ମେଡିକାଲ ବେଡରେ କଣ କହିଥିଲେ ଉନ୍ନାଓ ପୀଡ଼ିତା…
ନୂଆଦିଲ୍ଲୀ: ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଶୁକ୍ରବାର ରାତି ପ୍ରାୟ ୧୧ଟା ୪୦ରେ ଆଖି ବୁଜିଛନ୍ତି । ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିବା ଅବସ୍ଥାରେ ଗୁରୁବାର ରାତିରେ ତାଙ୍କୁ ଦିଲ୍ଲୀ ଅଣାଯାଇଥିଲା । ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଗୁରୁବାର ସକାଳେ ହିଁ ୨ ଦୁଷ୍କର୍ମ ଅଭିଯୁକ୍ତ ଅନ୍ୟ ୩ ଜଣଙ୍କ ସହ ମିଶି ତାଙ୍କୁ ଜାଳି ଦେଇଥିଲେ ।
ଦୋଷୀ ଫାଶୀ ପାଇବା ଦେଖିବାକୁ ଶେଷ ଇଚ୍ଛା ରଖିଥିଲେ ଉନ୍ନାଓ ପୀଡ଼ିତା । କିନ୍ତୁ, ଭାଗ୍ୟ ସାଥ୍ ଦେଲାନି । ଶେଷ ଇଚ୍ଛା ସହିତ ତାଙ୍କ ଜୀବନ ବିସବୁଦିନ ପାଇଁ ଶେଷ ହୋଇଯାଇଛି । ୪୦ ଘଣ୍ଟା ଧରି ମୃତ୍ୟୁ ସହ ସଂଗ୍ରାମ ପରେ ସେ ହାରି ଯାଇଛନ୍ତି ।
ତେବେ, ମୃତ୍ୟୁ ପୂର୍ବରୁ ମେଡିକାଲ ବେଡରେ ସେ ଭାଇଙ୍କୁ କୋହଭରା କଣ୍ଠରେ କହିଥିଲେ ‘ମୁଁ ବଞ୍ଚିବାକୁ ଚାହେଁ’ । କିନ୍ତୁ ତାଙ୍କ ଆଶା ସବୁ ମିଳାଇ ଯାଇଛି । ନ୍ୟାୟ ପାଇବା ପୂର୍ବରୁ ସେ ସବୁ ଦିନ ପାଇଁ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି । ଅଧାରେ ରହିଯାଇଛି ଶେଷ ଆଶା ।
https://nandighoshatv.comunnao-rape-victim-died-in-delhi-hospital/
ଜୀବନ ଯୁଦ୍ଧରେ ହାରିଗଲେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା
ନୂଆଦିଲ୍ଲୀ: ଯନ୍ତ୍ରଣା ଜୁଇରେ ଜଳିଥିଲେ । ଜାଳିଦେବା ପରେ ମେଡିକାଲ ବେଡରେ ଜୀବନ ସହ ସଂଘର୍ଷ କରୁଥିଲେ । ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିଲେ ବି ଛାଡ଼ି ନଥିଲେ ବଞ୍ଚିବାର ଆଶା । ୪୦ ଘଣ୍ଟାର କସରତ ପରେ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀସ୍ଥିତ ସଫଦରଜଙ୍ଗ ମେଡିକାଲରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି ।
ରାତି ପ୍ରାୟ ୧୧ଟା ୪୦ରେ ଡାକ୍ତରୀ ଦଳର ପ୍ରଚେଷ୍ଟା ସତ୍ତ୍ୱେ ହାରି ଯାଇଛନ୍ତି ସେ । ହୃଦଘାତ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ, ପୀଡ଼ିତା ମୃତ୍ୟୁ ପୂର୍ବରୁ ଭାଇକୁ କହିଥିଲେ ‘ମୁଁ ବଞ୍ଚିବାକୁ ଚାହେଁ’ । ଏଥିସହ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡଦେବାକୁ ପୀଡ଼ିତା ଭାଇଙ୍କୁ କହିଥିଲେ ।
