ମାନ୍ଦା ଅର୍ଥନୀତି ସହ ଯୁଝୁଛି ଭାରତ, ରାଜନ କହିଲେ…
ନୂଆଦିଲ୍ଲୀ: କାହିଁକି ଦେଶରେ ମାନ୍ଦାବସ୍ଥା ? ବଢ଼ୁନି ବିକାଶ ଦର । ଅଭିବୃଦ୍ଧି ହାର ହ୍ରାସ ପଛରେ କିଏ ? ଏମିତି ଅନେକ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ଆରବିଆଇର ପୂର୍ବ ଗଭର୍ଣ୍ଣର ରଘୁରାମ ରାଜନ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପାଖରେ ସବୁ କ୍ଷମତା ଅଛି, ମନ୍ତ୍ରୀ କେବଳ କଣ୍ଢେଇ । ଫଳରେ ଦେଶର ଅର୍ଥନୀତି ତଳକୁ ତଳ ଖସୁଥିବା କହିଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ।
ଭାରତୀୟ ଅର୍ଥନୀତିକୁ ଆଉ ଏକ ଝଟକା, ୪.୫ ପ୍ରତିଶତକୁ ଖସିଲା ବିକାଶ ଦର
ମାନ୍ଦାବସ୍ଥାରୁ ଦେଶକୁ ମୁକୁଳାଇବା ପୁଞ୍ଜି ଲୋନକୁ ସରଳ, ବଜାରରେ ନିବେଶ ଏବଂ ଅଭିବୃଦ୍ଧି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ରାଜନ କହିଛନ୍ତି । ଏଥିସହ ଘରୋଇ କ୍ଷେତ୍ରକୁ ପୋତ୍ସାହିତ କରିବା ପାଇଁ ମୁକ୍ତ ବାଣିଜ୍ୟ ନୀତି ଉପରେ ଗୁରୁତ୍ୱ ଦେଇଛନ୍ତି ।
ରାଜନ କହିଛନ୍ତି- କେବଳ ନିଷ୍ପତ୍ତି ନୁହେଁ, ସମସ୍ତ ବିଚାର ଓ ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀଙ୍କ ନିକଟତର ଓ ପିଏମଓର ନିକଟତର କିଛି ଲୋକ ନେଉଛନ୍ତି । ଏହା ଦଳର ରାଜନୈତିକ ଓ ସାମାଜିକ ଏଜେଣ୍ଡା ପାଇଁ ଠିକ୍ ଅଛି । କିନ୍ତୁ, ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ଏହା କାମ କରିବ ନାହିଁ । କାରଣ ସେମାନଙ୍କୁ ଜଣା ନାହିଁ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଅର୍ଥବ୍ୟବସ୍ଥା କେମିତି ପରିଚାଳିତ ହୁଏ ।
ଏଥିସହ ରାଜନ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର କଥା ଉଲ୍ଲେଖ କରିଛନ୍ତି । କହିଛନ୍ତି, ପୂର୍ବ ସରକାରର ମେଣ୍ଟ ହୁଏତ ଦୁର୍ବଳ ଥିଲା । କିନ୍ତୁ, ସେତେବେଳେ ଅର୍ଥବ୍ୟବସ୍ଥାକୁ ବାଟ ଆଣିବାକୁ ପ୍ରୟାସ କରାଯାଉଥିଲା । ଏବେ ମନ୍ତ୍ରୀମାନଙ୍କୁ ଶକ୍ତିହୀନ କରି ଦିଆଯାଇଛି । ସରକାର ଦୂର ଦୃଷ୍ଟି ନାହିଁ । ପିଏମଓ ଚାହିଁଲେ ଅର୍ଥନୀତି ସୁଧାରିବା ପ୍ରକ୍ରିୟା ଆଗକୁ ବଢ଼ି ପାରିବ ।
https://nandighoshatv.comquarter-2-gdp-showing-a-growth-rate-of-4-5/
ସୁସ୍ଥ ଜୀବନ ପାଇଁ ପାଠ ଜରୁରୀ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଶିକ୍ଷାର୍ଥୀ ଓ ଶିକ୍ଷକ ଶୈକ୍ଷିକ ଅନୁଷ୍ଠାନର ଆତ୍ମା । ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଅନୁଷ୍ଠାନକୁ ଉଚ୍ଚସ୍ତରରେ ପହଞ୍ଚାଏ । ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ଉଦଯାପନୀ ଉତ୍ସବରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସମସ୍ତେ ଏକାଠି ହୋଇ ଅନୁଷ୍ଠାନର ଐତିହ୍ୟକୁ ଉଜ୍ଜୀବିତ ରଖିବା ସହ ଆଗାମୀ କାଲିକୁ ସମୃଦ୍ଧ କରିହେବ । ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ- ନୂତନ ଚିନ୍ତାଧାରା ସୃଷ୍ଟି, ନେତୃତ୍ୱ ନେବାର ଦକ୍ଷତା ହେବା ଉଚିତ୍ । ଫଳରେ ଛାତ୍ରଛାତ୍ରୀ ତାଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବା ସହ ଭଲ ମଣିଷ ହୋଇପାରିବେ । କେବଳ ବଞ୍ଚିବା ପାଇଁ ପଢ଼ିବା କଥା ନୁହେଁ, ବରଂ ଭଲ ଜୀବନ ପାଇଁ ପାଠ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆମର ନୂଆ ପିଢ଼ି, ଅର୍ଥନୀତି ଓ ସାମାଜିକ କ୍ଷେତ୍ରରେ ଶସକ୍ତ ହେବା ଦରକାର । ଶିକ୍ଷାର୍ଥୀ ବଡ଼ ଲକ୍ଷ୍ୟ ରଖିବା ଉଚିତ୍ । ଗାନ୍ଧିଜୀ କହିଥିଲେ, ତୁମେ ସମାଜରେ ଦେଖିବାକୁ ଚାହୁଁଥିବା ପରିବର୍ତ୍ତନ ଆଣିବା ଦରକାର । ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶା କାହିଁକି ବିଶ୍ୱରେ ଶ୍ରେଷ୍ଠତା ପ୍ରତିପାଦନ କରିଛି । ସମସ୍ତେ ଏକାଠି ହୋଇ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଆହୁରି ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
https://nandighoshatv.compresident-kovind-attend-utkal-universitys-platinum-jubilee-meet/
ବାଣୀବିହାର ପ୍ଳାଟିନମ୍ ଜୁବୁଲିର ଉଦ୍ଯାପନୀ ଉତ୍ସବରେ ରାଷ୍ଟ୍ରପତି: ରୁଷା ଭବନର କଲେ ଶିଳାନ୍ୟାସ
ଭୁବନେଶ୍ୱର: ଓଡ଼ିଶା ସାରା ଜଗତକୁ ଶାନ୍ତିର ବାର୍ତ୍ତା ଦେଇଛି । ଏହି ଭୂଖଣ୍ଡରେ ଛିଡ଼ା ହୋଇ ମୁଁ ନିଜକୁ ଭାଗ୍ୟବାନ ମଣୁଛି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଳାଟିନମ୍ ଜୁବୁଲି ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗେଦଇ ରାଷ୍ଟ୍ରପତି କହିଛନ୍ତି, ୭୫ ବର୍ଷ ଭିତରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷାର ମନ୍ଦିର ପାଲଟିଛି । ଏହି ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଦେଶକୁ ଗୌରବାନ୍ୱିତ କରିଛନ୍ତି ।

ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ ପ୍ରମୁଖ ସ୍ଥାନ ନେବ । ୫ରୁ ୭ ବର୍ଷ ଭିତରେ ଏହା ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି । ଏଥିସହ ବିଶ୍ୱବିଦ୍ୟାଳୟର ବିକାଶ ଲାଗି ଆଗେଇ ଆସିବାକୁ ପୂରାତନ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଭବନର ଶିଳାନ୍ୟାସ କରିଛନ୍ତି । ରାଷ୍ଟ୍ରପତି, ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ୱର୍ଦ୍ଧିତ କଲେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି । ମନ୍ତ୍ରୀ ଅରୁଣ ସାହୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଦୁଗ୍ଧଠାରୁ ଶରୀର ପାଇଁ ବେଶୀ ଉପକାରୀ ବିୟର୍!
