spot_img
Home Blog Page 7603

ହାଇଦ୍ରାବାଦର ଜାତୀୟ ପୋଲିସ ଏକାଡେମୀରେ IPS ଅଭୟଙ୍କୁ ବିଦାୟ ସମ୍ୱର୍ଦ୍ଧନା

ଭୁବନେଶ୍ୱର : ଖୁବଶୀଘ୍ର ଓଡ଼ିଶାର ନୂଆ ଡିଜିପି ଭାବେ ଯୋଗଦେବେ ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଫିସର ଶ୍ରୀ ଅଭୟ । ନଭେମ୍ବର ୨୧ ତାରିଖରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଅଭୟଙ୍କୁ ଓଡ଼ିଶାର ପରବର୍ତ୍ତୀ ଡିଜିପି ଭାବେ ନୂଆ ନିଯୁକ୍ତି ଦିଆଯାଇଥିଲା ।

ସେ କେନ୍ଦ୍ରୀୟ ଡେପୁଟେସନରେ ଥିବା ସହ ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲଭଭାଇ ଜାତୀୟ ପୋଲିସ ଏକାଡେମୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।

https://nandighoshatv.comwhy-bk-sharma-removed-from-the-post-of-dgp/

ଆଜି ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ IPS ଅଭୟଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଫେୟାରଓ୍ୱେଲ୍ ପରେଡରେ ଭାଗନେଇଥିଲେ ଅଭୟ। ୭୦ ଓ ୭୧ ବ୍ୟାଚର ଆଇପିଏସ ଅଫିସରଙ୍କ ଟ୍ରେନିଂ ବେଳେ ସେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଥିଲେ ।

ଡିଜିପି ଥିବା ବି.କେ ଶର୍ମାଙ୍କର ବଦଳି ପରେ, ଇନଚାର୍ଜ ଡିଜିପି ଭାବେ ସତ୍ୟଜିତ୍ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଖୁବଶୀଘ୍ର ପୂର୍ଣ୍ଣକାଳୀନ ଓଡ଼ିଶାର ନୂଆ ଡିଜିପି ଭାବେ ଅଭୟ ଯୋଗଦେବେ ବୋଲି ଜଣାପଡ଼ିଛି ।

ଗଛକୁ ପିଟିଲା ଯାତ୍ରୀବାହୀ ବସ୍‌

ବୌଦ୍ଧ: ବୌଦ୍ଧ ଜିଲ୍ଲା ୫୭ନଂ ଜାତୀୟ ରାଜପଥ ଜହ୍ନାପଙ୍କ ଛକ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯାହାଫଳରେ ୧୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ତିନିଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଚକାଡ଼ୋଳା ନାମକ ଏକ ଘରୋଇ ବସ୍‌ଟି ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ରାସ୍ତାକଡ଼ରେ ଏକ ଗଛରେ ପିଟି ହୋଇଯାଇଥିଲା । ଗଛରେ ପିଟି ହେବା ପରେ ବସ୍‌ଟି ଓଲଟି ପଡ଼ିଥିଲା । ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅନ୍ୟପକ୍ଷରେ ଦୁର୍ଘଟଣା ପରେ ବସ୍ ଡ୍ରାଇଭର୍ ଓ କଣ୍ଡକ୍ଟର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ତାମିଲନାଡୁରେ ଦାଦନ ଶ୍ରମିକ ମୃତ୍ୟୁ ଘଟଣା: ୭ ଦିନ ପରେ ପହଞ୍ଚିଲା ମୃତ ଦେହ,ଗାଁରେ ଶୋକାକୁଳ ପରିବେଶ

କଳାହାଣ୍ଡି: ଦାଦନ ଖଟିବାକୁ ଯାଇ ତାମିଲନାଡୁରେ ପ୍ରାଣ ହରାଇଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଘୋଡ଼ାପୋଖରୀ ଗାଁର କୁମୁଟି ଜାଲ (୪୦)ଙ୍କ ଶବ ସାତଦିନ ପରେ ଶୁକ୍ରବାର ଗାଁରେ ପହଞ୍ଚିଛି। ଶବ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ଗାଁ ମଶାଣିରେ ସତ୍କାର କରାଯାଇଥିଲା ।

