spot_img
Home Blog Page 7619

ନୂଆଦିଲ୍ଲୀ: ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କ ୭୮ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୁମ୍ବାଇ ଫ୍ଲାଟ ସମେତ ସ୍ୱାମୀଙ୍କ କମ୍ପାନୀର କେତେକ ସମ୍ପତ୍ତି ବାଜ୍ୟାପ୍ତ ।

ନୂଆଦିଲ୍ଲୀ: ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କ ୭୮ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୁମ୍ବାଇ ଫ୍ଲାଟ ସମେତ ସ୍ୱାମୀଙ୍କ କମ୍ପାନୀର କେତେକ ସମ୍ପତ୍ତି ବାଜ୍ୟାପ୍ତ ।

ବୌଦ୍ଧ: ହରଭଙ୍ଗା ଥାନା ମହାଲିକପଡ଼ା ଗାଁରେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ ଘଟଣା । ୨ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଭାପୁର ଗାଁର ଅଲେଖ ଦିଗାଲ ଓ ହାତୀଗଡ଼ ଗାଁର ସନ୍ତୋଷ ପ୍ରଧାନ ।

ବୌଦ୍ଧ: ହରଭଙ୍ଗା ଥାନା ମହାଲିକପଡ଼ା ଗାଁରେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ ଘଟଣା । ୨ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଭାପୁର ଗାଁର ଅଲେଖ ଦିଗାଲ ଓ ହାତୀଗଡ଼ ଗାଁର ସନ୍ତୋଷ ପ୍ରଧାନ ।

ଆନ୍ଦୋଳନକାରୀ ଓକିଲ ସାବଧାନ୍‌ !

ନୂଆଦିଲ୍ଲୀ: ଏଣିକି ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଓଡ଼ିଶାରେ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏନେଇ ବାର୍‌ କାଉନ୍‌ସିଲ ଅଫ ଇଣ୍ଡିଆ ଏବଂ ଓଡ଼ିଶା ବାର୍‌ କାଉନସିଲକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ ଖଣ୍ଡପୀଠ। ଓକିଲ ସଂଘଗୁଡ଼ିକର କେଉଁସବୁ କର୍ମକର୍ତ୍ତା ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହାସହ ଓଡିଶା ହାଇକୋର୍ଟର ବିଚାରପତି ନିଯ଼ୁକ୍ତି ପ୍ରସଙ୍ଗ ମଧ୍ୟ ସୁପ୍ରିମ୍‌କୋର୍ଟରେ ଉଠିଛି । ଏହି ପ୍ରସଙ୍ଗରେ ପଦକ୍ଷେପ ନିଆଯିବ ବୋଲି ଖଣ୍ଡପୀଠଙ୍କ ନିକଟରେ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ କହିଛନ୍ତି । ଜଷ୍ଟିସ ସଂଜୟ କିଶାନ କୈାଲ ଓ ଜଷ୍ଟିସ କେ.ଏମ୍‌. ଯୋଶେଫଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ ମାମଲାରେ ଶୁଣାଣି କରିଥିଲେ ।

କଶ୍ମୀରକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟର ଭର୍ତ୍ସନା, ଶୀଘ୍ର ହଟୁ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ ବ୍ୟାନ୍‌, ୧୪୪ ଧାରା ଲାଗୁ ନେଇ ଚାଲିବନି ସରକାରଙ୍କ ମନ୍‌ମାନି। କାଶ୍ମୀରକୁ ନେଇ କେନ୍ଦ୍ରକୁ ସର୍ବୋଚ୍ଚ କୋର୍ଟଙ୍କ କଡ଼ା ଟିପ୍ପଣୀ। ଜମ୍ମୁ କାଶ୍ମୀରରେ ଲାଗୁ କଟକଣାକୁ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ବ୍ୟାଙ୍କିଂ, ହସପିଟାଲ, ଶିକ୍ଷାନୁଷ୍ଠାନ ସହ ସମସ୍ତ ଜରୁରୀକାଳିନ ସେବା ଯୋଗାଉଥିବା ଅନୁଷ୍ଠାନରେ ଇଣ୍ଟରନେଟ୍‌ ସେବା କାର୍ଯ୍ୟକ୍ଷମ କରିବାକୁ ଜମ୍ମୁ କାଶ୍ମୀର ପ୍ରଶାସନକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଇଣ୍ଟରନେଟ୍‌ ବ୍ୟବହାର ହେଉଛି ମତପ୍ରକାଶର ଅଂଶ । ତେଣୁ ସରକାର ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ କରିପାରିବେନି ବୋଲି କୋର୍ଟ କହିଛନ୍ତି । ସରକାର ସମସ୍ତ କଟକଣା ନେଇ ସମୀକ୍ଷା କରନ୍ତୁ। ଅନାବଶ୍ୟକ ନିର୍ଦ୍ଦେଶକୁ ପ୍ରତ୍ୟାହାର କରନ୍ତୁ। ବିନା କାରଣରେ ଇଣ୍ଟରନେଟ୍‌ ଉପରେ କଟକଣା ଲଗାଯାଇ ପାରିବନି । ସେହିପରି ଧାରା ୧୪୪କୁ ଅଧିକ ସମୟ ଧରି ଲାଗୁ କରାଯାଇପାରିବନି ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି ।

