ବଙ୍ଗୀୟ ଯୁବତୀଙ୍କୁ ଇଞ୍ଜିନୟରିଂ ଗ୍ରାହକ, ଓୟୋ ପାଲଟିଛି କି ସେଫ୍ ପଏଣ୍ଟ ?
ଭୁବନେଶ୍ୱର(ଅରୁଣ କୁମାର ସାହୁ): ଖଣ୍ଡଗିରିରେ ଦେହ କାରବାର । ସ୍ମାର୍ଟସିଟି, ସନ୍ସିବ୍ ହୋଟେଲ ଓ ସେକ୍ସ ରାକେଟ । ବଙ୍ଗୀୟ ଯ଼ୁବତୀଙ୍କୁ ଇଞ୍ଜିନୟରିଂ ଗ୍ରାହକ। ଯୁବତୀ ଓ ଦଲାଲ କୋଲକାତାର, ଗରାଖ ଭୁବନେଶ୍ୱର । ସେକ୍ସ ରାକେଟରେ କୋଲକାତାର କର୍ପୋରେଟ ଗାର୍ଲ । ଦେହ କାରାବର ପାଇଁ ଯ଼ୁବତୀ ମାନଙ୍କୁ ସେକ୍ସ ସାଇଟରେ ବୁକ କରାଯାଉଥିଲା। ଗ୍ରାହକଙ୍କ ଡିମାଣ୍ଡ ମୁତାବକ କମ ସମୟରେ ପହଞ୍ଚିବା ପାଇଁ ବିମାନରେ ଆସୁଥିଲେ ବଙ୍ଗୀୟ ଲଳନା । ସେକ୍ସ ସିଣ୍ଡିକେଟର ମାଷ୍ଟର ମାଇଣ୍ଡ ଫେରାର। ମୁହଁ ଘୋଡାଇ ଛିଡା ହୋଇଥିବା ୪ ଯ଼ୁବକ ହେଲେ ଗ୍ରାହକ ଓ ଦଲାଲ । ଓଡିଶାର ଦେହ ଦଲାଲ ମୁନା କୋଲକାତାର ଦୁଇ ଦଲାଲ ଏମଡି. ନିହାର ଓ ଏମଡି ସେହୱାଜକୁ ନେଇ ୩ ଦିନ ହେବ ଖଣ୍ଡଗିରିର ସଂପୃକ୍ତ ହୋଟେଲ ଚଲାଇଥିଲା ଦେହ ବେପାରର ଗୋଲାପି ଧନ୍ଦା । ଦଲାଲ ମାନେ ୩ଟି ରୁମକୁ ବୁକ କରିଥିବା ଗୋଟିଏ ରୁମରେ ଚାଲିଥିଲା ଦେହ କାରବାର। । ବିଶେଷ ସୂତ୍ରରୁ ଖବର ପାଇଁ ପୋଲିସ କରିଥିଲା ରେଡ୍ । ଅସଞ୍ଜତ ଅବସ୍ଥାରେ ଗ୍ରାହକ ଓ ଯୁବତୀଙ୍କୁ ରଙ୍ଗେ ହାତ୍ ଧରିଥିଲା ପୋଲିସ । ମୋବାଇଲ, ନଗଦ ଟଙ୍କା, ଅଲ୍ଟୋ କାର୍ ସହ ଆପତ୍ତିଜନକ ସାମଗ୍ରୀକୁ ଜବତ ହୋଇଥିଲା । ପୋଲିସର ପଚରାଉଚରା ବେଳେ ଦେହ କାରବାରର ମିଳିଥିଲା ବଡ଼ ସୁରାକ୍ ।

ମିଳିଥିବା ସୂଚନା ମୁତାବକ, ଦେହ ବେପାର ଚଳାଇଥିବା ରିଗଂ ମାଷ୍ଟର ମୁନ୍ନା କୋଲକାତାର ୨ ଦଲାଲ ନାଜିର ଓ ସେହଓ୍ୱାଜଙ୍କ ସହ ଯୋଗାଯୋଗରେ ରହୁଥିଲା । କୋଲକାତାର ଜଣେ ମହିଳା ଦଲାଲଙ୍କ ସହ କରୁଥିଲେ ଡିଲ୍ । ଡିଲ୍ ଫାଇନାଲ ହେବା ପରେ ଓଡ଼ିଶା ଆସୁଥିଲେ ଯୁବତୀ ।

ଆଗକୁ ଆସୁଛି ନୂଆ ବର୍ଷ । ରାଜଧାନୀରେ ଏବେଠୁ ସକ୍ରିୟ ହେଲେଣି ଦେହ ବେପାରି। ଜିରୋ ନାଇଟ ସେଲିବ୍ରେସନ ପାଇଁ ଉଡ଼ିବ ପୁଳାପୁଳା ଟଙ୍କା । ମସ୍ଗୁଲ୍ ହେବେ ସରହରିଆ । ଜିରୋ ନାଇଟ୍ର ସେଲିବ୍ରେସନ୍ ଓ ଓଡ଼ିଶା ଆସୁଥିବା ପର୍ଯ୍ୟଟକଙ୍କୁ ନଜରରେ ରଖି ସେକ୍ସ ସୌଦାଗର ସଜବାଜ ହେଉଥିବା ସୂଚନା ରହିଛି । ରାଜଧାନୀର ପ୍ରାଇମ୍ ଲୋକେସନ୍ରେ ହୋଟେଲ ସାଙ୍ଗକୁ ଡିମାଣ୍ଡ ମୁତାବକ ଦେଶୀ ଓ ବିଦେଶୀ ଯୁବତୀଙ୍କ ବୁକିଂ କରିବା ସହ ଆଡଭାନ୍ସ ଦିଆ ସରିଛି । ଆଜିର ଘଟଣାପରେ ହୋଟେଲ ଗୁଡିକରେ ଯାଞ୍ଚ କରିବା ସହ ଗୁଇନ୍ଦା ତଥ୍ୟ ଆଧାରରେ ଚଢାଉ କରାଯିବ ବୋଲି ପୋଲିସ କହିଛି ।