ସୂଚନା ଅନୁଯାୟୀ, ଗାଁର ଅନ୍ୟ ଯୁବକମାନଙ୍କ ସହିତ ୩ମାସ ପୂର୍ବେ କୁମୁଟି କେରଳ ରାଜ୍ୟକୁ କାମ କରିବାକୁ ଯାଇଥିଲେ। ସେଠାରୁ ଗତ ୧୬ ଦିନ ତଳେ ଆସି ତାମିଲନାଡୁ ରାଜ୍ୟର ଇରୋଡ଼ ଜିଲ୍ଲା କିଆପାରମତି ଅଞ୍ଚଳରେ ଥିବା ଗାଁର ଜଣେ ପିଲା ଦେବନ୍ତ ହରିଜନ ସହିତ ଯୋଗାଯୋଗ କରି ଦେବନ୍ତ କରୁଥିବା ଇଟାଭାଟିରେ କାମ କରୁଥିଲେ।

ଗତ ଗୁରୁବାର ସନ୍ଧ୍ୟାରେ ନିକଟସ୍ଥ ବଜାରକୁ ଯାଇଥିବା ସମୟରେ କାର୍‌ (ଟିଏନ୍ ୩୮ସିଟି ୦୯୫୧) ଧକ୍କାରେ ସେ ପ୍ରାଣ ହରାଇଥିଲେ। ତାମିଲନାଡୁରୁ ଶବ ଆଣିବା ପାଇଁ ପରିବାର ଲୋକଙ୍କ ପାଖରେ ସମ୍ବଳ ନଥିବାରୁ ସେମାନେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର ମିଶ୍ରଙ୍କୁ ସାକ୍ଷାତ କରିଥିଲେ। ବିଡିଓ ଶ୍ରୀ ମିଶ୍ର  ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ସେମାନଙ୍କୁ ଯିବା ପାଇଁ କହିଥିଲେ। ପରିବାର ଲୋକ ଶ୍ରମ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ। ପ୍ରଶାସନର ସହାୟତାରେ ସେମାନେ ତାମିଲନାଡ଼ୁର ଶବ ଆଣିଥିଲେ।

RTOର ଅଜବ ନିୟମ; ଦୁଇ ଚକିଆ ଚାଳକଙ୍କୁ ଚାରି ଚକିଆ ଫାଇନ୍

ନବରଙ୍ଗପୁର: ସିଟ୍ବେଲ୍ଟ ପିନ୍ଧି ଥିବାରୁ ବାଇକ୍ଚାଳକଙ୍କୁ ଫାଇନ ! ହଜାର ଟଙ୍କାର ଫାଇନ ଲାଗିଛି ବାଇକ ଆରୋହିଙ୍କୁ ଆରଟିଓରୁ ମୋବାଇଲକୁ ଆସିଛି ମେସେଜ ଏଭଳି ଘଟଣା ନବରଙ୍ଗପୁରରେ ଚର୍ଚ୍ଚା ସାଉଁଟିଛି ପାପଡ଼ାହାଣ୍ଡି ବ୍ଲକ କଣ୍ଟାସରୁ ଗାଁର ପୁରନ ପୂଜାରୀଙ୍କୁ ଆସିଛି ଏହି ମେସେଜ ତାଙ୍କ ବିରୋଧରେ ଆସିଛି ଟ୍ରାଫିକ୍ନିୟମ ଖିଲାପ ଅଭିଯୋଗ

କଳାହାଣ୍ଡି ପୋଲିସ ତରଫରୁ ତାଙ୍କ ନାଁରେ ୧ହଜାର ଟଙ୍କାର ଚାଲାଣ କଟାଯାଇଛି ତେବେ ପୁରଣଙ୍କ କହିବା କଥା, ଘଟଣା ଦିନ ସେ ବିଲରେ କାମ କରୁଥିଲେ ଏବଂ ତାଙ୍କ ବାଇକ ଘରେ ଥିଲା ତାଙ୍କ ବାଇକର ନଂ ହେଉଛି 0D27B7946 ।  ଅଭିଯୋଗକୁ ଏକ ତ୍ରୁଟି ଚାଲାଣ ଦେବାକୁ ରୋକଠୋକ ମନା କରିଦେଇଛନ୍ତି ପୁରଣ ସେପଟେ ନୂଆ ନିୟମ ଲାଗୁ ପରେ ଏଭଳି ତ୍ରୁଟିପୂର୍ଣ୍ଣ ମେସେଜକୁ ନେଇ ବଢ଼ିଛି ଅସନ୍ତୋଷ କେତେବେଳେ କାର୍ଚଲାଉଥିବା ଲୋକଙ୍କୁ ହେଲମେଟ ପିନ୍ଧିବା ଅଭିଯୋଗରେ ଫାଇନ ଆଉ ଏବେ ବାଇକରେ ସିଟବେଲ୍ଟ ପିନ୍ଧିଥିବାରୁ ଫାଇନ୍ଦେବାକୁ ଆସିଛି ମେସେଜ  

