳାସକୁ ସ୍ଥାନାନ୍ତର ପାଇଁ ଟ୍ରକରେ ଲୋଡ୍‌ ହୋଇସାରିଥିଲା, କିନ୍ତୁ ଟ୍ରକକୁ ଭାଙ୍ଗିଦେବାରୁ ହାତୀକୁ ତଳକୁ ଓହ୍ଲାଇଥିଲା ବନବିଭାଗ ।

ଆଜି ପୁଣି ହାତୀକୁ ସ୍ଥାନାନ୍ତର ପାଇଁ ଚେଷ୍ଟା କରିବ ବନବିଭାଗ । ସୋମବାର ତାଳଚେର ବନାଞ୍ଚଳ ଜଗନ୍ନାଥ କୋଇଲା ଖଣି ନିକଟ ସଂରକ୍ଷିତ ଜଙ୍ଗଲରୁ ଏହି ଦନ୍ତାକୁ କାବୁ କରିଥିଲା ବନବିଭାଗ ଓ ଟ୍ରାଙ୍କୁଲାଇଜ ଟିମ୍‌ । ଏହି ନରହନ୍ତା ହାତୀଟି ଗତ କିଛି ମାସରେ ୬ ଜଣଙ୍କ ଜୀବନ ନେଇସାରିଛି । ତାଳଚେରରେ ଆତଙ୍କ ଖେଳାଇଥିଲା ହାତୀ ।

ଅଫିସରେ ନଥିଲେ ବିଇଓ, ସ୍କୁଲରେ ନଥିଲେ ଶିକ୍ଷକ ଓ କର୍ମଚାରୀ…

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ବିଇଓ ଅଫିସ୍‌ରେ ଆଜି ଅଚାନକ ପହଞ୍ଚିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ବିଇଓଙ୍କ ସମେତ ଅନ୍ୟ ୪ଜଣ ଅଧିକାରୀ ଅନୁପସ୍ଥିତ ଥିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ ।

ଏହାପରେ ମନ୍ତ୍ରୀ ଯାଇଥିଲେ ବିଇଓ ଅଫିସ୍‌ ପାଖ ବଡ଼ଚଣା ବାଳିକା ଉଚ୍ଚ ବିଦ୍ୟାଳୟ ।

ସେଠାରେ ମଧ୍ୟ କିଛି ଶିକ୍ଷକ ଓ କର୍ମଚାରୀ ଅନୁପସ୍ଥିତ ଥିଲେ ।

ଏହାପରେ ଅନୁପସ୍ଥିତ ଅଧିକାରୀ, ଶିକ୍ଷକ ଓ କର୍ମଚାରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି । ଏନେଇ ପରେ ପ୍ରତିକ୍ରିୟା ରଖିଛନ୍ତି ବଡ଼ଚଣା ବିଇଓ ସସ୍ମିତା ସାହୁ ।

ଓଡ଼ିଶାକୁ ମିଳିବ ଏକ ସ୍ୱତନ୍ତ୍ର ପରିଚୟ

ଭୁବନେଶ୍ୱର: ଓଡ଼ିଶାରେ ଆୟୋଜିତ ହେବ ପର୍ଯ୍ୟଟନ ମନ୍ତ୍ରୀଙ୍କ ଦୁଇଦିନିଆ ସମ୍ମିଳନୀ । ଏହି ସମ୍ମିଳନୀରେ ସବୁ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଯୋଗଦେବେ । ୨୩ ଓ ୨୪ ଦୁଇଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ତେବେ ଚନ୍ଦ୍ରଭାଗାରେ ହେଉଥିବା ଇକୋ-ରି ଟ୍ରିଟରେ ସମ୍ମିଳନୀ କରାଯିବ ନେଇ ସ୍ଥିର କରାଯାଇଛି ।

ଏହି ସମ୍ମିଳନୀରେ ଦେଶ ତଥା ଓଡ଼ିଶାର ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଆଲୋଚନା ହେବ । ଏବଂ ଓଡ଼ିଶାର ପର୍ଯ୍ୟଟନକୁ ଦେଶର ସମସ୍ତ ପର୍ଯ୍ୟଟନ ମନ୍ତ୍ରୀଙ୍କ ଆଗରେ ରଖାଯିବା । ଏହାଦ୍ଵାରା ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି।

ପୁରୀ ହେବ ଭିକାରୀ ମୁକ୍ତ ଅଞ୍ଚଳ

ପୁରୀ: ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିରରେ ସାାରଣତଃ ଭିକାରୀ ମାନଙ୍କ ଭିଡ ଦେଖିବାକୁ ମିଳିଥାଏ । ତେବେ ଏହି ଭିକାରୀ ମାନଙ୍କ ବେଶରେ ଅନେକେ ମିଛରେ ପୋଷାକ ପରିଧାନ କରି ଏକ ବ୍ୟବସାୟ ବନେଇ ସାରିଲେଣି । ଏହାକୁ ଦୃଷ୍ଟିରେ ରଖି ଏବେ ପୁରୀ ହେବ ଭିକାରୀ ମୁକ୍ତ ଅଞ୍ଚଳ ।

