spot_img
Home Blog Page 7614

ବିଦ୍ୟାଳୟରେ ନାହାନ୍ତି ଉପଯୁକ୍ତ ସଂଖ୍ୟାର ଶିକ୍ଷକ, ଅଭିଯୋଗ ପାଇଁ ଛାତ୍ର ଚାଲି ଚାଲି ଗଲେ ୨୬ କିଲୋମିଟର

ବାଲିଗୁଡା : ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣପାଇଁ ତେଜିଲେ ଛାତ୍ର । ଅଭିଯୋଗ ପାଇଁ ଚାଲି ଚାଲି ଗଲେ ୨୬ କିଲୋମିଟର । ଏଭଳି ଘଟଣା ଦେଖିବାକୁ ମିଳଛି କନ୍ଧମାଳ ଜିଲ୍ଲା ବେଲଘର ସରକାରୀ ଉଚ୍ଚ ବିଦ୍ୟାଳୟରେ । ଶତାଧିକ ଛାତ୍ର ହାତରେ ପ୍ଲା କାର୍ଡ ଧରି ଦୀର୍ଘ ୨୬ କିଲୋମିଟର ପାଦରେ ଚାଲିଚାଲି ପହଞ୍ଛିଛନ୍ତି ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ।

ସୂଚନା ଅନୁଯାୟୀ, ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବରୁ ପାଠ ପଢ଼ାରେ ବିଳମ୍ବ ହେଉଛି । ୧୪ ବଦଳରେ ଅଛନ୍ତି ମାତ୍ର ୭ଜଣ ଶିକ୍ଷକ । ଯାହାକୁ ନେଇ ବାରମ୍ବାର ପ୍ରଶାସନ ନିକଟରେ ଦାବି ଜଣାଇଯାଇଛି । କିନ୍ତୁ ଏନେଇ ପ୍ରଶାସନର ଦୃଷ୍ଟି ପଡୁନଥିବାରୁ ଏଯାବତ କୌଣସି ସୁଫଳ ମିଳିନାହିଁ ।

ଏନେଇ ଆଜି ଭୋର ୩ଟାରୁ ଶତାଧିକ ଛାତ୍ର ଦୀର୍ଘ୨୬ କିଲୋମିଟର ଚାଲି ଚାଲି ବିଇଓଙ୍କ ଅଫିସକୁ ଯାଇଛନ୍ତି । ଦୀର୍ଘଦିନ ହେବ ବିଦ୍ୟାଳୟରେ ଆଵଶ୍ୟକୀୟ ଶିକ୍ଷକ ନାହାନ୍ତି ବୋଲି ଅଭିଯାେଗ କରିବା ସହ ବିଇଓଙ୍କ ଅଫିସକୁ ଘେରିଛନ୍ତି । ତେବେ ସମସ୍ୟାର ସମାଧାନ ନହେବାଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ଛାତ୍ର ।

ପାହାନ୍ତି ପହରରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ବୁଲି ଦେଖିଲେ ୫-ଟି ସଚିବ

ଭୁବନେଶ୍ୱର : ଆଜି ଭୋରୁ ଭୋରୁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିୟାନ୍। ମନ୍ଦିର ପରିସରରେ ହେଉଥିବା ଭିତ୍ତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା ପାଇଁ ସେ ଏହି ଗସ୍ତ କରିଥିବା ଜଣାପଡ଼ିଛି ।

ବରିଷ୍ଠ ଆଇଏଏସ୍ ଅଫିସର ଭି.କେ ପାଣ୍ଡିଆନ୍ ସକାଳ ୪ଟା ୩୦ରେ ଲିଙ୍ଗରାଜଙ୍କ ମନ୍ଦିର ପରିସରରେ ପହଞ୍ଚିଥିଲେ । ତାଙ୍କ ସହିତ ପୂର୍ତ୍ତ ସଚିବ କ୍ରିଷନ୍ କୁମାର, ଭୁବନେଶ୍ୱର ଡିସିପି ଅନୁପ ସାହୁ, ଖୋର୍ଦ୍ଧା ଏଡିଏମ୍ ମନୋରଂଜନ ମଲ୍ଲିକ ଏବଂ ମନ୍ଦିରର କିଛି ବରିଷ୍ଠ ପ୍ରଶାସକ ଉପସ୍ଥିତ ଥିଲେ ।