ଖୋର୍ଦ୍ଧା: ୧୮ଗ୍ରାମ ବ୍ରାଉନସୁଗର ସହ ୯ ଲକ୍ଷ ୨୮ ହଜାର ଟଙ୍କା ଜବତ । ଖୋର୍ଦ୍ଧା ଥାନା ଅନ୍ତର୍ଗତ ସ୍ୱପ୍ନେଶ୍ୱର ସାହିରୁ ଜବତ କଲା ଖୋର୍ଦ୍ଧା ପୋଲିସ । ଘଟଣାରେ ମହେନ୍ଦ୍ର ବେହେରା ନାମକ ଜମେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ।

ଖୋର୍ଦ୍ଧା: ୧୮ଗ୍ରାମ ବ୍ରାଉନସୁଗର ସହ ୯ ଲକ୍ଷ ୨୮ ହଜାର ଟଙ୍କା ଜବତ । ଖୋର୍ଦ୍ଧା ଥାନା ଅନ୍ତର୍ଗତ ସ୍ୱପ୍ନେଶ୍ୱର ସାହିରୁ ଜବତ କଲା ଖୋର୍ଦ୍ଧା ପୋଲିସ । ଘଟଣାରେ ମହେନ୍ଦ୍ର ବେହେରା ନାମକ ଜମେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ।

ସୁଖ ଦାମ୍ପତ୍ୟ ଜୀବନର ୩ଟି ଅମୂଲ୍ୟ ଟିପ୍ସ୍

ନିକଟରେ ସର୍ବଭାରତୀୟ ସ୍ତରରେ ବିଭିନ୍ନ ବୟସ ତଥା ବର୍ଗର ଦମ୍ପତ୍ତିଙ୍କୁ ସାମିଲ କରି ସେମାନଙ୍କ ଉପରେ ଏକ ଗବେଷଣା କରାଯାଇଥିଲା । ସେଥିରେ ୪୧%ରୁ ଅଧିକ ବ୍ୟକ୍ତିଙ୍କର ମତ ଥିଲା ଯେ, ସେମାନଙ୍କ ବୈବାହିକ ଜୀବନ ଭଲରେ ଅତିବାହିତ ହେଉନାହିଁ । ଭୁଲ୍ ବୁଝାବଣା ହିଁ ମୁଖ୍ୟ କାରଣ ଥିବା ସେମାନେ କହିଥିଲେ । ଏସବୁ ପରିସ୍ଥିତିରେ ସେମାନେ ବିଚ୍ଛେଦ ହେବା ହିଁ ଶେଷ ସମାଧାନ ବୋଲି ସେମାନେ ମାନି ନେଇଛନ୍ତି । ତେବେ କ’ଣ କ’ଣ କଲେ ନିଜ ସୁଖ ସମ୍ପର୍କକୁ ବଜାୟ ରଖି ହେବ ଜାଣନ୍ତୁ…

୧. ଦୈନନ୍ଦିନ ସୁଖ ଦାମ୍ପତ୍ୟ ସମ୍ପର୍କ ବଜାୟ ରଖିବା ପଇଁ ଅନ୍ୟ କାହାର ପରାମର୍ଶ ଶୁଣନ୍ତୁ ହେଲେ ଏହାର ପ୍ରୟୋଗ କରିବା ପୂର୍ବରୁ ବାରମ୍ବାର ଭାବିନେବା ଉଚିତ୍ ।

