ମହିଳାମାନଙ୍କ ଓଠକୁ ଆକର୍ଷଣୀୟ କରିବାରେ ଲିପ୍ଷ୍ଟିକର ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ଏଥିରେ କୈାଣସି ସନ୍ଦେହ ନାହିଁ । କିନ୍ତୁ ଏହି ଲିପିଷ୍ଟକ୍ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କିଛି ରସାୟନିକ ପଦାର୍ଥ ଯ଼ୋଗୁଁ ଏହାର ବ୍ୟବହାର ଏବେ ଘାତକ ହେବାକୁ ଯାଉଛି ।
ବିଭିନ୍ନ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଲିପ୍ଷ୍ଟିକ୍ ତିଆରି ନିମେନ୍ତ କ୍ରୋମିୟମ୍ ( Chromium)ଓ ମ୍ୟାଗ୍ନେସିୟମ୍ ( Magnesium)ଭଳି କ୍ଷତିକାରକ ଉପାଦାନ ବ୍ୟବହୃତ ହୁଏ । ଯାହା ଶରୀର ଭିତରକୁ ଯିବା ଫଳରେ କିଛି ଭୟଙ୍କର ରୋଗ ହେବାର ଆଶଙ୍କା ବଢାଇଦିଏ । ଏଥିସହିତ ଲିପ୍ଷ୍ଟିକ୍ରେ ଲିଡ୍ ବା ସିସା ଭଳି ହାନୀକାରକ ଉପାଦାନ ବହୁ ମାତ୍ରାରେ ରହିଛି । ଲିଡ୍ ଏକ ପ୍ରକାର ନ୍ୟୁରୋଟକ୍ସିନ ( Neuro Toxin) ଯାହା ଶରୀରର ସ୍ନାୟୁ ସଂସ୍ଥାନକୁ ପ୍ରଭାବିତ କରିବା ସହିତ ହରମୋନ୍ ଅସନ୍ତୁଳନ ସମସ୍ୟାର ମୁଖ୍ୟ କାରଣ ।

ଲିପିଷ୍ଟିକ୍ରେ ରହିଥିବା ଅନ୍ୟ ଏକ ଉପାଦାନ ହେଉଛି ପେଟ୍ରୋକେମିକାଲ ( Petro chemical) । ଯାହା ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ଭଳି ଉପାଦାନରେ ଗଠିତ । ଏହି କେମିକାଲ ଶରୀର ଭିତରକୁ ଗଲେ ଅନ୍ତଃସ୍ରାବୀରୁ ହରମୋନ୍ କ୍ଷରଣ ଗ୍ରନ୍ଥି ପ୍ରଭାବିତ ହୁଏ, ଯାହା ଫଳରେ ପ୍ରଜନନ ଜନିତ ସମସ୍ୟା ବଢ଼ିଯାଏ । ଏଣୁ ଲିପ୍ଷ୍ଟିକଠାରୁ ଯଥାସମ୍ଭବ ଦୂରେଇ ରହିବା ଉଚିତ୍ । ଯଦି ଆପଣ ପ୍ରତିଦିନ ଲିପ୍ଷ୍ଟିକ୍ ବ୍ୟବହାର କରୁଛନ୍ତି ତାହାହେଲେ ଧ୍ୟାନ ଦିଅନ୍ତୁ ଯେ ଆପଣ ନିଶ୍ଚିତ ଭାବେ ଅର୍ଗାନିକ୍ ଲିପ୍ଷ୍ଟିକ୍ ବ୍ୟବହାର କରିବେ, ତାହା ପୁଣି ଦିନରେ ଥରେ । ଏହା ଫଳରେ ଲିପ୍ଷ୍ଟିକର ବ୍ୟବହାର ଦ୍ଵାରା ହେବାକୁ ଥିବା ବିଭିନ୍ନ ରୋଗକୁ ବହୁ ମାତ୍ରାରେ ଏଡ଼ାଇ ଦିଆଯାଇପାରିବ ।
ଲିପ୍ଷ୍ଟିକ୍ର ବ୍ୟବହାରରେ ଯେତେ ସାବଧାନତା ଅବଲମ୍ୱନ କଲେ ସୁଦ୍ଧା ଏହା ପେଟକୁ ଯିବା ଥୟ । ଏହା ଦ୍ୱାରା କମ୍ ମାତ୍ରାରେ ହେଲେ ମଧ୍ୟ ଆପଣଙ୍କ ପେଟକୁ କେମିକାଲ ଯାଇଥାଏ । ଏଣୁ କେମିକାଲଯୁକ୍ତ ଲିପ୍ଷ୍ଟିକ୍ ବଦଳରେ ଅର୍ଗାନିକ ଲିପ୍ଷ୍ଟିକ୍ର ବ୍ୟବହାର ଭଲ ବିକଳ୍ପ । ଏହାର ପ୍ରସ୍ତୁତିରେ କୌଣସି କେମିକାଲର କିମ୍ୱା ଏନିମଲ୍ ଫ୍ୟାଟ୍ ବ୍ୟବହାର ହୋଇନଥିବା ଅର୍ଗାନିକ ଲିପ୍ଷ୍ଟିକ୍ ନିର୍ମାଣକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଦାବି କରାଯାଉଛି ।



