spot_img
Home Blog Page 7600

ଘରେ କେହି ନଥିବା ବେଳେ ଟେକିନେଇ ଦୁଷ୍କର୍ମ !

ବୌଦ୍ଧ: ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ବୌଦ୍ଧ ହରଭଙ୍ଗା ଥାନା ଖଲିସାହି ଗାଁରୁ ଆସିଛି ଅଭିଯୋଗ । ସେହି ଅଞ୍ଚଳର ଅଭିମନ୍ୟୁ କହଁର ଗତ ୮ ତାରିଖରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

୮ତାରିଖ ଦିନ ବିଳମ୍ବିତ ରାତିରେ ଘରେ କେହି ନ ଥିବା ବେଳେ ଅଭିଯୁକ୍ତ ଯୁବତୀଙ୍କୁ ଉଠାଇ ନେଇଥିଲା । ଏବଂ ସ୍କୁଲ ନିକଟ ବରଗଛ ପାଖରେ ଯୁବତୀଙ୍କୁ ମାଡ଼ ମାରିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପିଡ଼ିତାଙ୍କ ପରିବାର ଲୋକ ।

ଘଟଣାରେ ଅଭିଯୁକ୍ତର ସ୍ତ୍ରୀ ମଧ୍ୟ ତାକୁ ସହଯୋଗ କରିଥିବା ବେଳେ ଯୁବତୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଘଟଣାରେ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ଉଭୟଙ୍କୁ ଗିରଫ କରିଛି ହରଭଙ୍ଗା ପୋଲିସ । ତେବେ ପୂର୍ବରୁ ପୀଡିତା ଯୁବତୀ ଏକ ଘଟଣାରେ ଚର୍ଚ୍ଚାକୁ ଆସିଥିଲେ ।

ହତ୍ୟା ପରେ ପାଳଗଦାରେ ପୋଡିଦେଲେ

ଗଞ୍ଜାମ: ଯୁବକଙ୍କୁ ହତ୍ୟା କରି ପାଳଗଦାରେ ପୋଡିଦେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାପଲ୍ଲୀ ଗାଁରେ ଏଭଳି ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି । ମୃତ ଯ଼ୁବକଙ୍କ ପରିଚୟ ଜଣାପଡ଼ିଛି, କିନ୍ତୁ ହତ୍ୟାର କାରଣ ଓ ହତ୍ୟାକାରୀଙ୍କ ସୁରାକ୍‌ ମିଳିନାହିଁ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି ।

ସୂଚ଼ନା ମୁତାବକ ଲାଲୁଘାଇ ନିକଟରେ କେହି ଦୁର୍ବୃତ୍ତ ଯୁବକଙ୍କୁ ହତ୍ୟା କରି ପୋଡ଼ିଦେଇଛି । ସକାଳେ ଲୋକ ରକ୍ତ ପଡିଥିବା ଓ ପାଳଗଦା ଜଳୁଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ ।

ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବା ପରେ ପୋଲିସ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି । ମୃତ ଯୁବକ ହେଲେ ଆଠଗଡ଼ ପାଟଣାର ସୁରେଶ ଦାସ । ଘଟଣାସ୍ଥଳରେ ପୋଲିସ ସନ୍ଧାନୀ କୁକୁର ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ସୁରେଶ ଦାସଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଯୁବକଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ସନ୍ଦେହ ଘେରରେ ରହିଛି ।

ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ, ଫେବୃଆରୀ ୧ ତାରିଖ ସକାଳ ୬ଟାରେ ଫାଶୀ ପାଇଁ ନୂଆ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଜାନୁଆରୀ ୨୨ ନୁହେଁ ଫେବ୍ରୁଆରୀ ୧ ତାରିଖରେ ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦିଆଯିବ । ନୂଆ ତାରିଖ ଘୋଷଣା କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ । ଫେବ୍ରୁଆରୀ ୧ ତାରିଖ ସକାଳ ୬ଟାରେ ତିହାର ଜେଲ୍ ପରିସରରେ ଫାଶୀ ଦିଆଯିବ ।

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ମୁକେଶ ସିଂର ରାଜକ୍ଷମା ଖାରଜ, ଗୃହମନ୍ତ୍ରାଳୟକୁ ଅବଗତ କଲା ରାଷ୍ଟ୍ରପତି ଭବନ