Related image

୨. ଝଗଡ଼ା କିମ୍ବା କଳି ହେଉଥିଲେ, ତୃତୀୟ ବ୍ୟକ୍ତିର ପ୍ରବେଶକୁ ଆଦୌ ସୁଯୋଗ ଦିଅନ୍ତୁନାହିଁ । ବରଂ ସ୍ୱାମୀ-ସ୍ତ୍ରୀ ନିରୋଳାରେ ବସି ଆଲୋଚନା କରନ୍ତୁ, ଝଗଡ଼ାର ମୂଳ କାରଣ କ’ଣ ?

Related image

୩. ସଂଖ୍ୟାଧିକ ପରିବାରରେ ପରକୀୟା ପ୍ରୀତି କାରଣରୁ ହିଁ ରୀତିମତ ଝଗଡ଼ା ହୋଇଥାଏ । ଏକ ସୁନ୍ଦର ସମ୍ପର୍କରେ ଏହି ପରକୀୟା ପ୍ରୀତି ଭୟଙ୍କର ରୂପ ନେଇ ଆସିଥାଏ । ଆପଣ ଏଭଳି ପରିସ୍ଥିତିରେ ଭାଙ୍ଗିପଡ଼ିବା ସ୍ୱାଭାବିକ, କିନ୍ତୁ ମନ ଦୃଢ଼ କରି ଆଗକୁ ବଢ଼ି ନିଜ ପରିବାରକୁ ସଜାଡ଼ି ନିଅନ୍ତୁ।

Related image

ଲକ୍ଷାଧିକ ଟଙ୍କାରେ ଝିଅକୁ ବିକିଲେ ବାପାମାଆ !

ନବରଙ୍ଗପୁର : ଝିଅ ହେଲା ବୋଝ । ୩ ଲକ୍ଷ ଟଙ୍କାରେ ଝିଅକୁ ବିକିଦେଲେ ବାପାମାଆ। ନବରଙ୍ଗପୁର ଜିଲ୍ଲାରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ଶେଷରେ ହରିୟାଣାରୁ ଯ଼ୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ ସେମଳା ଗାଁର ଜଣେ ଯ଼ୁବତୀଙ୍କୁ ତାଙ୍କ ପରିବାର ଲୋକ ହରିଆଣାର ଜଣେ ଯ଼ୁବକଙ୍କ ସହ ଜୋବରଦସ୍ତ ବିବାହା କରାଇ ଦେଇଥିଲେ ।

 

ହରିୟାଣା ଯିବା ପରେ ଯ଼ୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲା ଉକ୍ତ ଯୁବକ । ମାଡ଼ ଗାଳି ଅସହ୍ୟ ହେବାରୁ ଯୁବତୀ ଘରକୁ ଫେରିଆସିବା ପାଇଁ କହିବାରୁ ତାଙ୍କ ବାପାମାଆ ତାଙ୍କୁ ୩ ଲକ୍ଷ ଟଙ୍କାରେ ବିକି ଦେଇଥିବା ଯ଼ୁବକ କହିଥିଲେ । ଏହାପରେ ଯ଼ୁବତୀ ତାଙ୍କ ଗାଁର କିଛି ଲୋକଙ୍କୁ ଜଣାଇବା ପରେ ପରେ ପୋଲିସ ସହ ଯୋଗାଯୋଗ କରିଥିଲା । ହରିୟାଣା ପୋଲିସ ସହ ଯୋଗାଯୋଗ କରି ନବରଙ୍ଗପୁର ପୋଲିସ ଯ଼ୁବତୀଙ୍କୁ ଉଦ୍ଧାର କରିଛି । ଯ଼ୁବତୀ ଏବେ ନବରଙ୍ଗପୁର ସୁଧାର ଗୃହରେ ଅଛନ୍ତି ।

ହୌସଲା-୨୦୧୯ ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସର୍ବଭାରତୀୟ ଚାମ୍ପିୟନ୍‌ ଓଡ଼ିଶା ଦଳକୁ ସମ୍ବର୍ଦ୍ଧନା । ହୌସଲା-୨୦୧୯ରେ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ଚାମ୍ପିୟନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