ଇଟଲୀର ଏହି ୩୩ ବର୍ଷିୟ ଏମପିଙ୍କ ନାଆ ହେଇଛି ଫ୍ଲାଭିଓ ଦି ମୁରୋ, ଯିଏ ସଂସଦରେ ୨୦୧୬ରେ ଇଟଲୀର କିଛି କ୍ଷେତ୍ରରେ ହୋଇଥିବା ଭୂକମ୍ପର କ୍ଷୟକ୍ଷତି ବିଷୟରେ ଆଲୋଚନା କରୁଥିଲେ । ସେ ନିଜ ଭାଷଣରେ କହିଥିଲେ ଯେ, ଏହି ସଂସଦରେ ଉପସ୍ଥିତ ସମସ୍ତ ସଦସ୍ୟ କୌଣସି ନା କୌଣସି ରାଷ୍ଟ୍ରୀୟ ଆପତ୍ତ ସ୍ଥିତିରେ ବ୍ୟସ୍ତ ରହିଥାନ୍ତି । କିନ୍ତୁ ଆମେ ଏହି କାମ ବ୍ୟସ୍ତତାରେ ସେହି ଲୋକଙ୍କ ବିଷୟରେ ଭୁଲି ଯାଆନ୍ତି ଯିଏ ଆମ ଜୀବନର ଅତି ନିକଟତର । ତାଙ୍କ ପ୍ରେମର ଅନାଦର କରିଥାଉ । କିନ୍ତୁ ଆଦିର ଦିନଟି ମୋ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ’





ବାତ୍ୟା ‘ବୁଲବୁଲ୍’ ତାଣ୍ଡବ ପରେ ୭ଜଣିଆ କେନ୍ଦ୍ରୀୟ ଟିମ୍ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ଟିମ୍ ବାତ୍ୟା ପ୍ରଭାବିତ ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଆଦି ଜିଲ୍ଲା ପରିଦର୍ଶନ କରିବା ସହ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲା । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ ଜିଲ୍ଲାରେ କ୍ଷୟକ୍ଷତି ହୋଇଥିବା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ରିପୋର୍ଟ ଦେଇଥିଲେ ।
ବାତ୍ୟାରେ ୩ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା । କ୍ଷତିଗ୍ରସ୍ତ ହୋଇଥିଲା ୨ ଲକ୍ଷ ହେକ୍ଟର ଜମିରେ ପ୍ରାୟ ୩୩ ପ୍ରତିଶତ ଫସଲ । ୫ ହଜାର ୫ ଶହ ଘର ମଧ୍ୟ ଭାଙ୍ଗିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବା ସହ