ଆଜି ଫ୍ରେସ୍ ଡେଥ ଓ୍ବାରେଣ୍ଟ ଜାରି କରିଛନ୍ତି ପଟିଆଲା ହାଉସ କୋର୍ଟ  । ଆଜି ରାଜକ୍ଷମା ଆବେଦନ ଖାରଜ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ନେଇ ରାଷ୍ଟ୍ରପତି ଭବନରୁ ଗୃହ ମନ୍ତ୍ରାଳୟକୁ ସୂଚନା ଦିଆଯିବା ପରେ କୋର୍ଟରେ ପୁନଃ ତାରିଖ ପାଇଁ ଆବେଦନ କରିଥିଲେ ତିହାର ଜେଲ୍ କର୍ତ୍ତୃପକ୍ଷ । ଏହାପରେ ନୂଆ ତାରିଖ ଓ ସମୟ ଦିଆଯାଇଛି । ପୂର୍ବରୁ ୨୨ ତାରିଖରେ ଫାଶୀ ପାଇଁ ପଟିଆଲା ହାଉସକୋର୍ଟ ଦିନ ଧାର୍ଯ୍ୟ କରିଥିଲେ । ଦୋଷୀ ମୁକେଶର ରାଜକ୍ଷମା ଆବେଦନ ପାଇଁ ବିଳମ୍ବ ହେଲା ଫାଶୀଦଣ୍ଡ ।

‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?

୧୦ଲକ୍ଷ ଲୋକଙ୍କୁ ଚାକିରି ଦେବ ଆମାଜନ

ନୂଆଦିଲ୍ଲୀ: ବିଶ୍ୱ ଦରବାରରେ ନିଜର ପ୍ରାଧାନ୍ୟ ବିସ୍ତାର କରୁଛି ଆମାଜନ କମ୍ପାନୀ । ଧିରେ ଧିରେ ବଢିବାରେ ଲାଗିଛି  ଏହାର ଲୋକପ୍ରିୟତା । ପୂରା ଦୁନିଆରେ ୧୦୦କୋଟି ଲୋକଙ୍କୁ ଚାକିରି ଦେବାରେ ସକ୍ଷମ ହୋଇଛି ଏହି କମ୍ପାନି ।

ଏହିମଧ୍ୟରେ ଭାରତରେ ୭ଲକ୍ଷ ଲୋକଙ୍କୁ ଚାକିରି ଦେବାରେ ସକ୍ଷମ ହୋଇପାରିଛି ଆମାଜନ ଏବଂ ଆଗାମୀ ୫ ବର୍ଷମଧ୍ୟରେ ୧୦ଲକ୍ଷ ଲୋକଙ୍କୁ ଚାକିରି ଦେବାପାଇଁ ଲକ୍ଷ୍ୟ ରଖିଥିବା ସ୍ପଷ୍ଟ କରିଛନ୍ତି ଆମାଜନ କମ୍ପାନିର ସମ୍ବାଦକ ଜେଫ୍‌ ବେଜୋସ୍‌ ।

ସେ କହିଛନ୍ତି,  ‘ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଆମେ ନିୟୁତ ନିୟୁତ ନୂଆ ନିଯୁକ୍ତି ସୃଷ୍ଟି କରିବା ପାଇଁ ନିବେଶ କରୁଛୁ। ଭାରତରେ ଥିବା ଆମ କର୍ମଚାରୀମାନଙ୍କ ସହାୟତା ଓ ଗ୍ରାହକମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ବ୍ୟବସାୟକୁ ଆହୁରି ଆଗକୁ ନେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ।’

ତେବେ ଭାରତରେ ସଫ୍‌ଟୱେୟାର୍‌ ଡେଭ୍‌ଲପମେଣ୍ଟ ଇଞ୍ଜିନିୟରିଂ, କ୍ଲାଉଡ୍‌ କମ୍ପ୍ୟୁଟିଂ, କଣ୍ଟେଟ୍‌ କ୍ରିଏସନ ଏବଂ କଷ୍ଟମର୍‌ ସପୋର୍ଟ ଆଦି କ୍ଷେତ୍ରରେ ଦକ୍ଷତା ଥିବା ଦକ୍ଷ ଭାରତୀୟଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ହେବ ।