୨୦୧୮ ଓ ୨୦୧୯ରେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଦଳ ଚାମ୍ପିୟନ୍‌ ହୋଇଛି । ଦଳ ୩୦ଟି ପଦକ ହାସଲ କରିଥିବା ବେଳେ ପ୍ରତିଯୋଗୀଙ୍କୁ ନଗଦ ରାଶି ସହିତ ସମ୍ମାନ ଫଳକ ପ୍ରଦାନ କରାଯାଇଛି ।

ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୫୦ହଜାର ଟଙ୍କା, ରୌପ୍ୟ ବିଜେତାଙ୍କୁ ୩୦ହଜାର ଓ କାଂସ୍ୟ ପଦକ ବିଜେତାଙ୍କୁ ୨୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ଚାମ୍ପିୟନ୍‌ମାନଙ୍କୁ ନଗଦ ଅର୍ଥରାଶି ସହିତ ସମ୍ମାନ ଫଳକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

‘ଲିପଷ୍ଟିକ୍ ଗନ୍’ରେ ମହିଳାଙ୍କ ପାଇଁ ରହିଛି ଏମିତି ସୁବିଧା

ବନାରସ: ଦିନକୁ  ଦିନ ବଢିବାରେ ଲାଗିଛି ଦୁଷ୍କର୍ମ । କଠୋର ଦଣ୍ଡ ପାଇ ବି ସୁଧୁରୁ ନାହାନ୍ତି ଅଭିଯୁକ୍ତ । ଆଉ ଏହାକୁ ଆଖି ଆଗରେ ରଖି ମହିଳାଙ୍କ ସୁରକ୍ଷା ପାଇଁ ନୂଆ ଏକ ପଦକ୍ଷପ ନେଇଛନ୍ତି ବନାରସର ଯୁବକ ଶ୍ୟାମ ଚୌରାସିଆ । ସେ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ଗନ୍ ତିଆରି କରିଛନ୍ତି ।

ମହିଳାଙ୍କ ପ୍ରଥମ ପସନ୍ଦ ଲିପଷ୍ଟିକ୍ ହୋଇଥିବା ବେଳେ ସେ ଏହାକୁ ନେଇ ପ୍ରସ୍ତୁତ କରିଛନ୍ତି ଏକ ନୂଆ ଧରଣର ‘ଲିପଷ୍ଟିକ୍ ଗନ୍’ । ଯାହା  ଅବିକଳ ଲିପ୍‌ଷ୍ଟିକ୍‌ ଭଳି ଦେଖାଯାଉଛି। ଏହାର ନାମ ‘ସ୍ମାର୍ଟ ଆଣ୍ଟି ଟିଜିଂ ଲିପଷ୍ଟିକ୍‌ ଗନ୍‌’ ରଖାଯାଇଛି। ଶ୍ୟାମ ଚୌରାସିଆ ଏହି ‘ଗନ୍‌ ଲିପ୍‌ଷ୍ଟିକ୍‌’କୁ ନେଇ କହନ୍ତି, ଅସୁବିଧାରେ ପଡ଼ିଥିବା ମହିଳା ଯଦି ଏହି ‘ଲିପିଷ୍ଟିକ୍‌ ଗନ୍‌’କୁ ଦବାଇବେ ସେଥିରୁ ଗୁଳି ଫୁଟିବା ଭଳି ଜୋରଦାର ଶବ୍ଦ ହେବ। ଆଉ ଏହି ଶବ୍ଦ ଏକ କିଲୋମିଟର ପର୍ଯ୍ୟନ୍ତ ଶୁଣାଯିବ, ଯାହାକୁ ଶୁଣି ଆଖପାଖରେ ଥିବା ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସି ଉକ୍ତ ମହିଳାଙ୍କ ସାହାଯ୍ୟ ପାଇଁ ପହଞ୍ଚିଯିବେ।