ବାତିଲ୍ ପରେ ଖଣି ନିଲାମ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କଲେ

ଭୁବନେଶ୍ୱର: ଖଣି ନିଲାମ ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି । ୨୦ଟି ଖଣି ନିଲାମ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ୨୦ଟି ଖଣି ମଧ୍ୟରେ ୧୨ଟି ଲୁହା ପଥର, ୨ଟି ମାଙ୍ଗାନିଜ୍ ଏବଂ ୬ଟି ଲୁହା ପଥର ଓ ମାଙ୍ଗାନିଜ୍ ଖଣି ରହିଛି । ନିଲାମ ପାଇଁ ଥିବା ୧୨ଟି ଲୁହା ପଥର ଖଣି ହେଲା ଗୋରୁମହିଷାଣୀ, ବାଦାମପାହାଡ଼, ଜଜାଙ୍ଗ, ନାଡ଼ିଡିହ, ବାଲଦା, ନୂଆଗାଁ, ଠାକୁରାଣୀ, ଝିଲିଙ୍ଗ୍-ଲଙ୍ଗଲୋତା, ଜରିବାହଲ ରୋଇଡ଼ା-୨, ଜୁଜୁରି ଏବଂ ଗନୁଆ ।

କଟାସାହି ଏବଂ କନ୍ଥେର-କୋଇଡ଼ା ମାଙ୍ଗାନିଜ ଖଣି ନିଲାମ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ୬ଟି ଲୁହା ପଥର ଏବଂ ମାଙ୍ଗାନିଜ୍ ଖଣି ହେଲା ନାଡ଼ିଡ଼ିହ (ଫ୍ରିଗେଡ୍), ତେହେରାଇ, କୋଲମଙ୍ଗ, ସିଲଯୋର-କାଲିମାଟି, ନାରାୟଣପଷି ଏବଂ ମହୁଲଶୁଖା । ଏସବୁ ଖଣି ମଧ୍ୟରୁ ୬ଟି ଖଣକୁ ସ୍ପଞ୍ଜ, ଆଇରନ ଉତ୍ପାଦନକାରୀ ଏବଂ/ବା ପିଗ୍ ଆଇରନ୍ ଏବଂ/ବା ଇସ୍ପାତ ଏବଂ/ବା  ପେଲେଟ ଉତ୍ପାଦନକାରୀଙ୍କ ପାଇଁ ସଂରକ୍ଷିତ ରଖିଛନ୍ତି । ସେହି ଖଣି ହେଲା ଠାକୁରାଣୀ ଲୁହାପଥର ଖଣି, ଜରିବାହଲ ଲୁହାପଥର ଖଣି, ରୋଇଡ଼ା-୨ ଲୁହାପଥର ଖଣି, ଗନୁଆ ଲୁହାପଥର ଖଣି ଏବଂ ନାରାୟଣପୋଷି ଲୁହାପଥର ଓ ମାଙ୍ଗାନିଜ ଖଣି।

ଖଣି ଏବଂ ଖଣିଜ(ବିକାଶ ଏବଂ ନିୟନ୍ତ୍ରଣ) ଆଇନ୍-୧୯୫୭ର ଧାରା ୧୦(ବି) ଏବଂ ଖଣିଜ (ନିଲାମ) ନିୟମ, ୨୦୧୫ ଅନୁଯାୟୀ ଏହି ନିଲାମ ଡକାଯାଇଛି । ଆର୍ଥିକ ନିଲାମକୁ କେବଳ ଡିଜିଟାଲ ଫର୍ମାଟରେ ଆହ୍ୱାନ କରାଯାଇଛି । ବୈଷୟିକ ନିଲାମକୁ ଉଭୟ ଡିଜିଟାଲ ଓ ଫିଜିକାଲ ଫର୍ମାଟରେ ଆହ୍ୱାନ କରାଯାଇଛି । ଯୋଗ୍ୟ ସଂସ୍ଥା ଗୁଡ଼ିକ ଏହି ନିଲାମରେ ଭାଗ ନେଇପାରିବେ ।ଏମ୍ଏସଟିସି ଲିମିଟେଡର ୱେବସାଇଟରେ ନିଲାମ ସମ୍ବନ୍ଧୀୟ ତଥ୍ୟ ଦିଆଯାଇଛି । ୱେବସାଇଟରେ ପଞ୍ଜୀକରଣ ସଫଳ ପରେ ନିଲାମରେ ଭାଗ ନେଇପାରିବେ । ଟେଣ୍ଡର କାଗଜପତ୍ର କ୍ରୟର ଶେଷ ତାରିଖ ଡିସେମ୍ବର ୩୦ । ସେହିଭଳି ନିଲାମ ଦାଖଲର ଶେଷ ଦିବସ ୨୦୨୦ ଜାନୁଆରୀ ୩ ତାରିଖ ମଧ୍ୟାହ୍ନ ୧୨ଟା । ଗୋଟିଏ ଖଣି ପାଇଁ ଟେଣ୍ଡର କାଗଜପତ୍ର ମୂଲ୍ୟ ୫ ଲକ୍ଷ ଟଙ୍କା ରଖାଯାଇଛି ।

