ଭୁବନେଶ୍ୱର: ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଅନୁଦାନ କାଟ କରିବାର ସମ୍ଭାବନା ଦେଖାଦେଇଛି । ଯାହାର ପ୍ରଭାବ ଆସନ୍ତା ବଜେଟରେ ପଡ଼ିବ । କିପରି ପାଣ୍ଠି ସଂଗ୍ରହ ହେବ, ସେ ନେଇ ଆଜି ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରାକ୍ ବଜେଟ୍ ବୈଠକରେ ଅଭିଜ୍ଞଙ୍କଠାରୁ ମତାମତ ଲୋଡ଼ାଯାଇଛି । ମୁଖ୍ୟତଃ ଅନାଦାୟ ଟିକସ ସଂଗ୍ରହ ଉପରେ ଦିଆଯିବ ଗୁରୁତ୍ୱ । ରାଜସ୍ୱ ବୃଦ୍ଧି ପାଇଁ ସମୀକ୍ଷକଙ୍କ କ୍ଷେତ୍ର ପରିଦର୍ଶନ ଉପରେ ଦିଆଯିବ ଗୁରୁତ୍ୱ ।
ଗୋଟିଏ ପଟେ ମାନ୍ଦାବସ୍ଥା ଯୋଗୁ କେନ୍ଦ୍ରର ଅନୁଦାନ ହ୍ର।ସ ଘୋଷଣା ତ ଅନ୍ୟପଟେ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିର ଯୋଜନା ପାଇଁ ଅର୍ଥର ଆବଶ୍ୟକତା । ଗତ ଥର ରାଜ୍ୟ ବଜେଟ ଥିଲା ୧ ଲକ୍ଷ ୩୯ ହଜାର କୋଟି ଟଙ୍କା । ଯାହା ଆସନ୍ତା ଥର ୧ ଲକ୍ଷ ୫୫ ହଜାର କୋଟି ଟଙ୍କାକୁ ଟପିବାର ସମ୍ଭାବନା ରହିଛି । ବିନା ଟିକସ ବୃଦ୍ଧିରେ କିପରି ପାଣ୍ଠି ସଂଗ୍ରହ ହେବ, ସେ ନେଇ ପ୍ରାକ୍ ବଜେଟ୍ ବୈଠକରେ ଆଲୋଚନା ହୋଇଛି । ବିଭିନ୍ନ ସ୍ତରରୁ ଆସିଥିବା ମତାମତ ଉପରେ ଆସନ୍ତୁ ଦୃଷ୍ଟି ପକାଇବା ।
– ପଞ୍ଚାୟତକୁ ଦିଆଯାଉ ବିଦ୍ୟୁତ୍ ବିଲ୍ ଆଦାୟ କ୍ଷମତା
– ଶିଳ୍ପାନୁଷ୍ଠାନଙ୍କଠାରୁ ବକେୟା ଟିକସ ଆଦାୟ
– ବେଆଇନ୍ ଖଣି କାରବାରରୁ ଫାଇନ ଆଦାୟ । ଶାହା କମିସନ ୬୮ହଜାର କୋଟି ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ, ହେଲେ ଆଦାୟ ହୋଇଛି କେବଳ ୧୭ ହଜାର କୋଟି
– ଶିକ୍ଷା ଅଧିକାର ଆଇନ୍ ଜରିଆରେ ଶିକ୍ଷକ ନିଯ଼ୁକ୍ତି
ଅଭିଜ୍ଞସଂପନ୍ନ ବ୍ୟକ୍ତିଙ୍କ ମତାମତକୁ ନୋଟ୍ କରାଯାଇଛି । ଯାହାକୁ ସମୀକ୍ଷା କରାଯିବ ପରେ ପ୍ରସ୍ତୁତ ହେବ ରାଜ୍ୟ ବଜେଟ୍ । ଫୋକସରେ ରହିବ ରାଜସ୍ୱ ବୃଦ୍ଧି ପାଇଁ ପନ୍ଥା। ରାଜ୍ୟରେ ଅଭିବୃଦ୍ଧି ହାର ବଢିଥିବାରୁ ମାନ୍ଦାବସ୍ଥା ସେତେଟା ପ୍ରଭାବ ପକାଇ ନାହିଁ । ହେଲେ, ମୁଦ୍ରାସ୍ଫୀତି ଯୋଗୁ ଭବିଷ୍ୟତରେ ଏହା ରାଜ୍ୟ ରାଜକୋଷକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।


ଖୁବଶୀଘ୍ର ବିଜେପି ପାଇବ ନୂଆ ସଭାପତି । ଆସନ୍ତା ଶୁକ୍ରବାର ସ୍ପଷ୍ଟ ହେବାକୁ ଯାଉଛି ନାଁ । ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ କିଏ ହେବେ ତାକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଥିବା ବେଳେ ଖୁବଶୀଘ୍ର ଦାୟିତ୍ୱ ନେବେ ନୂଆ ନେତୃତ୍ୱ । ଆସନ୍ତା ୧୭ ତାରିଖରେ ହେବ ନିର୍ବାଚନ । ଏଥିପାଇଁ ୧୬ ତାରିଖରେ ରେସରେ ଥିବା ପ୍ରାର୍ଥୀମାନେ ଅପରାହ୍ଣ ୩ଟା ସୁଦ୍ଧା ଦାଖଲ କରିବେ ନାମାଙ୍କନପତ୍ର । ସାଢେ ୪ଟାରୁ ସାଢେ ୫ଟା ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ ହେବ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ସମୟ ରହିଛି ସନ୍ଧ୍ୟା ୭ଟା । ୧୭ ତାରିଖ ପୂର୍ବାହ୍ନ ୧୦ଟାରୁ ଗୋଟାଏ ଭିତରେ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ । ଅପରାହ୍ଣ ସାଢେ ଗୋଟାଏରେ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ସେହିଦିନ ରାଜ୍ୟର ୨୧ଟି ଲୋକସଭା ଆସନରୁ ୨୧ ଜଣଙ୍କୁ ରାଷ୍ଟ୍ରୀୟ ପରିଷଦଙ୍କ ନାଁ ମଧ୍ୟ ଘୋଷଣା ହେବ ।
ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନ ନ ଭରନ୍ତି ତେବେ ୧୧ଟାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସିଧାସଳଖ ନୂଆ ସଭାପତିଙ୍କ ନାଁ ଘୋଷଣା କରାଯିବ । ଏଥିପାଇଁ ଗଠିତ ପର୍ଯ୍ୟବେକ୍ଷକ ଟିମ୍ରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ସାଂସଦ ରାଜୀବ ପ୍ରତାପ, ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ରହିଛନ୍ତି ।
ରାଜ୍ୟ ବିଜେପି ସଭାପତି ରେସ୍ରେ ଅନେକ ନେତା ଥିବାବେଳେ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସବୁଠୁ ଆଗରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ ବିଜେପି ସଭାପତି କେ ଭି ସିଂହ ଦେଓ, ଉପସଭାପତି ସମୀର ମହାନ୍ତି ବି ରେସ୍ରେ ଅଛନ୍ତି ।
ତେବେ, NHAI ବା ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ଦେଶର ୬୫ଟି ଟୋଲ୍ ପ୍ଲାଜାରେ କ୍ୟାସ୍ କାରବାରକୁ ଅନୁମତି ଦେଇଛନ୍ତି । ମାନେ ଆପଣ ଦେଶର ୬୫ଟି ଫାସଟାଗ୍ ଗେଟରେ ମଧ୍ୟ ଦେୟ କ୍ୟାସ୍ ବା ଟଙ୍କା ଆକାରରେ ପୈଠ କରିପାରିବେ । ଅତ୍ୟଧିକ ଟଙ୍କା ଦେଣନେଣ ଯୋଗୁ NHAI କର୍ତ୍ତୃପକ୍ଷ ନିୟମକୁ ମାସେ ପାଇଁ କୋହଳ କରିଛନ୍ତି । ଏହା ଆଜିଠାରୁ ମାସେ ଯାଏଁ ଦେଶର ୬୫ଟି ଟୋଲ ପ୍ଲାଜାରେ ବଳବତ୍ତର ରହିବ ।
ଏହି ସବୁ ଟୋଲଗେଟରେ ଅତ୍ୟଧିକ ଟଙ୍କା କାରବାର ହେଉଥିବାରୁ NHAI ଏଭଳି ନିଷ୍ପତ୍ତି ନେଇଛି । ରାଜ୍ୟରେ ଥିବା ବିଭିନ୍ନ ଟୋଲପ୍ଲାଜା ମଧ୍ୟରୁ କଟକର ମଙ୍ଗୁଳି ଟୋଲଗେଟର ଫାସଟାଗ ଗେଟରେ ଟଙ୍କା ଦେଇ ଗାଡ଼ି ଯାଇପାରିବ । ଏନେଇ ବିଭାଗ ପକ୍ଷରୁ ସମ୍ପୃକ୍ତ ଆରଓଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ, ମନେ ରଖନ୍ତୁ ଏହା ଆଜିଠାରୁ ମାସେଯାଏଁ ଚଳିବ ।
ଇରାନ କୂଟନୈତିକ ସ୍ତରରେ ଆମେରିକାକୁ ଘେରିବାକୁ ଉଦ୍ୟମ କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ଆଶା ପ୍ରକାଶ କରିଛି ଇରାନ୍ । ଭାରତ ହସ୍ତକ୍ଷେପ କଲେ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା ଥମିପାରେ । ଭାରତ ଗସ୍ତରେ ଆସିଥିବା ଇରାନ ବୈଦେଶିକ ମନ୍ତ୍ରୀ ଜାଭଦ ଜରିଫ, ମୋଦିଙ୍କୁ ଭେଟିବା ପରେ ମଧ୍ୟପ୍ରାଚ୍ୟ ପାଇଁ ଭାରତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଭାରତ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ପ୍ରଶମିତ କରିବାରେ ବଡ଼ ଭୂମିକା ତୁଲାଇବ ବୋଲି ଇରାନ ଆଶା ବାନ୍ଧିଛି ।
ଶଙ୍କରପୁର ଛକ ନିକଟରେ ଚେମାଙ୍କ ବାଇକ୍ ସହ ଏକ କାର ମୁହାଁମୁହିଁ ଧକ୍କା ହୋଇଥିଲା । ସେ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଚେମାଙ୍କୁ ଉଦ୍ଧାର କରି ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ଆଜି ସକାଳୁ କାରକୁ ଜାଳି ଦେଇଛନ୍ତି ।