ରାଜଧାନୀର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଲିଙ୍ଗରାଜ ମନ୍ଦିର ଓ ଚତୁର୍ପାଶ୍ୱର ବିକାଶ ପାଇଁ ରାଜ୍ୟ ସରକାର ୮ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । କିଛିଦିନ ତଳେ ଲିଙ୍ଗରାଜ ମାର୍କେଟ୍ କଂପ୍ଲେକ୍ସ ମଧ୍ୟ ମାଟିରେ ମିଶିଥିଲା । ପୁରୀ ଭଳି ଲିଙ୍ଗରାଜଙ୍କ କ୍ଷେତ୍ରରେ ମଧ୍ୟ ବିକାଶ ମୂଳକ କାର୍ଯ୍ୟ କରିବାକୁ ସରକାର ଚେଷ୍ଟା ଜାରି ରଖିଛନ୍ତି । ତେବେ ସେଠାରେ କିଭଳି ବିକାଶ କରାଯାଉଛି ଏବଂ କଣ କଣ ଅଗ୍ରଗତି ହେଲାଣି ସେ ସବୁର ଗ୍ରାଉଣ୍ଡ ସମୀକ୍ଷା କରିଛନ୍ତି ୫-ଟି ସଚିବ ।

ନିକଟରେ, ରାଜ୍ୟ ଦେବୋତ୍ତର କମିଶନର ଏଏସଆଇ ଡିଜିଙ୍କୁ ଏକ ଚିଠି କରିଥିଲେ । ଏଥିରେ ଓଡ଼ିଶାର ମନ୍ଦିର ଗୁଡିକର ସୁରକ୍ଷା ନେଇ ଏଏସଆଇ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦର୍ଶାଯାଇଥିଲା ।

ପୂର୍ବରୁ ଅନେକ ସମୟରେ ବହୁ ଜିଲ୍ଲା ଓ ବ୍ଲକ୍ ସ୍ତରର ହସ୍ପିଟାଲ, ଆହାର କେନ୍ଦ୍ର ଓ ମେଡିକାଲ୍ କଲେଜକୁ ଅଚାନକ ପରିଦର୍ଶନରେ ଯାଇ ୫-ଟି ସଚିବ ଭି.କେ ପାଣ୍ଡିୟାନ୍ ହଇଚଇ ସୃଷ୍ଟି କରିଛନ୍ତି । ତେବେ ଆଜିର ଗସ୍ତ ପରେ ହଜାରେ ଖ୍ରୀଷ୍ଟାଦ୍ଦରେ ନିର୍ମିତ ଏ ମନ୍ଦିରର ରୂପରେଖ ଶୀଘ୍ର ବଦଳିବ ବୋଲି ଚର୍ଚ୍ଚା ହେଉଛି ।

ରାଉରକେଲାରେ ଅଟକିଲା ହାଓ୍ୱଡା-ଅହମ୍ମଦାବାଦ ଏକ୍ସପ୍ରେସ୍

ରାଉରକେଲା : ହାୱଡା-ଅହମ୍ମଦାବାଦ ଏକ୍ସପ୍ରେସ ଆଜି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ବଞ୍ଚି ଯାଇଛି ଶତାଧିକ ଲୋକଙ୍କ ଜୀବନ । ସ୍ଲିପର ବଗି ଏସ-୪ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ରାଉରକେଲା ଷ୍ଟେସନରେ ଟ୍ରେନକୁ ଅଟକାଯାଇଥିଲା । ସବୁ ଲୋକ ତଳକୁ ଓହ୍ଲାଇ ଆସିଥିଲେ ।