ସାଧାରଣତଃ ବିଜ୍ଞାପନ ଅନୁସାରେ ଜଣାଇଦିଆଯାଏ ଯେ ଆଲକୋହଲ୍ ଶରୀର ପ୍ରତି ହିତକର ନୁହେଁ ବୋଲି । କିନ୍ତୁ ନିକଟରେ people for the ethical treatment of animals (ପେଟା) ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଏହାକୁ ଭୁଲ୍ ବୋଲି ପ୍ରମାଣିତ କରାଯାଇଛି । ତେବେ ‘ପେଟା’ର କହିବା ଅନୁଯାୟୀ ଦୁଗ୍ଧ ତୁଳନାରେ ବିୟର ଅଧିକ ସ୍ୱାସ୍ଥ୍ୟକର ପାନୀୟ ।

ତେବେ ଆଗରୁ ଆମେ ଦୁଗ୍ଧର ଉପକାରିତା ସମ୍ବଦ୍ଧରେ ଜାଣିଥିଲୁ । ଏହା ଶରୀରର ବିକାଶରେ ସାହାର୍ଯ୍ୟ କରେ । ଏମିତିକି ଡାକ୍ତରଙ୍କ କହିବା ଅନୁସାରେ ଦିନକୁ ଆମକୁ ୨ ଗ୍ଲାସ୍ ଦୁଗ୍ଧ ସେବନ କରିବା ଆବଶ୍ୟକ ।
କ’ଣ କହୁଛି ଏହି ଗବେଷଣା-
ତେବେ ଗବେଷଣା ଅନୁଯାୟୀ ବିୟର୍ ଦୁଗ୍ଧ ତୁଳନାରେ ଅଧିକ ହିତକର । ଏହା ଆମ ଶରୀରର ହାଡ଼କୁ ସୁଦୃଢ କରିବା ସହ ଆମର ଜୀବନ ସୀମା ବୃଦ୍ଧି କରିଥାଏ । ଅନ୍ୟପଟେ ଦୁଗ୍ଧ ଆମ ଶରୀରରେ ମେଦବୃଦ୍ଧି, ମଧୁମେୟ, କର୍କଟ ଭଳି ରୋଗର କାରଣ ସାଜିଥାଏ ।
ବିୟର୍ ର ଉପକାରିତା-
ବିୟରର ଉପକାରିତାକୁ ନେଇ ପୋଟା ପକ୍ଷରୁ କରାଯାଉଥିବା ଦାବିକୁ କେହିଁ ଗ୍ରହଣ କରିନଥିଲେ ସୁଦ୍ଧା ନିଜ ମନ୍ତବ୍ୟକୁ ଅଟଳ ରହିଛି ‘ପେଟା’ ।
‘ବିୟର୍’ ଯେଉଁଥିରେ କି ଆଲ୍କହଲ୍ର ମାତ୍ରା ରହିଛି ତାହା ସ୍ୱାସ୍ଥ୍ୟପ୍ରତି ହିତ ହେବା କଥା ଲୋକଙ୍କୁ ଚକିତ କରିଛି । ଖାଦ୍ୟଶସ୍ୟ ଯଥା- ବାର୍ଲି, ଗହମ, ଚାଉଳ, ମକାରୁ ପ୍ରସ୍ତୁତ ପୁଷ୍ଟିକର ପାଦାର୍ଥ ବିୟରରେ ରହିଛି । ଏହାସହ ସେଥିରେ ୯୦ ପ୍ରତିଶତ ଜଳ, ଫାଇବର, ଆଇରନ, କ୍ୟାଲସିୟମ୍ ଭଳି ସ୍ୱାସ୍ଥପୋକାରୀ ପଦାର୍ଥ ରହିଛି । ଏହା ଏକ ଆଣ୍ଟି ଅକ୍ସିଡାଣ୍ଟ୍ ପାନୀୟ ।
ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କଲେ ରାଷ୍ଟ୍ରପତି
ଖୋର୍ଦ୍ଧା ଜିଲ୍ଲା ବରୁଣେଇର ପାଦ ଦେଶରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କରିଛନ୍ତି । ପାଇକ ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ଏଠାରେ ନିର୍ମାଣ କରାଯିବ ପାଇକ ବିଦ୍ରୋହ ସ୍ମାରକୀ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଅଛନ୍ତି।
ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଓ ଜଗବନ୍ଧୁଙ୍କ ନାଁରେ ଏକ୍ସପ୍ରେସ ଚଳାଇବାକୁ ଦାବି
ଭୁବନେଶ୍ୱର: ଓଡ଼ିଆ ଜାତି ସ୍ୱାଭିମାନୀ ଓ ବୀର ଜାତି । ବୀର ପାଇକମାନଙ୍କ ସାହସ ଯୁଦ୍ଧ କୌଶଳ ଯୋଗୁଁ ଓଡ଼ିଆ ଜାତି ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଜୟ କରିଥିଲା । ସମ୍ରାଟ ଖାରବେଳ, ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଦିଗ୍ବିଜୟ ଓଡ଼ିଆ ଜାତିର ଗୌରବ ବୃଦ୍ଧି କରିଥିଲା । ଅମର ବୀର ପାଇକମାନଙ୍କ ଦେଶଭକ୍ତି ବୀରତ୍ୱ ଏବଂ ସଂଗ୍ରାମ ଯୋଗୁଁ ଓଡ଼ିଶା ୧୮୦୩ ପର୍ଯ୍ୟନ୍ତ ଅଜେୟ ରହିଥିଲା । ୧୮୧୭ରେ ଓଡ଼ିଶା ପାଇକ ହିଁ ଆରମ୍ଭ କରିଥିଲେ ବ୍ରଟିସ ଶାସନ ବିରୋଧରେ ଦେଶର ପ୍ରଥମ ସଂଗ୍ରାମ । ପାଇକ ବିଦ୍ରୋହଥିଲା ବିଟ୍ରିସ ସରକାରଙ୍କ ବିରୋଧରେ ଗଣ ଆନ୍ଦୋଳନ । ଯେଉଁଥିରେ ସାରା ଓଡ଼ିଶା ସାମିଲ ହୋଇଥିଲା ।

ପାଇକ ବିଦ୍ରୋହ ସ୍ମାରକର ଭିତ୍ତିରସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପାଇକମାନଙ୍କ ଏହି ସଂଗ୍ରାମକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ନେଇ ଦାବି କରିଆସୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ୱତନ୍ତ୍ର ଏକ୍ସେପ୍ରସ ଟ୍ରେନ୍ ଚଳାଇବା ନେଇ ଦାବି ଜଣାଇବା ସହ ମାନ୍ୟବର ରାଷ୍ଟ୍ରପତି ଆମର ଦାବି ପ୍ରତି ସୁବିଚାର କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଓ ଅନ୍ୟ ପାଇକ ବୀରମାନଙ୍କ ସ୍ମୃତ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ ପାଇଁ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇଥିବାରୁ ଖୁସି ବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମିଳିତଭାବେ ଏହି କାର୍ଯ୍ୟ ହାତକୁ ନେଇଛନ୍ତି । ଏଣୁ ଭାରତ ସରକାରଙ୍କ ୨ ବିଭାଗର ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ସ୍ମାରକୀ ପାଇଁ ରାଜ୍ୟ ସରକାର ଜମି ଯୋଗାଇଦେଇଛନ୍ତି । ଅନ୍ୟ ସବୁ ଭିତ୍ତିଭୂମି ସୁବିଧା ମଧ୍ୟ ଯୋଗାଇଦେଇଥିବା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