କେବଳ ସେତିକି ନୁହେଁ ଗନ ଦବାଇ ମାତ୍ରେ ୧୧୨କୁ, ତଥା ଏହି କଲ ହେଲପ ଲାଇନକୁ ପଳାଇବ । ଏଥିସହିତ ମହିଳା ଯେଉଁ ସ୍ଥାନରେ ଥିବେ ତାହାର ଲାଇଭ୍‌ ଲୋକେସନ୍‌ ବି ପୁଲିସ ଓ ପରିବାରଲୋକଙ୍କ ପାଖରେ ଯାଇ ପହଞ୍ଚିଯିବ। ଏହା ଦ୍ବାରା  ମହିଳାଙ୍କୁ ସାହାଯ୍ୟ ମିଳି ପାରିବ।

 

ସ୍ଥାନୀୟ ଅଶୋକା ଇନଷ୍ଟିଚ୍ୟୁଟରେ ପାଠପଢୁଥିବା ଶ୍ୟାମ ଚୌରାସିଆଙ୍କ କହିବାନୁସାରେ, ତାଙ୍କୁ ଏହି ‘ଲିପ୍‌ଷ୍ଟିକ୍‌ ଗନ୍‌’ ତିଆରି କରିବା ପାଇଁ ଏକ ମାସରୁ ଅଧିକ ସମୟ ଲାଗିବା ସହ ଏଥିରେ ୫୦୦ରୁ ୬୦୦ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ଗନ ଯେତେ ଅଧିକ ମହିଳାଙ୍କ  ପାଖରେ ପହଞ୍ଚିବ, ସେମାନେ ଏହି ଛୋଟ ଜିନିଷକୁ ଆଧାର କରି ନିଜର ଆତ୍ମରକ୍ଷା କରି ପାରିବାର ଲକ୍ଷ ରଖାଯାଇଛି ।

ମାର୍ଚ୍ଚ ୪ରେ ସୁପ୍ରିମକୋର୍ଟରେ ହେବ ବଂଶଧାରା ଜଳ ବିବାଦର ଅନ୍ତିମ ଶୁଣାଣି

ନୂଆଦିଲ୍ଲୀ: ମାର୍ଚ୍ଚ ୪ରେ ସୁପ୍ରିମ୍‌କୋର୍ଟରେ ବଂଶଧାରା ମାମଲାର ଅନ୍ତିମ ଶୁଣାଣି ହେବ । ସୁପ୍ରିମକୋର୍ଟ ଏହି ତାରିଖ ଧାର୍ଯ୍ୟ କରିଛନ୍ତି । ଟ୍ରିବ୍ୟୁନାଲ୍‌ରେ ଓଡ଼ିଶାକୁ ଅଣଦେଖା ନେଇ ଯୁକ୍ତି ରଖିଥିଲେ ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ଜୟନ୍ତ ଭୂଷଣ ।

ନେରେଡି ପ୍ରକଳ୍ପର ମୂଳ ଡିଜାଇନରେ ପରିବର୍ତ୍ତନ ହୋଇଛି । ଏଣୁ ଜମି ଅଧିଗ୍ରହଣ ଦ୍ଵାରା ଓଡ଼ିଶାର କ୍ଷତି ହେବ ବୋଲି ଓକିଲ ଯୁକ୍ତି ରଖିଥିଲେ । ଜଷ୍ଟିସ ଡି. ଓ୍ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ହୃଷୀକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲରା ଶୁଣାଣି କରୁଛନ୍ତି । ବଂଶଧାରା ଟ୍ରିବ୍ୟୁନାଲର ରାୟକୁ ଚ୍ୟାଲେଞ୍ଜ କରି ଓଡ଼ିଶା ସୁପ୍ରିମକୋର୍ଟ ଯାଇଛି । ଗତ ଏପ୍ରିଲ ମାସରେ ଟ୍ରିବ୍ୟୁନାଲ ରାୟ ପ୍ରକାଶ କରିଥିଲେ ।

ଯେଉଁଥିରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରାଯାଇଥିବା ରାଜ୍ୟ ଅଭିଯୋଗ କରିଥିଲା । ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ମାଣ କରାଯାଇଥିବା ନେରେଡି ପ୍ରକଳ୍ପ ପାଇଁ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ କରିବାକୁ ଓଡ଼ିଶାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଓଡ଼ିଶା ପକ୍ଷରୁ ନେରେଡି ପ୍ରକଳ୍ପର ଡିଜାଇନ ମଗାଯାଇଥିଲେ ମଧ୍ୟ ମିଳି ନଥିଲା।