Related image

ଶ୍ରୀକ୍ଷେତ୍ର ପେରିଫେରିକୁ ‘ନୋ ବେଗିଙ୍ଗ ଜୋନ୍‌ ’ କରିବାକୁ ଚାଲିଛି ଯୋଜନା । ବଡଦାଣ୍ଡରେ ଭିକାରୀଙ୍କୁ ଅନୁଧ୍ୟାନ କି ଚିହ୍ନଟ କରିବା ଦରକାର ପଡିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏସ୍‌.ପି ଉମାଶଙ୍କର ଦାଶ । ଜଣେ ଶିକ୍ଷିତ ଭିକାରୀ ସାଜିବା ଘଟଣା ପରେ ଏବେ ପୁରୀରେ ‘ନୋ ବେଗିଙ୍ଗ ଜୋନ୍‌ ’ କରିବାକୁ ସ୍ଥିର ହୋଇଛି । ଯାହାକି ପୂର୍ବରୁ ଯୋଜନା ହୋଇଥିଲା । ହେଲେ ଏବେ ଏହି ଯୋଜନାକୁ ତ୍ୱରାନ୍ୱିତ କରିବାକୁ ଏସପି କହିଛନ୍ତି ।

ଘରେ ବାଘକୁ ଦେଖି ଆତଙ୍କିତ ହେଲେ ଲୋକେ: ବାଘଟି କେତେବେଳେ ଖଟିଆରେ ବସୁଥିଲା ତ କେତେବେଳେ କାନ୍ଥକୁ କାମୁଡୁଥିଲା…

ଗୁଜୁରାଟ: ଘର ଭିତରେ ପଶିଲା କଲରାପତରିଆ ବାଘ। ଆଶଙ୍କା ଓ ଆତଙ୍କରେ କଟିଲା ୬ ଘଣ୍ଟା। ଗୁଜୁରାଟ କଚ୍ଛ ନଖତ୍ରାଣାର ମୋଟି ଗୋଧିୟାର ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଘରେ କେହି ନଥିବା ବେଳେ କଲରାପତରିଆ ବାଘଟି ପଶି ଯାଇଥିଲା। ଏସଂପର୍କରେ ଜାଣିବା ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।

ଭୟରେ ଲୋକେ ଘର କବାଟ ବନ୍ଦ କରି ଦେଇଥିଲେ। ବନ୍ଦ ହେବା ପରେ ଘର ଭିତରେ ଘୁରି ବୁଲିଥିଲା କଲରାପତରିଆ। ବାଘଟି କେତେବେଳେ ଖଟିଆରେ ବସୁଥିଲା ତ କେତେବେଳେ କାନ୍ଥକୁ କାମୁଡୁଥିବା ଦେଖିବାକୁ ମିଳିଛି।

 

ଘରେ କଲରାପତରିଆ ବାଘ ପଶିବା ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ସୂଚନା ଦେଇଛନ୍ତି। ପ୍ରାୟ ୬ଘଣ୍ଟାର ପ୍ରୟାସ ପରେ ବାଘକୁ କାବୁ କରିଥିଲେ ବନ ବିଭାଗ କର୍ମଚାରୀ।

ମନ୍ଦିରକୁ ୩୫କେଜି ସୁନା ଦାନ କଲେ ଭକ୍ତ

ମୁମ୍ବାଇ: ମନ୍ଦିରକୁ ସମସ୍ତେ ଦେବ ଦର୍ଶନ ପାଇଁ ଗଲେ କିଛିନା କିଛି ଦାନ ଦେଇ ଥାଆନ୍ତି । ହୁଣ୍ଡିରେ ହେଉ କି ବ୍ରାହ୍ମଣ ଦକ୍ଷିଣା, ଦେବଙ୍କୁ ସ୍ମରଣ କରି ଯେ ଯାହା ସାମର୍ଥ୍ୟ ଅନୁସାରେ କିଛି ଦାନ ଦେବା ବହୁ ଆଗରୁ ଏକ ପରମ୍ପରା ସଦୃଶ ହୋଇ ସାରିଲାଣି । ତେବେ ଆସ୍ଥା ପାଇଁ ୧୪କୋଟିର ସୁନା ଦାନ ! କଥାଟି ଟିକେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ମହାରାଷ୍ଟ୍ରର ସିଦ୍ଧିବିନାୟକ ମନ୍ଦିରକୁ ଜଣେ ଭକ୍ତ ୩୫କେଜି ସୁନା ଦାନ କରିଛନ୍ତି । ଦାନ ସଂପର୍କରେ ସୂଚନା ଦେଇଛି ମନ୍ଦିର ଟ୍ରଷ୍ଟ ।