ଗୁରୁବାର ଦିନ ପୀଡ଼ିତାଙ୍କୁ ପେଟ୍ରୋଲ ପକାଇ ୨ ଦୁଷ୍କର୍ମ ଅଭିଯୁକ୍ତ ସହ ୫ ଜଣ ଜାଳି ଦେଇଥିଲେ । ନିଆଁ ଲାଗିବା ପରେ ପ୍ରାୟ ୧ କିଲୋମିଟର ଚାଲି ଚାଲି ବଞ୍ଚିବା ପାଇଁ ଗୁହାରି କରିଥିଲେ ପୀଡ଼ିତା ଜଣଙ୍କ । ଏପରିକି ସେ ନିଜେ ୧୧୨ ନମ୍ବରକୁ କଲ୍ କରି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଗତ ୫ ତାରିଖରେ ଉତ୍ତରପ୍ରଦେଶ ବିହାର ଅଞ୍ଚଳରେ ପୀଡ଼ିତାଙ୍କୁ ଦୁଷ୍କର୍ମକାରୀ ଜାଳି ଦେଇଥିଲେ । ପରେ ତାଙ୍କୁ ଲକ୍ଷ୍ନୌରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଅଣାଯାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଡିସେମ୍ବର ୯ ଯାଏଁ ସଂରକ୍ଷିତ ରହିବ ଦୁଷ୍କର୍ମକାରୀଙ୍କ ମୃତଦେହ, କୋର୍ଟଙ୍କ ନିର୍ଦ୍ଦେଶ
ହାଇଦ୍ରାବାଦ: ତେଲଙ୍ଗାନା ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ମୃତଦେହକୁ ସଂରକ୍ଷିତ କରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୃତଦେହକୁ ସଂରକ୍ଷିତ କରି ରଖାଯିବ ।
ଏଥିସହ ପଢ଼ନ୍ତୁ ଡାକିନେଲେ ଡାକ୍ତରାଣୀ; ଯେଉଁଠି ନେଇଥିଲେ ଜୀବନ, ସେଇଠି ଗଲା ୪ ଜଣଙ୍କ ଜୀବନ
ଏଥିସହ ଉଚ୍ଚ ନ୍ୟାୟାଳୟ ଶବ ବ୍ୟବଚ୍ଛେଦ ବେଳର ଭିଡିଓକୁ ପେନ୍ ଡ୍ରାଇଭ୍ କିମ୍ବା ସିଡି ମାଧ୍ୟମରେ ଜିଲ୍ଲା ଜଜଙ୍କ ନିକଟରେ ଦାଖଲ କରିବାକୁ କହିଛନ୍ତି । ୪ ଦୁଷ୍କର୍ମକାରୀଙ୍କୁ ଶୁକ୍ରବାର ଭୋରରୁ ପୋଲିସ ଏନକାଉଣ୍ଟର କରିଥିଲା ।
ହାଇଦ୍ରାବାଦ ପୋଲିସ ନେଲା ଡିସିସନ୍ ଅନ୍ ସ୍ପଷ୍ଟ, ସଜ୍ଜନରଙ୍କୁ ଚାରିଆଡ଼ୁ ଶୁଭେଚ୍ଛା
ମାନବାଧିକାର କର୍ମୀଙ୍କ ଆବେଦନର ଶୁଣାଣି କରି ତେଲଙ୍ଗାନା ହାଇକୋର୍ଟର ୨ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।
https://nandighoshatv.comstory-behind-hyderabad-4-rapist-encounter/
ବଦଳୁନି ମାନଷିକତା, ପୁଣି ଆଉ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ !
ଜଗତସିଂହପୁର: ଦେଶସାରା ଦୁଷ୍କର୍ମ ପ୍ରତିବାଦର ବହ୍ନି । ହାଇଦ୍ରାବାଦରେ ଚାରି ଚାରି ଜଣ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର । ତଥାପି ବଦଳୁନି ମାନଷିକତା, ମାତିଛନ୍ତି ଯୌନ ପିପାସୁ । କାମାନ୍ଧଙ୍କ ଆଖିରୁ ବାଦ୍ ପଡ଼ୁନି କଅଁଳ କଢ଼ି । ପୁରୀରେ ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାକୁ ୪ ଦିନ ବି ବିତିନି । ପୁଣି ଜଗତସିଂହପୁର ଜିଲ୍ଲାରୁ ଆସିଛି ଦୁଷ୍କର୍ମ ଅଭିଯୋଗ ।
କୁଜଙ୍ଗ ବ୍ଲକ ଗଡ଼ କୁଜଙ୍ଗ ପଞ୍ଚାୟତରୁ ଆସିଛି ଏମିତି ଅଭିଯୋଗ । ସନ୍ଧ୍ୟାରେ ତେଜରାତି ଦୋକାନୀକୁ ସଉଦା ପାଇଁ ଯାଇଥିବା ନାବାଳିକାଙ୍କ ସହ ୭୦ ବର୍ଷୀୟ ପ୍ରଫୁଲ ମହାନ୍ତି ଦୁଷ୍କର୍ମ କରିଥିବା ନେଇ ଅଭୟଚାନ୍ଦ ପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଖୋଳତାଡ଼ କରିବା ସହ ଅଭିଯୁକ୍ତ ପ୍ରଫୁଲକୁ ଗିରଫ କରି ପଚରାଉଚରା କରୁଛି । ଆସନ୍ତାକାଲି ସାଇଣ୍ଟିଫିକ୍ ଘଟଣାସ୍ଥଳ ପରିଦର୍ଶନ କରିବ ବୋଲି ଜଣାପଡ଼ିଛି ।