ଟ୍ରେନର ମରାମତି କାର୍ଯ୍ୟ ଶେଷ ହେବା ପରେ ଗନ୍ତବ୍ୟ ସ୍ଥଳକୁ ଟ୍ରେନଟି ଯାତ୍ରା କରିଥିଲା । ଯାନ୍ତ୍ରିକ ତୃଟି ସଂପର୍କରେ ସୂଚନା ଦେଇଥିଲେ ବନ୍ଧମୁଣ୍ଡା ଏ.ଆର.ଏମ । ଟ୍ରେନର ଯାନ୍ତ୍ରିକ ତୃଟି ଜଣା ପଡିଯିବାରୁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶତାଧିକ ଯାତ୍ରୀ। ରାଉରକେଲା ଷ୍ଟେସନରେ ଟ୍ରେନକୁ ପ୍ରଥମେ ଅଟକାଯାଇ ତ୍ରୁଟି ଖୋଜାଯାଇଥିଲା । ଧରାପଡ଼ିବା ପରେ ମରାମତି ହୋଇଥିଲା । ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଅଟକିଥିଲା ଟ୍ରେନ୍ । ମରାମତି ଶେଷ ହେବା ପରେ ୮ଟା ୪୦ରେ ଛାଡ଼ିଥିଲା ଟ୍ରେନ୍ ।

ଜଳିଗଲା ୧୮ ବଖରା ଘର, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

କେନ୍ଦ୍ରାପଡ଼ା/ଭଦ୍ରକ : ପଟ୍ଟ।ମୁଣ୍ଡାଇ ଘଡିଆମାଳରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ୧୨ ବଖରା ଘର ଜଳିଯିବ ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗାଁର ପର୍ଶୁରାମ ରାଉତ ଏବଂ ପାର୍ଥସାରଥୀଙ୍କ ଘରେ ନିଆଁ ଲାଗି ଆସବାବପତ୍ର ଏବଂ ଧନସମ୍ପତ୍ତି ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

 

ସେହିଭଳି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ବରଣ୍ଡୁଆ ଗାଁରେ ଅଗ୍ନିକାଣ ଘଟିଛି । ସେହି ଗାଁର କୈଳାଶ ମହାପାତ୍ରଙ୍କ ୬ ବଖରା ଘର ନିଆଁରେ ପୋଡିଯିବା ସହ ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅନ୍ୟପଟେ ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚିବାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।

 

ପୁରୀରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ଦୋଳବେଦୀ ନିକଟରେ ଉଛେଦ

ପୁରୀ : ଶ୍ରୀକ୍ଷେତ୍ରରେ ଆଜିଠାରୁ ପୁଣିଥରେ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଦୋଳବେଦୀ ନିକଟରେ ଉଛେଦ କରୁଛି ଜିଲ୍ଲା ପ୍ରଶାସନ । ସେହିପରି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଛେଦ କରାଯାଉଛି ।

ଗତକାଲି ଶ୍ରୀମନ୍ଦିରର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଜମି ପ୍ରଦାନ ସମୟସୀମାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୭ଦିନ ବୃଦ୍ଧି କରିଥିଲେ । ଡିସେମ୍ବର ୨ରେ ଏହାର ସମୟ ଶେଷ ହେଉଥିଲା । ସ୍ଥାନୀୟ ଲୋକଙ୍କ ଆଗ୍ରହକୁ ଦେଖି ଏହି ସମୟ ସୀମା ଆଉ ୭ ଦିନ, ଅର୍ଥାତ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

https://nandighoshatv.comland-accuration-date-extented-in-puri/

ଗତକାଲି ସୁଦ୍ଧା ସିଧାସଳଖ ବିକ୍ରୟ ଯୋଜନାରେ ୧୦୬ଟି ପ୍ଲଟ୍‌ ପାଇଁ ୮୦ଟି ବିକ୍ରି କବଲା କରାଯାଇଛି । ବର୍ତ୍ତମାନ ସୁଦ୍ଧା ୭୫ ପ୍ରତିଶତ ଜମି ଲୋକମାନେ ସ୍ୱେଚ୍ଛାକୃତ ଭାବେ ବିକ୍ରି କରିଛନ୍ତି ।