ତେବେ ଦାନ କରିଥିବା ଭକ୍ତଙ୍କର ପରିଚୟ ଗୋପନ ରଖାଯାଇଛି । ମନ୍ଦିର ଟ୍ରଷ୍ଟ ଅନୁସାରେ, ଦାନ ଅର୍ଥରେ ମନ୍ଦିରର ଛାତ ଓ କବାଟ ମରାମତି କରିବାରେ ଲଗାଯିବ । ସୂଚନା ଅନୁସାରେ ଜାନୁଆରୀ ୧୫ରୁ ୧୯ ତାରିଖ ଭିତରେ ଛାତ ଓ କବାଟରେ ସୁନାର ପରଚ ଚଢାଯାଇ ସାରିଛି । ତେବେ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି, ଦାନ ଟଙ୍କାରେ ଗରିଙ୍କର ସାହାଯ୍ୟ କରାଯିବ । ବର୍ତ୍ତମାନ ସୁଦ୍ଧା ୨୦ ହଜାର ଲୋକଙ୍କୁ ଜଣକା ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ କରାଯାଇସାରିଛି ।

Image result for siddhivinayak temple

ମୁମ୍ବାଇର ଏହି ମନ୍ଦିର ଦେଶର ଧନୀ ମନ୍ଦିର ଭିତରୁ ଅନ୍ୟତମ ।  ୨୦୧୭ ବେଳକୁ ମନ୍ଦିରର ଦାନଅର୍ଥ ୩୨୦ କୋଟି ଥିଲା, ଯାହା କି ବର୍ତ୍ତମାନ ୪୧୦ କୋଟି ହୋଇସାରିଛି ।

ଦେଶରେ ‘ୱାନ୍‌ ନେସନ୍‌ ୱାନ୍‌ ରାସନ କାର୍ଡ’ ବ୍ୟବସ୍ଥା, ଏବେ ଅନ୍ୟ ରାଜ୍ୟରେ ଥାଇ ବି କିଣି ହେବ ରାସନ

ଦେଶରେ ଲାଗୁ ହେବ ‘ୱାନ୍‌ ନେସନ୍‌ ୱାନ୍‌ ରାସନ କାର୍ଡ’ ବ୍ୟବସ୍ଥା । ୧ ଜୁନ ୨୦୨୦ରୁ ଏହି ଯୋଜନା ଆରମ୍ଭ ହେବ । ଏଣିକି ଦେଶର ଯେକୈାଣସି ରାଜ୍ୟରେ ଥିଲେ ବି ରାସନ କିଣିପାରିବେ ହିତାଧିକାରୀ । ତେବେ କେବଳ ନୂଆ ନୁହେଁ ପୁରୁଣା କାର୍ଡ ବି ବୈଧ ରହିବ ।

Image result for one nation one ration card

ଏ ସଂପର୍କରେ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମ ବିଲାସ ପାଶୱାନ । ତେବେ ୨୦୨୦ ଜାନୁଆରୀ ପହିଲାରୁ ୧୨ଟି ରାଜ୍ୟରେ ଏହି ଯୋଜନାକୁ ଲାଗୁ କରିସାରିଛନ୍ତି । ସାରା ଦେଶରେ ଜୁନରୁ ଏହି ନିୟମ ଲାଗୁ ପରେ କାର୍ଡଧାରୀ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ନିୟମ ଅନୁସାରେ ସବୁ ରାଜ୍ୟରୁ ନିଜ ରାସନ କିଣିପାରିବେ । ପୂର୍ବରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ଗୋଆ, ଝାଡ଼ଖଣ୍ଡ ଓ ତ୍ରିପୁରା ପରି ରାଜ୍ୟ ଏହି ଯୋଜନାକୁ ଲାଗୁ କରିସାରିଛନ୍ତି ।

ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି ପକ୍ଷରୁ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ପାଳନ

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି ପକ୍ଷରୁ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ପାଳନ କରାଯାଉଛି। ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ସହ ଦୋକାନ ବଜାର ଓ ଯାନବାହାନ ଚଳାଚଳ ଠପ୍‌ ହୋଇପଡିଛି।

