ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣା । ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖି କମିଶନରେଟ ପୋଲିସ ପଚରାଉଚରା କରୁଥିବା ସୂଚନା ।
ଘଟଗାଁ: ପାଟଣା ଥାନା ନୂଆବନ୍ଧ ଗାଁରୁ ଦିଅର ଭାଉଜଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ପୁଷ୍ପଲତା ନାଏକ ଓ ସଞ୍ଜୟ ନାଏକ ।
ଘଟଗାଁ: ପାଟଣା ଥାନା ନୂଆବନ୍ଧ ଗାଁରୁ ଦିଅର ଭାଉଜଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ପୁଷ୍ପଲତା ନାଏକ ଓ ସଞ୍ଜୟ ନାଏକ ।
ଭେଜାଲ ହେଉଛି ଜହର, ଛତିଆ ଅଞ୍ଚଳରୁ ଧରାପଡ଼ିଲା ରାକେଟ୍
ଚଣ୍ଡିଖୋଲ: ବିଷ ବି ମିଳୁନି ଶୁଦ୍ଧ । ଭେଜାଲ କରୁଛନ୍ତି ଅସାଧୁ ବେପାରୀ । ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ସାବ୍ୟସ୍ତ ଗୁଟଖା, ଜର୍ଦ୍ଦା ଓ ପାନ ମସଲା ନକଲି ହେଉଛି । ଛତିଆ ଅଞ୍ଚଳର ବିଦ୍ୟାଧରପୁରରେ ପୋଲିସ ଏମିତି ଏକ ରାକଟେକୁ ଧରିଛି ।
ବୈରୀ ଥାନା ପୋଲିସ ଓ ଯାଜପୁର ଏସିଡିପିଓଙ୍କ ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି । ଏଥିରେ ରହିଛି ବିଭିନ୍ନ କମ୍ପାନୀର ଡବା ଓ ହୋଲଗ୍ରାମ୍ । ପୋଲିସ ମାମଲାରେ ୪ ଜଣଙ୍କୁ ଅଟ ରଖି ପଚରାଉଚରା କରୁଛି ।
ଏକ ଘରେ ବହୁଦିନରୁ ନକଲି ଜର୍ଦ୍ଦା ପ୍ରସ୍ତୁତ ହେଉଥିଲା । ଏନେଇ ପୋଲିସ ସୂଚନା ପାଇବା ପରେ ଅଚାନକ ଚଢ଼ାଉ କରିଥିଲା । ବିପୁଳ ନକଲି ଜର୍ଦ୍ଦା ସହ ତିଆରି ମେସିନ୍ ମଧ୍ୟ ଜବତ କରାଯାଇଛି । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ନକଲି ଗୁଟଖା କାରବାର ଧରାପଡ଼ିଥିଲା ।

ଚଣ୍ଡିଖୋଲ: ଛତିଆ ଅଞ୍ଚଳରୁ ବିପୁଳ ନକଲି ଜରଦା ସହ ତିଆରିରେ ବ୍ୟବହୃତ ମେସିନ୍ ଜବତ । ୪ ଜଣଙ୍କୁ ପଚରାଉଚରା କରୁଛି ପୋଲିସ୍ ।
ଚଣ୍ଡିଖୋଲ: ଛତିଆ ଅଞ୍ଚଳରୁ ବିପୁଳ ନକଲି ଜରଦା ସହ ତିଆରିରେ ବ୍ୟବହୃତ ମେସିନ୍ ଜବତ । ୪ ଜଣଙ୍କୁ ପଚରାଉଚରା କରୁଛି ପୋଲିସ୍ ।
ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ହତ୍ୟା ଅଭିଯୋଗରେ କଂଗ୍ରେସର ରାସ୍ତା ଅବରୋଧ
ଗୁଣୁପୁର: କେମିତି ମଲେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗ । ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ନା ତାଙ୍କୁ ହତ୍ୟା କରାଯାଇଛି । ମୃତ୍ୟୁକୁ ପାଖାପାଖି ୨୦ ଦିନ ବିତିଥିବା ବେଳେ ମୃତକଙ୍କ ସମ୍ପର୍କୀୟ ଓ କଂଗ୍ରେସ ଆଣିଛନ୍ତି ହତ୍ୟା ଅଭିଯୋଗ ।
କଂଗ୍ରେସ ପକ୍ଷରୁ ଗୁଣୁପୁର-ରାମନାଗୁଡ଼ା ନିକଟ ବାଙ୍ଗୀ ଛକରେ ରାସ୍ତାରୋକ କରାଯାଇଛି । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତ ମାସ ୨୪ ତାରିଖ ରାତିରେ ତାଣ୍ଡିକଣା ଛକରେ ପୁରୁଷୋତ୍ତମଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଶ୍ରୀକାକୁଲମ୍ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ପୋଲିସ ପ୍ରାଥମିକ ତଦନ୍ତ କରି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲା । ତେବେ ପୁରୁଷୋତ୍ତମଙ୍କ ସମ୍ପର୍କୀୟ ଓ କଂଗ୍ରେସ ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଟାୟାର ଜାଳି ରାସ୍ତାରୋକ କରିଛି ଜିଲ୍ଲା କଂଗ୍ରେସ ।
ଓଡ଼ିଶାର କଶ୍ମୀରରେ ତୁଷାରପାତ, ଭିଡ଼ ଜମାଉଛନ୍ତି ପର୍ଯ୍ୟଟକ