କୁହୁଡ଼ି ପାଇଁ ୧୫ ଜିଲ୍ଲାକୁ ଓ୍ୱେଲୋ ଓ୍ୱାର୍ଣ୍ଣିଂ, ଗାଡ଼ି ଚାଳକଙ୍କୁ ସତର୍କ ହେବାକୁ ପରାମର୍ଶ

ଭୁବନେଶ୍ୱର : ଆସନ୍ତା ୫ ଦିନ ପାଇଁ ରାଜ୍ୟରେ ଲାଗି ରହିବ ଘନ କୁହୁଡି । ଏଥିପାଇଁ ୟେଲୋ ଓ୍ବାର୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ୧୫ଟି ଜିଲ୍ଲାରେ ପ୍ରବଳ ଘନ କୁହୁଡି ହେବ ବୋଲି ପୂର୍ବାନୁମାନ କରିଛି ।

ଭଦ୍ରକ,ଯାଜପୁର, କେନ୍ଦ୍ରାପଡା,ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, ମାଲକାନଗିରି, ବୌଦ୍ଧ, ଦେବଗଡ ଭଳି ୧୫ଟି ଜିଲ୍ଲାରେ ପ୍ରବଳ ଘନ କୁହୁଡି ହେବ ବୋଲି ପାଣିପାଗ ବୈଜ୍ଞାନିକ ସୂଚନା ଦେଇଛନ୍ତି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇବା ସହ ଗାଡି ଚଳାଇବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

ତେବେ ରାତି ସମୟରେ ୧ରୁ୨ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଳି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ କୁହୁଡ଼ି ପ୍ରଭାବରେ ୫ଟି ବିମାନ ବିଳମ୍ବରେ ଉଡ଼ାଣ କରୁଥିବା ବେଳେ ବହୁ ଟ୍ରେନର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଛି ।

ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର,ଜଳିଗଲା ଗାଡ଼ି

ଯାଜପୁର: ଯାଜପୁର ୧୬ନଂ ଜାତୀୟ ରାଜପଥର କୁଆଖିଆ ଛକ ନିକଟରେ ଦୁର୍ଘଟଣା ପରେ ଜଳିଗଲା  ବାଇକ୍ ଓ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ ଓ ଟ୍ରକ୍ ଚାଳକ । ସୂଚନା ମୁତାବକ ରାଜପଥରେ ଟ୍ରକ ସହ ବାଇକର ମୁହାଁମୁହିଁ ଧକ୍କା ହେବା ପରେ ଟ୍ରକ ତଳେ ବାଇକଟି ପଶିଯାଇଥିଲା । ଫଳରେ ହଠାତ୍ ବାଇକରେ ନିଆଁ ଲାଗିଯାଇଥିଲା। ପରେ ନିଆଁ ଟ୍ରକକୁ ବ୍ୟାପୀ ଯାଇଥିଲା।

 

ତେବେ ସୌଭାଗ୍ୟବଶତଃ ଟ୍ରକ ଡ୍ରାଇଭର ଓ ବାଇକ ଆରୋହୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ରସୁଲପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣା ପରେ ୧୬ନଂ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କୁଆଖିଆ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ୨ଟିକୁ ଜବତ କରି ତଦନ୍ତ ଚଳାଇଛି।

୨ଦିନ ପରେ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

ପୁରୀ: ଶ୍ରୀମନ୍ଦିରକୁ ସୁନ୍ଦର ରୁପରେ ଗଢିତୋଳିବାକୁ ଅଣ୍ଟାଭିଡ଼ିଛି ପ୍ରଶାସନ । ସଂକ୍ରାନ୍ତି ପାଇଁ ୨ଦିନର ବିରତି ପରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା ।  ଆଜି ବାଲିସାହି ମୌଜାର କାକୁଡ଼ିଖାଇ ମନ୍ଦିର ଛକରୁ ଦୋକାନ ଉଚ୍ଛେଦ ଆରମ୍ଭ କରାଯାଇଛି ।

ପୁରୀକୁ ବିଶ୍ଵ ଐତିହ୍ୟରେ ଉପସ୍ଥାପନା କରିବା ପାଇଁ ରାଜ୍ୟ ସରକାର ଏହାର ଚତୁଃପାର୍ଶ୍ଵ ସୌନ୍ଦର୍ଯୀକରଣ କରୁଛନ୍ତି। ତେଣୁ ୨ଦିନ ପରେ ଆଜି ଶ୍ରୀମନ୍ଦିର ପୁରୀ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଯୋନ ଉଚ୍ଛେଦ ପ୍ରକ୍ରିୟାକୁ ପ୍ରଶାସନ ଜୋରଦାର କରିଛି। ଆଜି କାକୁଡି ଖାଇ ଛକ ବାଲି ସାହି ରାସ୍ତାରେ ଉଛେଦ ଚାଲିଛି ।