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପର ସର୍ବାଧିକ ୧୧୦ କିଲୋମିଟର ରେଳପଥ ବୌଦ୍ଧ ଜିଲ୍ଲା ଦେଇ ନିର୍ମାଣ ହେବ। ୯୮ଟି ରାଜସ୍ୱ ଗାଁରୁ ୨୨ଶହ ୬୮ ଏକର ବେସରକାରୀ କୃଷି ଜମି ଅଧିଗ୍ରହଣ କରାଯିବ। ଏଥିରେ ପ୍ରାୟ ୫ହଜାରରୁ ଅଧିକ ଚାଷୀ ପ୍ରଭାବିତ ହେବେ। ଏବେକାର ଦର ଅନୁସାରେ ଚାଷ ଜମି ପାଇଁ କ୍ଷତିପୂରଣ ଦେବାକୁ ଦାବି ହେଉଛି।

କ୍ଷୟକ୍ଷତି ମାମଲାର ବିଚାର ପାଇଁ ବୌଦ୍ଧରେ କୋର୍ଟ ଅଫ୍‌ ଅଥରିଟିର କ୍ୟାମ୍ପ ପ୍ରତିମାସରେ କରିବା ପାଇଁ ମଧ୍ୟ ଦାବି ହୋଇଛି। ଏନେଇ ଆଜି ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି ପକ୍ଷରୁ ବନ୍ଦ ପାଳନ କରାଯାଉଛି। ବନ୍ଦକୁ ଆଖିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସୁରଟର ଟେକ୍ସଟାଇଲ ମାର୍କେଟରେ ଲାଗିଲା ନିଆଁ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଗୁଜୁରାଟ: ସୁରଟର ଟେକ୍ସଟାଇଲ ମାର୍କେଟରେ ନିଆଁ । ଜଳିଲା ୧୦ ମହଲା ବିଲ୍ଡିଂ । ନିଆଁ ଲିଭାଇବା କାମରେ ୫୦ରୁ ଅଧିକ ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି । ୨୦୦ରୁ ଅଧିକ କର୍ମଚାରୀ ନିଆଁ ଲିଭାଇବା କାମରେ ଲାଗିଛନ୍ତି । ସୁରଟ, ବାରଦୋଲୀ, ହେଜିୱାଲା ଓ ହଜୀରାରୁ ଦମକଳଗାଡ଼ି ଆସି ନିଆଁ ଲିଭାଉଛନ୍ତି ।

ରଘୁବୀର ଟେକ୍ସଟାଇଲରେ ଏହି ନିଆଁ ଲାଗିଛି । ତେବେ ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଗତ କିଛିଦିନ ତଳେ ମଧ୍ୟ ଏହି ବିଲ୍ଡିଂର ନବମ ମହଲାରେ ନିଆଁ ଲାଗିଥିଲା । ଆଜିର ଅଗ୍ନିକାଣ୍ଡରେ କେହି ମତାହତ ହୋଇ ନ ଥିବା ବେଳେ କ୍ଷୟକ୍ଷତିର ଆକଳନ ଚାଲିଛି ।

ଦିଗପହଣ୍ଡିରେ ହାତୀ ଆକ୍ରମଣରେ ଜଣେ ମୃତ, ଧାନଖଳା ଜଗିଥିବା ବେଳେ ଗଲା ଚାଷୀଙ୍କ ଜୀବନ

ଦିଗପହଣ୍ଡି: ଦିଗପହଣ୍ଡିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ ହୋଇଛି । ଧାନଖଳା ଜଗିଥିବା ବେଳେ ଚାଷୀଙ୍କର ଜୀବନ ଯାଇଛି । ମୃତକ ହେଲେ ସାନାଦାଣ୍ଡ ସାହିର ଆଲୁ ଲାଚ୍ଛେୟା । ଆଜି ଭୋର ପ୍ରାୟ ୩ଟା ସମୟରେ ଚାଷୀଙ୍କର ମୃତ୍ୟୁ ହୋଇଛି ।

ନିମପଲ୍ଲୀ କେନାଲ ରାସ୍ତା କଡ଼ରେ ଥିବା ଧାନ ଜଗିବାକୁ ଚାଷୀ ଲାଛେୟା ଏବଂ ନୂଆ ସାହିର କେ.ଅରକ୍ଷିତ ପାତ୍ର ଯାଇଥିଲେ । ଦୁହେଁ ଖଳାରେ ଶୋଇଥିଲେ । ତେବେ ଶବ୍ଦ ଶୁଣି ଦୁହେଁ ଉଠି ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ଗଜରାଜଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମତ ଘୋଷଣା କରିଥିଲେ । ଗତ ୪ ଦିନ ହେବ ଚାଙ୍ଗୁଡ଼ି ଦେଇ ଖାଦ୍ୟ ସନ୍ଧାନରେ ନନ୍ଦ ଗାଁକୁ ବହୁ ସଂଖ୍ୟାରେ ହାତୀ ଆସୁଛନ୍ତି ।