ବାଲିଗୁଡ଼ା: ପ୍ରକୃତି ରାଣୀର କୋଳରେ ମହକୁଛି ଆଦିବାସୀ ମାଟି । ସବୁଆଡ଼େ ସବୁଜିମା, କାକରର ଛିଟା । ରାତି ଭିଜା କାକରରେ ସତେଜ ଥିବା ଫୁଲ ସକାଳର ସୂର୍ଯ୍ୟଙ୍କ ପହିଲି କିରଣ ସ୍ପର୍ଶରେ ଆହୁରି ଚମକୁଛି । ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ହେଉଛି ତୁଷାରପାତ ।
ରବିବାର ଭଳି ସୋମବାର ଦାରିଙ୍ଗବାଡ଼ି, ସିମନବାଡ଼ି, ବାଡ଼ାବାଙ୍ଗା ଆଦି ଅଞ୍ଚଳରେ ତୁଷାରପାତ ହୋଇଛି । ବର୍ଷା ଛାଡ଼ିବା ପରେ ଜାରି ରହିଛି ଶୀତ ଲହରୀ । ହାଡ଼ଭଙ୍ଗା ଜାଡ଼ ସାଙ୍ଗକୁ ଦିନ ୧୦ଟା ଯାଏଁ ଘନ କୁହୁଡ଼ି ଲାଗି ରହୁଛି । ବଣ ପାହାଡ଼ ଘେରା ସବୁଜିମା ପରିବେଶରେ ପ୍ରକୃତିର ଏ ପ୍ରଫୁଲ୍ଲିତ ଦୃଶ୍ୟ ଦେଖିବାକୁ ଭିଡ଼ ଜମାଉଛନ୍ତି ପର୍ଯ୍ୟଟକ ।
ଘନ କୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଛି ଜିଲ୍ଲାର ଅଧିକାଂଶ ଅଞ୍ଚଳ । ପ୍ରବଳ ଜାଡ଼ ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ି ଟାଣି ଆଣୁଛି । ଜିଲ୍ଲାର ବାଲିଗୁଡ଼ା, କ.ନୂଆଗାଁ, ତୁମୁଡ଼ିବନ୍ଧ, କୋଟଗଡ଼, ବେଲଘର ଆଦି ଅଞ୍ଚଳରେ ହାଡ଼ଭଙ୍ଗା ଜାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ ।
ଶୀତ ଫେରିଥିବାରୁ ମନରେ ଆନନ୍ଦ ବଢ଼ିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଦାରିଙ୍ଗବାଡ଼ିକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ହିଲ୍ ଭିଉ, କଫି ବଗିଚା ସାଙ୍ଗକୁ ଲଭର୍ସ ପଏଣ୍ଟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ତା ସାଙ୍ଗକୁ ଝାଉଁ ବଣରେ ଜମୁଛି ବଣଭୋଜିର ଆସର ।
ଗୁଣୁପୁର: ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ହତ୍ୟାର ପ୍ରତିବାଦ । ରାମନାଗୁଡ଼ା ନିକଟ ବାଙ୍ଗୀ ଛକରେ ମୃତକଙ୍କ ସମ୍ପର୍କୀୟ ଓ କଂଗ୍ରେସ ପକ୍ଷରୁ ରାସ୍ତା ଅବରୋଧ । ଗତ ୨୪ ତାରିଖ ରାତିରେ ତାଣ୍ଡିକଣା ଛକରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ପୁରୁଷୋତ୍ତମ ।
ଗୁଣୁପୁର: ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ହତ୍ୟାର ପ୍ରତିବାଦ । ରାମନାଗୁଡ଼ା ନିକଟ ବାଙ୍ଗୀ ଛକରେ ମୃତକଙ୍କ ସମ୍ପର୍କୀୟ ଓ କଂଗ୍ରେସ ପକ୍ଷରୁ ରାସ୍ତା ଅବରୋଧ । ଗତ ୨୪ ତାରିଖ ରାତିରେ ତାଣ୍ଡିକଣା ଛକରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ପୁରୁଷୋତ୍ତମ ।
ବାଲିଗୁଡ଼ା: ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ପୁଣି ତୁଷାରପାତ । ଲଗାତାର ୨ ଦିନ ହେଲା ଦାରିଙ୍ଗବାଡ଼ି ସମେତ ସିମନବାଡ଼ି, ବାଡ଼ାବାଙ୍ଗା ଅଞ୍ଚଳର ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଛି । ଜାରି ରହିିଛି ଶୀତ ଲହରୀ ।
ବାଲିଗୁଡ଼ା: ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ପୁଣି ତୁଷାରପାତ । ଲଗାତାର ୨ ଦିନ ହେଲା ଦାରିଙ୍ଗବାଡ଼ି ସମେତ ସିମନବାଡ଼ି, ବାଡ଼ାବାଙ୍ଗା ଅଞ୍ଚଳର ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଛି । ଜାରି ରହିିଛି ଶୀତ ଲହରୀ ।
ବାଗଦାଦରେ ଆମେରିକା ସେନା ଆଡ୍ଡା ଉପରେ ରକେଟ୍ ମାଡ଼
ବାଗଦାଦ: ଥମୁନି ଇରାନ୍-ଆମେରିକା ମଧ୍ୟରେ ବିବାଦ । ପୁଣି ଥରେ ଆମେରିକା ସେନା କ୍ୟାମ୍ପ ଉପରେ ରକେଟ୍ ମାଡ଼ ହୋଇଛି । ଇରାକର ଉତ୍ତର ବାଗଦାଦରେ ଥିବା ଆମେରିକାର ଏୟାରବେସ୍ ଉପରେ ୪ଟି ରକେଟ୍ ମାଡ଼ ହୋଇଛି । ରବିବାର ରାତିରେ ହୋଇଥିବା ଏହି ଆକ୍ରମଣରେ ୪ ଇରାକୀ ଏୟାରମ୍ୟାନ ଆହତ ହୋଇଛନ୍ତି ।
ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !
ଆଜିକୁ ଠିକ୍ ୪ ଦିନ ଜାନୁଆରୀ ୮ ତାରିଖରେ ଆମେରିକା ଏୟାରବେସ୍ ଉପରେ ଇରାନ୍ ମିସାଇଲ୍ ମାଡ଼ କରିଥିଲା । ଇରାନର ଟପ୍ ନେତା କାସିମ୍ ସୁଲେମାନି ହତ୍ୟାର ପ୍ରତିଶୋଧ ନେବା ପାଇଁ ପୁଣିଥରେ ଇରାନ୍ ଆଟାକ କରିଥିବା କୁହାଯାଉଛି ।
#BREAKING Iran Guards say Jan 8 missiles did not aim to kill US soldiers pic.twitter.com/wSPttc1Cm7
— AFP News Agency (@AFP) January 12, 2020
୨ ଦେଶ ମଧ୍ୟରେ ରକେଟ୍ ମାଡ଼, ଉତ୍ତେଜନା ଭିତରେ ଇରାନ୍ ମିସାଇଲ ମାଡ଼ରେ ୟୁକ୍ରେନ୍ ବିମାନ କ୍ରାସ୍ ହୋଇଯାଇଥିଲା । ଯେଉଁଥିରେ ୧୭୬ ଯାତ୍ରୀ ମୃତ୍ୟୁବରଣ କରିଥିଲେ । ପ୍ରଥମେ ଇରାନ୍ ଏହାକୁ ଅସ୍ୱୀକାର କରୁଥିବା ବେଳେ ପରେ ମାନବୀୟ ଭୁଲ୍ ପାଇଁ ଅଘଟଣ ଘଟିଥିବା କହିଥିଲା । ଯାହାପରେ ତେହରାନରେ ଇରାନ ସରକାରଙ୍କ ବିରୋଧରେ ଲୋକେ ପ୍ରତିବାଦ କରୁଛନ୍ତି ।
ଶିଶୁ ବଳି ନା ଅବାଞ୍ଛିତ ଗର୍ଭ ?
କଟକ: ରିଂ ରୋଡରେ ଚାଞ୍ଚଲ୍ୟ । ରାସ୍ତା ଉପରକୁ କେମିତି, କେଉଁଠୁ ଆସିଲା କଟାମୁଣ୍ଡ ? ସିଡିଏ ୧୦ ନମ୍ବର ଅଞ୍ଚଳରେ ସନ୍ଧ୍ୟାରେ କିଏ କଲା, କାହାକୁ ହତ୍ୟା ? ରାସ୍ତା ଉପରେ ଛୁଆର କଟାମୁଣ୍ଡକୁ ନେଇ ସିଲଭର ସିଟିରେ ଆତଙ୍କ ଖେଳିଯାଇଛି । ଅବାଞ୍ଛିତ ଗର୍ଭ ନା ଶିଶୁ ବଳି ?
ରିଂ ରୋଡର ରାସ୍ତା ଉପରେ ରକ୍ତାକ୍ତ ମୁଣ୍ଡକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । କେହି କେହି କହୁଛନ୍ତି, କାଠଯୋଡ଼ି ନଦୀ ପଠାରୁ କୁକୁର ଶିଶୁର ମୃତଦେହରୁ ମୁଣ୍ଡକୁ ଟାଣି ଆଣି ରାସ୍ତା ଉପରେ ପକାଇଛି । ତ ଆଉ କାହା ମୁହଁରୁ ଶୁଣିବାକୁ ମିଳୁଛି ଗତ ୧୦ ତାରିଖ ଚନ୍ଦ୍ର ଗ୍ରହଣ ଦିନ କେହି ବଳି ଦେଇଛି ।
ତେବେ, ମୃତ ଶିଶୁର ପରିଚୟ କିମ୍ବା ଶରୀର ମିଳିନାହିଁ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