ତେବେ ବର୍ତ୍ତମାନ ୧୦ରୁ ଅଧିକ ଖଜା ଦୋକାନ , ୫ ବଣିଆ ଦୋକାନ ଏବଂ ୧୫ରୁ ଅଧିକ ଘରୋଇ ପ୍ଲଟରେ ଉଚ୍ଛେଦ ପ୍ରକ୍ରିୟା ଜାରି ଅଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ସମେତ ମାଜିଷ୍ଟ୍ରେଟ, ଅତିରିକ୍ତ ଜିଲ୍ଲାପାଳ ଓ  ଉପ ଜିଲ୍ଲାପାଳ ଉପସ୍ଥିତ ରହିଛନ୍ତି ।

ପ୍ରଦେଶ କଂଗ୍ରେସ ଭବନରେ ସମୀକ୍ଷା ବୈଠକ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ଭବନରେ ଚାଲିଛି ସମୀକ୍ଷା ବୈଠକ । କଟକ ଜିଲ୍ଲା ଓ ସଦର, ଖୋର୍ଦ୍ଧା ଓ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରେ ଦଳୀୟ ସ୍ଥିତି ନେଇ ସମୀକ୍ଷା କରାଯାଉଛି । ତେବେ ପ୍ରଦେଶ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା ବୈଠକରେ ଯୋଗଦେଇଛନ୍ତି ।

Image result for review-meeting-at-odisha-pcc-office

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲେ ଫିଞ୍ଚ୍

0

ରାଜକୋଟରେ ଭାରତ-ଅଷ୍ଟ୍ରେଲିଆ ଦିନିକିଆ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଫିଞ୍ଚ । ବିଜୟୀ ଦଳରେ କୈାଣସି ପରିବର୍ତ୍ତନ କରିନି । ସେପଟେ ଭାରତୀୟ ଦଳ ଦୁଇଟି ପରିବର୍ତ୍ତନ କରିଛି । ଆହତ ପନ୍ତଙ୍କ ସ୍ଥାନରେ ମନୀଷ ପାଣ୍ଡେ ଏବଂ ଶ୍ରଦୁଲ ଠାକୁରଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ସୁଯୋଗ ମିଳିଛି । ଆଜିର ମ୍ୟାଚ ଭାରତ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ଆଜିର ମ୍ୟାଚ ହାରିଲେ ସିରିଜ ହାତେଇବ କଙ୍ଗାରୁ ଦଳ । ସେହିପରି ରାଜକୋଟରେ ବିଜୟ ସହ ସିରିଜକୁ ୧-୧ରେ ବରାବର ସ୍ଥିତିକୁ ଆଣିବାକୁ ଚାହିଁବ କୋହଲି ବାହିନୀ ।

ବଣ୍ଡା ଘାଟିରୁ ଧ୍ୱଂସ ହେଲା ମାଓ କ୍ୟାମ୍ପ୍, ଏକେ-୪୭ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନାଗିରି: ମାଲକାନାଗିରି ବଣ୍ଡା ଘାଟିରୁ ବଡ଼ ଖବର । ମିଳିତ ଅଭିଯାନରେ ମାଓ କ୍ୟାମ୍ପ୍‌ ଧ୍ୱଂସ । ଟାର୍ଗେଟରେ ଥିଲେ ୧୫ରୁ ୨୦ ମାଓବାଦୀ । ତେବେ ଚଢ଼ାଉ ପୂର୍ବରୁ ଖସି ଯାଇଥିଲେ ସମସ୍ତେ ।

୧୫ରୁ ୨୦ ମାଓବାଦୀ ଏକାଠି ହୋଇଥିବା ଖବର ମିଳିଥିଲା । ତେବେ ଘଟଣାସ୍ଥଳରେ ପହଞ୍ଚିବା ପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ ମାଓବାଦୀ । ଯାହାର ଜବାବ ମିଳିବା ପରେ ମାଓବାଦୀ ପଛଘୁଞ୍ଚା ଦେଇଥିଲେ ।

ଏହି ଅଭିଯାନରେ ପୋଲିସ ସହ SOG, DVF ଓ BSF । କ୍ୟାମ୍ପରୁ ଏକେ-୪୭ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି ।