ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ କଏଦୀଙ୍କ ମନରେ ଛନକା । ଡରି ଡରି ବିତୁଛି ତିହାର ଜେଲରେ ଥିବା ସବୁ କଏଦୀଙ୍କ ରାତି । କିଏ ଡେଥ ସେଲ କଥା ଭାବୁଛି ତ ଆଉ କିଏ ଆଖି ବୁଜିଲେ ଦେଖୁଛି ଫାଶୀ ଦଉଡ଼ି । ଦିନେ ଛୋଟା ରାଜନ ନାଁ ଶୁଣିଲେ ଥରି ଉଠୁଥିଲା ମୁମ୍ବାଇ । ଏବେ ସେ ତିହାର ଜେଲରେ ଥରୁଛି । ନିର୍ଭୟା ଦୁଷ୍କର୍ମକାରୀଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି ପରେ ବାଉଳି ହେଉଛି ତିହାର ୨ନଂ ଜେଲରେ ଥିବା ଅଣ୍ଡର ୱାର୍ଲଡ ଡନ୍ ଛୋଟା ରାଜନ୍ । ସେ ନିର୍ଭୟା ଦୋଷୀଙ୍କ ଫାଶୀ ସମ୍ପର୍କିତ ସବୁ ଖବର ରଖୁଛି । ନିର୍ଭୟା ଦୋଷୀଙ୍କ ବିଷୟରେ ଜାଣିବା ପାଇଁ ଖବର କାଗଜ, ଟିଭି ଓ ଜେଲ କର୍ମଚାରୀଙ୍କ ଠାରୁ ପଚାରି ବୁଝୁଛି ।

କାରଣ ନିର୍ଭୟା ଦୋଷୀ ପବନ, ମୁକେଶ ଓ ଅକ୍ଷୟ ସେହି ଜେଲରେ ହିଁ ଅଛନ୍ତି । ତେବେ, ହାଇ ସିକ୍ୟୁରିଟି ସେଲରେ ଥିବା ଛୋଟା ରାଜନ ନିର୍ଭୟା ଦୋଷୀ ସେହି ଜେଲରେ ଅଛି ଜାଣିବା ପରେ ତାଙ୍କ ବିଷୟରେ ପଚାରି ବୁଝୁଛି । ଜେଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଛୋଟା ରାଜନ ଦୋଷୀଙ୍କୁ ଫାଶୀ ହେବା ପୂର୍ବର ସବୁ ପ୍ରକ୍ରିୟା ଜାଣିବାକୁ ଚେଷ୍ଟା କରୁଛି । ଯେତେବେଳେ କି ସେ ବି ମାନିଛି ଏଭଳି କର୍ମର ଦଣ୍ଡ କେବଳ ଫାଶୀ ।
ଜେଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ ତିହାଜ ଜେଲରେ ବନ୍ଦୀ କେବଳ ଛୋଟା ରାଜନ ନୁହେଁ ଏହି ଫାଶୀକୁ ନେଇ ସେଠିକାର ସବୁ କଏଦୀଙ୍କ ମନରେ ଉତ୍ସୁକତା ରହିଛି ।








ସେପଟେ ଫାଶୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ତିହାର ଜେଲ୍ କର୍ତ୍ତୃପକ୍ଷ । ମକ୍ ହ୍ୟାଙ୍ଗିଙ୍ଗ ଶେଷ ହୋଇଛି । ଏଥିପାଇଁ ଦୋଷୀ ମୁକେଶ ସିଂ, ବିନୟ ଶର୍ମା, ଅକ୍ଷୟ ଠାକୁର ଓ ପବନ ଗୁପ୍ତାର ବେକ ସହ ଉଚ୍ଚତା ଏବଂ ଓଜନ ମାପ ନିଆଯାଇଛି । ସମସ୍ତଙ୍କର ଡମି ନିର୍ମାଣ କରି ଫାଶୀ ରିହର୍ସଲ ମଧ୍ୟ ଶେଷ ହୋଇଛି ।



ଗୁଇନ୍ଦା ସୂତ୍ର ଅନୁଯାୟୀ, ଆତଙ୍କବାଦୀମାନେ ସାଧାରଣତନ୍ତ୍ର ଦିବସରେ ଆକ୍ରମଣ ପାଇଁ ଯୋଜନା କରିଥିଲେ । ଏମାନଙ୍କୁ ୧୨ ଲକ୍ଷ ଟଙ୍କା ନେଇ ସହାୟତା କରୁଥିଲେ ଶ୍ରୀନଗର ବିମାନବନ୍ଦରରେ ନିୟୋଜିତ ଜମ୍ମୁ-କଶ୍ମୀର ପୋଲିସର ସୁରକ୍ଷା ଓ ଆଣ୍ଟି ହାଇଜ୍ୟାକିଂ ୟୁନିଟର ଡିଏସପି ଦେବୀନ୍ଦର । ସୋମବାର ଡିଏସପିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏଥିସହ ଆତଙ୍କବାଦୀଙ୍କ ସହ ହାତ ମିଳାଇଥିବାରୁ ତାଙ୍କୁ ମିଳିଥିବା ରାଷ୍ଟ୍ରପତି ପଦକ ମଧ୍ୟ ଫେରାଇ ନିଆଯିବାର ସମ୍ଭାବନା ରହିଛି ।
ସୂତ୍ର ଅନୁସାରେ ଏହି ମାମଲାକୁ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ NIA ବା ନ୍ୟାସନାଲ ଇନଭେଷ୍ଟିଗେନ୍ ଏଜେନ୍ସିକୁ ଦେଇପାରେ । ଯେଉଁଥିରୁ ଦେବୀନ୍ଦର ଓ ଆତଙ୍କବାଦୀଙ୍କ ସମ୍ପର୍କର ବାବଦରେ ଆଉ କିଛି ଜଣାପଡ଼ିବ । ଦେବୀନ୍ଦରଙ୍କ ସହ ଗିରଫ ହୋଇଥିବା ୨ ହିଜବୁଲ୍ ଆତଙ୍କବାଦୀ ଦକ୍ଷିଣ କଶ୍ମୀର ସୋପିଆଁ ଜିଲ୍ଲାର ନାବେଦ ବାବୁ ଉର୍ଫ ବାବର ଆଜମ ଓ ଅହମଦ ରାଥର ।