କ’ଣ ଥିଲା ରେଟ୍ ଚାର୍ଟ
ଗୋଟିଏ ରାତିର ରେଟ ଥିଲା ୭ ହଜାରର ୧୦ ହଜାର ଟଙ୍କା। ଗ୍ରୁପ ସେକ୍ସ ପାଇଁ ଥିଲା ୨୦ ହଜାର ଟଙ୍କା। ନାଇଟ କଲ କିମ୍ବା ରୁମକୁ ଗଲେ ଗ୍ରାହକଙ୍କୁ ଦେବାକୁ ପଡ଼େ ଏକ୍ସଷ୍ଟ୍ର। ଚାର୍ଜ । ହ୍ୱାଟସ୍ଆପ ମାଧ୍ୟମରେ ଯୁବତୀଙ୍କୁ ସିଲେକ୍ଟ କରୁଥିଲେ ଗ୍ରାହକ । ସିଲେକ୍ସନ ପରେ ସେକ୍ସ ପାଇଁ ଭୁବନେଶ୍ୱର ଆସି ପହଞ୍ଚୁଥିଲେ ଯୁବତୀ । ଅନ୍ୟପଟେ ଯୁବତୀଙ୍କ ଚାଲି ଚଳନ ରଙ୍ଗ ଢ଼ଙ୍ଗରୁ ଜଣାପଡ଼ୁଛି ଝିଅମାନେ ଶିକ୍ଷିତ ପରିବାରର ।

ତେବେ ହୋଟେଲ ସନସିବରେ କେବେ ଠାରୁ ଚାଲୁଥିଲା ଦେହ କାରବାର? ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ କିଏ? ଭୁବନେଶ୍ୱରରେ କେତୋଟି ହୋଟେଲରେ ଚାଲିଛି ଦେହ ଧନ୍ଦା? ପୋଲିସ ପାଖରେ ଖବର ଅଛି ନା ନାହିଁ? ସନ୍ଦେହରେ ଥିବା ହୋଟେଲ ଗୁଡିକ କେବେ ଚଢ଼ାଉ କରିବ ପୋଲିସ? ପୂର୍ବରୁ ନୟାପଲ୍ଲୀରେ ଥିବା ସାଇ ଆର୍ଯ୍ୟ ନାମକ ଓୟୋ ହୋଟେଲ ଦେହ କାରବାର ଚାଲୁଥିବା ନେଇ ଅଭିଯ଼ୋଗ ଆସିଥିଲା।
ସୌନ୍ଦର୍ଯ୍ୟମୟ ରାସ୍ତାର ନାଁ କହିଲେ ମୁଖ୍ୟମନ୍ତ୍ରୀ, ଆପଣ ଜାଣିଛନ୍ତି କି ?
ଭୁବନେଶ୍ୱର: ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ପ୍ରକୃତିପ୍ରେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ଟ୍ୱିଟକୁ ନେଇ ଆଜି ଦିନସାରା ଚର୍ଚ୍ଚା । ଟ୍ୱିଟରରେ ନବୀନ ଏହି କବିତାର ପଦକୁ ଉଦ୍ଧାର କରିବା ସହିତ ଏକ ଫଟୋ ପୋଷ୍ଟ କରିଥିଲେ । ଏହି ଟ୍ୱିଟକୁ ହଜାର ହଜାର ଲୋକ ସେୟାର୍, ରି-ଟ୍ୱିଟ୍, ଲାଇକ୍ କରିବା ସହିତ ମୁଖ୍ୟମନ୍ତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ।
ଓଡ଼ିଶାର ପ୍ରାକୃତିକ ଶୋଭାରାଜିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଥିଲେ । ଏହା ସହ ଦିଗ୍ବଳୟରେ ସୂର୍ଯ୍ୟ ଓ ଦୁଇପାର୍ଶ୍ୱରେ ଶସ୍ୟ ଶ୍ୟାମଳା କ୍ଷେତ ଥାଇ ଏକ ସୁନ୍ଦର ରାସ୍ତାର ଫଟୋ ସେୟାର କରିଥିଲେ । ମୁଖ୍ୟମନ୍ତ୍ରୀ ଲେଖିଥିଲେ, ଏହି ରାସ୍ତାଟି ରାଜ୍ୟର ଦୁଇ ପ୍ରମୁଖ ସହରକୁ ଯୋଡୁଛି । ଏହି ରାସ୍ତାକୁ ଚିହ୍ନି ଉତ୍ତର ଦେବା ପାଇଁ ଲେଖିଥିଲେ । ଆଜି ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନିଜେ ଏହି ରାସ୍ତାର ନାଁ ଟ୍ୱିଟ୍ କରି ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ଏହା ସୋନପୁର-ବୌଦ୍ଧ ରାସ୍ତା । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ-ମାଲକାନଗିରି ରାସ୍ତା ସମ୍ପର୍କରେ ଟ୍ୱିଟ୍ କରି ପ୍ରଶ୍ନ ପଚାରିବା ସହିତ ସନ୍ଧ୍ୟାରେ ନିଜେ ଏହାର ଉତ୍ତର ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଟ୍ୱିଟ୍ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି ।
https://nandighoshatv.comodisha-cm-ask-a-question-posting-a-photo-on-his-twitter-handle/