ପୂର୍ବରୁ ଗତ ଅକ୍ଟୋବରରେ ୩ଟି ପର୍ଯ୍ୟାୟରେ ୪୦ଟି ଖଣି ନିଲାମ ପାଇଁ ସରକାର ବିଜ୍ଞପ୍ତି ଜାରି କରିଥିଲେ । କିନ୍ତୁ କେତେକ କମ୍ପାନୀ ଗଳାବାଟର ସୁଯୋଗ ନେଇ ଚଞ୍ଚକତା କରିଥିବା ଅଭିଯୋଗ ହୋଇଥିଲା । ଫଳରେ ସରକାର ୪୦ଟି ଯାକ ଖଣି ନିଲାମ ବାତିଲ କରିଥିଲେ । ଏଥିସହ ୨୦ଟି ଖଣିର ନିଲାମ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ ।

https://nandighoshatv.comreauction-of-mineral-blocks/

ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ,୨୦ଟି ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ

ଝାଡ଼ଖଣ୍ଡ: ଆଜି ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୨୦ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି  । ୨୬୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଥିବା ବେଳେ ୪୮ଲକ୍ଷ ମତଦାତା କରୁଛନ୍ତି ମତଦାନ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ୍‌ଙ୍କ ଭାଗ୍ୟ ପରୀକ୍ଷା ହେବ । ମୁଖ୍ୟମନ୍ତ୍ରୀ ରଘୁବର ଦାସ ବାଚସ୍ପତି ଡ. ଦିନେଶ ଓରାଓନ୍‌ଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହେବାକୁ ଯାଉଛି ।

ଅନ୍ୟପଟେ ସମସ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମ୍ବେଦନଶୀଳ ବୁଥ୍‌ ଗୁଡିକରେ ଦିନ ୩ଟା ଯାଏଁ ମତଦାନ ଚାଲିବ । ନକ୍ସଲ ଉପଦ୍ରୁତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୪୦ହଜାର ଯବାନଙ୍କୁ ନିୟୋଜିତ କରାଯାଇଛି । ଅଧିକ ସଂଖ୍ୟାରେ ମତଦାନ କରିବାପାଇଁ ଟ୍ୱିଟ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି । ଡିସେମ୍ବର ୮ରେ ଆସିବ ଫଳାଫଳ ।

ବିଜୟ ଦେଲା ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ

0

ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ଜିତିଲା ଭାରତ । କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୨୦୮ ରନର ବିଜୟ ଲକ୍ଷ୍ୟକୁ ସହଜରେ ଭାରତ ହାସଲ କରିନେଇଛି । ୩ ଟିକିଆ ଟି-ଟ୍ୱେଣ୍ଟି ଶୃଙ୍ଖଳାରେ ୬ ୱିକେଟ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଟସ୍‌ ଜିତି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ରନ ବର୍ଷା କରିଥିଲା ଇଣ୍ଡିଜ ଦଳ ।

କିନ୍ତୁ ବିରାଟ କୋହଲିଙ୍କ ଅପରାଜିତ ଓ ଲୋକେଶ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ଆଗରେ ଫିକା ପଡ଼ିଥିଲା ବିଶାଳ ୨୦୭ ରନ୍‌ ସ୍କୋର । ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ୯୪ରନ୍‌ ବଳରେ ଭାରତ-ୱେଷ୍ଟଇଣ୍ଡିଜ ଦ୍ଵାରା ଧାର୍ଯ୍ୟ ୨୦୮ ରନ୍‌ର ବିଶାଳ ଲକ୍ଷ୍ୟକୁ ୧୮.୪ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଥିଲା ।

ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୨୦୭ ରନ୍‌ କରିଥିଲା ଭ୍ରମଣକାରୀ ଦଳ । ଏହି ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳରେ ୧-୦ରେ ଅଗ୍ରଣୀ ହାସଲ କରିଛି । ରବିବାର କେରଳରେ ଖେଳାଯିବ ସିରିଜର ଦ୍ୱିତୀୟ ମ୍ୟାଚ ।